Guru Granth Sahib Translation Project

guru granth sahib odia page-115

Page 115

ਸਤਿਗੁਰੁ ਸੇਵੀ ਸਬਦਿ ਸੁਹਾਇਆ ॥ ଯିଏ ସଦଗୁରୁଙ୍କ ସେବା କରିଥାଏ, ଗୁରୁଙ୍କ ବାଣୀ ଦ୍ଵାରା ଶୋଭା ପାଉଥାଏ।
ਜਿਨਿ ਹਰਿ ਕਾ ਨਾਮੁ ਮੰਨਿ ਵਸਾਇਆ ॥ ଯେଉଁ ବ୍ୟକ୍ତି ଭଗବାନଙ୍କ ନାମ ନିଜ ମନରେ ବସାଇଥାଏ,
ਹਰਿ ਨਿਰਮਲੁ ਹਉਮੈ ਮੈਲੁ ਗਵਾਏ ਦਰਿ ਸਚੈ ਸੋਭਾ ਪਾਵਣਿਆ ॥੨॥ ନିର୍ମଳ ଭଗବାନ ତାହାର ମନର ଅହଂକାର ରୂପୀ ମଇଳାକୁ ଦୂର କରିଦେଇଥାଏ ଆଉ ସେହି ବ୍ୟକ୍ତି ସତ୍ୟର ଦରବାରରେ ଶୋଭା ପ୍ରାପ୍ତ କରିଥାଏ ॥2॥
ਬਿਨੁ ਗੁਰ ਨਾਮੁ ਨ ਪਾਇਆ ਜਾਇ ॥ ଗୁରୁଙ୍କ ବିନା ନାମର ପ୍ରାପ୍ତି ହୁଏ ନାହିଁ।
ਸਿਧ ਸਾਧਿਕ ਰਹੇ ਬਿਲਲਾਇ ॥ ସିଦ୍ଧ ସାଧକ ଏହାଠାରୁ ବିହୀନ ହୋଇ ବିଳାପ କରନ୍ତି।
ਬਿਨੁ ਗੁਰ ਸੇਵੇ ਸੁਖੁ ਨ ਹੋਵੀ ਪੂਰੈ ਭਾਗਿ ਗੁਰੁ ਪਾਵਣਿਆ ॥੩॥ ଗୁରୁଙ୍କ ସେବା ବିନା ସୁଖ ମିଳେ ନାହିଁ, କିନ୍ତୁ, ବଡ ସୌଭାଗ୍ୟରୁ ସୁକର୍ମ ଦ୍ଵାରା ଗୁରୁଜୀ ମିଳିଥାନ୍ତି ॥3॥
ਇਹੁ ਮਨੁ ਆਰਸੀ ਕੋਈ ਗੁਰਮੁਖਿ ਵੇਖੈ ॥ ଏହି ମନ ଏକ ଦର୍ପଣ ଅଟେ। କେହି ବିରଳ ଗୁରୁମୁଖ ହିଁ ସେଥିରେ ନିଜେ ନିଜକୁ ଦେଖିଥାଏ।
ਮੋਰਚਾ ਨ ਲਾਗੈ ਜਾ ਹਉਮੈ ਸੋਖੈ ॥ ଯଦି ମନୁଷ୍ୟ ନିଜ ଅହଂକାର ଜଳାଇଦିଏ, ତାହେହେଲେ ତହକୁ ଅହଂକାର ରୂପୀ କଳଙ୍କ ଲାଗେ ନାହିଁ।
ਅਨਹਤ ਬਾਣੀ ਨਿਰਮਲ ਸਬਦੁ ਵਜਾਏ ਗੁਰ ਸਬਦੀ ਸਚਿ ਸਮਾਵਣਿਆ ॥੪॥ ଯେଉଁ ଗୁରୁମୁଖଙ୍କ ମନରେ ଅନାହତ ଧ୍ୱନି ବାଲା ନିର୍ମଳ ଅନାହତ ବାଜିଥାଏ, ସେହି ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟ (ପରମେଶ୍ଵର) ଠାରେ ଲୀନ ହୋଇଥାଏ। ॥4॥
ਬਿਨੁ ਸਤਿਗੁਰ ਕਿਹੁ ਨ ਦੇਖਿਆ ਜਾਇ ॥ ସଦଗୁରୁଙ୍କ ବିନା ପରମେଶ୍ଵର କେଉଁ ଭଳି ମଧ୍ୟ ଦେଖାଦେବେ ନାହିଁ।
ਗੁਰਿ ਕਿਰਪਾ ਕਰਿ ਆਪੁ ਦਿਤਾ ਦਿਖਾਇ ॥ ନିଜ ଦୟା କରି ଗୁରୁଦେବ ସ୍ଵୟଂ ହିଁ ମୋତେ ଈଶ୍ବରଙ୍କ ଦର୍ଶନ କରାଇଦେଇଛନ୍ତି।
ਆਪੇ ਆਪਿ ਆਪਿ ਮਿਲਿ ਰਹਿਆ ਸਹਜੇ ਸਹਜਿ ਸਮਾਵਣਿਆ ॥੫॥ ଇଶ୍ଵର ନିଜେ ସ୍ଵୟଂ ହିଁ ସର୍ବବ୍ୟାପକ ହେଉଛନ୍ତି। ବ୍ରହ୍ମଜ୍ଞାନ ଦ୍ଵାରା ମନୁଷ୍ୟ ସ୍ଵାଭାବିକ ଭାବରେ ହିଁ ସେଥିରେ ଲୀନ ହୋଇଯାଏ ॥5॥
ਗੁਰਮੁਖਿ ਹੋਵੈ ਸੁ ਇਕਸੁ ਸਿਉ ਲਿਵ ਲਾਏ ॥ ଯେଉଁ ବ୍ୟକ୍ତି ଗୁରୁମୁଖ ବନିଯାଏ, ସେ ଏକ ଈଶ୍ବରଙ୍କ ସାଥିରେ ସ୍ନେହ କରିଥାଏ।
ਦੂਜਾ ਭਰਮੁ ਗੁਰ ਸਬਦਿ ਜਲਾਏ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସେ ମୋହ ମାୟା ରୂପୀ ଭ୍ରମକୁ ଜଳାଇ ଫୋପାଡି ଦେଇଥାଏ।
ਕਾਇਆ ਅੰਦਰਿ ਵਣਜੁ ਕਰੇ ਵਾਪਾਰਾ ਨਾਮੁ ਨਿਧਾਨੁ ਸਚੁ ਪਾਵਣਿਆ ॥੬॥ ନିଜ ଦେହରେ ସେ ନାମ ରୂପୀ ବସ୍ତୁର ବ୍ୟାପାର କରିଥାଏ ଆଉ ସତ୍ୟନାମର ନିଧି ପାଇନିଏ ॥6॥
ਗੁਰਮੁਖਿ ਕਰਣੀ ਹਰਿ ਕੀਰਤਿ ਸਾਰੁ ॥ ଭଗବାନଙ୍କ ମହିମା-ସ୍ତୁତି କରିବା ହିଁ ଗୁରୁମୁଖଙ୍କ ଶ୍ରେଷ୍ଠ କାର୍ଯ୍ୟ ଅଟେ।
ਗੁਰਮੁਖਿ ਪਾਏ ਮੋਖ ਦੁਆਰੁ ॥ ଏଥିପାଇଁ ଗୁରୁମୁଖ ମୋକ୍ଷ ଦ୍ଵାରକୁ ପାଇନିଏ।
ਅਨਦਿਨੁ ਰੰਗਿ ਰਤਾ ਗੁਣ ਗਾਵੈ ਅੰਦਰਿ ਮਹਲਿ ਬੁਲਾਵਣਿਆ ॥੭॥ ପ୍ରଭୁଙ୍କ ସ୍ନେହରେ ରଙ୍ଗୀନ ହୋଇଥିବା ସେହି ଦିନ ରାତି ତାହାଙ୍କ କୀର୍ତ୍ତିର ଗାନ କରିଥାଏ ଆଉ ପ୍ରଭୁ ତାହାକୁ ନିଜ ଆତ୍ମସ୍ଵରୁପରେ ଆମନ୍ତ୍ରିତ କରିଥାନ୍ତି ॥7॥
ਸਤਿਗੁਰੁ ਦਾਤਾ ਮਿਲੈ ਮਿਲਾਇਆ ॥ ସଦଗୁରୁ ନାମର ଦାତା ଅଟନ୍ତି ଆଉ ସଦଗୁରୁ ଭଗବାନଙ୍କ ଦ୍ଵାରା ସାକ୍ଷାତ କରାଇଥିବା ଜୀବଙ୍କୁ ମିଳିଥାଏ।
ਪੂਰੈ ਭਾਗਿ ਮਨਿ ਸਬਦੁ ਵਸਾਇਆ ॥ ଯେଉଁ ବ୍ୟକ୍ତିର ପୂର୍ଣ୍ଣ ଭାଗ୍ୟ ହୋଇଥାଏ, ସଦଗୁରୁ ତାହାର ମନରେ ନାମ ବସାଇଦିଅନ୍ତି।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਹਰਿ ਸਚੇ ਕੇ ਗੁਣ ਗਾਵਣਿਆ ॥੮॥੯॥੧੦॥ ହେ ନାନକ! ଯଦି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ମହିମା-ସ୍ତୁତି କରାଯାଏ, ତାହାହେଲେ ହିଁ ମନୁଷ୍ୟକୁ ନାମର ଶୋଭା ପ୍ରାପ୍ତ ହୋଇଥାଏ। ॥8॥9॥10॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਆਪੁ ਵੰਞਾਏ ਤਾ ਸਭ ਕਿਛੁ ਪਾਏ ॥ ଯଦି ମନୁଷ୍ୟ ନିଜ ଅହଂତ୍ଵକୁ ତ୍ୟାଗ କରିଦିଏ,ତାହାହେଲେ ସେ ସବୁ କିଛି ପ୍ରାପ୍ତ କରିନିଏ।
ਗੁਰ ਸਬਦੀ ਸਚੀ ਲਿਵ ਲਾਏ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସେ ସତ୍ୟ ପରମେଶ୍ଵରଙ୍କ ଠାରେ ମନ ଲଗାଏ।
ਸਚੁ ਵਣੰਜਹਿ ਸਚੁ ਸੰਘਰਹਿ ਸਚੁ ਵਾਪਾਰੁ ਕਰਾਵਣਿਆ ॥੧॥ ସେ ସତ୍ୟ-ନାମର ବ୍ୟାପାର କରିଥାଏ ଆଉ ନାମ ରୂପୀ ଧନ ହିଁ ଏକାଠି କରିଥାଏ ଆଉ ସତ୍ୟ ନାମର ହିଁ ସେ ଅନ୍ୟ ବ୍ୟାପାର କରିଥାଏ। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਹਰਿ ਗੁਣ ਅਨਦਿਨੁ ਗਾਵਣਿਆ ॥ ମୁଁ ତନ-ମନରେ ତାଙ୍କରି ପାଖରେ ଅର୍ପିତ ଅଟେ, ଯିଏ ସର୍ବଦା ହିଁ ଈଶ୍ଵରଙ୍କ ଯଶୋଗାନ କରିଥାଏ।
ਹਉ ਤੇਰਾ ਤੂੰ ਠਾਕੁਰੁ ਮੇਰਾ ਸਬਦਿ ਵਡਿਆਈ ਦੇਵਣਿਆ ॥੧॥ ਰਹਾਉ ॥ ହେ ପ୍ରଭୁ! ମୁଁ ତୋର ସେବକ ଅଟେ, ତୁମେ ମୋର ଠାକୁର ଅଟ। ତୁମେ ମୋତେ ନାମର ଶୋଭା ପ୍ରଦାନ କରିଥାଅ ॥1॥ରୁହ॥
ਵੇਲਾ ਵਖਤ ਸਭਿ ਸੁਹਾਇਆ ॥ ସେହି ସମୟ ଏବଂ କ୍ଷଣ ସବୁ ସୁନ୍ଦର ଅଟେ,
ਜਿਤੁ ਸਚਾ ਮੇਰੇ ਮਨਿ ਭਾਇਆ ॥ ଯେତେବେଳେ ସତ୍ୟ ସ୍ୱରୂପ ପରମାତ୍ମା ମୋର ଚିତ୍ତକୁ ଭଲ ଲାଗନ୍ତି,
ਸਚੇ ਸੇਵਿਐ ਸਚੁ ਵਡਿਆਈ ਗੁਰ ਕਿਰਪਾ ਤੇ ਸਚੁ ਪਾਵਣਿਆ ॥੨॥ ସତ୍ୟ ପ୍ରଭୁଙ୍କ ସେବା-ଭକ୍ତି ଦ୍ଵାରା ସଚ୍ଚା ମହାନତା ପ୍ରାପ୍ତ ହୋଇଥାଏ, କିନ୍ତୁ, ଗୁରୁଙ୍କ ଦୟାରୁ ହିଁ ସତ୍ୟ ସ୍ୱରୂପ ଇଶ୍ଵର ମିଳିଥାନ୍ତି ॥2॥
ਭਾਉ ਭੋਜਨੁ ਸਤਿਗੁਰਿ ਤੁਠੈ ਪਾਏ ॥ ପ୍ରଭୁ ପ୍ରୀତିର ଭୋଜନ ସେତେବେଳେ ମିଳିଥାଏ, ଯେତେବେଳେ ସଦଗୁରୁଜୀ ପରମ ପ୍ରସନ୍ନ ହୋଇଥାନ୍ତି।
ਅਨ ਰਸੁ ਚੂਕੈ ਹਰਿ ਰਸੁ ਮੰਨਿ ਵਸਾਏ ॥ ମନୁଷ୍ୟ ଅନ୍ୟ ରସ ଭୁଲିଯାଇଥାଏ ଯେତେବେଳେ ସେ ହରି ରସକୁ ନିଜ ମନରେ ବସାଇନିଏ।
ਸਚੁ ਸੰਤੋਖੁ ਸਹਜ ਸੁਖੁ ਬਾਣੀ ਪੂਰੇ ਗੁਰ ਤੇ ਪਾਵਣਿਆ ॥੩॥ ପ୍ରାଣୀ ପୂର୍ଣ୍ଣ ଗୁରୁଙ୍କ ବାଣୀ ଦ୍ଵାରା ହିଁ ସତ୍ୟ, ସନ୍ତୋଷ ଏବଂ ସ୍ଵାଭାବିକ ସୁଖ ପ୍ରାପ୍ତ କରିଥାଏ ॥3॥
ਸਤਿਗੁਰੁ ਨ ਸੇਵਹਿ ਮੂਰਖ ਅੰਧ ਗਵਾਰਾ ॥ ମୂର୍ଖ, ଅନ୍ଧ, ବୋକା ମନୁଷ୍ୟ ସଦଗୁରୁଙ୍କ ସେବା କରେନାହିଁ।
ਫਿਰਿ ਓਇ ਕਿਥਹੁ ਪਾਇਨਿ ਮੋਖ ਦੁਆਰਾ ॥ ତାହାହେଲେ ସେ କିପରି ମୋକ୍ଷ ଦ୍ଵାର ପ୍ରାପ୍ତ କରିବ?
ਮਰਿ ਮਰਿ ਜੰਮਹਿ ਫਿਰਿ ਫਿਰਿ ਆਵਹਿ ਜਮ ਦਰਿ ਚੋਟਾ ਖਾਵਣਿਆ ॥੪॥ ସେ ବାରମ୍ବାର ଜନ୍ମ-ମୃତ୍ୟୁ ଚକ୍ରରେ ଛନ୍ଦି ହୋଇଥାଏ ଆଉ ମୃତ୍ୟୁର ଦ୍ଵାରରେ ଚୋଟ ଖାଇଥାଏ ॥4॥
ਸਬਦੈ ਸਾਦੁ ਜਾਣਹਿ ਤਾ ਆਪੁ ਪਛਾਣਹਿ ॥ ସେ ନିଜ ସ୍ଵରୂପକୁ ସେତେବେଳେ ଜାଣିପାରେ, ଯଦି ସେ ସେହି ଶବ୍ଦର ସ୍ଵାଦକୁ ଜାଣିଥାଏ
ਨਿਰਮਲ ਬਾਣੀ ਸਬਦਿ ਵਖਾਣਹਿ ॥ ଆଉ ନିର୍ମଳ ବାଣୀ ଦ୍ଵାରା ନାମ-ସ୍ମରଣ କରିଥାଏ।
ਸਚੇ ਸੇਵਿ ਸਦਾ ਸੁਖੁ ਪਾਇਨਿ ਨਉ ਨਿਧਿ ਨਾਮੁ ਮੰਨਿ ਵਸਾਵਣਿਆ ॥੫॥ ଗୁରୁମୁଖ ସତ୍ୟ ପରମେଶ୍ଵରଙ୍କ ଭକ୍ତି ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ କରିଥାଏ ଆଉ ନିଜ ଚିତ୍ତରେ ଈଶ୍ଵରଙ୍କ ନାମର ନବନିଧିକୁ ବସାଇଥାଏ ॥5॥
ਸੋ ਥਾਨੁ ਸੁਹਾਇਆ ਜੋ ਹਰਿ ਮਨਿ ਭਾਇਆ ॥ ସେହି ସ୍ଥାନ ଅତି ସୁନ୍ଦର ଅଟେ ଯାହା ପରମେଶ୍ଵରଙ୍କ ମନକୁ ଲାଳାୟିତ କରାଏ।
ਸਤਸੰਗਤਿ ਬਹਿ ਹਰਿ ਗੁਣ ਗਾਇਆ ॥ କେବଳ ତାହା ହିଁ ସତସଙ୍ଗ ଅଟେ, ଯେଉଁଠି ବସି ମନୁଷ୍ୟ ହରି-ପ୍ରଭୁଙ୍କ ଯଶୋଗାନ କରିଥାଏ।
ਅਨਦਿਨੁ ਹਰਿ ਸਾਲਾਹਹਿ ਸਾਚਾ ਨਿਰਮਲ ਨਾਦੁ ਵਜਾਵਣਿਆ ॥੬॥ ଗୁରୁମୁଖ ପ୍ରତିଦିନ ଭଗବାନଙ୍କ ମହିମା ସ୍ତୁତି କରିଥାଏ ଆଉ ତାହାଙ୍କ ମନରେ ନିର୍ମଳ ନାଦ, ଅର୍ଥାତ, ଅନାହତ ଶବ୍ଦ ବାଜିଥାଏ। ॥6॥


© 2017 SGGS ONLINE
error: Content is protected !!
Scroll to Top