Page 1125
ਰਾਗੁ ਭੈਰਉ ਮਹਲਾ ੧ ਘਰੁ ੧ ਚਉਪਦੇ
ରାଗ ଭୈରଉ ମହଲା 1 ଘର 1 ଚଉପଦୀ
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ପରମାତ୍ମା , ଓଁକାର, ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।
ਤੁਝ ਤੇ ਬਾਹਰਿ ਕਿਛੂ ਨ ਹੋਇ ॥
ହେ ସ୍ରଷ୍ଟା! ତୋର ଇଚ୍ଛା ବାହାରେ କିଛି ମଧ୍ୟ ହୁଏନାହିଁ,
ਤੂ ਕਰਿ ਕਰਿ ਦੇਖਹਿ ਜਾਣਹਿ ਸੋਇ ॥੧॥
ତୁ ସବୁ କାର୍ଯ୍ୟ କରି ଦେଖିଥାଉ ଓ ଜାଣିଥାଉ||1||
ਕਿਆ ਕਹੀਐ ਕਿਛੁ ਕਹੀ ਨ ਜਾਇ ॥
ତୋର ରହସ୍ୟ ବିଷୟରେ କଣ କୁହାଯିବ, କିଛି ମଧ୍ୟ କୁହାଯାଇ ପାରିବ ନାହିଁ।
ਜੋ ਕਿਛੁ ਅਹੈ ਸਭ ਤੇਰੀ ਰਜਾਇ ॥੧॥ ਰਹਾਉ ॥
ଯାହା କିଛି ଏହି ସଂସାର ଅଟେ, ସବୁ ତୋର ଇଛାରେ ଚାଲୁଅଛି॥1॥ରୁହ॥
ਜੋ ਕਿਛੁ ਕਰਣਾ ਸੁ ਤੇਰੈ ਪਾਸਿ ॥
ଯାହା କିଛି କରିବାର ଅଛି, ତାହା ତୋ' ପାଖରେ ହିଁ କହିବାର ଅଛି,
ਕਿਸੁ ਆਗੈ ਕੀਚੈ ਅਰਦਾਸਿ ॥੨॥
ପୁଣି କାହା ସମ୍ମୁଖରେ ପ୍ରାର୍ଥନା କରିବି?||2||
ਆਖਣੁ ਸੁਨਣਾ ਤੇਰੀ ਬਾਣੀ ॥
ଆମର କହିବା ଓ ଶୁଣିବା ତୋର ହିଁ ବାଣୀ ଅଟେ,
ਤੂ ਆਪੇ ਜਾਣਹਿ ਸਰਬ ਵਿਡਾਣੀ ॥੩॥
ହେ ସବୁ ଲୀଳା କରିବା ବାଲା! ତୁ ସ୍ଵୟଂ ହିଁ ସବୁ ଜାଣିଥାଉ||3||
ਕਰੇ ਕਰਾਏ ਜਾਣੈ ਆਪਿ ॥
ଗୁରୁ ନାନକଙ୍କ ମତ ଯେ କରିବା-କରାଇବା ଏବଂ ଜାଣିବା ବାଲା ତୁମେ ପରମେଶ୍ଵର ହିଁ ଅଟ,
ਨਾਨਕ ਦੇਖੈ ਥਾਪਿ ਉਥਾਪਿ ॥੪॥੧॥
ସୃଷ୍ଟି କରି ଭାଙ୍ଗି ସେ ହିଁ ଦେଖିଥାନ୍ତି ଓ ସମ୍ଭାଳି ଥାଆନ୍ତି||4||1||
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਰਾਗੁ ਭੈਰਉ ਮਹਲਾ ੧ ਘਰੁ ੨ ॥
ରାଗ ଭୈରଉ ମହଲା 1 ଘର 2॥
ਗੁਰ ਕੈ ਸਬਦਿ ਤਰੇ ਮੁਨਿ ਕੇਤੇ ਇੰਦ੍ਰਾਦਿਕ ਬ੍ਰਹਮਾਦਿ ਤਰੇ ॥
ଗୁରୁଙ୍କ ଉପଦେଶ ଦ୍ଵାରା କେତେ ମୁନି, ସ୍ଵର୍ଗାଧିପତି ଇନ୍ଦ୍ର, ବ୍ରହ୍ମା ଇତ୍ୟାଦି ପାର ହୋଇ ଯାଇଛନ୍ତି।
ਸਨਕ ਸਨੰਦਨ ਤਪਸੀ ਜਨ ਕੇਤੇ ਗੁਰ ਪਰਸਾਦੀ ਪਾਰਿ ਪਰੇ ॥੧॥
ସନକ-ସନନ୍ଦନ ଭଳି ଅନେକ ହିଁ ତପସ୍ଵୀ ଗୁରୁଙ୍କ କୃପାରୁ ମୁକ୍ତି ପାଇଛନ୍ତି||1||
ਭਵਜਲੁ ਬਿਨੁ ਸਬਦੈ ਕਿਉ ਤਰੀਐ ॥
ଗୁରୁ-ଉପଦେଶ ବିନା ସଂସାର-ସାଗରକୁ କିପରି ପାର କରାଯାଇ ପାରେ?
ਨਾਮ ਬਿਨਾ ਜਗੁ ਰੋਗਿ ਬਿਆਪਿਆ ਦੁਬਿਧਾ ਡੁਬਿ ਡੁਬਿ ਮਰੀਐ ॥੧॥ ਰਹਾਉ ॥
ହରିନାମ ବିନା ପୁରା ଜଗତ ରୋଗୀ ବନିଥାଏ ଆଉ ଦ୍ଵିଧାରେ ଲୀନ ହୋଇ ବୁଡି ମରିଥାଏ॥1॥ରୁହ॥
ਗੁਰੁ ਦੇਵਾ ਗੁਰੁ ਅਲਖ ਅਭੇਵਾ ਤ੍ਰਿਭਵਣ ਸੋਝੀ ਗੁਰ ਕੀ ਸੇਵਾ ॥
ଗୁରୁ ହିଁ ଦେବ ଅଟନ୍ତି, ସେ ଅଦୃଶ୍ୟ ଓ ରହସ୍ୟମୟ ଅଟନ୍ତି ଆଉ ଗୁରୁଙ୍କ ସେବା ଦ୍ଵାରା ତିନି ଲୋକର ଜ୍ଞାନ ହୋଇଥାଏ।
ਆਪੇ ਦਾਤਿ ਕਰੀ ਗੁਰਿ ਦਾਤੈ ਪਾਇਆ ਅਲਖ ਅਭੇਵਾ ॥੨॥
ଦାତା ଗୁରୁ ସ୍ଵୟଂ ହିଁ ଦାନ ପ୍ରଦାନ କରିଛନ୍ତି, ଯାହାଫଳରେ ଅଦୃଶ୍ୟ ଓ ରହସ୍ୟାତୀତ ପରମ ସତ୍ୟ ପ୍ରାପ୍ତ କରିଛନ୍ତି||2||
ਮਨੁ ਰਾਜਾ ਮਨੁ ਮਨ ਤੇ ਮਾਨਿਆ ਮਨਸਾ ਮਨਹਿ ਸਮਾਈ ॥
ମନ ହିଁ ରାଜା ଅଟେ, ସାକ୍ଷାତ ପରେ ମନ ସ୍ଵୟଂ ପ୍ରସନ୍ନ ହୋଇଥାଏ ଆଉ ମନର ଲାଳସା ସମାପ୍ତ ହୋଇଯାଏ।
ਮਨੁ ਜੋਗੀ ਮਨੁ ਬਿਨਸਿ ਬਿਓਗੀ ਮਨੁ ਸਮਝੈ ਗੁਣ ਗਾਈ ॥੩॥
ମନ ହିଁ ଯୋଗୀ ଅଟେ ଆଉ ବୈରାଗୀ ବନି ନଷ୍ଟ ହୋଇଯାଏ। ଈଶ୍ଵରଙ୍କ ଗୁଣଗାନ କରିବା ଦ୍ଵାରା ତାହାକୁ ଜ୍ଞାନ ପ୍ରାପ୍ତ ହୋଇଥାଏ||3||
ਗੁਰ ਤੇ ਮਨੁ ਮਾਰਿਆ ਸਬਦੁ ਵੀਚਾਰਿਆ ਤੇ ਵਿਰਲੇ ਸੰਸਾਰਾ ॥
ସଂସାରରେ ଏପରି ବିରଳ ବ୍ୟକ୍ତି ଅଛନ୍ତି, ଯିଏ ଗୁରୁ ଦ୍ଵାରା ମନକୁ ନିୟନ୍ତ୍ରଣ କରିଥାଏ ଏବଂ ଶବ୍ଦର ମନନ କରିଥାଏ।
ਨਾਨਕ ਸਾਹਿਬੁ ਭਰਿਪੁਰਿ ਲੀਣਾ ਸਾਚ ਸਬਦਿ ਨਿਸਤਾਰਾ ॥੪॥੧॥੨॥
ଗୁରୁ ନାନକ କହନ୍ତି ଯେ ଈଶ୍ଵର ସବୁବ୍କ ଠାରେ ଭରପୁର ଅଛନ୍ତି ଆଉ ସଚ୍ଚା ଶବ୍ଦ ଦ୍ଵାରା ହିଁ ଜୀବ ମୁକ୍ତି ପାଇଥାଏ||4||1||2|
ਭੈਰਉ ਮਹਲਾ ੧ ॥
ଭୈରଉ ମହଲା 1॥
ਨੈਨੀ ਦ੍ਰਿਸਟਿ ਨਹੀ ਤਨੁ ਹੀਨਾ ਜਰਿ ਜੀਤਿਆ ਸਿਰਿ ਕਾਲੋ ॥
ଆଖିରେ ଜ୍ୟୋତି ନାହିଁ, ଶରୀର ସଂପୂର୍ଣ୍ଣ ଦୁର୍ବଳ ହୋଇ ଯାଇଛି, ବାର୍ଦ୍ଧକ୍ୟ ଗ୍ରାସ କରି ନେଇଛି ଆଉ ମସ୍ତକ ଉପରେ ମୃତ୍ୟୁ ଦଣ୍ଡାୟମାନ ହୋଇଛି।
ਰੂਪੁ ਰੰਗੁ ਰਹਸੁ ਨਹੀ ਸਾਚਾ ਕਿਉ ਛੋਡੈ ਜਮ ਜਾਲੋ ॥੧॥
ରୂପ-ରଙ୍ଗ ସ୍ଥାୟୀ ନୁହେଁ, ମୃତ୍ୟୁର ଜାଲ କିପରି ତ୍ୟାଗ କରାଯାଇ ପାରିବ?||1||
ਪ੍ਰਾਣੀ ਹਰਿ ਜਪਿ ਜਨਮੁ ਗਇਓ ॥
ହେ ପ୍ରାଣୀ! ଈଶ୍ଵରଙ୍କ ଜପ କର, ଏହି ଜୀବନ ସମାପ୍ତ ହୋଇ ଯାଇଛି।