Guru Granth Sahib Translation Project

guru granth sahib odia page-1092

Page 1092

ਬਿਨੁ ਕਰਮਾ ਕਿਛੂ ਨ ਪਾਈਐ ਜੇ ਬਹੁਤੁ ਲੋਚਾਹੀ ॥ ଯଦି ବହୁତ କାମନା ମଧ୍ୟ କରାଯାଏ, ତାହାହେଲେ ମଧ୍ୟ ଭାଗ୍ୟ ବିନା କିଛି ମଧ୍ୟ ପ୍ରାପ୍ତ କରାଯାଇ ପାରେ ନାହିଁ।
ਆਵੈ ਜਾਇ ਜੰਮੈ ਮਰੈ ਗੁਰ ਸਬਦਿ ਛੁਟਾਹੀ ॥ ମନୁଷ୍ୟ ଜନ୍ମ-ମରଣ ଚକ୍ରରେ ରହିଥାଏ, କିନ୍ତୁ ତାହାର ମୁକ୍ତି ଶବ୍ଦ-ଗୁରୁଙ୍କ ଦ୍ଵାରା ହିଁ ହୋଇଥାଏ।
ਆਪਿ ਕਰੈ ਕਿਸੁ ਆਖੀਐ ਦੂਜਾ ਕੋ ਨਾਹੀ ॥੧੬॥ ପରମାତ୍ମା ସ୍ଵୟଂ ହିଁ କରିବା ବାଲା ଅଟନ୍ତି, ଆଉ କାହାକୁ କଣ କହିବା, ତାହାଙ୍କ ବିନା ଅନ୍ୟ କେହି ନାହାନ୍ତି||16||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3॥
ਇਸੁ ਜਗ ਮਹਿ ਸੰਤੀ ਧਨੁ ਖਟਿਆ ਜਿਨਾ ਸਤਿਗੁਰੁ ਮਿਲਿਆ ਪ੍ਰਭੁ ਆਇ ॥ ଏହି ଜଗତରେ ସନ୍ଥ ହିଁ ନାମ-ଧନ ଉପାର୍ଜନ କରିଛନ୍ତି, ଯାହାକୁ ସଦଗୁରୁ ମିଳି ଯାଇଛନ୍ତି, ପ୍ରଭୁଙ୍କ ସ୍ମୃତି ତାହାର ମନରେ ବାସ କରିଥାଏ।
ਸਤਿਗੁਰਿ ਸਚੁ ਦ੍ਰਿੜਾਇਆ ਇਸੁ ਧਨ ਕੀ ਕੀਮਤਿ ਕਹੀ ਨ ਜਾਇ ॥ ସଦଗୁରୁ ହିଁ ସତ୍ୟ ଦୃଢ କରାଇ ଥାଆନ୍ତି ଏବଂ ଏହି ଧନର ଉଚିତ ମୂଲ୍ୟ କଳନା କରାଯାଇ ପାରେ ନାହିଁ।
ਇਤੁ ਧਨਿ ਪਾਇਐ ਭੁਖ ਲਥੀ ਸੁਖੁ ਵਸਿਆ ਮਨਿ ਆਇ ॥ ଏହି ଧନକୁ ପାଇବା ଦ୍ଵାରା ସାରା କ୍ଷୁଧା ଦୂର ହୋଇଯାଏ ଏବଂ ମନରେ ସୁଖ ଅବସ୍ଥିତ ହୋଇଯାଏ।
ਜਿੰਨੑਾ ਕਉ ਧੁਰਿ ਲਿਖਿਆ ਤਿਨੀ ਪਾਇਆ ਆਇ ॥ ଯାହାର ଭାଗ୍ୟରେ ପ୍ରାରମ୍ଭରୁ ହିଁ ଲେଖା ହୋଇଥାଏ, ଜଗତକୁ ଆସି ସେ ଏହି ଧନ ପ୍ରାପ୍ତ କରିଥାଏ।
ਮਨਮੁਖੁ ਜਗਤੁ ਨਿਰਧਨੁ ਹੈ ਮਾਇਆ ਨੋ ਬਿਲਲਾਇ ॥ ସ୍ଵେଚ୍ଛାଚାରୀ ଜଗତରେ ନିର୍ଦ୍ଧନ ଅଟେ, ଯିଏ ଧନ ପାଇଁ ରୋଦନ କରିଥାଏ, ସେ ପୀଡିତ ହୋଇଥାଏ।
ਅਨਦਿਨੁ ਫਿਰਦਾ ਸਦਾ ਰਹੈ ਭੁਖ ਨ ਕਦੇ ਜਾਇ ॥ ସେ ପ୍ରତିଦିନ ଏଣେତେଣେ ଦୌଡି ଥାଏ, କିନ୍ତୁ ତାହାର ଧନର କ୍ଷୁଧା କଦାପି ଦୂର ହୁଏନାହିଁ।
ਸਾਂਤਿ ਨ ਕਦੇ ਆਵਈ ਨਹ ਸੁਖੁ ਵਸੈ ਮਨਿ ਆਇ ॥ ତାହାକୁ କେବେ ଶାନ୍ତି ମିଳେନାହିଁ ଆଉ ନା ମନରେ ସୁଖ ବାସ କରିଥାଏ।
ਸਦਾ ਚਿੰਤ ਚਿਤਵਦਾ ਰਹੈ ਸਹਸਾ ਕਦੇ ਨ ਜਾਇ ॥ ସେ ସଦା ଚିନ୍ତାରେ ରହିଥାଏ ଏବଂ ତାହାର ସଂଶୟ କେବେ ଦୂର ହୁଏନାହିଁ।
ਨਾਨਕ ਵਿਣੁ ਸਤਿਗੁਰ ਮਤਿ ਭਵੀ ਸਤਿਗੁਰ ਨੋ ਮਿਲੈ ਤਾ ਸਬਦੁ ਕਮਾਇ ॥ ହେ ନାନକ! ସଦଗୁରୁଙ୍କ ବିନା ତାହାର ବୁଦ୍ଧି ଭ୍ରଷ୍ଟ ହୋଇଯାଏ, ଯଦି ତାହାକୁ ସଦଗୁରୁ ମିଳିଯାନ୍ତି, ସେ ଶବ୍ଦର ଅର୍ଜନ କରିଥାଏ।
ਸਦਾ ਸਦਾ ਸੁਖ ਮਹਿ ਰਹੈ ਸਚੇ ਮਾਹਿ ਸਮਾਇ ॥੧॥ ଏହିପରକାରେ ସେ ସଦା ସୁଖୀ ରହିଥାଏ ଏବଂ ସତ୍ୟରେ ହିଁ ବିଲୀନ ହୋଇଯାଏ||1||
ਮਃ ੩ ॥ ମହଲା 3॥
ਜਿਨਿ ਉਪਾਈ ਮੇਦਨੀ ਸੋਈ ਸਾਰ ਕਰੇਇ ॥ ଯିଏ ଏହି ପୃଥିବୀ ଜାତ କରିଛନ୍ତି, ସେ ହିଁ ଏହାର ପାଳନ କରିଥାନ୍ତି।
ਏਕੋ ਸਿਮਰਹੁ ਭਾਇਰਹੁ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥ ହେ ପ୍ରିୟ ଭାଇ! ଏକ ପରମେଶ୍ଵରଙ୍କୁ ହିଁ ସ୍ମରଣ କର, କାରଣ ତାହାଙ୍କ ବିନା ଆଉ କେହି ନାହାନ୍ତି।
ਖਾਣਾ ਸਬਦੁ ਚੰਗਿਆਈਆ ਜਿਤੁ ਖਾਧੈ ਸਦਾ ਤ੍ਰਿਪਤਿ ਹੋਇ ॥ ଶବ୍ଦର ଚିନ୍ତନ ଏବଂ ଉତ୍ତମକୁ ନିଜର ଭୋଜନ ବନାଅ, ଯାହା ଖାଇବା ଦ୍ଵାରା ମନ ସଦା ତୃପ୍ତ ରହିଥାଏ।
ਪੈਨਣੁ ਸਿਫਤਿ ਸਨਾਇ ਹੈ ਸਦਾ ਸਦਾ ਓਹੁ ਊਜਲਾ ਮੈਲਾ ਕਦੇ ਨ ਹੋਇ ॥ ଈଶ୍ଵରଙ୍କ ସ୍ମରଣ ଓ ଭଜନ-ଗାନ ହିଁ ମନୁଷ୍ୟର ଉଚିତ ବସ୍ତ୍ର ଅଟେ ଆଉ ଏହା ସଦା ଉଜ୍ଜଳ ରହିଥାଏ ଓ କେବେ ମଇଳା ହୁଏନାହିଁ।
ਸਹਜੇ ਸਚੁ ਧਨੁ ਖਟਿਆ ਥੋੜਾ ਕਦੇ ਨ ਹੋਇ ॥ ଯିଏ ସ୍ଵାଭାବିକ ଅବସ୍ଥାରେ ସତ୍ୟନାମ ରୂପୀ ଧନର ଅର୍ଜନ କରିଛି, ସେହି ଧନ କେବେ ମଧ୍ୟ କମେ ନାହିଁ।
ਦੇਹੀ ਨੋ ਸਬਦੁ ਸੀਗਾਰੁ ਹੈ ਜਿਤੁ ਸਦਾ ਸਦਾ ਸੁਖੁ ਹੋਇ ॥ ପରମାତ୍ମାଙ୍କ ନାମ ହିଁ ଶରୀରର ସଚ୍ଚା ଶୃଙ୍ଗାର ଟାଏ, ଯାହାଦ୍ୱାରା ସର୍ବଦା ସୁଖ ମିଳିଥାଏ।
ਨਾਨਕ ਗੁਰਮੁਖਿ ਬੁਝੀਐ ਜਿਸ ਨੋ ਆਪਿ ਵਿਖਾਲੇ ਸੋਇ ॥੨॥ ହେ ନାନକ! ଯାହାକୁ ସ୍ଵୟଂ ହିଁ ଦର୍ଶନ କରାଇ ଥାଆନ୍ତି, ସେ ଗୁରୁମୁଖୀ ବନି ଏହି ରହସ୍ୟକୁ ବୁଝି ନେଇଥାଏ||2||
ਪਉੜੀ ॥ ପଉଡୀ ॥
ਅੰਤਰਿ ਜਪੁ ਤਪੁ ਸੰਜਮੋ ਗੁਰ ਸਬਦੀ ਜਾਪੈ ॥ ମନରେ ଜପ, ତପ ଏବଂ ସଂଯମର ଜ୍ଞାନ ଶବ୍ଦ-ଗୁରୁ ଦ୍ଵାରା ହିଁ ଜଣା ଯାଇଥାଏ।
ਹਰਿ ਹਰਿ ਨਾਮੁ ਧਿਆਈਐ ਹਉਮੈ ਅਗਿਆਨੁ ਗਵਾਪੈ ॥ ପରମାତ୍ମାଙ୍କ ନାମର ଧ୍ୟାନ କରିବା ଦ୍ଵାରା ଅଭିମାନ ଏବଂ ଅଜ୍ଞାନତା ଦୂର ହୋଇଯାଏ।
ਅੰਦਰੁ ਅੰਮ੍ਰਿਤਿ ਭਰਪੂਰੁ ਹੈ ਚਾਖਿਆ ਸਾਦੁ ਜਾਪੈ ॥ ମନୁଷ୍ୟର ମନ ନାମାମୃତ ଦ୍ଵାରା ଭରି ରହିଥାଏ, କିନ୍ତୁ ଏହା ଆସ୍ଵାଦନ କରିବା ଦ୍ଵାରା ଜଣା ଯାଇଥାଏ।
ਜਿਨ ਚਾਖਿਆ ਸੇ ਨਿਰਭਉ ਭਏ ਸੇ ਹਰਿ ਰਸਿ ਧ੍ਰਾਪੈ ॥ ଯିଏ ଏହା ଆସ୍ଵାଦନ କରିଛି, ସେ ନିର୍ଭୀକ ହୋଇ ଯାଇଛି ଆଉ ହରିନାମ ରସ ଦ୍ଵାରା ସନ୍ତୁଷ୍ଟ ହୋଇ ଯାଇଛି।
ਹਰਿ ਕਿਰਪਾ ਧਾਰਿ ਪੀਆਇਆ ਫਿਰਿ ਕਾਲੁ ਨ ਵਿਆਪੈ ॥੧੭॥ ପରମାତ୍ମା କୃପା କରି ଯାହାକୁ ନାମାମୃତର ପାନ କରାଇଛନ୍ତି, ତାହାକୁ ପୁଣି କାଳ ଉତ୍ପୀଡନ କରେନାହିଁ||17||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3॥
ਲੋਕੁ ਅਵਗਣਾ ਕੀ ਬੰਨੑੈ ਗੰਠੜੀ ਗੁਣ ਨ ਵਿਹਾਝੈ ਕੋਇ ॥ ଲୋକମାନେ ଅବଗୁଣର ଗଣ୍ଠିଲି ବାନ୍ଧିଥାନ୍ତି, କିନ୍ତୁ ଗୁଣକୁ କେହି ମଧ୍ୟ କ୍ରୟ କରନ୍ତି ନାହିଁ।
ਗੁਣ ਕਾ ਗਾਹਕੁ ਨਾਨਕਾ ਵਿਰਲਾ ਕੋਈ ਹੋਇ ॥ ହେ ନାନକ! ଗୁଣର ଗ୍ରାହକ କେହି ବିରଳ ପୁରୁଷ ହିଁ ହୋଇଥାଏ।
ਗੁਰ ਪਰਸਾਦੀ ਗੁਣ ਪਾਈਅਨ੍ਹ੍ਹਿ ਜਿਸ ਨੋ ਨਦਰਿ ਕਰੇਇ ॥੧॥ ଯାହା ଉପରେ ପ୍ରଭୁ କୃପା-ଦୃଷ୍ଟି କରିଥାନ୍ତି, ଗୁରୁଙ୍କ ଆଶୀର୍ବାଦ ଦ୍ଵାରା ସେ ଗୁଣ ପ୍ରାପ୍ତ କରି ନେଇଥାଏ||1||
ਮਃ ੩ ॥ ମହଲା 3॥
ਗੁਣ ਅਵਗੁਣ ਸਮਾਨਿ ਹਹਿ ਜਿ ਆਪਿ ਕੀਤੇ ਕਰਤਾਰਿ ॥ ଗୁଣ-ଅବଗୁଣ ମଧ୍ୟ ଏକ ସମାନ ଅଟେ, କାରଣ ଈଶ୍ଵର ହିଁ ତାହା ବନାଇଛନ୍ତି।
ਨਾਨਕ ਹੁਕਮਿ ਮੰਨਿਐ ਸੁਖੁ ਪਾਈਐ ਗੁਰ ਸਬਦੀ ਵੀਚਾਰਿ ॥੨॥ ହେ ନାନକ! ଶବ୍ଦ-ଗୁରୁ ଦ୍ଵାରା ଚିନ୍ତନ କରିବା ଏବଂ ପରମାତ୍ମାଙ୍କ ହୁକୁମ ମାନିବା ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ||2||
ਪਉੜੀ ॥ ପଉଡୀ॥
ਅੰਦਰਿ ਰਾਜਾ ਤਖਤੁ ਹੈ ਆਪੇ ਕਰੇ ਨਿਆਉ ॥ ପରମାତ୍ମା ରୂପୀ ରାଜା ମନରେ ହିଁ ନିଜ ସିଂହାସନ ଉପରେ ବିରାଜମାନ ହୋଇଥାନ୍ତି ଏବଂ ସ୍ଵୟଂ ନ୍ୟାୟ କରିଥାନ୍ତି।
ਗੁਰ ਸਬਦੀ ਦਰੁ ਜਾਣੀਐ ਅੰਦਰਿ ਮਹਲੁ ਅਸਰਾਉ ॥ ଅନ୍ତର୍ମନରେ ହିଁ ଜୀବର ଦଶମ ଦ୍ଵାରରେ ହିଁ ପ୍ରଭୁଙ୍କ ଆଶ୍ରୟ ରହିଥାଏ ଏବଂ ଶବ୍ଦ-ଗୁରୁ ଦ୍ଵାରା ହିଁ ଯାହାର ଦ୍ଵାର ବୋଧ ହୋଇଥାଏ।
ਖਰੇ ਪਰਖਿ ਖਜਾਨੈ ਪਾਈਅਨਿ ਖੋਟਿਆ ਨਾਹੀ ਥਾਉ ॥ ସେ ସ୍ଵୟଂ ହିଁ ଉତ୍ତମ ଜୀବକୁ ପରଖ କରି ଖଜଣାରେ ରଖିଥାନ୍ତି, କିନ୍ତୁ ଦୁଷ୍ଟକୁ କେଉଁଠି ମଧ୍ୟ ସ୍ଥାନ ମିଳେନାହିଁ।
ਸਭੁ ਸਚੋ ਸਚੁ ਵਰਤਦਾ ਸਦਾ ਸਚੁ ਨਿਆਉ ॥ ସବୁ ଦିଗରେ ପରମ-ସତ୍ୟ ହିଁ ବ୍ୟାପ୍ତ ଅଛନ୍ତି ଆଉ ତାହାଙ୍କ ନ୍ୟାୟ ମଧ୍ୟ ସର୍ବଦା ସତ୍ୟ ଅଟେ।
ਅੰਮ੍ਰਿਤ ਕਾ ਰਸੁ ਆਇਆ ਮਨਿ ਵਸਿਆ ਨਾਉ ॥੧੮॥ ଯାହାଙ୍କ ମନରେ ପ୍ରଭୁଙ୍କ ନାମ ବାସ କରିଛି, ତାହା ପାଖକୁ ହିଁ ନାମାମୃତର ସ୍ଵାଦ ଆସିଥାଏ||18||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਹਉਮੈ ਕਰੀ ਤਾਂ ਤੂ ਨਾਹੀ ਤੂ ਹੋਵਹਿ ਹਉ ਨਾਹਿ ॥ ହେ ଈଶ୍ଵର! ଯେତେବେଳେ ଅଭିମାନ କରିଥାଏ, ତୁ ମନରେ ହିଁ ରହୁ, କିନ୍ତୁ ଯେତେବେଳେ ତୁ ମନରେ ରହୁ, ଅଭିମାନ ଦୂର ହୋଇଯାଏ।


© 2025 SGGS ONLINE
error: Content is protected !!
Scroll to Top