Guru Granth Sahib Translation Project

guru granth sahib odia page-1089

Page 1089

ਆਪੇ ਸ੍ਰਿਸਟਿ ਸਭ ਸਾਜੀਅਨੁ ਆਪੇ ਵਰਤੀਜੈ ॥ ସେ ସ୍ଵୟଂ ହିଁ ସଂପୂର୍ଣ୍ଣ ସୃଷ୍ଟିର ନିର୍ମାଣ କରିଛନ୍ତି ଏବଂ ସ୍ଵୟଂ ହିଁ ସେଥିରେ ସକ୍ରିୟ ରହିଥାନ୍ତି।
ਗੁਰਮੁਖਿ ਸਦਾ ਸਲਾਹੀਐ ਸਚੁ ਕੀਮਤਿ ਕੀਜੈ ॥ ଗୁରୁଙ୍କ ସାନ୍ନିଧ୍ୟରେ ସଦା ତାହାଙ୍କ ସ୍ତୁତିଗାନ କରସେହି ପରମ ସତ୍ୟଙ୍କ ମୂଲ୍ୟାଙ୍କନ ଏହିପରି କରାଯାଇ ପାରିବ।
ਗੁਰ ਸਬਦੀ ਕਮਲੁ ਬਿਗਾਸਿਆ ਇਵ ਹਰਿ ਰਸੁ ਪੀਜੈ ॥ ଶବ୍ଦ-ଗୁରୁ ଦ୍ଵାରା ହୃଦୟ-ପଦ୍ମ ପ୍ରସନ୍ନ ହୋଇଛି, ଏହିଭଳି ହରିନାମର ପାନ କରାଯାଏ।
ਆਵਣ ਜਾਣਾ ਠਾਕਿਆ ਸੁਖਿ ਸਹਜਿ ਸਵੀਜੈ ॥੭॥ ମୁଁ ନିଜ ଜନ୍ମ-ମରଣ ଦୂର କରି ଦେଇଛି ଆଉ ସ୍ଵାଭାବିକ ଅବସ୍ଥାରେ ସୁଖପୂର୍ବକ ରହିଥାଏ||7||
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1॥
ਨਾ ਮੈਲਾ ਨਾ ਧੁੰਧਲਾ ਨਾ ਭਗਵਾ ਨਾ ਕਚੁ ॥ ନା କେବେ ମଇଳା ହୋଇଥାଏ, ନା ହଜିଥାଏ ଆଉ ନା କଚ୍ଚା ହୋଇଥାଏ।
ਨਾਨਕ ਲਾਲੋ ਲਾਲੁ ਹੈ ਸਚੈ ਰਤਾ ਸਚੁ ॥੧॥ ହେ ନାନକ! ଭଗବାନଙ୍କ ଭକ୍ତିରେ ଲୀନ ରହିବା ହିଁ ସତ୍ୟଶୀଳ ଅଟେ ଏବଂ ତାହାଙ୍କ ପ୍ରେମର ଲାଲ ରଙ୍ଗ ଭଳି ପକ୍କା ହୋଇଥାଏ||1||
ਮਃ ੩ ॥ ମହଲା 3॥
ਸਹਜਿ ਵਣਸਪਤਿ ਫੁਲੁ ਫਲੁ ਭਵਰੁ ਵਸੈ ਭੈ ਖੰਡਿ॥ ପରମାନନ୍ଦରେ ହିଁ ବନସ୍ପତି, ଫୁଲ ଏବଂ ଫଳ ଲବ୍ଧ ହୋଇଥାଏ ଏବଂ ଭକ୍ତ ରୂପୀ ଜିଜ୍ଞାସୁ ଭ୍ରମର ନିର୍ଭୀକ ଭାବେ ବାସ କରିଥାଏ।
ਨਾਨਕ ਤਰਵਰੁ ਏਕੁ ਹੈ ਏਕੋ ਫੁਲੁ ਭਿਰੰਗੁ ॥੨॥ ହେ ନାନକ! ଈଶ୍ଵର ରୂପୀ ବୃକ୍ଷ ଏକ ହିଁ ଅଟେ ଆଉ ନାମ ରୂପୀ ଫଳ ମଧ୍ୟ ଏକ ହିଁ ଅଟେ ଭକ୍ତ ରୂପୀ ଭଅଁର ସେଥିରେ ଲୀନ ରହିଥାଏ||2||
ਪਉੜੀ ॥ ପଉଡୀ॥
ਜੋ ਜਨ ਲੂਝਹਿ ਮਨੈ ਸਿਉ ਸੇ ਸੂਰੇ ਪਰਧਾਨਾ ॥ ଯେଉଁ ବ୍ୟକ୍ତି ନିଜ ମନ ସହିତ ସଂଘର୍ଷ କରିଥାଏ, ବାସ୍ତବରେ ସେ ହିଁ ମହାନ ଯୋଦ୍ଧା ଅଟେ।
ਹਰਿ ਸੇਤੀ ਸਦਾ ਮਿਲਿ ਰਹੇ ਜਿਨੀ ਆਪੁ ਪਛਾਨਾ ॥ ଯିଏ ନିଜକୁ ନିଜେ ଜାଣି ନେଇଥାଏ, ସେ ସଦା ଭଗବାନଙ୍କ ସହିତ ମିଶି ରହିଥାଏ।
ਗਿਆਨੀਆ ਕਾ ਇਹੁ ਮਹਤੁ ਹੈ ਮਨ ਮਾਹਿ ਸਮਾਨਾ ॥ ଜ୍ଞାନୀ ପୁରୁଷଙ୍କ ଏହି ବଡିମା ଯେ ସେ ନିଜ ମନରେ ଲୀନ ରହିଥାଏ।
ਹਰਿ ਜੀਉ ਕਾ ਮਹਲੁ ਪਾਇਆ ਸਚੁ ਲਾਇ ਧਿਆਨਾ ॥ ସେ ସତ୍ୟରେ ଧ୍ୟାନ ଲଗାଇ ଭଗବାନଙ୍କ ଘର ପ୍ରାପ୍ତ କରିଥାଏ।
ਜਿਨ ਗੁਰ ਪਰਸਾਦੀ ਮਨੁ ਜੀਤਿਆ ਜਗੁ ਤਿਨਹਿ ਜਿਤਾਨਾ ॥੮॥ ଗୁରୁଙ୍କ କୃପାରୁ ଯିଏ ମନକୁ ଜିତି ନେଇଥାଏ, ସେ ସଂପୂର୍ଣ୍ଣ ଜଗତ ଉପରେ ବିଜୟ ପାଇଥାଏ||8||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3॥
ਜੋਗੀ ਹੋਵਾ ਜਗਿ ਭਵਾ ਘਰਿ ਘਰਿ ਭੀਖਿਆ ਲੇਉ ॥ ଯଦି ଯୋଗୀ ବନି ଜଗତର ଘରୁ ଭିକ୍ଷା ନେଇଥାଏ ଏବଂ
ਦਰਗਹ ਲੇਖਾ ਮੰਗੀਐ ਕਿਸੁ ਕਿਸੁ ਉਤਰੁ ਦੇਉ ॥ ଯେତେବେଳେ ଈଶ୍ଵରଙ୍କ ଦରବାରରେ ହିସାବ ମଗା ଯାଇଥାଏ, କାହା କାହାକୁ ଉତ୍ତର ଦେବ?
ਭਿਖਿਆ ਨਾਮੁ ਸੰਤੋਖੁ ਮੜੀ ਸਦਾ ਸਚੁ ਹੈ ਨਾਲਿ ॥ ଯିଏ ନାମର ଭିକ୍ଷା ମାଗିଥାଏ ଏବଂ ସନ୍ତୋଷ ରୂପୀ ମନ୍ଦିରରେ ରହିଥାଏ, ପରମାତ୍ମା ସଦା ତାହାଙ୍କ ସାଥିରେ ରହିଥାଏ।
ਭੇਖੀ ਹਾਥ ਨ ਲਧੀਆ ਸਭ ਬਧੀ ਜਮਕਾਲਿ ॥ ଦେଖାଇବା ପାଇଁ କଲେ କିଛି ମଧ୍ୟ ମିଳେନାହିଁ, ସାରା ଦୁନିଆ କାଳର ଅଙ୍କୁଶରେ ଫସି ରହିଥାଏ।
ਨਾਨਕ ਗਲਾ ਝੂਠੀਆ ਸਚਾ ਨਾਮੁ ਸਮਾਲਿ ॥੧॥ ହେ ନାନକ! ଅନ୍ୟ ସବୁ କଥା ମିଥ୍ୟା ଅଟେ, ଏଣୁ ସତ୍ୟ ନାମର ସ୍ମରଣ କର||1||
ਮਃ ੩ ॥ ମହଲା 3॥
ਜਿਤੁ ਦਰਿ ਲੇਖਾ ਮੰਗੀਐ ਸੋ ਦਰੁ ਸੇਵਿਹੁ ਨ ਕੋਇ ॥ ଯାହାଙ୍କ ଦ୍ଵାରରେ ଆସ୍ଥା ରଖିଲେ ମଧ୍ୟ ହିସାବ ମଗା ଯାଇଥାଏ, ସେହି ଦ୍ଵାରର ସେବା କର ନାହିଁ।
ਐਸਾ ਸਤਿਗੁਰੁ ਲੋੜਿ ਲਹੁ ਜਿਸੁ ਜੇਵਡੁ ਅਵਰੁ ਨ ਕੋਇ ॥ ଏଣୁ ଏପରି ସଦଗୁରୁ ସନ୍ଧାନ କର, ଯାହା ଭଳି ଆଉ କେହି ବଡ ନାହାନ୍ତି।
ਤਿਸੁ ਸਰਣਾਈ ਛੂਟੀਐ ਲੇਖਾ ਮੰਗੈ ਨ ਕੋਇ ॥ ତାହାଙ୍କ ଶରଣରେ ଆସିବା ଦ୍ଵାରା ହିଁ ମୁକ୍ତି ପ୍ରାପ୍ତ ହୋଇଥାଏ ଏବଂ କେହି ମଧ୍ୟ ହିସାବ ମାଗେ ନାହିଁ।
ਸਚੁ ਦ੍ਰਿੜਾਏ ਸਚੁ ਦ੍ਰਿੜੁ ਸਚਾ ਓਹੁ ਸਬਦੁ ਦੇਇ ॥ ସଦଗୁରୁ ସତ୍ୟ ନାମ ଜପିଥାନ୍ତି, ଅନ୍ୟକୁ ମଧ୍ୟ ସତ୍ୟନାମ ଜପାଇ ଥାଏ ଏବଂ ସଚ୍ଚା ଶବ୍ଦ ହିଁ ପ୍ରଦାନ କରିଥାନ୍ତି।
ਹਿਰਦੈ ਜਿਸ ਦੈ ਸਚੁ ਹੈ ਤਨੁ ਮਨੁ ਭੀ ਸਚਾ ਹੋਇ ॥ ଯାହାର ହୃଦୟରେ ସତ୍ୟ ଅଛି, ତାହାଙ୍କ ତନ-ମନ ମଧ୍ୟ ସଚ୍ଚା ହୋଇଯାଏ।
ਨਾਨਕ ਸਚੈ ਹੁਕਮਿ ਮੰਨਿਐ ਸਚੀ ਵਡਿਆਈ ਦੇਇ ॥ ହେ ନାନକ! ସଚ୍ଚା ପରମାତ୍ମାଙ୍କ ହୁକୁମକୁ ହିଁ ମାନିବା ଉଚିତ, କାରଣ ସେ ହିଁ ସଚ୍ଚା ବଡିମା ପ୍ରଦାନ କରିଥାନ୍ତି।
ਸਚੇ ਮਾਹਿ ਸਮਾਵਸੀ ਜਿਸ ਨੋ ਨਦਰਿ ਕਰੇਇ ॥੨॥ ଯାହା ଉପରେ ସେ ନିଜ କୃପା-ଦୃଷ୍ଟି କରିଥାନ୍ତି, ସେ ସତ୍ୟରେ ହିଁ ବିଲୀନ ହୋଇଯାଏ ॥2॥
ਪਉੜੀ ॥ ପଉଡୀ॥
ਸੂਰੇ ਏਹਿ ਨ ਆਖੀਅਹਿ ਅਹੰਕਾਰਿ ਮਰਹਿ ਦੁਖੁ ਪਾਵਹਿ ॥ ସେ ନିଜକୁ ସୁରବୀର କହିବାର ଯୋଗ୍ୟ ନୁହେଁ, ଯିଏ ଅହଂକାରରେ ମରି ଦୁଃଖ ପ୍ରାପ୍ତ କରିଥାଏ।
ਅੰਧੇ ਆਪੁ ਨ ਪਛਾਣਨੀ ਦੂਜੈ ਪਚਿ ਜਾਵਹਿ ॥ ଏପରି ଅନ୍ଧ ଅର୍ଥାତ ଜ୍ଞାନହୀନ ନିଜକୁ ନିଜେ ଚିହ୍ନି ପାରେ ନାହିଁ ଆଉ ଦୈତ୍ୟଭାବରେ ଲୀନ ରହି ବରବାଦ ହୋଇଯାଏ।
ਅਤਿ ਕਰੋਧ ਸਿਉ ਲੂਝਦੇ ਅਗੈ ਪਿਛੈ ਦੁਖੁ ਪਾਵਹਿ ॥ ସେ ଅତି କ୍ରୋଧରେ ଅନ୍ୟ ସହିତ ଲଢିଥାଏ ଆଉ ଦୁଃଖ ହିଁ ପାଇଥାଏ।
ਹਰਿ ਜੀਉ ਅਹੰਕਾਰੁ ਨ ਭਾਵਈ ਵੇਦ ਕੂਕਿ ਸੁਣਾਵਹਿ ॥ ବେଦ ଚିତ୍କାର କରି ଶୁଣାଇ ଥାଏ ଯେ ଈଶ୍ଵରଙ୍କୁ ଅହଂକାର ଭଲ ଲାଗେ ନାହିଁ।
ਅਹੰਕਾਰਿ ਮੁਏ ਸੇ ਵਿਗਤੀ ਗਏ ਮਰਿ ਜਨਮਹਿ ਫਿਰਿ ਆਵਹਿ ॥੯॥ ଯିଏ ଅହଂକାରରେ ମରିଥାଏ, ତାହାର ଗତି ହୁଏନାହିଁ, ଏଣୁ ସେ ଜନ୍ମ-ମରଣ ଚକ୍ରରେ ପଡି ରହିଥାଏ||9||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3॥
ਕਾਗਉ ਹੋਇ ਨ ਊਜਲਾ ਲੋਹੇ ਨਾਵ ਨ ਪਾਰੁ ॥ କଳା କାଉ ଧଳା ହଂସ ହୁଏନାହିଁ ଏବଂ ଲୁହାର ନାବରେ କେହି ମଧ୍ୟ ନଦୀ ପାର ହୋଇପାରେ ନାହିଁ।
ਪਿਰਮ ਪਦਾਰਥੁ ਮੰਨਿ ਲੈ ਧੰਨੁ ਸਵਾਰਣਹਾਰੁ ॥ ଜୀବନ ସଫଳ କରାଇବା ବାଲା ପରମାତ୍ମା ଧନ୍ୟ ଅଟନ୍ତି, ତାହାଙ୍କ ପ୍ରେମ-ପଦାର୍ଥ ମନରେ ଧାରଣ କର, ଯିଏ ହୁକୁମର ରହସ୍ୟ ଜାଣିଥାଏ, ସିଏ ହିଁ ଉଜ୍ଜଳ ହୋଇଥାଏ।
ਹੁਕਮੁ ਪਛਾਣੈ ਊਜਲਾ ਸਿਰਿ ਕਾਸਟ ਲੋਹਾ ਪਾਰਿ ॥ ଯେପରି ଲୁହା କାଠର ନଉକାରେ ନଦୀ ପାର ହୋଇଯାଏ, ସେପରି ହିଁ ପତିତ ଜୀବ ନାମ ସହିତ ଲାଗି ସଂସାର-ସାଗରରୁ ପାର ହୋଇଯାନ୍ତି।
ਤ੍ਰਿਸਨਾ ਛੋਡੈ ਭੈ ਵਸੈ ਨਾਨਕ ਕਰਣੀ ਸਾਰੁ ॥੧॥ ହେ ନାନକ! ଏହା ଶ୍ରେଷ୍ଠ କର୍ମ ଅଟେ ଯେ ମନୁଷ୍ୟ ତୃଷ୍ଣା ତ୍ୟାଗ କରି ପ୍ରଭୁ-ଭୟରେ ବାସ କରିଥାଏ||1||
ਮਃ ੩ ॥ ମହଲା 3॥
ਮਾਰੂ ਮਾਰਣ ਜੋ ਗਏ ਮਾਰਿ ਨ ਸਕਹਿ ਗਵਾਰ ॥ ଯେଉଁ ବ୍ୟକ୍ତି ମରୁସ୍ଥଳ ଅଥବା ବନ-ତୀର୍ଥରେ ମନ ଲଗାଇ ଥାଏ, ଏପରି ମୂର୍ଖ ନିଜ ମନକୁ ନିୟନ୍ତ୍ରଣ କରିପାରେ ନାହିଁ।
ਨਾਨਕ ਜੇ ਇਹੁ ਮਾਰੀਐ ਗੁਰ ਸਬਦੀ ਵੀਚਾਰਿ ॥ ହେ ନାନକ! ଯଦି ଏହି ମନକୁ ନିୟନ୍ତ୍ରଣ କରିବାର ଅଛି, ଶବ୍ଦ-ଗୁରୁଙ୍କ ଚିନ୍ତନ ଦ୍ଵାରା ହିଁ ଏହା କରାଯାଇ ପାରେ।
ਏਹੁ ਮਨੁ ਮਾਰਿਆ ਨਾ ਮਰੈ ਜੇ ਲੋਚੈ ਸਭੁ ਕੋਇ ॥ ସମସ୍ତେ ଚାହିଁ ଥାଆନ୍ତି, କିନ୍ତୁ ଏହି ମନକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ।
ਨਾਨਕ ਮਨ ਹੀ ਕਉ ਮਨੁ ਮਾਰਸੀ ਜੇ ਸਤਿਗੁਰੁ ਭੇਟੈ ਸੋਇ ॥੨॥ ହେ ନାନକ! ଯଦି ସଦଗୁରୁଙ୍କ ସହିତ ସାକ୍ଷାତ ହୋଇଯାଏ, ଶୁଦ୍ଧ ମନ ଅଶୁଦ୍ଧ ମନକୁ ନିୟନ୍ତ୍ରଣ କରିଥାଏ॥2॥


© 2025 SGGS ONLINE
error: Content is protected !!
Scroll to Top