Guru Granth Sahib Translation Project

guru granth sahib odia page-1080

Page 1080

ਕਹੁ ਨਾਨਕ ਸੇਈ ਜਨ ਊਤਮ ਜੋ ਭਾਵਹਿ ਸੁਆਮੀ ਤੁਮ ਮਨਾ ॥੧੬॥੧॥੮॥ ନକ କହନ୍ତି ଯେ ହେ ସ୍ଵାମୀ! ସେହି ମନୁଷ୍ୟ ଉତ୍ତମ ଅଟେ, ଯିଏ ତୋର ମନକୁ ଭଲ ଲାଗିଥାଏ||16||1||8||
ਮਾਰੂ ਮਹਲਾ ੫ ॥ ମାରୁ ମହଲା 5॥
ਪ੍ਰਭ ਸਮਰਥ ਸਰਬ ਸੁਖ ਦਾਨਾ ॥ ହେ ସମର୍ଥ ପ୍ରଭୁ! ତୁ ସର୍ବ ସୁଖ ଦେବା ବାଲା ଅଟୁ,
ਸਿਮਰਉ ਨਾਮੁ ਹੋਹੁ ਮਿਹਰਵਾਨਾ ॥ ମୋ’ ଉପରେ କୃପାଳୁ ହୁଅ, ଯେପରି ତୋର ନାମ-ସ୍ମରଣ କରି ଚାଲିଥିବି।
ਹਰਿ ਦਾਤਾ ਜੀਅ ਜੰਤ ਭੇਖਾਰੀ ਜਨੁ ਬਾਂਛੈ ਜਾਚੰਗਨਾ ॥੧॥ ହେ ହରି! ତୁ ହିଁ ଦାତା ଅଟୁ, ସବୁ ଜୀବ ଭିକାରି ଅଟନ୍ତି, ମୁଁ ଯାଚକ ବନି ତୋ’ ଠାରୁ ଦାନ ମାଗିଥାଏ||1||
ਮਾਗਉ ਜਨ ਧੂਰਿ ਪਰਮ ਗਤਿ ਪਾਵਉ ॥ ମୁଁ ଭକ୍ତଙ୍କ ଚରଣ-ଧୂଳି ମାଗିଥାଏ, ଯେପରି ପରମ-ଗତି ପ୍ରାପ୍ତ ହେବ,
ਜਨਮ ਜਨਮ ਕੀ ਮੈਲੁ ਮਿਟਾਵਉ ॥ ଏହାଦ୍ୱାରା ଜନ୍ମ-ଜନ୍ମାନ୍ତରର ମଇଳା ଦୂର ହୋଇଯାଏ।
ਦੀਰਘ ਰੋਗ ਮਿਟਹਿ ਹਰਿ ਅਉਖਧਿ ਹਰਿ ਨਿਰਮਲਿ ਰਾਪੈ ਮੰਗਨਾ ॥੨॥ ହରିନାମ ରୂପୀ ଔଷଧ ଦ୍ଵାରା ପୁରୁଣା ରୋଗ ମଧ୍ୟ ଦୂର ହୋଇଯାଏ। ଏହି ଦାନ ମଧ୍ୟ ମାଗିଥାଏ ଯେ ନିର୍ମଳ ହରିଙ୍କ ପ୍ରେମ ରଙ୍ଗରେ ମୋର ମନ ରଙ୍ଗୀନ ହୋଇଯାଉ||2||
ਸ੍ਰਵਣੀ ਸੁਣਉ ਬਿਮਲ ਜਸੁ ਸੁਆਮੀ ॥ ହେ ସ୍ଵାମୀ! ମୁଁ କାନ ଦ୍ଵାରା ତୋର ପବିତ୍ର ଯଶ ଶୁଣିଥାଏ।
ਏਕਾ ਓਟ ਤਜਉ ਬਿਖੁ ਕਾਮੀ ॥ ମୁଁ ବିଷ ରୂପୀ କାମବାସନା ତ୍ୟାଗ କରିଦେବି ଆଉ ଏକ ତୋର ଶରଣରେ ହିଁ ରହିବି।
ਨਿਵਿ ਨਿਵਿ ਪਾਇ ਲਗਉ ਦਾਸ ਤੇਰੇ ਕਰਿ ਸੁਕ੍ਰਿਤੁ ਨਾਹੀ ਸੰਗਨਾ ॥੩॥ ମୁଁ ନତ ମସ୍ତକ ହୋଇ ତୋର ଦାସର ଚରଣରେ ଲାଗି ରହିବି ଏବଂ ଏହି ଶୁଭ କର୍ମ କରିବାକୁ ସଙ୍କୋଚ କରିବି ନାହିଁ||3||
ਰਸਨਾ ਗੁਣ ਗਾਵੈ ਹਰਿ ਤੇਰੇ ॥ ହେ ପରମାତ୍ମା! ମୋର ଜିହ୍ଵା ତୋର ହିଁ ଗୁଣଗାନ କରୁଥିବ,
ਮਿਟਹਿ ਕਮਾਤੇ ਅਵਗੁਣ ਮੇਰੇ ॥ ଯେପରି ପୂର୍ବରୁ କରିଥିବା ମୋର ଅପକର୍ମ ଦୂର ହୋଇଯିବ।
ਸਿਮਰਿ ਸਿਮਰਿ ਸੁਆਮੀ ਮਨੁ ਜੀਵੈ ਪੰਚ ਦੂਤ ਤਜਿ ਤੰਗਨਾ ॥੪॥ ଦୁଃଖୀ କରିବା ବାଲା ପାଞ୍ଚ ବିକାର ତ୍ୟାଗ କରି ମୋର ମନ ସ୍ଵାମୀଙ୍କ ସ୍ମରଣରେ ବଞ୍ଚି ରହୁ||4||
ਚਰਨ ਕਮਲ ਜਪਿ ਬੋਹਿਥਿ ਚਰੀਐ ॥ ତୋର ନାମ ଜପ କରି ତୋର ଚରଣ-କମଳ ରୂପୀ ଜାହାଜ ଉପରେ ଚଢାଯାଇ ପାରେ,
ਸੰਤਸੰਗਿ ਮਿਲਿ ਸਾਗਰੁ ਤਰੀਐ ॥ ସନ୍ଥଙ୍କ ସାଥିରେ ସଂସାର-ସାଗରରୁ ପାର କରାଯାଇ ପାରେ,
ਅਰਚਾ ਬੰਦਨ ਹਰਿ ਸਮਤ ਨਿਵਾਸੀ ਬਾਹੁੜਿ ਜੋਨਿ ਨ ਨੰਗਨਾ ॥੫॥ ପରମାତ୍ମାଙ୍କୁ ସର୍ବବ୍ୟାପୀ ଭାବିବା ହିଁ ତାହାଙ୍କ ପୂଜା-ଅର୍ଚ୍ଚନା ଏବଂ ବନ୍ଦନା ଅଟେ ଏବଂ ଏହି ପ୍ରକାର ଜୀବକୁ ବାରମ୍ବାର ଯୋନି-ଚକ୍ରରେ ଅପମାନିତ ହେବାକୁ ପଡେ ନାହିଁ||5||
ਦਾਸ ਦਾਸਨ ਕੋ ਕਰਿ ਲੇਹੁ ਗੋੁਪਾਲਾ ॥ ਕ੍ਰਿਪਾ ਨਿਧਾਨ ਦੀਨ ਦਇਆਲਾ ॥ ହେ ପ୍ରଭୁ! ମୋତେ ନିଜ ଦାସର ଦାସ ବନାଇ ଦିଅ; ତୁ କୃପାର ଭଣ୍ଡାର ଅଟୁ, ଦୀନଦୟାଳୁ ଅଟୁ।
ਸਖਾ ਸਹਾਈ ਪੂਰਨ ਪਰਮੇਸੁਰ ਮਿਲੁ ਕਦੇ ਨ ਹੋਵੀ ਭੰਗਨਾ ॥੬॥ ହେ ପୂର୍ଣ୍ଣ ପରମେଶ୍ଵର! ତୁ ହିଁ ମିତ୍ର ଏବଂ ସହାୟକ ଅଟୁ, ମୋତେ ମିଳନ କରାଅ, ଯେପରି ତୋ’ ସହିତ ମୋର ମୈତ୍ରୀ କେବେ ସମାପ୍ତ ହେବ ନାହିଁ||6||
ਮਨੁ ਤਨੁ ਅਰਪਿ ਧਰੀ ਹਰਿ ਆਗੈ ॥ ମୁଁ ନିଜ ତନ-ମନ ସବୁ କିଛି ଭଗବାନଙ୍କ ସମ୍ମୁଖରେ ଅର୍ପଣ କରି ଦେଇଛି ଏବଂ
ਜਨਮ ਜਨਮ ਕਾ ਸੋਇਆ ਜਾਗੈ ॥ ଜନ୍ମ-ଜନ୍ମାନ୍ତରର ଅଜ୍ଞାନତାରେ ଶୟନ କରିଥିବା ମନ ଜାଗ୍ରତ ହୋଇ ଯାଇଛି।
ਜਿਸ ਕਾ ਸਾ ਸੋਈ ਪ੍ਰਤਿਪਾਲਕੁ ਹਤਿ ਤਿਆਗੀ ਹਉਮੈ ਹੰਤਨਾ ॥੭॥ ଯିଏ ବନାଇଛନ୍ତି, ସେ ହିଁ ଆମର ପୋଷଣ କରିଥାନ୍ତି। ଅହଂ ତ୍ୟାଗ କରି ଦେଇଛି||7||
ਜਲਿ ਥਲਿ ਪੂਰਨ ਅੰਤਰਜਾਮੀ ॥ ଅନ୍ତର୍ଯାମୀ ପରମେଶ୍ଵର ଜଳ, ସ୍ଥଳ ସବୁଠାରେ ବ୍ୟାପ୍ତ ଅଛନ୍ତି,
ਘਟਿ ਘਟਿ ਰਵਿਆ ਅਛਲ ਸੁਆਮੀ ॥ ସେ ପ୍ରତି ଜୀବ ଠାରେ ରମନ କରିଥାନ୍ତି ଏବଂ ସେହି ସ୍ଵାମୀଙ୍କ ନିକଟରେ ଛଳ-କପଟ କରାଯାଇ ପାରିବ ନାହିଁ।
ਭਰਮ ਭੀਤਿ ਖੋਈ ਗੁਰਿ ਪੂਰੈ ਏਕੁ ਰਵਿਆ ਸਰਬੰਗਨਾ ॥੮॥ ପୂର୍ଣ୍ଣ ଗୁରୁ ମୋର ଅହଂର ପ୍ରାଚୀର ନଷ୍ଟ କରି ଦେଇଛନ୍ତି ଏବଂ ସବୁଙ୍କ ଠାରେ ଏକ ପରମେଶ୍ଵର ହିଁ ମୋତେ ଦେଖା ଯାଉଛନ୍ତି||8||
ਜਤ ਕਤ ਪੇਖਉ ਪ੍ਰਭ ਸੁਖ ਸਾਗਰ ॥ ମୁଁ ଯେଉଁଠି ମଧ୍ୟ ଦେଖିଥାଏ, ସୁଖର ସାଗର ପ୍ରଭୁ ହିଁ ଦେଖା ଯାଉଛନ୍ତି।
ਹਰਿ ਤੋਟਿ ਭੰਡਾਰ ਨਾਹੀ ਰਤਨਾਗਰ ॥ ରତ୍ନାକର ହରିଙ୍କ ଭଣ୍ଡାରରେ କେବେ କୌଣସି ଅଭାବ ରହେ ନାହିଁ।
ਅਗਹ ਅਗਾਹ ਕਿਛੁ ਮਿਤਿ ਨਹੀ ਪਾਈਐ ਸੋ ਬੂਝੈ ਜਿਸੁ ਕਿਰਪੰਗਨਾ ॥੯॥ ସେ ଅଥଳ ଏବଂ ଅସୀମ ଅଟନ୍ତି ଏବଂ ତାହାଙ୍କ ବିସ୍ତାର ପାଇ ହୁଏନାହିଁ। ସେ ହିଁ ତାହାଙ୍କୁ ବୁଝିଥାଏ, ଯାହା ଉପରେ ତାହାଙ୍କ କୃପା ହୋଇଥାଏ||9||
ਛਾਤੀ ਸੀਤਲ ਮਨੁ ਤਨੁ ਠੰਢਾ ॥ ମୋର ଛାତି ଶୀତଳ ଏବଂ ମନ-ତନ ଥଣ୍ଡା ହୋଇ ଯାଇଛି,
ਜਨਮ ਮਰਣ ਕੀ ਮਿਟਵੀ ਡੰਝਾ ॥ ଜନ୍ମ-ମରଣର ଚିନ୍ତା ଦୂର ହୋଇ ଯାଇଛି।
ਕਰੁ ਗਹਿ ਕਾਢਿ ਲੀਏ ਪ੍ਰਭਿ ਅਪੁਨੈ ਅਮਿਓ ਧਾਰਿ ਦ੍ਰਿਸਟੰਗਨਾ ॥੧੦॥ ମୋର ପ୍ରଭୁ ଅମୃତ ଦୃଷ୍ଟି ଧାରଣ କରି ମୋର ହାତ ଧରି ମୋତେ ସଂସାର-ସାଗରରୁ ପାର କରାଇ ଅଛନ୍ତି||10||
ਏਕੋ ਏਕੁ ਰਵਿਆ ਸਭ ਠਾਈ ॥ ଏକ ଈଶ୍ଵର ସବୁ ସ୍ଥାନରେ ରମଣ କରୁ ଅଛନ୍ତି,
ਤਿਸੁ ਬਿਨੁ ਦੂਜਾ ਕੋਈ ਨਾਹੀ ॥ ତାହାଙ୍କ ବିନା ଆଉ କେହି ନାହାନ୍ତି।
ਆਦਿ ਮਧਿ ਅੰਤਿ ਪ੍ਰਭੁ ਰਵਿਆ ਤ੍ਰਿਸਨ ਬੁਝੀ ਭਰਮੰਗਨਾ ॥੧੧॥ ସୃଷ୍ଟିର ଆଦି, ମଧ୍ୟ ଏବଂ ଅନ୍ତରେ ପ୍ରଭୁ ସର୍ବଦା ବ୍ୟାପ୍ତ ଥାଆନ୍ତି, ମୋର ତୃଷ୍ଣା ମେଣ୍ଟି ଯାଇଛି ଆଉ ଭ୍ରମ ଦଯାଇଛି||11||
ਗੁਰੁ ਪਰਮੇਸਰੁ ਗੁਰੁ ਗੋਬਿੰਦੁ ॥ ଗୁରୁ ପରମେଶ୍ଵର ଅଟନ୍ତି, ଗୁରୁ ହିଁ ଗୋବିନ୍ଦ ଅଟନ୍ତି।
ਗੁਰੁ ਕਰਤਾ ਗੁਰੁ ਸਦ ਬਖਸੰਦੁ ॥ ଗୁରୁ ହିଁ ବନାଇବା ବାଲା ଅଟନ୍ତି, ସେ ସର୍ବଦା କ୍ଷମାବାନ ଅଟନ୍ତି।
ਗੁਰ ਜਪੁ ਜਾਪਿ ਜਪਤ ਫਲੁ ਪਾਇਆ ਗਿਆਨ ਦੀਪਕੁ ਸੰਤ ਸੰਗਨਾ ॥੧੨॥ ଗୁରୁଙ୍କୁ ଜପ କରି ମନୋବାଞ୍ଚିତ ଫଳ ପ୍ରାପ୍ତ କରିଛି ଏବଂ ସନ୍ଥଙ୍କ ସଙ୍ଗତ କରିବା ଦ୍ଵାରା ଜ୍ଞାନର ଦୀପକ ଆଲୋକିତ ହୋଇ ଯାଇଛି||12||
ਜੋ ਪੇਖਾ ਸੋ ਸਭੁ ਕਿਛੁ ਸੁਆਮੀ ॥ ଯାହା ମଧ୍ୟ ଦେଖିଥାଏ, ସବୁ କିଛି ମୋର ସ୍ଵାମୀ ହିଁ ଅଟନ୍ତି।
ਜੋ ਸੁਨਣਾ ਸੋ ਪ੍ਰਭ ਕੀ ਬਾਨੀ ॥ ଯାହା କିଛି ଶୁଣିଥାଏ, ତାହା ପ୍ରଭୁଙ୍କ ହିଁ ବାଣୀ ଅଟେ।
ਜੋ ਕੀਨੋ ਸੋ ਤੁਮਹਿ ਕਰਾਇਓ ਸਰਣਿ ਸਹਾਈ ਸੰਤਹ ਤਨਾ ॥੧੩॥ ହେ ଈଶ୍ଵର! ଯାହା କିଛି କରିଛି, ତାହା ତୁମେ ହିଁ ମୋ’ ଦ୍ଵାରା କରାଇଛ, ଯିଏ ସନ୍ଥଙ୍କ ଶରଣରେ ଆସିଥାଏ, ତୁ ତାହାର ସହାୟତା କରିଥାଏ||13||
ਜਾਚਕੁ ਜਾਚੈ ਤੁਮਹਿ ਅਰਾਧੈ ॥ ଯାଚକ ତୁମର ଆରାଧନା ହିଁ ମାଗିଥାଏ।
ਪਤਿਤ ਪਾਵਨ ਪੂਰਨ ਪ੍ਰਭ ਸਾਧੈ ॥ ହେ ପୂର୍ଣ୍ଣ ପ୍ରଭୁ! ତୁ ପତିତକୁ ପବିତ୍ର କରିବା ବାଲା ଅଟୁ ଏବଂ ତାହାର ଜୀବନ ସଫଳ କରି ଦେଉ।
ਏਕੋ ਦਾਨੁ ਸਰਬ ਸੁਖ ਗੁਣ ਨਿਧਿ ਆਨ ਮੰਗਨ ਨਿਹਕਿੰਚਨਾ ॥੧੪॥ ହେ ସର୍ବ ସୁଖଦାତା! ହେ ଗୁଣର ଭଣ୍ଡାର! ମୁଁ ତୋ’ ଠାରୁ ଏକ ଦାନ ମାଗିଥାଏ, ଅନ୍ୟ କିଛି ମାଗିବା ବ୍ୟର୍ଥ ଅଟେ||14||


© 2025 SGGS ONLINE
error: Content is protected !!
Scroll to Top