Guru Granth Sahib Translation Project

guru granth sahib odia page-1050

Page 1050

ਗੁਰਮੁਖਿ ਗਿਆਨੁ ਏਕੋ ਹੈ ਜਾਤਾ ਅਨਦਿਨੁ ਨਾਮੁ ਰਵੀਜੈ ਹੇ ॥੧੩॥ ଗୁରୁଙ୍କ ଜ୍ଞାନ ଏକମାତ୍ର ପରମେଶ୍ଵରଙ୍କୁ ହିଁ ଜଣାଥାଏ ଏବଂ ସେ ରାତି ଦିନ ନାମରେ ହିଁ ଲୀନ ରହିଥାଏ||13||
ਬੇਦ ਪੜਹਿ ਹਰਿ ਨਾਮੁ ਨ ਬੂਝਹਿ ॥ ଜୀବ ବେଦ ପାଠ କରିଥାଏ, ପରନ୍ତୁ ହରିନାମର ରହସ୍ୟକୁ ବୁଝେ ନାହିଁ।
ਮਾਇਆ ਕਾਰਣਿ ਪੜਿ ਪੜਿ ਲੂਝਹਿ ॥ ପାଠ-ପଠନ କରି ସେ ମାୟାର କାରଣରୁ ଖୁସି ରହିଥାଏ।
ਅੰਤਰਿ ਮੈਲੁ ਅਗਿਆਨੀ ਅੰਧਾ ਕਿਉ ਕਰਿ ਦੁਤਰੁ ਤਰੀਜੈ ਹੇ ॥੧੪॥ ମନରେ ମଇଳା ହେବା କାରଣରୁ ଅଜ୍ଞାନ ଏବଂ ଅନ୍ଧ କଠିନ ସଂସାର ସାଗରରୁ ପାର ହୋଇ ପାରିବ||14||
ਬੇਦ ਬਾਦ ਸਭਿ ਆਖਿ ਵਖਾਣਹਿ ॥ ପଣ୍ଡିତ ବେଦକୁ ବାଦ-ବିବାଦ କରି ତାହାର ବ୍ୟାଖ୍ୟା କରିଥାଏ,
ਨ ਅੰਤਰੁ ਭੀਜੈ ਨ ਸਬਦੁ ਪਛਾਣਹਿ ॥ ପରନ୍ତୁ ଏହାଦ୍ୱାରା ନା ତାହାର ମନ ଭିଜି ଥାଏ ଆଉ ନା ତାହାକୁ ଶବ୍ଦର ପରିଚୟ ହୋଇଥାଏ।
ਪੁੰਨੁ ਪਾਪੁ ਸਭੁ ਬੇਦਿ ਦ੍ਰਿੜਾਇਆ ਗੁਰਮੁਖਿ ਅੰਮ੍ਰਿਤੁ ਪੀਜੈ ਹੇ ॥੧੫॥ ସବୁ ବେଦ ଏହା ଦୃଢ କରାଇଛନ୍ତି ଯେ ପାପ-ପୂଣ୍ୟ କଣ ଅଟେ, ପରନ୍ତୁ ଗୁରୁମୁଖୀ ନାମାମୃତ ପାନ କରିଥାଏ||15||
ਆਪੇ ਸਾਚਾ ਏਕੋ ਸੋਈ ॥ ଏକ ଈଶ୍ଵର ହିଁ ସତ୍ୟ ଅଟନ୍ତି,
ਤਿਸੁ ਬਿਨੁ ਦੂਜਾ ਅਵਰੁ ਨ ਕੋਈ ॥ ତାହାଙ୍କ ଅତିରିକ୍ତ ଅନ୍ୟ କେହି ନାହାନ୍ତି।
ਨਾਨਕ ਨਾਮਿ ਰਤੇ ਮਨੁ ਸਾਚਾ ਸਚੋ ਸਚੁ ਰਵੀਜੈ ਹੇ ॥੧੬॥੬॥ ହେ ନାନକ! ଯେଉଁ ମନୁଷ୍ୟ ନାମରେ ଲୀନ ଥାଏ, ତାହାର ମନ ସଚ୍ଚା ଅଟେ ଏବଂ ସେ ଏକ ସତ୍ୟର ହିଁ ଚିନ୍ତନ କରିଥାଏ||16||6||
ਮਾਰੂ ਮਹਲਾ ੩ ॥ ମାରୁ ମହଲା 3 ॥
ਸਚੈ ਸਚਾ ਤਖਤੁ ਰਚਾਇਆ ॥ ସଚ୍ଚା ପରମେଶ୍ଵର ସୃଷ୍ଟିକୁ ନିଜର ସଚ୍ଚା ସିଂହାସନ ବନାଇଛନ୍ତି,
ਨਿਜ ਘਰਿ ਵਸਿਆ ਤਿਥੈ ਮੋਹੁ ਨ ਮਾਇਆ ॥ ସେ ନିଜ ଘର ଦଶମ ଦ୍ଵାରରେ ବାସ କରିଛନ୍ତି ଏବଂ ସେଠାରେ ମୋହ-ମାୟାର କୌଣସି ପ୍ରଭାବ ନଥାଏ।
ਸਦ ਹੀ ਸਾਚੁ ਵਸਿਆ ਘਟ ਅੰਤਰਿ ਗੁਰਮੁਖਿ ਕਰਣੀ ਸਾਰੀ ਹੇ ॥੧॥ ଯାହାର ହୃଦୟରେ ସର୍ବଦା ସତ୍ୟ ବାସ କରିଥାନ୍ତି, ସେହି ଗୁରୁମୁଖୀର ଆଚରଣ ମଧ୍ୟ ଶ୍ରେଷ୍ଠ ଅଟେ||1||
ਸਚਾ ਸਉਦਾ ਸਚੁ ਵਾਪਾਰਾ ॥ ଯେତେବେଳେ ନାମ ରୂପୀ ସଚ୍ଚା ସଉଦା ଏବଂ ସଚ୍ଚା ବ୍ୟାପାର କରାଯାଏ,
ਨ ਤਿਥੈ ਭਰਮੁ ਨ ਦੂਜਾ ਪਸਾਰਾ ॥ ସେତେବେଳେ ସେଠାରେ କୌଣସି ଭ୍ରମ ଓ ଦୈତ୍ୟଭାବର ପ୍ରସାର ହୁଏନାହିଁ।
ਸਚਾ ਧਨੁ ਖਟਿਆ ਕਦੇ ਤੋਟਿ ਨ ਆਵੈ ਬੂਝੈ ਕੋ ਵੀਚਾਰੀ ਹੇ ॥੨॥ ସଚ୍ଚା ଧନ ଲାଭ ପ୍ରାପ୍ତ କରିବା ଦ୍ଵାରା କୌଣସି ଅଭାବ ରହେ ନାହିଁ, କେହି ବିରଳ ବିଚାରବନ୍ତ ହିଁ ଏହି ତଥ୍ୟକୁ ବୁଝିଥାଏ||2||
ਸਚੈ ਲਾਏ ਸੇ ਜਨ ਲਾਗੇ ॥ ସଚ୍ଚା ପ୍ରଭୁ ଯାହାକୁ ଏହି ବ୍ୟାପାରରେ ଲଗାଇଛନ୍ତି, ସେ ହିଁ ଏଥିରେ ଲାଗିଥାଏ।
ਅੰਤਰਿ ਸਬਦੁ ਮਸਤਕਿ ਵਡਭਾਗੇ ॥ ଯାହାର କପାଳରେ ଉତ୍ତମ ଭାଗ୍ୟ ହୋଇଥାଏ, ତାହାର ମନରେ ଶବ୍ଦର ନିବାସ ହୋଇଥାଏ।
ਸਚੈ ਸਬਦਿ ਸਦਾ ਗੁਣ ਗਾਵਹਿ ਸਬਦਿ ਰਤੇ ਵੀਚਾਰੀ ਹੇ ॥੩॥ ସଚ୍ଚା ଶବ୍ଦ ଦ୍ଵାରା ସେ ପରମାତ୍ମାଙ୍କ ହିଁ ଗୁଣଗାନ କରିଥାଏ ଏବଂ ଏପରି ବିବେକୀ ପୁରୁଷ ଶବ୍ଦରେ ଲୀନ ରହିଥାଏ||3||
ਸਚੋ ਸਚਾ ਸਚੁ ਸਾਲਾਹੀ ॥ ମୁଁ ପରମ-ସତ୍ୟ ପରମେଶ୍ଵରଙ୍କ ସ୍ତୁତି ହିଁ କରିଥାଏ, ଯିଏ ସର୍ବଦା ଶାଶ୍ଵତ ଅଟେ।
ਏਕੋ ਵੇਖਾ ਦੂਜਾ ਨਾਹੀ ॥ ସେହି ଏକକୁ ହିଁ ଦେଖିଥାଏ ଏବଂ ତାହାଙ୍କ ବିନା ଆଉ କେହି ନାହାନ୍ତି।
ਗੁਰਮਤਿ ਊਚੋ ਊਚੀ ਪਉੜੀ ਗਿਆਨਿ ਰਤਨਿ ਹਉਮੈ ਮਾਰੀ ਹੇ ॥੪॥ ଗୁରୁଙ୍କ ଉପଦେଶ ହିଁ ସର୍ବଶ୍ରେଷ୍ଠ ସିଢି ଅଟେ, ଯାହା ସାହାଯ୍ୟରେ ସତ୍ୟ ପର୍ଯ୍ୟନ୍ତ ପହଞ୍ଚା ଯାଇ ପାରିବ ଏବଂ ଜ୍ଞାନ ରତ୍ନ ଦ୍ଵାରା ଅହଂ ଦୂର କରାଯାଇ ପାରିବ||4||
ਮਾਇਆ ਮੋਹੁ ਸਬਦਿ ਜਲਾਇਆ ॥ ବ୍ରହ୍ମ-ଶବ୍ଦ ମୋହ ମାୟାକୁ ଜଳାଇ ଦେଇଛି।
ਸਚੁ ਮਨਿ ਵਸਿਆ ਜਾ ਤੁਧੁ ਭਾਇਆ ॥ ହେ ଈଶ୍ଵର! ଯେତେବେଳେ ତୋତେ ଭଲ ଲାଗିଛି ମୁଁ ସତ୍ୟରେ ଅବସ୍ଥିତ ହୋଇ ଯାଇଛି।
ਸਚੇ ਕੀ ਸਭ ਸਚੀ ਕਰਣੀ ਹਉਮੈ ਤਿਖਾ ਨਿਵਾਰੀ ਹੇ ॥੫॥ ସଚ୍ଚା ପ୍ରଭୁଙ୍କ ଦ୍ଵାରା ହୋଇଥିବା ସବୁକିଛି ସତ୍ୟ ଅଟେ ଆଉ ଉତ୍ତମ ଆଚରଣ ଆପଣେଇବା ଦ୍ଵାରା ଅହଂକାର ଓ ତୃଷ୍ଣାକୁ ଦୂର କରାଯାଇ ପାରିବ||5||
ਮਾਇਆ ਮੋਹੁ ਸਭੁ ਆਪੇ ਕੀਨਾ ॥ ୟା-ମୋହ ସବୁ ପରମାତ୍ମା ହିଁ ବନାଇଛନ୍ତି ଏବଂ
ਗੁਰਮੁਖਿ ਵਿਰਲੈ ਕਿਨ ਹੀ ਚੀਨਾ ॥ କେହି ବିରଳ ଗୁରୁମୁଖୀ ହିଁ ଏହି ତଥ୍ୟକୁ ଜାଣିଥାଏ।
ਗੁਰਮੁਖਿ ਹੋਵੈ ਸੁ ਸਚੁ ਕਮਾਵੈ ਸਾਚੀ ਕਰਣੀ ਸਾਰੀ ਹੇ ॥੬॥ ଯିଏ ଗୁରୁମୁଖୀ ବନି ଯାଇଥାଏ, ସେ ଉତ୍ତମ ଆଚରଣ ଆପଣାଇ ଥାଏ ଏବଂ ସଚ୍ଚା କାର୍ଯ୍ୟ ହିଁ ତାହାର ଶ୍ରେଷ୍ଠ କର୍ମ ଅଟେ||6||
ਕਾਰ ਕਮਾਈ ਜੋ ਮੇਰੇ ਪ੍ਰਭ ਭਾਈ ॥ ସେ ସେହି କାର୍ଯ୍ୟ କରିଥାଏ ଯାହା ମୋର ପ୍ରଭୁଙ୍କୁ ଭଲ ଲାଗିଥାଏ ଏବଂ
ਹਉਮੈ ਤ੍ਰਿਸਨਾ ਸਬਦਿ ਬੁਝਾਈ ॥ ଶବ୍ଦ ଦ୍ଵାରା ଅହଂ ଓ ତୃଷ୍ଣାଗ୍ନି ଲିଭି ଯାଇଥାଏ।
ਗੁਰਮਤਿ ਸਦ ਹੀ ਅੰਤਰੁ ਸੀਤਲੁ ਹਉਮੈ ਮਾਰਿ ਨਿਵਾਰੀ ਹੇ ॥੭॥ ଗୁରୁଙ୍କ ଶିକ୍ଷା ଦ୍ଵାରା ମନ ସର୍ବଦା ଶୀତଳ ରହିଥାଏ ଏବଂ ମନରୁ ଅଭିମାନ ଦୂର ହୋଇଥାଏ||7||
ਸਚਿ ਲਗੇ ਤਿਨ ਸਭੁ ਕਿਛੁ ਭਾਵੈ ॥ ଯିଏ ସତ୍ୟରେ ଲୀନ ହୋଇଯାଏ, ତାହାକୁ ସବୁକିଛି ଭଲ ଲାଗିଥାଏ।
ਸਚੈ ਸਬਦੇ ਸਚਿ ਸੁਹਾਵੈ ॥ ସେ ସଚ୍ଚା ଶବ୍ଦରେ ହିଁ ମଗ୍ନ ରହିଥାଏ ଏବଂ ସତ୍ୟ ଦ୍ଵାରା ହିଁ ଶୋଭା ପ୍ରାପ୍ତ କରିଥାଏ।
ਐਥੈ ਸਾਚੇ ਸੇ ਦਰਿ ਸਾਚੇ ਨਦਰੀ ਨਦਰਿ ਸਵਾਰੀ ਹੇ ॥੮॥ ଯିଏ ଇହଲୋକରେ ସତ୍ୟବାନ ହୋଇଥାଏ, ତାହାକୁ ପ୍ରଭୁଙ୍କ ଦରବାରରେ ମଧ୍ୟ ସତ୍ୟବାନ ମାନାଯାଏ ଏବଂ କୃପାନିଧି ପ୍ରଭୁ ନିଜର କୃପା ଦ୍ରୁଷ୍ଟି ଦ୍ଵାରା ତାହାକୁ ସଫଳ କରାଇ ଥାଆନ୍ତି||8||
ਬਿਨੁ ਸਾਚੇ ਜੋ ਦੂਜੈ ਲਾਇਆ ॥ ସତ୍ୟ ବିନା ଯିଏ ଦୈତ୍ୟଭାବରେ ଚିତ୍ତ ଲଗାଇ ଥାଏ,
ਮਾਇਆ ਮੋਹ ਦੁਖ ਸਬਾਇਆ ॥ ତାହାକୁ ମାୟା-ମୋହର ଦୁଃଖ ଲାଗି ରହିଥାଏ।
ਬਿਨੁ ਗੁਰ ਦੁਖੁ ਸੁਖੁ ਜਾਪੈ ਨਾਹੀ ਮਾਇਆ ਮੋਹ ਦੁਖੁ ਭਾਰੀ ਹੇ ॥੯॥ ଗୁରୁଙ୍କ ବିନା ତାହାକୁ ଏହା ଜଣାପଡେ ନାହିଁ ଯେ ଦୁଃଖ-ସୁଖ କଣ ଅଟେ। ମୋହ-ମାୟାର ଦୁଃଖ ବହୁତ ଭାରି ଅଟେ||9||
ਸਾਚਾ ਸਬਦੁ ਜਿਨਾ ਮਨਿ ਭਾਇਆ ॥ ଯାହାର ମନକୁ ସଚ୍ଚା ଶବ୍ଦ ଭଲ ଲାଗିଥାଏ,
ਪੂਰਬਿ ਲਿਖਿਆ ਤਿਨੀ ਕਮਾਇਆ ॥ ତାହାକୁ ପୂର୍ବ କର୍ମ ଲେଖାର ଫଳ ପ୍ରାପ୍ତ ହୋଇଥାଏ।
ਸਚੋ ਸੇਵਹਿ ਸਚੁ ਧਿਆਵਹਿ ਸਚਿ ਰਤੇ ਵੀਚਾਰੀ ਹੇ ॥੧੦॥ ସେହି ବିବେକୀ ପୁରୁଷ ସତ୍ୟର ଉପାସନା କରିଥାଏ, ସତ୍ୟର ମନନ କରିଥାଏ ଏବଂ ସତ୍ୟରେ ହିଁ ଲୀନ ରହିଥାଏ||10||
ਗੁਰ ਕੀ ਸੇਵਾ ਮੀਠੀ ਲਾਗੀ ॥ ତାହାକୁ ଗୁରୁଙ୍କ ସେବା ହିଁ ମିଠା ଲାଗିଥାଏ ଏବଂ
ਅਨਦਿਨੁ ਸੂਖ ਸਹਜ ਸਮਾਧੀ ॥ ସର୍ବଦା ସ୍ଵାଭାବିକ ସମାଧି ଲଗାଇ ସୁଖୀ ରହିଥାଏ।
ਹਰਿ ਹਰਿ ਕਰਤਿਆ ਮਨੁ ਨਿਰਮਲੁ ਹੋਆ ਗੁਰ ਕੀ ਸੇਵ ਪਿਆਰੀ ਹੇ ॥੧੧॥ ପରମାତ୍ମାଙ୍କ ନାମ ଜପି ତାହାର ମନ ନିର୍ମଳ ହୋଇଥାଏ ଏବଂ ତାହାକୁ ଗୁରୁଙ୍କ ସେବା ହିଁ ପ୍ରିୟ ଲାଗିଥାଏ||11||
ਸੇ ਜਨ ਸੁਖੀਏ ਸਤਿਗੁਰਿ ਸਚੇ ਲਾਏ ॥ ସେହି ଭକ୍ତଜନ ସୁଖୀ ଅଟେ, ଯାହାକୁ ସଦଗୁରୁ ପ୍ରଭୁଙ୍କ ଭକ୍ତିରେ ଲଗାଇ ଥାଆନ୍ତି।
ਆਪੇ ਭਾਣੇ ਆਪਿ ਮਿਲਾਏ ॥ ପରମାତ୍ମା ନିଜ ଇଚ୍ଛାରେ ହିଁ ସ୍ଵୟଂ ହିଁ ମିଳାଇ ଥାଆନ୍ତି।
ਸਤਿਗੁਰਿ ਰਾਖੇ ਸੇ ਜਨ ਉਬਰੇ ਹੋਰ ਮਾਇਆ ਮੋਹ ਖੁਆਰੀ ਹੇ ॥੧੨॥ ଯାହାର ରକ୍ଷା ସଦଗୁରୁ କରିଥାନ୍ତି, ସେ ବର୍ତ୍ତି ଯାଇଥାଏ, ଅନ୍ୟ ସମସ୍ତେ ମୋହ-ମାୟାରେ ହିଁ ଧ୍ଵଂସ ହୋଇଥାନ୍ତି||12||


© 2017 SGGS ONLINE
error: Content is protected !!
Scroll to Top