Guru Granth Sahib Translation Project

guru granth sahib odia page-1038

Page 1038

ਸਾਮ ਵੇਦੁ ਰਿਗੁ ਜੁਜਰੁ ਅਥਰਬਣੁ ॥ ରୁକ, ସାମ, ଯଜୁଃ ଏବଂ ଅଥର୍ବ ବେଦ-
ਬ੍ਰਹਮੇ ਮੁਖਿ ਮਾਇਆ ਹੈ ਤ੍ਰੈ ਗੁਣ ॥ ବ୍ରହ୍ମାଙ୍କ ମୁଖରୁ ବାହାରିଥିବା ତ୍ରିଗୁଣାତ୍ମକ ମାୟା ରୂପୀ ହିଁ ଅଟେ।
ਤਾ ਕੀ ਕੀਮਤਿ ਕਹਿ ਨ ਸਕੈ ਕੋ ਤਿਉ ਬੋਲੇ ਜਿਉ ਬੋਲਾਇਦਾ ॥੯॥ ପ୍ରଭୁଙ୍କ ମହିମାର ଉଚିତ ମୂଲ୍ୟ କେହି ଆଙ୍କି ପାରିବେ ନାହିଁ, ଜୀବ ସେପରି ହିଁ ବୋଲିଥାଏ, ଯେପରି ସେ ବୋଲାଇ ଥାଆନ୍ତି||9||
ਸੁੰਨਹੁ ਸਪਤ ਪਾਤਾਲ ਉਪਾਏ ॥ ଶୂନ୍ୟରୁ ହିଁ ସପ୍ତ ପାତାଳ ଉତ୍ପନ୍ନ କରା ଯାଇଛି,
ਸੁੰਨਹੁ ਭਵਣ ਰਖੇ ਲਿਵ ਲਾਏ ॥ ଶୂନ୍ୟରୁ ହିଁ ବିଶ୍ଵର ଉତ୍ପନ୍ନ କରା ଯାଇଛି ଏବଂ ସମସ୍ତେ ଈଶ୍ଵରଙ୍କ ଠାରେ ହିଁ ଧ୍ୟାନ ଲଗାଇ ଥାଆନ୍ତି।
ਆਪੇ ਕਾਰਣੁ ਕੀਆ ਅਪਰੰਪਰਿ ਸਭੁ ਤੇਰੋ ਕੀਆ ਕਮਾਇਦਾ ॥੧੦॥ ହେ ପରମେଶ୍ଵର! ତୁ ସ୍ଵୟଂ ହିଁ ଏହି ଜଗତ ପ୍ରସାର କରିଛୁ ଆଉ ସବୁ ଜୀବ ତାହା କରିଥାନ୍ତି, ଯାହା ତୁ କରାଉ||10||
ਰਜ ਤਮ ਸਤ ਕਲ ਤੇਰੀ ਛਾਇਆ ॥ ରଜ, ତମ ଓ ସତ ଗୁଣର ଶକ୍ତି ତୋର ହିଁ ଛାୟା ଅଟେ।
ਜਨਮ ਮਰਣ ਹਉਮੈ ਦੁਖੁ ਪਾਇਆ ॥ ତୁ ଜୀବ ଠାରେ ଅଭିମାନର ଦୁଃଖ ରଖିଛୁ, ଯାହା ଜନ୍ମ-ମରଣର କାରଣ ଅଟେ।
ਜਿਸ ਨੋ ਕ੍ਰਿਪਾ ਕਰੇ ਹਰਿ ਗੁਰਮੁਖਿ ਗੁਣਿ ਚਉਥੈ ਮੁਕਤਿ ਕਰਾਇਦਾ ॥੧੧॥ ଯାହା ଉପରେ ପରମାତ୍ମା କୃପା କରିଥାନ୍ତି, ସେ ଗୁରୁଙ୍କ ସାନ୍ନିଧ୍ୟରୁ ମୁକ୍ତି ପ୍ରାପ୍ତ କରିଥାଏ||11||
ਸੁੰਨਹੁ ਉਪਜੇ ਦਸ ਅਵਤਾਰਾ ॥ ଶୂନ୍ୟରୁ ହିଁ ଦଶ ଅବତାର ଉତ୍ପନ୍ନ ହୋଇଛନ୍ତି,
ਸ੍ਰਿਸਟਿ ਉਪਾਇ ਕੀਆ ਪਾਸਾਰਾ ॥ ସୃଷ୍ଟିକୁ ଉତ୍ପନ୍ନ କରି ସଂପୂର୍ଣ୍ଣ ଭାବରେ ପ୍ରସାର କରିଛନ୍ତି।
ਦੇਵ ਦਾਨਵ ਗਣ ਗੰਧਰਬ ਸਾਜੇ ਸਭਿ ਲਿਖਿਆ ਕਰਮ ਕਮਾਇਦਾ ॥੧੨॥ ସେ ଦେବ, ଦାନବ, ଗଣ ଏବଂ ଗନ୍ଧର୍ବର ର ରଚନା କରିଛନ୍ତି ଏବଂ ସବୁ ଜୀବ ଭାଗ୍ୟ ଅନୁସାରେ ହିଁ କର୍ମ କରିଥାନ୍ତି||12||
ਗੁਰਮੁਖਿ ਸਮਝੈ ਰੋਗੁ ਨ ਹੋਈ ॥ ଗୁରୁଙ୍କ ସାନ୍ନିଧ୍ୟରୁ ଯିଏ ଏହି ତଥ୍ୟକୁ ବୁଝିନିଏ, ତାହାକୁ କୌଣସି ରୋଗ ଲାଗେ ନାହିଁ।
ਇਹ ਗੁਰ ਕੀ ਪਉੜੀ ਜਾਣੈ ਜਨੁ ਕੋਈ ॥ କେହି ବିରଳ ହିଁ ଗୁରୁଙ୍କ ମାର୍ଗକୁ ଜାଣିଥାଏ।
ਜੁਗਹ ਜੁਗੰਤਰਿ ਮੁਕਤਿ ਪਰਾਇਣ ਸੋ ਮੁਕਤਿ ਭਇਆ ਪਤਿ ਪਾਇਦਾ ॥੧੩॥ ଏହି ମାର୍ଗ ଯୁଗ-ଯୁଗାନ୍ତରରୁ ମୁକ୍ତି ପାଇବାର ସାଧନ ଅଟେ, ଯିଏ ବନ୍ଧନରୁ ମୁକ୍ତି ପ୍ରାପ୍ତ କରିଥାଏ, ତାହାକୁ ପ୍ରଭୁଙ୍କ ଦ୍ଵାରରେ ଶୋଭା ମିଳିଥାଏ। ||13||
ਪੰਚ ਤਤੁ ਸੁੰਨਹੁ ਪਰਗਾਸਾ ॥ ଶୂନ୍ୟରୁ ହିଁ ପଞ୍ଚ ତତ୍ତ୍ଵର ପ୍ରକାଶ ହୋଇଛି ଏବଂ
ਦੇਹ ਸੰਜੋਗੀ ਕਰਮ ਅਭਿਆਸਾ ॥ ଏହି ତତ୍ତ୍ଵର ସଂଯୋଗରୁ ଶରୀର ସୃଷ୍ଟି ହୋଇ କର୍ମର ଅଭ୍ୟାସ କରିଥାଏ।
ਬੁਰਾ ਭਲਾ ਦੁਇ ਮਸਤਕਿ ਲੀਖੇ ਪਾਪੁ ਪੁੰਨੁ ਬੀਜਾਇਦਾ ॥੧੪॥ ଭଲ ଓ ମନ୍ଦ ଦୁଇ ପ୍ରକାରର କର୍ମ କପାଳରେ ଲେଖା ହୋଇଥାଏ ଏବଂ ଜୀବ ପାପ ଓ ପୂଣ୍ୟ ବୁଣିଥାଏ||14||
ਊਤਮ ਸਤਿਗੁਰ ਪੁਰਖ ਨਿਰਾਲੇ ॥ ସଦଗୁରୁ ଉତ୍ତମ ପୁରୁଷ ଏବଂ ନିରଳ ଅଟନ୍ତି,
ਸਬਦਿ ਰਤੇ ਹਰਿ ਰਸਿ ਮਤਵਾਲੇ ॥ ଯିଏ ଶବ୍ଦରେ ରତ ରହି ହରିରସରେ ମତୁଆଲା ରହିଥାଏ।
ਰਿਧਿ ਬੁਧਿ ਸਿਧਿ ਗਿਆਨੁ ਗੁਰੂ ਤੇ ਪਾਈਐ ਪੂਰੈ ਭਾਗਿ ਮਿਲਾਇਦਾ ॥੧੫॥ ରିଦ୍ଧି, ସିଦ୍ଧି, ବୁଦ୍ଧି ଏବଂ ଜ୍ଞାନ ଗୁରୁଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ ଏବଂ ପୂର୍ଣ୍ଣ ଭାଗ୍ୟରୁ ହିଁ ଗୁରୁଙ୍କ ଦ୍ଵାରା ପରମାତ୍ମାଙ୍କ ଠାରେ ମିଳନ ହୋଇଥାଏ||15||
ਇਸੁ ਮਨ ਮਾਇਆ ਕਉ ਨੇਹੁ ਘਨੇਰਾ ॥ ଏହି ମନର ପ୍ରେମ ମାୟା ସହିତ ଲାଗି ରହିଛି।
ਕੋਈ ਬੂਝਹੁ ਗਿਆਨੀ ਕਰਹੁ ਨਿਬੇਰਾ ॥ ଜ୍ଞାନୀ ପୁରୁଷକୁ ବୁଝି ଏହି ତଥ୍ୟର ନିର୍ଣ୍ଣୟ କେହି କରୁ।
ਆਸਾ ਮਨਸਾ ਹਉਮੈ ਸਹਸਾ ਨਰੁ ਲੋਭੀ ਕੂੜੁ ਕਮਾਇਦਾ ॥੧੬॥ ଲୋଭୀ ମନୁଷ୍ୟ ମିଥ୍ୟାରେ ହିଁ ଲିପ୍ତ ରହିଥାଏ ଏବଂ ଆଶା, ତୃଷ୍ଣା, ଅଭିମାନ ଏବଂ ସନ୍ଦେହର ରୋଗ ଲାଗି ରହିଥାଏ||16||
ਸਤਿਗੁਰ ਤੇ ਪਾਏ ਵੀਚਾਰਾ ॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଠାରୁ ଜ୍ଞାନ ପାଇଥାଏ,
ਸੁੰਨ ਸਮਾਧਿ ਸਚੇ ਘਰ ਬਾਰਾ ॥ ସେ ଶୂନ୍ୟ ସମାଧି ଦ୍ଵାରା ସଚ୍ଚା ପ୍ରଭୁଙ୍କ ଠାରେ ନିବାସ ପାଇ ନିଏ।
ਨਾਨਕ ਨਿਰਮਲ ਨਾਦੁ ਸਬਦ ਧੁਨਿ ਸਚੁ ਰਾਮੈ ਨਾਮਿ ਸਮਾਇਦਾ ॥੧੭॥੫॥੧੭॥ ହେ ନାନକ! ପୁଣି ମନର ଶବ୍ଦର ଧ୍ୱନିରୁ ନିର୍ମଳ ନାଦ ଶୁଣାଇ ଦେଇଥାଏ ଏବଂ ସେ ସଚ୍ଚା ରାମନାମରେ ରହିଥାଏ||17||5||17||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1॥
ਜਹ ਦੇਖਾ ਤਹ ਦੀਨ ਦਇਆਲਾ ॥ ଯେଉଁଠି ଦେଖିଥାଏ, ସେହି ଦୀନଦୟାଳୁ ଅଛନ୍ତି।
ਆਇ ਨ ਜਾਈ ਪ੍ਰਭੁ ਕਿਰਪਾਲਾ ॥ ସେହି କୃପାଳୁ ପ୍ରଭୁ ନା ଆସିଥାନ୍ତି ଆଉ ନା ଯାଇଥାନ୍ତି।
ਜੀਆ ਅੰਦਰਿ ਜੁਗਤਿ ਸਮਾਈ ਰਹਿਓ ਨਿਰਾਲਮੁ ਰਾਇਆ ॥੧॥ ଜୀବ ଠାରେ ବଞ୍ଚିବାର ଯୁକ୍ତି ରହିଥାଏ, କିନ୍ତୁ ପରମାତ୍ମା ନିର୍ଲିପ୍ତ ରହିଥାନ୍ତି||1||
ਜਗੁ ਤਿਸ ਕੀ ਛਾਇਆ ਜਿਸੁ ਬਾਪੁ ਨ ਮਾਇਆ ॥ ଏହି ଜଗତ ସ୍ଵୟଂଭୂ ଈଶ୍ଵରଙ୍କ ଛାୟା ଅଟେ, ଯାହାର କେହି ବାପା ଓ ମା’ ନାହାନ୍ତି,
ਨਾ ਤਿਸੁ ਭੈਣ ਨ ਭਰਾਉ ਕਮਾਇਆ ॥ ନା ତାହାଙ୍କ କେହି ଭଉଣୀ ଏବଂ ନା କେହି ଭାଇ ଅଛି।
ਨਾ ਤਿਸੁ ਓਪਤਿ ਖਪਤਿ ਕੁਲ ਜਾਤੀ ਓਹੁ ਅਜਰਾਵਰੁ ਮਨਿ ਭਾਇਆ ॥੨॥ ନା ତାହାଙ୍କ ଜନ୍ମ ହୋଇଥାଏ, ନା ମୃତ୍ୟୁ ପ୍ରାପ୍ତ ହୋଇଥାଏ, ତାହାଙ୍କ କୌଣସି କୁଳ, ଜାତି ମଧ୍ୟ ନାହିଁ, ଏଣୁ ସେହି ଅଜର-ଅମର ଈଶ୍ଵର ହିଁ ମନକୁ ଭଲ ଲାଗିଥାନ୍ତି||2||
ਤੂ ਅਕਾਲ ਪੁਰਖੁ ਨਾਹੀ ਸਿਰਿ ਕਾਲਾ ॥ ହେ ପରମେଶ୍ଵର! ତୁ କାଳାତୀତ ଅଟୁ, ତୋର କପାଳରେ କାଳର କୌଣସି ଭୟ ନାହିଁ।
ਤੂ ਪੁਰਖੁ ਅਲੇਖ ਅਗੰਮ ਨਿਰਾਲਾ ॥ ତୁ ପରମ ପୁରୁଷ ଅଟୁ, କର୍ମର ଲେଖା ରହିତ ଅଟୁ, ଜୀବର ପହଞ୍ଚରୁ ଉର୍ଦ୍ଧ୍ଵରେ ଏବଂ ଜଗତରୁ ନିରଳ ଅଟୁ।
ਸਤ ਸੰਤੋਖਿ ਸਬਦਿ ਅਤਿ ਸੀਤਲੁ ਸਹਜ ਭਾਇ ਲਿਵ ਲਾਇਆ ॥੩॥ ଯିଏ ଶ୍ରଦ୍ଧା-ଭାବନା ସହିତ ଧ୍ୟାନ ଲଗାଇ ଥାଏ, ଶବ୍ଦ ଦ୍ଵାରା ତାହାର ମନରେ ସତ୍ୟ, ସନ୍ତୋଷ ଏବଂ ଶାନ୍ତି ଜାତ ହୋଇଥାଏ||3||
ਤ੍ਰੈ ਵਰਤਾਇ ਚਉਥੈ ਘਰਿ ਵਾਸਾ ॥ ସଂସାରରେ ତ୍ରିଗୁଣର ପ୍ରସାର କରି ତୁ ଚତୁର୍ଥ ଅବସ୍ଥାରେ ରହିଥାଉ,
ਕਾਲ ਬਿਕਾਲ ਕੀਏ ਇਕ ਗ੍ਰਾਸਾ ॥ ତୁ ବିକରାଳ କାଳକୁ ଗ୍ରାସ ବନାଇଛୁ।
ਨਿਰਮਲ ਜੋਤਿ ਸਰਬ ਜਗਜੀਵਨੁ ਗੁਰਿ ਅਨਹਦ ਸਬਦਿ ਦਿਖਾਇਆ ॥੪॥ ହେ ସଂସାରର ଜୀବନ ଦାତା! ତୋର ନିର୍ମଳ ଜ୍ୟୋତି ସବୁଙ୍କ ଠାରେ ବ୍ୟାପ୍ତ ଅଛି ଏବଂ ଗୁରୁ ଅନାହତ ଶବ୍ଦ ଦ୍ଵାରା ତୋର ଦର୍ଶନ କରାଇ ଦେଇଛନ୍ତି||4||
ਊਤਮ ਜਨ ਸੰਤ ਭਲੇ ਹਰਿ ਪਿਆਰੇ ॥ ହେ ପ୍ରିୟ ପ୍ରଭୁ! ତୋର ସନ୍ଥଜନ ଉତ୍ତମ ଅଟନ୍ତି,
ਹਰਿ ਰਸ ਮਾਤੇ ਪਾਰਿ ਉਤਾਰੇ ॥ ସେମାନେ ହରିରସରେ ମସ୍ତ ହୋଇ ପାର ହୋଇ ଯାଇଛନ୍ତି।
ਨਾਨਕ ਰੇਣ ਸੰਤ ਜਨ ਸੰਗਤਿ ਹਰਿ ਗੁਰ ਪਰਸਾਦੀ ਪਾਇਆ ॥੫॥ ନାନକ ସେହି ସନ୍ଥଜନଙ୍କ ଚରଣ-ଧୂଳି ବନିଛନ୍ତି ଏବଂ ଗୁରୁଙ୍କ କୃପାରୁ ତାହାଙ୍କ ସଙ୍ଗତିରେ ଈଶ୍ଵରଙ୍କୁ ପାଇଛନ୍ତି||5||
ਤੂ ਅੰਤਰਜਾਮੀ ਜੀਅ ਸਭਿ ਤੇਰੇ ॥ ତୁ ଅନ୍ତର୍ଯାମୀ ଅଟୁ, ସବୁ ଜୀବ ତୋର ରଚନା ଅଟନ୍ତି।


© 2025 SGGS ONLINE
error: Content is protected !!
Scroll to Top