Guru Granth Sahib Translation Project

guru granth sahib odia page-1036

Page 1036

ਵਰਨ ਭੇਖ ਨਹੀ ਬ੍ਰਹਮਣ ਖਤ੍ਰੀ ॥ ସେତେବେଳେ ବ୍ରାହ୍ମଣ-କ୍ଷତ୍ରିୟ ଇତ୍ୟାଦି ସମ୍ପ୍ରଦାୟ ନଥିଲା,
ਦੇਉ ਨ ਦੇਹੁਰਾ ਗਊ ਗਾਇਤ੍ਰੀ ॥ କୌଣସି ଦେବତା, ମନ୍ଦିର, ଗାଈ ଏବଂ ଗାୟତ୍ରୀ ମନ୍ତ୍ରର ଅସ୍ତିତ୍ଵ ନଥିଲା,
ਹੋਮ ਜਗ ਨਹੀ ਤੀਰਥਿ ਨਾਵਣੁ ਨਾ ਕੋ ਪੂਜਾ ਲਾਇਦਾ ॥੧੦॥ ସେହି ସମୟରେ ହୋମ, ଯଜ୍ଞ ଏବଂ ତୀର୍ଥ-ସ୍ଥାନ ମଧ୍ୟ ନଥିଲା ଆଉ ନା କେହି ପୂଜା ଅର୍ଚ୍ଚନାରେ ଲୀନ ରହୁଥିଲେ||10||
ਨਾ ਕੋ ਮੁਲਾ ਨਾ ਕੋ ਕਾਜੀ ॥ ସେତେବେଳେ କୌଣସି ମୁଲ୍ଲା-ମୌଲବୀ, କାଜୀ,
ਨਾ ਕੋ ਸੇਖੁ ਮਸਾਇਕੁ ਹਾਜੀ ॥ ଶେଖ ଅଥବା ହାଜୀ ମଧ୍ୟ ନଥିଲେ।
ਰਈਅਤਿ ਰਾਉ ਨ ਹਉਮੈ ਦੁਨੀਆ ਨਾ ਕੋ ਕਹਣੁ ਕਹਾਇਦਾ ॥੧੧॥ ରାଜା-ପ୍ରଜା, ଦୁନିଆର ଅହଂକାର ମଧ୍ୟ ନଥିଲା||11||
ਭਾਉ ਨ ਭਗਤੀ ਨਾ ਸਿਵ ਸਕਤੀ ॥ ଆସ୍ଥା, ପ୍ରେମ, ଭକ୍ତି, ଶିବ-ଶକ୍ତି,
ਸਾਜਨੁ ਮੀਤੁ ਬਿੰਦੁ ਨਹੀ ਰਕਤੀ ॥ ବନ୍ଧୁ, ମିତ୍ର, ବୀର୍ଯ୍ୟ-ରକ୍ତ କିଛି ମଧ୍ୟ ନଥିଲା।
ਆਪੇ ਸਾਹੁ ਆਪੇ ਵਣਜਾਰਾ ਸਾਚੇ ਏਹੋ ਭਾਇਦਾ ॥੧੨॥ ସେତେବେଳେ ପରମାତ୍ମା ସ୍ଵୟଂ ହିଁ ସାହୁକାର ଏବଂ ବ୍ୟାପାରୀ ଥିଲେ ଆଉ ସତ୍ୟସ୍ଵରୂପଙ୍କୁ ଏହା ସ୍ଵୀକୃତ ଥିଲା||12||
ਬੇਦ ਕਤੇਬ ਨ ਸਿੰਮ੍ਰਿਤਿ ਸਾਸਤ ॥ ବେଦ, କୋରାନ, ସ୍ମୃତି ଏବଂ ଶାସ୍ତ୍ର ମଧ୍ୟ ନଥିଲା;
ਪਾਠ ਪੁਰਾਣ ਉਦੈ ਨਹੀ ਆਸਤ ॥ ସେତେବେଳେ ନା କୌଣସି ପୁରାଣର ପାଠ ହେଉଥିଲା ଆଉ ନା ସୂର୍ଯ୍ୟ ଉଦୟ ଓ ଅସ୍ତ ହେଉଥିଲା।
ਕਹਤਾ ਬਕਤਾ ਆਪਿ ਅਗੋਚਰੁ ਆਪੇ ਅਲਖੁ ਲਖਾਇਦਾ ॥੧੩॥ ଅପହଞ୍ଚ, ଇନ୍ଦ୍ରିୟାତୀତ ନିରଙ୍କାର ସ୍ଵୟଂ ହିଁ ବକ୍ତା ଥିଲେ; ସେ ଅଲକ୍ଷ ଆଉ ସ୍ଵୟଂ ହିଁ ଦେଖାଯାଉ ଥିଲେ||13||
ਜਾ ਤਿਸੁ ਭਾਣਾ ਤਾ ਜਗਤੁ ਉਪਾਇਆ ॥ ଯେତେବେଳେ ତାହାଙ୍କ ଇଚ୍ଛା ହେଲା, ସେ ଜଗତକୁ ଉତ୍ପନ୍ନ କରିଲେ;
ਬਾਝੁ ਕਲਾ ਆਡਾਣੁ ਰਹਾਇਆ ॥ ସେ ବିନା ଶକ୍ତିରେ ସାରା ରଚନା କରି ଆଧାର ପ୍ରଦାନ କରିଛନ୍ତି।
ਬ੍ਰਹਮਾ ਬਿਸਨੁ ਮਹੇਸੁ ਉਪਾਏ ਮਾਇਆ ਮੋਹੁ ਵਧਾਇਦਾ ॥੧੪॥ ସେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଏହି ତ୍ରିଦେବଙ୍କୁ ଉତ୍ପନ୍ନ କରି ମୋହ-ମାୟାର ବୃଦ୍ଧି କରିଛନ୍ତି||14||
ਵਿਰਲੇ ਕਉ ਗੁਰਿ ਸਬਦੁ ਸੁਣਾਇਆ ॥ ଗୁରୁ କେହି ବିରଳକୁ ହିଁ ଶବ୍ଦ ଶୁଣାଇଛନ୍ତି,
ਕਰਿ ਕਰਿ ਦੇਖੈ ਹੁਕਮੁ ਸਬਾਇਆ ॥ ସେ ଜୀବକୁ ଜାତ କରି ସବୁଙ୍କ ପାଳନ କରିଥାନ୍ତି ଏବଂ ତାହାଙ୍କ ହୁକୁମ ସବୁଙ୍କ ଉପରେ ଚାଲିଥାଏ।
ਖੰਡ ਬ੍ਰਹਮੰਡ ਪਾਤਾਲ ਅਰੰਭੇ ਗੁਪਤਹੁ ਪਰਗਟੀ ਆਇਦਾ ॥੧੫॥ ସେ ଖଣ୍ଡ, ବ୍ରହ୍ମାଣ୍ଡ ଏବଂ ପାତାଳକୁ ବନାଇବା ଆରମ୍ଭ କରିଦେଲେ ଏବଂ ନିଜର ଗୁପ୍ତ ନିରାକାର ରୂପରୁ ସାକାର ରୂପକୁ ପ୍ରକଟ ହେଲେ||15||
ਤਾ ਕਾ ਅੰਤੁ ਨ ਜਾਣੈ ਕੋਈ ॥ ତାହାଙ୍କ ରହସ୍ୟ କେହି ମଧ୍ୟ ଜାଣନ୍ତି ନାହିଁ ଏବଂ
ਪੂਰੇ ਗੁਰ ਤੇ ਸੋਝੀ ਹੋਈ ॥ ପୂର୍ଣ୍ଣ ଗୁରୁଙ୍କ ଠାରୁ ହିଁ ତାହାଙ୍କ ଜ୍ଞାନ ପ୍ରାପ୍ତ ହୋଇଥାଏ।
ਨਾਨਕ ਸਾਚਿ ਰਤੇ ਬਿਸਮਾਦੀ ਬਿਸਮ ਭਏ ਗੁਣ ਗਾਇਦਾ ॥੧੬॥੩॥੧੫॥ ହେ ନାନକ! ଯିଏ ସତ୍ୟରେ ଲୀନ ହୋଇ ଯାଇଛି, ସେ ଅଦ୍ଭୁତ ଲୀଳା ଶୁଣି ଚକିତ ହୋଇ ଯାଇଛି ଆଉ ସେ ପରମାତ୍ମାଙ୍କ ଗୁଣଗାନ କରିଛି||16||3||15||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1॥
ਆਪੇ ਆਪੁ ਉਪਾਇ ਨਿਰਾਲਾ ॥ ସେ ସ୍ଵୟଂ ହିଁ ଜଗତକୁ ଉତ୍ପନ୍ନ କରି ନିର୍ଲିପ୍ତ ରହିଛନ୍ତି,
ਸਾਚਾ ਥਾਨੁ ਕੀਓ ਦਇਆਲਾ ॥ ସେହି ଦୀନଦୟାଳୁ ରହିବା ପାଇଁ ଜଗତ ରୂପୀ ସଚ୍ଚା ସ୍ଥାନ ବନାଇଛନ୍ତି।
ਪਉਣ ਪਾਣੀ ਅਗਨੀ ਕਾ ਬੰਧਨੁ ਕਾਇਆ ਕੋਟੁ ਰਚਾਇਦਾ ॥੧॥ ପୁଣି ପବନ, ପାଣି, ଅଗ୍ନି ଇତ୍ୟାଦି ପାଞ୍ଚ ତତ୍ତ୍ଵର ସମାହାର କରି ଶରୀର ରୂପୀ ଦୁର୍ଗ ବନାଇଛନ୍ତି||1||
ਨਉ ਘਰ ਥਾਪੇ ਥਾਪਣਹਾਰੈ ॥ ସୃଜନହାର ଶରୀର ରୂପୀ ଦୁର୍ଗରେ ଆଖି, କାନ, ମୁହଁ ଇତ୍ୟାଦି ନବ ଘରର ସୃଜନା କରିଛନ୍ତି ଆଉ
ਦਸਵੈ ਵਾਸਾ ਅਲਖ ਅਪਾਰੈ ॥ ସେହି ଅଲକ୍ଷ-ଅପାର ନିଜ ନିବାସ ଦଶମ ଦ୍ଵାରରେ ସ୍ଥାପନ କରିଛନ୍ତି।
ਸਾਇਰ ਸਪਤ ਭਰੇ ਜਲਿ ਨਿਰਮਲਿ ਗੁਰਮੁਖਿ ਮੈਲੁ ਨ ਲਾਇਦਾ ॥੨॥ ଗୁରୁମୁଖୀର ସାତ ସରୋବର ( ପାଞ୍ଚ ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି)କୁ ନାମାମୃତର ପବିତ୍ର ଜଳ ଦ୍ଵାରା ଭରି ଦେଇଛନ୍ତି, ଯାହାକୁ କୌଣସି ମଇଳା ଲାଗେ ନାହିଁ||2||
ਰਵਿ ਸਸਿ ਦੀਪਕ ਜੋਤਿ ਸਬਾਈ ॥ ସୂର୍ଯ୍ୟ ଏବଂ ଚନ୍ଦ୍ରର ଦୀପକରେ ପରମାତ୍ମାଙ୍କ ଜ୍ୟୋତି ହିଁ ରହିଛି।
ਆਪੇ ਕਰਿ ਵੇਖੈ ਵਡਿਆਈ ॥ ସେ ସ୍ଵୟଂ ହିଁ ବନାଇ ନିଜର ବଡିମା ଦେଖିଥାନ୍ତି।
ਜੋਤਿ ਸਰੂਪ ਸਦਾ ਸੁਖਦਾਤਾ ਸਚੇ ਸੋਭਾ ਪਾਇਦਾ ॥੩॥ ଜ୍ୟୋତି-ସ୍ୱରୂପ ପରମେଶ୍ଵର ସର୍ବଦା ସୁଖ ଦେବା ବାଲା ଅଟନ୍ତି ଆଉ ସଚ୍ଚା ଜୀବ ସତ୍ୟରେ ହିଁ ଲୀନ ହୋଇ ଶୋଭା ପ୍ରାପ୍ତ କରିଥାଏ||3||
ਗੜ ਮਹਿ ਹਾਟ ਪਟਣ ਵਾਪਾਰਾ ॥ ଶରୀର ରୂପୀ ଦୁର୍ଗରେ ନଗର ଏବଂ ବଜାର ଅଛି, ଯେଉଁଠି ନାମର ବ୍ୟାପାର ହୋଇଥାଏ।
ਪੂਰੈ ਤੋਲਿ ਤੋਲੈ ਵਣਜਾਰਾ ॥ ଈଶ୍ଵର ରୂପୀ ବ୍ୟାପାରୀ ପୂର୍ଣ୍ଣ ତୌଲରେ ନାମ ବସ୍ତୁକୁ ତଉଲି ଥାଏ।
ਆਪੇ ਰਤਨੁ ਵਿਸਾਹੇ ਲੇਵੈ ਆਪੇ ਕੀਮਤਿ ਪਾਇਦਾ ॥੪॥ ସେ ସ୍ଵୟଂ ହିଁ ନାମ-ରତ୍ନକୁ କ୍ରୟ କରିଥାଏ ଆଊ ସ୍ଵୟଂ ହିଁ ତାହାର ଉଚିତ ମୂଲ୍ୟ ଜାଣିଥାଏ||4||
ਕੀਮਤਿ ਪਾਈ ਪਾਵਣਹਾਰੈ ॥ ମୂଲ୍ୟାଙ୍କନ କରିବା ବାଲା ପ୍ରଭୁ ସ୍ଵୟଂ ହିଁ ନାମ-ରତ୍ନର ମୂଲ୍ୟାଙ୍କନ କରିଛନ୍ତି,
ਵੇਪਰਵਾਹ ਪੂਰੇ ਭੰਡਾਰੈ ॥ ସେହି ନିଶ୍ଚିନ୍ତ ପ୍ରଭୁଙ୍କ ଭଣ୍ଡାର ଭରି ରହିଥାଏ।
ਸਰਬ ਕਲਾ ਲੇ ਆਪੇ ਰਹਿਆ ਗੁਰਮੁਖਿ ਕਿਸੈ ਬੁਝਾਇਦਾ ॥੫॥ ସେ ନିଜର ସର୍ବଶକ୍ତି ସହିତ ସ୍ଵୟଂ ହିଁ ସବୁଙ୍କ ଠାରେ ରହିଥାନ୍ତି, ପରନ୍ତୁ ଏହି ତଥ୍ୟକୁ କୌଣସି ଗୁରୁମୁଖୀ ହିଁ ଜାଣିଥାଏ||5||
ਨਦਰਿ ਕਰੇ ਪੂਰਾ ਗੁਰੁ ਭੇਟੈ ॥ ଯଦି ତାହାଙ୍କ କୃପା-ଦୃଷ୍ଟି ହୋଇଯାଏ, ପୂର୍ଣ୍ଣ ଗୁରୁଙ୍କ ସହିତ ସାକ୍ଷାତ ହୋଇଯାଏ ଏବଂ
ਜਮ ਜੰਦਾਰੁ ਨ ਮਾਰੈ ਫੇਟੈ ॥ ନିର୍ଦ୍ଦୟ ଯମ ମଧ୍ୟ ପୀଡିତ କରେ ନାହିଁ।
ਜਿਉ ਜਲ ਅੰਤਰਿ ਕਮਲੁ ਬਿਗਾਸੀ ਆਪੇ ਬਿਗਸਿ ਧਿਆਇਦਾ ॥੬॥ ଯେପରି ପଦ୍ମ ଫୁଲ ଜଳରେ ଖୁସିରେ ଥାଏ, ସେପରି ହିଁ ସେ ସ୍ଵୟଂ ହିଁ ଖୁସିରେ ଧ୍ୟାନ କରିଥାନ୍ତି||6||
ਆਪੇ ਵਰਖੈ ਅੰਮ੍ਰਿਤ ਧਾਰਾ ॥ ସେ ସ୍ଵୟଂ ହିଁ ଅମୃତ ଧାରାର ବର୍ଷା କରାଇ ଥାଆନ୍ତି ଏବଂ
ਰਤਨ ਜਵੇਹਰ ਲਾਲ ਅਪਾਰਾ ॥ ତାହାଙ୍କ ଅପାର ନାମ ହିଁ ରତ୍ନ, ମାଣିକ ସମାନ ଅଟେ।
ਸਤਿਗੁਰੁ ਮਿਲੈ ਤ ਪੂਰਾ ਪਾਈਐ ਪ੍ਰੇਮ ਪਦਾਰਥੁ ਪਾਇਦਾ ॥੭॥ ଯଦି ସଦଗୁରୁ ମିଳିଯାନ୍ତି, ପ୍ରେମ ଫଳ ସ୍ୱରୂପ ପୂର୍ଣ୍ଣ ଗୁରୁ ପ୍ରାପ୍ତ ହୋଇଥାନ୍ତି||7||
ਪ੍ਰੇਮ ਪਦਾਰਥੁ ਲਹੈ ਅਮੋਲੋ ॥ ଯିଏ ଅମୂଲ୍ୟ ପ୍ରେମ ପଦର୍ଥ୍କି ପ୍ରାପ୍ତ କରିଥାଏ, ତାହାର କେବେ ଅଭାବ ହୁଏନାହିଁ।
ਕਬ ਹੀ ਨ ਘਾਟਸਿ ਪੂਰਾ ਤੋਲੋ ॥ ଯେତେବେଳେ ମଧ୍ୟ ତାହାଙ୍କୁ ତଉଲା ଯାଏ, ସେ ପୂର୍ଣ୍ଣ ହୋଇଥାନ୍ତି।
ਸਚੇ ਕਾ ਵਾਪਾਰੀ ਹੋਵੈ ਸਚੋ ਸਉਦਾ ਪਾਇਦਾ ॥੮॥ ସେ ସତ୍ୟର ହିଁ ବ୍ୟାପାରୀ ହୋଇଥାନ୍ତି ଏବଂ ସଚ୍ଚା ସଉଦା ବହନ କରିଥାନ୍ତି||8||
ਸਚਾ ਸਉਦਾ ਵਿਰਲਾ ਕੋ ਪਾਏ ॥ ସେହି ସଚ୍ଚା ସଉଦା କେହି ବିରଳ ପୁରୁଷ ହିଁ ପ୍ରାପ୍ତ କରିଥାଏ।
ਪੂਰਾ ਸਤਿਗੁਰੁ ਮਿਲੈ ਮਿਲਾਏ ॥ ଯଦି ପୂର୍ଣ୍ଣ ସଦଗୁରୁ ମିଳିଯାନ୍ତି, ତାହାହେଲେ ସେ ମିଳାଇ ଦିଅନ୍ତି।
error: Content is protected !!
Scroll to Top