Guru Granth Sahib Translation Project

guru granth sahib odia page-1020

Page 1020

ਦੋਜਕਿ ਪਾਏ ਸਿਰਜਣਹਾਰੈ ਲੇਖਾ ਮੰਗੈ ਬਾਣੀਆ ॥੨॥ ସୃଜନହାର ତାହାକୁ ନର୍କରେ ଧକ୍କା ଦେଇଥାନ୍ତି ଏବଂ ଯମରାଜ ତାହାକୁ କର୍ମର ହିସାବ ମାଗିଥାନ୍ତି||2||
ਸੰਗਿ ਨ ਕੋਈ ਭਈਆ ਬੇਬਾ ॥ ଶେଷରେ ଭଉଣୀ ମଧ୍ୟ ଭାଇର ସାଥି ଦିଏ ନାହିଁ।
ਮਾਲੁ ਜੋਬਨੁ ਧਨੁ ਛੋਡਿ ਵਞੇਸਾ ॥ ସେ ନିଜର ଧନ, ଯୌବନ ସବୁକିଛି ଛାଡି ଚାଲିଯାଏ।
ਕਰਣ ਕਰੀਮ ਨ ਜਾਤੋ ਕਰਤਾ ਤਿਲ ਪੀੜੇ ਜਿਉ ਘਾਣੀਆ ॥੩॥ ଯିଏ କୃପାଳୁ, ଜାତ କରିବା ବାଲା, ସର୍ବ ସମର୍ଥ ପରମାତ୍ମାଙ୍କୁ ଜାଣେ ନାହିଁ, ତାହାକୁ ଯମ ରାଶି ପେଡିଲା ଭଳି ପେଡିଥାଏ ||3||.
ਖੁਸਿ ਖੁਸਿ ਲੈਦਾ ਵਸਤੁ ਪਰਾਈ ॥ ଜୀବ ଅତି ଖୁସିରେ ପର ବସ୍ତୁକୁ ନେଇଥାଏ,
ਵੇਖੈ ਸੁਣੇ ਤੇਰੈ ਨਾਲਿ ਖੁਦਾਈ ॥ କିନ୍ତୁ ଦେଖିବା, ଶୁଣିବା ବାଲା ପ୍ରଭୁ ତାହା ସାଥିରେ ଥାଆନ୍ତି।
ਦੁਨੀਆ ਲਬਿ ਪਇਆ ਖਾਤ ਅੰਦਰਿ ਅਗਲੀ ਗਲ ਨ ਜਾਣੀਆ ॥੪॥ ଦୁନିଆର ଲାଳସାରେ ପଡି ସେ ପାପର ଗାତରେ ପଡିଯାଏ ଏବଂ ପରଲୋକ ବିଷୟରେ ଜାଣେ ନାହିଁ। ||4||
ਜਮਿ ਜਮਿ ਮਰੈ ਮਰੈ ਫਿਰਿ ਜੰਮੈ ॥ ଏହି ପ୍ରକାରେ ମୂର୍ଖ ଜୀବ ଜନ୍ମ ନେଇ ମୃତ୍ୟୁ ବରଣ କରିଥାଏ, ସେ ବାରମ୍ବାର ଜନ୍ମ-ମରଣ ଚକ୍ରରେ ରହିଥାଏ।
ਬਹੁਤੁ ਸਜਾਇ ਪਇਆ ਦੇਸਿ ਲੰਮੈ ॥ ସେ ଜନ୍ମ-ମରଣର ଲମ୍ବା ଚକ୍ରରେ ବହୁତ ଦଣ୍ଡ ପ୍ରାପ୍ତ କରିଥାଏ।
ਜਿਨਿ ਕੀਤਾ ਤਿਸੈ ਨ ਜਾਣੀ ਅੰਧਾ ਤਾ ਦੁਖੁ ਸਹੈ ਪਰਾਣੀਆ ॥੫॥ ଯିଏ ଜାତ କରିଛନ୍ତି, ଅନ୍ଧ ପ୍ରାଣୀ ସେହି ପରମେଶ୍ଵରଙ୍କୁ ଜାଣେ ନାହିଁ ଆଉ ବହୁତ ଦୁଃଖ ସହନ କରିବାକୁ ପଡିଥାଏ||5||
ਖਾਲਕ ਥਾਵਹੁ ਭੁਲਾ ਮੁਠਾ ॥ ପରମାତ୍ମାଙ୍କୁ ଭୁଲି ଜୀବ ଠକି ହୋଇଯାଏ।
ਦੁਨੀਆ ਖੇਲੁ ਬੁਰਾ ਰੁਠ ਤੁਠਾ ॥ ଏହି ଦୁନିଆ ରୂପୀ ଖେଳ ତମାସା ବହୁତ ମନ୍ଦ ଅଟେ, କାରଣ ମାୟାର ପ୍ରଭାବରୁ ଜୀବ କେବେ ଦୁଃଖିତ ଆଉ କେବେ ପ୍ରସନ୍ନ ରହିଥାଏ।
ਸਿਦਕੁ ਸਬੂਰੀ ਸੰਤੁ ਨ ਮਿਲਿਓ ਵਤੈ ਆਪਣ ਭਾਣੀਆ ॥੬॥ ତାହାକୁ କେହି ସତ୍ୟନିଷ୍ଠ ଉତ୍ତମ ସନ୍ଥ ମିଳନ୍ତି ନାହିଁ, ଏଥିପାଇଁ ସେ ନିଜ ଇଚ୍ଛା ଅନୁସାରେ ଚାଲିଥାଏ||6||
ਮਉਲਾ ਖੇਲ ਕਰੇ ਸਭਿ ਆਪੇ ॥ ਇਕਿ ਕਢੇ ਇਕਿ ਲਹਰਿ ਵਿਆਪੇ ॥ ପରମାତ୍ମା ନିଜେ ସବୁ ଖେଳ ରଚିଥାନ୍ତି। କାହାକୁ ମୁକ୍ତି ପ୍ରଦାନ କରିଥାନ୍ତି ଆଉ କାହାକୁ ସଂସାର ସାଗରର ଲହରୀରେ ଫସାଇ ଥାଆନ୍ତି।
ਜਿਉ ਨਚਾਏ ਤਿਉ ਤਿਉ ਨਚਨਿ ਸਿਰਿ ਸਿਰਿ ਕਿਰਤ ਵਿਹਾਣੀਆ ॥੭॥ ସେ ଯେପରି ନଚାଇ ଥାଆନ୍ତି, ସେପରି ହିଁ ସେ ନାଚିଥାଏ, ପ୍ରତ୍ୟେକ ଜୀବର ପୂର୍ବ କର୍ମ ଅନୁସାରେ ସବୁ ହୋଇଥାଏ||7||
ਮਿਹਰ ਕਰੇ ਤਾ ਖਸਮੁ ਧਿਆਈ ॥ ଯଦି ମାଲିକ କୃପା କରିଥାନ୍ତି, ଜୀବ ଧ୍ୟାନ କରିଥାଏ ଏବଂ
ਸੰਤਾ ਸੰਗਤਿ ਨਰਕਿ ਨ ਪਾਈ ॥ ସନ୍ଥଙ୍କ ସଙ୍ଗତିରେ ରହିବା ଦ୍ଵାରା ନର୍କକୁ ଯିବାକୁ ପଡିବ ନାହିଁ।
ਅੰਮ੍ਰਿਤ ਨਾਮ ਦਾਨੁ ਨਾਨਕ ਕਉ ਗੁਣ ਗੀਤਾ ਨਿਤ ਵਖਾਣੀਆ ॥੮॥੨॥੮॥੧੨॥੨੦॥ ନାନକ କହନ୍ତି ଯେ ହେ ପରମାତ୍ମା! ଯଦି ନାମାମୃତର ଦାନ ମିଳିଯାଏ, ନିତ୍ୟ ତୋର ଗୁଣ ଗାନ କରିବି||8||2||8||12||20||
ਮਾਰੂ ਸੋਲਹੇ ਮਹਲਾ ੧ ମାରୁ ଷୋହଳ ମହଲା 1
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਾਚਾ ਸਚੁ ਸੋਈ ਅਵਰੁ ਨ ਕੋਈ ॥ କେବଳ ଈଶ୍ଵର ହିଁ ସତ୍ୟ ଅଟନ୍ତି, ଅନ୍ୟ କେହି ନୁହନ୍ତି।
ਜਿਨਿ ਸਿਰਜੀ ਤਿਨ ਹੀ ਫੁਨਿ ਗੋਈ ॥ ଯିଏ ଏହି ଦୁନିଆ ବନାଇଛନ୍ତି, ସେ ହିଁ ଏହାକୁ ନାଶ କରିଛନ୍ତି।
ਜਿਉ ਭਾਵੈ ਤਿਉ ਰਾਖਹੁ ਰਹਣਾ ਤੁਮ ਸਿਉ ਕਿਆ ਮੁਕਰਾਈ ਹੇ ॥੧॥ ହେ ପରମେଶ୍ଵର! ତୋତେ ଯେପରି ମଞ୍ଜୁର ହୋଇଥାଏ, ସମସ୍ତେ ସେପରି ହିଁ ରହିଥାନ୍ତି, କିଛି ବାହାନା ଚଳେ ନାହିଁ||1||
ਆਪਿ ਉਪਾਏ ਆਪਿ ਖਪਾਏ ॥ ସେ ସ୍ଵୟଂ ହିଁ ଜାତ କରିଥାନ୍ତି ଆଉ ସ୍ଵୟଂ ହିଁ ନଷ୍ଟ କରିଥାନ୍ତି,
ਆਪੇ ਸਿਰਿ ਸਿਰਿ ਧੰਧੈ ਲਾਏ ॥ ସ୍ଵୟଂ ହିଁ ଜୀବକୁ ଭିନ୍ନ ଭିନ୍ନ କାୟାରେ ଲଗାଇ ଥାଆନ୍ତି।
ਆਪੇ ਵੀਚਾਰੀ ਗੁਣਕਾਰੀ ਆਪੇ ਮਾਰਗਿ ਲਾਈ ਹੇ ॥੨॥ ସେହି ଗୁଣର ସାଗର ସ୍ଵୟଂ ହିଁ ବିଚାର କରିଥାନ୍ତି ଆଉ ସ୍ଵୟଂ ହିଁ ସନମାର୍ଗରେ ଲଗାଇ ଥାଆନ୍ତି||2||
ਆਪੇ ਦਾਨਾ ਆਪੇ ਬੀਨਾ ॥ ସେ ସ୍ଵୟଂ ହିଁ ଚତୁର ଅଟନ୍ତି ସ୍ଵୟଂ ହିଁ ଦେଖିବା ବାଲା ଅଟନ୍ତି।
ਆਪੇ ਆਪੁ ਉਪਾਇ ਪਤੀਨਾ ॥ ସେ ସ୍ଵୟଂ ହିଁ ସଗୁଣ ରୂପ ଜାତ କରି ପ୍ରସନ୍ନ ହୋଇଥାନ୍ତି।
ਆਪੇ ਪਉਣੁ ਪਾਣੀ ਬੈਸੰਤਰੁ ਆਪੇ ਮੇਲਿ ਮਿਲਾਈ ਹੇ ॥੩॥ ପବନ, ପାଣି ଏବଂ ଅଗ୍ନି ମଧ୍ୟ ସେ ସ୍ଵୟଂ ହିଁ ଆଉ ସ୍ଵୟଂ ହିଁ ମିଳାଇ ଥାଆନ୍ତି||3||
ਆਪੇ ਸਸਿ ਸੂਰਾ ਪੂਰੋ ਪੂਰਾ ॥ ସେ ସ୍ଵୟଂ ହିଁ ଚବଦ୍ର ଓ ସୂର୍ଯ୍ୟ ଅଟନ୍ତି, ଆଉ ସର୍ବକଳା ସଂପୂର୍ଣ୍ଣ ଅଟନ୍ତି।
ਆਪੇ ਗਿਆਨਿ ਧਿਆਨਿ ਗੁਰੁ ਸੂਰਾ ॥ ଜ୍ଞାନ-ଧ୍ୟାନରେ ଲୀନ ରହିବା ବାଲା ସୁରବୀର ଗୁରୁ ମଧ୍ୟ ତାହା ହିଁ ଅଟନ୍ତି।
ਕਾਲੁ ਜਾਲੁ ਜਮੁ ਜੋਹਿ ਨ ਸਾਕੈ ਸਾਚੇ ਸਿਉ ਲਿਵ ਲਾਈ ਹੇ ॥੪॥ ଯିଏ ପରମ ସତ୍ୟ ଈଶ୍ଵରଙ୍କ ଠାରେ ଧ୍ୟାନ ଲଗାଇ ଥାଏ, ତାହାକୁ ମୃତ୍ୟୁ ଏବଂ ଯମ ଜାଲ ମଧ୍ୟ ପ୍ରଭାବିତ କରେ ନାହିଁ||4||
ਆਪੇ ਪੁਰਖੁ ਆਪੇ ਹੀ ਨਾਰੀ ॥ ପୁରୁଷ ଓ ନାରୀର ରୂପରେ ସ୍ଵୟଂ ହିଁ ଅଛନ୍ତି,
ਆਪੇ ਪਾਸਾ ਆਪੇ ਸਾਰੀ ॥ ସେ ସ୍ଵୟଂ ହିଁ ଖେଳ ଓ ସ୍ଵୟଂ ହିଁ ଗୋଟି ଅଟନ୍ତି।
ਆਪੇ ਪਿੜ ਬਾਧੀ ਜਗੁ ਖੇਲੈ ਆਪੇ ਕੀਮਤਿ ਪਾਈ ਹੇ ॥੫॥ ପରମାତ୍ମା ସ୍ଵୟଂ ହିଁ ଏହି ଧରିତ୍ରୀ ରୂପୀ ଆଖଡା ବନାଇଛନ୍ତି, ଯେଉଥିରେ ସଂପୂର୍ଣ୍ଣ ଜଗତ ଖେଳୁଅଛି ଆଉ ସ୍ଵୟଂ ହିଁ ଜୀବ ରୂପୀ ଖେଳାଳୀକୁ କର୍ମର ଫଳ ଦେଇଥାନ୍ତି||5||
ਆਪੇ ਭਵਰੁ ਫੁਲੁ ਫਲੁ ਤਰਵਰੁ ॥ ଭଅଁର, ଫଳ-ଫୁଲ, ବୃକ୍ଷ,
ਆਪੇ ਜਲੁ ਥਲੁ ਸਾਗਰੁ ਸਰਵਰੁ ॥ ଜଳ, ଭୂମି, ସାଗର ଏବଂ ସରୋବର ସବୁ ତାହାଙ୍କ ରୂପ ଅଟେ।
ਆਪੇ ਮਛੁ ਕਛੁ ਕਰਣੀਕਰੁ ਤੇਰਾ ਰੂਪੁ ਨ ਲਖਣਾ ਜਾਈ ਹੇ ॥੬॥ ହେ ପରମେଶ୍ଵର! ତୋର ରୂପ ଜଣା ଯାଇ ପାରିବ ନାହିଁ, ତୁ ହିଁ ମତ୍ସ୍ୟ ଅବତାର, କଚ୍ଛପ ଅବତାର ଆଉ ସାରା ରଚନା ରଚିବା ବାଲା ଅଟୁ||6||
ਆਪੇ ਦਿਨਸੁ ਆਪੇ ਹੀ ਰੈਣੀ ॥ ଦିନ ଓ ରାତି ସେ ହିଁ ଅଟନ୍ତି ଆଉ
ਆਪਿ ਪਤੀਜੈ ਗੁਰ ਕੀ ਬੈਣੀ ॥ ସେ ସ୍ଵୟଂ ହିଁ ଗୁରୁଙ୍କ ବଚନ ଅର୍ଥାତ ବାଣୀ ଦ୍ଵାରା ପ୍ରସନ୍ନ ହୋଇଥାନ୍ତି।
ਆਦਿ ਜੁਗਾਦਿ ਅਨਾਹਦਿ ਅਨਦਿਨੁ ਘਟਿ ਘਟਿ ਸਬਦੁ ਰਜਾਈ ਹੇ ॥੭॥ ତାହାଙ୍କ ଇଚ୍ଛାରେ ଯୁଗ-ଯୁଗାନ୍ତରରୁ ଦିନ ରାତି ପ୍ରତି ଘଟରେ ତାହାଙ୍କ ଅନାହତ ଶବ୍ଦ ଗୁଞ୍ଜନ କରୁଅଛି||7||
ਆਪੇ ਰਤਨੁ ਅਨੂਪੁ ਅਮੋਲੋ ॥ ସେ ସ୍ଵୟଂ ହିଁ ଅନୁପମ ଅମୂଲ୍ୟ ନାମ ରୂପୀ ରତ୍ନ ଅଟନ୍ତି।
ਆਪੇ ਪਰਖੇ ਪੂਰਾ ਤੋਲੋ ॥ ସେ ସ୍ଵୟଂ ହିଁ ଭଲ-ମନ୍ଦ ପରଖିଥାନ୍ତି ଆଉ ସ୍ଵୟଂ ହିଁ ପୂର୍ଣ୍ଣ ଭାବରେ ତଉଲି ଥାଆନ୍ତି।


© 2025 SGGS ONLINE
error: Content is protected !!
Scroll to Top