Guru Granth Sahib Translation Project

guru granth sahib odia page-102

Page 102

ਠਾਕੁਰ ਕੇ ਸੇਵਕ ਹਰਿ ਰੰਗ ਮਾਣਹਿ ॥ ପରମାତ୍ମାଙ୍କ ସେବକ ଈଶ୍ଵରଙ୍କ ପ୍ରୀତିର ଆନନ୍ଦ ଭୋଗିଥାଏ ।
ਜੋ ਕਿਛੁ ਠਾਕੁਰ ਕਾ ਸੋ ਸੇਵਕ ਕਾ ਸੇਵਕੁ ਠਾਕੁਰ ਹੀ ਸੰਗਿ ਜਾਹਰੁ ਜੀਉ ॥੩॥ ଯାହା କିଛି ପରମାତ୍ମାଙ୍କ ଅଛି, ତାହା ସେବକର ଅଟେ। ସେବକ ନିଜ ପରମାତ୍ମାଙ୍କ ସଙ୍ଗତିରେ ଜଗତରେ ଲୋକପ୍ରିୟ ହୋଇଥାଏ ॥3॥
ਅਪੁਨੈ ਠਾਕੁਰਿ ਜੋ ਪਹਿਰਾਇਆ ॥ ଯାହାକୁ ତାହାର ପରମାତ୍ମା ପ୍ରତିଷ୍ଠାର ପୋଷାକ ପିନ୍ଧାଇଛନ୍ତି,
ਬਹੁਰਿ ਨ ਲੇਖਾ ਪੁਛਿ ਬੁਲਾਇਆ ॥ ତାହାକୁ ପୁଣି ବୋଲାଇ ତାହାର କର୍ମର ଲେଖା ପଚାରନ୍ତି ନାହିଁ ।
ਤਿਸੁ ਸੇਵਕ ਕੈ ਨਾਨਕ ਕੁਰਬਾਣੀ ਸੋ ਗਹਿਰ ਗਭੀਰਾ ਗਉਹਰੁ ਜੀਉ ॥੪॥੧੮॥੨੫॥ ହେ ନାନକ! ମୁଁ ସେହି ସେବକ ପାଖରେ ସର୍ବଦା ସମର୍ପିତ ଅଟେ ଯିଏ ପ୍ରଭୁଙ୍କ ଭଳି ଅଥଳ, ଗମ୍ଭୀର ଏବଂ ଅମୂଲ୍ୟ ମୋତି ବନିଯାଏ ॥4॥18॥25॥
ਮਾਝ ਮਹਲਾ ੫ ॥ ମାଝ ମହଲା 5 ॥
ਸਭ ਕਿਛੁ ਘਰ ਮਹਿ ਬਾਹਰਿ ਨਾਹੀ ॥ ସବୁ କିଛି ଶରୀର ରୂପୀ ଘରେ ହିଁ ଅଛି ଆଉ ଶରୀରରୁ ବାହାରେ କିଛି ମଧ୍ୟ ନାହିଁ।
ਬਾਹਰਿ ਟੋਲੈ ਸੋ ਭਰਮਿ ਭੁਲਾਹੀ ॥ ଯେଉଁ ବ୍ୟକ୍ତି ଭଗବାନଙ୍କୁ ହୃଦୟର ବାହାରେ ଖୋଜିଥାଏ, ସେ ଭ୍ରମରେ ପଡି ପଥଭ୍ରଷ୍ଟ ରହିଥାଏ।
ਗੁਰ ਪਰਸਾਦੀ ਜਿਨੀ ਅੰਤਰਿ ਪਾਇਆ ਸੋ ਅੰਤਰਿ ਬਾਹਰਿ ਸੁਹੇਲਾ ਜੀਉ ॥੧॥ ଗୁରୁଙ୍କ ଦୟାରୁ ଯିଏ ଭଗବାନଙ୍କୁ ହୃଦୟରେ ପାଇଛି, ସେ ଭିତର ଏବଂ ବାହାରେ ସୁଖୀ ଥାଏ ॥1॥
ਝਿਮਿ ਝਿਮਿ ਵਰਸੈ ਅੰਮ੍ਰਿਤ ਧਾਰਾ ॥ ତାହାର ଭିତରେ ନାମ ରୂପୀ ଅମୃତର ଧାରା ରିମଝିମ କରି ବର୍ଷିଥାଏ।
ਮਨੁ ਪੀਵੈ ਸੁਨਿ ਸਬਦੁ ਬੀਚਾਰਾ ॥ ମନ ସେହି ନାମ ରୂପୀ ଅମୃତକୁ ପାନ କରିଥାଏ।
ਅਨਦ ਬਿਨੋਦ ਕਰੇ ਦਿਨ ਰਾਤੀ ਸਦਾ ਸਦਾ ਹਰਿ ਕੇਲਾ ਜੀਉ ॥੨॥ ଅନାହୁତ ଶବ୍ଦକୁ ଶୁଣି ମନ ଏହି ବିଷୟରେ ଚିନ୍ତନ କରିଥାଏ। ମୋର ମନ ଦିନ ରାତି ଆନନ୍ଦ ପ୍ରାପ୍ତ କରିଥାଏ ଆଉ ଭଗବାନଙ୍କ ସାଥିରେ ବିଳାସ କରିଥାଏ ॥2॥
ਜਨਮ ਜਨਮ ਕਾ ਵਿਛੁੜਿਆ ਮਿਲਿਆ ॥ ଜନ୍ମ ଜନ୍ମାନ୍ତରର ବିଚ୍ଛେଦ ପରେ ମୁଁ ଭଗବାନଙ୍କ ସହିତ ମିଳନ ହୋଇଛି।
ਸਾਧ ਕ੍ਰਿਪਾ ਤੇ ਸੂਕਾ ਹਰਿਆ ॥ ସାଧୁଙ୍କ କୃପାରୁ ମୋର ଶୁଖିଲା ମନ ପ୍ରଫୁଲ୍ଲିତ ହୋଇଛି।
ਸੁਮਤਿ ਪਾਏ ਨਾਮੁ ਧਿਆਏ ਗੁਰਮੁਖਿ ਹੋਏ ਮੇਲਾ ਜੀਉ ॥੩॥ ଗୁରୁଙ୍କ ଠାରୁ ସୁମତି ପ୍ରାପ୍ତ କରି ନାମ-ସ୍ମରଣ କରିବା ଦ୍ଵାରା ମୋର ଭଗବାନଙ୍କ ସହିତ ମିଳନ ହୋଇଛି ॥3॥
ਜਲ ਤਰੰਗੁ ਜਿਉ ਜਲਹਿ ਸਮਾਇਆ ॥ ଯେଉଁ ପରି ଜଳର ଲହଡି ଜଳରେ ମିଶିଯାଏ,
ਤਿਉ ਜੋਤੀ ਸੰਗਿ ਜੋਤਿ ਮਿਲਾਇਆ ॥ ଏହିପରି ମୋର ଜ୍ୟୋତି ପରମାତ୍ମାଙ୍କ ଜ୍ୟୋତିରେ ମିଶିଯାଏ।
ਕਹੁ ਨਾਨਕ ਭ੍ਰਮ ਕਟੇ ਕਿਵਾੜਾ ਬਹੁੜਿ ਨ ਹੋਈਐ ਜਉਲਾ ਜੀਉ ॥੪॥੧੯॥੨੬॥ ହେ ନାନକ! ଭଗବାନ ଭ୍ରମ ରୂପୀ ଛଳନା କାଟିଦେଇଛନ୍ତି, ଏବେ ମୋର ମନ ପୁଣି ମାୟାର ପଛରେ ପଥଭ୍ରଷ୍ଟ ହେଉନାହିଁ। ॥4॥16॥26॥
ਮਾਝ ਮਹਲਾ ੫ ॥ ମାଝ ମହଲା 5 ॥
ਤਿਸੁ ਕੁਰਬਾਣੀ ਜਿਨਿ ਤੂੰ ਸੁਣਿਆ ॥ ହେ ଇଶ୍ଵର! ମୁଁ ସେହି ମହାପୁରୁଷଙ୍କ ପାଖରେ ଉତ୍ସର୍ଗିତ ହେଉଛି, ଯିଏ ତୋର ନାମ ଶ୍ରବଣ କରିଛି।
ਤਿਸੁ ਬਲਿਹਾਰੀ ਜਿਨਿ ਰਸਨਾ ਭਣਿਆ ॥ ଯିଏ ନିଜ ଜିହ୍ଵାରେ ତୋର ନାମ ଉଚ୍ଚାରଣ କରିଅଛି, ମୁଁ ସେହି ମହାପୁରୁଷଙ୍କ ପାଖରେ ସମର୍ପିତ ଅଟେ।
ਵਾਰਿ ਵਾਰਿ ਜਾਈ ਤਿਸੁ ਵਿਟਹੁ ਜੋ ਮਨਿ ਤਨਿ ਤੁਧੁ ਆਰਾਧੇ ਜੀਉ ॥੧॥ ହେ ପ୍ରଭୁ! ଯେଉଁ ପ୍ରାଣୀ ମନ ତନରେ ତୋର ଆରାଧନା କରିଥାଏ, ମୁଁ ସର୍ବଦା ହିଁ ମନ ତନରେ ତାହା ପାଖରେ ଉତ୍ସର୍ଗିତ ଅଟେ। ॥1॥
ਤਿਸੁ ਚਰਣ ਪਖਾਲੀ ਜੋ ਤੇਰੈ ਮਾਰਗਿ ਚਾਲੈ ॥ ମୁଁ ସେହି ବ୍ୟକ୍ତିର ଚରଣ ଧୋଇଥାଏ ଯିଏ ତୋର ମାର୍ଗରେ ଚାଲିଥାଏ।
ਨੈਨ ਨਿਹਾਲੀ ਤਿਸੁ ਪੁਰਖ ਦਇਆਲੈ ॥ ମୁଁ ସେହି ଦୟାଳୁ ମହାପୁରୁଷଙ୍କ ନୟନରେ ଦର୍ଶନ କରୁଅଛି।
ਮਨੁ ਦੇਵਾ ਤਿਸੁ ਅਪੁਨੇ ਸਾਜਨ ਜਿਨਿ ਗੁਰ ਮਿਲਿ ਸੋ ਪ੍ਰਭੁ ਲਾਧੇ ਜੀਉ ॥੨॥ ମୁଁ ନିଜ ମନ ନିଜର ସେହି ମିତ୍ରକୁ ଅର୍ପଣ କରୁଅଛି, ଯିଏ ଗୁରୁଙ୍କ ସହିତ ମିଶି ସେହି ପ୍ରଭୁଙ୍କୁ ଖୋଜିପାଇଛି ॥2॥
ਸੇ ਵਡਭਾਗੀ ਜਿਨਿ ਤੁਮ ਜਾਣੇ ॥ ହେ ଭଗବାନ! ସେହି ମନୁଷ୍ୟ ଭାଗ୍ୟଶାଳୀ ଅଟେ, ଯିଏ ତୋତେ ବୁଝି ପାରିଛି।
ਸਭ ਕੈ ਮਧੇ ਅਲਿਪਤ ਨਿਰਬਾਣੇ ॥ ସେହି ପୁରୁଷ ସବୁଙ୍କ ମଧ୍ୟରେ ନିର୍ଲିପ୍ତ ଆଉ ନିର୍ବିକାର ଥାଏ।
ਸਾਧ ਕੈ ਸੰਗਿ ਉਨਿ ਭਉਜਲੁ ਤਰਿਆ ਸਗਲ ਦੂਤ ਉਨਿ ਸਾਧੇ ਜੀਉ ॥੩॥ ସନ୍ଥଙ୍କ ସଙ୍ଗତି କରି ସେ ଭବ ସାଗରରୁ ପାରି ହୋଇଯାଏ ଆଉ କାମ ଆଦି ସବୁ ଦୂତଙ୍କୁ ବଶ କରିନିଏ ॥3॥
ਤਿਨ ਕੀ ਸਰਣਿ ਪਰਿਆ ਮਨੁ ਮੇਰਾ ॥ ਮਾਣੁ ਤਾਣੁ ਤਜਿ ਮੋਹੁ ਅੰਧੇਰਾ ॥ ମୋର ମନ ତାହାଙ୍କ ଶରଣରେ ଆସିଛି, ଆଉ ଅହଂକାର, ବଳ ଏବଂ ଅନ୍ଧାର ଜାତ କରୁଥିବା ମୋହକୁ ତ୍ୟାଗ କରିଦେଇଛି।
ਨਾਮੁ ਦਾਨੁ ਦੀਜੈ ਨਾਨਕ ਕਉ ਤਿਸੁ ਪ੍ਰਭ ਅਗਮ ਅਗਾਧੇ ਜੀਉ ॥੪॥੨੦॥੨੭॥ ହେ ପ୍ରଭୁ! ନାନକଙ୍କୁ ଅଗମ୍ୟ, ଅଗୋଚର ପରମାତ୍ମାଙ୍କ ନାମ ପ୍ରଦାନ କର। ॥4॥20॥27॥
ਮਾਝ ਮਹਲਾ ੫ ॥ ମାଝ ମହଲା 5 ॥
ਤੂੰ ਪੇਡੁ ਸਾਖ ਤੇਰੀ ਫੂਲੀ ॥ ହେ ପୂଜ୍ୟ ପରମେଶ୍ଵର! ତୁ ଏକ ବୃକ୍ଷ ଅଟୁ ଆଉ ଏହି ସୃଷ୍ଟି ତୋର ପ୍ରଫୁଲ୍ଲିତ ଶାଖା ଅଟେ।
ਤੂੰ ਸੂਖਮੁ ਹੋਆ ਅਸਥੂਲੀ ॥ ତୁ ସୂକ୍ଷ୍ମ ରୂପରୁ ସ୍ଥୂଳ ରୂପକୁ ବଦଳିଯାଇଛୁ।
ਤੂੰ ਜਲਨਿਧਿ ਤੂੰ ਫੇਨੁ ਬੁਦਬੁਦਾ ਤੁਧੁ ਬਿਨੁ ਅਵਰੁ ਨ ਭਾਲੀਐ ਜੀਉ ॥੧॥ ତୁ ଜଳର ସାଗର ଅଟୁ ଆଉ ତୁ ହିଁ ଏଥିରୁ ଉତ୍ପର୍ଣ୍ଣ ହୋଇଥିବା ଫୋଟକା ଅଟୁ। ତୋର ଛଡା ଜଗତରେ ମୋତେ ଅନ୍ୟ କେହି ଦେଖା ଯାଉନାହାନ୍ତି। ॥1॥
ਤੂੰ ਸੂਤੁ ਮਣੀਏ ਭੀ ਤੂੰਹੈ ॥ ହେ ଇଶ୍ଵର! ଦେହ ରୂପ ମାଳା ପାଇଁ ତୁମେ ହିଁ ପ୍ରାଣ ରୂପୀ ସୂତା ଅଟ।
ਤੂੰ ਗੰਠੀ ਮੇਰੁ ਸਿਰਿ ਤੂੰਹੈ ॥ ସେହି ମାଳାର ଗଣ୍ଠି ମଧ୍ୟ ତୁମେ ହିଁ ଆଉ ସବୁଙ୍କ ଉପରେ ମେରୁ ମାଳି ମଧ୍ୟ ତୁମେ ହିଁ ଅଟ।
ਆਦਿ ਮਧਿ ਅੰਤਿ ਪ੍ਰਭੁ ਸੋਈ ਅਵਰੁ ਨ ਕੋਇ ਦਿਖਾਲੀਐ ਜੀਉ ॥੨॥ ଜଗତର ଆଦି, ମଧ୍ୟ ଆଉ ଅନ୍ତରେ ସେହି ପରମେଶ୍ଵର ଅଛନ୍ତି, ତୋ’ ବିନା ଆଉ କେହି ଦୃଷ୍ଟିଗୋଚର ହୁଅନ୍ତି ନାହିଁ ॥2॥
ਤੂੰ ਨਿਰਗੁਣੁ ਸਰਗੁਣੁ ਸੁਖਦਾਤਾ ॥ ହେ ସୁଖଦାତା ପରମେଶ୍ଵର! ତୁ ହିଁ ନିର୍ଗୁଣ ଏବଂ ତୁ ହିଁ ସଗୁଣ ଅଟେ।
ਤੂੰ ਨਿਰਬਾਣੁ ਰਸੀਆ ਰੰਗਿ ਰਾਤਾ ॥ ତୁ ସ୍ଵୟଂ ହିଁ ନିର୍ଲିପ୍ତ, ଆନନ୍ଦକାରୀ ଆଉ ସମସ୍ତ ରଙ୍ଗରେ ଅନୁରକ୍ତ ଅଟୁ।
ਅਪਣੇ ਕਰਤਬ ਆਪੇ ਜਾਣਹਿ ਆਪੇ ਤੁਧੁ ਸਮਾਲੀਐ ਜੀਉ ॥੩॥ ହେ ପ୍ରଭୁ! ନିଜ କଳାରେ ତୁମେ ସ୍ଵୟଂ ହିଁ ଦକ୍ଷ ଅଟ ଆଉ ତୁମେ ସ୍ଵୟଂ ହିଁ ନିଜର ସ୍ମରଣ କରୁଅଛ। ॥21॥
ਤੂੰ ਠਾਕੁਰੁ ਸੇਵਕੁ ਫੁਨਿ ਆਪੇ ॥ ତୁମେ ଠାକୁର ଅଟ ପୁଣି ତୁମେ ସ୍ଵୟଂ ହିଁ ସେବକ।
ਤੂੰ ਗੁਪਤੁ ਪਰਗਟੁ ਪ੍ਰਭ ਆਪੇ ॥ ହେ ପରଂବ୍ରହ୍ମ! ତୁ ସ୍ଵୟଂ ହିଁ ଗୁପ୍ତ ଆଉ ସ୍ଵୟଂ ହିଁ ପ୍ରଘଟ ମଧ୍ୟ ଅଟ।
ਨਾਨਕ ਦਾਸੁ ਸਦਾ ਗੁਣ ਗਾਵੈ ਇਕ ਭੋਰੀ ਨਦਰਿ ਨਿਹਾਲੀਐ ਜੀਉ ॥੪॥੨੧॥੨੮॥ ସେବକ ନାନକ ସର୍ବଦା ହିଁ ପ୍ରଭୁଙ୍କ ଯଶୋଗାନ କରୁଛନ୍ତି। କୃପା କରି, କେବଳ ଏକ କ୍ଷଣ ପାଇଁ, ତାହାକୁ ନିଜ ଦୟା ଦୃଷ୍ଟିରେ ଦେଖି ଆଶୀର୍ବାଦ ଦିଅନ୍ତୁ ॥4॥21॥28॥


© 2025 SGGS ONLINE
error: Content is protected !!
Scroll to Top