Guru Granth Sahib Translation Project

guru granth sahib odia page-1018

Page 1018

ਚਰਣ ਤਲੈ ਉਗਾਹਿ ਬੈਸਿਓ ਸ੍ਰਮੁ ਨ ਰਹਿਓ ਸਰੀਰਿ ॥ ଯେଉଁ ବ୍ୟକ୍ତି କାଠ ନିର୍ମିତ ନାବରେ ପାଦ ଦବାଇ ସେଥିରେ ବସିଥାଏ, ତାହାର ଶରୀରର କ୍ଳାନ୍ତ ଦୂର ହୋଇଯାଏ।
ਮਹਾ ਸਾਗਰੁ ਨਹ ਵਿਆਪੈ ਖਿਨਹਿ ਉਤਰਿਓ ਤੀਰਿ ॥੨॥ ମହାସାଗର ମଧ୍ୟ କୌଣସି ବିଘ୍ନ ଜାତ କରେ ନାହିଁ ଏବଂ ଏକ କ୍ଷଣରେ ହିଁ ସାଗର ତଟରେ ଲାଗିଯାଏ||2||
ਚੰਦਨ ਅਗਰ ਕਪੂਰ ਲੇਪਨ ਤਿਸੁ ਸੰਗੇ ਨਹੀ ਪ੍ਰੀਤਿ ॥ ଧରିତ୍ରୀ ଚନ୍ଦନ, ଅଗର, କର୍ପୁରର ଲେପନ ଏବଂ ସୁଗନ୍ଧି ସହିତ କୌଣସି ପ୍ରୀତି କରେ ନାହି,
ਬਿਸਟਾ ਮੂਤ੍ਰ ਖੋਦਿ ਤਿਲੁ ਤਿਲੁ ਮਨਿ ਨ ਮਨੀ ਬਿਪਰੀਤਿ ॥੩॥ ଯଦି କେହି ବିଷ୍ଠା, ମଲାମୁତ୍ର ତ୍ୟାଗ କରେ, ସେ ନିଜ ମନରେ ଘୃଣା କରେ ନାହିଁ(ସାଧୁଜନ ସେପରି ହିଁ ସହିଷ୍ଣୁ ଅଟନ୍ତି) ||3||
ਊਚ ਨੀਚ ਬਿਕਾਰ ਸੁਕ੍ਰਿਤ ਸੰਲਗਨ ਸਭ ਸੁਖ ਛਤ੍ਰ ॥ ସବୁଙ୍କୁ ସୁଖ ଦେବା ବାଲା ଆକାଶ ରୂପୀ ଛତ୍ର ସବୁଙ୍କ ସାଙ୍ଗରେ ସମ୍ବନ୍ଧ ବନାଇ ରଖିଥାଏ, କେହି ଉଚ୍ଚ ବା ନୀଚ ଜାତିର କିମ୍ବା ଭଲ ବା ମନ୍ଦ ବ୍ୟକ୍ତି ମଧ୍ୟ ହେଉ।
ਮਿਤ੍ਰ ਸਤ੍ਰੁ ਨ ਕਛੂ ਜਾਨੈ ਸਰਬ ਜੀਅ ਸਮਤ ॥੪॥ ସେ କାହାକୁ ନିଜ ମିତ୍ର ଅଥବା ଶତ୍ରୁ ଭାବେ ନାହିଁ, ଏଣୁ ସବୁଙ୍କୁ ଏକ ସମାନ ମାନିଥାଏ (ଯେପରି ସନ୍ଥଙ୍କ ପାଇଁ ସବୁ ସମାନ ଅଟେ)||4||
ਕਰਿ ਪ੍ਰਗਾਸੁ ਪ੍ਰਚੰਡ ਪ੍ਰਗਟਿਓ ਅੰਧਕਾਰ ਬਿਨਾਸ ॥ ସୁରି ନିଜର ପ୍ରଖରତା ପ୍ରକାଶ କରି ପ୍ରକଟ ହୋଇଥାନ୍ତି ଏବଂ ଅନ୍ଧକାର ଦୂର ହୋଇଯାଏ,
ਪਵਿਤ੍ਰ ਅਪਵਿਤ੍ਰਹ ਕਿਰਣ ਲਾਗੇ ਮਨਿ ਨ ਭਇਓ ਬਿਖਾਦੁ ॥੫॥ ତାହାଙ୍କ କିରଣ ସବୁ ପବିତ୍ର, ଅପବିତ୍ର ଜୀବଙ୍କୁ ସ୍ପର୍ଶ କରିଥାଏ, ପରନ୍ତୁ ତାହାଙ୍କ ମନରେ ଏହି କଥାର କୌଣସି ଦୁଃଖ ହୁଏନାହିଁ(ସେପରି ହିଁ ସନ୍ଥଜନ ଅଟନ୍ତି)||5||
ਸੀਤ ਮੰਦ ਸੁਗੰਧ ਚਲਿਓ ਸਰਬ ਥਾਨ ਸਮਾਨ ॥ ଶୀତଳ ଏବଂ ସୁଗନ୍ଧିତ ବାୟୁ ସବୁ ସ୍ଥାନରେ ସମାନ ରୂପରେ ବହମାନ ହୋଇଥାଏ।
ਜਹਾ ਸਾ ਕਿਛੁ ਤਹਾ ਲਾਗਿਓ ਤਿਲੁ ਨ ਸੰਕਾ ਮਾਨ ॥੬॥ ଯେଉଁଠି କେହି ଭାଲ ମନ୍ଦ ଜୀବ ଥାଆନ୍ତି, ସ୍ଥାରେ ମଧ୍ୟ ବହିଥାଏ, ତିଳେମାତ୍ର ସଙ୍କୋଚ କରେ ନାହିଁ(ସେପରି ହିଁ ସନ୍ଥଜନ ମାନବତାର କଲ୍ୟାଣ କରିଥାନ୍ତି)||6||
ਸੁਭਾਇ ਅਭਾਇ ਜੁ ਨਿਕਟਿ ਆਵੈ ਸੀਤੁ ਤਾ ਕਾ ਜਾਇ ॥ ଭଲ ମନ୍ଦ ସ୍ଵଭାବ ବାଲା ଯେଉଁ ଜୀବ ଅଗ୍ନି ନିକଟକୁ ଆସିଥାଏ ତାହାର ଶୀତ ଦୂର ହୋଇଯାଏ।
ਆਪ ਪਰ ਕਾ ਕਛੁ ਨ ਜਾਣੈ ਸਦਾ ਸਹਜਿ ਸੁਭਾਇ ॥੭॥ ଅଗ୍ନି ନିଜର ଓ ପରର ଭେଦ କିଛି ଜାଣେ ନାହିଁ ଏବଂ ସ୍ଵାଭାବିକ ଭାବରେ ବିଚରଣ କରିଥାଏ (ସେପରି ହିଁ ସନ୍ଥଜନ ସବୁଙ୍କ ଭଲ କରିଥାନ୍ତି)||7||
ਚਰਣ ਸਰਣ ਸਨਾਥ ਇਹੁ ਮਨੁ ਰੰਗਿ ਰਾਤੇ ਲਾਲ ॥ ଯିଏ ତାହାଙ୍କ ଚରଣ ଶରଣରେ ଆସିଥାଏ, ତାହାକୁ ସାହାରା ମିଳିଯାଏ ଏବଂ ତାହାର ମନ ପ୍ରିୟତମଙ୍କ ରଙ୍ଗରେ ରଙ୍ଗୀନ ହୋଇଯାଏ।
ਗੋਪਾਲ ਗੁਣ ਨਿਤ ਗਾਉ ਨਾਨਕ ਭਏ ਪ੍ਰਭ ਕਿਰਪਾਲ ॥੮॥੩॥ ହେ ନାନକ! ପ୍ରଭୁ କୃପାଳୁ ହୋଇଛନ୍ତି, ନିତ୍ୟ ତାହାଙ୍କ ଗୁଣଗାନ କର||8||3||
ਮਾਰੂ ਮਹਲਾ ੫ ਘਰੁ ੪ ਅਸਟਪਦੀਆ ମାରୁ ମହଲା 5 ଘର 4 ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ ହୋଇଥାଏ।
ਚਾਦਨਾ ਚਾਦਨੁ ਆਂਗਨਿ ਪ੍ਰਭ ਜੀਉ ਅੰਤਰਿ ਚਾਦਨਾ ॥੧॥ ହୃଦୟ ରୂପୀ ଅଗଣାରେ ପ୍ରଭୁଙ୍କ ପ୍ରକାଶ ହିଁ ସବୁଠାରୁ ବଡ ଚାନ୍ଦିନୀ ଅଟେ||1||
ਆਰਾਧਨਾ ਅਰਾਧਨੁ ਨੀਕਾ ਹਰਿ ਹਰਿ ਨਾਮੁ ਅਰਾਧਨਾ ॥੨॥ ଯଦି ଆରାଧନା କରିବାର ଅଛି, ତାହାହେଲେ ଈଶ୍ଵରଙ୍କୁ ହିଁ କର, ଏହା ସଫଳ ଆରାଧନା ଅଟେ||2||
ਤਿਆਗਨਾ ਤਿਆਗਨੁ ਨੀਕਾ ਕਾਮੁ ਕ੍ਰੋਧੁ ਲੋਭੁ ਤਿਆਗਨਾ ॥੩॥ ଯଦି ତ୍ୟାଗ କରିବାର ଅଛି; ମନରେ କାମ, କ୍ରୋଧ ଏବଂ ଲୋଭ ତ୍ୟାଗ କର, ଏହା ସବୁଠାରୁ ବଡ ତ୍ୟାଗ ଅଟେ||3||
ਮਾਗਨਾ ਮਾਗਨੁ ਨੀਕਾ ਹਰਿ ਜਸੁ ਗੁਰ ਤੇ ਮਾਗਨਾ ॥੪॥ ସବୁଠାରୁ ବଡ ଯାଚନା ହେଉଛି ଗୁରୁଙ୍କ ଠାରୁ ହରି-ଯଶର ଯାଚନା||4||
ਜਾਗਨਾ ਜਾਗਨੁ ਨੀਕਾ ਹਰਿ ਕੀਰਤਨ ਮਹਿ ਜਾਗਨਾ ॥੫॥ ଜାଗରଣ ମଧ୍ୟରେ ହରି-ସଙ୍କୀର୍ତ୍ତନରେ ଜାଗରଣ କରିବା ଉଚିତ||5||
ਲਾਗਨਾ ਲਾਗਨੁ ਨੀਕਾ ਗੁਰ ਚਰਣੀ ਮਨੁ ਲਾਗਨਾ ॥੬॥ ଗୁରୁ-ଚରଣରେ ମନ ଲଗାଇବା ହିଁ ସର୍ବୋତ୍ତମ ଲଗ୍ନ ଅଟେ||6||
ਇਹ ਬਿਧਿ ਤਿਸਹਿ ਪਰਾਪਤੇ ਜਾ ਕੈ ਮਸਤਕਿ ਭਾਗਨਾ ॥੭॥ ଯାହାର କପାଳରେ ଉତ୍ତମ ଭାଗ୍ୟ ହୋଇଥାଏ, ତାହାକୁ ହିଁ ଏହି ଯୁକ୍ତିର ପ୍ରାପ୍ତି ହୋଇଥାଏ||7||
ਕਹੁ ਨਾਨਕ ਤਿਸੁ ਸਭੁ ਕਿਛੁ ਨੀਕਾ ਜੋ ਪ੍ਰਭ ਕੀ ਸਰਨਾਗਨਾ ॥੮॥੧॥੪॥ ହେ ନାନକ! ଯିଏ ପ୍ରଭୁଙ୍କ ଶରଣରେ ଆସିଥାଏ, ତାହା ପାଇଁ ସବୁକିଛି ଉତ୍ତମ ହୋଇଥାଏ||8||1||4||
ਮਾਰੂ ਮਹਲਾ ੫ ॥ ମାରୁ ମହଲା 5॥
ਆਉ ਜੀ ਤੂ ਆਉ ਹਮਾਰੈ ਹਰਿ ਜਸੁ ਸ੍ਰਵਨ ਸੁਨਾਵਨਾ ॥੧॥ ਰਹਾਉ ॥ ହେ ସନ୍ଥଜନ! ମୋର ଘରକୁ ଆସ, କାନରେ ଭଗବାନଙ୍କ ଯଶ ଶୁଣାଅ॥1॥ରୁହ॥
ਤੁਧੁ ਆਵਤ ਮੇਰਾ ਮਨੁ ਤਨੁ ਹਰਿਆ ਹਰਿ ਜਸੁ ਤੁਮ ਸੰਗਿ ਗਾਵਨਾ ॥੧॥ ତୁମେ ଆସିବା ଦ୍ଵାରା ମନ-ତନ ଖୁସି ହୋଇଯାଏ ଏବଂ ତୁମ ସହିତ ମିଶି ଈଶ୍ଵରଙ୍କ ଗୁଣଗାନ ହିଁ କରିବାକୁ ହେବ||1||
ਸੰਤ ਕ੍ਰਿਪਾ ਤੇ ਹਿਰਦੈ ਵਾਸੈ ਦੂਜਾ ਭਾਉ ਮਿਟਾਵਨਾ ॥੨॥ ସନ୍ଥଙ୍କ କୃପାରୁ ହୃଦୟରେ ସତ୍ୟ ସ୍ଥିତ ହୋଇଥାଏ ଏବଂ ଦୈତ୍ୟଭାବ ଦୂର ହୋଇଯାଏ||2||
ਭਗਤ ਦਇਆ ਤੇ ਬੁਧਿ ਪਰਗਾਸੈ ਦੁਰਮਤਿ ਦੂਖ ਤਜਾਵਨਾ ॥੩॥ ଭକ୍ତର ଦୟାରୁ ବୁଦ୍ଧି ଆଲୋକିତ ହୋଇଥାଏ ଏବଂ ଦୁର୍ମତିର ସବୁ ଦୁଃଖ ଦୂର ହୋଇଯାଏ||3||
ਦਰਸਨੁ ਭੇਟਤ ਹੋਤ ਪੁਨੀਤਾ ਪੁਨਰਪਿ ਗਰਭਿ ਨ ਪਾਵਨਾ ॥੪॥ ସନ୍ଥଙ୍କ ଦର୍ଶନ ଓ ସାକ୍ଷାତ ଦ୍ଵାରା ହିଁ ଜୀବନ-ଆଚରଣ ପବିତ୍ର ହୋଇଥାଏ ଏବଂ ଗର୍ଭ ଯୋନିରୁ ମୁକ୍ତି ମିଳିଥାଏ||4||
ਨਉ ਨਿਧਿ ਰਿਧਿ ਸਿਧਿ ਪਾਈ ਜੋ ਤੁਮਰੈ ਮਨਿ ਭਾਵਨਾ ॥੫॥ ତୁମର ମନକୁ ଯିଏ ଭଲ ଲାଗିଥାଏ, ତାହାକୁ ନବ ନିଧି,ସିଦ୍ଧି, ରିଦ୍ଧି ହାସଲ ହୋଇଯାଏ||5||
ਸੰਤ ਬਿਨਾ ਮੈ ਥਾਉ ਨ ਕੋਈ ਅਵਰ ਨ ਸੂਝੈ ਜਾਵਨਾ ॥੬॥ ସନ୍ଥଙ୍କ ବିନା ମୋର ଅନ୍ୟ ସ୍ଥାନ ନାହିଁ ଏବଂ ଅନ୍ୟ ସ୍ଥାନକୁ ଯିବା ପାଇଁ ଇଛା ମଧ୍ୟ ହେଉନାହିଁ||6||
ਮੋਹਿ ਨਿਰਗੁਨ ਕਉ ਕੋਇ ਨ ਰਾਖੈ ਸੰਤਾ ਸੰਗਿ ਸਮਾਵਨਾ ॥੭॥ ମୋ' ଭଳି ନିର୍ଗୁଣକୁ କେହି ରକ୍ଷା କରିବା ବାଲା ଅଟନ୍ତି, ଏଥିପାଇଁ ସନ୍ଥଙ୍କ ସଙ୍ଗରେ ରହିବାକୁ ହେବ||7||
ਕਹੁ ਨਾਨਕ ਗੁਰਿ ਚਲਤੁ ਦਿਖਾਇਆ ਮਨ ਮਧੇ ਹਰਿ ਹਰਿ ਰਾਵਨਾ ॥੮॥੨॥੫॥ ହେ ନାନକ! ଗୁରୁ କୌତୁକ ଦେଖାଇଛନ୍ତି, ପ୍ରଭୁ ଦର୍ଶନ ଦ୍ଵାରା ସୁଖ ମିଳି ଯାଇଛି||8||2||5||


© 2025 SGGS ONLINE
error: Content is protected !!
Scroll to Top