Guru Granth Sahib Translation Project

ଗୁରୁ ଗ୍ରନ୍ଥ ସାହିବ ଜୀ ଓଡିଆ ଅନୁବାଦ |

ଗ୍ରନ୍ଥ ସାହେବ ଜୀ ହେଉଛି 1,430 ପୃଷ୍ଠାର ଏକ ପୁସ୍ତକ, ଯେଉଁଥିରେ ଗୁରୁମୁଖୀ ଲିପିରେ ଲେଖା ଅଛି। ଏହି ଶାସ୍ତ୍ରରେ କବୀର, ଫରିଦ, ନାମଦେବ ଏବଂ ରବିଦାସଙ୍କ ପରି ହିନ୍ଦୁ ଏବଂ ମୁସଲମାନ ସନ୍ଥଙ୍କ ଗଭୀର ଅବଦାନ ମଧ୍ଯ଼ ଅନ୍ତର୍ଭୁକ୍ତ, ଯାହା ଆଧ୍ଯ଼ାତ୍ମିକତା ଏବଂ ଭକ୍ତିର ସୁସଂଗତ ମେଲୋଡି ଦର୍ଶାଇଥାଏ ଯାହା କୌଣସି ଧାର୍ମିକ ସୀମା ଜାଣେ ନାହିଁ |

ସତ୍ଯ଼ ଏବଂ ଭକ୍ତି ମାର୍ଗରେ ଯାତ୍ରା କରିବା ସମଯ଼ରେ ଆଧ୍ଯ଼ାତ୍ମିକ ଏବଂ ନୈତିକ ମାର୍ଗଦର୍ଶନ ପାଇଁ ଗୁରୁ ଗ୍ରନ୍ଥ ସାହିବ ହେଉଛି ଏକମାତ୍ର ପ୍ରକୃତ ଜ୍ଞାନ ଏବଂ ଦୀପଗୃହ | ଏହି ମହାନ ଶାସ୍ତ୍ରରେ ଦେବତ୍ୱର ପ୍ରକୃତି, ପାପପୂର୍ଣ୍ଣ ଜୀବନର ଗୁରୁତ୍ୱ ଏବଂ ଆଧ୍ଯ଼ାତ୍ମିକ ଏକତାର ଗୁରୁତ୍ୱ ରହିଛି। ଜଣେ ପ୍ରେରଣା ଏବଂ ସାନ୍ତ୍ବନା ଦାତା ଭାବରେ, ଗ୍ରନ୍ଥ ସାହିବ ଜୀ ଭଗବାନଙ୍କ ପ୍ରତି ଆସକ୍ତିର ଏକ ନିରନ୍ତର ଉତ୍ସ, ଲୋକଙ୍କ ମଧ୍ଯ଼ରେ ଗଭୀର ପ୍ରେରଣା ଏବଂ ମାନବତା ପ୍ରତି କରୁଣା, ନମ୍ରତା ଏବଂ ସେବାର ପ୍ରଚାର |

 

ਤੀਰਥ ਨਾਤਾ ਕਿਆ ਕਰੇ ਮਨ ਮਹਿ ਮੈਲੁ ਗੁਮਾਨੁ ॥ 
ତୀର୍ଥ ସ୍ଥଳରେ ସ୍ନାନ କରି କଣ ଲାଭ ଅଟେ, ଯେତେବେଳେ ତାହାର ଚିତ୍ତରେ ଅହଙ୍କାରର ମଇଳା ଅଛି?

ਬਾਹਰਿ ਢੂੰਢਿ ਵਿਗੁਚੀਐ ਘਰ ਮਹਿ ਵਸਤੁ ਸੁਥਾਇ ॥ 
ଯେତେବେଳ ପଦାର୍ଥ ତାଙ୍କର ଗୃହର ପବିତ୍ର ସ୍ଥାନରେ ଥାଏ, ମନୁଷ୍ୟ ତାହା ବାହାରେ ସନ୍ଧାନ କରି ବରବାଦ ହୋଇଯାଏ।

ਪੇਈਅੜੈ ਜਗਜੀਵਨੁ ਦਾਤਾ ਮਨਮੁਖਿ ਪਤਿ ਗਵਾਈ ॥ 
ଜଗତର ପାଳନ କର୍ତ୍ତା, ପ୍ରାଣଦାତା, ପ୍ରଭୁ ଏହି ସଂସାରରେ ହିଁ ଅଛନ୍ତି , ଯାହାକୁ ଏହି ଲୋକରେ ପାଇପାରିବା। ତାହାଙ୍କୁ ବିସ୍ମୃତ ମନମୁଖ ପ୍ରାଣୀ ନିଜ ସମ୍ମାନ ହରାଇଦେଇଛି।

ਮਾਇਆ ਭੂਲੇ ਸਿਧ ਫਿਰਹਿ ਸਮਾਧਿ ਨ ਲਗੈ ਸੁਭਾਇ ॥ 
ମାୟାରେ ଫସି ସିଦ୍ଧ ପୁରୁଷ ମଧ୍ୟ ପଥଭ୍ରଷ୍ଟ ହୋଇଥାଏ ଆଉ ଭଗବାନଙ୍କ ପ୍ରେମରେ ଲୀନ ହେବା ସମାଧିରେ ଲାଗନ୍ତି ନାହିଁ।

ਪੂਰੈ ਸਬਦਿ ਸਭ ਸੋਝੀ ਹੋਈ ਹਰਿ ਨਾਮੈ ਰਹੈ ਸਮਾਇ ॥੧॥ 
ପୂର୍ଣ୍ଣ ଗୁରୁଙ୍କ ଉପଦେଶ ଦ୍ଵାରା ସବୁ ଜ୍ଞାନ ଆସିଯାଏ, ଆଉ ମନୁଷ୍ୟ ପରମାତ୍ମାଙ୍କ ନାମରେ ଲୀନ ରହିଥାଏ। ॥1॥

ਕਾਇਆ ਰੋਗੁ ਨ ਛਿਦ੍ਰੁ ਕਿਛੁ ਨਾ ਕਿਛੁ ਕਾੜਾ ਸੋਗੁ ॥ 
ଯଦି କାୟା ମଧ୍ୟ ପୂର୍ଣ୍ଣତଃ ନିରୋଗ ଥାଏ ଆଉ କୌଣସି ରୋଗ ନଥାଏ, ଯଦି ତାହାର କୌଣସି ଶୋକ ସନ୍ତାପ ନଥାଏ;

ਸਭੁ ਸਚੋ ਸਚੁ ਵਰਤਦਾ ਜਿਸੁ ਭਾਵੈ ਤਿਸੈ ਬੁਝਾਇ ਜੀਉ ॥੨੦॥ 
ସମସ୍ତ ସତ୍ୟ ପ୍ରଭୁଙ୍କ ସତ୍ୟ ହୁକୁମ ପ୍ରସାର ହେଉଛି,କିନ୍ତୁ, ତାହାଙ୍କ ମୂଳ ରହସ୍ୟକୁ ସେ ବୁଝିପାରିବେ ଯାହାକୁ ତୁମେ ବୁଝାଅ ॥20॥

ਦੂਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਵਿਸਰਿ ਗਇਆ ਧਿਆਨੁ ॥ 
ହେ ମୋର ଅଜଣା ମିତ୍ର! ଜୀବନରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ମନୁଷ୍ୟ ପରମେଶ୍ଵରଙ୍କ ସ୍ମରଣକୁ ବିସ୍ମୃତ କରିଦିଏ। ଅର୍ଥାତ, ଯେତେବେଳେ ପ୍ରାଣୀ ଗର୍ଭରୁ ବାହାରକୁ ଆସେ ଆଉ ଜନ୍ମ ନିଏ , ସେତେବେଳ ଗର୍ଭରେ କରିଥିବା ପ୍ରାର୍ଥନକୁ ଭୁଲି ଯାଏ।

ਚਉਥੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਹਰਿ ਚਲਣ ਵੇਲਾ ਆਦੀ ॥ 
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ଇଶ୍ଵର ମୃତ୍ୟୁ କାଳ ନିକଟ କରିଦେଇଛନ୍ତି।

ਖੰਡਿ ਵਰਭੰਡਿ ਹਰਿ ਸੋਭਾ ਹੋਈ ਇਹੁ ਦਾਨੁ ਨ ਰਲੈ ਰਲਾਇਆ ॥ 
ଏହି ଦାନ ଦ୍ଵାରା ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଏବଂ ସମସ୍ତ ଖଣ୍ଡରେ ମୋର ଶୋଭା ହୋଇଯାଇଛି। ଅନ୍ୟ କୌଣସି ଦାନ ଏହି ଦାନର ସମକକ୍ଷ ହୋଇପାରିବ ନାହିଁ।

Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/