Page 1378
ਬੰਨ੍ਹ੍ਹਿ ਉਠਾਈ ਪੋਟਲੀ ਕਿਥੈ ਵੰਞਾ ਘਤਿ ॥੨॥
ଦୁନିଆ ଲୋକଙ୍କ ଭଳି ମୁଁ ମଧ୍ୟ ଗଣ୍ଠିଲି ବାନ୍ଧି ମସ୍ତକ ଉପରେ ଉଠାଇଛି, ଏହାକୁ ଛାଡି କେଉଁ ଆଡେ ଯିବି||2||
ਕਿਝੁ ਨ ਬੁਝੈ ਕਿਝੁ ਨ ਸੁਝੈ ਦੁਨੀਆ ਗੁਝੀ ਭਾਹਿ ॥
ଏହି ଦୁନିଆ ଏକ ଗୁପ୍ତ ଅଗ୍ନି ଅଟେ, ଯାହାକୁ କିଛି ବୁଝି ହୁଏନାହିଁ।
ਸਾਂਈਂ ਮੇਰੈ ਚੰਗਾ ਕੀਤਾ ਨਾਹੀ ਤ ਹੰ ਭੀ ਦਝਾਂ ਆਹਿ ॥੩॥
ମୋର ମାଲିକ ବହୁତ ଭଲ କରିଛନ୍ତି, ଯିଏ କୃପା କରି ମୋତେ ଏଥିରୁ ରକ୍ଷା କରିଛନ୍ତି, ଅନ୍ୟଥା ମୁଁ ମଧ୍ୟ ଏଥିରେ ଜଳି ଯାଇଥାନ୍ତି||3||
ਫਰੀਦਾ ਜੇ ਜਾਣਾ ਤਿਲ ਥੋੜੜੇ ਸੰਮਲਿ ਬੁਕੁ ਭਰੀ ॥
ହେ ଫରିଦ! ଯଦି ମୋତେ ଜଣା ଥାଆନ୍ତା ଯେ ଜୀବନ-ଶ୍ଵାସ ଅଳ୍ପ ଅଛି, ତାହାହେଲେ ମୁଁ ଭାବିଚିନ୍ତି ଜୀବନ ଅତିବାହିତ କରିଥାନ୍ତି।
ਜੇ ਜਾਣਾ ਸਹੁ ਨੰਢੜਾ ਤਾਂ ਥੋੜਾ ਮਾਣੁ ਕਰੀ ॥੪॥
ଆଉ ଯଦି ମୋତେ ଜଣା ଥାଆନ୍ତା ଯେ ମୋର ମାଲିକ ନିଶ୍ଚିନ୍ତ ଅଟନ୍ତି, ତାହାହେଲେ ତାହାଙ୍କ ସମ୍ମୁଖରେ ଆଦୌ ମାନ କରି ନଥାନ୍ତି||4||
ਜੇ ਜਾਣਾ ਲੜੁ ਛਿਜਣਾ ਪੀਡੀ ਪਾਈਂ ਗੰਢਿ ॥
ଯଦି ମୋତେ ଜଣା ଥାଆନ୍ତା ଯେ ପ୍ରେମର ବନ୍ଧ ଭାଙ୍ଗିବାକୁ ଯାଉଛି, ମୁଁ ମଜବୁତ ଗଣ୍ଠି ବାନ୍ଧିଥାନ୍ତି।
ਤੈ ਜੇਵਡੁ ਮੈ ਨਾਹਿ ਕੋ ਸਭੁ ਜਗੁ ਡਿਠਾ ਹੰਢਿ ॥੫॥
ହେ ସଚ୍ଚା ମାଲିକ! ପୁରା ଦୁନିଆ ବୁଲି ଦେଖିଛି, କିନ୍ତୁ ତୋ’ ଭଳି ଅନ୍ୟ କେହି ନାହାନ୍ତି। ||5||
ਫਰੀਦਾ ਜੇ ਤੂ ਅਕਲਿ ਲਤੀਫੁ ਕਾਲੇ ਲਿਖੁ ਨ ਲੇਖ ॥
ଫରିଦ ଜୀ କହନ୍ତି ଯେ ହେ ଭାଇ! ଯଦି ତୁ ବୁଦ୍ଧିମାନ ଅଛୁ, ତାହାହେଲେ ନିଜ ପାଇଁ ମନ୍ଦ କର୍ମର ହିସାବ ଲେଖ ନାହିଁ,
ਆਪਨੜੇ ਗਿਰੀਵਾਨ ਮਹਿ ਸਿਰੁ ਨੀਵਾਂ ਕਰਿ ਦੇਖੁ ॥੬॥
ବରଂ ନିଜ ମସ୍ତକ ତଳକୁ କରି ଦେଖେ ତୁ କି କର୍ମ କରୁଛୁ। ||6||
ਫਰੀਦਾ ਜੋ ਤੈ ਮਾਰਨਿ ਮੁਕੀਆਂ ਤਿਨ੍ਹ੍ਹਾ ਨ ਮਾਰੇ ਘੁੰਮਿ ॥
ଫରିଦ ଜୀ ନମ୍ରତାର ବଳ ଦେଇ କହନ୍ତି ଯେ ଯଦି କେହି ତୋତେ କେହି ତୋତେ ମୁଥ ମାରନ୍ତି, ତାହାହେଲେ ଓଲଟି ତାହାକୁ ମାର ନାହିଁ।
ਆਪਨੜੈ ਘਰਿ ਜਾਈਐ ਪੈਰ ਤਿਨ੍ਹ੍ਹਾ ਦੇ ਚੁੰਮਿ ॥੭॥
ବର୍ମ ତାହାର ପାଦକୁ ଚୁମା ଦେଇ ନିଜ ଘରକୁ ଚାଲି ଯାଅ||7||
ਫਰੀਦਾ ਜਾਂ ਤਉ ਖਟਣ ਵੇਲ ਤਾਂ ਤੂ ਰਤਾ ਦੁਨੀ ਸਿਉ ॥
ହେ ଫରିଦ! ଯେତେବେଳେ ତୋର ଅର୍ଜନ କରିବା (ପ୍ରଭୁଙ୍କ ନାମ ଜପିବା) ସମୟ ଥିଲା, ତୁ ଦୁନିଆରେ ଲୀନ ଥିଲୁ।
ਮਰਗ ਸਵਾਈ ਨੀਹਿ ਜਾਂ ਭਰਿਆ ਤਾਂ ਲਦਿਆ ॥੮॥
ଏହିପରି ମୃତ୍ୟୁର ଭିତ୍ତି ବଢିବାକୁ ଲାଗିଲା ଅର୍ଥାତ ମୃତ୍ୟୁ ନିକଟ ଆସିଗଲା, ଯେତେବେଳେ ଜୀବନ ପୁରା ହୋଇଗଲା, ପାପର ବୋଝ ଲଦି ଚାଲିଲୁ||8||
ਦੇਖੁ ਫਰੀਦਾ ਜੁ ਥੀਆ ਦਾੜੀ ਹੋਈ ਭੂਰ ॥
ଫରିଦ ଜୀ ବୁଝନ୍ତି ଯେ ହେ ଭାଇ! ଅବସ୍ଥା କଣ ହୋଇଛି, ତୋର କଳା ଦାଢି ମଧ୍ୟ ଏବେ ଧଳା ହୋଇ ଯାଇଛି।
ਅਗਹੁ ਨੇੜਾ ਆਇਆ ਪਿਛਾ ਰਹਿਆ ਦੂਰਿ ॥੯॥
ପରେ ଆସିବାକୁ ଥିବା ମୃତ୍ୟୁ ନିକଟ ହୋଇ ଯାଇଛି, ଜୀବନର ସମୟ ମଧ୍ୟ ଦୂରେଇ ଯାଇଛି||9||
ਦੇਖੁ ਫਰੀਦਾ ਜਿ ਥੀਆ ਸਕਰ ਹੋਈ ਵਿਸੁ ॥
ଫରିଦ ଜୀ ପୁନଃ ବୁଝନ୍ତି ଯେ ଦେଖ, କିପରି ବିତୁଅଛି, ବାର୍ଦ୍ଧକ୍ୟ କାରଣରୁ ବର୍ତ୍ତମାନ ମିଠା ଚିଜ ମଧ୍ୟ ଜହର ଭଳି ପିତା ଲାଗୁଛି।
ਸਾਂਈ ਬਾਝਹੁ ਆਪਣੇ ਵੇਦਣ ਕਹੀਐ ਕਿਸੁ ॥੧੦॥
ନିଜ ମାଲିକଙ୍କ ବିନା ବାର୍ଦ୍ଧକ୍ୟର ଯନ୍ତ୍ରଣା କାହାକୁ କୁହାଯିବ||10||
ਫਰੀਦਾ ਅਖੀ ਦੇਖਿ ਪਤੀਣੀਆਂ ਸੁਣਿ ਸੁਣਿ ਰੀਣੇ ਕੰਨ ॥
ଫରିଦ ଜୀ ବାର୍ଦ୍ଧକ୍ୟ ଅବସ୍ଥା କହିଛନ୍ତି ଯେ ଦେଖି ଦେଖି ଆଖି ଦୁର୍ବଳ ହୋଇ ଯାଇଛି ଏବଂ ଶୁଣି ଶୁଣି କାନ ମଧ୍ୟ ବଧିର ହୋଇ ଯାଇଛି।
ਸਾਖ ਪਕੰਦੀ ਆਈਆ ਹੋਰ ਕਰੇਂਦੀ ਵੰਨ ॥੧੧॥
ଜୀବନ ଅତିବାହିତ ହୋଇ ଦେହ ରୂପୀ ଖେତ ପକ୍ଵ ହୋଇ ଯାଇଛି ଏବଂ ଅନ୍ୟ ରଙ୍ଗ ନେଇଛି||11||
ਫਰੀਦਾ ਕਾਲੀ ਜਿਨੀ ਨ ਰਾਵਿਆ ਧਉਲੀ ਰਾਵੈ ਕੋਇ ॥
ଗୁରୁ ଅମର ଦାସ ଫରିଦଙ୍କ କଥା କହନ୍ତି ଯେ ଯିଏ ଜିହ୍ଵାରେ ମାଲିକଙ୍କ ବନ୍ଦନା କରିନାହିଁ, ସେ ବାର୍ଦ୍ଧକ୍ୟରେ କିପରି ବନ୍ଦନା କରି ପାରିବ?
ਕਰਿ ਸਾਂਈ ਸਿਉ ਪਿਰਹੜੀ ਰੰਗੁ ਨਵੇਲਾ ਹੋਇ ॥੧੨॥
ଉଚିତ ଏହା ଯେ ପ୍ରଭୁଙ୍କ ସହିତ ପ୍ରେମ କରିଚାଲ, ନୂଆ ରଙ୍ଗ ଜାତ ହେବ||12||
ਮਃ ੩ ॥
ମହଲା 3॥
ਫਰੀਦਾ ਕਾਲੀ ਧਉਲੀ ਸਾਹਿਬੁ ਸਦਾ ਹੈ ਜੇ ਕੋ ਚਿਤਿ ਕਰੇ ॥
ଗୁରୁ ଅମର ଦାସ ଫରିଦଙ୍କ କଥା କହନ୍ତି ଯେ ଯଦି କେହି ମାଲିକଙ୍କୁ ସ୍ମରଣ କରିଥାଏ, ତାହାହେଲେ ସର୍ବଦା କରି ପାରିବ, ତାହା ପାଇଁ ଜୀବନ ଓ ବାର୍ଦ୍ଧକ୍ୟ କିଛି ଫରକ ନାହିଁ।
ਆਪਣਾ ਲਾਇਆ ਪਿਰਮੁ ਨ ਲਗਈ ਜੇ ਲੋਚੈ ਸਭੁ ਕੋਇ ॥
ସମସ୍ତେ ତାହାଙ୍କୁ ଚହନ୍ତୁ, ପରନ୍ତୁ ନିଜ ଲଗ୍ନରେ ପ୍ରେମ ଲଗାନ୍ତି ନାହିଁ।
ਏਹੁ ਪਿਰਮੁ ਪਿਆਲਾ ਖਸਮ ਕਾ ਜੈ ਭਾਵੈ ਤੈ ਦੇਇ ॥੧੩॥
ଏହି ପ୍ରେମ ମାଲିକଙ୍କ ଆଶୀର୍ବାଦ ଅଟେ, ଯାହାକୁ ଚାହାନ୍ତି, ତାହାକୁ ଦେଇଥାନ୍ତି||13||
ਫਰੀਦਾ ਜਿਨ੍ਹ੍ਹ ਲੋਇਣ ਜਗੁ ਮੋਹਿਆ ਸੇ ਲੋਇਣ ਮੈ ਡਿਠੁ ॥
ହେ ଫରିଦ! ଯେଉଁ ସୁନ୍ଦର ଆଖି ଲୋକଙ୍କୁ ମୋହିତ କରିଥିଲା, ତାହା ମଧ୍ୟ ମୁଁ ଦେଖି ନେଇଛି।
ਕਜਲ ਰੇਖ ਨ ਸਹਦਿਆ ਸੇ ਪੰਖੀ ਸੂਇ ਬਹਿਠੁ ॥੧੪॥
ପ୍ରଥମରୁ କଜ୍ଜଳ ରେଖା ମଧ୍ୟ ସହ୍ୟ କରୁ ନଥିଲି, ପରନ୍ତୁ ବର୍ତ୍ତମାନ ସେଥିରେ ପକ୍ଷୀ ଶାବକ ବସିଛନ୍ତି||14||
ਫਰੀਦਾ ਕੂਕੇਦਿਆ ਚਾਂਗੇਦਿਆ ਮਤੀ ਦੇਦਿਆ ਨਿਤ ॥
ହେ ଫରିଦ! ଉତ୍ତମ ପୁରୁଷ ସର୍ବଦା ଚିତ୍କାର କରି ଶିକ୍ଷା ଦେଇ ବୁଝାଇ ଥାଆନ୍ତି, ପରନ୍ତୁ
ਜੋ ਸੈਤਾਨਿ ਵੰਞਾਇਆ ਸੇ ਕਿਤ ਫੇਰਹਿ ਚਿਤ ॥੧੫॥
ଯେଉଁ ବ୍ୟକ୍ତିକୁ ସଇତାନ ଖରାପ କରି ଦେଇଛି, ତାହାର ମନ କିପରି ବଦଲା ଯାଇ ପାରିବ||15||
ਫਰੀਦਾ ਥੀਉ ਪਵਾਹੀ ਦਭੁ ॥
ବାବା ଫରିଦ ଜୀ ବୁଝାନ୍ତି ଯେ ଯଦି ତୁ ମାଲିକଙ୍କୁ ପାଇବାକୁ ଚାହୁଁ, ତାହାହେଲେ
ਜੇ ਸਾਂਈ ਲੋੜਹਿ ਸਭੁ ॥
ତୁ ରାସ୍ତାର ଘାସ ଭଳି ବିନମ୍ର ହୁଅ,
ਇਕੁ ਛਿਜਹਿ ਬਿਆ ਲਤਾੜੀਅਹਿ ॥
ଯାହାକୁ କେହି କାଟିଥାଏ, କେହି ପାଦ ତଳେ ରଗଡି ଥାଏ,
ਤਾਂ ਸਾਈ ਦੈ ਦਰਿ ਵਾੜੀਅਹਿ ॥੧੬॥
ତଥାପି ସେ ମାଲିକଙ୍କ ଦ୍ଵାରରେ ପହଞ୍ଚି ଥାଏ||16||
ਫਰੀਦਾ ਖਾਕੁ ਨ ਨਿੰਦੀਐ ਖਾਕੂ ਜੇਡੁ ਨ ਕੋਇ ॥
ଫରିଦ ଜୀ ଉପଦେଶ ଦେଇଥାନ୍ତି ଯେ ମାଟିର ନିନ୍ଦା କରନାହିଁ, ଏହି ମାଟି ଭଳି ଉପକାରୀ କେହି ନାହାନ୍ତି।
ਜੀਵਦਿਆ ਪੈਰਾ ਤਲੈ ਮੁਇਆ ਉਪਰਿ ਹੋਇ ॥੧੭॥
ସେ ଜୀବିତ ଅବସ୍ଥାରେ ପାଦର ତଳେ ଥାଏ ଏବଂ ମରିବା ପରେ ଉପରେ ଥାଏ||17||
ਫਰੀਦਾ ਜਾ ਲਬੁ ਤਾ ਨੇਹੁ ਕਿਆ ਲਬੁ ਤ ਕੂੜਾ ਨੇਹੁ ॥
ଫରିଦ ଜୀ କହନ୍ତି ଯେ ଯଦି ମନରେ ଲୋଭ ହିଁ ଭରି ରହିଥାଏ, ସେଠାରେ ପ୍ରେମ କିପରି ରହି ପାରିବ?ଲୋଭରେ କରିଥିବା ପ୍ରେମ ମିଥ୍ୟା ସିଦ୍ଧ ହୋଇଥାଏ।
ਕਿਚਰੁ ਝਤਿ ਲਘਾਈਐ ਛਪਰਿ ਤੁਟੈ ਮੇਹੁ ॥੧੮॥
ଯଦି ଛପର ଭାଙ୍ଗି ଯାଇଥାଏ, ବର୍ଷା ଦିନରେ କିପରି ଅତିବାହିତ କରିବ, ସେପରି ହିଁ ଲୋଭର ପ୍ରେମ କଦାପି ତିଷ୍ଠି ପାରେନାହିଁ ||18||
ਫਰੀਦਾ ਜੰਗਲੁ ਜੰਗਲੁ ਕਿਆ ਭਵਹਿ ਵਣਿ ਕੰਡਾ ਮੋੜੇਹਿ ॥
ଫରିଦ ଜୀ ଶିକ୍ଷା ଦେଇ କହନ୍ତି ଯେ ହେ ଭାଇ! ତୁ ଘାସ-ବୁଦାକୁ ଦଳି ଜଙ୍ଗଲରେ କାହିଁକି ବୁଲୁଛୁ ?
ਵਸੀ ਰਬੁ ਹਿਆਲੀਐ ਜੰਗਲੁ ਕਿਆ ਢੂਢੇਹਿ ॥੧੯॥
ପ୍ରଭୁ ତୋର ହୃଦୟରେ ହିଁ ବାସ କରୁଛନ୍ତି, ଜଙ୍ଗଲରେ କାହିଁକି ଖୋଜୁଅଛୁ||19||
ਫਰੀਦਾ ਇਨੀ ਨਿਕੀ ਜੰਘੀਐ ਥਲ ਡੂੰਗਰ ਭਵਿਓਮ੍ਹ੍ਹਿ ॥
ଫରିଦ ଜୀ କହନ୍ତି – ଯୌବନ ସମୟରେ ଛୋଟ ଗୋଡରେ କଠିନ ପାହାଡ ଓ ଜଙ୍ଗଲ ବୁଲୁଥିଲି।
ਅਜੁ ਫਰੀਦੈ ਕੂਜੜਾ ਸੈ ਕੋਹਾਂ ਥੀਓਮਿ ॥੨੦॥
ପରନ୍ତୁ ବାର୍ଦ୍ଧକ୍ୟ କାରଣରୁ ଆଜି ମୋତେ ଛୋଟ ଲୋଟା ମଧ୍ୟ ଦୂର ଲାଗୁଛି||20||
ਫਰੀਦਾ ਰਾਤੀ ਵਡੀਆਂ ਧੁਖਿ ਧੁਖਿ ਉਠਨਿ ਪਾਸ ॥
ଫରିଦ ଜୀ କହନ୍ତି ଯେ ରାତି ବର୍ତ୍ତମାନ ଲମ୍ବା ହୋଇ ଯାଇଛି, ଶରୀରର ଅଙ୍ଗ ପୀଡା କରୁଅଛି।