Guru Granth Sahib Translation Project

guru granth sahib odia page-1369

Page 1369

ਕਬੀਰ ਮਨੁ ਪੰਖੀ ਭਇਓ ਉਡਿ ਉਡਿ ਦਹ ਦਿਸ ਜਾਇ ॥ ହେ କବୀର! ମନ ଏକ ପକ୍ଷୀ ଅଟେ, ଯାହା ଉଡି ଉଡି ଦଶ ଦିଗକୁ ଯାଇଥାଏ।
ਜੋ ਜੈਸੀ ਸੰਗਤਿ ਮਿਲੈ ਸੋ ਤੈਸੋ ਫਲੁ ਖਾਇ ॥੮੬॥ ତାହାକୁ ଯେପରି ସଙ୍ଗତ ମିଳିଥାଏ, ସେପରି ହିଁ ଫଳ ଖାଇଥାଏ।||86||
ਕਬੀਰ ਜਾ ਕਉ ਖੋਜਤੇ ਪਾਇਓ ਸੋਈ ਠਉਰੁ ॥ କବୀର ଜୀ କହନ୍ତି ଯେ ଯାହା ଖୋଜୁଥିଲି, ସେହି ସ୍ଥାନ ପାଇ ଯାଇଛି।
ਸੋਈ ਫਿਰਿ ਕੈ ਤੂ ਭਇਆ ਜਾ ਕਉ ਕਹਤਾ ਅਉਰੁ ॥੮੭॥ ଯେଉଁ ଈଶ୍ଵରଙ୍କୁ ତୁମେ ନିଜ ଠାରୁ ଅଲଗା ମାନିଥିଲ, ତୁମେ ତାହାଙ୍କ ରୂପ ହୋଇ ଯାଇଛ||87||
ਕਬੀਰ ਮਾਰੀ ਮਰਉ ਕੁਸੰਗ ਕੀ ਕੇਲੇ ਨਿਕਟਿ ਜੁ ਬੇਰਿ ॥ କବୀର ଜୀ କହନ୍ତି ଯେ ମନ୍ଦ ସଙ୍ଗତ ହିଁ ମନୁଷ୍ୟକୁ ମାରିଥାଏ, ଯେପରି କଦଳୀ ଗଛ ନିକଟରେ କୋଳି ଗଛ ହୋଇଥାଏ,
ਉਹ ਝੂਲੈ ਉਹ ਚੀਰੀਐ ਸਾਕਤ ਸੰਗੁ ਨ ਹੇਰਿ ॥੮੮॥ ତାହା ପବନରେ ହଲିଥାଏ, କିନ୍ତୁ କୋଳି ଗଛ ତାହାକୁ କଣ୍ଟାରେ ଚିରି ଦେଇଥାଏ, ଏଣୁ କୁଟିଳ ଲୋକଙ୍କ ସଙ୍ଗତ କର ନାହିଁ||88||
ਕਬੀਰ ਭਾਰ ਪਰਾਈ ਸਿਰਿ ਚਰੈ ਚਲਿਓ ਚਾਹੈ ਬਾਟ ॥ ହେ କବୀର! ଜୀବର ମସ୍ତକ ଉପରେ ନିନ୍ଦାର ଭାର ଚଢିଥାଏ ଏବଂ ଏହାକୁ ଉଠାଇ ରାସ୍ତା ନିର୍ଣ୍ଣୟ କରିବା ଉଚିତ।
ਅਪਨੇ ਭਾਰਹਿ ਨਾ ਡਰੈ ਆਗੈ ਅਉਘਟ ਘਾਟ ॥੮੯॥ ପରନ୍ତୁ ସେ ନିଜ ମନ୍ଦ ଅଥବା ପାପ କର୍ମର ଭାରକୁ ଡରେ ନାହିଁ ଏବଂ ପରେ ବହୁତ କଠିନ ରାସ୍ତା ରହିଥାଏ||89||
ਕਬੀਰ ਬਨ ਕੀ ਦਾਧੀ ਲਾਕਰੀ ਠਾਢੀ ਕਰੈ ਪੁਕਾਰ ॥ କବୀର ଜୀ (ପାପ କର୍ମର ମାଡରୁ ରକ୍ଷା ପାଇବା ପାଇଁ) ସତର୍କ କରି କହନ୍ତି ଯେ ଜଙ୍ଗଲରେ ଜଳୁଥିବା କାଠ ଚିତ୍କାର କରିଥାଏ,
ਮਤਿ ਬਸਿ ਪਰਉ ਲੁਹਾਰ ਕੇ ਜਾਰੈ ਦੂਜੀ ਬਾਰ ॥੯੦॥ ଯେପରି ସେ କମାରର ହାତରେ ନ ପଡୁ, ଅନ୍ଯଥା ତାହାକୁ ପୁଣି କୋଇଲା ବନାଇ ଜଳାଇ ଦିଆଯିବ||90||
ਕਬੀਰ ਏਕ ਮਰੰਤੇ ਦੁਇ ਮੂਏ ਦੋਇ ਮਰੰਤਹ ਚਾਰਿ ॥ ହେ କବୀର! ଏକ ମନକୁ ମାରିବା ଦ୍ଵାରା ଦୁଇ (ଆଶା, ତୃଷ୍ଣା) ମରି ଯାଇଥାନ୍ତି, ଏହାଦ୍ବାରା କାମ, କ୍ରୋଧ, ଲୋଭ, ମୋହର ଅନ୍ତ ହୋଇଯାଏ।
ਚਾਰਿ ਮਰੰਤਹ ਛਹ ਮੂਏ ਚਾਰਿ ਪੁਰਖ ਦੁਇ ਨਾਰਿ ॥੯੧॥ ଚାରିକୁ ମାରିଲେ ଛଅ ମରିଥାନ୍ତି, ଏହି ଛଅ ଠାରେ ଦୁଇ ସ୍ତ୍ରୀ (ଆଶା-ତୃଷ୍ଣା0 ଏବଂ ଚାରି ପୁରୁଷ କାମ, କ୍ରୋଧ, ଲୋଭ, ମୋହ ଅଟେ||91||
ਕਬੀਰ ਦੇਖਿ ਦੇਖਿ ਜਗੁ ਢੂੰਢਿਆ ਕਹੂੰ ਨ ਪਾਇਆ ਠਉਰੁ ॥ ହେ କବୀର! ଦେଖି ଦେଖି ଜଗତ ଖୋଜି ନେଇଛି, କିନ୍ତୁ କେଉଁଠି ଶାନ୍ତି ମିଳିନାହିଁ।
ਜਿਨਿ ਹਰਿ ਕਾ ਨਾਮੁ ਨ ਚੇਤਿਓ ਕਹਾ ਭੁਲਾਨੇ ਅਉਰ ॥੯੨॥ ଯିଏ ଈଶ୍ଵରଙ୍କ ଚିନ୍ତନ କରିନାହିଁ, ସେ ଅନ୍ୟତ୍ର ପଥଭ୍ରଷ୍ଟ ରହିଥାଏ||92||
ਕਬੀਰ ਸੰਗਤਿ ਕਰੀਐ ਸਾਧ ਕੀ ਅੰਤਿ ਕਰੈ ਨਿਰਬਾਹੁ ॥ କବୀର ଜୀ କହନ୍ତି: ସାଧୁଙ୍କ ସଙ୍ଗତ କରିବା ଉଚିତ, ସେମାନେ ଅନ୍ତରେ ସହାୟତା କରିଥାନ୍ତି।
ਸਾਕਤ ਸੰਗੁ ਨ ਕੀਜੀਐ ਜਾ ਤੇ ਹੋਇ ਬਿਨਾਹੁ ॥੯੩॥ ପରନ୍ତୁ କୁଟିଳ ଲୋକଙ୍କ ସଙ୍ଗତ କରନାହିଁ, ଯାହାଦ୍ୱାରା ଜୀବନ ନାଶ ହୋଇଯାଏ||93||
ਕਬੀਰ ਜਗ ਮਹਿ ਚੇਤਿਓ ਜਾਨਿ ਕੈ ਜਗ ਮਹਿ ਰਹਿਓ ਸਮਾਇ ॥ କବୀର ଜୀ କହନ୍ତି ଯେ ଯିଏ ଈଶ୍ଵରଙ୍କୁ ଦୁନିଆରେ ବ୍ୟାପକ ମାନି ତାହାଙ୍କ ଚିନ୍ତନ କରିଥାଏ, ତାହାର ଜନ୍ମ ସଫଳ ହୋଇଯାଏ।
ਜਿਨ ਹਰਿ ਕਾ ਨਾਮੁ ਨ ਚੇਤਿਓ ਬਾਦਹਿ ਜਨਮੇਂ ਆਇ ॥੯੪॥ ପରନ୍ତୁ ଯିଏ ଈଶ୍ଵରଙ୍କ ଭଜନ କରିନାହିଁ, ତାହାର ଜନ୍ମ ବେକାର ହୋଇଯାଏ||94||
ਕਬੀਰ ਆਸਾ ਕਰੀਐ ਰਾਮ ਕੀ ਅਵਰੈ ਆਸ ਨਿਰਾਸ ॥ ହେ କବୀର! କେବଳ ରାମଙ୍କ ଆଶା କର, କାରଣ ଅନ୍ୟ ଆଶା ନିରାଶ କରିଥାଏ।
ਨਰਕਿ ਪਰਹਿ ਤੇ ਮਾਨਈ ਜੋ ਹਰਿ ਨਾਮ ਉਦਾਸ ॥੯੫॥ ଯିଏ ପରମାତ୍ମାଙ୍କ ନାମରୁ ବିମୁଖ ରହିଥାଏ, ସେ ନର୍କରେ ପଡିବା ଉଚିତ||95||
ਕਬੀਰ ਸਿਖ ਸਾਖਾ ਬਹੁਤੇ ਕੀਏ ਕੇਸੋ ਕੀਓ ਨ ਮੀਤੁ ॥ କବୀର ଜୀ କହନ୍ତି ଯେ ନିଜର ଅନେକ ଶିଷ୍ୟ-ଚେଲା ଅନେକ ବନାଇଛନ୍ତି, କିନ୍ତୁ ଈଶ୍ଵରଙ୍କୁ ମିତ୍ର ବନାଇ ପାରି ନାହିଁ।
ਚਾਲੇ ਥੇ ਹਰਿ ਮਿਲਨ ਕਉ ਬੀਚੈ ਅਟਕਿਓ ਚੀਤੁ ॥੯੬॥ ପରମାତ୍ମାଙ୍କ ସହିତ ମିଳନର ସଂକଲ୍ପ ନେଇ ଚାଲିଥିଲେ, ପରନ୍ତୁ ତାହାଙ୍କ ହୃଦୟ ମଝି ରାସ୍ତାରେ ହିଁ ଅଟକି ଯାଇଛି||96||
ਕਬੀਰ ਕਾਰਨੁ ਬਪੁਰਾ ਕਿਆ ਕਰੈ ਜਉ ਰਾਮੁ ਨ ਕਰੈ ਸਹਾਇ ॥ କବୀର ଜୀ କହନ୍ତି ଯେ କୌଣସି କାମକୁ ପୁରା କରିବା ପାଇଁ ବିଚରା କଣ କରି ପାରିବ, ଯଦି ଭଗବାନ ସହାୟତା କରନ୍ତି ନାହିଁ।
ਜਿਹ ਜਿਹ ਡਾਲੀ ਪਗੁ ਧਰਉ ਸੋਈ ਮੁਰਿ ਮੁਰਿ ਜਾਇ ॥੯੭॥ ଗଛର ଯେଉଁ ଡାଳରେ ପାଦ ରଖାଯିବ, ତାହା ଭାଙ୍ଗି ଯିବ(ଈଶ୍ଵରଙ୍କ କୃପା ବିନା ସଫଳତା ମିଳେନାହିଁ)||97||
ਕਬੀਰ ਅਵਰਹ ਕਉ ਉਪਦੇਸਤੇ ਮੁਖ ਮੈ ਪਰਿ ਹੈ ਰੇਤੁ ॥ ହେ କବୀର! ଯେଉଁ ବ୍ୟକ୍ତି ଅନ୍ୟକୁ ଉପଦେଶ ଦେଇଥାଏ, ସେ ସ୍ଵୟଂ ତାହାକୁ ପାଳନ କରେନାହିଁ, ତାହାର ମୁଖରେ ଅପମାନର ଧୂଳି ପଡିଥାଏ।
ਰਾਸਿ ਬਿਰਾਨੀ ਰਾਖਤੇ ਖਾਯਾ ਘਰ ਕਾ ਖੇਤੁ ॥੯੮॥ ଏପରି ବ୍ୟକ୍ତି ଅନ୍ୟର ଘର ଜାଗ୍ରତ କରିଥାଏ, କିନ୍ତୁ ନିଜର ଘର ବରବାଦ କରି ଦେଇଥାଏ||98||
ਕਬੀਰ ਸਾਧੂ ਕੀ ਸੰਗਤਿ ਰਹਉ ਜਉ ਕੀ ਭੂਸੀ ਖਾਉ ॥ କବୀର ଜୀ କହନ୍ତି ଯେ ସାଧୁଙ୍କ ସଙ୍ଗତରେ ରହିବା ଉଚିତ, ଶୁଖିଲା ଭୋଜନ ଭାଗ୍ୟରେ ଥାଇପାରେ,
ਹੋਨਹਾਰੁ ਸੋ ਹੋਇਹੈ ਸਾਕਤ ਸੰਗਿ ਨ ਜਾਉ ॥੯੯॥ ଏହି କଥାର ଚିନ୍ତା କରନାହିଁ, ଯାହା ହେବାକୁ ଅଛି, ତାହା ହିଁ ହେବ, କିନ୍ତୁ କୁଟିଳ ଲୋକଙ୍କ ସଙ୍ଗତ କଦାପି କରନାହିଁ||99||
ਕਬੀਰ ਸੰਗਤਿ ਸਾਧ ਕੀ ਦਿਨ ਦਿਨ ਦੂਨਾ ਹੇਤੁ ॥ କବୀର ଜୀ କହନ୍ତି ଯେ ସାଧୁଙ୍କ ସଙ୍ଗତ କରିବା ଦ୍ଵାରା ଦିନକୁ ଦିନ ଈଶ୍ଵରଙ୍କ ସହିତ ପ୍ରେମରେ ବୃଦ୍ଧି ହୋଇଥାଏ।
ਸਾਕਤ ਕਾਰੀ ਕਾਂਬਰੀ ਧੋਏ ਹੋਇ ਨ ਸੇਤੁ ॥੧੦੦॥ କୁଟିଳ ବ୍ୟକ୍ତି କଳା କମ୍ବଳ ଭଳି ହୋଇଥାଏ, ଯାହା ଧୋଇଲେ ମଧ୍ୟ କେବେ ଧଳା ହୁଏନାହିଁ||100||
ਕਬੀਰ ਮਨੁ ਮੂੰਡਿਆ ਨਹੀ ਕੇਸ ਮੁੰਡਾਏ ਕਾਂਇ ॥ କବୀର ଜୀ କହନ୍ତି ଯେ ହେ ଭାଇ! ମନ ସଫା ନାହିଁ, ଲଣ୍ଡିତ ମସ୍ତକ କାହିଁକି ହୋଇଛ?
ਜੋ ਕਿਛੁ ਕੀਆ ਸੋ ਮਨ ਕੀਆ ਮੂੰਡਾ ਮੂੰਡੁ ਅਜਾਂਇ ॥੧੦੧॥ କାରଣ ଯାହା କିଛି ଭଲ-ମନ୍ଦ କରିଥାଏ, ତାହା ମନ ହିଁ କରିଥାଏ, ଅଯଥାରେ ଲଣ୍ଡା ହୋଇଛ, ଏହି ବିଚାରାର କଣ ଦୋଷ ଅଛି||101||
ਕਬੀਰ ਰਾਮੁ ਨ ਛੋਡੀਐ ਤਨੁ ਧਨੁ ਜਾਇ ਤ ਜਾਉ ॥ ହେ କବୀର! ରାମନାମ ତ୍ୟାଗ କରିବା ଉଚିତ ନୁହେଁ, ଯଦି ତନ ଏବଂ ଧନ ଚାଲିଯାଏ, ନାଶ ହୋଇଯାଏ, କୌଣସି ଚିନ୍ତା କରନାହିଁ।
ਚਰਨ ਕਮਲ ਚਿਤੁ ਬੇਧਿਆ ਰਾਮਹਿ ਨਾਮਿ ਸਮਾਉ ॥੧੦੨॥ ମନକୁ ପ୍ରଭୁଙ୍କ ଚରଣ କମଳରେ ଲୀନ ରଖ, ରାମନାମରେ ନିମଗ୍ନ ରୁହ||102||
ਕਬੀਰ ਜੋ ਹਮ ਜੰਤੁ ਬਜਾਵਤੇ ਟੂਟਿ ਗਈਂ ਸਭ ਤਾਰ ॥ ହେ କବୀର! ଆମେ ଶରୀର ରୂପୀ ଯେଉଁ ବାଜା ବଜାଉ ଥିଲୁ, ତାହାର ସବୁ ତାର ଛିନ୍ନ ହୋଇ ଯାଇଛି।
ਜੰਤੁ ਬਿਚਾਰਾ ਕਿਆ ਕਰੈ ਚਲੇ ਬਜਾਵਨਹਾਰ ॥੧੦੩॥ ଏହି ବିଚରା ବାଜା ଏବେ କଣ କରି ପାରିବ, ଯେତେବେଳେ ବଜାଇବା ବାଲା ପ୍ରାଣ ଚାଲି ଯାଇଛି||103||
ਕਬੀਰ ਮਾਇ ਮੂੰਡਉ ਤਿਹ ਗੁਰੂ ਕੀ ਜਾ ਤੇ ਭਰਮੁ ਨ ਜਾਇ ॥ ହେ କବୀର! ସେହି ଗୁରୁଙ୍କ ମାତାର ମସ୍ତକ ଲଣ୍ଡା କରିବା ଉଚିତ, ଯାହାଙ୍କ ଦ୍ଵାରା ମନର ଭ୍ରମ ଦୂର ହୁଏନାହିଁ।


© 2017 SGGS ONLINE
error: Content is protected !!
Scroll to Top