Guru Granth Sahib Translation Project

guru granth sahib odia page-1270

Page 1270

ਮਲਾਰ ਮਃ ੫ ॥ ମଲାର ମହଲା 5 ॥
ਪ੍ਰਭ ਕੋ ਭਗਤਿ ਬਛਲੁ ਬਿਰਦਾਇਓ ॥ ଭକ୍ତ ସହିତ ପ୍ରେମ କରିବା ପ୍ରଭୁଙ୍କ ସ୍ଵଭାବ ଅଟେ,
ਨਿੰਦਕ ਮਾਰਿ ਚਰਨ ਤਲ ਦੀਨੇ ਅਪੁਨੋ ਜਸੁ ਵਰਤਾਇਓ ॥੧॥ ਰਹਾਉ ॥ ଏଣୁ ସେ ନିନ୍ଦୁକକୁ ମାରି ନିଜ ପାଦ ତଳେ ଦଳି ଦେଇଥାନ୍ତି ଆଉ ଏହି ପ୍ରକାରେ ସଂପୂର୍ଣ୍ଣ ବିଶ୍ଵରେ ନିଜ ଯଶ ପ୍ରସାର କରିଥାନ୍ତି॥1॥ରୁହ॥
ਜੈ ਜੈ ਕਾਰੁ ਕੀਨੋ ਸਭ ਜਗ ਮਹਿ ਦਇਆ ਜੀਅਨ ਮਹਿ ਪਾਇਓ ॥ ସଂପୂର୍ଣ୍ଣ ଜଗତରେ ତାହାଙ୍କ ଜୟ-ଜୟକାର ହେଉଅଛି, ସେ ସର୍ବଦା ଜୀବ ଉପରେ ଦୟା କରିଥାନ୍ତି।
ਕੰਠਿ ਲਾਇ ਅਪੁਨੋ ਦਾਸੁ ਰਾਖਿਓ ਤਾਤੀ ਵਾਉ ਨ ਲਾਇਓ ॥੧॥ ସେ ନିଜ ଭକ୍ତକୁ ଗଳାରେ ଲଗାଇ ରଖିଥାନ୍ତି ଏବଂ ତାହାକୁ କୌଣସି ଦୁଃଖ ସ୍ପର୍ଶ କରିପାରେ ନାହିଁ||1||
ਅੰਗੀਕਾਰੁ ਕੀਓ ਮੇਰੇ ਸੁਆਮੀ ਭ੍ਰਮੁ ਭਉ ਮੇਟਿ ਸੁਖਾਇਓ ॥ ମୋର ସ୍ଵାମୀ ପ୍ରଭୁ ସହାୟତା କରିଛନ୍ତି, ଭ୍ରମ ଭୟ ଦୂର କରି ସୁଖ ପ୍ରାପ୍ତ କରିଛନ୍ତି।
ਮਹਾ ਅਨੰਦ ਕਰਹੁ ਦਾਸ ਹਰਿ ਕੇ ਨਾਨਕ ਬਿਸ੍ਵਾਸੁ ਮਨਿ ਆਇਓ ॥੨॥੧੪॥੧੮॥ ହେ ଭକ୍ତ! ତୁମେ ମହା ଆନନ୍ଦ ପ୍ରାପ୍ତ କର, ନାନକଙ୍କ ମନରେ ପରମାତ୍ମାଙ୍କ ପ୍ରତି ପୂର୍ଣ୍ଣ ବିଶ୍ଵାସ ବନି ଯାଇଛି||2||14||18||
ਰਾਗੁ ਮਲਾਰ ਮਹਲਾ ੫ ਚਉਪਦੇ ਘਰੁ ੨ ମଲାର ମହଲା 5 ଚଉପଦୀ ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਗੁਰਮੁਖਿ ਦੀਸੈ ਬ੍ਰਹਮ ਪਸਾਰੁ ॥ ଗୁରୁମୁଖୀକୁ ସଂପୂର୍ଣ୍ଣ ସଂସାରରେ ବ୍ରହ୍ମ ରୂପ ପ୍ରସାର ହୋଇଥିବା ଦେଖା ଯାଉଅଛି,
ਗੁਰਮੁਖਿ ਤ੍ਰੈ ਗੁਣੀਆਂ ਬਿਸਥਾਰੁ ॥ ସବୁଆଡେ ତିନି ଗୁଣର ବିସ୍ତାର ଦୃଷ୍ଟିଗତ ହୋଇଥାଏ।
ਗੁਰਮੁਖਿ ਨਾਦ ਬੇਦ ਬੀਚਾਰੁ ॥ ଗୁରୁଙ୍କ ଶବ୍ଦ ବେଦ ମନ୍ତ୍ରର ଚିନ୍ତନ ଅଟେ ଏବଂ
ਬਿਨੁ ਗੁਰ ਪੂਰੇ ਘੋਰ ਅੰਧਾਰੁ ॥੧॥ ପୂର୍ଣ୍ଣ ଗୁରୁଙ୍କ ବିନା ଘୋର ଅନ୍ଧକାର ଅଟେ||1||
ਮੇਰੇ ਮਨ ਗੁਰੁ ਗੁਰੁ ਕਰਤ ਸਦਾ ਸੁਖੁ ਪਾਈਐ ॥ ହେ ମୋର ମନ! ଗୁରୁଙ୍କ ନାମ ଜପିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ।
ਗੁਰ ਉਪਦੇਸਿ ਹਰਿ ਹਿਰਦੈ ਵਸਿਓ ਸਾਸਿ ਗਿਰਾਸਿ ਅਪਣਾ ਖਸਮੁ ਧਿਆਈਐ ॥੧॥ ਰਹਾਉ ॥ ଗୁରୁଙ୍କ ଉପଦେଶ ଦ୍ଵାରା ପରମାତ୍ମା ହୃଦୟରେ ଅବସ୍ଥିତ ହୋଇଥାନ୍ତି, ଏଣୁ ପ୍ରତି ଶ୍ଵାସ ଓ ଗ୍ରାସରେ ନିଜ ମାଲିକଙ୍କ ଚିନ୍ତନ କର॥1॥ରୁହ॥
ਗੁਰ ਕੇ ਚਰਣ ਵਿਟਹੁ ਬਲਿ ਜਾਉ ॥ ଗୁରୁଙ୍କ ଚରଣରେ ସମର୍ପିତ ହେବା ଉଚିତ।
ਗੁਰ ਕੇ ਗੁਣ ਅਨਦਿਨੁ ਨਿਤ ਗਾਉ ॥ ପ୍ରତିଦିନ ଗୁରୁଙ୍କ ଗୁଣଗାନ କର।
ਗੁਰ ਕੀ ਧੂੜਿ ਕਰਉ ਇਸਨਾਨੁ ॥ ଗୁରୁଙ୍କ ଚରଣ ଧୂଳିରେ ସ୍ନାନ କର ଏବଂ
ਸਾਚੀ ਦਰਗਹ ਪਾਈਐ ਮਾਨੁ ॥੨॥ ସଚ୍ଚା ଦରବାରରେ ସମ୍ମାନ ପ୍ରାପ୍ତ କର||2||
ਗੁਰੁ ਬੋਹਿਥੁ ਭਵਜਲ ਤਾਰਣਹਾਰੁ ॥ ଗୁରୁ ଭୟାନଙ୍କ ସଂସାର-ସାଗରରୁ ପାର କରାଉଥିବା ଜାହାଜ ଅଟନ୍ତି।
ਗੁਰਿ ਭੇਟਿਐ ਨ ਹੋਇ ਜੋਨਿ ਅਉਤਾਰੁ ॥ ଯଦି ଗୁରୁଙ୍କ ସହିତ ସାକ୍ଷାତ ହୋଇଯାଏ, ଜନ୍ମ-ମରଣର ଚକ୍ର ଦୂର ହୋଇଯାଏ।
ਗੁਰ ਕੀ ਸੇਵਾ ਸੋ ਜਨੁ ਪਾਏ ॥ ଗୁରୁଙ୍କ ସେବା ସେହି ବ୍ୟକ୍ତି ପ୍ରାପ୍ତ କରିଥାଏ,
ਜਾ ਕਉ ਕਰਮਿ ਲਿਖਿਆ ਧੁਰਿ ਆਏ ॥੩॥ ଯାହାର ଭାଗ୍ୟରେ ବିଧାତାଙ୍କ ଲେଖା ରହିଥାଏ||3||
ਗੁਰੁ ਮੇਰੀ ਜੀਵਨਿ ਗੁਰੁ ਆਧਾਰੁ ॥ ଗୁରୁ ହିଁ ମୋର ଜୀବନ ଅଟନ୍ତି, ଏକମାତ୍ର ସେ ହିଁ ମୋର ଆଶ୍ରା ଅଟନ୍ତି।
ਗੁਰੁ ਮੇਰੀ ਵਰਤਣਿ ਗੁਰੁ ਪਰਵਾਰੁ ॥ ଗୁରୁ ହିଁ ମୋର ଜୀବନ ଆଚରଣ ଓ ପରିବାର ଅଟନ୍ତି।
ਗੁਰੁ ਮੇਰਾ ਖਸਮੁ ਸਤਿਗੁਰ ਸਰਣਾਈ ॥ ଗୁରୁ ହିଁ ମୋର ମାଲିକ ଅଟନ୍ତି, ଏଣୁ ସେହି ସଚ୍ଚା ଗୁରୁଙ୍କ ଶରଣରେ ରହିଥାଏ।
ਨਾਨਕ ਗੁਰੁ ਪਾਰਬ੍ਰਹਮੁ ਜਾ ਕੀ ਕੀਮ ਨ ਪਾਈ ॥੪॥੧॥੧੯॥ ନାନକ କହନ୍ତି ଯେ ଗୁରୁ ହିଁ ପରଂବ୍ରହ୍ମ, ତାହାଙ୍କ ମହିମା ଅବର୍ଣ୍ଣନୀୟ ଅଟେ||4||1||19||
ਮਲਾਰ ਮਹਲਾ ੫ ॥ ମଲାର ମହଲା 5 ॥
ਗੁਰ ਕੇ ਚਰਨ ਹਿਰਦੈ ਵਸਾਏ ॥ ଯେତେବେଳେ ଗୁରୁଙ୍କ ଚରଣ ହୃଦୟରେ ବାସ କରିଥାଏ,
ਕਰਿ ਕਿਰਪਾ ਪ੍ਰਭਿ ਆਪਿ ਮਿਲਾਏ ॥ ପ୍ରଭୁ କୃପା କରି ସ୍ଵୟଂ ହିଁ ମିଳାଇ ନେଇଥାନ୍ତି।
ਅਪਨੇ ਸੇਵਕ ਕਉ ਲਏ ਪ੍ਰਭੁ ਲਾਇ ॥ ପ୍ରଭୁ ନିଜର ଯେଉଁ ସେବକକୁ ଭକ୍ତିରେ ଲଗାଇ ନେଇଥାନ୍ତି,
ਤਾ ਕੀ ਕੀਮਤਿ ਕਹੀ ਨ ਜਾਇ ॥੧॥ ତାହାଙ୍କ ମହତ୍ତ୍ଵ ବ୍ୟକ୍ତ କରାଯାଇ ପାରିବ ନାହିଁ||1||
ਕਰਿ ਕਿਰਪਾ ਪੂਰਨ ਸੁਖਦਾਤੇ ॥ ହେ ପୂର୍ଣ୍ଣ ସୁଖଦାତା! କୃପା କର,
ਤੁਮ੍ਹ੍ਹਰੀ ਕ੍ਰਿਪਾ ਤੇ ਤੂੰ ਚਿਤਿ ਆਵਹਿ ਆਠ ਪਹਰ ਤੇਰੈ ਰੰਗਿ ਰਾਤੇ ॥੧॥ ਰਹਾਉ ॥ ତୁମର କୃପା ଦ୍ଵାରା ହିଁ ତୁମେ ସ୍ମରଣରେ ଆସି ଥାଅ ଏବଂ ଆଠ ପ୍ରହାର ତୋର ଭକ୍ତିରେ ଲୀନ ରହିଥାଉ॥1॥ରୁହ॥
ਗਾਵਣੁ ਸੁਨਣੁ ਸਭੁ ਤੇਰਾ ਭਾਣਾ ॥ ହେ ସ୍ରଷ୍ଟା! ତୋର କୀର୍ତ୍ତିଗାନ କରିବା ଏବଂ ଶୁଣିବା ସବୁ ତୋର ଇଚ୍ଛା ଅଟେ।
ਹੁਕਮੁ ਬੂਝੈ ਸੋ ਸਾਚਿ ਸਮਾਣਾ ॥ ଯିଏ ହୁକୁମ ମାନିଥାଏ, ସେ ସତ୍ୟରେ ଲୀନ ହୋଇଯାଏ।
ਜਪਿ ਜਪਿ ਜੀਵਹਿ ਤੇਰਾ ਨਾਂਉ ॥ ଆମେ ତୋର ନାମ ଜପ କରି ହିଁ ଜୀବିତ ରହିଥାଉ ଏବଂ
ਤੁਝ ਬਿਨੁ ਦੂਜਾ ਨਾਹੀ ਥਾਉ ॥੨॥ ତୋ' ବିନା ଅନ୍ୟ କୌଣସି ସ୍ଥାନ ନାହିଁ||2||
ਦੁਖ ਸੁਖ ਕਰਤੇ ਹੁਕਮੁ ਰਜਾਇ ॥ ଦୁଃଖ ଓ ସୁଖ ପରମାତ୍ମାଙ୍କ ହୁକୁମ ଏବଂ ଇଛାର ଅନ୍ତର୍ଗତ ଅଟେ।
ਭਾਣੈ ਬਖਸ ਭਾਣੈ ਦੇਇ ਸਜਾਇ ॥ ସେ ନିଜ ଇଚ୍ଛାରେ କାହାକୁ କ୍ଷମା କରିଥାନ୍ତି, କାହାକୁ ଦଣ୍ଡ ଦେଇଥାନ୍ତି।
ਦੁਹਾਂ ਸਿਰਿਆਂ ਕਾ ਕਰਤਾ ਆਪਿ ॥ ଲୋକ-ପରଲୋକ ଦୁଇଟିର କର୍ତ୍ତା ସ୍ଵୟଂ ପରମାତ୍ମା ଅଟନ୍ତି,
ਕੁਰਬਾਣੁ ਜਾਂਈ ਤੇਰੇ ਪਰਤਾਪ ॥੩॥ ହେ ରଚନାହାର! ତୋର ଯଶ ପ୍ରତି ସମର୍ପିତ ଯାଇଥାଏ||3||
ਤੇਰੀ ਕੀਮਤਿ ਤੂਹੈ ਜਾਣਹਿ ॥ ନିଜ ମହିମା ତୁ ହିଁ ଜାଣିଥାଉ।
ਤੂ ਆਪੇ ਬੂਝਹਿ ਸੁਣਿ ਆਪਿ ਵਖਾਣਹਿ ॥ ତୁ ସ୍ଵୟଂ ବୁଝିଥାଉ, ଶୁଣିଥାଉ ଏବଂ ସ୍ଵୟଂ ବର୍ଣ୍ଣନା କରିଥାଉ।
ਸੇਈ ਭਗਤ ਜੋ ਤੁਧੁ ਭਾਣੇ ॥ ସେ ହିଁ ଅନନ୍ୟ ଭକ୍ତ ଅଟେ, ଯିଏ ତୋତେ ଭଲ ଲାଗିଥାଏ।


© 2017 SGGS ONLINE
error: Content is protected !!
Scroll to Top