Guru Granth Sahib Translation Project

guru granth sahib odia page-1259

Page 1259

ਜੀਅ ਦਾਨੁ ਦੇਇ ਤ੍ਰਿਪਤਾਸੇ ਸਚੈ ਨਾਮਿ ਸਮਾਹੀ ॥ ଜୀବନ ଦେଇ ସେ ତୃପ୍ତ କରିଛନ୍ତି, ଏଣୁ ସଚ୍ଚା ନାମରେ ସମାହିତ ରହିଥାଏ।
ਅਨਦਿਨੁ ਹਰਿ ਰਵਿਆ ਰਿਦ ਅੰਤਰਿ ਸਹਜਿ ਸਮਾਧਿ ਲਗਾਹੀ ॥੨॥ ଯାହାର ହୃଦୟରେ ନିତ୍ୟ ପରମେଶ୍ଵର ଲୀନ ରହିଥାନ୍ତି, ସେ ସ୍ଵାଭାବିକ ସମାଧିରେ ରହିଥାଏ||2||
ਸਤਿਗੁਰ ਸਬਦੀ ਇਹੁ ਮਨੁ ਭੇਦਿਆ ਹਿਰਦੈ ਸਾਚੀ ਬਾਣੀ ॥ ସଚ୍ଚା ଗୁରୁଙ୍କ ଉପାଏସ ଏହି ମନକୁ ପ୍ରଭୁଙ୍କ ଠାରେ ଲୀନ କରି ଦେଇଥାଏ ଏବଂ ହୃଦୟରେ ଶୁଦ୍ଧ ବାଣୀ ଥାଏ।
ਮੇਰਾ ਪ੍ਰਭੁ ਅਲਖੁ ਨ ਜਾਈ ਲਖਿਆ ਗੁਰਮੁਖਿ ਅਕਥ ਕਹਾਣੀ ॥ ମୋର ପ୍ରଭୁ ଅଦୃଷ୍ଟ ଅଟନ୍ତି, ତାହାଙ୍କୁ ଦେଖା ଯାଇ ପାରିବ ନାହିଁ, ତାହାଙ୍କ ଅକଥନୀୟ କାହାଣୀ ଗୁରୁ କଥନ କରିଛନ୍ତି।
ਆਪੇ ਦਇਆ ਕਰੇ ਸੁਖਦਾਤਾ ਜਪੀਐ ਸਾਰਿੰਗਪਾਣੀ ॥੩॥ ସେହି ସୁଖଦାତା ଯେତେବେଳେ ଦୟା କରିଥାନ୍ତି, ପ୍ରଭୁ ନାମର ଜପ ହୋଇଥାଏ||3||
ਆਵਣ ਜਾਣਾ ਬਹੁੜਿ ਨ ਹੋਵੈ ਗੁਰਮੁਖਿ ਸਹਜਿ ਧਿਆਇਆ ॥ ଗୁରୁଙ୍କ ଦ୍ଵାରା ସ୍ଵାଭାବିକ ଈଶ୍ଵରଙ୍କ ଧ୍ୟାନ ହୋଇଥାଏ ଏବଂ ପୁନଃ ଜନ୍ମ-ମରଣ ହୁଏନାହିଁ।
ਮਨ ਹੀ ਤੇ ਮਨੁ ਮਿਲਿਆ ਸੁਆਮੀ ਮਨ ਹੀ ਮੰਨੁ ਸਮਾਇਆ ॥ ମନ ସହିତ ହିଁ ମନ ସ୍ଵାମୀ ମିଶି ଯାଇଥାଏ ଏବଂ ମନ ପ୍ରଭୁଙ୍କ ଠାରେ ଲୀନ ହୋଇଯାଏ।
ਸਾਚੇ ਹੀ ਸਚੁ ਸਾਚਿ ਪਤੀਜੈ ਵਿਚਹੁ ਆਪੁ ਗਵਾਇਆ ॥੪॥ ଅହଂ ଭାବନାକୁ ଦୂର କରି ସତ୍ୟଶୀଳ ସତ୍ୟରେ ବିଶ୍ଵସ୍ତ ହୋଇଥାଏ||4||
ਏਕੋ ਏਕੁ ਵਸੈ ਮਨਿ ਸੁਆਮੀ ਦੂਜਾ ਅਵਰੁ ਨ ਕੋਈ ॥ ଏକ ପ୍ରଭୁ ହିଁ ମନରେ ବାସ କରିଥାନ୍ତି, ଆଉ କେହି ନାହାନ୍ତି।
ਏਕੋੁ ਨਾਮੁ ਅੰਮ੍ਰਿਤੁ ਹੈ ਮੀਠਾ ਜਗਿ ਨਿਰਮਲ ਸਚੁ ਸੋਈ ॥ କେବଳ ହରିନାମ ହିଁ ଅମୃତ ଭଳି ମିଠା ଅଟେ ଏବଂ ଏହି ସତ୍ୟ ଦୁନିଆରେ ନିର୍ମଳ ଅଟେ।
ਨਾਨਕ ਨਾਮੁ ਪ੍ਰਭੂ ਤੇ ਪਾਈਐ ਜਿਨ ਕਉ ਧੁਰਿ ਲਿਖਿਆ ਹੋਈ ॥੫॥੪॥ ହେ ନାନକ! ପ୍ରଭୁଙ୍କ ନାମ ସେ ହିଁ ପ୍ରାପ୍ତ କରିଥାଏ, ଯାହାର ଭାଗ୍ୟରେ ଲେଖା ହୋଇଥାଏ||5||4||
ਮਲਾਰ ਮਹਲਾ ੩ ॥ ମଲାର ମହଲା 3॥
ਗਣ ਗੰਧਰਬ ਨਾਮੇ ਸਭਿ ਉਧਰੇ ਗੁਰ ਕਾ ਸਬਦੁ ਵੀਚਾਰਿ ॥ ଗୁରୁଙ୍କ ଉପଦେଶର ଚିନ୍ତନ କର, ହରିନାମ ଜପ କରି ଗଣ-ଗନ୍ଧର୍ବ ସଭିଙ୍କ ଉଦ୍ଧାର ହୋଇ ଯାଇଛି।
ਹਉਮੈ ਮਾਰਿ ਸਦ ਮੰਨਿ ਵਸਾਇਆ ਹਰਿ ਰਾਖਿਆ ਉਰਿ ਧਾਰਿ ॥ ଅହଂକୁ ନିୟନ୍ତ୍ରଣ କରି ସେ ପରମାତ୍ମାଙ୍କୁ ସର୍ବଦା ମନରେ ସ୍ଥାପନ କରି ନେଇଛି।
ਜਿਸਹਿ ਬੁਝਾਏ ਸੋਈ ਬੂਝੈ ਜਿਸ ਨੋ ਆਪੇ ਲਏ ਮਿਲਾਇ ॥ ଯାହାକୁ ସେ ସଚ୍ଚା ଭାବି ଥାଆନ୍ତି, ସେ ହିଁ ବୁଝିଥାଏ, ଯାହାକୁ ସ୍ଵୟଂ ନିଜ ସାଥିରେ ମିଳାଇ ନେଇଥାନ୍ତି।
ਅਨਦਿਨੁ ਬਾਣੀ ਸਬਦੇ ਗਾਂਵੈ ਸਾਚਿ ਰਹੈ ਲਿਵ ਲਾਇ ॥੧॥ ସେ ଦିନ-ରାତି ବାଣୀ ଦ୍ଵାରା ପ୍ରଭୁ ଶବ୍ଦର ଗାନ କରିଥାଏ ଏବଂ ସଚ୍ଚା ଲଗ୍ନରେ ଲୀନ ରହିଥାଏ||1||
ਮਨ ਮੇਰੇ ਖਿਨੁ ਖਿਨੁ ਨਾਮੁ ਸਮ੍ਹ੍ਹਾਲਿ ॥ ହେ ମୋର ମନ! ପ୍ରତି କ୍ଷଣରେ ହରିନାମ ସ୍ମରଣ କର।
ਗੁਰ ਕੀ ਦਾਤਿ ਸਬਦ ਸੁਖੁ ਅੰਤਰਿ ਸਦਾ ਨਿਬਹੈ ਤੇਰੈ ਨਾਲਿ ॥੧॥ ਰਹਾਉ ॥ ଗୁରୁ ପ୍ରଦାନ କରିଥିବା ଶବ୍ଦ ମନରେ ସର୍ବଦା ସୁଖ ଦେଇଥାଏ ଏବଂ ସଦା ସାଥିରେ ରହିଥାଏ॥1॥ରୁହ॥
ਮਨਮੁਖ ਪਾਖੰਡੁ ਕਦੇ ਨ ਚੂਕੈ ਦੂਜੈ ਭਾਇ ਦੁਖੁ ਪਾਏ ॥ ସ୍ଵେଚ୍ଛାଚାରୀର ଗର୍ବ କେବେ ଦୂର ହୁଏନାହିଁ ଏବଂ ସେ ଦୈତ୍ୟଭାବରେ ଦୁଃଖ ହିଁ ପ୍ରାପ୍ତ କରିଥାଏ।
ਨਾਮੁ ਵਿਸਾਰਿ ਬਿਖਿਆ ਮਨਿ ਰਾਤੇ ਬਿਰਥਾ ਜਨਮੁ ਗਵਾਏ ॥ ତାହାର ମନ ପ୍ରଭୁଙ୍କ ନାମକୁ ଭୁଲି ବିକାରରେ ଲୀନ ରହିଥାଏ, ଯେଉଁ କାରଣରୁ ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଥାଏ।
ਇਹ ਵੇਲਾ ਫਿਰਿ ਹਥਿ ਨ ਆਵੈ ਅਨਦਿਨੁ ਸਦਾ ਪਛੁਤਾਏ ॥ ପ୍ରଭୁ-ସ୍ମରଣ ପାଇଁ ଏହି ଜୀବନ ପୁନଃ ପ୍ରାପ୍ତ ହୁଏନାହିଁ ଏବଂ ସଦା ପଶ୍ଚାତାପ କରିଥାଏ।
ਮਰਿ ਮਰਿ ਜਨਮੈ ਕਦੇ ਨ ਬੂਝੈ ਵਿਸਟਾ ਮਾਹਿ ਸਮਾਏ ॥੨॥ ସେ ମୃତ୍ୟୁ ପ୍ରାପ୍ତ କରି ଜନ୍ମ ହୋଇଥାଏ, କେବେ ତଥ୍ୟ ବୁଝେ ନାହିଁ ଏବଂ ବିଷ୍ଠାରେ ଲୀନ ରହିଥାଏ॥2॥
ਗੁਰਮੁਖਿ ਨਾਮਿ ਰਤੇ ਸੇ ਉਧਰੇ ਗੁਰ ਕਾ ਸਬਦੁ ਵੀਚਾਰਿ ॥ ଗୁରୁଙ୍କ ଉପଦେଶର ମନନ କରି ଗୁରୁମୁଖୀ ହରିନାମରେ ଲୀନ ରହିଥାଏ ଏବଂ ତାହାର ଉଦ୍ଧାର ହୋଇଯାଏ।
ਜੀਵਨ ਮੁਕਤਿ ਹਰਿ ਨਾਮੁ ਧਿਆਇਆ ਹਰਿ ਰਾਖਿਆ ਉਰਿ ਧਾਰਿ ॥ ସେ ପରମାତ୍ମାଙ୍କୁ ମନରେ ସ୍ଥାପନ କରି ତାହାଙ୍କ ଧ୍ୟାନ କରିଥାଏ ଏବଂ ଜୀବନ୍ମୁକ୍ତ ହୋଇଯାଏ।
ਮਨੁ ਤਨੁ ਨਿਰਮਲੁ ਨਿਰਮਲ ਮਤਿ ਊਤਮ ਊਤਮ ਬਾਣੀ ਹੋਈ ॥ ତାହାର ମନ-ତନ ନିର୍ମଳ ହୋଇଯାଏ, ବୁଦ୍ଧି ମଧ୍ୟ ନିର୍ମଳ ହୋଇଯାଏ ଏବଂ ଉତ୍ତମ ବଚନ ବୋଲିଥାଏ।
ਏਕੋ ਪੁਰਖੁ ਏਕੁ ਪ੍ਰਭੁ ਜਾਤਾ ਦੂਜਾ ਅਵਰੁ ਨ ਕੋਈ ॥੩॥ ସେ ଏକ ପରମପୁରୁଷ ପ୍ରଭୁଙ୍କୁ ଜାଣିଥାଏ ଏବଂ ଅନ୍ୟ କାହାକୁ ନୁହେଁ||3||
ਆਪੇ ਕਰੇ ਕਰਾਏ ਪ੍ਰਭੁ ਆਪੇ ਆਪੇ ਨਦਰਿ ਕਰੇਇ ॥ ପ୍ରଭୁ ସ୍ଵୟଂ ହିଁ କରିଥାନ୍ତି ଏବଂ କରାଇ ଥାଆନ୍ତି ଏବଂ ସ୍ଵୟଂ ହିଁ କୃପା କରିଥାନ୍ତି।
ਮਨੁ ਤਨੁ ਰਾਤਾ ਗੁਰ ਕੀ ਬਾਣੀ ਸੇਵਾ ਸੁਰਤਿ ਸਮੇਇ ॥ ତାହାର ମନ-ତନ ଗୁରୁଙ୍କ ବାଣୀରେ ଲୀନ ରହିଥାଏ ଏବଂ ସୁରତି ସେବାରେ ରହିଥାଏ।
ਅੰਤਰਿ ਵਸਿਆ ਅਲਖ ਅਭੇਵਾ ਗੁਰਮੁਖਿ ਹੋਇ ਲਖਾਇ ॥| ସେହି ଅଦୃଷ୍ଟ ଓ ରହସ୍ୟାତୀତ ପ୍ରଭୁ ମନରେ ବାସ କରିଥାନ୍ତି, କିନ୍ତୁ ଯିଏ ଗୁରୁମୁଖୀ ହୋଇଥାଏ, ତାହାକୁ ହିଁ ଦର୍ଶନ ଦେଇଥାନ୍ତି।
ਨਾਨਕ ਜਿਸੁ ਭਾਵੈ ਤਿਸੁ ਆਪੇ ਦੇਵੈ ਭਾਵੈ ਤਿਵੈ ਚਲਾਇ ॥੪॥੫॥ ନାନକ କହନ୍ତି ଯେ ଈଶ୍ଵରଙ୍କୁ ଯେପରି ଉପଯୁକ୍ତ ଲାଗିଥାଏ, ତାହାକୁ ସେ ସ୍ଵୟଂ ହିଁ ନାମ-ଦର୍ଶନ ଦେଇଥାନ୍ତି ଏବଂ ନିଜ ଇଚ୍ଛାରେ ସବୁଙ୍କୁ ଚଲାଇ ଥାଆନ୍ତି||4||5||
ਮਲਾਰ ਮਹਲਾ ੩ ਦੁਤੁਕੇ ॥ ମଲାର ମହଲା 3 ଦୁତୁକେ॥
ਸਤਿਗੁਰ ਤੇ ਪਾਵੈ ਘਰੁ ਦਰੁ ਮਹਲੁ ਸੁ ਥਾਨੁ ॥ ସଚ୍ଚା ଗୁରୁଙ୍କ ଦ୍ଵାରା ହିଁ ପରମାତ୍ମାଙ୍କ ଘର-ଦ୍ଵାର, ମହଲ, ସୁନ୍ଦର ସ୍ଥାନ ପ୍ରାପ୍ତ ହୋଇଥାଏ।
ਗੁਰ ਸਬਦੀ ਚੂਕੈ ਅਭਿਮਾਨੁ ॥੧॥ ଗୁରୁଙ୍କ ଉପଦେଶ ଦ୍ଵାରା ଅଭିମାନ ସମାପ୍ତ ହୋଇଯାଏ||1||
ਜਿਨ ਕਉ ਲਿਲਾਟਿ ਲਿਖਿਆ ਧੁਰਿ ਨਾਮੁ ॥ ବିଧାତାର ବିଧାନ ଅନୁସାରେ ଯାହାର ଭାଗ୍ୟରେ ହରିନାମ ଲେଖା ହୋଇଥାଏ,
ਅਨਦਿਨੁ ਨਾਮੁ ਸਦਾ ਸਦਾ ਧਿਆਵਹਿ ਸਾਚੀ ਦਰਗਹ ਪਾਵਹਿ ਮਾਨੁ ॥੧॥ ਰਹਾਉ ॥ ସେ ସଦା ପରମେଶ୍ଵରଙ୍କ ଭଜନ କରିଥାଏ ଏବଂ ସଚ୍ଚା ଦରବାରରେ ସମ୍ମାନ ପ୍ରାପ୍ତ କରିଥାଏ॥1॥
ਮਨ ਕੀ ਬਿਧਿ ਸਤਿਗੁਰ ਤੇ ਜਾਣੈ ਅਨਦਿਨੁ ਲਾਗੈ ਸਦ ਹਰਿ ਸਿਉ ਧਿਆਨੁ ॥ ଯେତେବେଳେ ମନୁଷ୍ୟ ସଚ୍ଚା ଗୁରୁଙ୍କ ଦ୍ଵାରା ମନକୁ ବଶୀଭୂତ କରିବାର ବିଧି ଜାଣିନିଏ, ପ୍ରଭୁଙ୍କ ଧ୍ୟାନରେ ଲୀନ ରହିଥାଏ।


© 2017 SGGS ONLINE
error: Content is protected !!
Scroll to Top