Guru Granth Sahib Translation Project

guru granth sahib odia page-1241

Page 1241

ਕੁੰਗੂ ਚੰਨਣੁ ਫੁਲ ਚੜਾਏ ॥ ସେ କେଶର, ଚନ୍ଦନ ଏବଂ ଫୁଲ ଚଢାଇ ଥାଏ ଓ
ਪੈਰੀ ਪੈ ਪੈ ਬਹੁਤੁ ਮਨਾਏ ॥ ତାହାଙ୍କ ଗୋଡ ତଳେ ପଡି ପଡି ମନାଇବା ପାଇଁ ପ୍ରୟାସ କରିଥାଏ।
ਮਾਣੂਆ ਮੰਗਿ ਮੰਗਿ ਪੈਨ੍ਹ੍ਹੈ ਖਾਇ ॥ ସମାଜର ଅଦ୍ଭୁତ ବିଡମ୍ବନା ଯେ ସେ ଲୋକଙ୍କ ଠାରୁ ଦାନ ଦକ୍ଷିଣା ମାଗି ମାଗି ଖାଇଥାଏ ଓ ପିନ୍ଧିଥାଏ।
ਅੰਧੀ ਕੰਮੀ ਅੰਧ ਸਜਾਇ ॥ ଏହି ପ୍ରକାର ଅଜ୍ଞାନତା ପୂର୍ଣ୍ଣ କର୍ମରେ ଅନ୍ଧ ଦଣ୍ଡ ହିଁ ପ୍ରାପ୍ତ ହୋଇଥାଏ।
ਭੁਖਿਆ ਦੇਇ ਨ ਮਰਦਿਆ ਰਖੈ ॥ ପଥରର ମୂର୍ତ୍ତି ନା ଭୋକିଲା ଲୋକର ପେଟ ଭରିଥାଏ ଆଉ ନା ମରିବାରୁ ରକ୍ଷା କରିପାରେ।
ਅੰਧਾ ਝਗੜਾ ਅੰਧੀ ਸਥੈ ॥੧॥ ପୁଣି ଅନ୍ଧ କେଉଁଥି ପାଇଁ ଅନ୍ଧ ସହିତ ଝଗଡା କରିଥାଏ||1||
ਮਹਲਾ ੧ ॥ ମହଲା 1॥
ਸਭੇ ਸੁਰਤੀ ਜੋਗ ਸਭਿ ਸਭੇ ਬੇਦ ਪੁਰਾਣ ॥ ସବୁ ଚିନ୍ତନ, ଯୋଗ-ସାଧନା, ସବୁ ବେଦ-ପୁରାଣର ପାଠ-ପଠନ,
ਸਭੇ ਕਰਣੇ ਤਪ ਸਭਿ ਸਭੇ ਗੀਤ ਗਿਆਨ ॥ ସବୁ କର୍ମ, ତପସ୍ୟା, ଗୀତ, ଜ୍ଞାନ,
ਸਭੇ ਬੁਧੀ ਸੁਧਿ ਸਭਿ ਸਭਿ ਤੀਰਥ ਸਭਿ ਥਾਨ ॥ ସବୁ ବୁଦ୍ଧି, ଶୁଦ୍ଧତା, ସବୁ ତୀର୍ଥ, ପବିତ୍ର ସ୍ଥଳ,
ਸਭਿ ਪਾਤਿਸਾਹੀਆ ਅਮਰ ਸਭਿ ਸਭਿ ਖੁਸੀਆ ਸਭਿ ਖਾਨ ॥ ସବୁ ରାଜ୍ୟ, ସବୁ ଆଇନ, ସବୁ ଖୁସି, ସବୁ ଭୋଜନ,
ਸਭੇ ਮਾਣਸ ਦੇਵ ਸਭਿ ਸਭੇ ਜੋਗ ਧਿਆਨ ॥ ସବୁ ମନୁଷ୍ୟ, ଦେବତା, ଯୋଗୀ, ଧ୍ୟାନଶୀଳ,
ਸਭੇ ਪੁਰੀਆ ਖੰਡ ਸਭਿ ਸਭੇ ਜੀਅ ਜਹਾਨ ॥ ସବୁ ପୁର, ଖଣ୍ଡ, ସଂସାରର ସବୁ ଜୀବକୁ
ਹੁਕਮਿ ਚਲਾਏ ਆਪਣੈ ਕਰਮੀ ਵਹੈ ਕਲਾਮ ॥ ଈଶ୍ଵର ନିଜ ହୁକୁମ ଦ୍ଵାରା ଚଲାଇ ଥାଆନ୍ତି ଏବଂ କର୍ମ ଅନୁସାରେ ଫଳ ଦେଇଥାନ୍ତି।
ਨਾਨਕ ਸਚਾ ਸਚਿ ਨਾਇ ਸਚੁ ਸਭਾ ਦੀਬਾਨੁ ॥੨॥ ଗୁରୁ ନାନକ କହନ୍ତି ଯେ ଈଶ୍ଵର ସତ୍ୟ ଅଟନ୍ତି, ତାହାଙ୍କ ନାମ ଶାଶ୍ଵତ ଅଟେ, ତାହାଙ୍କ ଅଦାଲତ ମଧ୍ୟ ଅଟଳ ଅଟେ||2||
ਪਉੜੀ ॥ ପଉଡୀ॥
ਨਾਇ ਮੰਨਿਐ ਸੁਖੁ ਊਪਜੈ ਨਾਮੇ ਗਤਿ ਹੋਈ ॥ ହରିନାମ ମନନ କରିବା ଦ୍ଵାରା ହିଁ ସୁଖ ଉତ୍ପନ୍ନ ହୋଇଥାଏ ଏବଂ ନାମ ଦ୍ଵାରା ହିଁ ମୁକ୍ତି ହୋଇଥାଏ।
ਨਾਇ ਮੰਨਿਐ ਪਤਿ ਪਾਈਐ ਹਿਰਦੈ ਹਰਿ ਸੋਈ ॥ ହରିନାମ ମନନ କରିବା ଦ୍ଵାରା ସଂସାରରେ ଇଜ୍ଜତ ପ୍ରାପ୍ତ ହୋଇଥାଏ ଏବଂ ହୃଦୟରେ ଈଶ୍ଵର ହିଁ ବାସ କରିଥାନ୍ତି।
ਨਾਇ ਮੰਨਿਐ ਭਵਜਲੁ ਲੰਘੀਐ ਫਿਰਿ ਬਿਘਨੁ ਨ ਹੋਈ ॥ ହରିନାମ ମନନ କରିବା ଦ୍ଵାରା ସଂସାର-ସାଗରରୁ ପାର କରାଯାଇ ପାରେ, ପୁନଃ କୌଣସି ବିପତ୍ତିର ସାମନା କରିବାକୁ ପଡେ ନାହିଁ।
ਨਾਇ ਮੰਨਿਐ ਪੰਥੁ ਪਰਗਟਾ ਨਾਮੇ ਸਭ ਲੋਈ ॥ ହରିନାମ ମନନ କରିବା ଦ୍ଵାରା ସଚ୍ଚା ମାର୍ଗ ପ୍ରାପ୍ତ ହୋଇଥାଏ ଏବଂ ନାମ ଦ୍ଵାରା ଦୁନିଆରେ କୀର୍ତ୍ତି ହୋଇଥାଏ।
ਨਾਨਕ ਸਤਿਗੁਰਿ ਮਿਲਿਐ ਨਾਉ ਮੰਨੀਐ ਜਿਨ ਦੇਵੈ ਸੋਈ ॥੯॥ ହେ ନାନକ! ଯଦି ସଚ୍ଚା ଗୁରୁ ମିଳିଯାନ୍ତି, ହରିନାମର ମନନ ହୋଇଥାଏ, ଯାହାଙ୍କୁ ସେ ଦେଇଥାନ୍ତି ସେ ପାଇଥାଏ||9||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਪੁਰੀਆ ਖੰਡਾ ਸਿਰਿ ਕਰੇ ਇਕ ਪੈਰਿ ਧਿਆਏ ॥ ବଡ ବଡ ନଗର ଓ ପ୍ରଦେଶକୁ ଜିତି ନିଆଯାଏ, ଏକ ଗୋଡରେ ଦଣ୍ଡାୟମାନ ହୋଇ ତପସ୍ୟା କରାଯାଏ।
ਪਉਣੁ ਮਾਰਿ ਮਨਿ ਜਪੁ ਕਰੇ ਸਿਰੁ ਮੁੰਡੀ ਤਲੈ ਦੇਇ ॥ ପ୍ରାଣାୟମ କରି ଜପ କରାଯାଏ, ଶୀର୍ଷାସନ କରାଯାଏ।
ਕਿਸੁ ਉਪਰਿ ਓਹੁ ਟਿਕ ਟਿਕੈ ਕਿਸ ਨੋ ਜੋਰੁ ਕਰੇਇ ॥ ଜୀବ ଯେ କୌଣସି ଉପାୟ ଅବଲମ୍ବନ କରୁ, ଯେପରି ସାହସ ମଧ୍ୟ ନେଉ।
ਕਿਸ ਨੋ ਕਹੀਐ ਨਾਨਕਾ ਕਿਸ ਨੋ ਕਰਤਾ ਦੇਇ ॥ ହେ ନାନକ! କାହାକୁ କୁହାଯାଇ ପାରିବ ନାହିଁ, ଈଶ୍ଵର କାହାକୁ ଖୁସି ହୋଇ ଦେଇଥାନ୍ତି।
ਹੁਕਮਿ ਰਹਾਏ ਆਪਣੈ ਮੂਰਖੁ ਆਪੁ ਗਣੇਇ ॥੧॥ ସବୁ ଈଶ୍ବରଙ୍କ ହୁକୁମ ଦ୍ଵାରା ହେଉଅଛି, କିନ୍ତୁ ମୂର୍ଖ ଏହା ମାନିଥାଏ ଯେ ଏହା ମୋର ଶକ୍ତିର ଫଳ ଅଟେ|1||
ਮਃ ੧ ॥ ମହଲା 1॥
ਹੈ ਹੈ ਆਖਾਂ ਕੋਟਿ ਕੋਟਿ ਕੋਟੀ ਹੂ ਕੋਟਿ ਕੋਟਿ ॥ ମୁଁ କୋଟି କୋଟି ଥର ପରମାତ୍ମାଙ୍କ ହସ୍ତୀ, ଅନନ୍ତଶକ୍ତି, ସର୍ବବ୍ୟାପକତା, ସତ୍ତା ଏବଂ ମହିମାର କଥା କହୁଛି।
ਆਖੂੰ ਆਖਾਂ ਸਦਾ ਸਦਾ ਕਹਣਿ ਨ ਆਵੈ ਤੋਟਿ ॥ ମୁଁ ନିଃସନ୍ଦେହରେ ସର୍ବଦା କହିଥାଏ, ସେହି ଶାଶ୍ଵତ, ଚିରସ୍ଥାୟୀ, ଅଟଳ ଅଟନ୍ତି ଏବଂ ମୋର ଏପରି କହିବାରେ କୌଣସି କମ ନ ହେଉ।
ਨਾ ਹਉ ਥਕਾਂ ਨ ਠਾਕੀਆ ਏਵਡ ਰਖਹਿ ਜੋਤਿ ॥ ସେ ମୋତେ ଏତେ ସାମର୍ଥ୍ୟ ଦେଇଛନ୍ତି ଯେ ଏହି କଥା କହିବାରେ ଯେପରି ଥକି ନ ଯିବି, କୌଣସି ବାଧା ଯେପରି ନ ଆସୁ।
ਨਾਨਕ ਚਸਿਅਹੁ ਚੁਖ ਬਿੰਦ ਉਪਰਿ ਆਖਣੁ ਦੋਸੁ ॥੨॥ ଗୁରୁ ନାନକ କହନ୍ତି ଯେ ଏହାପରେ ମଧ୍ୟ ସେହି ସର୍ବଶକ୍ତିମାନ ବିଷୟରେ ଯେତେ ମଧ୍ୟ କହିଥାଏ, ସଂପୂର୍ଣ୍ଣ ହୁଏନାହିଁ।||2||
ਪਉੜੀ ॥ ପଉଡୀ॥
ਨਾਇ ਮੰਨਿਐ ਕੁਲੁ ਉਧਰੈ ਸਭੁ ਕੁਟੰਬੁ ਸਬਾਇਆ ॥ ହରିନାମ ମନନ କରିବା ଦ୍ଵାରା ସଂପୂର୍ଣ୍ଣ ପରିବାର ସହିତ କୁଳର ଉଦ୍ଧାର ହୋଇଯାଏ।
ਨਾਇ ਮੰਨਿਐ ਸੰਗਤਿ ਉਧਰੈ ਜਿਨ ਰਿਦੈ ਵਸਾਇਆ ॥ ହରିନାମ ମନନ କରିବା ଦ୍ଵାରା ତାହାଙ୍କ ସଙ୍ଗତରେ ଉଦ୍ଧାର ହୋଇଯାଏ, ଯାହାର ହୃଦୟରେ ପରମାତ୍ମାଙ୍କ ବାସ ଥାଏ।
ਨਾਇ ਮੰਨਿਐ ਸੁਣਿ ਉਧਰੇ ਜਿਨ ਰਸਨ ਰਸਾਇਆ ॥ ହରିନାମ ମନନ ଓ ଶ୍ରବଣ କରିବା ଦ୍ଵାରା ତାହାର ଉଦ୍ଧାର ହୋଇଥାଏ, ଯିଏ ଜିହ୍ଵାରେ ହରିଙ୍କ ଭଜନ କରିଥାଏ।
ਨਾਇ ਮੰਨਿਐ ਦੁਖ ਭੁਖ ਗਈ ਜਿਨ ਨਾਮਿ ਚਿਤੁ ਲਾਇਆ ॥ ହରିନାମ ମନନ କରିବା ଦ୍ଵାରା ଦୁଃଖ ଓ କ୍ଷୁଧା ଦୂର ହୋଇଯାଏ, ଯିଏ ନାମରେ ମନ ଲଗାଇ ଥାଏ।
ਨਾਨਕ ਨਾਮੁ ਤਿਨੀ ਸਾਲਾਹਿਆ ਜਿਨ ਗੁਰੂ ਮਿਲਾਇਆ ॥੧੦॥ ଗୁରୁ ନାନକ କହନ୍ତି ଯେ ସେ ଈଶ୍ଵରଙ୍କ ସ୍ତୁତିଗାନ କରିଥାଏ, ଯିଏ ଗୁରୁଙ୍କୁ ସାକ୍ଷାତ କରିଥାଏ||10||
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਸਭੇ ਰਾਤੀ ਸਭਿ ਦਿਹ ਸਭਿ ਥਿਤੀ ਸਭਿ ਵਾਰ ॥ ସବୁ ଦିନରାତି, ସବୁ ତିଥି ଏବଂ ବାର,
ਸਭੇ ਰੁਤੀ ਮਾਹ ਸਭਿ ਸਭਿ ਧਰਤੀ ਸਭਿ ਭਾਰ ॥ ମୌସମ, ମାସ, ସଂପୂର୍ଣ୍ଣ ଧରିତ୍ରୀ, ପର୍ବତ,
ਸਭੇ ਪਾਣੀ ਪਉਣ ਸਭਿ ਸਭਿ ਅਗਨੀ ਪਾਤਾਲ ॥ ପବନ, ପାଣି, ଅଗ୍ନି, ପାତାଳ,
ਸਭੇ ਪੁਰੀਆ ਖੰਡ ਸਭਿ ਸਭਿ ਲੋਅ ਲੋਅ ਆਕਾਰ ॥ ସବୁ ପ୍ରଦେଶ, ନଗର, ଚଉଦ ଲୋକ, ସଂସାର ସବୁ କେତେ ବଡ ଅଟେ।
ਹੁਕਮੁ ਨ ਜਾਪੀ ਕੇਤੜਾ ਕਹਿ ਨ ਸਕੀਜੈ ਕਾਰ ॥ ପରମାତ୍ମାଙ୍କ ହୁକୁମର ରହସ୍ୟ ପ୍ରାପ୍ତ ହୋଇପାରେ ନାହିଁ, ତାହାଙ୍କ ମହିମା, ଉପଲବ୍ଧି ଏବଂ ଲୀଳାର ବର୍ଣ୍ଣନା ମଧ୍ୟ କରାଯାଇ ପାରିବ ନାହିଁ।
ਆਖਹਿ ਥਕਹਿ ਆਖਿ ਆਖਿ ਕਰਿ ਸਿਫਤੀ ਵੀਚਾਰ ॥ ତାହାଙ୍କ ସ୍ତୁତି କରିବା ବାଲା ସ୍ତୁତିଗାନ କରି କରି ଥକି ଯାଇଛନ୍ତି।
ਤ੍ਰਿਣੁ ਨ ਪਾਇਓ ਬਪੁੜੀ ਨਾਨਕੁ ਕਹੈ ਗਵਾਰ ॥੧॥ ହେ ନାନକ! ସେହି ମୂର୍ଖକୁ କିଞ୍ଚିତ ପରିମାଣରେ ମଧ୍ୟ ରହସ୍ୟ ପ୍ରାପ୍ତ ହୁଏନାହିଁ||1||
ਮਃ ੧ ॥ ମହଲା 1॥
ਅਖੀ ਪਰਣੈ ਜੇ ਫਿਰਾਂ ਦੇਖਾਂ ਸਭੁ ਆਕਾਰੁ ॥ ଯଦି ଆଖି ବୁଲାଇ ସୃଷ୍ଟିକୁ ଦେଖିଥାଏ।
ਪੁਛਾ ਗਿਆਨੀ ਪੰਡਿਤਾਂ ਪੁਛਾ ਬੇਦ ਬੀਚਾਰ ॥ ଜ୍ଞାନୀ, ପଣ୍ଡିତ ଠାରୁ ସତ୍ୟତା ପଚାରି, ବେଦକୁ ଚିନ୍ତନ କରି ରହସ୍ୟ ପଚାରି ଥାଏ,


© 2017 SGGS ONLINE
error: Content is protected !!
Scroll to Top