Guru Granth Sahib Translation Project

guru granth sahib odia page-1094

Page 1094

ਆਇਆ ਓਹੁ ਪਰਵਾਣੁ ਹੈ ਜਿ ਕੁਲ ਕਾ ਕਰੇ ਉਧਾਰੁ ॥ ତାହାର ହିଁ ଜନ୍ମ ସଫଳ ଅଟେ, ଯିଏ ନିଜ କୁଳର ଉଦ୍ଧାର କରିଥାଏ।
ਅਗੈ ਜਾਤਿ ਨ ਪੁਛੀਐ ਕਰਣੀ ਸਬਦੁ ਹੈ ਸਾਰੁ ॥ ପରଲୋକରେ କାହାର ଜାତି ପଚରା ଯାଏ ନାହିଁ, ଏଣୁ ଶୁଭ କର୍ମ ଓ ଶବ୍ଦର ଚିନ୍ତନ ହିଁ ଶ୍ରେଷ୍ଠ ବିବେଚିତ ହୋଇଥାଏ।
ਹੋਰੁ ਕੂੜੁ ਪੜਣਾ ਕੂੜੁ ਕਮਾਵਣਾ ਬਿਖਿਆ ਨਾਲਿ ਪਿਆਰੁ ॥ ଅନ୍ୟ କିଛି ପଢିବା, ଆଚରଣ କରିବା ସବୁ ମିଥ୍ୟା ହିଁ ଅଟେ ଏବଂ ବିକାର ସହିତ ପ୍ରେମ ମିଥ୍ୟା ମାତ୍ର ଅଟେ।
ਅੰਦਰਿ ਸੁਖੁ ਨ ਹੋਵਈ ਮਨਮੁਖ ਜਨਮੁ ਖੁਆਰੁ ॥ ସ୍ଵେଚ୍ଛାଚାରୀର ମନକୁ ସୁଖ ମିଳେନାହିଁ ଏବଂ ତାହାର ଜନ୍ମ ବ୍ୟର୍ଥରେ ବରବାଦ ହୋଇଯାଏ।
ਨਾਨਕ ਨਾਮਿ ਰਤੇ ਸੇ ਉਬਰੇ ਗੁਰ ਕੈ ਹੇਤਿ ਅਪਾਰਿ ॥੨॥ ହେ ନାନକ! ଗୁରୁଙ୍କ ଅପାର ପ୍ରେମ ଦ୍ଵାରା ହରିନାମରେ ଲୀନ ରହିବା ବାଲା ସଂସାର-ସାଗରରୁ ପାର ହୋଇ ଯାଇଛନ୍ତି||2||
ਪਉੜੀ ॥ ପଉଡୀ॥
ਆਪੇ ਕਰਿ ਕਰਿ ਵੇਖਦਾ ਆਪੇ ਸਭੁ ਸਚਾ ॥ ଈଶ୍ଵର ସ୍ଵୟଂ ହିଁ ସଂସାର ବନାଇଛନ୍ତି, ସ୍ଵୟଂ ହିଁ ପାଳନ କରିଥାନ୍ତି ଆଉ ଏକମାତ୍ର ସେ ହିଁ ସତ୍ୟ ଅଟନ୍ତି।
ਜੋ ਹੁਕਮੁ ਨ ਬੂਝੈ ਖਸਮ ਕਾ ਸੋਈ ਨਰੁ ਕਚਾ ॥ ଯିଏ ମାଲିକଙ୍କ ହୁକୁମକୁ ବୁଝେ ନାହିଁ, ସେହି ମନୁଷ୍ୟ କଚ୍ଚା ଅଟେ।
ਜਿਤੁ ਭਾਵੈ ਤਿਤੁ ਲਾਇਦਾ ਗੁਰਮੁਖਿ ਹਰਿ ਸਚਾ ॥ ଯେଉଁଠି ଉପଯୁକ୍ତ ଲାଗିଥାଏ, ସେଠାରେ ହିଁ ସଚ୍ଚା ପ୍ରଭୁ ଲଗାଇ ଦେଇଥାନ୍ତି।
ਸਭਨਾ ਕਾ ਸਾਹਿਬੁ ਏਕੁ ਹੈ ਗੁਰ ਸਬਦੀ ਰਚਾ ॥ ସବୁଙ୍କ ମାଲିକ ଏକ ହିଁ ଅଟନ୍ତି ଆଉ ଶବ୍ଦ-ଗୁରୁ ଦ୍ଵାରା ହିଁ ଜୀବ ସେଥିରେ ରଚନା କରିଥାଏ।
ਗੁਰਮੁਖਿ ਸਦਾ ਸਲਾਹੀਐ ਸਭਿ ਤਿਸ ਦੇ ਜਚਾ ॥ ଗୁରୁଙ୍କ ସାନ୍ନିଧ୍ୟରେ ସଦା ତାହାଙ୍କ ସ୍ତୁତିଗାନ କର, ସବୁ ଜୀବ ତାହାଙ୍କ ଯାଚକ ଅଟନ୍ତି।
ਜਿਉ ਨਾਨਕ ਆਪਿ ਨਚਾਇਦਾ ਤਿਵ ਹੀ ਕੋ ਨਚਾ ॥੨੨॥੧॥ ਸੁਧੁ ॥ ହେ ନାନକ! ପରମାତ୍ମା ଜୀବକୁ ଯେପରି ନଚାଇ ଥାଆନ୍ତି, ସେପରି ହିଁ ଜୀବ ନାଚିଥାଏ||22||1||ଶୁଦ୍ଧ||
ਮਾਰੂ ਵਾਰ ਮਹਲਾ ੫ ਡਖਣੇ ਮਃ ੫ ମାରୁ ବାର୍ବମହଲା 5 ଦକ୍ଷିଣୀ ପଞ୍ଚମ ଗୁରୁ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਤੂ ਚਉ ਸਜਣ ਮੈਡਿਆ ਡੇਈ ਸਿਸੁ ਉਤਾਰਿ ॥ ହେ ମୋର ସଜ୍ଜନ ପ୍ରଭୁ! ଯଦି ତୁ କହୁ, ମୁଁ ମୋର ମସ୍ତକ ତୋତେ ଅର୍ପଣ କରିଦେବି।
ਨੈਣ ਮਹਿੰਜੇ ਤਰਸਦੇ ਕਦਿ ਪਸੀ ਦੀਦਾਰੁ ॥੧॥ ମୋର ନୟନ ବ୍ୟାକୁଳ ହେଉଛି, କେବେ ତୋର ଦର୍ଶନ ହେବ||1||
ਮਃ ੫ ॥ ମହଲା 5॥
ਨੀਹੁ ਮਹਿੰਜਾ ਤਊ ਨਾਲਿ ਬਿਆ ਨੇਹ ਕੂੜਾਵੇ ਡੇਖੁ ॥ ତୋର ସଙ୍ଗ ହିଁ ମୋର ପ୍ରେମ ଅଟେ, ଅନ୍ୟ ସବୁ ପ୍ରେମକୁ ମିଥ୍ୟା ଭାବରେ ହିଁ ଦେଖିଥାଏ।
ਕਪੜ ਭੋਗ ਡਰਾਵਣੇ ਜਿਚਰੁ ਪਿਰੀ ਨ ਡੇਖੁ ॥੨॥ ଯେ ପର୍ଯ୍ୟନ୍ତ ପ୍ରିୟ ପ୍ରଭୁଙ୍କୁ ଦେଖି ନାହିଁ, ସବୁ କପଡା ଏବଂ ଭୋଗ ଭୟାନକ ହିଁ ଲାଗିଥାଏ||2||
ਮਃ ੫ ॥ ମହଲା 5॥
ਉਠੀ ਝਾਲੂ ਕੰਤੜੇ ਹਉ ਪਸੀ ਤਉ ਦੀਦਾਰੁ ॥ ହେ ସ୍ଵାମୀ! ମୁଁ ପ୍ରାତଃ କାଳରେ ଉଠିଥାଏ, ଯେପରି ତୋର ଦର୍ଶନ ପାଇ ପାରିବି।
ਕਾਜਲੁ ਹਾਰੁ ਤਮੋਲ ਰਸੁ ਬਿਨੁ ਪਸੇ ਹਭਿ ਰਸ ਛਾਰੁ ॥੩॥ ତୋତେ ଦେଖିବା ବିନା ଏହି କାଗଜ, ହାର, ପାନର ରସ ସବୁକିଛି ମୋ' ପାଇଁ ଧୂଳି ସମାନ ଅଟେ||3||
ਪਉੜੀ ॥ ପଉଡୀ॥
ਤੂ ਸਚਾ ਸਾਹਿਬੁ ਸਚੁ ਸਚੁ ਸਭੁ ਧਾਰਿਆ ॥ ହେ ପରମାତ୍ମା! ତୁ ହିଁ ସଚ୍ଚା ମାଲିକ ଅଟୁ, ତୁ ସବୁ ପରମ ସତ୍ୟ ହିଁ ଧାରଣ କରିଛୁ।
ਗੁਰਮੁਖਿ ਕੀਤੋ ਥਾਟੁ ਸਿਰਜਿ ਸੰਸਾਰਿਆ ॥ ଏହି ସଂସାରର ନିର୍ମାଣ କରି ତୁ ଗୁରୁମୁଖୀ ପାଇଁ ଭକ୍ତି ଏବଂ ସ୍ମରଣ କରିବାର ସ୍ଥାନ ବନାଇଛୁ।
ਹਰਿ ਆਗਿਆ ਹੋਏ ਬੇਦ ਪਾਪੁ ਪੁੰਨੁ ਵੀਚਾਰਿਆ ॥ ଈଶ୍ଵରଙ୍କ ଆଜ୍ଞାରୁ ହିଁ ବେଦର ଉତ୍ପତ୍ତି ହୋଇଛି, ଯାହା ପାପ-ପୂଣ୍ୟର ବିଚାର କରିଛି।
ਬ੍ਰਹਮਾ ਬਿਸਨੁ ਮਹੇਸੁ ਤ੍ਰੈ ਗੁਣ ਬਿਸਥਾਰਿਆ ॥ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କୁ ବନାଇ ମାୟାର ତିନି ଗୁଣର ବିସ୍ତାର କରିଛନ୍ତି।
ਨਵ ਖੰਡ ਪ੍ਰਿਥਮੀ ਸਾਜਿ ਹਰਿ ਰੰਗ ਸਵਾਰਿਆ ॥ ନବଖଣ୍ଡ ପୃଥିବୀର ନିର୍ମାଣ କରି ପରମାତ୍ମା ତାହାକୁ ଅନେକ ରଙ୍ଗ ଦ୍ଵାରା ସୁନ୍ଦର ବନାଇଛନ୍ତି।
ਵੇਕੀ ਜੰਤ ਉਪਾਇ ਅੰਤਰਿ ਕਲ ਧਾਰਿਆ ॥ ଅନେକ ପ୍ରକାରର ଜୀବକୁ ଜାତ କରି ସେଥିରେ ଜୀବନ-ଶକ୍ତି ସ୍ଥାପନ କରିଛନ୍ତି।
ਤੇਰਾ ਅੰਤੁ ਨ ਜਾਣੈ ਕੋਇ ਸਚੁ ਸਿਰਜਣਹਾਰਿਆ ॥ ହେ ସଚ୍ଚା ସୃଜନହାର! କେହି ମଧ୍ୟ ତୋର ଅନ୍ତ(ରହସ୍ୟ) ଜାଣନ୍ତି ନାହିଁ।
ਤੂ ਜਾਣਹਿ ਸਭ ਬਿਧਿ ਆਪਿ ਗੁਰਮੁਖਿ ਨਿਸਤਾਰਿਆ ॥੧॥ ତୁ ସବୁ ଯୁକ୍ତି ଜାଣିଥାଉ ଏବଂ ସ୍ଵୟଂ ହିଁ ଗୁରୁମୁଖୀକୁ ଉଦ୍ଧାର କରିଥାଉ||1||
ਡਖਣੇ ਮਃ ੫ ॥ ଦକ୍ଷିଣୀ ମହଲା 5॥
ਜੇ ਤੂ ਮਿਤ੍ਰੁ ਅਸਾਡੜਾ ਹਿਕ ਭੋਰੀ ਨਾ ਵੇਛੋੜਿ ॥ ହେ ପ୍ରଭୁ! ଯଦି ତୁ ଆମର ମିତ୍ର ଅଟୁ, ତାହାହେଲେ ଏକ କ୍ଷଣ ପାଇଁ ମଧ୍ୟ ନିଜ ଠାରୁ ବିଚ୍ଛେଦ କରନାହିଁ,
ਜੀਉ ਮਹਿੰਜਾ ਤਉ ਮੋਹਿਆ ਕਦਿ ਪਸੀ ਜਾਨੀ ਤੋਹਿ ॥੧॥ ତୁ ମୋର ମନ ମୋହି ନେଇଛୁ, ହେ ପ୍ରାଣପ୍ରିୟ! କେବେ ତୋର ଦର୍ଶନ ହେବ?||1||
ਮਃ ੫ ॥ ମହଲା 5॥
ਦੁਰਜਨ ਤੂ ਜਲੁ ਭਾਹੜੀ ਵਿਛੋੜੇ ਮਰਿ ਜਾਹਿ ॥ ଆହେ ଦୁର୍ଜନ! ତୁ ପ୍ରଚଣ୍ଡ ଅଗନିର ଜଳି ଯାଅ, ଆହେ ବିୟୋଗ! ତୁ ମରି ଯାଅ।
ਕੰਤਾ ਤੂ ਸਉ ਸੇਜੜੀ ਮੈਡਾ ਹਭੋ ਦੁਖੁ ਉਲਾਹਿ ॥੨॥ ହେ ପତି-ପ୍ରଭୁ! ତୁ ମୋର ହୃଦୟ ରୂପୀ ଶେଯ ଉପରେ ଶୟନ କରି ସବୁ ଦୁଃଖ-ଯନ୍ତ୍ରଣା ଦୂର କରିଦିଅ||2||
ਮਃ ੫ ॥ ମହଲା 5॥
ਦੁਰਜਨੁ ਦੂਜਾ ਭਾਉ ਹੈ ਵੇਛੋੜਾ ਹਉਮੈ ਰੋਗੁ ॥ ସତ୍ୟ ଏହା ଯେ ଦୈତ୍ୟଭାବ ହିଁ ଦୁର୍ଜନ ଅଟେ ଏବଂ ଅଭିମାନର ରୋଗ ହିଁ ବିୟୋଗର କାରଣ ଅଟେ।
ਸਜਣੁ ਸਚਾ ਪਾਤਿਸਾਹੁ ਜਿਸੁ ਮਿਲਿ ਕੀਚੈ ਭੋਗੁ ॥੩॥ ସଚ୍ଚା ବାଦଶାହ ପ୍ରଭୁ ହିଁ ସଜ୍ଜନ ଅଟନ୍ତି, ଯାହାଙ୍କ ସହିତ ମିଶି ଆନନ୍ଦ ମିଳିଥାଏ||3||
ਪਉੜੀ ॥ ପଉଡୀ॥
ਤੂ ਅਗਮ ਦਇਆਲੁ ਬੇਅੰਤੁ ਤੇਰੀ ਕੀਮਤਿ ਕਹੈ ਕਉਣੁ ॥ ହେ ଈଶ୍ଵର! ତୁ ଅଗମ୍ୟ ଅଟୁ, ଦୟାର ସାଗର ଅଟୁ, ଅସଂଖ୍ୟ ଅଟୁ, ତୋର ଉଚିତ ମୂଲ୍ୟାଙ୍କନ କେହି କରି ପାରେନାହିଁ।
ਤੁਧੁ ਸਿਰਜਿਆ ਸਭੁ ਸੰਸਾਰੁ ਤੂ ਨਾਇਕੁ ਸਗਲ ਭਉਣ ॥ ତୁ ସଂପୂର୍ଣ୍ଣ ସଂସାରର ନିର୍ମାଣ କରିଛୁ, ତୁ ସବୁ ଲୋକର ସ୍ଵାମୀ ଅଟୁ।
ਤੇਰੀ ਕੁਦਰਤਿ ਕੋਇ ਨ ਜਾਣੈ ਮੇਰੇ ਠਾਕੁਰ ਸਗਲ ਰਉਣ ॥ ହେ ମୋର ସର୍ବବ୍ୟାପୀ ଠାକୁର! ତୋର ଶକ୍ତିକୁ କେହି ଜାଣେ ନାହିଁ।
ਤੁਧੁ ਅਪੜਿ ਕੋਇ ਨ ਸਕੈ ਤੂ ਅਬਿਨਾਸੀ ਜਗ ਉਧਰਣ ॥ ତୁ ଅନଶ୍ଵର ଅଟୁ, ଜଗତର ଉଦ୍ଧାରକ ଅଟୁ, କେହି ମଧ୍ୟ ତୋ' ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ।


© 2025 SGGS ONLINE
error: Content is protected !!
Scroll to Top