Page 1077
ਇਕਿ ਭੂਖੇ ਇਕਿ ਤ੍ਰਿਪਤਿ ਅਘਾਏ ਸਭਸੈ ਤੇਰਾ ਪਾਰਣਾ ॥੩॥
ଅନେକ କ୍ଷୁଧାର୍ତ୍ତ ରହିଥାନ୍ତି ଆଉ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଭୋଜନ କରି ତୃପ୍ତ ରହିଥାନ୍ତି, କିନ୍ତୁ ସବୁ ଜୀବକୁ ତୋର ହିଁ ଭରସା ଅଛି||3||
ਆਪੇ ਸਤਿ ਸਤਿ ਸਤਿ ਸਾਚਾ ॥
ସେହି ସତ୍ୟସ୍ଵରୂପ ପରମେଶ୍ଵର ସ୍ଵୟଂ ହିଁ ସତ୍ୟ ଅଟନ୍ତି,
ਓਤਿ ਪੋਤਿ ਭਗਤਨ ਸੰਗਿ ਰਾਚਾ ॥
ସେ ସର୍ବଦା ଭକ୍ତ ସହିତ ଲୀନ ରହିଥାନ୍ତି।
ਆਪੇ ਗੁਪਤੁ ਆਪੇ ਹੈ ਪਰਗਟੁ ਅਪਣਾ ਆਪੁ ਪਸਾਰਣਾ ॥੪॥
ସେ ସ୍ଵୟଂ ହିଁ ଗୁପ୍ତ ନିବାସ କରିଥାନ୍ତି ଏବଂ ଭକ୍ତକୁ ଦର୍ଶନ ଦେବା ପାଇଁ ସ୍ଵୟଂ ପ୍ରତ୍ୟକ୍ଷ ହୋଇଯାନ୍ତି, ଏହି ସାରା ଦୁନିଆ ତାହାଙ୍କ ପ୍ରସାର ଅଟେ||4||
ਸਦਾ ਸਦਾ ਸਦ ਹੋਵਣਹਾਰਾ ॥
ସଦା ସର୍ବଦା, ଅନନ୍ତ କାଳ ଈଶ୍ଵର ହିଁ ରହିବା ବାଲା ଅଟନ୍ତି,
ਊਚਾ ਅਗਮੁ ਅਥਾਹੁ ਅਪਾਰਾ ॥
ସେ ସବୁଠାରୁ ଉଚ୍ଚ, ଅଗମ୍ୟ, ଅଥଳ ଏବଂ ଅପରମ୍ପର ଅଟନ୍ତି।
ਊਣੇ ਭਰੇ ਭਰੇ ਭਰਿ ਊਣੇ ਏਹਿ ਚਲਤ ਸੁਆਮੀ ਕੇ ਕਾਰਣਾ ॥੫॥
ମୋର ସ୍ଵାମୀଙ୍କ ଏହି ଅଦ୍ଭୁତ କୌତୁକ ଯେ ସେ ଶୂନ୍ୟ ପାତ୍ର ଭରି ଦେଇଥାନ୍ତି ଏବଂ ଭରା ହୋଇଥିବା ପାତ୍ରକୁ ଶୂନ୍ୟ କରି ଦେଇଥାନ୍ତି||5||
ਮੁਖਿ ਸਾਲਾਹੀ ਸਚੇ ਸਾਹਾ ॥
ହେ ସଚ୍ଚା ମାଲିକ! ମୁଁ ମୁଖରେ ତୋର ହିଁ ସ୍ତୁତି କରିଥାଏ,
ਨੈਣੀ ਪੇਖਾ ਅਗਮ ਅਥਾਹਾ ॥
ନେତ୍ରରେ ଅଗମ୍ୟ-ଅଥଳ ପ୍ରଭୁଙ୍କୁ ଦେଖିଥାଏ।
ਕਰਨੀ ਸੁਣਿ ਸੁਣਿ ਮਨੁ ਤਨੁ ਹਰਿਆ ਮੇਰੇ ਸਾਹਿਬ ਸਗਲ ਉਧਾਰਣਾ ॥੬॥
ନିଜ କାନରେ ତୋର ଯଶ ଶୁଣି ଶୁଣି ମୋର ମନ-ତନ ଆନନ୍ଦିତ ହୋଇଯାଏ, ହେ ମାଲିକ! ତୁ ସବୁଙ୍କ ଉଦ୍ଧାରକ ଅଟୁ||6||
ਕਰਿ ਕਰਿ ਵੇਖਹਿ ਕੀਤਾ ਅਪਣਾ ॥
ସେ ନିଜ ସୃଷ୍ଟି-ରଚନାକୁ ଦେଖିଥାନ୍ତି ଏବଂ
ਜੀਅ ਜੰਤ ਸੋਈ ਹੈ ਜਪਣਾ ॥
ସମସ୍ତ ଜୀବ ପରମେଶ୍ଵରଙ୍କ ନାମ ହିଁ ଜପ କରିଥାନ୍ତି।
ਅਪਣੀ ਕੁਦਰਤਿ ਆਪੇ ਜਾਣੈ ਨਦਰੀ ਨਦਰਿ ਨਿਹਾਲਣਾ ॥੭॥
ନିଜ ପ୍ରକୃତିକୁ ସେ ସ୍ଵୟଂ ହିଁ ଜାଣିଥାନ୍ତି ଏବଂ କୃପା-ଦୃଷ୍ଟି କରି ଜୀବକୁ ଖୁସି କରିଥାନ୍ତି||7||
ਸੰਤ ਸਭਾ ਜਹ ਬੈਸਹਿ ਪ੍ਰਭ ਪਾਸੇ ॥
ଯେଉଁଠି ସନ୍ଥଙ୍କ ସଭାରେ ଭକ୍ତ ବସିଥାଏ, ସେଠାରେ ପ୍ରଭୁ ନିକଟରେ ବିରାଜମାନ କରିଥାନ୍ତି।
ਅਨੰਦ ਮੰਗਲ ਹਰਿ ਚਲਤ ਤਮਾਸੇ ॥
ସେଠାରେ ପରମାତ୍ମାଙ୍କ ଅଦ୍ଭୁତ ଲୀଳାର କଥନ ଓ ମଙ୍ଗଳଗାନ ହୋଇଥାଏ।
ਗੁਣ ਗਾਵਹਿ ਅਨਹਦ ਧੁਨਿ ਬਾਣੀ ਤਹ ਨਾਨਕ ਦਾਸੁ ਚਿਤਾਰਣਾ ॥੮॥
ଯେତେବେଳେ ସେଠାରେ ବାଣୀ ଦ୍ଵାରା ଭଗବାନଙ୍କ ଗୁଣଗାନ ହୋଇଥାଏ, ଅନାହତ ଧ୍ୱନି ଗୁଞ୍ଜନ କରିଥାଏ, ଦାସ ନାନକ ମଧ୍ୟ ପରମାତ୍ମାଙ୍କ ସ୍ମରଣରେ ମଧ୍ୟ ଲୀନ ଥାଆନ୍ତି||8||
ਆਵਣੁ ਜਾਣਾ ਸਭੁ ਚਲਤੁ ਤੁਮਾਰਾ ॥
ହେ ପରମେଶ୍ଵର! ଜନ୍ମ-ମରଣ ସବୁ ତୋର ଏକ ଲୀଳା ଅଟେ,
ਕਰਿ ਕਰਿ ਦੇਖੈ ਖੇਲੁ ਅਪਾਰਾ ॥
ତୁ ନିଜର ଏହି ଅଦ୍ଭୁତ ଖେଳ କରି ଦେଖୁ ଅଛୁ।
ਆਪਿ ਉਪਾਏ ਉਪਾਵਣਹਾਰਾ ਅਪਣਾ ਕੀਆ ਪਾਲਣਾ ॥੯॥
ହେ ଉତ୍ପନ୍ନ କରିବା ବାଲା! ତୁ ହିଁ ଉତ୍ପନ୍ନ କରୁ ଆଉ ନିଜେ ଜାତ କରିଥିବା ଦୁନିଆକୁ ତୁ ସ୍ଵୟଂ ହିଁ ପୋଷଣ କରୁ||9||
ਸੁਣਿ ਸੁਣਿ ਜੀਵਾ ਸੋਇ ਤੁਮਾਰੀ ॥
ମୁଁ ତୋର ମହିମା ଶୁଣି ଶୁଣି ଜୀବନ ପ୍ରାପ୍ତ କରୁଅଛି ଏବଂ
ਸਦਾ ਸਦਾ ਜਾਈ ਬਲਿਹਾਰੀ ॥
ସଦା ତୋ’ ପ୍ରତି ସମର୍ପିତ ଯାଇଥାଏ।
ਦੁਇ ਕਰ ਜੋੜਿ ਸਿਮਰਉ ਦਿਨੁ ਰਾਤੀ ਮੇਰੇ ਸੁਆਮੀ ਅਗਮ ਅਪਾਰਣਾ ॥੧੦॥
ହେ ମୋର ସ୍ଵାମୀ! ମୁଁ ଦୁଇ ହାତ ଯୋଡି ଦିନ-ରାତି ତୋର ବନ୍ଦନା କରିଥାଏ||10||
ਤੁਧੁ ਬਿਨੁ ਦੂਜੇ ਕਿਸੁ ਸਾਲਾਹੀ ॥
ତୋ’ ବିନା ଅନ୍ୟ କାହାର ମୁଁ କଣ ପ୍ରଶଂସା କରିବି?
ਏਕੋ ਏਕੁ ਜਪੀ ਮਨ ਮਾਹੀ ॥
ମୁଁ ମନରେ କେବଳ ତୋର ହିଁ ନାମ ଜପ କରିଥାଏ।
ਹੁਕਮੁ ਬੂਝਿ ਜਨ ਭਏ ਨਿਹਾਲਾ ਇਹ ਭਗਤਾ ਕੀ ਘਾਲਣਾ ॥੧੧॥
ତୋର ହୁକୁମର ରହସ୍ୟକୁ ବୁଝି ଭକ୍ତ ଖୁସି ହୋଇଥାଏ ଏବଂ ତୋର ଭକ୍ତର ଏହା ସାଧନା ଅଟେ||11||
ਗੁਰ ਉਪਦੇਸਿ ਜਪੀਐ ਮਨਿ ਸਾਚਾ ॥
ଗୁରୁଙ୍କ ଉପଦେଶ ଦ୍ଵାରା ମନରେ ପରମାତ୍ମାଙ୍କ ଜପ କରିବା ଉଚିତ,
ਗੁਰ ਉਪਦੇਸਿ ਰਾਮ ਰੰਗਿ ਰਾਚਾ ॥
ଗୁରୁଙ୍କ ଉପଦେଶ ଦ୍ଵାରା ରାମଙ୍କ ପ୍ରେମ ରଙ୍ଗରେ ଲୀନ ରହିବା ଉଚିତ।
ਗੁਰ ਉਪਦੇਸਿ ਤੁਟਹਿ ਸਭਿ ਬੰਧਨ ਇਹੁ ਭਰਮੁ ਮੋਹੁ ਪਰਜਾਲਣਾ ॥੧੨॥
ଗୁରୁଙ୍କ ଉପଦେଶ ଦ୍ଵାରା ସବୁ ବନ୍ଧନ ଛିଣ୍ଡି ଯାଇଥାଏ ଆଉ ମାୟାର ଭ୍ରମ ମଧ୍ୟ ଜଳି ଯାଇଥାଏ||12||
ਜਹ ਰਾਖੈ ਸੋਈ ਸੁਖ ਥਾਨਾ ॥
ଈଶ୍ଵର ଯେଉଁଠି ରଖିଥାନ୍ତି, ତାହା ସୁଖର ସ୍ଥାନ ଅଟେ,
ਸਹਜੇ ਹੋਇ ਸੋਈ ਭਲ ਮਾਨਾ ॥
ଯାହା କିଛି ସ୍ଵାଭାବିକ ହୋଇଥାଏ, ତାହାକୁ ହିଁ ଭଲ ମାନିବା ଉଚିତ।
ਬਿਨਸੇ ਬੈਰ ਨਾਹੀ ਕੋ ਬੈਰੀ ਸਭੁ ਏਕੋ ਹੈ ਭਾਲਣਾ ॥੧੩॥
ଯଦି ମନରୁ ଶତ୍ରୁ ଭାବନା ନାଶ ହୋଇଯାଏ, କେହି ଶତ୍ରୁ ରହନ୍ତି ନାହିଁ ଏବଂ ଏବଂ ସବୁଙ୍କ ଠାରେ ପରମାତ୍ମା ହିଁ ସନ୍ଧାନ କରିବା ଉଚିତ||13||
ਡਰ ਚੂਕੇ ਬਿਨਸੇ ਅੰਧਿਆਰੇ ॥
ମୋର ସମସ୍ତ ଭୟ ସମାପ୍ତ ହୋଇ ଯାଇଛି ଏବଂ ଅଜ୍ଞାନତା ରୂପୀ ଅନ୍ଧକାର ଦୂର ହୋଇ ଯାଇଛି।
ਪ੍ਰਗਟ ਭਏ ਪ੍ਰਭ ਪੁਰਖ ਨਿਰਾਰੇ ॥
ପରମ-ପୁରୁଷ ଓ ନିଡ଼ଳ ପ୍ରଭୁ ହୃଦୟରେ ପ୍ରକଟ ହୋଇଛନ୍ତି।
ਆਪੁ ਛੋਡਿ ਪਏ ਸਰਣਾਈ ਜਿਸ ਕਾ ਸਾ ਤਿਸੁ ਘਾਲਣਾ ॥੧੪॥
ମୁଁ ନିଜ ଅହଂ ତ୍ୟାଗ କରି ତାହାଙ୍କ ଶରଣରେ ପଡିଅଛି ଏବଂ ଯାହାଙ୍କ ଦ୍ଵାରା ଜାତ ହୋଇଛି, ତାହାଙ୍କ ହିଁ ଉପାସନା କରିଛି||14||
ਐਸਾ ਕੋ ਵਡਭਾਗੀ ਆਇਆ ॥
ଦୁନିଆକୁ ଏପରି ଭାଗ୍ୟବାନ ଆସିଛି,
ਆਠ ਪਹਰ ਜਿਨਿ ਖਸਮੁ ਧਿਆਇਆ ॥
ଯିଏ ଆଠ ପ୍ରହର ମାଲିକଙ୍କ ଚିନ୍ତନ କରିଛି।
ਤਿਸੁ ਜਨ ਕੈ ਸੰਗਿ ਤਰੈ ਸਭੁ ਕੋਈ ਸੋ ਪਰਵਾਰ ਸਧਾਰਣਾ ॥੧੫॥
ସେହି ମହା ପୁରୁଷଙ୍କ ସଙ୍ଗତ କରି, ଯେ କେହି ସଂସାର ସାଗରରୁ ପାର ହୋଇ ଯାଇଥାଏ ଏବଂ ନିଜ ପରିବାରର କଲ୍ୟାଣ ମଧ୍ୟ କରାଇ ଦେଇଥାଏ||15||
ਇਹ ਬਖਸੀਸ ਖਸਮ ਤੇ ਪਾਵਾ ॥
ମୁଁ ନିଜ ମାଲିକଙ୍କ ଠାରୁ ଏହି ବରଦାନ ଚାହିଁ ଥାଏ ଯେ
ਆਠ ਪਹਰ ਕਰ ਜੋੜਿ ਧਿਆਵਾ ॥
ହାତ ଯୋଡି ଆଠ ପ୍ରହାର ତାହାଙ୍କ ହିଁ ଅର୍ଚ୍ଚନା କରୁଥିବି।
ਨਾਮੁ ਜਪੀ ਨਾਮਿ ਸਹਜਿ ਸਮਾਵਾ ਨਾਮੁ ਨਾਨਕ ਮਿਲੈ ਉਚਾਰਣਾ ॥੧੬॥੧॥੬॥
ନାନକ ବିନତି କରନ୍ତି ଯେ ହେ ପରମେଶ୍ଵର! ଯଦି ମୋତେ ତୁମ ନାମ ମିଳିଯାଏ, ତାହାର ଉଚ୍ଚାରଣ କରୁଥିବି ଏବଂ ନାମ ଜପ କରି ସ୍ଵାଭାବିକ ଅବସ୍ଥାରେ ରହିଥିବି||16||1||6||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਸੂਰਤਿ ਦੇਖਿ ਨ ਭੂਲੁ ਗਵਾਰਾ ॥
ହେ ବିଚରା ମାନବ! ସୁନ୍ଦର ରୂପ ଦେଖି କୌଣସି ଭ୍ରମରେ ପଡ ନାହିଁ,
ਮਿਥਨ ਮੋਹਾਰਾ ਝੂਠੁ ਪਸਾਰਾ ॥
କାରଣ ମାୟାର ମୋହର ପ୍ରସାର ସବୁ ମିଥ୍ୟା ଓ ନଶ୍ଵର ଅଟେ।
ਜਗ ਮਹਿ ਕੋਈ ਰਹਣੁ ਨ ਪਾਏ ਨਿਹਚਲੁ ਏਕੁ ਨਾਰਾਇਣਾ ॥੧॥
ମୃତ୍ୟୁ ଅଟଳ ଅଟେ, ଏଣୁ ଜଗତରେ କେହି ଚିରକାଳ ରହିବା ବାଲା ନାହାନ୍ତି, କେବଳ ଏକ ଈଶ୍ଵର ହିଁ ଅଟଳ-ଅମର ଅଟନ୍ତି||1||
ਗੁਰ ਪੂਰੇ ਕੀ ਪਉ ਸਰਣਾਈ ॥
ପୂର୍ଣ୍ଣ ଗୁରୁଙ୍କ ଶରଣରେ ପଡ,
ਮੋਹੁ ਸੋਗੁ ਸਭੁ ਭਰਮੁ ਮਿਟਾਈ ॥
କାରଣ ସେ ହିଁ ତୁମର ମୋହ, ଶୋକ ଏବଂ ସଂପୂର୍ଣ୍ଣ ଭ୍ରମ ଦୂର କରିଥାନ୍ତି।
ਏਕੋ ਮੰਤ੍ਰੁ ਦ੍ਰਿੜਾਏ ਅਉਖਧੁ ਸਚੁ ਨਾਮੁ ਰਿਦ ਗਾਇਣਾ ॥੨॥
ସେ ଔଷଧ ରୂପରେ କେବଳ ନାମ-ମନ୍ତ୍ର ହିଁ ଦୃଢ କରାଇ ଥାଆନ୍ତି ଏବଂ ଗୁରୁଙ୍କ ଏହି ଉପଦେଶ ଯେ ହୃଦୟରେ ସତ୍ୟନାମର ଗୁଣଗାନ କରି ଚାଲ||2||