Page 1040
ਸਰਬ ਨਿਰੰਜਨ ਪੁਰਖੁ ਸੁਜਾਨਾ ॥
ସେହି ନିରଞ୍ଜନ ପରମ ପୁରୁଷ ବଡ ଚତୁର ଅଟନ୍ତି, ସର୍ବବ୍ୟାପୀ ଅଟନ୍ତି।
ਅਦਲੁ ਕਰੇ ਗੁਰ ਗਿਆਨ ਸਮਾਨਾ ॥
ସେ ସବୁ ଜୀବଙ୍କୁ ନ୍ୟାୟ କରିଥାନ୍ତି ଏବଂ ଗୁରୁଙ୍କ ଜ୍ଞାନ ଦ୍ଵାରା ତାହାର ପ୍ରାପ୍ତି ସମ୍ଭବ ଅଟେ ।
ਕਾਮੁ ਕ੍ਰੋਧੁ ਲੈ ਗਰਦਨਿ ਮਾਰੇ ਹਉਮੈ ਲੋਭੁ ਚੁਕਾਇਆ ॥੬॥
ସେ କାମ, କ୍ରୋଧ ର ବେକ ଧରି ନଷ୍ଟ କରିଦେଇଥାଏ ଏବଂ ଅଭିମାନ-ଲୋଭ ଦୂର କରି ଦିଅନ୍ତି||6||
ਸਚੈ ਥਾਨਿ ਵਸੈ ਨਿਰੰਕਾਰਾ ॥
ନିରାକାର ପରମାତ୍ମା ସଚ୍ଚା ସ୍ଥାନରେ ବାସ କରିଥାନ୍ତି ଏବଂ
ਆਪਿ ਪਛਾਣੈ ਸਬਦੁ ਵੀਚਾਰਾ ॥
ଶବ୍ଦର ଚିନ୍ତନ କରିବା ବାଲା ଆତ୍ମ ସ୍ଵରୁପକୁ ଜାଣି ନେଇଥାଏ।
ਸਚੈ ਮਹਲਿ ਨਿਵਾਸੁ ਨਿਰੰਤਰਿ ਆਵਣ ਜਾਣੁ ਚੁਕਾਇਆ ॥੭॥
ଏହି ପ୍ରକାରେ ଜୀବର ସଚ୍ଚା ଘରେ ନିବାସ ହୋଇଯାଏ ଏବଂ ତାହାର ଜନ୍ମ-ମରଣ ଦୂର ହୋଇଯାଏ||7||
ਨਾ ਮਨੁ ਚਲੈ ਨ ਪਉਣੁ ਉਡਾਵੈ ॥
ସେହି ଯୋଗୀର ମନ ଏଣେ ତେଣେ ପଥଭ୍ରଷ୍ଟ ହୁଏନାହିଁ ଏବଂ ବାସନା ରୂପୀ ବାୟୁ ତାହାକୁ ଉଡାଏ ନାହିଁ,
ਜੋਗੀ ਸਬਦੁ ਅਨਾਹਦੁ ਵਾਵੈ ॥
ଯେଉଁ ଯୋଗୀ ମନରେ ଅନାହତ ଶବ୍ଦ ବଜାଇ ଥାଏ,
ਪੰਚ ਸਬਦ ਝੁਣਕਾਰੁ ਨਿਰਾਲਮੁ ਪ੍ਰਭਿ ਆਪੇ ਵਾਇ ਸੁਣਾਇਆ ॥੮॥
ତାହାର ମନରେ ପାଞ୍ଚ ପ୍ରକାର ଅନାହତ ଧ୍ୱନି ବାଲା ଶବ୍ଦର ନିରଳ ଝଙ୍କାର ହୋଇଥାଏ ଏବଂ ପ୍ରଭୁ ସ୍ଵୟଂ ହିଁ ଶବ୍ଦକୁ ବଜାଇ ଶୁଣିଥାଏ||8|| ॥
ਭਉ ਬੈਰਾਗਾ ਸਹਜਿ ਸਮਾਤਾ ॥
ଯାହାର ମନରେ ଭୟ-ଶ୍ରଦ୍ଧା ଥାଏ, ସେ ବୈରାଗୀ ହୋଇ ସ୍ଵାଭାବିକ ଭାବରେ ରହିଥାଏ।
ਹਉਮੈ ਤਿਆਗੀ ਅਨਹਦਿ ਰਾਤਾ ॥
ସେ ଅହଂ ତ୍ୟାଗ କରି ଅନାହତ ଧ୍ୱନିରେ ରତ ରହିଥାଏ ଏବଂ
ਅੰਜਨੁ ਸਾਰਿ ਨਿਰੰਜਨੁ ਜਾਣੈ ਸਰਬ ਨਿਰੰਜਨੁ ਰਾਇਆ ॥੯॥
ଜ୍ଞାନ ରୂପୀ ଅଞ୍ଜନ ଲଗାଇ ଜାଣି ନେଇଥାଏ ଯେ ନିରଞ୍ଜନ ପରମେଶ୍ଵର ସର୍ବବ୍ୟାପୀ ଅଟନ୍ତି||9||
ਦੁਖ ਭੈ ਭੰਜਨੁ ਪ੍ਰਭੁ ਅਬਿਨਾਸੀ ॥
ଅବିନାଶୀ ପ୍ରଭୁ ସବୁ ଦୁଃଖ-ଭୟ ଦୂର କରିବା ବାଲା ଅଟନ୍ତି,
ਰੋਗ ਕਟੇ ਕਾਟੀ ਜਮ ਫਾਸੀ ॥
ସେ ସାରା ରୋଗ ଏବଂ ଯମର ଫାଶୀ କାଟି ଦେଇଛନ୍ତି।
ਨਾਨਕ ਹਰਿ ਪ੍ਰਭੁ ਸੋ ਭਉ ਭੰਜਨੁ ਗੁਰਿ ਮਿਲਿਐ ਹਰਿ ਪ੍ਰਭੁ ਪਾਇਆ ॥੧੦॥
ହେ ନାନକ! ପ୍ରଭୁ ଭୟ କାଟିବା ବାଲା ଅଟନ୍ତି ଏବଂ ଗୁରୁଙ୍କ ସହିତ ମିଶି ହିଁ ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ||10||
ਕਾਲੈ ਕਵਲੁ ਨਿਰੰਜਨੁ ਜਾਣੈ ॥
ନିରଞ୍ଜନଙ୍କୁ ଜାଣିବା ବାଲା କାଳର ଭୟକୁ ମଧ୍ୟ ଖାଇ ଯାଇଥାଏ।
ਬੂਝੈ ਕਰਮੁ ਸੁ ਸਬਦੁ ਪਛਾਣੈ ॥
ଯିଏ ପ୍ରଭୁ-କୃପାକୁ ବୁଝିଥାଏ, ସେ ଶବ୍ଦକୁ ଜାଣି ନେଇଥାଏ।
ਆਪੇ ਜਾਣੈ ਆਪਿ ਪਛਾਣੈ ਸਭੁ ਤਿਸ ਕਾ ਚੋਜੁ ਸਬਾਇਆ ॥੧੧॥
ଈଶ୍ଵର ସ୍ଵୟଂ ହିଁ ଜାଣିଥାନ୍ତି ଏବଂ ଚିହ୍ନି ଥାଆନ୍ତି ଏବଂ ସବୁ ତାହାଙ୍କ ହିଁ ଲୀଳା ଅଟେ||11||
ਆਪੇ ਸਾਹੁ ਆਪੇ ਵਣਜਾਰਾ ॥
ସାହୁକାର ଓ ବ୍ୟାପାରୀ ସେ ସ୍ଵୟଂ ହିଁ ଅଟନ୍ତି।
ਆਪੇ ਪਰਖੇ ਪਰਖਣਹਾਰਾ ॥
ପରଖିବା ବାଲା ସେ ସ୍ଵୟଂ ହିଁ ପରଖି ଥାଆନ୍ତି।
ਆਪੇ ਕਸਿ ਕਸਵਟੀ ਲਾਏ ਆਪੇ ਕੀਮਤਿ ਪਾਇਆ ॥੧੨॥
ସେ ସ୍ଵୟଂ ହିଁ କଷଟି-ପରଖ କରି ମୂଲ୍ୟ ଲଗାଇ ଥାଆନ୍ତି||12||
ਆਪਿ ਦਇਆਲਿ ਦਇਆ ਪ੍ਰਭਿ ਧਾਰੀ ॥
ଦୟାଳୁ ପ୍ରଭୁ ସ୍ଵୟଂ ହିଁ ସବୁଙ୍କ ଉପରେ ଦୟା କରିଛନ୍ତି,
ਘਟਿ ਘਟਿ ਰਵਿ ਰਹਿਆ ਬਨਵਾਰੀ ॥
ପ୍ରତି ଘଟରେ ସେ ବ୍ୟାପ୍ତ ଅଟନ୍ତି।
ਪੁਰਖੁ ਅਤੀਤੁ ਵਸੈ ਨਿਹਕੇਵਲੁ ਗੁਰ ਪੁਰਖੈ ਪੁਰਖੁ ਮਿਲਾਇਆ ॥੧੩॥
ମାୟାତୀତ ପରମ ପୁରୁଷ ବାସନା ରହିତ ଅଟନ୍ତି ଏବଂ ମହାପୁରୁଷ ଗୁରୁ ହିଁ ସେହି ପରମ ପୁରୁଷଙ୍କ ସହିତ ମିଳାଇ ଥାଆନ୍ତି||13||
ਪ੍ਰਭੁ ਦਾਨਾ ਬੀਨਾ ਗਰਬੁ ਗਵਾਏ ॥
ଚତୁର ପ୍ରଭୁ ସାରା ଅଭିମାନ ଦୂର କରିଥାନ୍ତି ଏବଂ
ਦੂਜਾ ਮੇਟੈ ਏਕੁ ਦਿਖਾਏ ॥
ଦୈତ୍ୟଭାବ ଦୂର କରି ନିଜ ରୂପର ହିଁ ଦର୍ଶନ କରାଇ ଥାଆନ୍ତି।
ਆਸਾ ਮਾਹਿ ਨਿਰਾਲਮੁ ਜੋਨੀ ਅਕੁਲ ਨਿਰੰਜਨੁ ਗਾਇਆ ॥੧੪॥
ଯେଉଁ ମନୁଷ୍ୟ ନିରଞ୍ଜନଙ୍କ ଯଶୋଗାନ କରିଛି, ସେ କାମନାରେ ରହି ମଧ୍ୟ ନିର୍ଲିପ୍ତ ରହିଥାଏ||14||
ਹਉਮੈ ਮੇਟਿ ਸਬਦਿ ਸੁਖੁ ਹੋਈ ॥
ଅହଂ ଦୂର କରି ଶବ୍ଦ ଦ୍ଵାରା ହିଁ ପରମ ସୁଖ ପ୍ରାପ୍ତ ହୋଇଥାଏ ଏବଂ
ਆਪੁ ਵੀਚਾਰੇ ਗਿਆਨੀ ਸੋਈ ॥
ଯିଏ ଚିନ୍ତନ କରିଥାଏ, ସେ ହିଁ ଜ୍ଞାନବାନ ଅଟେ।
ਨਾਨਕ ਹਰਿ ਜਸੁ ਹਰਿ ਗੁਣ ਲਾਹਾ ਸਤਸੰਗਤਿ ਸਚੁ ਫਲੁ ਪਾਇਆ ॥੧੫॥੨॥੧੯॥
ହେ ନାନକ! ଈଶ୍ଵରଙ୍କ ଯଶ ଓ ଗୁଣଗାନ କରିବା ଦ୍ଵାରା ହିଁ ସଚ୍ଚା ଲାଭ ଉପଲବ୍ଧ ହୋଇଥାଏ ଏବଂ ସତସଙ୍ଗତିରେ ହିଁ ସଚ୍ଚା ଫଳ ପ୍ରାପ୍ତ ହୋଇଥାଏ||15||2||19
ਮਾਰੂ ਮਹਲਾ ੧ ॥
ମାରୁ ମହଲା 1॥
ਸਚੁ ਕਹਹੁ ਸਚੈ ਘਰਿ ਰਹਣਾ ॥
ଯଦି ସଚ୍ଚା ଘରେ ରହିବାର ଅଛି, ତାହାହେଲେ ସର୍ବଦା ସତ୍ୟ ବୋଲ,
ਜੀਵਤ ਮਰਹੁ ਭਵਜਲੁ ਜਗੁ ਤਰਣਾ ॥
ଯଦି ଜଗତ ରୂପୀ ଭବସାଗରରୁ ପାର ହେବାର ଅଛି, ଜୀବିତ ରହି ହିଁ ମରିଯାଅ ଅର୍ଥାତ ଜୀବନ୍ମୁକ୍ତ ହୋଇ ଯାଅ।
ਗੁਰੁ ਬੋਹਿਥੁ ਗੁਰੁ ਬੇੜੀ ਤੁਲਹਾ ਮਨ ਹਰਿ ਜਪਿ ਪਾਰਿ ਲੰਘਾਇਆ ॥੧॥
ଗୁରୁ ଜାହାଜ, ନଉକା ଓ ଆହୁଲା ଅଟନ୍ତି, ହେ ମନ! ପରମାତ୍ମାଙ୍କ ଜପ କରିବା ଦ୍ଵାରା ସଂସାର-ସାଗରରୁ ପାର କରାଯାଇ ପାରେ||1||
ਹਉਮੈ ਮਮਤਾ ਲੋਭ ਬਿਨਾਸਨੁ ॥
ଯିଏ ଅଭିମାନ, ମମତା ଏବଂ ଲୋଭ ଦୂର କରି ଦେଇଥାଏ, ॥
ਨਉ ਦਰ ਮੁਕਤੇ ਦਸਵੈ ਆਸਨੁ ॥
ସେ ଶରୀର ରୂପୀ ନବ ଦ୍ଵାର ଠାରୁ ମୁକ୍ତ ହୋଇ ଦଶମ ଦ୍ଵାରରେ ଆସନ ଲଗାଇ ନେଇଥାଏ।
ਊਪਰਿ ਪਰੈ ਪਰੈ ਅਪਰੰਪਰੁ ਜਿਨਿ ਆਪੇ ਆਪੁ ਉਪਾਇਆ ॥੨॥
ସବୁଙ୍କ ଠାରୁ ଉର୍ଦ୍ଧ୍ଵରେ ରହି ଈଶ୍ଵର ସର୍ବୋପରି ଅଟନ୍ତି, ସ୍ଵୟଂଭୂ ଅଟନ୍ତି||2||
ਗੁਰਮਤਿ ਲੇਵਹੁ ਹਰਿ ਲਿਵ ਤਰੀਐ ॥
ଗୁରୁଙ୍କ ଶିକ୍ଷା ନିଅ, ପରମାତ୍ମାଙ୍କ ଠାରେ ଲଗ୍ନ ଲଗାଇବା ଦ୍ଵାରା ହିଁ ପାର କରାଯାଇ ପାରେ।
ਅਕਲੁ ਗਾਇ ਜਮ ਤੇ ਕਿਆ ਡਰੀਐ ॥
ଈଶ୍ଵରଙ୍କ ଗୁଣଗାନ କରିବା ଦ୍ଵାରା ଯମ ଠାରୁ ଭୟ ଲାଗେ ନାହିଁ।
ਜਤ ਜਤ ਦੇਖਉ ਤਤ ਤਤ ਤੁਮ ਹੀ ਅਵਰੁ ਨ ਦੁਤੀਆ ਗਾਇਆ ॥੩॥
ହେ ପରମେଶ୍ଵର! ମୁଁ ଯେଉଁଠି ଦେଖିଲେ ମଧ୍ୟ ତୁ ବିଦ୍ୟମାନ ଅଛୁ ଆଉ ତୋ' ବିନା ଆଉ କାହାର ଯଶୋଗାନ କରିନାହିଁ||3||
ਸਚੁ ਹਰਿ ਨਾਮੁ ਸਚੁ ਹੈ ਸਰਣਾ ॥
ହରିଙ୍କ ନାମ ସତ୍ୟ ଅଟେ, ତାହାଙ୍କ ଶରଣ ମଧ୍ୟ ଶାଶ୍ଵତ ଅଟେ।
ਸਚੁ ਗੁਰ ਸਬਦੁ ਜਿਤੈ ਲਗਿ ਤਰਣਾ ॥
ଗୁରୁଙ୍କ ଶବ୍ଦ ମଧ୍ୟ ସତ୍ୟ ଅଟେ, ଯାହାଦ୍ୱାରା ସଂସାର ସାଗରରୁ ପାର କରାଯାଇ ପାରିବ।
ਅਕਥੁ ਕਥੈ ਦੇਖੈ ਅਪਰੰਪਰੁ ਫੁਨਿ ਗਰਭਿ ਨ ਜੋਨੀ ਜਾਇਆ ॥੪॥
ଯିଏ ଅକଥନୀୟ ପ୍ରଭୁଙ୍କ କଥନ କରିଥାଏ, ସେ ସେହି ଅପରାମ୍ପରଙ୍କ ଦର୍ଶନ କରି ପୁନଃ ଗର୍ଭ-ଯୋନିରେ ଆସେ ନାହିଁ||4||
ਸਚ ਬਿਨੁ ਸਤੁ ਸੰਤੋਖੁ ਨ ਪਾਵੈ ॥
ସତ୍ୟ-ନାମ ବିନା ସତ୍ୟ ଓ ସନ୍ତୋଷ ପ୍ରାପ୍ତ ହୁଏନାହିଁ;
ਬਿਨੁ ਗੁਰ ਮੁਕਤਿ ਨ ਆਵੈ ਜਾਵੈ ॥
ଗୁରୁଙ୍କ ବିନା ମୁକ୍ତି ହୁଏନାହିଁ ଆଉ ଜୀବ ଜନ୍ମ-ମରଣରେ ପଡି ରହିଥାଏ।
ਮੂਲ ਮੰਤ੍ਰੁ ਹਰਿ ਨਾਮੁ ਰਸਾਇਣੁ ਕਹੁ ਨਾਨਕ ਪੂਰਾ ਪਾਇਆ ॥੫॥
ହେ ନାନକ! ପରମାତ୍ମାଙ୍କ ନାମ ହିଁ ମୂଳ ମନ୍ତ୍ର ଏବଂ ରସର ଘର ଅଟେ ଏବଂ ଏହା ଦ୍ଵାରା ହିଁ ପୂର୍ଣ୍ଣ ପରମେଶ୍ଵରଙ୍କୁ ପ୍ରାପ୍ତ କରାଯାଇ ପାରେ||5||