Guru Granth Sahib Translation Project

guru granth sahib odia page-1030

Page 1030

ਰਾਮ ਨਾਮੁ ਸਾਧੂ ਸਰਣਾਈ ॥ ସାଧୁ ମହାତ୍ମାଙ୍କ ଶରଣରେ ଆସିବା ଦ୍ଵାରା ହିଁ ରାମ-ନାମ ମିଳିଥାଏ ଏବଂ
ਸਤਿਗੁਰ ਬਚਨੀ ਗਤਿ ਮਿਤਿ ਪਾਈ ॥ ସଦଗୁରୁଙ୍କ ବାଣୀ ଦ୍ଵାରା ତାହାଙ୍କ ଗତି ଓ ବିସ୍ତାରର ରହସ୍ୟ ପ୍ରାପ୍ତ ହୋଇଥାଏ।
ਨਾਨਕ ਹਰਿ ਜਪਿ ਹਰਿ ਮਨ ਮੇਰੇ ਹਰਿ ਮੇਲੇ ਮੇਲਣਹਾਰਾ ਹੇ ॥੧੭॥੩॥੯॥ ଗୁରୁ ନାନକ କହନ୍ତି ଯେ ହେ ମୋର ମନ! ହରିନାମର ଜପ କର; ଏହା ପରମ ସତ୍ୟ ଦ୍ଵାରା ମିଳିଥାଏ||17||3||9||
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1 ॥
ਘਰਿ ਰਹੁ ਰੇ ਮਨ ਮੁਗਧ ਇਆਨੇ ॥ ହେ ମୂର୍ଖ ବିଚରା ମନ! ହୃଦୟ-ଘରେ ସ୍ଥିର ରୁହ,
ਰਾਮੁ ਜਪਹੁ ਅੰਤਰਗਤਿ ਧਿਆਨੇ ॥ ଧ୍ୟାନ ଲଗାଇ ଅନ୍ତର୍ମୁଖ ହୋଇ ରାମଙ୍କୁ ଜପ କର।
ਲਾਲਚ ਛੋਡਿ ਰਚਹੁ ਅਪਰੰਪਰਿ ਇਉ ਪਾਵਹੁ ਮੁਕਤਿ ਦੁਆਰਾ ਹੇ ॥੧॥ ଲୋଭ-ଲାଳସା ତ୍ୟାଗ କରି ଅପରାମ୍ପର ପରମେଶ୍ଵରଙ୍କ ଠାରେ ଲୀନ ରୁହ, ଏହି ପ୍ରକାରେ ମୁକ୍ତିର ଦ୍ଵାର ପ୍ରାପ୍ତ କର||1||
ਜਿਸੁ ਬਿਸਰਿਐ ਜਮੁ ਜੋਹਣਿ ਲਾਗੈ ॥ ଯାହାଙ୍କୁ ବିସ୍ମୃତ କରିବା ଦ୍ଵାରା ମନ ପୀଡିତ ହେବାକୁ ଲାଗିଥାଏ,
ਸਭਿ ਸੁਖ ਜਾਹਿ ਦੁਖਾ ਫੁਨਿ ਆਗੈ ॥ ସବୁ ସୁଖ ଦୂର ହୋଇଯାଏ ଆଉ ପରଲୋକରେ ପୁନଃ ଦୁଃଖ ଭୋଗ କରିବାକୁ ପଡିଥାଏ।
ਰਾਮ ਨਾਮੁ ਜਪਿ ਗੁਰਮੁਖਿ ਜੀਅੜੇ ਏਹੁ ਪਰਮ ਤਤੁ ਵੀਚਾਰਾ ਹੇ ॥੨॥ ହେ ମନ! ଗୁରୁମୁଖୀ ବନି ରାମନାମ ଜପ କର, ଏହା ହିଁ ପରମ-ତତ୍ତ୍ଵର ଚିନ୍ତନ ଅଟେ||2||
ਹਰਿ ਹਰਿ ਨਾਮੁ ਜਪਹੁ ਰਸੁ ਮੀਠਾ ॥ ହରିନାମ ଜପ କର, ଏହା ହିଁ ମିଠା ରସ ଅଟେ।
ਗੁਰਮੁਖਿ ਹਰਿ ਰਸੁ ਅੰਤਰਿ ਡੀਠਾ ॥ ଗୁରୁମୁଖୀ ଅନ୍ତର୍ମନରୁ ହିଁ ହରି-ରସ ଦେଖିଥାଏ।
ਅਹਿਨਿਸਿ ਰਾਮ ਰਹਹੁ ਰੰਗਿ ਰਾਤੇ ਏਹੁ ਜਪੁ ਤਪੁ ਸੰਜਮੁ ਸਾਰਾ ਹੇ ॥੩॥ ନିତ୍ୟ ରାମ ରଙ୍ଗରେ ଲୀନ ରୁହ, ଏହା ହିଁ ଜପ, ତପସ୍ୟା ଏବଂ ସଂଯମର ସାର ଅଟେ||3||
ਰਾਮ ਨਾਮੁ ਗੁਰ ਬਚਨੀ ਬੋਲਹੁ ॥ ଗୁରୁଙ୍କ ବଚନ ଦ୍ଵାରା ରାମନାମ ବୋଲ;
ਸੰਤ ਸਭਾ ਮਹਿ ਇਹੁ ਰਸੁ ਟੋਲਹੁ ॥ ସନ୍ଥଙ୍କ ସଭାରେ ଏହି ରସର ସନ୍ଧାନ କର।
ਗੁਰਮਤਿ ਖੋਜਿ ਲਹਹੁ ਘਰੁ ਅਪਨਾ ਬਹੁੜਿ ਨ ਗਰਭ ਮਝਾਰਾ ਹੇ ॥੪॥ ଗୁରୁଙ୍କ ଶିକ୍ଷା ଦ୍ଵାରା ନିଜର ସଚ୍ଚା ଘର ଖୋଜି ନିଅ, ଏହି ପ୍ରକାରେ ପୁନଃ ଗର୍ଭ-ଯୋନିରେ ଆସିବ ନାହିଁ||4||
ਸਚੁ ਤੀਰਥਿ ਨਾਵਹੁ ਹਰਿ ਗੁਣ ਗਾਵਹੁ ॥ ନାମ ରୂପୀ ସଚ୍ଚା ତୀର୍ଥରେ ସ୍ନାନ କର;
ਤਤੁ ਵੀਚਾਰਹੁ ਹਰਿ ਲਿਵ ਲਾਵਹੁ ॥ ଭଗବାନଙ୍କ ଗୁଣଗାନ କର, ପରମ ତତ୍ତ୍ଵର ଚିନ୍ତନ କର ଏବଂ ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଅ।
ਅੰਤ ਕਾਲਿ ਜਮੁ ਜੋਹਿ ਨ ਸਾਕੈ ਹਰਿ ਬੋਲਹੁ ਰਾਮੁ ਪਿਆਰਾ ਹੇ ॥੫॥ ପ୍ରିୟ ପ୍ରଭୁଙ୍କ ନାମ ଜପ କର, ଏହିପରି ଅନ୍ତ କାଳରେ ଯମ ପ୍ରଭାବିତ କରିପାରିବ ନାହିଁ||5||
ਸਤਿਗੁਰੁ ਪੁਰਖੁ ਦਾਤਾ ਵਡ ਦਾਣਾ ॥ ସଦଗୁରୁ ଦାତା ଅଟନ୍ତି, ବଡ ଚତୁର ଅଟନ୍ତି।
ਜਿਸੁ ਅੰਤਰਿ ਸਾਚੁ ਸੁ ਸਬਦਿ ਸਮਾਣਾ ॥ ଯାହାର ଅନ୍ତର୍ମନରେ ସତ୍ୟ ଅବସ୍ଥିତ ହୋଇଥାଏସେ ବ୍ରହ୍ମରେ ହିଁ ବିଲୀନ ହୋଇଯାଏ।
ਜਿਸ ਕਉ ਸਤਿਗੁਰੁ ਮੇਲਿ ਮਿਲਾਏ ਤਿਸੁ ਚੂਕਾ ਜਮ ਭੈ ਭਾਰਾ ਹੇ ॥੬॥ ସଦଗୁରୁ ଯାହାଙ୍କୁ ପରମେଶ୍ଵରଙ୍କ ସହିତ ମିଳାଇ ଥାଆନ୍ତି, ତାହାର ଯମର ଭୟ ସମାପ୍ତ ହୋଇଯାଏ||6||
ਪੰਚ ਤਤੁ ਮਿਲਿ ਕਾਇਆ ਕੀਨੀ ॥ ପାଞ୍ଚ ତତ୍ତ୍ଵ ସହିତ ମିଶି ଏହି ଶରୀର ବନିଛି ଆଉ
ਤਿਸ ਮਹਿ ਰਾਮ ਰਤਨੁ ਲੈ ਚੀਨੀ ॥ ଏଥିରେ ଥିବା ରାମ-ନାମ ରତ୍ନକୁ ଜାଣି ନିଅ।
ਆਤਮ ਰਾਮੁ ਰਾਮੁ ਹੈ ਆਤਮ ਹਰਿ ਪਾਈਐ ਸਬਦਿ ਵੀਚਾਰਾ ਹੇ ॥੭॥ ଆତ୍ମା ଓ ପରମାତ୍ମା ଏକ ହିଁ ଅଟନ୍ତି ଏବଂ ଏହି ଶବ୍ଦର ଜ୍ଞାନ ଶବ୍ଦର ଚିନ୍ତନ ଦ୍ଵାରା ହିଁ ହୋଇଥାଏ||7||
ਸਤ ਸੰਤੋਖਿ ਰਹਹੁ ਜਨ ਭਾਈ ॥ ହେ ଭାଇ! ସତ୍ୟ ଓ ସନ୍ତୋଷରେ ରୁହ,
ਖਿਮਾ ਗਹਹੁ ਸਤਿਗੁਰ ਸਰਣਾਈ ॥ କ୍ଷମା ଭାବନା ରଖ ଆଉ ଗୁରୁଙ୍କ ଶରଣରେ ଆସ।
ਆਤਮੁ ਚੀਨਿ ਪਰਾਤਮੁ ਚੀਨਹੁ ਗੁਰ ਸੰਗਤਿ ਇਹੁ ਨਿਸਤਾਰਾ ਹੇ ॥੮॥ ଆତ୍ମାକୁ ଜାଣି ପରମାତ୍ମାଙ୍କ ପରିଚୟ ପାଅ; ଗୁରୁଙ୍କ ସଙ୍ଗତିରୁ ହିଁ ଉଦ୍ଧାର ହୋଇ ପାରିବ||8||
ਸਾਕਤ ਕੂੜ ਕਪਟ ਮਹਿ ਟੇਕਾ ॥ ପ୍ରଭୁଙ୍କ ଠାରୁ ବିମୁଖ ମନୁଷ୍ୟ ମିଥ୍ୟା ଓ କପଟର ପ୍ରଶଂସା କରିଥାଏ ଏବଂ
ਅਹਿਨਿਸਿ ਨਿੰਦਾ ਕਰਹਿ ਅਨੇਕਾ ॥ ଦିନ-ରାତି ଅନେକ ଲୋକର ନିନ୍ଦା କରିଥାନ୍ତି।
ਬਿਨੁ ਸਿਮਰਨ ਆਵਹਿ ਫੁਨਿ ਜਾਵਹਿ ਗ੍ਰਭ ਜੋਨੀ ਨਰਕ ਮਝਾਰਾ ਹੇ ॥੯॥ ପରମାତ୍ମାଙ୍କ ସ୍ମରଣ ବିନା ସେ ପୁନଃ ପୁନଃ ଜନ୍ମ ହୋଇ ମରିଥାଏ ଆଉ ନର୍କ ରୂପୀ ଗର୍ଭ ଯୋନିରେ ପଡିଥାଏ||9||
ਸਾਕਤ ਜਮ ਕੀ ਕਾਣਿ ਨ ਚੂਕੈ ॥ ବସ୍ତୁବାଦୀ ମନୁଷ୍ୟର ମୃତ୍ୟୁର ଭୟ ଦୂର ହୁଏନାହିଁ,
ਜਮ ਕਾ ਡੰਡੁ ਨ ਕਬਹੂ ਮੂਕੈ ॥ ଯମଦୂତର ଦଣ୍ଡ ତାହା ପାଖରେ କେବେ ସମାପ୍ତ ହୁଏନାହିଁ।
ਬਾਕੀ ਧਰਮ ਰਾਇ ਕੀ ਲੀਜੈ ਸਿਰਿ ਅਫਰਿਓ ਭਾਰੁ ਅਫਾਰਾ ਹੇ ॥੧੦॥ ଅହଙ୍କାରୀର ମସ୍ତକ ଉପରେ ପାପ ରୂପୀ ଅହଂକାରର ଭାର ରହିଥାଏ ଏବଂ ଧର୍ମରାଜ ତାହାର କର୍ମର ହିସାବ କରିଥାଏ||10||
ਬਿਨੁ ਗੁਰ ਸਾਕਤੁ ਕਹਹੁ ਕੋ ਤਰਿਆ ॥ କୁହ, ଗୁରୁଙ୍କ ବିନା କେଉଁ ବସ୍ତୁବାଦୀ ମନୁଷ୍ୟ ପାର ହୋଇ ପାରିବ?
ਹਉਮੈ ਕਰਤਾ ਭਵਜਲਿ ਪਰਿਆ ॥ ସେ ଅଭିମାନ କରି ହିଁ ଭବସାଗରରେ ପଡିଥାଏ।
ਬਿਨੁ ਗੁਰ ਪਾਰੁ ਨ ਪਾਵੈ ਕੋਈ ਹਰਿ ਜਪੀਐ ਪਾਰਿ ਉਤਾਰਾ ਹੇ ॥੧੧॥ ଗୁରୁଙ୍କ ବୀନା କେହି ମଧ୍ୟ ପାର ହୋଇ ପାରିବ ନାହିଁ, ପରମାତ୍ମାଙ୍କୁ ଜପ କରିବା ଦ୍ଵାରା ମୁକ୍ତି ମିଳିଥାଏ||11||
ਗੁਰ ਕੀ ਦਾਤਿ ਨ ਮੇਟੈ ਕੋਈ ॥ ଗୁରୁଙ୍କ କୃପା କେହି ଦୂର କରି ପାରିବ ନାହିଁ,
ਜਿਸੁ ਬਖਸੇ ਤਿਸੁ ਤਾਰੇ ਸੋਈ ॥ ଯାହା ଉପରେ କୃପା କରିଥାନ୍ତି, ତାହାର ଉଦ୍ଧାର ହୋଇଯାଏ।
ਜਨਮ ਮਰਣ ਦੁਖੁ ਨੇੜਿ ਨ ਆਵੈ ਮਨਿ ਸੋ ਪ੍ਰਭੁ ਅਪਰ ਅਪਾਰਾ ਹੇ ॥੧੨॥ ତାହା ନିକଟକୁ ଜନ୍ମ-ମରଣ ଦୁଃଖ ଆସେ ନାହିଁ ଏବଂ ତାହାର ମନ ଅପରାମ୍ପର ପ୍ରଭୁଙ୍କ ଠାରେ ଲୀନ ରହିଥାଏ||12||
ਗੁਰ ਤੇ ਭੂਲੇ ਆਵਹੁ ਜਾਵਹੁ ॥ ଯଦି ଗୁରୁଙ୍କୁ ଭୁଲି ଯାଅ, ତାହାହେଲେ ଜନ୍ମ-ମରଣରେ ପଡି ରହିବ;
ਜਨਮਿ ਮਰਹੁ ਫੁਨਿ ਪਾਪ ਕਮਾਵਹੁ ॥ ପୁନଃ ଜନ୍ମ-ମରଣ ବନି ରହିବ; ଏବଂ ପାପ କର୍ମରେ ଲିପ୍ତ ରହିବ।
ਸਾਕਤ ਮੂੜ ਅਚੇਤ ਨ ਚੇਤਹਿ ਦੁਖੁ ਲਾਗੈ ਤਾ ਰਾਮੁ ਪੁਕਾਰਾ ਹੇ ॥੧੩॥ ମୂର୍ଖ ଓ ଜ୍ଞାନହୀନ ଜୀବ ପରମାତ୍ମାଙ୍କୁ ସ୍ମରଣ କରେନାହିଁ, କିନ୍ତୁ ଯେତେବେଳେ ତାହାକୁ କୌଣସି ଦୁଃଖ ଆସିଥାଏ, ସେ ରାମଙ୍କୁ ଡାକିଥାଏ||13||
ਸੁਖੁ ਦੁਖੁ ਪੁਰਬ ਜਨਮ ਕੇ ਕੀਏ ॥ ଦୁଃଖ-ସୁଖ ପୂର୍ବ ଜନ୍ମର କର୍ମର ଫଳ ଅଟେ,
ਸੋ ਜਾਣੈ ਜਿਨਿ ਦਾਤੈ ਦੀਏ ॥ ପରନ୍ତୁ ଏହି ଭେଦକୁ ସେ ହିଁ ଜାଣିଥାନ୍ତି, ଯିଏ ଦାନ ଦେଇଥାନ୍ତି।
ਕਿਸ ਕਉ ਦੋਸੁ ਦੇਹਿ ਤੂ ਪ੍ਰਾਣੀ ਸਹੁ ਅਪਣਾ ਕੀਆ ਕਰਾਰਾ ਹੇ ॥੧੪॥ ହେ ପ୍ରାଣୀ! ତୁ ଆଉ କାହାକୁ କାହିଁକି ଦୋଷ ଦେଉଛୁ, ବର୍ତ୍ତମାନ ତୁ ନିଜ କର୍ମର କଠୋର ଦୁଃଖ ଭୋଗ କର||14|


© 2025 SGGS ONLINE
error: Content is protected !!
Scroll to Top