Guru Granth Sahib Translation Project

guru granth sahib odia page-1029

Page 1029

ਕਰਿ ਕਿਰਪਾ ਪ੍ਰਭਿ ਪਾਰਿ ਉਤਾਰੀ ॥ ହେ ପ୍ରଭୁ! କୃପା କରି ତୁ ତାହାଙ୍କୁ ସଂସାର ସାଗରରୁ ଉଦ୍ଧାର କରି ଦେଇଛୁ।
ਅਗਨਿ ਪਾਣੀ ਸਾਗਰੁ ਅਤਿ ਗਹਰਾ ਗੁਰੁ ਸਤਿਗੁਰੁ ਪਾਰਿ ਉਤਾਰਾ ਹੇ ॥੨॥ ଏହି ସଂସାର-ସାଗର ତୃଷ୍ଣାର ଅଗ୍ନିର ଜ୍ଵଳନରେ ଭରି ରହିଛି, ଯାହା ବହୁତ ଗଭୀର, ପରନ୍ତୁ ଗୁରୁ ଏଥିରେ ପାର କରାଇ ଦିଅନ୍ତି||2||
ਮਨਮੁਖ ਅੰਧੁਲੇ ਸੋਝੀ ਨਾਹੀ ॥ ଅନ୍ଧକୂ ଏହି କଥାର ଜ୍ଞାନ ହୁଏନାହି।
ਆਵਹਿ ਜਾਹਿ ਮਰਹਿ ਮਰਿ ਜਾਹੀ ॥ ସେଥିପାଇଁ ସେ ଜନ୍ମ-ମରଣ ଚକ୍ରରେ ପଡିଥାଏ।
ਪੂਰਬਿ ਲਿਖਿਆ ਲੇਖੁ ਨ ਮਿਟਈ ਜਮ ਦਰਿ ਅੰਧੁ ਖੁਆਰਾ ਹੇ ॥੩॥ ପୂର୍ବ କର୍ମ ଦ୍ଵାରା ହୋଇଥିବା ଭାଗ୍ୟଲେଖା ଦୂର ହୁଏନାହିଁ ଏବଂ ମନମୁଖୀ ଯମର ଦ୍ଵାରରେ ଦୁଃଖୀ ହୋଇଥାଏ||3||
ਇਕਿ ਆਵਹਿ ਜਾਵਹਿ ਘਰਿ ਵਾਸੁ ਨ ਪਾਵਹਿ ॥ ଅନେକ ଜୀବ ଜନ୍ମ-ମରଣରେ ରହି ସଚ୍ଚା ନିବାସ ପ୍ରାପ୍ତ କରନ୍ତି ନାହିଁ ଏବଂ
ਕਿਰਤ ਕੇ ਬਾਧੇ ਪਾਪ ਕਮਾਵਹਿ ॥ କର୍ମ ବନ୍ଧନରେ ଫସି ପାପ କରିଥାନ୍ତି।
ਅੰਧੁਲੇ ਸੋਝੀ ਬੂਝ ਨ ਕਾਈ ਲੋਭੁ ਬੁਰਾ ਅਹੰਕਾਰਾ ਹੇ ॥੪॥ ଏପରି ଜ୍ଞାନହୀନକୁ କୌଣସି ଜ୍ଞାନ ବୁଝାପଡେ ନାହିଁ ଯେ ଲୋଭ ଏବଂ ଅହଂକାର ବହୁତ ମନ୍ଦ ଅଟେ||4||
ਪਿਰ ਬਿਨੁ ਕਿਆ ਤਿਸੁ ਧਨ ਸੀਗਾਰਾ ॥ ପଟି-ପ୍ରଭୁଙ୍କ ବିନା ସେହି ଜୀବ-ସ୍ତ୍ରୀର ଶୃଙ୍ଗାର ବ୍ୟର୍ଥ ଅଟେ,
ਪਰ ਪਿਰ ਰਾਤੀ ਖਸਮੁ ਵਿਸਾਰਾ ॥ ସେ ପର ପୁରୁଷର ପ୍ରେମରେ ଆସକ୍ତ ରହି ନିଜ ମାଲିକଙ୍କୁ ଭୁଲି ଦେଇଥାଏ।
ਜਿਉ ਬੇਸੁਆ ਪੂਤ ਬਾਪੁ ਕੋ ਕਹੀਐ ਤਿਉ ਫੋਕਟ ਕਾਰ ਵਿਕਾਰਾ ਹੇ ॥੫॥ ଯେପରି କାହାକୁ ବେସଯାର ପୁତ୍ରର ପିତା ବୋଲି କୁହାଯାଏ? ଏପରି ହିଁ ମନମୁଖୀ କରିଥିବା ସବୁ କର୍ମ ବ୍ୟର୍ଥ ଏବଂ ବିକାର ରୂପ ହିଁ ଅଟେ||5||
ਪ੍ਰੇਤ ਪਿੰਜਰ ਮਹਿ ਦੂਖ ਘਨੇਰੇ ॥ ମନମୁଖୀ ପ୍ରେତର ଶରୀର ରୂପୀ ପିଞ୍ଜରାରେ ଅନେକ ଦୁଃଖ ଭରି ରହିଥାଏ।
ਨਰਕਿ ਪਚਹਿ ਅਗਿਆਨ ਅੰਧੇਰੇ ॥ ସେ ଅଜ୍ଞାନତା ରୂପୀ ଅନ୍ଧକାର କାରଣରୁ ନର୍କରେ ଦୁଃଖୀ ହୋଇଥାଏ।
ਧਰਮ ਰਾਇ ਕੀ ਬਾਕੀ ਲੀਜੈ ਜਿਨਿ ਹਰਿ ਕਾ ਨਾਮੁ ਵਿਸਾਰਾ ਹੇ ॥੬॥ ଯିଏ ପରମାତ୍ମାଙ୍କ ନାମ ଭୁଲି ଯାଇଛି, ତାହାକୁ ଯମରାଜର ଦଣ୍ଡ ଭୋଗିବାକୁ ପଡିଥାଏ||6||
ਸੂਰਜੁ ਤਪੈ ਅਗਨਿ ਬਿਖੁ ਝਾਲਾ ॥ ਅਪਤੁ ਪਸੂ ਮਨਮੁਖੁ ਬੇਤਾਲਾ ॥ ନର୍କ-କୁଣ୍ଡରେ ସୂର୍ଯ୍ୟ ପ୍ରଚଣ୍ଡ ଉତ୍ତାପ ଦେଇଥାନ୍ତି ଏବଂ ମନର ନିର୍ଦ୍ଦେଶରେ ଚାଲିଥିବା ପ୍ରାଣୀ ନିର୍ଲଜ୍ଜ, ପଶୁ ଏବଂ ପ୍ରେତ ସମାନ ଅଟେ।
ਆਸਾ ਮਨਸਾ ਕੂੜੁ ਕਮਾਵਹਿ ਰੋਗੁ ਬੁਰਾ ਬੁਰਿਆਰਾ ਹੇ ॥੭॥ ସେ ଆଶା ଓ ଅଭିଳାଷର ପୂରଣ ପାଇଁ ମିଥ୍ୟାର ଉପଯୋଗ କରିଥାଏ ଏବଂ ତାହା ସହିତ ଅନେକ ମନ୍ଦ ରୋଗ ଲାଗିଥାଏ||7||
ਮਸਤਕਿ ਭਾਰੁ ਕਲਰ ਸਿਰਿ ਭਾਰਾ ॥ ଯିଏ ନିଜ ମସ୍ତକରେ ପାପ ରୂପୀ ମାଟିର ଭାର ଉଠାଇ ଥାଏ,
ਕਿਉ ਕਰਿ ਭਵਜਲੁ ਲੰਘਸਿ ਪਾਰਾ ॥ ସେ ଭବସାଗରରୁ କିପରି ପାର ହୋଇ ପାରିବ?
ਸਤਿਗੁਰੁ ਬੋਹਿਥੁ ਆਦਿ ਜੁਗਾਦੀ ਰਾਮ ਨਾਮਿ ਨਿਸਤਾਰਾ ਹੇ ॥੮॥ ସୃଷ୍ଟିର ଆଦିରୁ ସଦଗୁରୁ ହିଁ ଜାହାଜ ଅଟନ୍ତି, ଯିଏ ରାମନାମ ଦ୍ଵାରା ପାର କରାଇ ଥାଆନ୍ତି||8||
ਪੁਤ੍ਰ ਕਲਤ੍ਰ ਜਗਿ ਹੇਤੁ ਪਿਆਰਾ ॥ ਮਾਇਆ ਮੋਹੁ ਪਸਰਿਆ ਪਾਸਾਰਾ ॥ ଜଗତର ପ୍ରତ୍ୟେକ ମନୁଷ୍ୟକୁ ସନ୍ତାନ ଏବଂ ପତ୍ନୀ ହିଁ ପ୍ରିୟ ଅଟନ୍ତି ଏବଂ ସର୍ବତ୍ର ମୋହ-ମାୟାର ହିଁ ପ୍ରସାର ରହିଛି।
ਜਮ ਕੇ ਫਾਹੇ ਸਤਿਗੁਰਿ ਤੋੜੇ ਗੁਰਮੁਖਿ ਤਤੁ ਬੀਚਾਰਾ ਹੇ ॥੯॥ ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ପରମ-ତତ୍ତ୍ଵର ଚିନ୍ତନ କରିଥାଏ, ସଦଗୁରୁ ତାହାର ଯମର ବନ୍ଧନ ଭାଙ୍ଗି ଦେଇଥାନ୍ତି||9||
ਕੂੜਿ ਮੁਠੀ ਚਾਲੈ ਬਹੁ ਰਾਹੀ ॥ ମିଥ୍ୟା ଦ୍ଵାରା ଠକି ହୋଇଥିବା ଦୁନିଆ ଅନେକ ମାର୍ଗରେ ଚାଲିଥାଏ ଏବଂ
ਮਨਮੁਖੁ ਦਾਝੈ ਪੜਿ ਪੜਿ ਭਾਹੀ ॥ ମନମୁଖୀ ତୃଷ୍ଣାଗ୍ନିରେ ଜଳି ରହିଥାଏ।
ਅੰਮ੍ਰਿਤ ਨਾਮੁ ਗੁਰੂ ਵਡ ਦਾਣਾ ਨਾਮੁ ਜਪਹੁ ਸੁਖ ਸਾਰਾ ਹੇ ॥੧੦॥ ଗୁରୁ ନାମାମୃତ ଦେଇ ବଡ ଦାନବୀର ହୋଇଥାନ୍ତି; ପରମାତ୍ମାଙ୍କ ନାମ ଜପ କର, ସେ ହିଁ ସଚ୍ଚା ସୁଖ ଦେବା ବାଲା ଅଟନ୍ତି||10||
ਸਤਿਗੁਰੁ ਤੁਠਾ ਸਚੁ ਦ੍ਰਿੜਾਏ ॥ ସଦଗୁରୁ ପ୍ରସନ୍ନ ହୋଇ ସତ୍ୟର ରହସ୍ୟ ଦୃଢ କରାଇ ଥାଆନ୍ତି;
ਸਭਿ ਦੁਖ ਮੇਟੇ ਮਾਰਗਿ ਪਾਏ ॥ ସେ ସବୁ ଦୁଃଖ ଦୂର କରି ସତମାର୍ଗରେ ଲଗାଇ ଥାଆନ୍ତି।
ਕੰਡਾ ਪਾਇ ਨ ਗਡਈ ਮੂਲੇ ਜਿਸੁ ਸਤਿਗੁਰੁ ਰਾਖਣਹਾਰਾ ਹੇ ॥੧੧॥ ସଦଗୁରୁ ଯାହାର ରକ୍ଷାକାରୀ ବନିଥାନ୍ତି, ତାହାର ପାଦରେ ଆଦୌ କଣ୍ଟା ବାଜେ ନାହିଁ||11||
ਖੇਹੂ ਖੇਹ ਰਲੈ ਤਨੁ ਛੀਜੈ ॥ ଯେତେବେଳେ ମନୁଷ୍ୟର ଶରୀର କ୍ଷୀଣ ହୋଇଯାଏ, ସେ ଧୂଳି ବନି ଧୂଳିରେ ହିଁ ମିଶିଥାଏ।
ਮਨਮੁਖੁ ਪਾਥਰੁ ਸੈਲੁ ਨ ਭੀਜੈ ॥ ମନମୁଖୀ ଜୀବ ପଥର ସମାନ ଅଟେ, ଯାହାର ମନ ଭକ୍ତିରେ ଭିଜେ ନାହିଁ।
ਕਰਣ ਪਲਾਵ ਕਰੇ ਬਹੁਤੇਰੇ ਨਰਕਿ ਸੁਰਗਿ ਅਵਤਾਰਾ ਹੇ ॥੧੨॥ ସେ ଅନେକ ପ୍ରଳାପ କରିଥାଏ, କିନ୍ତୁ କେବେ ନର୍କ ଓ କେବେ ସ୍ଵର୍ଗରେ ଜନ୍ମ ନେଇଥାଏ||12||
ਮਾਇਆ ਬਿਖੁ ਭੁਇਅੰਗਮ ਨਾਲੇ ॥ ବିଷ ରୂପୀ ମାୟା ନାଗୁଣୀ ଜୀବ ସାଥିରେ ହିଁ ରହିଥାଏ ଏବଂ
ਇਨਿ ਦੁਬਿਧਾ ਘਰ ਬਹੁਤੇ ਗਾਲੇ ॥ ଏହି ଦ୍ଵିଧା ଅନେକ ଘର ବରବାଦ କରିଥାଏ।
ਸਤਿਗੁਰ ਬਾਝਹੁ ਪ੍ਰੀਤਿ ਨ ਉਪਜੈ ਭਗਤਿ ਰਤੇ ਪਤੀਆਰਾ ਹੇ ॥੧੩॥ ସଚ୍ଚା ଗୁରୁଙ୍କ ବିନା ମନରେ ପ୍ରୀତି ଉତ୍ପନ୍ନ ହୁଏନାହିଁ ଏବଂ ଭକ୍ତିରେ ଲୀନ ରହିବା ବାଲା ସନ୍ତୁଷ୍ଟ ରହିଥାଏ||13||
ਸਾਕਤ ਮਾਇਆ ਕਉ ਬਹੁ ਧਾਵਹਿ ॥ ଶକ୍ତିର ପୂଜାରୀ ମାୟା ପାଇଁ ବହୁତ ଦୌଡି ଥାଏ, କିନ୍ତୁ
ਨਾਮੁ ਵਿਸਾਰਿ ਕਹਾ ਸੁਖੁ ਪਾਵਹਿ ॥ ନାମ ଭୁଲି କିପରି ସୁଖ ପ୍ରାପ୍ତ କରିପାରେ।
ਤ੍ਰਿਹੁ ਗੁਣ ਅੰਤਰਿ ਖਪਹਿ ਖਪਾਵਹਿ ਨਾਹੀ ਪਾਰਿ ਉਤਾਰਾ ਹੇ ॥੧੪॥ ସେ ତ୍ରିଗୁଣାତ୍ମକ ମାୟାରେ ହିଁ ଲିପ୍ତ ରହିଥାଏ, ଏଣୁ ତାହାର ମୁକ୍ତି ହୁଏନାହିଁ ||14||
ਕੂਕਰ ਸੂਕਰ ਕਹੀਅਹਿ ਕੂੜਿਆਰਾ ॥ ମିଥ୍ୟା ମଣିଷକୁ କୁକୁର ଓ ଅସୁର ହିଁ କୁହାଯାଏ
ਭਉਕਿ ਮਰਹਿ ਭਉ ਭਉ ਭਉ ਹਾਰਾ ॥ ସେ କୁକୁର ଭଳି ବ୍ୟର୍ଥରେ ଭୁକିଥାଏ ଏବଂ ଭୁକି ଭୁକି ହାରି ଯାଇଥାଏ।
ਮਨਿ ਤਨਿ ਝੂਠੇ ਕੂੜੁ ਕਮਾਵਹਿ ਦੁਰਮਤਿ ਦਰਗਹ ਹਾਰਾ ਹੇ ॥੧੫॥ ସେ ମନ-ତନରେ ମିଥ୍ୟା ଅଟେ, ମିଥ୍ୟା କାମ କରିଥାଏ ଆଉ ଦୁର୍ମତି କାରଣରୁ ନିଜ ଜୀବନ ବାଜି ହାରି ପ୍ରଭୁଙ୍କ ଦରବାରକୁ ଯାଇଥାଏ||15||
ਸਤਿਗੁਰੁ ਮਿਲੈ ਤ ਮਨੂਆ ਟੇਕੈ ॥ ଯଦି ସଦଗୁରୁ ମିଳିଯାନ୍ତି, ମନ ସ୍ଥିର ହୋଇଯାଏ ଏବଂ ଶରଣରେ ଆସିଥିବା ଜୀବକୁ ରାମ-ନାମ ପ୍ରଦାନ କରିଥାଏ।
ਰਾਮ ਨਾਮੁ ਦੇ ਸਰਣਿ ਪਰੇਕੈ ॥ ସେ ହିଁ ଅମୂଲ୍ୟ ହରି-ନାମ ରୂପୀ ଧନ ପ୍ରଦାନ କରିଥାନ୍ତି।
ਹਰਿ ਧਨੁ ਨਾਮੁ ਅਮੋਲਕੁ ਦੇਵੈ ਹਰਿ ਜਸੁ ਦਰਗਹ ਪਿਆਰਾ ਹੇ ॥੧੬॥ ଯିଏ ହରିଙ୍କ ଯଶୋଗାନ କରିଥାଏ, ସେ ହିଁ ଦରବାରରେ ପ୍ରଭୁଙ୍କ ପ୍ରିୟ ହୋଇଥାଏ||16||


© 2025 SGGS ONLINE
error: Content is protected !!
Scroll to Top