Guru Granth Sahib Translation Project

guru granth sahib odia page-1025

Page 1025

ਨਾਵਹੁ ਭੁਲੀ ਚੋਟਾ ਖਾਏ ॥ ଇଶ୍ଵରଙ୍କୁ ବିସ୍ମୃତ କରୁଥିବା ଜୀବ ସ୍ତ୍ରୀ ବହୁତ କଷ୍ଟ ସହିଥାଏ ଏବଂ
ਬਹੁਤੁ ਸਿਆਣਪ ਭਰਮੁ ਨ ਜਾਏ ॥ ଅନେକ ଚତୁରତା କରିବା ଦ୍ୱାରା ମଧ୍ୟ ତାହାର ଭ୍ରମ ଦୂର ହୁଏ ନାହିଁ।
ਪਚਿ ਪਚਿ ਮੁਏ ਅਚੇਤ ਨ ਚੇਤਹਿ ਅਜਗਰਿ ਭਾਰਿ ਲਦਾਈ ਹੇ ॥੮॥ ମୂର୍ଖ ବ୍ୟକ୍ତି ପରମାତ୍ମାଙ୍କୁ ମନେ ପକାଏ ନାହିଁ, ଏଣୁ ଦୁଃଖୀ ହିଁ ହୋଇଥାନ୍ତି ଏବଂ ସେମାନେ ପାପର ଭାର ଲଦି ଦେଇଛନ୍ତି।।8।।
ਬਿਨੁ ਬਾਦ ਬਿਰੋਧਹਿ ਕੋਈ ਨਾਹੀ ॥ ଶତ୍ରୁ-ବିରୁଦ୍ଧ ଠାରୁ କେହି ମଧ୍ୟ ମୁକ୍ତ ନୁହନ୍ତି,
ਮੈ ਦੇਖਾਲਿਹੁ ਤਿਸੁ ਸਾਲਾਹੀ ॥ ଯଦି କେହି ଏହା ଠାରୁ ବଞ୍ଚି ଯାଇଛି ତେବେ ମୋତେ ଦେଖାଇ ଦିଅ, ମୁଁ ତାର ଭୂରି ଭୂରି ପ୍ରଶଂସା କରିବି।
ਮਨੁ ਤਨੁ ਅਰਪਿ ਮਿਲੈ ਜਗਜੀਵਨੁ ਹਰਿ ਸਿਉ ਬਣਤ ਬਣਾਈ ਹੇ ॥੯॥ ମନ- ଶରୀର ଅର୍ପଣ କରିବା ଦ୍ୱାରା ହିଁ ପରମାତ୍ମା ମିଳି ଥାଆନ୍ତି, ଭଗବାନଙ୍କ ଠାରୁ ପ୍ରୀତି ଯୋଡ଼ି ହୋଇଥାଏ।। 9 ।।
ਪ੍ਰਭ ਕੀ ਗਤਿ ਮਿਤਿ ਕੋਇ ਨ ਪਾਵੈ ॥ ପ୍ରଭୁଙ୍କ ଗତି ଏବଂ ମହିମା କେହି ମଧ୍ୟ ଜାଣି ପାରିବେ ନାହିଁ।
ਜੇ ਕੋ ਵਡਾ ਕਹਾਇ ਵਡਾਈ ਖਾਵੈ ॥ ଯଦି କେହି କହନ୍ତି ମୁଁ ହିଁ ବଡ ଅଟେ ତେବେ ତାଙ୍କର ଆତ୍ମ ଅଭିମାନ ତାକୁ ଲିଭାଇ ଦିଏ।
ਸਾਚੇ ਸਾਹਿਬ ਤੋਟਿ ਨ ਦਾਤੀ ਸਗਲੀ ਤਿਨਹਿ ਉਪਾਈ ਹੇ ॥੧੦॥ ସତ୍ୟ ପରମେଶ୍ବରଙ୍କ ଦାନରେ କିଛି ଉଣା ନାହିଁ, ସବୁ ଦୁନିଆ ସେ ହିଁ ତିଆରି କରିଛନ୍ତି।।10।।
ਵਡੀ ਵਡਿਆਈ ਵੇਪਰਵਾਹੇ ॥ ସେହି ନିଶ୍ଚିତଙ୍କ ମହିମା ବହୁତ ବଡ଼ ଅଟେ,
ਆਪਿ ਉਪਾਏ ਦਾਨੁ ਸਮਾਹੇ ॥ ସେ ସ୍ଵୟଂ ହିଁ ଜୀବମାନଙ୍କୁ ଜନ୍ମ କରି ତାଙ୍କ ପାଇଁ ଭୋଜନ ଦେଇଥାନ୍ତି।
ਆਪਿ ਦਇਆਲੁ ਦੂਰਿ ਨਹੀ ਦਾਤਾ ਮਿਲਿਆ ਸਹਜਿ ਰਜਾਈ ਹੇ ॥੧੧॥ ସେ ଦୟାଳୁ ଦାତା କେଉଁଠି ଦୂରରେ ନାହାନ୍ତି ଏବଂ ସେ ସ୍ଵାଭାବିକ ଭାବରେ ହିଁ ନିଜର ଆଜ୍ଞାରେ ଅଛନ୍ତି।। 11।।
ਇਕਿ ਸੋਗੀ ਇਕਿ ਰੋਗਿ ਵਿਆਪੇ ॥ ଦୁନିଆରେ କେହି ଶୋକାଗ୍ରସ୍ତ ଅଛନ୍ତି ତ କେହି ରୋଗଗ୍ରସ୍ତ ଅଛନ୍ତି।
ਜੋ ਕਿਛੁ ਕਰੇ ਸੁ ਆਪੇ ਆਪੇ ॥ ଯାହା କିଛି କରିଥାନ୍ତି, ତାହା ସ୍ଵେଚ୍ଛାରେ ହିଁ କରିଥାନ୍ତି।
ਭਗਤਿ ਭਾਉ ਗੁਰ ਕੀ ਮਤਿ ਪੂਰੀ ਅਨਹਦਿ ਸਬਦਿ ਲਖਾਈ ਹੇ ॥੧੨॥ ଯଦି ଗୁରୁଙ୍କ ଶିକ୍ଷା ଦ୍ଵାରା ଭଗବାନଙ୍କ ଭକ୍ତି କରାଯାଏ ତେବେ ଅନାହତ ଶବ୍ଦର ଅନୁଭବ ହୋଇଯାଏ।।12।।
ਇਕਿ ਨਾਗੇ ਭੂਖੇ ਭਵਹਿ ਭਵਾਏ ॥ କିଛି ଉଲଗ୍ନ ଏବଂ ଭୋକିଲା ଏଣେତେଣେ ପଥଭ୍ରଷ୍ଟ ହେଉଛନ୍ତି,
ਇਕਿ ਹਠੁ ਕਰਿ ਮਰਹਿ ਨ ਕੀਮਤਿ ਪਾਏ ॥ କିଛି ଚମତ୍କାର ପାଇବା ପାଇଁ କାମ କରୁଥିବା ଲୋକ ପ୍ରାଣ ତ୍ୟାଗ ଦେଇଥାଏ ଆଉ ଅମୂଲ୍ୟ ଜନ୍ମର ମହତ୍ଵ ବୁଝେ ନାହିଁ।
ਗਤਿ ਅਵਿਗਤ ਕੀ ਸਾਰ ਨ ਜਾਣੈ ਬੂਝੈ ਸਬਦੁ ਕਮਾਈ ਹੇ ॥੧੩॥ ସେ ଭଲ ଖରାପର ମହତ୍ତ୍ଵ ଜାଣି ନାହାନ୍ତି, ପରନ୍ତୁ ଯିଏ ଶବ୍ଦର ସାଧନା କରିଥାନ୍ତି, ସେ ହିଁ ଏହି ରହସ୍ୟକୁ ବୁଝି ଥାଆନ୍ତି।। 13 ।।
ਇਕਿ ਤੀਰਥਿ ਨਾਵਹਿ ਅੰਨੁ ਨ ਖਾਵਹਿ ॥ କେହି ତୀର୍ଥରେ ସ୍ନାନ କରନ୍ତି ତ କେହି ବ୍ରତ ଉପବାସ କରନ୍ତି,
ਇਕਿ ਅਗਨਿ ਜਲਾਵਹਿ ਦੇਹ ਖਪਾਵਹਿ ॥ କିଛି ଲୋକ ନିଆଁ ଜଳାଇ ଶରୀରକୁ କଷ୍ଟ ଦିଅନ୍ତି।
ਰਾਮ ਨਾਮ ਬਿਨੁ ਮੁਕਤਿ ਨ ਹੋਈ ਕਿਤੁ ਬਿਧਿ ਪਾਰਿ ਲੰਘਾਈ ਹੇ ॥੧੪॥ ରାମ ନାମର ବିନା କାହାର ମଧ୍ୟ ମୁକ୍ତି ସମ୍ଭବ ନୁହଁ, ତେବେ କେଉଁ ବିଧି ଦ୍ଵାରା ପାର ହୋଇପାରିବ।। 14 ।।
ਗੁਰਮਤਿ ਛੋਡਹਿ ਉਝੜਿ ਜਾਈ ॥ କିଛି ବ୍ୟକ୍ତି ଗୁରୁମତକୁ ଛାଡି କରି ପଥ ଭ୍ରଷ୍ଟ ହୋଇଯାଆନ୍ତି।
ਮਨਮੁਖਿ ਰਾਮੁ ਨ ਜਪੈ ਅਵਾਈ ॥ ସ୍ୱେଚ୍ଛାଚାରୀ ଜୀବ ରାମ ନାମର ଜପ କରେନାହିଁ,
ਪਚਿ ਪਚਿ ਬੂਡਹਿ ਕੂੜੁ ਕਮਾਵਹਿ ਕੂੜਿ ਕਾਲੁ ਬੈਰਾਈ ਹੇ ॥੧੫॥ ମିଥ୍ୟା ଅର୍ଜନ କରିଥାଏ, ଦୁଃଖୀ ହୋଇକରି ବୁଡି ଯାଏ ଏବଂ ମିଥ୍ୟା କାରଣରୁ ଯମ ମଧ୍ୟ ତାହାର ଶତ୍ରୁ ହୋଇଯାଆନ୍ତି।। 15 ।।
ਹੁਕਮੇ ਆਵੈ ਹੁਕਮੇ ਜਾਵੈ ॥ ଭଗବାନଙ୍କ ଠାରୁ ହିଁ ଜୀବର ଜନ୍ମ ମରଣ ହୋଇଥାଏ
ਬੂਝੈ ਹੁਕਮੁ ਸੋ ਸਾਚਿ ਸਮਾਵੈ ॥ ଯିଏ ମାଲିକଙ୍କ ରହସ୍ୟକୁ ଜାଣି ନିଏ,ସେ ସତ୍ୟରେ ବିଲୀନ ହୋଇଯାଏ।
ਨਾਨਕ ਸਾਚੁ ਮਿਲੈ ਮਨਿ ਭਾਵੈ ਗੁਰਮੁਖਿ ਕਾਰ ਕਮਾਈ ਹੇ ॥੧੬॥੫॥ ହେ ନାନକ ! ସତ୍ୟସ୍ୱରୁପ ପରମାତ୍ମା ତାଙ୍କୁ ହିଁ ମିଳନ୍ତି, ଯାହାକୁ ମନରେ ପ୍ରିୟ ଲାଗନ୍ତି ଏବଂ ଗୁରୁମୁଖୀ ହୋଇକରି ନାମ ସ୍ମରଣର କର୍ମ କରିଥାନ୍ତି।।16।।5।।
ਮਾਰੂ ਮਹਲਾ ੧ ॥ ମାରୁ ମହଲା 1 ।।
ਆਪੇ ਕਰਤਾ ਪੁਰਖੁ ਬਿਧਾਤਾ ॥ ପରମାତ୍ମା ସ୍ୱୟଂ ସଂସାରର ରଚୟିତା ପୁରୁଷ ବିଧାତା ଅଟନ୍ତି,
ਜਿਨਿ ਆਪੇ ਆਪਿ ਉਪਾਇ ਪਛਾਤਾ ॥ ଯିଏ ସ୍ୱୟଂ ଜୀବମାନଙ୍କୁ ଜନ୍ମ ଦେଇ ପରିଚୟ ଦେଇଛନ୍ତି
ਆਪੇ ਸਤਿਗੁਰੁ ਆਪੇ ਸੇਵਕੁ ਆਪੇ ਸ੍ਰਿਸਟਿ ਉਪਾਈ ਹੇ ॥੧॥ ସତ୍ ଗୁରୁ ଏବଂ ସେବକ ମଧ୍ୟ ସେ ହିଁ ଅଟନ୍ତି ଏବଂ ସ୍ଵୟଂ ହିଁ ସୃଷ୍ଟି ଉତ୍ପନ୍ନ କରିଛନ୍ତି।। 1 ।।
ਆਪੇ ਨੇੜੈ ਨਾਹੀ ਦੂਰੇ ॥ ସେ ଆମର ନିକଟରେ ହିଁ ଅଛନ୍ତି, ଦୂରରେ ନାହିଁ।
ਬੂਝਹਿ ਗੁਰਮੁਖਿ ਸੇ ਜਨ ਪੂਰੇ ॥ ଯେଉଁମାନେ ଗୁରୁଙ୍କ ସାନ୍ନିଧ୍ୟରେ ରହିକରି ଏହି ରହସ୍ୟକୁ ବୁଝି ନିଅନ୍ତି, ସେମାନେ ହିଁ ପୂର୍ଣ୍ଣ ପୁରୁଷ ଅଟେ।
ਤਿਨ ਕੀ ਸੰਗਤਿ ਅਹਿਨਿਸਿ ਲਾਹਾ ਗੁਰ ਸੰਗਤਿ ਏਹ ਵਡਾਈ ਹੇ ॥੨॥ ଗୁରୁ ସଂଗତିର ଏହି କୀର୍ତ୍ତି ଅଛି ଯେ ତାଙ୍କର ସଂଗତିରେ ରହିବା ଦ୍ଵାରା ସର୍ବଦା ଲାଭ ହିଁ ଲାଭ ମିଳିଥାଏ।। 2 ।।
ਜੁਗਿ ਜੁਗਿ ਸੰਤ ਭਲੇ ਪ੍ਰਭ ਤੇਰੇ ॥ ହେ ପ୍ରିୟର ପ୍ରଭୁ ! ତୁମର ସନ୍ଥ ଜନ ଯୁଗ ଯୁଗ ପାଇଁ ଉତ୍ତମ ଅଟନ୍ତି,
ਹਰਿ ਗੁਣ ਗਾਵਹਿ ਰਸਨ ਰਸੇਰੇ ॥ ଯିଏ ପ୍ରେମ ପୂର୍ବକ ତୁମର ଗୁଣ ଗାନ କରି ଥାଆନ୍ତି।
ਉਸਤਤਿ ਕਰਹਿ ਪਰਹਰਿ ਦੁਖੁ ਦਾਲਦੁ ਜਿਨ ਨਾਹੀ ਚਿੰਤ ਪਰਾਈ ਹੇ ॥੩॥ ସେ ତୁମର ସ୍ତୁତି ଗାନ କରି ଦୁଃଖ ଦାରିଦ୍ର୍ୟ ଠାରୁ ମୁକ୍ତ ହୋଇ ଯାଆନ୍ତି ଏବଂ ତାଙ୍କୁ କିଛି ପରର ଚିନ୍ତା ନଥାଏ।। 3 ।।
ਓਇ ਜਾਗਤ ਰਹਹਿ ਨ ਸੂਤੇ ਦੀਸਹਿ ॥ ସେ ସର୍ବଦା ମୋହ ମାୟାରୁ ସତର୍କ ରହନ୍ତି ଏବଂ ମୋହର ନିଦ୍ରାରେ ଦେଖା ଯାଆନ୍ତି ନାହିଁ।
ਸੰਗਤਿ ਕੁਲ ਤਾਰੇ ਸਾਚੁ ਪਰੀਸਹਿ ॥ ସେ ସତ୍ୟ ନାମ ବିତରଣ କରନ୍ତି ଏବଂ ନିଜର ସାଙ୍ଗ ଏବଂ ବଂଶର ଉଦ୍ଧାର କରି ଦିଅନ୍ତି।
ਕਲਿਮਲ ਮੈਲੁ ਨਾਹੀ ਤੇ ਨਿਰਮਲ ਓਇ ਰਹਹਿ ਭਗਤਿ ਲਿਵ ਲਾਈ ਹੇ ॥੪॥ ସେ ସର୍ବଦା ନିର୍ମଳ ଅଟନ୍ତି,ତାଙ୍କୁ ପାପର ମିଳନ ସ୍ପର୍ଶ କରେ ନାହିଁ ଏବଂ ତାଙ୍କର ପ୍ରଭୁ ଭକ୍ତିରେ ହିଁ ଭକ୍ତି ଲାଗି ରହିଥାଏ। ।।4।।
ਬੂਝਹੁ ਹਰਿ ਜਨ ਸਤਿਗੁਰ ਬਾਣੀ ॥ ହେ ଭକ୍ତଜନ ! ସତ୍ ଗୁରୁଙ୍କ ବାଣୀକୁ ବୁଝ,
ਏਹੁ ਜੋਬਨੁ ਸਾਸੁ ਹੈ ਦੇਹ ਪੁਰਾਣੀ ॥ ଏହି ଯୌବନ, ଶ୍ୱାସ ଏବଂ ଶରୀର ପୁରୁଣା ହୋଇଯିବ ଅର୍ଥାତ୍ ନଶ୍ଵର ଅଟେ।
ਆਜੁ ਕਾਲਿ ਮਰਿ ਜਾਈਐ ਪ੍ਰਾਣੀ ਹਰਿ ਜਪੁ ਜਪਿ ਰਿਦੈ ਧਿਆਈ ਹੇ ॥੫॥ ଆଜି ଅଥବା କାଲି ଗୋଟେ ନା ଗୋଟେ ଦିନ ପ୍ରାଣୀ ମୃତ୍ୟୁ ପ୍ରାପ୍ତ ହୋଇଯିବ, ଏଥିପାଇଁ ଭଗବାନଙ୍କ ଜପ କର ଏବଂ ହୃଦୟରେ ତାଙ୍କର ହିଁ ଧ୍ୟାନ କର।। 5 ।।
ਛੋਡਹੁ ਪ੍ਰਾਣੀ ਕੂੜ ਕਬਾੜਾ ॥ ହେ ପ୍ରାଣୀ! ମିଛ କଥାକୁ ଛାଡି ଦିଅ, ମିଛ ଲୋକକୁ କାଳ ଦଣ୍ଡ ଦେଇ ମାରିଥାଏ।
ਕੂੜੁ ਮਾਰੇ ਕਾਲੁ ਉਛਾਹਾੜਾ ॥ ଇଶ୍ଵରଙ୍କ ଠାରୁ ବିମୁଖ ଜୀବ ମିଛରେ ଫସିକରି ନଷ୍ଟ ହୋଇଯାଏ ।
ਸਾਕਤ ਕੂੜਿ ਪਚਹਿ ਮਨਿ ਹਉਮੈ ਦੁਹੁ ਮਾਰਗਿ ਪਚੈ ਪਚਾਈ ਹੇ ॥੬॥ ତାଙ୍କର ମନରେ ଅହଂ ହିଁ ରହିଥାଏ ଏବଂ ଦୈତ୍ୟ ଭାବର ମାର୍ଗରେ ଚାଲିକରି ସେ ସମାପ୍ତ ହୋଇଯାଏ।। 6 ।।


© 2017 SGGS ONLINE
error: Content is protected !!
Scroll to Top