Guru Granth Sahib Translation Project

guru granth sahib odia page-982

Page 982

ਲਗਿ ਲਗਿ ਪ੍ਰੀਤਿ ਬਹੁ ਪ੍ਰੀਤਿ ਲਗਾਈ ਲਗਿ ਸਾਧੂ ਸੰਗਿ ਸਵਾਰੇ ॥ ସେହି ଜୀବ ସାଧୁଙ୍କ ସାଥିରେ ଲାଗି ନିଜ ଜୀବନ ସଫଳ କରି ନେଇଛି, ଯିଏ ପୁନଃ ପୁନଃ ତାହାଙ୍କ ଚରଣରେ ଲାଗି ସତ୍ୟ ସହିତ ବହୁତ ପ୍ରୀତି ଲଗାଇ ଥାଏ।
ਗੁਰ ਕੇ ਬਚਨ ਸਤਿ ਸਤਿ ਕਰਿ ਮਾਨੇ ਮੇਰੇ ਠਾਕੁਰ ਬਹੁਤੁ ਪਿਆਰੇ ॥੬॥ ଯିଏ ଗୁରୁଙ୍କ ବଚନ ଉପରେ ଆସ୍ଥା ରଖି ତାହାକୁ ସତ୍ୟ ମାନିଥାଏ, ମୋର ଠାକୁରଙ୍କୁ ଏପରି ଜୀବ ବହୁତ ପ୍ରିୟ ଅଟେ||6||
ਪੂਰਬਿ ਜਨਮਿ ਪਰਚੂਨ ਕਮਾਏ ਹਰਿ ਹਰਿ ਹਰਿ ਨਾਮਿ ਪਿਆਰੇ ॥ ଯିଏ ପୂର୍ବ ଜନ୍ମରେ କିଛି ଶୁଭ କର୍ମ କରିଛି, ସେ ବର୍ତ୍ତମାନ ମଧ୍ୟ ହରିନାମ ସହିତ ପ୍ରେମ କରିଥାଏ।
ਗੁਰ ਪ੍ਰਸਾਦਿ ਅੰਮ੍ਰਿਤ ਰਸੁ ਪਾਇਆ ਰਸੁ ਗਾਵੈ ਰਸੁ ਵੀਚਾਰੇ ॥੭॥ ଗୁରୁଙ୍କ କୃପାରୁ ଯିଏ ନାମାମୃତ ରୂପୀ ରସ ପ୍ରାପ୍ତ କରିଛି, ସେ ନାମ ରସର ହିଁ ଗୁଣଗାନ କରିଥାଏ||7||
ਹਰਿ ਹਰਿ ਰੂਪ ਰੰਗ ਸਭਿ ਤੇਰੇ ਮੇਰੇ ਲਾਲਨ ਲਾਲ ਗੁਲਾਰੇ ॥ ହେ ମୋର ସୁନ୍ଦର ଏବଂ ପ୍ରିୟ ହରି! ଜଗତର ଏହି ସବୁ ରୂପ ରଙ୍ଗ ତୋର ହିଁ ଅଟେ, କାହାକୁ ତୁ ଯେପରି ରଙ୍ଗ ଦେଉ, ସେ ସେପରି ହିଁ ହୋଇଥାଏ।
ਜੈਸਾ ਰੰਗੁ ਦੇਹਿ ਸੋ ਹੋਵੈ ਕਿਆ ਨਾਨਕ ਜੰਤ ਵਿਚਾਰੇ ॥੮॥੩॥ ନାନକ କହନ୍ତି ଯେ ବିଚରା ଜୀବ କିଛି ମଧ୍ୟ କରିବା ପାଇଁ ଅସମର୍ଥ ଅଟେ||8||3||
ਨਟ ਮਹਲਾ ੪ ॥ ନଟ ମହଲା 4॥
ਰਾਮ ਗੁਰ ਸਰਨਿ ਪ੍ਰਭੂ ਰਖਵਾਰੇ ॥ ଗୁରୁ-ପ୍ରଭୁଙ୍କ ଶରଣ ହିଁ ଆମର ରକ୍ଷା କରିଥାଏ,
ਜਿਉ ਕੁੰਚਰੁ ਤਦੂਐ ਪਕਰਿ ਚਲਾਇਓ ਕਰਿ ਊਪਰੁ ਕਢਿ ਨਿਸਤਾਰੇ ॥੧॥ ਰਹਾਉ ॥ ଯେପରି କୁମ୍ଭୀର ହାତିକୁ ପାଣିରେ ଟାଣି ଥିଲା , ତୁ ହିଁ ତାହାକୁ ରକ୍ଷା କରିଥିଲୁ॥1॥ରୁହ॥
ਪ੍ਰਭ ਕੇ ਸੇਵਕ ਬਹੁਤੁ ਅਤਿ ਨੀਕੇ ਮਨਿ ਸਰਧਾ ਕਰਿ ਹਰਿ ਧਾਰੇ ॥ ପ୍ରଭୁଙ୍କ ସେବକ ଉତ୍ତମ ଅଟେ, ଯିଏ ଶ୍ରଦ୍ଧା ରଖି ହରିଙ୍କୁ ମନରେ ଧାରଣ କରିଛି।
ਮੇਰੇ ਪ੍ਰਭਿ ਸਰਧਾ ਭਗਤਿ ਮਨਿ ਭਾਵੈ ਜਨ ਕੀ ਪੈਜ ਸਵਾਰੇ ॥੧॥ ମୋର ପ୍ରଭୁଙ୍କ ମନକୁ ଶ୍ରଦ୍ଧା ଓ ଭକ୍ତି ହିଁ ଭଲ ଲାଗିଥାଏ ଏବଂ ସେ ନିଜ ଭକ୍ତର ସମ୍ମାନ ରକ୍ଷା କରିଥାନ୍ତି||1||
ਹਰਿ ਹਰਿ ਸੇਵਕੁ ਸੇਵਾ ਲਾਗੈ ਸਭੁ ਦੇਖੈ ਬ੍ਰਹਮ ਪਸਾਰੇ ॥ ହରିଙ୍କ ଭକ୍ତ ସେବା ଭକ୍ତିରେ ଲୀନ ରହିଥାଏ ଏବଂ ଏବଂ ସର୍ବଦା ତାହାଙ୍କ ହିଁ ପ୍ରସାର ଦେଖିଥାଏ।
ਏਕੁ ਪੁਰਖੁ ਇਕੁ ਨਦਰੀ ਆਵੈ ਸਭ ਏਕਾ ਨਦਰਿ ਨਿਹਾਰੇ ॥੨॥ ତାହାକୁ ପ୍ରତି ସ୍ଥାନରେ ପରମାତ୍ମା ହିଁ ନଜର ଆସିଥାନ୍ତି ଏବଂ ଏକ ସେ ହିଁ ଜୀବକୁ କୃପା ଦୃଷ୍ଟି ଦ୍ଵାରା ଦେଖିଥାନ୍ତି||2||
ਹਰਿ ਪ੍ਰਭੁ ਠਾਕੁਰੁ ਰਵਿਆ ਸਭ ਠਾਈ ਸਭੁ ਚੇਰੀ ਜਗਤੁ ਸਮਾਰੇ ॥ ମୋର ମାଲିକ ହରି-ପ୍ରାଭୂ ସର୍ବବ୍ୟାପୀ ଅଟନ୍ତି ଏବଂ ସେ ଜଗତର ସବୁ ଜୀବଙ୍କୁ ସେବକ ଭାବି ତାହାର ପାଳନ-ପୋଷଣ କରିଥାନ୍ତି।
ਆਪਿ ਦਇਆਲੁ ਦਇਆ ਦਾਨੁ ਦੇਵੈ ਵਿਚਿ ਪਾਥਰ ਕੀਰੇ ਕਾਰੇ ॥੩॥ ସେ ଏତେ ଦୟାଳୁ ଯେ କୀଡାକୁ ପଥରରେ ଜାତ କରାଇ ତାହାକୁ ଦାନ ଦେଇଥାନ୍ତି||3||
ਅੰਤਰਿ ਵਾਸੁ ਬਹੁਤੁ ਮੁਸਕਾਈ ਭ੍ਰਮਿ ਭੂਲਾ ਮਿਰਗੁ ਸਿੰਙ੍ਹਾਰੇ ॥ ମୃଗର ନାଭିରେ ହିଁ କସ୍ତୁରୀ ବିଦ୍ୟମାନ ଅଛି, କିନ୍ତୁ ସେ ଭ୍ରମରେ ସୁଗନ୍ଧିର ତଲାସ କରିବା ପାଇଁ ଏଣେ ତେଣେ ଦୌଡି ଥାଏ।
ਬਨੁ ਬਨੁ ਢੂਢਿ ਢੂਢਿ ਫਿਰਿ ਥਾਕੀ ਗੁਰਿ ਪੂਰੈ ਘਰਿ ਨਿਸਤਾਰੇ ॥੪॥ ସେ ଜଙ୍ଗଲରେ ଖୋଜି ଖୋଜି ଥକି ଯାଏ, କିନ୍ତୁ ପୂର୍ଣ୍ଣ ଗୁରୁ ହୃଦୟ-ଘରେ ସତ୍ୟ ଦେଖାଇ ମୋର ଉଦ୍ଧାର କରି ଦେଇଛନ୍ତି||4||
ਬਾਣੀ ਗੁਰੂ ਗੁਰੂ ਹੈ ਬਾਣੀ ਵਿਚਿ ਬਾਣੀ ਅੰਮ੍ਰਿਤੁ ਸਾਰੇ ॥ ବାଣୀ ଗୁରୁ ଅଟେ ଆଉ ଗୁରୁ ହିଁ ବାଣୀ ଅଟେ ଅର୍ଥାତ ଗୁରୁ ଏବଂ ବାଣୀରେ କୌଣସି ଅନ୍ତର ନାହିଁ, ଗୁରୁଙ୍କ ବାଣୀ ହିଁ ଗୁରୁ ଅଟେ, ଗୁରୁବାଣୀରେ ହିଁ ସାରା ଅମୃତ ଭରପୁର ଅଛି।
ਗੁਰੁ ਬਾਣੀ ਕਹੈ ਸੇਵਕੁ ਜਨੁ ਮਾਨੈ ਪਰਤਖਿ ਗੁਰੂ ਨਿਸਤਾਰੇ ॥੫॥ ଗୁରୁବାଣୀ ଶୁଣିଥାଏ ଏବଂ ସେବକ ତାହା ଉପରେ ଆସ୍ଥା ରଖିଥାଏ। ଏହିପରି ପ୍ରତ୍ୟକ୍ଷ ଗୁରୁ ସେବକର ନିସ୍ତାର କରିଥାନ୍ତି ||5||
ਸਭੁ ਹੈ ਬ੍ਰਹਮੁ ਬ੍ਰਹਮੁ ਹੈ ਪਸਰਿਆ ਮਨਿ ਬੀਜਿਆ ਖਾਵਾਰੇ ॥ ସବୁକିଛି ବ୍ରହ୍ମର ରୂପ ଅଟେ ଆଉ ସଂପୂର୍ଣ୍ଣ ଜଗତରେ ବ୍ରହ୍ମର ପ୍ରସାର ଅଛି। ଜୀବ ନିଜେ କରିଥିବା କର୍ମର ଫଳ ହିଁ ଭୋଗ କରିଥାଏ।
ਜਿਉ ਜਨ ਚੰਦ੍ਰਹਾਂਸੁ ਦੁਖਿਆ ਧ੍ਰਿਸਟਬੁਧੀ ਅਪੁਨਾ ਘਰੁ ਲੂਕੀ ਜਾਰੇ ॥੬॥ ଯେପରି ଧୃଷ୍ଟ ବୁଦ୍ଧି ଭକ୍ତ ଚନ୍ଦ୍ରହାସକୁ ବହୁତ ଦୁଃଖୀ କରାଇ ଥିଲା, କିନ୍ତୁ ସେ ଭୁଲରେ ନିଜ ପୁତ୍ରକୁ ମାରି ସ୍ଵୟଂ ହିଁ ଅଗ୍ନି ଲଗାଇ ନିଜ ଘର ଜାଳି ଦେଇଥିଲା ||6||
ਪ੍ਰਭ ਕਉ ਜਨੁ ਅੰਤਰਿ ਰਿਦ ਲੋਚੈ ਪ੍ਰਭ ਜਨ ਕੇ ਸਾਸ ਨਿਹਾਰੇ ॥ ଭକ୍ତ ନିଜ ହୃଦୟରେ ପ୍ରଭୁଙ୍କ ହିଁ ଲାଳସା କରିଥାଏ ଏବଂ ପ୍ରଭୁ ନିଜ ଭକ୍ତକୁ ପ୍ରତି ଶ୍ଵାସରେ ରକ୍ଷା କରିଥାନ୍ତି।
ਕ੍ਰਿਪਾ ਕ੍ਰਿਪਾ ਕਰਿ ਭਗਤਿ ਦ੍ਰਿੜਾਏ ਜਨ ਪੀਛੈ ਜਗੁ ਨਿਸਤਾਰੇ ॥੭॥ ସେ କୃପା କରି ଭକ୍ତର ମନରେ ନିଜ ଭକ୍ତି ଦୃଢ କରି ଦେଇଥାନ୍ତି ଏବଂ ଏପରି ଭକ୍ତର ଅନୁସରଣ କରିବା ବାଲାର ମଧ୍ୟ ଉଦ୍ଧାର ହୋଇଥାଏ||7||
ਆਪਨ ਆਪਿ ਆਪਿ ਪ੍ਰਭੁ ਠਾਕੁਰੁ ਪ੍ਰਭੁ ਆਪੇ ਸ੍ਰਿਸਟਿ ਸਵਾਰੇ ॥ ମାଲିକ ପ୍ରଭୁ ସ୍ଵୟଂ ହିଁ ସର୍ବକର୍ତ୍ତା ଅଟନ୍ତି ଆଉ ସ୍ଵୟଂ ହିଁ ନିଜ ସୃଷ୍ଟି ରଚନାକୁ ସଫଳ କରିଥାନ୍ତି।
ਜਨ ਨਾਨਕ ਆਪੇ ਆਪਿ ਸਭੁ ਵਰਤੈ ਕਰਿ ਕ੍ਰਿਪਾ ਆਪਿ ਨਿਸਤਾਰੇ ॥੮॥੪॥ ହେ ନାନକ! ପରମାତ୍ମା ସ୍ଵୟଂ ହିଁ ସବୁ ଜୀବଙ୍କୁ ରମଣ କରିଥାନ୍ତି ଏବଂ କୃପା କରି ନିଜେ ହିଁ ଜୀବର କଲ୍ୟାଣ କରିଥାନ୍ତି||8||4||
ਨਟ ਮਹਲਾ ੪ ॥ ନଟ ମହଲା 4॥
ਰਾਮ ਕਰਿ ਕਿਰਪਾ ਲੇਹੁ ਉਬਾਰੇ ॥ ହେ ରାମ କୃପା କରି ଆମକୁ ରକ୍ଷା କର,
ਜਿਉ ਪਕਰਿ ਦ੍ਰੋਪਤੀ ਦੁਸਟਾਂ ਆਨੀ ਹਰਿ ਹਰਿ ਲਾਜ ਨਿਵਾਰੇ ॥੧॥ ਰਹਾਉ ॥ ଯେତେବେଳେ ଦୁଷ୍ଟ କୌରବ ଦ୍ରୌପଦୀଙ୍କୁ ନିଃବସ୍ତ୍ର କରିବାର ପ୍ରୟାସ କରିଥିଲେ, ତୁ ହିଁ ତାହାଙ୍କ ଲଜ୍ଜା ରକ୍ଷା କରିଥିଲୁ॥1॥ରୁହ॥
ਕਰਿ ਕਿਰਪਾ ਜਾਚਿਕ ਜਨ ਤੇਰੇ ਇਕੁ ਮਾਗਉ ਦਾਨੁ ਪਿਆਰੇ ॥ ହେ ପ୍ରିୟବର! ନିଜ ଯାଚକ ଉପରେ କୃପା କର; ମୁଁ ତୋ' ଠାରୁ ଏକ ଦାନ ମାଗୁଅଛି।
ਸਤਿਗੁਰ ਕੀ ਨਿਤ ਸਰਧਾ ਲਾਗੀ ਮੋ ਕਉ ਹਰਿ ਗੁਰੁ ਮੇਲਿ ਸਵਾਰੇ ॥੧॥ ମୋର ମନରେ ନିତ୍ୟ ଗୁରୁ ମିଳନର ଶ୍ରଦ୍ଧା ଲାଗି ରହିଥାଏ, ମୋତେ ଗୁରୁଙ୍କ ସହିତ ମିଳାଇ ଦିଅ, ଯେପରି ମୋର ଜୀବନ ସଫଳ ହୋଇଯିବ ||1||
ਸਾਕਤ ਕਰਮ ਪਾਣੀ ਜਿਉ ਮਥੀਐ ਨਿਤ ਪਾਣੀ ਝੋਲ ਝੁਲਾਰੇ ॥ ଶାକ୍ତର କର୍ମ ବ୍ୟର୍ଥ ଅଟେ, ଯେପରି ଜଳର ମନ୍ଥନ କରାଯାଏ, ଏବଂ ସେ ନିତ୍ୟ ଜଳର ମନ୍ଥନ ଭଳି କର୍ମ କରିଥାଏ, ଯାହାର ଫଳ କିଛି ମିଳେନାହିଁ।
ਮਿਲਿ ਸਤਸੰਗਤਿ ਪਰਮ ਪਦੁ ਪਾਇਆ ਕਢਿ ਮਾਖਨ ਕੇ ਗਟਕਾਰੇ ॥੨॥ ଯିଏ ସତସଙ୍ଗତିରେ ମିଶି ପରମ ପଦ ପ୍ରାପ୍ତ କରିଛି, ସେ ଦୁଗ୍ଧରୁ ମାଖନ କାଢି ସ୍ଵାଦ ନେଇଥାଏ||2||
ਨਿਤ ਨਿਤ ਕਾਇਆ ਮਜਨੁ ਕੀਆ ਨਿਤ ਮਲਿ ਮਲਿ ਦੇਹ ਸਵਾਰੇ ॥ ଯେଉଁ ବ୍ୟକ୍ତି ନିତ୍ୟ ଶାରୀରିକ ସ୍ନାନ କରି ତାହାକୁ ସଫା କରିଥାଏ,


© 2017 SGGS ONLINE
error: Content is protected !!
Scroll to Top