Guru Granth Sahib Translation Project

guru granth sahib odia page-965

Page 965

ਆਤਮੁ ਜਿਤਾ ਗੁਰਮਤੀ ਆਗੰਜਤ ਪਾਗਾ ॥ ସେ ଗୁରୁଙ୍କ ମତ ଅନୁସାରେ ନିଜ ଆତ୍ମାକୁ ଜିତି ଅନଶ୍ଵର ପ୍ରଭୁଙ୍କୁ ପ୍ରାପ୍ତ କରିଛି।
ਜਿਸਹਿ ਧਿਆਇਆ ਪਾਰਬ੍ਰਹਮੁ ਸੋ ਕਲਿ ਮਹਿ ਤਾਗਾ ॥ ଯିଏ ପରମାତ୍ମାଙ୍କ ମନନ କରିଥାଏ, କଳିଯୁଗରେ ତାହାର ଉଦ୍ଧାର ହୋଇଯାଏ।
ਸਾਧੂ ਸੰਗਤਿ ਨਿਰਮਲਾ ਅਠਸਠਿ ਮਜਨਾਗਾ ॥ ଯେଉଁ ଜୀବ ସାଧୁଙ୍କ ସଙ୍ଗତିରେ ମିଶି ନିର୍ମଳ ହୋଇଥାଏ, ସେ ଅଠଷଠି ତୀର୍ଥରେ ସ୍ନାନ କରିଥାଏ।
ਜਿਸੁ ਪ੍ਰਭੁ ਮਿਲਿਆ ਆਪਣਾ ਸੋ ਪੁਰਖੁ ਸਭਾਗਾ ॥ ସେହି ପୁରୁଷ ସୌଭାଗ୍ୟଶାଳୀ ଅଟେ, ଯାହାକୁ ନିଜ ପ୍ରଭୁ ମିଳି ଯାଇଛନ୍ତି।
ਨਾਨਕ ਤਿਸੁ ਬਲਿਹਾਰਣੈ ਜਿਸੁ ਏਵਡ ਭਾਗਾ ॥੧੭॥ ହେ ନାନକ! ମୁଁ ସେହି ବ୍ୟକ୍ତି ପ୍ରତି ସମର୍ପିତ ଅଟେ, ଯାହାର ଅହୋଭାଗ୍ୟ ଥାଏ||17||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਜਾਂ ਪਿਰੁ ਅੰਦਰਿ ਤਾਂ ਧਨ ਬਾਹਰਿ ॥ ଯେତେବେଳେ ପ୍ରିୟ ପ୍ରଭୁ ହୃଦୟ-ଘରେ ଥିଲେ, ମାୟା ରୂପୀ ନାରୀ ବାହାରେ ଥିଲା,
ਜਾਂ ਪਿਰੁ ਬਾਹਰਿ ਤਾਂ ਧਨ ਮਾਹਰਿ ॥ ଯେତେବେଳେ ପ୍ରିୟ-ପ୍ରଭୁ ହୃଦୟ-ଘରେ ଥିଲେ, ମାୟା ରୂପୀ ନାରୀ ଘରେ ଥିଲା।
ਬਿਨੁ ਨਾਵੈ ਬਹੁ ਫੇਰ ਫਿਰਾਹਰਿ ॥ ନାମବିହୀନ ଜୀବ ବହୁତ ପଥଭ୍ରଷ୍ଟ ହୋଇଥାଏ।
ਸਤਿਗੁਰਿ ਸੰਗਿ ਦਿਖਾਇਆ ਜਾਹਰਿ ॥ ସଦଗୁରୁ ଜୀବ ରୂପୀ ନାରୀକୁ ତାହାର ହୃଦୟରେ ହିଁ ପ୍ରତ୍ୟକ୍ଷ ଦେଖାଇ ଦେଇଛନ୍ତି।
ਜਨ ਨਾਨਕ ਸਚੇ ਸਚਿ ਸਮਾਹਰਿ ॥੧॥ ହେ ନାନକ! ବର୍ତ୍ତମାନ ଜୀବ ରୂପୀ ନାରୀ ସତ୍ୟନାମ ଦ୍ଵାରା ସତ୍ୟରେ ହିଁ ବିଲୀନ ହୋଇ ଯାଇଛି||1||
ਮਃ ੫ ॥ ମହଲା 5॥
ਆਹਰ ਸਭਿ ਕਰਦਾ ਫਿਰੈ ਆਹਰੁ ਇਕੁ ਨ ਹੋਇ ॥ ମନୁଷ୍ୟ ଜୀବନରେ ସବୁ ପ୍ରକାର ଉଦ୍ୟମ କରିଥାଏ, ପରନ୍ତୁ ତାହା ଦ୍ଵାରା ଏକ ନାମ ଜପିବା ଉଦ୍ୟମ ହୁଏନାହିଁ।
ਨਾਨਕ ਜਿਤੁ ਆਹਰਿ ਜਗੁ ਉਧਰੈ ਵਿਰਲਾ ਬੂਝੈ ਕੋਇ ॥੨॥ ହେ ନାନକ! କେହି ବିରଳ ମନୁଷ୍ୟ ହିଁ ଏହି ତଥ୍ୟକୁ ବୁଝିଥାଏ, ଯେଉଁ ଉଦ୍ୟମ ଦ୍ଵାରା ସଂପୂର୍ଣ୍ଣ ଜଗତର ଉଦ୍ଧାର ହୋଇଯାଏ||2||
ਪਉੜੀ ॥ ପଉଡୀ॥
ਵਡੀ ਹੂ ਵਡਾ ਅਪਾਰੁ ਤੇਰਾ ਮਰਤਬਾ ॥ ହେ ପରମେଶ୍ଵର! ତୋର ପଦବୀ ସର୍ବୋପରି ଅଟେ।
ਰੰਗ ਪਰੰਗ ਅਨੇਕ ਨ ਜਾਪਨ੍ਹ੍ਹਿ ਕਰਤਬਾ ॥ ତୋର ଅନେକ ରଙ୍ଗ ବାଲା କୌତୁକ ବୁଝାଯାଇ ନ ପାରେ।
ਜੀਆ ਅੰਦਰਿ ਜੀਉ ਸਭੁ ਕਿਛੁ ਜਾਣਲਾ ॥ ତୁ ସବୁ ଜୀବଙ୍କ ପ୍ରାଣ ଆଉ ତୁ ହିଁ ସବୁକିଛି ଜାଣିଥାଉ।
ਸਭੁ ਕਿਛੁ ਤੇਰੈ ਵਸਿ ਤੇਰਾ ਘਰੁ ਭਲਾ ॥ ସବୁକିଛି ତୋର ବଶରେ ଅଛି ଆଉ ତୋର ଏହି ଜଗତ ରୂପୀ ଘର ବଡ ଚମତ୍କାର ଅଟେ।
ਤੇਰੈ ਘਰਿ ਆਨੰਦੁ ਵਧਾਈ ਤੁਧੁ ਘਰਿ ॥ ତୋର ଘରେ ବହୁତ ଆନନ୍ଦ ଏବଂ ଭରପୁର ଖୁସି ଅଛି।
ਮਾਣੁ ਮਹਤਾ ਤੇਜੁ ਆਪਣਾ ਆਪਿ ਜਰਿ ॥ ନିଜର ଏତେ ମାନ, ବଡିମା ଏବଂ ପ୍ରତାପକୁ ତୁ ସ୍ଵୟଂ ହିଁ ଭୋଗ କରୁ।
ਸਰਬ ਕਲਾ ਭਰਪੂਰੁ ਦਿਸੈ ਜਤ ਕਤਾ ॥ ଯେଉଁଠି ଦେଖଗିଲେ ମଧ୍ୟ ତୁ ଦେଖାଯାଉ, ତୁ ସର୍ବକଳା ଭରପୁର ଅଟୁ।
ਨਾਨਕ ਦਾਸਨਿ ਦਾਸੁ ਤੁਧੁ ਆਗੈ ਬਿਨਵਤਾ ॥੧੮॥ ହେ ପ୍ରଭୁ! ତୋର ଦାସର ଦାସ ନାନକ ତୋ' ସମ୍ମୁଖରେ ବିନତି କରିଥାନ୍ତି||18||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਛਤੜੇ ਬਾਜਾਰ ਸੋਹਨਿ ਵਿਚਿ ਵਪਾਰੀਏ ॥ ହେ ପ୍ରଭୁ! ନଭ ରୂପୀ ଛାତରୁ ବନି ଥିବା ଚଉଦ ଲୋକ ଭଳି ଭଳି ବଜାର ଅଛି, ଏବଂ ତୋର ନାମର ଜୀବ ରୂପୀ ବ୍ୟାପାରୀ ହିଁ ସୁନ୍ଦର ଲାଗିଥାଏ।
ਵਖਰੁ ਹਿਕੁ ਅਪਾਰੁ ਨਾਨਕ ਖਟੇ ਸੋ ਧਣੀ ॥੧॥ ହେ ନାନକ! ସେ ହିଁ ଧନବାନ ଅଟେ, ଯିଏ ହରିନାମ ରୂପୀ ଅମୂଲ୍ୟ ବସ୍ତୁର ଲାଭ ହାସଲ କରିଥାଏ||1||
ਮਹਲਾ ੫ ॥ ମହଲା 5॥
ਕਬੀਰਾ ਹਮਰਾ ਕੋ ਨਹੀ ਹਮ ਕਿਸ ਹੂ ਕੇ ਨਾਹਿ ॥ ହେ କବୀର! ସଂସାରରେ କେହି ମଧ୍ୟ ଆମର ନିଜର ନାହାନ୍ତି ଏବଂ ନା ଆମେ କାହାର ସାଥୀ ଅଟୁ।
ਜਿਨਿ ਇਹੁ ਰਚਨੁ ਰਚਾਇਆ ਤਿਸ ਹੀ ਮਾਹਿ ਸਮਾਹਿ ॥੨॥ ଯେଉଁ ପରମେଶ୍ଵର ରଚନା କରିଛନ୍ତି, ଆମେ ସେଥିରେ ହିଁ ବିଲୀନ ହେବାକୁ ପଡିବ||2||
ਪਉੜੀ ॥ ପଉଡୀ॥
ਸਫਲਿਉ ਬਿਰਖੁ ਸੁਹਾਵੜਾ ਹਰਿ ਸਫਲ ਅੰਮ੍ਰਿਤਾ ॥ ହରି ଏକ ସୁନ୍ଦର ବୃକ୍ଷ ଅଟନ୍ତି, ଯେଉଁଠି ନାମାମୃତ ରୂପୀ ସୁନ୍ଦର ଫଳ ଲାଗିଅଛି।
ਮਨੁ ਲੋਚੈ ਉਨ੍ਹ੍ ਮਿਲਣ ਕਉ ਕਿਉ ਵੰਞੈ ਘਿਤਾ ॥ ହରିଙ୍କୁ ପାଇବା ପାଇଁ ଏହି ମନର ତୀବ୍ର ଅଭିଳାଷ ଅଛି, ପୁଣି ତାହାଙ୍କୁ କିପରି ପ୍ରାପ୍ତ କରିବା?
ਵਰਨਾ ਚਿਹਨਾ ਬਾਹਰਾ ਓਹੁ ਅਗਮੁ ਅਜਿਤਾ ॥ ସେ ଅଗମ୍ୟ, ଅଜୟ ଏବଂ ବର୍ଣ୍ଣ ଓ ଚିହ୍ନରୁ ଉର୍ଦ୍ଧ୍ଵରେ ଅଛନ୍ତି।
ਓਹੁ ਪਿਆਰਾ ਜੀਅ ਕਾ ਜੋ ਖੋਲ੍ਹ੍ਹੈ ਭਿਤਾ ॥ ସେ ମୋର ପ୍ରାଣ-ପ୍ରିୟ ଅଟନ୍ତି, ଯିଏ ଏହି ଭେଦ ପ୍ରକଟ କରିଛନ୍ତି।
ਸੇਵਾ ਕਰੀ ਤੁਸਾੜੀਆ ਮੈ ਦਸਿਹੁ ਮਿਤਾ ॥ ହେ ମିତ୍ର! ମୁଁ ତୁମର ସେବା କରି ଚାଲିଥିବି, ମୋତେ ସଜ୍ଜନ ପ୍ରଭୁଙ୍କ ବିଷୟରେ କୁହ।
ਕੁਰਬਾਣੀ ਵੰਞਾ ਵਾਰਣੈ ਬਲੇ ਬਲਿ ਕਿਤਾ ॥ ମୁଁ ତୁମ ପ୍ରତି ସମର୍ପିତ ଅଟେ।
ਦਸਨਿ ਸੰਤ ਪਿਆਰਿਆ ਸੁਣਹੁ ਲਾਇ ਚਿਤਾ ॥ ନିଜ ଚିତ୍ତ ଲଗାଇ ମୋର କଥା ଶୁଣ, ଏହି ଭେଦ ପ୍ରିୟ ସନ୍ଥ ବତାଇଛନ୍ତି।
ਜਿਸੁ ਲਿਖਿਆ ਨਾਨਕ ਦਾਸ ਤਿਸੁ ਨਾਉ ਅੰਮ੍ਰਿਤੁ ਸਤਿਗੁਰਿ ਦਿਤਾ ॥੧੯॥ ହେ ଦାସ ନାନକ! ଯାହାର ଭାଗ୍ୟରେ ଲେଖା ହୋଇଛି, ସଦଗୁରୁ ତାହାକୁ ହିଁ ନାମାମୃତ ପ୍ରଦାନ କରିଛନ୍ତି||19||
ਸਲੋਕ ਮਹਲਾ ੫ ॥ ଶ୍ଳୋକ ମହଲା 5॥
ਕਬੀਰ ਧਰਤੀ ਸਾਧ ਕੀ ਤਸਕਰ ਬੈਸਹਿ ਗਾਹਿ ॥ ହେ କବୀର! ଯଦି ସାଧୁଙ୍କ ସଙ୍ଗତିରେ ଦୁଷ୍ଟ ଲୋକ ଆସି ବସିଯାଏ,
ਧਰਤੀ ਭਾਰਿ ਨ ਬਿਆਪਈ ਉਨ ਕਉ ਲਾਹੂ ਲਾਹਿ ॥੧॥ ସାଧୁଙ୍କ ସଂଗତି କ୍ଷତିଗ୍ରସ୍ତ ହୁଏନାହିଁ, କିନ୍ତୁ ଦୁଷ୍ଟ ଲୋକକୁ ଲାଭ ହିଁ ପ୍ରାପ୍ତ ହୋଇଥାଏ||1||
ਮਹਲਾ ੫ ॥ ମହଲା 5॥
ਕਬੀਰ ਚਾਵਲ ਕਾਰਣੇ ਤੁਖ ਕਉ ਮੁਹਲੀ ਲਾਇ ॥ ହେ କବୀର! ଯେପରି ଚାଉଳ ପାଇଁ ତଷୁକୁ ମଧ୍ୟ କୁଟାଯାଏ
ਸੰਗਿ ਕੁਸੰਗੀ ਬੈਸਤੇ ਤਬ ਪੂਛੇ ਧਰਮ ਰਾਇ ॥੨॥ ସେପରି ହିଁ ଯେଉଁ ବ୍ୟକ୍ତି ମନ୍ଦ ସଙ୍ଗତିରେ ବସିଥାଏ, ଯମରାଜ ତାହାକୁ ମଧ୍ୟ ଦଣ୍ଡ ଦେବା ପାଇଁ ତାହାକୁ ପଚାରି ଥାଏ||2||
ਪਉੜੀ ॥ ପଉଡୀ॥
ਆਪੇ ਹੀ ਵਡ ਪਰਵਾਰੁ ਆਪਿ ਇਕਾਤੀਆ ॥ ହେ ପରମେଶ୍ଵର! ତୁ ସ୍ଵୟଂ ହିଁ ବଡ ପରିବାର ବାଲା ଅଟୁ ଆଉ ସ୍ଵୟଂ ହିଁ ଏକାକୀ ରହିବା ବାଲା ଅଟୁ।
ਆਪਣੀ ਕੀਮਤਿ ਆਪਿ ਆਪੇ ਹੀ ਜਾਤੀਆ ॥ ତୁ ନିଜ ଗୁଣର ମୂଲ୍ୟ ସ୍ଵୟଂ ସ୍ଵୟଂ ହିଁ ଜାଣୁ।
ਸਭੁ ਕਿਛੁ ਆਪੇ ਆਪਿ ਆਪਿ ਉਪੰਨਿਆ ॥ ତୁ ସ୍ଵୟଂଭୂ ଅଟୁ ଆଉ ତୁ ସ୍ଵୟଂ ହିଁ ଜଗତର ଉତ୍ପନ୍ନ କରିଛୁ।
ਆਪਣਾ ਕੀਤਾ ਆਪਿ ਆਪਿ ਵਰੰਨਿਆ ॥ ଯାହା କିଛି ତୁ ଜାତ କରିଛୁ, ତୁ ସ୍ଵୟଂ ହିଁ ତାହାକୁ ବର୍ଣ୍ଣନା କରିଛୁ।
ਧੰਨੁ ਸੁ ਤੇਰਾ ਥਾਨੁ ਜਿਥੈ ਤੂ ਵੁਠਾ ॥ ସେହି ସ୍ଥାନ ଧନ୍ୟ ଅଟେ, ଯେଉଁଠି ତୁ ରହିଛୁ।


© 2017 SGGS ONLINE
error: Content is protected !!
Scroll to Top