Guru Granth Sahib Translation Project

guru granth sahib odia page-962

Page 962

ਤਿਥੈ ਤੂ ਸਮਰਥੁ ਜਿਥੈ ਕੋਇ ਨਾਹਿ ॥ ହେ ଈଶ୍ଵର! ଯେଉଁଠାରେ କେହି ସମର୍ଥ ନୁହନ୍ତି, ସେଠାରେ ତୁ ହିଁ ସମର୍ଥ ଅଟୁ।
ਓਥੈ ਤੇਰੀ ਰਖ ਅਗਨੀ ਉਦਰ ਮਾਹਿ ॥ ମାତାର ଗର୍ଭ-ଅଗ୍ନିରେ ତୁ ହିଁ ଜୀବର ରକ୍ଷା କରୁ ଏବଂ
ਸੁਣਿ ਕੈ ਜਮ ਕੇ ਦੂਤ ਨਾਇ ਤੇਰੈ ਛਡਿ ਜਾਹਿ ॥ ତୋର ନାମ ଶୁଣି ଯମଦୂତ ଛାଡି ଚାଲିଯାଏ।
ਭਉਜਲੁ ਬਿਖਮੁ ਅਸਗਾਹੁ ਗੁਰ ਸਬਦੀ ਪਾਰਿ ਪਾਹਿ ॥ ଏହି ବିଷମ ଏବଂ ଅସିମ ଭବସାଗରରୁ ତୋର ଶବ୍ଦ-ଗୁରୁଙ୍କ ଦ୍ଵାରା ହିଁ ପାର ହେବା ସମ୍ଭବ ଅଟେ।
ਜਿਨ ਕਉ ਲਗੀ ਪਿਆਸ ਅੰਮ੍ਰਿਤੁ ਸੇਇ ਖਾਹਿ ॥ ନାମାମୃତ ସେ ହିଁ ପାନ କରିଥାଏ, ଏଥିପାଇଁ ଯାହାର ତୀବ୍ର ଲାଳସା ରହିଥାଏ।
ਕਲਿ ਮਹਿ ਏਹੋ ਪੁੰਨੁ ਗੁਣ ਗੋਵਿੰਦ ਗਾਹਿ ॥ କଳିଯୁଗରେ କେବଳ ଏକ ହିଁ ପୂଣ୍ୟ-କର୍ମ ଅଟେ ଯେ ଗୋବିନ୍ଦଙ୍କ ଗୁଣଗାନ କର।
ਸਭਸੈ ਨੋ ਕਿਰਪਾਲੁ ਸਮ੍ਹ੍ਹਾਲੇ ਸਾਹਿ ਸਾਹਿ ॥ କୃପାନିଧି ପ୍ରତ୍ୟେକ ଜୀବକୁ ପ୍ରତି ଶ୍ଵାସରେ ପାଳନ କରିଥାନ୍ତି।
ਬਿਰਥਾ ਕੋਇ ਨ ਜਾਇ ਜਿ ਆਵੈ ਤੁਧੁ ਆਹਿ ॥੯॥ ହେ ପରମେଶ୍ଵର! ଯେଉଁ ଜୀବ ଯେଉଁ କାମନା ସହିତ ତୋର ଦ୍ଵାରକୁ ଆସିଥାଏ, ତାହା ପୁରା ହୋଇଯାଏ ||9||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਦੂਜਾ ਤਿਸੁ ਨ ਬੁਝਾਇਹੁ ਪਾਰਬ੍ਰਹਮ ਨਾਮੁ ਦੇਹੁ ਆਧਾਰੁ ॥ ହେ ପରଂବ୍ରହ୍ମ! ଜୀବକୁ ନା ରୂପୀ ଆଧାର ହିଁ ଦିଅ ଆଉ ଅନ୍ୟ ସାହାରା ବିଷୟରେ ତାହାକୁ କୁହ ନାହିଁ।
ਅਗਮੁ ਅਗੋਚਰੁ ਸਾਹਿਬੋ ਸਮਰਥੁ ਸਚੁ ਦਾਤਾਰੁ ॥ ହେ ମାଲିକ! ତୁ ଅଗମ୍ୟ, ଅଗୋଚର, ସର୍ବକଳା ସମର୍ଥ ଆଉ ସଚ୍ଚା ଦାତା ଅଟୁ।
ਤੂ ਨਿਹਚਲੁ ਨਿਰਵੈਰੁ ਸਚੁ ਸਚਾ ਤੁਧੁ ਦਰਬਾਰੁ ॥ ତୁ ନିଶ୍ଚଳ, ନିଃଶତ୍ରୁ ଏବଂ ସର୍ବଦା ଶାଶ୍ଵତ ଅଟୁ ଏବଂ ତୋର ଦରବାର ମଧ୍ୟ ସଚ୍ଚା ଅଟେ।
ਕੀਮਤਿ ਕਹਣੁ ਨ ਜਾਈਐ ਅੰਤੁ ਨ ਪਾਰਾਵਾਰੁ ॥ ତୋର ମହିମାର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ ଏବଂ ନା ତୋର କୌଣସି ଅନ୍ତ ବା ସୀମା ଅଛି।
ਪ੍ਰਭੁ ਛੋਡਿ ਹੋਰੁ ਜਿ ਮੰਗਣਾ ਸਭੁ ਬਿਖਿਆ ਰਸ ਛਾਰੁ ॥ ପ୍ରଭୁଙ୍କୁ ତ୍ୟାଗ କରି ଅନ୍ୟ କିଛି ମାଗିବା ବ୍ୟର୍ଥ ଅଟେ ଆଉ ମାୟାର ସବୁ ରସ ଧୂଳି ସମାନ ଅଟେ।
ਸੇ ਸੁਖੀਏ ਸਚੁ ਸਾਹ ਸੇ ਜਿਨ ਸਚਾ ਬਿਉਹਾਰੁ ॥ ଯେଉଁ ଜୀବ ସତ୍ୟନାମର ବ୍ୟାପାର କରିଥାଏ, ସେ ସଚ୍ଚା ସାହୁକାର ଏବଂ ସୁଖୀ ଅଟେ।
ਜਿਨਾ ਲਗੀ ਪ੍ਰੀਤਿ ਪ੍ਰਭ ਨਾਮ ਸਹਜ ਸੁਖ ਸਾਰੁ ॥ ଯାହାଠାରେ ପ୍ରଭୁ ନାମର ପ୍ରୀତି ଲଗାଇଛନ୍ତି, ତାହାକୁ ସ୍ଵାଭାବିକ ସୁଖ ପ୍ରାପ୍ତ ହୋଇଥାଏ।
ਨਾਨਕ ਇਕੁ ਆਰਾਧੇ ਸੰਤਨ ਰੇਣਾਰੁ ॥੧॥ ହେ ନାନକ! ଏପରି ସନ୍ଥଙ୍କ ଚରଣ-ଧୂଳି ନେଇ ପରମାତ୍ମାଙ୍କ ଆରାଧନା କର||1||
ਮਃ ੫ ॥ ମହଲା 5॥
ਅਨਦ ਸੂਖ ਬਿਸ੍ਰਾਮ ਨਿਤ ਹਰਿ ਕਾ ਕੀਰਤਨੁ ਗਾਇ ॥ ନିତ୍ୟ ଭଗବାନଙ୍କ କୀର୍ତ୍ତି-ଗାନ କରିବା ଦ୍ଵାରା ଆନନ୍ଦ, ସୁଖ ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ।
ਅਵਰ ਸਿਆਣਪ ਛਾਡਿ ਦੇਹਿ ਨਾਨਕ ਉਧਰਸਿ ਨਾਇ ॥੨॥ ହେ ନାନକ! ଅନ୍ୟ ସବୁ ଚତୁରତା ତ୍ୟାଗ କର, କାରଣ ହରିନାମ ଦ୍ଵାରା ହିଁ ଉଦ୍ଧାର ହୋଇଥାଏ||2||
ਪਉੜੀ ॥ ପଉଡୀ॥
ਨਾ ਤੂ ਆਵਹਿ ਵਸਿ ਬਹੁਤੁ ਘਿਣਾਵਣੇ ॥ ହେ ପରମାତ୍ମା! ବହୁତ ନେହୁରା ହେଲେ ମଧ୍ୟ ତୁ ବଶରେ ଆସୁ ନାହୁଁ,
ਨਾ ਤੂ ਆਵਹਿ ਵਸਿ ਬੇਦ ਪੜਾਵਣੇ ॥ ବେଦର ଅଧ୍ୟୟନ କରିବା ଦ୍ଵାରା ମଧ୍ୟ ତୁ ବଶରେ ଆସୁ ନାହୁଁ।
ਨਾ ਤੂ ਆਵਹਿ ਵਸਿ ਤੀਰਥਿ ਨਾਈਐ ॥ ଯଦି ତୀର୍ଥ-ସ୍ନାନ କରାଯାଏ ଆଉ
ਨਾ ਤੂ ਆਵਹਿ ਵਸਿ ਧਰਤੀ ਧਾਈਐ ॥ ଧରିତ୍ରୀ ଉପରେ ଭ୍ରମଣ କରାଯାଏ, ତାହାହେଲେ ମଧ୍ୟ ତୁ ବଶରେ ଆସୁ ନାହୁଁ।
ਨਾ ਤੂ ਆਵਹਿ ਵਸਿ ਕਿਤੈ ਸਿਆਣਪੈ ॥ କୌଣସି ପ୍ରକାର ଚତୁରତା କରିବା ଦ୍ଵାରା ମଧ୍ୟ ଏହା ସମ୍ଭବ ନୁହେଁ,
ਨਾ ਤੂ ਆਵਹਿ ਵਸਿ ਬਹੁਤਾ ਦਾਨੁ ਦੇ ॥ ବହୁତ ଦାନ କଲେ ମଧ୍ୟ ଏହା ସମ୍ଭବ ନୁହେଁ।
ਸਭੁ ਕੋ ਤੇਰੈ ਵਸਿ ਅਗਮ ਅਗੋਚਰਾ ॥ ହେ ଅଗମ୍ୟ-ଅଗୋଚର, ମାଲିକ! ସବୁ କିଛି ତୋର ହିଁ ବଶରେ ଅଛି,
ਤੂ ਭਗਤਾ ਕੈ ਵਸਿ ਭਗਤਾ ਤਾਣੁ ਤੇਰਾ ॥੧੦॥ ପରନ୍ତୁ ଭକ୍ତର ବଶରେ ହିଁ ଅଛୁ ଆଉ ତୋ' ଭକ୍ତ ପାଖରେ ତୋ' ଦ୍ଵାରା ପ୍ରଦତ୍ତ ବଳ ଅଛି||10||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਆਪੇ ਵੈਦੁ ਆਪਿ ਨਾਰਾਇਣੁ ॥ ହେ ନାରାୟଣ! ତୁ ସ୍ଵୟଂ ହିଁ ବୈଦ୍ୟ ଅଟୁ।
ਏਹਿ ਵੈਦ ਜੀਅ ਕਾ ਦੁਖੁ ਲਾਇਣ ॥ ଏହି ଦୁନିଆର ବୈଦ୍ୟ ଜୀବର ହୃଦୟରେ ଦୁଃଖ ଦେଇଥାଏ।
ਗੁਰ ਕਾ ਸਬਦੁ ਅੰਮ੍ਰਿਤ ਰਸੁ ਖਾਇਣ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଭୋଗ ଯୋଗ୍ୟ ଅମୃତମୟ ରସ ଥାଏ।
ਨਾਨਕ ਜਿਸੁ ਮਨਿ ਵਸੈ ਤਿਸ ਕੇ ਸਭਿ ਦੂਖ ਮਿਟਾਇਣ ॥੧॥ ହେ ନାନକ! ଯାହାର ମନରେ ଶବ୍ଦ-ଗୁରୁ ସ୍ଥାପିତ ହୋଇଥାଏ, ତାହାର ସବୁ ଦୁଃଖ ଯନ୍ତ୍ରଣା ଦୂର ହୋଇଯାଏ। ||1||
ਮਃ ੫ ॥ ମହଲା 5॥
ਹੁਕਮਿ ਉਛਲੈ ਹੁਕਮੇ ਰਹੈ ॥ ତାହାଙ୍କ ହୁକୁମ ଦ୍ଵାରା ହିଁ ଜୀବ କେବେ ଅସ୍ଥିର ଆଉ କେବେ ସ୍ଥିର ହୋଇଥାଏ।
ਹੁਕਮੇ ਦੁਖੁ ਸੁਖੁ ਸਮ ਕਰਿ ਸਹੈ ॥ ତାହାଙ୍କ ହୁକୁମ ଦ୍ଵାରା ହିଁ ଦୁଃଖ-ସୁଖକୁ ଏକା ଭାବି ସହ୍ୟ କରିଥାଏ ଏବଂ
ਹੁਕਮੇ ਨਾਮੁ ਜਪੈ ਦਿਨੁ ਰਾਤਿ ॥ ਨਾਨਕ ਜਿਸ ਨੋ ਹੋਵੈ ਦਾਤਿ ॥ ତାହାଙ୍କ ହୁକୁମ ଦ୍ଵାରା ହିଁ ଦିନ-ରାତି ନାମ ଜପ କରିଥାଏ, ହେ ନାନକ! ଯାହାକୁ ବରଦାନ ଦେଉ ସେ ନାମ ଜପିଥାଏ।
ਹੁਕਮਿ ਮਰੈ ਹੁਕਮੇ ਹੀ ਜੀਵੈ ॥ ତାହାଙ୍କ ହୁକୁମ ଦ୍ଵାରା ହିଁ ଜୀବର ମୃତ୍ୟୁ ହୋଇଥାଏ ଆଉ ତାହାଙ୍କ ହୁକୁମ ଦ୍ଵାରା ହିଁ ସେ ଦୁନିଆରେ ବଞ୍ଚିଥାଏ।
ਹੁਕਮੇ ਨਾਨ੍ਹ੍ਹਾ ਵਡਾ ਥੀਵੈ ॥ ତାହାଙ୍କ ହୁକୁମ ଦ୍ଵାରା ଜୀବ ଛୋଟ ଏବଂ ବଡ (ଧନବାନ) ହୋଇଥାଏ ଏବଂ
ਹੁਕਮੇ ਸੋਗ ਹਰਖ ਆਨੰਦ ॥ ତାହାଙ୍କ ହୁକୁମ ଅନୁସାରେ ଜୀବକୁ ଶୋକ, ହର୍ଷ ଏବଂ ଆନନ୍ଦ ପ୍ରାପ୍ତ ହୋଇଥାଏ।
ਹੁਕਮੇ ਜਪੈ ਨਿਰੋਧਰ ਗੁਰਮੰਤ ॥ ତାହାଙ୍କ ହୁକୁମରେ ହିଁ ଜୀବ ଉଦ୍ଧାରକ ଗୁରୁ-ମନ୍ତ୍ର ଜପ କରିଥାଏ।
ਹੁਕਮੇ ਆਵਣੁ ਜਾਣੁ ਰਹਾਏ ॥ ਨਾਨਕ ਜਾ ਕਉ ਭਗਤੀ ਲਾਏ ॥੨॥ ହେ ନାନକ! ତାହାଙ୍କ ହୁକୁମ ଦ୍ଵାରା ହିଁ ସେହି ବ୍ଯକ୍ତିର ଜନ୍ମ-ମରଣ ଚକ୍ର ଦୂର ହୋଇଯାଏ, ଯେଉଁ ବ୍ୟକ୍ତିକୁ ପରମାତ୍ମା ଭକ୍ତିରେ ଲଗାଇ ଥାଆନ୍ତି||2||
ਪਉੜੀ ॥ ପଉଡୀ॥
ਹਉ ਤਿਸੁ ਢਾਢੀ ਕੁਰਬਾਣੁ ਜਿ ਤੇਰਾ ਸੇਵਦਾਰੁ ॥ ହେ ପରମେଶ୍ଵର! ମୁଁ ସେହି ଗାୟକ ପ୍ରତି ସମର୍ପିତ ଅଟେ, ଯିଏ ତୋର ସେବକ ଅଟେ।
ਹਉ ਤਿਸੁ ਢਾਢੀ ਬਲਿਹਾਰ ਜਿ ਗਾਵੈ ਗੁਣ ਅਪਾਰ ॥ ମୁଁ ସେହି ଗାୟକ ପ୍ରତି ସମର୍ପିତ ଅଟେ, ଯିଏ ତୋର ଅପାର ଗୁଣ ଗାନ କରିଥାଏ।
ਸੋ ਢਾਢੀ ਧਨੁ ਧੰਨੁ ਜਿਸੁ ਲੋੜੇ ਨਿਰੰਕਾਰੁ ॥ ସେହି ଗାୟକ ଧନ୍ୟ ଅଟେ, ଯାହାକୁ ନିରାକାର ଚାହିଁ ଥାଆନ୍ତି।
ਸੋ ਢਾਢੀ ਭਾਗਠੁ ਜਿਸੁ ਸਚਾ ਦੁਆਰ ਬਾਰੁ ॥ ସେହି ଗାୟକ ଭାଗ୍ୟବାନ ଅଟେ, ଯାହାକୁ ପରମାତ୍ମାଙ୍କ ସଚ୍ଚା ଦ୍ଵାର ପ୍ରାପ୍ତ ହୋଇଥାଏ।
ਓਹੁ ਢਾਢੀ ਤੁਧੁ ਧਿਆਇ ਕਲਾਣੇ ਦਿਨੁ ਰੈਣਾਰ ॥ ସେହି ଗାୟକ ତୋର ହିଁ ଧ୍ୟାନ କରିଥାଏ ଏବଂ ଦିନ ରାତି ତୋର କଲ୍ୟାଣକାରୀ ଗୁଣଗାନ କରିଥାଏ।
ਮੰਗੈ ਅੰਮ੍ਰਿਤ ਨਾਮੁ ਨ ਆਵੈ ਕਦੇ ਹਾਰਿ ॥ ସେ ନାମ ଅମୃତର କାମନା କରିଥାଏ ଆଉ ଜୀବନରେ କେବେ ପରାଜିତ ହୁଏନାହିଁ।
ਕਪੜੁ ਭੋਜਨੁ ਸਚੁ ਰਹਦਾ ਲਿਵੈ ਧਾਰ ॥ ତୋର ସତ୍ୟନାମ ହିଁ ତାହାର ଭୋଜନ ଏବଂ ବସ୍ତ୍ର ଅଟେ ଆଉ ତୋର ଧ୍ୟାନରେ ହିଁ ଲୀନ ରହିଥାଏ।
ਸੋ ਢਾਢੀ ਗੁਣਵੰਤੁ ਜਿਸ ਨੋ ਪ੍ਰਭ ਪਿਆਰੁ ॥੧੧॥ ଏପରି ଗାୟକ ହିଁ ଗୁଣବାନ ଅଟେ, ଯାହା ସହିତ ପ୍ରଭୁଙ୍କ ପ୍ରେମ ଥାଏ||11||


© 2017 SGGS ONLINE
error: Content is protected !!
Scroll to Top