Guru Granth Sahib Translation Project

guru granth sahib odia page-909

Page 909

ਏਹੁ ਜੋਗੁ ਨ ਹੋਵੈ ਜੋਗੀ ਜਿ ਕੁਟੰਬੁ ਛੋਡਿ ਪਰਭਵਣੁ ਕਰਹਿ ॥ ହେ ଯୋଗୀ! ଏହା ଯୋଗ ନାହିଁ, ନିଜ ପରିବାରକୁ ଛାଡି ଦେଶ-ଦେଶାନ୍ତର ବୁଲୁଥିବା।
ਗ੍ਰਿਹ ਸਰੀਰ ਮਹਿ ਹਰਿ ਹਰਿ ਨਾਮੁ ਗੁਰ ਪਰਸਾਦੀ ਅਪਣਾ ਹਰਿ ਪ੍ਰਭੁ ਲਹਹਿ ॥੮॥ ଶରୀର ରୂପୀ ଘରେ ହିଁ ପରମାତ୍ମାଙ୍କ ନାମ ବାସ କରୁଅଛି ଏବଂ ଗୁରୁଙ୍କ କୃପାରୁ ପ୍ରଭୁ ତୋତେ ମିଳି ପାରିବେ||8||
ਇਹੁ ਜਗਤੁ ਮਿਟੀ ਕਾ ਪੁਤਲਾ ਜੋਗੀ ਇਸੁ ਮਹਿ ਰੋਗੁ ਵਡਾ ਤ੍ਰਿਸਨਾ ਮਾਇਆ ॥ ହେ ଯୋଗୀ! ଏହି ଜଗତ ମାଟିର ପୁତୁଳା ଅଟେ ଆଉ ଏଥିରେ ମାୟାର ତୃଷ୍ଣାର ବଡ ରୋଗ ଲାଗି ରହିଛି।
ਅਨੇਕ ਜਤਨ ਭੇਖ ਕਰੇ ਜੋਗੀ ਰੋਗੁ ਨ ਜਾਇ ਗਵਾਇਆ ॥੯॥ କେହି ଅନେକ ବେଶ ଓ ଯତ୍ନ ନେଲେ ମଧ୍ୟ ରୋଗ ଦୂର କରାଯାଇ ପାରିବ ନାହିଁ ||9||
ਹਰਿ ਕਾ ਨਾਮੁ ਅਉਖਧੁ ਹੈ ਜੋਗੀ ਜਿਸ ਨੋ ਮੰਨਿ ਵਸਾਏ ॥ ହେ ଯୋଗୀ! ହରିଙ୍କ ନାମ ଔଷଧ ଅଟେ, ଯାହାର ମନରେ ନାମ ସ୍ଥାପନ କରିଥାନ୍ତି, ସେ ଏହି ଔଷଧ ସେବନ କରି ତୃଷ୍ଣାର ରୋଗ ଦୂର କରିଥାନ୍ତି।
ਗੁਰਮੁਖਿ ਹੋਵੈ ਸੋਈ ਬੂਝੈ ਜੋਗ ਜੁਗਤਿ ਸੋ ਪਾਏ ॥੧੦॥ ଯିଏ ଗୁରୁମୁଖୀ ବନି ଯାଇଥାଏ, ତାହାକୁ ଏହି ରହସ୍ୟର ଜ୍ଞାନ ହୋଇଯାଏ ଏବଂ ସେ ଯୋଗ ଯୁକ୍ତିକୁ ପ୍ରାପ୍ତ କରିନିଏ||10||
ਜੋਗੈ ਕਾ ਮਾਰਗੁ ਬਿਖਮੁ ਹੈ ਜੋਗੀ ਜਿਸ ਨੋ ਨਦਰਿ ਕਰੇ ਸੋ ਪਾਏ ॥ ହେ ଯୋଗୀ! ସଚ୍ଚା ଯୋଗର ମାର୍ଗ ବଡ କଠିନ ଅଟେ, ଏହି ମାର୍ଗକୁ ସେ ହିଁ ପ୍ରାପ୍ତ କରିଥାଏ, ଯାହା ଉପରେ ପରମାତ୍ମା କୃପା-ଦୃଷ୍ଟି କରିଥାନ୍ତି।
ਅੰਤਰਿ ਬਾਹਰਿ ਏਕੋ ਵੇਖੈ ਵਿਚਹੁ ਭਰਮੁ ਚੁਕਾਏ ॥੧੧॥ ସେ ମନରେ ଭ୍ରମକୁ ଦୂର କରିଥାନ୍ତି ଆଉ ବାହାରେ-ଭିତରେ ଏକ ପରମେଶ୍ଵରଙ୍କୁ ଦେଖିଥାନ୍ତି||11||
ਵਿਣੁ ਵਜਾਈ ਕਿੰਗੁਰੀ ਵਾਜੈ ਜੋਗੀ ਸਾ ਕਿੰਗੁਰੀ ਵਜਾਇ ॥ ହେ ଯୋଗୀ! ଏପରି ବୀଣା ବଜାଅ, ଯାହା ବଜାଇବା ବିନା ହିଁ ବାଜିଥାଏ।
ਕਹੈ ਨਾਨਕੁ ਮੁਕਤਿ ਹੋਵਹਿ ਜੋਗੀ ਸਾਚੇ ਰਹਹਿ ਸਮਾਇ ॥੧੨॥੧॥੧੦॥ ନାନକ କହନ୍ତି ଯେ ହେ ଯୋଗୀ! ଏହିପରି ତୋର ମୁକ୍ତି ହୋଇଯିବ ଏବଂ ତୁ ସତ୍ୟରେ ହିଁ ବିଲୀନ ହୋଇଯିବ||12||1||10||
ਰਾਮਕਲੀ ਮਹਲਾ ੩ ॥ ରାମକଲୀ ମହଲା 3 ॥
ਭਗਤਿ ਖਜਾਨਾ ਗੁਰਮੁਖਿ ਜਾਤਾ ਸਤਿਗੁਰਿ ਬੂਝਿ ਬੁਝਾਈ ॥੧॥ ସଦଗୁରୁ ଏହି ତଥ୍ୟ-ଜ୍ଞାନ ବତାଇଛନ୍ତି ଯେ ଗୁରୁମୁଖୀ ହିଁ ଭକ୍ତିର ଖଜଣା ଭାବ||1||
ਸੰਤਹੁ ਗੁਰਮੁਖਿ ਦੇਇ ਵਡਿਆਈ ॥੧॥ ਰਹਾਉ ॥ ହେ ସଜ୍ଜନ! ଗୁରୁମୁଖୀକୁ ହିଁ ବଡିମା ମିଳିଥାଏ॥1॥ରୁହ॥
ਸਚਿ ਰਹਹੁ ਸਦਾ ਸਹਜੁ ਸੁਖੁ ਉਪਜੈ ਕਾਮੁ ਕ੍ਰੋਧੁ ਵਿਚਹੁ ਜਾਈ ॥੨॥ ଯଦି ସଦା ସତ୍ୟରେ ଲୀନ ରହିବ, ସ୍ଵାଭାବିକ ସୁଖ ଉତ୍ପନ୍ନ ହୋଇଯାଏ ଏବଂ ଅନ୍ତର୍ମନରୁ କାମ-କ୍ରୋଧ ଦୂର ହୋଇଯାଏ||2||
ਆਪੁ ਛੋਡਿ ਨਾਮ ਲਿਵ ਲਾਗੀ ਮਮਤਾ ਸਬਦਿ ਜਲਾਈ ॥੩॥ ଅହଂତ୍ଵକୁ ଛାଡି ଯାହାଙ୍କ ନାମରେ ଲଗ୍ନ ଲାଗି ଯାଇଛି, ସେ ଶବ୍ଦ ଦ୍ଵାରା ମମତାକୁ ଜଳାଇ ଦେଇଛନ୍ତି||3||
ਜਿਸ ਤੇ ਉਪਜੈ ਤਿਸ ਤੇ ਬਿਨਸੈ ਅੰਤੇ ਨਾਮੁ ਸਖਾਈ ॥੪॥ ଯାହାଠାରୁ ସଂସାର ଉତ୍ପନ୍ନ ହୋଇଥାଏ, ତାହା ଦ୍ଵାରା ହିଁ ନଷ୍ଟ ହୋଇଥାଏ ଏବଂ ଶେଷରେ ନାମ ହିଁ ଜୀବର ସାଥି ଅଟେ||4||
ਸਦਾ ਹਜੂਰਿ ਦੂਰਿ ਨਹ ਦੇਖਹੁ ਰਚਨਾ ਜਿਨਿ ਰਚਾਈ ॥੫॥ ଯିଏ ପରମାତ୍ମାଙ୍କ ସୃଷ୍ଟି ରଚନା କରିଛନ୍ତି, ତାହାଙ୍କୁ ନିଜ ନିକଟରେ ହିଁ ଭାବ||5||
ਸਚਾ ਸਬਦੁ ਰਵੈ ਘਟ ਅੰਤਰਿ ਸਚੇ ਸਿਉ ਲਿਵ ਲਾਈ ॥੬॥ ସଚ୍ଚା ଶବ୍ଦ ହୃଦୟରେ ବ୍ୟାପ୍ତ ଥାଏ, ଏଥିପାଇଁ ସତ୍ୟରେ ହିଁ ଧ୍ୟାନ ଲଗାଇ ରୁହ||6||
ਸਤਸੰਗਤਿ ਮਹਿ ਨਾਮੁ ਨਿਰਮੋਲਕੁ ਵਡੈ ਭਾਗਿ ਪਾਇਆ ਜਾਈ ॥੭॥ ସତସଙ୍ଗତିରେ ଅମୂଲ୍ୟ ନାମ କେହି ଭାଗ୍ୟଶାଳୀକୁ ହିଁ ପ୍ରାପ୍ତ ହୋଇଥାଏ||7||
ਭਰਮਿ ਨ ਭੂਲਹੁ ਸਤਿਗੁਰੁ ਸੇਵਹੁ ਮਨੁ ਰਾਖਹੁ ਇਕ ਠਾਈ ॥੮॥ ଭ୍ରମରେ ଫସି ଭୁଲ କରନାହିଁ; ଏଣୁ ଶ୍ରଦ୍ଧା ସହିତ ସଦଗୁରୁଙ୍କ ସେବା କର ଆଉ ନିଜ ମନକୁ ସଂଯମରେ ରଖ||8||
ਬਿਨੁ ਨਾਵੈ ਸਭ ਭੂਲੀ ਫਿਰਦੀ ਬਿਰਥਾ ਜਨਮੁ ਗਵਾਈ ॥੯॥ ନାମ ବିନା ସାରା ଦୁନିଆରେ ପଥଭ୍ରଷ୍ଟ ରହିଥାଏ ଆଉ ନିଜ ଜନ୍ମ ବ୍ୟର୍ଥରେ ହରାଇ ଦେଇଥାଏ||9||
ਜੋਗੀ ਜੁਗਤਿ ਗਵਾਈ ਹੰਢੈ ਪਾਖੰਡਿ ਜੋਗੁ ਨ ਪਾਈ ॥੧੦॥ ଯଦି ଚାରି ଦିଗରେ ବୁଲି ଯୋଗର ଯୁକ୍ତି ହରାଇ ଦିଅ, ପ୍ରବଞ୍ଚନା ଦ୍ଵାରା ଯୋଗର ପ୍ରାପ୍ତି ହୁଏନାହିଁ||10||
ਸਿਵ ਨਗਰੀ ਮਹਿ ਆਸਣਿ ਬੈਸੈ ਗੁਰ ਸਬਦੀ ਜੋਗੁ ਪਾਈ ॥੧੧॥ ସତସଙ୍ଗରେ ଧ୍ୟାନ ଲଗାଇ ଆସନ ଉପରେ ବସି ଗୁରୁଙ୍କ ଶବ୍ଦ ଦ୍ଵାରା ଯୋଗ-ଯୁକ୍ତି ପ୍ରାପ୍ତ ହୋଇପାରେ||11||
ਧਾਤੁਰ ਬਾਜੀ ਸਬਦਿ ਨਿਵਾਰੇ ਨਾਮੁ ਵਸੈ ਮਨਿ ਆਈ ॥੧੨॥ ଶବ୍ଦ-ଗୁରୁ ଦ୍ଵାରା ପଥଭ୍ରଷ୍ଟତା ଦୂର କରାଯାଇ ପାରେ ଓ ଏହାଦ୍ୱାରା ମନରେ ନାମର ନିବାସ ହୋଇଯାଏ||12||
ਏਹੁ ਸਰੀਰੁ ਸਰਵਰੁ ਹੈ ਸੰਤਹੁ ਇਸਨਾਨੁ ਕਰੇ ਲਿਵ ਲਾਈ ॥੧੩॥ ହେ ସଜ୍ଜନ! ଏହି ମାନବ-ଶରୀର ପବିତ୍ର ସରୋବର ଅଟେ, ଯିଏ ଏଥିରେ ସ୍ନାନ କରିଥାଏ, ପରମାତ୍ମାଙ୍କ ଠାରେ ତାହାର ହିଁ ଧ୍ୟାନ ଲାଗିଥାଏ||13||
ਨਾਮਿ ਇਸਨਾਨੁ ਕਰਹਿ ਸੇ ਜਨ ਨਿਰਮਲ ਸਬਦੇ ਮੈਲੁ ਗਵਾਈ ॥੧੪॥ ଯେଉଁ ବ୍ୟକ୍ତି ନାମ ରୂପୀ ସରୋବରରେ ସ୍ନାନ କରିଥାଏ, ତାହାର ମନ ନିର୍ମଳ ହୋଇଯାଏ ଆଉ ଶବ୍ଦ ଦ୍ଵାରା ତାହାର ମଇଳା ଦୂର ହୋଇଯାଏ||14||
ਤ੍ਰੈ ਗੁਣ ਅਚੇਤ ਨਾਮੁ ਚੇਤਹਿ ਨਾਹੀ ਬਿਨੁ ਨਾਵੈ ਬਿਨਸਿ ਜਾਈ ॥੧੫॥ ତିନି ଗୁଣରେ ଲୀନ ଥିବା ଜୀବ ଜ୍ଞାନହୀନ ହୋଇଥାଏ, ଏଥିପାଇଁ ସେ ନାମ-ସ୍ମରଣ କରେ ନାହିଁ ଏବଂ ନାମ ବିନା ନାଶ ହୋଇଯାଏ ||15||
ਬ੍ਰਹਮਾ ਬਿਸਨੁ ਮਹੇਸੁ ਤ੍ਰੈ ਮੂਰਤਿ ਤ੍ਰਿਗੁਣਿ ਭਰਮਿ ਭੁਲਾਈ ॥੧੬॥ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଭଳି ତ୍ରିମୂର୍ତ୍ତି ମଧ୍ୟ ତିନି ଗୁଣର କାରଣରୁ ଭ୍ରମରେ ରହିଥାନ୍ତି||16||
ਗੁਰ ਪਰਸਾਦੀ ਤ੍ਰਿਕੁਟੀ ਛੂਟੈ ਚਉਥੈ ਪਦਿ ਲਿਵ ਲਾਈ ॥੧੭॥ ଗୁରୁଙ୍କ କୃପାରୁ ଯେତେବେଳେ ତିନି ଗୁଣରୁ ମୁକ୍ତି ମିଳିଯାଏ, ଚତୁର୍ଥାବସ୍ଥା ପ୍ରାପ୍ତ ହୋଇଯାଏ ଆଉ ପରମାତ୍ମାଙ୍କ ଠାରେ ଧ୍ୟାନ ଲାଗିଯାଏ||17||
ਪੰਡਿਤ ਪੜਹਿ ਪੜਿ ਵਾਦੁ ਵਖਾਣਹਿ ਤਿੰਨਾ ਬੂਝ ਨ ਪਾਈ ॥੧੮॥ ପଣ୍ଡିତ ଗ୍ରନ୍ଥ ପଢି ବାଦ-ବିବାଦ ହିଁ କରିଥାଏ ଆଉ ତାହାକୁ ସତ୍ୟର ଜ୍ଞାନ ପ୍ରାପ୍ତ ହୁଏନାହିଁ||18||
ਬਿਖਿਆ ਮਾਤੇ ਭਰਮਿ ਭੁਲਾਏ ਉਪਦੇਸੁ ਕਹਹਿ ਕਿਸੁ ਭਾਈ ॥੧੯॥ ହେ ଭାଇ! ଯିଏ ମାୟା ରୂପୀ ବେଶରେ ମସ୍ତ ରାହି ଭ୍ରମରେ ଥାଏ, ତାହାକୁ ଉପଦେଶ ଦେବାରେ କୌଣସି ଲାଭ ନାହିଁ||19||
ਭਗਤ ਜਨਾ ਕੀ ਊਤਮ ਬਾਣੀ ਜੁਗਿ ਜੁਗਿ ਰਹੀ ਸਮਾਈ ॥੨੦॥ ଭକ୍ତଜନଙ୍କ ଉତ୍ତମ ବାଣୀ ଯୁଗ-ଯୁଗାନ୍ତରରେ ପ୍ରକଟ ହେଉଅଛି||20||
ਬਾਣੀ ਲਾਗੈ ਸੋ ਗਤਿ ਪਾਏ ਸਬਦੇ ਸਚਿ ਸਮਾਈ ॥੨੧॥ ଯିଏ ବାଣୀରେ ଲଗ୍ନ ଲଗାଇ ଥାଏ, ତାହାର ଗତି ହୋଇଯାଏ ଆଉ ଶବ୍ଦ ଦ୍ଵାରା ସତ୍ୟରେ ଲୀନ ହୋଇଯାଏ||21||


© 2017 SGGS ONLINE
error: Content is protected !!
Scroll to Top