Guru Granth Sahib Translation Project

guru granth sahib odia page-865

Page 865

ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥
ਰਾਮ ਰਾਮ ਸੰਗਿ ਕਰਿ ਬਿਉਹਾਰ ॥ ହେ ଜୀବ! ରାମନାମର ହିଁ ବ୍ୟବହାର କର,
ਰਾਮ ਰਾਮ ਰਾਮ ਪ੍ਰਾਨ ਅਧਾਰ ॥ କାରଣ ରାମନାମ ହିଁ ପ୍ରାଣର ଏକମାତ୍ର ଆଧାର ଅଟେ।
ਰਾਮ ਰਾਮ ਰਾਮ ਕੀਰਤਨੁ ਗਾਇ ॥ ରାମଙ୍କ ହିଁ କୀର୍ତ୍ତିଗାନ କରିବା ଉଚିତ,
ਰਮਤ ਰਾਮੁ ਸਭ ਰਹਿਓ ਸਮਾਇ ॥੧॥ କାରଣ ପ୍ରିୟ ରାମ ସବୁଙ୍କ ଠାରେ ରହିଛନ୍ତି॥1॥
ਸੰਤ ਜਨਾ ਮਿਲਿ ਬੋਲਹੁ ਰਾਮ ॥ ସନ୍ଥଜନଙ୍କ ସାଥିରେ ମିଶି ରାମନାମ ହିଁ ବୋଲ,
ਸਭ ਤੇ ਨਿਰਮਲ ਪੂਰਨ ਕਾਮ ॥੧॥ ਰਹਾਉ ॥ ସେ ହିଁ ସବୁଠାରୁ ପବିତ୍ର ଅଟନ୍ତି ଆଉ ମନୋକାମନା ପୂର୍ଣ୍ଣ କରିବା ବାଲା ଅଟନ୍ତି॥1॥ରୁହ॥
ਰਾਮ ਰਾਮ ਧਨੁ ਸੰਚਿ ਭੰਡਾਰ ॥ ରାମନାମର ଧନ ସଞ୍ଚୟ କରି ଭଣ୍ଡାର ଭରି ନିଅ।
ਰਾਮ ਰਾਮ ਰਾਮ ਕਰਿ ਆਹਾਰ ॥ ରାମନାମକୁ ନିଜର ଭୋଜନ ବନାଅ।
ਰਾਮ ਰਾਮ ਵੀਸਰਿ ਨਹੀ ਜਾਇ ॥ ରାମନାମ କେବେ ଭୁଲିବା ଉଚିତ ନୁହେଁ,
ਕਰਿ ਕਿਰਪਾ ਗੁਰਿ ਦੀਆ ਬਤਾਇ ॥੨॥ ଗୁରୁ କୃପା କରି ଏହା ବତାଇଛନ୍ତି॥2॥
ਰਾਮ ਰਾਮ ਰਾਮ ਸਦਾ ਸਹਾਇ ॥ ରାମ ସଦା ହିଁ ମୋର ସହାୟତା କରିଥାନ୍ତି,
ਰਾਮ ਰਾਮ ਰਾਮ ਲਿਵ ਲਾਇ ॥ ଏଥିପାଇଁ ରାମନାମରେ ହିଁ ଲଗ୍ନ ଲଗାଅ।
ਰਾਮ ਰਾਮ ਜਪਿ ਨਿਰਮਲ ਭਏ ॥ ରାମନାମ ଜପ କରି ନିର୍ମଳ ହୋଇ ଯାଇଛି ଏବଂ
ਜਨਮ ਜਨਮ ਕੇ ਕਿਲਬਿਖ ਗਏ ॥੩॥ ଏହା ଦ୍ଵାରା ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇ ଯାଇଛି॥3॥
ਰਮਤ ਰਾਮ ਜਨਮ ਮਰਣੁ ਨਿਵਾਰੈ ॥ ରାମନାମର ସ୍ମରଣ ଜନ୍ମ-ମରଣ ଚକ୍ର ଦୂର କରି ଦେଇଥାଏ।
ਉਚਰਤ ਰਾਮ ਭੈ ਪਾਰਿ ਉਤਾਰੈ ॥ ରାମନାମର ଉଚ୍ଚାରଣ ଭବସାଗରରୁ ପାର କରାଇ ଥାଏ।
ਸਭ ਤੇ ਊਚ ਰਾਮ ਪਰਗਾਸ ॥ ରାମନାମର ପ୍ରକାଶ ସର୍ବୋତ୍ତମ ଅଟେ।
ਨਿਸਿ ਬਾਸੁਰ ਜਪਿ ਨਾਨਕ ਦਾਸ ॥੪॥੮॥੧੦॥ ହେ ଦାସ ନାନକ! ଦିନରାତି ରାମଙ୍କ ଜପ କର ||4||8||10||
ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥
ਉਨ ਕਉ ਖਸਮਿ ਕੀਨੀ ਠਾਕਹਾਰੇ ॥ ମୋର ମାଲିକ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ବନ୍ଦ କରି ଦେଇଛନ୍ତି।
ਦਾਸ ਸੰਗ ਤੇ ਮਾਰਿ ਬਿਦਾਰੇ ॥ ପ୍ରଭୁ ସେମାନଙ୍କୁ ମାରି ନିଜ ଦାସ ଠାରୁ ଅଲଗା କରିଛନ୍ତି।
ਗੋਬਿੰਦ ਭਗਤ ਕਾ ਮਹਲੁ ਨ ਪਾਇਆ ॥ ଏହି ବିକାର ଗୋବିନ୍ଦଙ୍କ ଭକ୍ତର ଠିକଣା ପାଏ ନାହିଁ।
ਰਾਮ ਜਨਾ ਮਿਲਿ ਮੰਗਲੁ ਗਾਇਆ ॥੧॥ ରାମଙ୍କ ଭକ୍ତଜନ ତାହାଙ୍କ୍ମ ହିଁ ମଙ୍ଗଳ ଗାନ କରିଛନ୍ତି॥1॥
ਸਗਲ ਸ੍ਰਿਸਟਿ ਕੇ ਪੰਚ ਸਿਕਦਾਰ ॥ ଏହି ପାଞ୍ଚ ହୁଏତ ସାରା ସୃଷ୍ଟିର ସର୍ଦ୍ଦାର ହୋଇ ପାରନ୍ତି,
ਰਾਮ ਭਗਤ ਕੇ ਪਾਨੀਹਾਰ ॥੧॥ ਰਹਾਉ ॥ କିନ୍ତୁ ରାମ-ଭକ୍ତର ପାଣି ଭରିବା ବାଲା ସେବକ ହୋଇଥାନ୍ତି॥1॥ରୁହ॥
ਜਗਤ ਪਾਸ ਤੇ ਲੇਤੇ ਦਾਨੁ ॥ ସେମାନେ ଜଗତରୁ କର ନେଇଥାନ୍ତି, କିନ୍ତୁ
ਗੋਬਿੰਦ ਭਗਤ ਕਉ ਕਰਹਿ ਸਲਾਮੁ ॥ ଗୋବିନ୍ଦଙ୍କ ଭକ୍ତକୁ ସଦା ସଲାମ କରିଥାନ୍ତି।
ਲੂਟਿ ਲੇਹਿ ਸਾਕਤ ਪਤਿ ਖੋਵਹਿ ॥ ସେମାନେ ଜୀବର ଉତ୍ତମ ଗୁଣ ଲୁଟି ନେଇଥାନ୍ତି ଆଉ ତାହାର ଇଜ୍ଜତ ହରାଇ ଦେଇଥାନ୍ତି, ପରନ୍ତୁ
ਸਾਧ ਜਨਾ ਪਗ ਮਲਿ ਮਲਿ ਧੋਵਹਿ ॥੨॥ ସାଧୁଜନଙ୍କ ପାଦ ଧୋଇଥାନ୍ତି॥2॥
ਪੰਚ ਪੂਤ ਜਣੇ ਇਕ ਮਾਇ ॥ ଏକ ମାୟା ହିଁ ଏହି ପାଞ୍ଚ ପୁତ୍ରକୁ ଜନ୍ମ ଦେଇଛି ଏବଂ
ਉਤਭੁਜ ਖੇਲੁ ਕਰਿ ਜਗਤ ਵਿਆਇ ॥ ସେ ଉଦ୍ଭିଦଜ, ଅଣ୍ଡଜ, ଜରାଜ ଆଉ ସ୍ଵେଦଜ ଜୀବର ଖେଳ ରଚନା କରି ଜଗତ ଉତ୍ପନ୍ନ କରିଛନ୍ତି।
ਤੀਨਿ ਗੁਣਾ ਕੈ ਸੰਗਿ ਰਚਿ ਰਸੇ ॥ ରଜ, ତମ, ଓ ସତ ଗୁଣୀ ଜୀବ ସାଥିରେ ମିଶି ଆନନ୍ଦ ଉପଭୋଗ କରିଥାଏ।
ਇਨ ਕਉ ਛੋਡਿ ਊਪਰਿ ਜਨ ਬਸੇ ॥੩॥ ଏହି ବିକାରକୁ ତ୍ୟାଗ କରି ଭକ୍ତଜନ ଏହାର ଉର୍ଦ୍ଧ୍ଵରେ ବାସ କରିଥାନ୍ତି॥3॥
ਕਰਿ ਕਿਰਪਾ ਜਨ ਲੀਏ ਛਡਾਇ ॥ ଇଶ୍ଵର କୃପା କରି ଭକ୍ତକୁ ମୁକ୍ତ କରିଛନ୍ତି,
ਜਿਸ ਕੇ ਸੇ ਤਿਨਿ ਰਖੇ ਹਟਾਇ ॥ ଯିଏ ତାହାକୁ ଜାତ କରିଛନ୍ତି ,ସେ ହିଁ ତାହାକୁ ବିକାର ଠାରୁ ଦୂରରେ ରଖିଛନ୍ତି।
ਕਹੁ ਨਾਨਕ ਭਗਤਿ ਪ੍ਰਭ ਸਾਰੁ ॥ ହେ ନାନକ! ପ୍ରଭୁଙ୍କ ଭକ୍ତି ଉତ୍ତମ ଅଟେ
ਬਿਨੁ ਭਗਤੀ ਸਭ ਹੋਇ ਖੁਆਰੁ ॥੪॥੯॥੧੧॥ ଭକ୍ତି ବିନା ସବୁ ଧ୍ଵଂସ ହୋଇଥାଏ||4||9||11||
ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥
ਕਲਿ ਕਲੇਸ ਮਿਟੇ ਹਰਿ ਨਾਇ ॥ ହରିଙ୍କ ନାମ ଜପିବା ଦ୍ଵାରା ସବୁ କଳହ-କ୍ଲେଶ ଦୂର ହୋଇଯାଏ।
ਦੁਖ ਬਿਨਸੇ ਸੁਖ ਕੀਨੋ ਠਾਉ ॥ ଏହା ଦ୍ଵାରା ଦୁଃଖ ନାଶ ହୋଇଯାଏ ଆଉ ସୁଖ ହିଁ ସୁଖ ବନି ରହିଥାଏ।
ਜਪਿ ਜਪਿ ਅੰਮ੍ਰਿਤ ਨਾਮੁ ਅਘਾਏ ॥ ପ୍ରଭୁଙ୍କ ଅମୃତ ନାମ ଜପ କରି ଜୀବ ତୃପ୍ତ ହୋଇଯାଏ ଆଉ
ਸੰਤ ਪ੍ਰਸਾਦਿ ਸਗਲ ਫਲ ਪਾਏ ॥੧॥ ସନ୍ଥଙ୍କ କୃପାରୁ ସବୁ ଫଳ ପ୍ରାପ୍ତ ହୋଇଯାଏ॥1॥
ਰਾਮ ਜਪਤ ਜਨ ਪਾਰਿ ਪਰੇ ॥ ରାମନାମ ଜପ କରି ଭକ୍ତଜନ ଭବସାଗରରୁ ପାର ହୋଇଯାନ୍ତି ଏବଂ
ਜਨਮ ਜਨਮ ਕੇ ਪਾਪ ਹਰੇ ॥੧॥ ਰਹਾਉ ॥ ତାହାର ଜନ୍ମ-ଜନ୍ମାନ୍ତରର ପାପ ନାଶ ହୋଇଯାଏ॥1॥ରୁହ॥
ਗੁਰ ਕੇ ਚਰਨ ਰਿਦੈ ਉਰਿ ਧਾਰੇ ॥ ଗୁରୁଙ୍କ ଚରଣ ହୃଦୟରେ ଧାରଣ କର
ਅਗਨਿ ਸਾਗਰ ਤੇ ਉਤਰੇ ਪਾਰੇ ॥ ଏହା ଦ୍ଵାରା ସଂସାର ରୂପୀ ଅଗ୍ନିର ସାଗରରୁ ପାର ହୋଇ ପାରିବା ଏବଂ
ਜਨਮ ਮਰਣ ਸਭ ਮਿਟੀ ਉਪਾਧਿ ॥ ଜନ୍ମ-ମରଣର ସାରା ପୀଡା ଦୂର ହୋଇଯାଏ ଆଉ
ਪ੍ਰਭ ਸਿਉ ਲਾਗੀ ਸਹਜਿ ਸਮਾਧਿ ॥੨॥ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଠାରେ ଲାଗିଯାଏ॥2॥
ਥਾਨ ਥਨੰਤਰਿ ਏਕੋ ਸੁਆਮੀ ॥ ଏକ ସ୍ଵାମୀ ହିଁ ସବୁଙ୍କ ଠାରେ ବାସ କରିଛନ୍ତି।
ਸਗਲ ਘਟਾ ਕਾ ਅੰਤਰਜਾਮੀ ॥ ଏବଂ ସେ ସବୁଙ୍କ ହୃଦୟର କଥା ଜାଣିଥାଏ।
ਕਰਿ ਕਿਰਪਾ ਜਾ ਕਉ ਮਤਿ ਦੇਇ ॥ ନିଜ କୃପା କରି ସେ ଯାହାକୁ ଉପଦେଶ ଦେଇଥାନ୍ତି,
ਆਠ ਪਹਰ ਪ੍ਰਭ ਕਾ ਨਾਉ ਲੇਇ ॥੩॥ ସେ ଆଠ ପ୍ରହର ପ୍ରଭୁଙ୍କ ନାମ ହିଁ ନେଇଥାଏ॥3॥
ਜਾ ਕੈ ਅੰਤਰਿ ਵਸੈ ਪ੍ਰਭੁ ਆਪਿ ॥ ଯାହାର ଅନ୍ତର୍ମନରେ ପ୍ରଭୁ ସ୍ଵୟଂ ବାସ କରିଥାନ୍ତି,
ਤਾ ਕੈ ਹਿਰਦੈ ਹੋਇ ਪ੍ਰਗਾਸੁ ॥ ତାହାର ହୃଦୟରେ ପ୍ରକାଶ ହୋଇଯାଏ।
ਭਗਤਿ ਭਾਇ ਹਰਿ ਕੀਰਤਨੁ ਕਰੀਐ ॥ ଭକ୍ତି ଭାବ ଦ୍ଵାରା ହରିଙ୍କ କୀର୍ତ୍ତନ କରିବା ଉଚିତ।
ਜਪਿ ਪਾਰਬ੍ਰਹਮੁ ਨਾਨਕ ਨਿਸਤਰੀਐ ॥੪॥੧੦॥੧੨॥ ହେ ନାନକ! ପରଂବ୍ରହ୍ମଙ୍କୁ ଜପ କରି ମୁକ୍ତି ପ୍ରାପ୍ତ ହୋଇଯାଏ||4||10||12||
ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥


© 2017 SGGS ONLINE
error: Content is protected !!
Scroll to Top