Guru Granth Sahib Translation Project

guru granth sahib odia page-863

Page 863

ਲਾਲ ਨਾਮ ਜਾ ਕੈ ਭਰੇ ਭੰਡਾਰ ॥ ତାହାଙ୍କ ନାମ ରୂପୀ ରତ୍ନର ଭଣ୍ଡାର ଭରି ରହିଛି।
ਸਗਲ ਘਟਾ ਦੇਵੈ ਆਧਾਰ ॥੩॥ ସେ ସବୁ ଜୀବଙ୍କୁ ଆଧାର ଦେଇଥାନ୍ତି॥3॥
ਸਤਿ ਪੁਰਖੁ ਜਾ ਕੋ ਹੈ ਨਾਉ ॥ ଯାହାଙ୍କ ନାମ ସତ୍ୟ ପୁରୁଷ ଅଟେ,
ਮਿਟਹਿ ਕੋਟਿ ਅਘ ਨਿਮਖ ਜਸੁ ਗਾਉ ॥ ଏକ କ୍ଷଣ ମାତ୍ର ତାହାଙ୍କ ଯଶୋଗାନ କରିବା ଦ୍ଵାରା କୋଟି କୋଟି ପାପ ନାଶ ହୋଇଯାଏ।
ਬਾਲ ਸਖਾਈ ਭਗਤਨ ਕੋ ਮੀਤ ॥ ସେ ଭକ୍ତଙ୍କ ଘନିଷ୍ଠ ମିତ୍ର ଅଟନ୍ତି।
ਪ੍ਰਾਨ ਅਧਾਰ ਨਾਨਕ ਹਿਤ ਚੀਤ ॥੪॥੧॥੩॥ ଏକମାତ୍ର ସେ ହିଁ ନାନକଙ୍କ ପ୍ରାଣଧାର ଏବଂ ଶୁଭଚିନ୍ତକ ଅଟନ୍ତି||4||1||3||
ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥
ਨਾਮ ਸੰਗਿ ਕੀਨੋ ਬਿਉਹਾਰੁ ॥ ମୁଁ ନାମ ସହିତ ବ୍ୟାପାର କରିଛି ଏବଂ
ਨਾਮੋੁ ਹੀ ਇਸੁ ਮਨ ਕਾ ਅਧਾਰੁ ॥ ନାମ ହିଁ ଏହି ମନର ଆଧାର ଅଟେ।
ਨਾਮੋ ਹੀ ਚਿਤਿ ਕੀਨੀ ਓਟ ॥ ନାମକୁ ନିଜ ଚିତ୍ତର ସାହାରା ବନାଇଛି।
ਨਾਮੁ ਜਪਤ ਮਿਟਹਿ ਪਾਪ ਕੋਟਿ ॥੧॥ ନାମ ଜପିବା ଦ୍ଵାରା କୋଟି କୋଟି ପାପ ନାଶ ହୋଇଯାଏ॥1॥
ਰਾਸਿ ਦੀਈ ਹਰਿ ਏਕੋ ਨਾਮੁ ॥ ଇଶ୍ଵର ମୋତେ କେବଳ ନାମର ରାଶି ହିଁ ଦେଇଛନ୍ତି।
ਮਨ ਕਾ ਇਸਟੁ ਗੁਰ ਸੰਗਿ ਧਿਆਨੁ ॥੧॥ ਰਹਾਉ ॥ ମନର ଇଷ୍ଟ ଏହା ଯେ ଗୁରୁଙ୍କ ସାଥିରେ ମିଶି ନାମର ଧ୍ୟାନ କରାଯାଉ॥1॥ରୁହ॥
ਨਾਮੁ ਹਮਾਰੇ ਜੀਅ ਕੀ ਰਾਸਿ ॥ ପରମାତ୍ମାଙ୍କ ନାମ ହିଁ ଆମର ଜୀବନର ରାଶି ଅଟେ।
ਨਾਮੋ ਸੰਗੀ ਜਤ ਕਤ ਜਾਤ ॥ ନାମ ମୋର ସାଥି ଅଟେ ଆଉ ଯେଉଁ ଆଡେ ମୁଁ ଗଲେ ମଧ୍ୟ ମୋ' ସାଥିରେ ଯାଇଥାଏ।
ਨਾਮੋ ਹੀ ਮਨਿ ਲਾਗਾ ਮੀਠਾ ॥ ପରମାତ୍ମାଙ୍କ ନାମ ମୋର ମନରେ ମିଠା ଲଗାଇ ଦେଇଛି ଏବଂ
ਜਲਿ ਥਲਿ ਸਭ ਮਹਿ ਨਾਮੋ ਡੀਠਾ ॥੨॥ ଜଳ ଓ ସ୍ଥଳ ସବୁଠାରେ ମୁଁ ନାମ ହିଁ ଦେଖିଛି॥2॥
ਨਾਮੇ ਦਰਗਹ ਮੁਖ ਉਜਲੇ ॥ ନାମ ଦ୍ଵାରା ହିଁ ପ୍ରଭୁଙ୍କ ଦରବାରରେ ଶୋଭା ପ୍ରାପ୍ତ ହୋଇଥାଏ ଏବଂ
ਨਾਮੇ ਸਗਲੇ ਕੁਲ ਉਧਰੇ ॥ ନାମ ଦ୍ଵାରା ସାରା କୁଳର ଉଦ୍ଧାର ହୋଇଯାଏ।
ਨਾਮਿ ਹਮਾਰੇ ਕਾਰਜ ਸੀਧ ॥ ନାମ ହିଁ ଆମର ସବୁ କାର୍ଯ୍ୟ ସଫଳ କରିଥାଏ ଏବଂ
ਨਾਮ ਸੰਗਿ ਇਹੁ ਮਨੂਆ ਗੀਧ ॥੩॥ ବର୍ତ୍ତମାନ ମୋର ମନ ପରମାତ୍ମାଙ୍କ ଠାରେ ଲାଗି ରହିଛି॥3॥
ਨਾਮੇ ਹੀ ਹਮ ਨਿਰਭਉ ਭਏ ॥ ନାମ ଦ୍ଵାରା ହିଁ ଆମେ ନିର୍ଭୀକ ହୋଇ ଯାଇଛୁ ଏବଂ
ਨਾਮੇ ਆਵਨ ਜਾਵਨ ਰਹੇ ॥ ନାମ ଦ୍ଵାରା ଆମର ଜନ୍ମ ମରଣ ସମାପ୍ତ ହୋଇଛି।
ਗੁਰਿ ਪੂਰੈ ਮੇਲੇ ਗੁਣਤਾਸ ॥ ପୂର୍ଣ ଗୁରୁ ଗୁଣର ଭଣ୍ଡାର ସହିତ ମିଳନ କରାଇ ଦେଇଛନ୍ତି।
ਕਹੁ ਨਾਨਕ ਸੁਖਿ ਸਹਜਿ ਨਿਵਾਸੁ ॥੪॥੨॥੪॥ ହେ ନାନକ! ବର୍ତ୍ତମାନ ସ୍ଵାଭାବିକ ସୁଖରେ ନିବାସ ହୋଇ ଯାଇଛି||4||2||4||
ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥
ਨਿਮਾਨੇ ਕਉ ਜੋ ਦੇਤੋ ਮਾਨੁ ॥ ଯିଏ ଦୀନକୁ ମଧ୍ୟ ସମ୍ମାନ ଦେଇଥାଏ,
ਸਗਲ ਭੂਖੇ ਕਉ ਕਰਤਾ ਦਾਨੁ ॥ ସବୁ କ୍ଷୁଧାର୍ତ୍ତକୁ ମଧ୍ୟ ଭୋଜନ ଦେଇଥାଏ,
ਗਰਭ ਘੋਰ ਮਹਿ ਰਾਖਨਹਾਰੁ ॥ ଭୟାନକ ଗର୍ଭରେ ମଧ୍ୟ ଜୀବର ରକ୍ଷା କରିଥାଏ,
ਤਿਸੁ ਠਾਕੁਰ ਕਉ ਸਦਾ ਨਮਸਕਾਰੁ ॥੧॥ ସେହି ଈଶ୍ଵରଙ୍କୁ ଆମର ସଦା ଶତ ଶତ ନମନ ଅଟେ॥1॥
ਐਸੋ ਪ੍ਰਭੁ ਮਨ ਮਾਹਿ ਧਿਆਇ ॥ ଏପରି ପ୍ରଭୁଙ୍କୁ ମନରେ ଧ୍ୟାନ କର,
ਘਟਿ ਅਵਘਟਿ ਜਤ ਕਤਹਿ ਸਹਾਇ ॥੧॥ ਰਹਾਉ ॥ ଯିଏ ସୁଖ-ଦୁଃଖ ସବୁଜାଗାରେ ସହାୟତା କରିଥାଏ॥5॥ରୁହ॥
ਰੰਕੁ ਰਾਉ ਜਾ ਕੈ ਏਕ ਸਮਾਨਿ ॥ ଯାହାଙ୍କ ଦୃଷ୍ଟିରେ ଭିକାରି ଓ ରାଜା ଏକା ଭଳି ଅଟେ,
ਕੀਟ ਹਸਤਿ ਸਗਲ ਪੂਰਾਨ ॥ ସେ ପିମ୍ପୁଡି ଓ ହାତୀ ସବୁଠାରେ ଭରପୁର ଅଛନ୍ତି।
ਬੀਓ ਪੂਛਿ ਨ ਮਸਲਤਿ ਧਰੈ ॥ ସେ କାହାକୁ ପଚାରି କିଛି ପରାମର୍ଶ ନିଅନ୍ତି ନାହିଁ।
ਜੋ ਕਿਛੁ ਕਰੈ ਸੁ ਆਪਹਿ ਕਰੈ ॥੨॥ ସେ ଯାହା କରିଥାନ୍ତି, ନିଜ ଇଚ୍ଛାରେ ହିଁ କରିଥାନ୍ତି॥2॥
ਜਾ ਕਾ ਅੰਤੁ ਨ ਜਾਨਸਿ ਕੋਇ ॥ ଯେଉଁ ଭଗବାନଙ୍କ ରହସ୍ୟ କେହି ଜାଣନ୍ତି ନାହିଁ,
ਆਪੇ ਆਪਿ ਨਿਰੰਜਨੁ ਸੋਇ ॥ ସେହି ନିରଞ୍ଜନ ସ୍ଵୟଂ ହିଁ ସବୁକିଛି ଅଟନ୍ତି।
ਆਪਿ ਅਕਾਰੁ ਆਪਿ ਨਿਰੰਕਾਰੁ ॥ ସେ ସ୍ଵୟଂ ହିଁ ସାକାର ଆଉ ସ୍ଵୟଂ ହିଁ ନିରାକାର ଅଟନ୍ତି।
ਘਟ ਘਟ ਘਟਿ ਸਭ ਘਟ ਆਧਾਰੁ ॥੩॥ ସେ ସର୍ବ ବ୍ୟାପକ ଅଟନ୍ତି ଏବଂ ସବୁଙ୍କ ଜୀବନର ଆଧାର ଅଟନ୍ତି॥3॥
ਨਾਮ ਰੰਗਿ ਭਗਤ ਭਏ ਲਾਲ ॥ ନାମରେ ରଙ୍ଗରେ ଭକ୍ତ ଲାଲ ହୋଇ ଯାଇଛି ଏବଂ
ਜਸੁ ਕਰਤੇ ਸੰਤ ਸਦਾ ਨਿਹਾਲ ॥ ସନ୍ଥଜନ ତାହାଙ୍କ ଯଶୋଗାନ କରି ପ୍ରସନ୍ନ ରହିଥାନ୍ତି।
ਨਾਮ ਰੰਗਿ ਜਨ ਰਹੇ ਅਘਾਇ ॥ ନାମର ରଙ୍ଗରେ ସନ୍ଥଜନ ତୃପ୍ତ ରହିଥାନ୍ତି ଏବଂ
ਨਾਨਕ ਤਿਨ ਜਨ ਲਾਗੈ ਪਾਇ ॥੪॥੩॥੫॥ ନାନକ ସେହି ସନ୍ଥଜନଙ୍କ ଚରଣରେ ହିଁ ଲାଗିଥାନ୍ତି||4||3||5||
ਗੋਂਡ ਮਹਲਾ ੫ ॥ ଗୋଣ୍ଡ ମହଲା 5॥
ਜਾ ਕੈ ਸੰਗਿ ਇਹੁ ਮਨੁ ਨਿਰਮਲੁ ॥ ଯାହାର ସାଥିରେ ରହିଲେ ଏହି ମନ ନିର୍ମଳ ହୋଇଯାଏ,
ਜਾ ਕੈ ਸੰਗਿ ਹਰਿ ਹਰਿ ਸਿਮਰਨੁ ॥ ଯାହାଙ୍କ ସଙ୍ଗତରେ ପ୍ରଭୁଙ୍କ ସ୍ମରଣ ହୋଇଥାଏ,
ਜਾ ਕੈ ਸੰਗਿ ਕਿਲਬਿਖ ਹੋਹਿ ਨਾਸ ॥ ଯାହାଙ୍କ ସୁସଙ୍ଗତିରେ ସବୁ ପାପ ନାଶ ହୋଇଯାଏ,
ਜਾ ਕੈ ਸੰਗਿ ਰਿਦੈ ਪਰਗਾਸ ॥੧॥ ଯାହାଙ୍କ ସଙ୍ଗତରେ ହୃଦୟରେ ପ୍ରକାଶ ହୋଇଯାଏ॥1॥
ਸੇ ਸੰਤਨ ਹਰਿ ਕੇ ਮੇਰੇ ਮੀਤ ॥ ସେହି ହରିଙ୍କ ସନ୍ଥଜନ ହିଁ ମୋର ପରମ ମିତ୍ର ଅଟନ୍ତି,
ਕੇਵਲ ਨਾਮੁ ਗਾਈਐ ਜਾ ਕੈ ਨੀਤ ॥੧॥ ਰਹਾਉ ॥ ଯାହାଙ୍କ ସାଥିରେ କେବଳ ନାମର ହିଁ ଗୁଣଗାନ କରାଯାଇ ଥାଏ॥1॥ରୁହ॥
ਜਾ ਕੈ ਮੰਤ੍ਰਿ ਹਰਿ ਹਰਿ ਮਨਿ ਵਸੈ ॥ ଯାହାଙ୍କ ମନ୍ତ୍ର ଦ୍ଵାରା ପରମେଶ୍ଵର ମନରେ ବାସ କରିଥାନ୍ତି,
ਜਾ ਕੈ ਉਪਦੇਸਿ ਭਰਮੁ ਭਉ ਨਸੈ ॥ ଯାହାଙ୍କ ଉପଦେଶ ଦ୍ଵାରା ସାରା ଭ୍ରମ ଓ ଭୟ ନାଶ ହୋଇଯାଏ,
ਜਾ ਕੈ ਕੀਰਤਿ ਨਿਰਮਲ ਸਾਰ ॥ ଯାହାଙ୍କ ହୃଦୟରେ ପ୍ରଭୁଙ୍କ ନିର୍ମଳ କୀର୍ତ୍ତି ଥାଏ,
ਜਾ ਕੀ ਰੇਨੁ ਬਾਂਛੈ ਸੰਸਾਰ ॥੨॥ ତାହାଙ୍କ ଚରଣ-ଧୂଳିର ଅଭିଳାଷ ସାରା ସଂସାରର ଅଛି॥2॥
ਕੋਟਿ ਪਤਿਤ ਜਾ ਕੈ ਸੰਗਿ ਉਧਾਰ ॥ ଯାହାଙ୍କ ସୁସଙ୍ଗତି ଦ୍ଵାରା କୋଟି କୋଟି ପାପୀ ଉଦ୍ଧାର ହୋଇଯାନ୍ତି,
ਏਕੁ ਨਿਰੰਕਾਰੁ ਜਾ ਕੈ ਨਾਮ ਅਧਾਰ ॥ ଏକ ପରମାତ୍ମା ହିଁ ତାହାର ହୃଦୟରେ ବାସ କରନ୍ତି, ଯାହାର ଆଶ୍ରା ନାମ ଅଟେ।
ਸਰਬ ਜੀਆਂ ਕਾ ਜਾਨੈ ਭੇਉ ॥ ସେ ସବୁ ଜୀବଙ୍କ ଭେଦ ଜାଣିଥାନ୍ତି ଆଉ
ਕ੍ਰਿਪਾ ਨਿਧਾਨ ਨਿਰੰਜਨ ਦੇਉ ॥੩॥ ନିରଞ୍ଜନ ପରମାତ୍ମା କୃପାର ଭଣ୍ଡାର ଅଟନ୍ତି॥3॥
ਪਾਰਬ੍ਰਹਮ ਜਬ ਭਏ ਕ੍ਰਿਪਾਲ ॥ ଯେତେବେଳେ ପରଂବ୍ରହ୍ମ କୃପାଳୁ ହୋଇଛନ୍ତି
ਤਬ ਭੇਟੇ ਗੁਰ ਸਾਧ ਦਇਆਲ ॥ ଦୟାଳୁ ଗୁରୁ-ସାଧୁଙ୍କ ସହିତ ସାକ୍ଷାତ ହୋଇଛି।


© 2017 SGGS ONLINE
error: Content is protected !!
Scroll to Top