Page 763
ਸੂਹੀ ਮਹਲਾ ੫ ਗੁਣਵੰਤੀ ॥
ସୁହୀ ମହଲା 5 ଗୁଣବନ୍ତୀ ॥
ਜੋ ਦੀਸੈ ਗੁਰਸਿਖੜਾ ਤਿਸੁ ਨਿਵਿ ਨਿਵਿ ਲਾਗਉ ਪਾਇ ਜੀਉ ॥
ଗୁରୁଙ୍କ ଯେଉଁ ଶିଷ୍ୟ ଦେଖା ଦିଅନ୍ତି, ମୁଁ ନତମସ୍ତକ ହୋଇ ତାହାଙ୍କ ଚରଣରେ ପଡିଥାଏ।
ਆਖਾ ਬਿਰਥਾ ਜੀਅ ਕੀ ਗੁਰੁ ਸਜਣੁ ਦੇਹਿ ਮਿਲਾਇ ਜੀਉ ॥
ମୁଁ ତାହାଙ୍କୁ ନିଜ ମନର ବ୍ୟଥା ବତାଇ ଥାଏ ଆଉ ତାହାଙ୍କୁ ନିବେଦନ କରିଥାଏ ଯେ ସେ ମୋତେ ମୋହର ସଜ୍ଜନ ଗୁରୁଙ୍କ ସହିତ ମିଳନ କରାଇ ଦିଅନ୍ତୁ।
ਸੋਈ ਦਸਿ ਉਪਦੇਸੜਾ ਮੇਰਾ ਮਨੁ ਅਨਤ ਨ ਕਾਹੂ ਜਾਇ ਜੀਉ ॥
ମୋତେ ଏହି ଉପଦେଶ ଦିଅ ଯାହା ଦ୍ଵାରା ମୋର ମନ କେଉଁ ଆଡେ ପଥଭ୍ରଷ୍ଟ ହେବ ନାହିଁ।
ਇਹੁ ਮਨੁ ਤੈ ਕੂੰ ਡੇਵਸਾ ਮੈ ਮਾਰਗੁ ਦੇਹੁ ਬਤਾਇ ਜੀਉ ॥
ମୁଁ ନିଜର ଏହି ମନ ତୋତେ ଅର୍ପଣ କରିବି, ମୋତେ ପ୍ରଭୁଙ୍କ ମିଳନର ମାର୍ଗ ବତାଇ ଦିଅ।
ਹਉ ਆਇਆ ਦੂਰਹੁ ਚਲਿ ਕੈ ਮੈ ਤਕੀ ਤਉ ਸਰਣਾਇ ਜੀਉ ॥
ମୁଁ ବହୁତ ଦୂରରୁ ଚାଲି ତୋ’ ପାଖକୁ ଆସିଛି ଆଉ ମୁଁ ତୋର ହିଁ ଶରଣ ଦେଖିଛି।
ਮੈ ਆਸਾ ਰਖੀ ਚਿਤਿ ਮਹਿ ਮੇਰਾ ਸਭੋ ਦੁਖੁ ਗਵਾਇ ਜੀਉ ॥
ମୁଁ ନିଜ ଚିତ୍ତରେ ଏହି ଆଶା ରଖିଛି ଯେ ତୁ ମୋର ସବୁ ଦୁଃଖ ଦୂର କରିଦେବୁ।
ਇਤੁ ਮਾਰਗਿ ਚਲੇ ਭਾਈਅੜੇ ਗੁਰੁ ਕਹੈ ਸੁ ਕਾਰ ਕਮਾਇ ਜੀਉ ॥
ହେ ଭାଇ ଯଦି ତୁ ଏହି ମାର୍ଗରେ ଚାଲୁ, ଯାହା ଗୁରୁ କହନ୍ତି ସେହି କାର୍ଯ୍ୟ କର,
ਤਿਆਗੇਂ ਮਨ ਕੀ ਮਤੜੀ ਵਿਸਾਰੇਂ ਦੂਜਾ ਭਾਉ ਜੀਉ ॥
ନିଜ ମନର ମତି ତ୍ୟାଗ କର ଆଉ ଦୈତ୍ୟଭାବକୁ ଭୁଲି ଯାଅ, ତାହାହେଲେ
ਇਉ ਪਾਵਹਿ ਹਰਿ ਦਰਸਾਵੜਾ ਨਹ ਲਗੈ ਤਤੀ ਵਾਉ ਜੀਉ ॥
ଏହିପରି ତୁ ହରିଙ୍କ ଦର୍ଶନ ପାଇ ପାରିବୁ ଆଉ ତୋର କୌଣସି ଦୁଃଖ ରହିବ ନାହିଁ।
ਹਉ ਆਪਹੁ ਬੋਲਿ ਨ ਜਾਣਦਾ ਮੈ ਕਹਿਆ ਸਭੁ ਹੁਕਮਾਉ ਜੀਉ ॥
ମୁଁ ସ୍ଵୟଂ କିଛି ମଧ୍ୟ ବୋଲିବା ଜାଣେ ନାହିଁ, ମୁଁ ସବୁକିଛି ପରମାତ୍ମାଙ୍କ ହୁକୁମରେ ହିଁ କହିଥାଏ।
ਹਰਿ ਭਗਤਿ ਖਜਾਨਾ ਬਖਸਿਆ ਗੁਰਿ ਨਾਨਕਿ ਕੀਆ ਪਸਾਉ ਜੀਉ ॥
ଗୁରୁ ନାନକ ମୋ’ ଉପରେ ବଡ କୃପା କରିଛନ୍ତି ଆଉ ମୋତେ ହରିଙ୍କ ଭକ୍ତିର ଖଜଣା ପ୍ରଦାନ କରିଛନ୍ତି।
ਮੈ ਬਹੁੜਿ ਨ ਤ੍ਰਿਸਨਾ ਭੁਖੜੀ ਹਉ ਰਜਾ ਤ੍ਰਿਪਤਿ ਅਘਾਇ ਜੀਉ ॥
ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ତୃପ୍ତ ହୋଇ ଯାଇଛି ଆଉ ପୁନର୍ବାର ମାୟାର ତୃଷ୍ଣା ଏବଂ କ୍ଷୁଧା ଲାଗେ ନାହିଁ।
ਜੋ ਗੁਰ ਦੀਸੈ ਸਿਖੜਾ ਤਿਸੁ ਨਿਵਿ ਨਿਵਿ ਲਾਗਉ ਪਾਇ ਜੀਉ ॥੩॥
ଯିଏ ବି ଗୁରୁଙ୍କ ଶିଷ୍ୟ ନଜର ଆସିଥାଏ, ମୁଁ ନତମସ୍ତକ ହୋଇ ତାହାଙ୍କ ଚରଣରେ ପଡିଥାଏ॥3॥
ਰਾਗੁ ਸੂਹੀ ਛੰਤ ਮਹਲਾ ੧ ਘਰੁ ੧
ରାଗ ସୁହୀ ଛନ୍ତ ମହଲା 1 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਭਰਿ ਜੋਬਨਿ ਮੈ ਮਤ ਪੇਈਅੜੈ ਘਰਿ ਪਾਹੁਣੀ ਬਲਿ ਰਾਮ ਜੀਉ ॥
ଜୀବ-ସ୍ତ୍ରୀ ନିଜର ଭରପୁର ଯୌବନରେ ଏହିପରି ରହିଥାଏ ଯେପରି ମଦିରା ପାନ କରି ନିଶାସକ୍ତ ଥାଏ।
ਮੈਲੀ ਅਵਗਣਿ ਚਿਤਿ ਬਿਨੁ ਗੁਰ ਗੁਣ ਨ ਸਮਾਵਨੀ ਬਲਿ ਰਾਮ ਜੀਉ ॥
ସେ ଏହା ଜାଣି ନଥାଏ ଯେ ସେ ଇହଲୋକରେ ଏକ ଅତିଥି ଅଟେ, ସେ ନିଜ ଅବଗୁଣ ଦ୍ଵାରା ନିଜ ଚିତ୍ତକୁ ମଇଳା କରିଥାଏ, ଗୁରୁଙ୍କ ବିନା ତାହାର ହୃଦୟରେ ଗୁଣ ଆସେ ନାହିଁ।
ਗੁਣ ਸਾਰ ਨ ਜਾਣੀ ਭਰਮਿ ਭੁਲਾਣੀ ਜੋਬਨੁ ਬਾਦਿ ਗਵਾਇਆ ॥
ସେ ଗୁଣର ମୂଲ୍ୟ ଜାଣେ ନାହିଁ ଆଉ ଭ୍ରମରେ ରହିଥାଏ, ସେ ନିଜ ଯୌବନ ବ୍ୟର୍ଥରେ ହରାଇ ଦିଏ।
ਵਰੁ ਘਰੁ ਦਰੁ ਦਰਸਨੁ ਨਹੀ ਜਾਤਾ ਪਿਰ ਕਾ ਸਹਜੁ ਨ ਭਾਇਆ ॥
ନା ସେ ନିଜ ପତି-ପ୍ରଭୁଙ୍କୁ ଜାଣିଥାଏ, ନା ହିଁ ତାହାଙ୍କ ଘର-ଦ୍ଵାର ଦେଖିଥାଏ, ଆଉ ନା ହିଁ ତାହାଙ୍କ ଦର୍ଶନ କରିଥାଏ, ସେ ନିଜ ପ୍ରଭୁଙ୍କ ସ୍ଵାଭାବିକ ସୁଖ ପାଇନଥାଏ।
ਸਤਿਗੁਰ ਪੂਛਿ ਨ ਮਾਰਗਿ ਚਾਲੀ ਸੂਤੀ ਰੈਣਿ ਵਿਹਾਣੀ ॥
ସେ ନିଜ ସଦଗୁରୁଙ୍କୁ ପଚାରି ପ୍ରଭୁଙ୍କ ମାର୍ଗରେ ଚାଲେ ନାହିଁ, ସେ ଅଜ୍ଞାନତାର ନିଦ୍ରାରେ ଶୟନ କରିଥାଏ ଆଉ ତାହାର ଜୀବନ ରୂପୀ ରାତ୍ରି ବିତିଯାଇଥାଏ।
ਨਾਨਕ ਬਾਲਤਣਿ ਰਾਡੇਪਾ ਬਿਨੁ ਪਿਰ ਧਨ ਕੁਮਲਾਣੀ ॥੧॥
ହେ ନାନକ! ଏହା ଭାବ ଯେ ସେ ବାଲ୍ୟାବସ୍ଥାରେ ହିଁ ବିଧବା ହୋଇଯାଏ ଆଉ ନିଜ ପତି-ପ୍ରଭୁଙ୍କ ବିନା ସେ ଝଡିଯାଏ॥1॥
ਬਾਬਾ ਮੈ ਵਰੁ ਦੇਹਿ ਮੈ ਹਰਿ ਵਰੁ ਭਾਵੈ ਤਿਸ ਕੀ ਬਲਿ ਰਾਮ ਜੀਉ ॥
ହେ ବାବା! ମୋତେ ମୋ’ ପତି-ପ୍ରଭୁଙ୍କ ସହିତ ମିଳାଇ ଦିଅ, ମୋତେ ନିଜ ହରି ବହୁତ ଭଲ ଲାଗିଥାନ୍ତି, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ।
ਰਵਿ ਰਹਿਆ ਜੁਗ ਚਾਰਿ ਤ੍ਰਿਭਵਣ ਬਾਣੀ ਜਿਸ ਕੀ ਬਲਿ ਰਾਮ ਜੀਉ ॥
ସେ ଚାରି ଯୁଗରେ ଜଗତରେ ବାସ କରିଛନ୍ତି, ଯାହାଙ୍କ ବାଣୀ ତିନି ଲୋକ-ଆକାଶ, ପାତାଳ ଓ ମର୍ତ୍ତ୍ୟରେ ପଢା ଯାଇଥାଏ, ଶୁଣା ଯାଇଥାଏ ଓ ଗାନ କରାଯାଇ ଥାଏ।
ਤ੍ਰਿਭਵਣ ਕੰਤੁ ਰਵੈ ਸੋਹਾਗਣਿ ਅਵਗਣਵੰਤੀ ਦੂਰੇ ॥
ତିନି ଲୋକଙ୍କ ମାଲିକ, ପରମାତ୍ମା ସୁହାଗିନୀ ଜୀବ-ସ୍ତ୍ରୀ ସହିତ ରମଣ କରିଥାନ୍ତି
ਜੈਸੀ ਆਸਾ ਤੈਸੀ ਮਨਸਾ ਪੂਰਿ ਰਹਿਆ ਭਰਪੂਰੇ ॥
କୌଣସି ଜୀବ-ସ୍ତ୍ରୀର ଅଭିଳାଷ ଯେପରି ହୋଇଥାଏ, ସର୍ବବ୍ୟାପକ ପରମାତ୍ମା ତାହାର ସେହି ଅଭିଳାଷ ପୁରା କରିଥାନ୍ତି।
ਹਰਿ ਕੀ ਨਾਰਿ ਸੁ ਸਰਬ ਸੁਹਾਗਣਿ ਰਾਂਡ ਨ ਮੈਲੈ ਵੇਸੇ ॥
ଯେଉଁ ଜୀବ-ସ୍ତ୍ରୀ ହରିଙ୍କ ପତ୍ନୀ ବନିଯାଏ, ସେ ସଦା ସୁହାଗିନୀ ରହିଥାଏ, ସେ ନା କେବେ ବିଧବା ହୋଇଥାଏ ଆଉ ନା ତାହାଙ୍କ ବେଶ ମଇଳା ହୋଇଥାଏ।
ਨਾਨਕ ਮੈ ਵਰੁ ਸਾਚਾ ਭਾਵੈ ਜੁਗਿ ਜੁਗਿ ਪ੍ਰੀਤਮ ਤੈਸੇ ॥੨॥
ହେ ନାନକ! ମୋତେ ସଚ୍ଚା ପ୍ରଭୁ ବହୁତ ଭଲ ଲାଗନ୍ତି, ମୋର ପ୍ରିୟତମ ଯୁଗ-ଯୁଗରେ ଏକ ଭଳି ରହିଥାନ୍ତି॥2॥
ਬਾਬਾ ਲਗਨੁ ਗਣਾਇ ਹੰ ਭੀ ਵੰਞਾ ਸਾਹੁਰੈ ਬਲਿ ਰਾਮ ਜੀਉ ॥
ହେ ବାବା! ମୋର ବିବାହର ଲଗ୍ନ ବାହାର କର, ଯେପରି ବିବାହ କରି ମୁଁ ମଧ୍ୟ ବିବାହ କରି ନିଜ ଶ୍ଵଶୁର ଘରକୁ ଯାଇ ପାରିବି।
ਸਾਹਾ ਹੁਕਮੁ ਰਜਾਇ ਸੋ ਨ ਟਲੈ ਜੋ ਪ੍ਰਭੁ ਕਰੈ ਬਲਿ ਰਾਮ ਜੀਉ ॥
ପ୍ରଭୁ ନିଜ ଇଚ୍ଛା ଅନୁସାରେ ଯାହା ହୁକୁମ କରିଥାନ୍ତି, ତାହା ହିଁ ବିବାହର ଲଗ୍ନ ହୋଇଥାଏ, ତାହାଙ୍କ ହୁକୁମ କେବେ ଟଳି ପାରେ ନାହିଁ।
ਕਿਰਤੁ ਪਇਆ ਕਰਤੈ ਕਰਿ ਪਾਇਆ ਮੇਟਿ ਨ ਸਕੈ ਕੋਈ ॥
ଭାଗ୍ୟରେ ଯାହା ଲେଖା ହୋଇଥାଏ ଆଉ ଯାହା କର୍ତ୍ତା ସ୍ଵୟଂ ଲେଖିଛନ୍ତି। ତାହା କେହି ଟାଳି ପାରିବେ ନାହିଁ।
ਜਾਞੀ ਨਾਉ ਨਰਹ ਨਿਹਕੇਵਲੁ ਰਵਿ ਰਹਿਆ ਤਿਹੁ ਲੋਈ ॥
ଯେଉଁ ପ୍ରଭୁ ତିନି ଲୋକରେ ବାସ କରିଛନ୍ତି ଆଉ ଯିଏ ନିଷ୍ପକ୍ଷ ଅଟନ୍ତି, ସେ ନିଜେ ମୋତେ ବିବାହ କରିବାକୁ ଆସିଛନ୍ତି।
ਮਾਇ ਨਿਰਾਸੀ ਰੋਇ ਵਿਛੁੰਨੀ ਬਾਲੀ ਬਾਲੈ ਹੇਤੇ ॥
ପରମାତ୍ମାଙ୍କ ସହିତ ଜୀବ-ସ୍ତ୍ରୀର ପ୍ରେମ ଦେଖି ମା’ ରୂପୀ ମାୟା ନିରାଶ ହୋଇ ରୋଦନ କରିଥାଏ।
ਨਾਨਕ ਸਾਚ ਸਬਦਿ ਸੁਖ ਮਹਲੀ ਗੁਰ ਚਰਣੀ ਪ੍ਰਭੁ ਚੇਤੇ ॥੩॥
ହେ ନାନକ! ଜୀବ-ସ୍ତ୍ରୀ ଗୁରୁଙ୍କ ଚରଣରେ ଲାଗି ପ୍ରଭୁଙ୍କ ସ୍ମରଣ କରିଥାଏ ଆଉ ସଚ୍ଚା ଶବ୍ଦ ଦ୍ଵାରା ନିଜ ପ୍ରଭୁଙ୍କ ମହଲରେ ସୁଖ ଭୋଗ କରିଥାଏ॥3॥