Page 733
ਜੇ ਸਉ ਲੋਚੈ ਰੰਗੁ ਨ ਹੋਵੈ ਕੋਇ ॥੩॥
ଯଦି ସେ ଶହେ ଥର ମଧ୍ୟ ଅଭିଳାଷ କରିଥାଏ, ତାହାର ମନରେ କୌଣସି ପ୍ରେମ-ରଙ୍ଗ ଲାଗେ ନାହିଁ॥3॥
ਨਦਰਿ ਕਰੇ ਤਾ ਸਤਿਗੁਰੁ ਪਾਵੈ ॥ ਨਾਨਕ ਹਰਿ ਰਸਿ ਹਰਿ ਰੰਗਿ ਸਮਾਵੈ ॥੪॥੨॥੬॥
ଯଦି ପରମାତ୍ମା ନିଜ କୃପାଦୃଷ୍ଟି କରିଥାନ୍ତି, ତାହାହେଲେ ସେ ସଦଗୁରୁଙ୍କୁ ପାଇଥାଏ, ହେ ନାନକ! ପୁଣି ଏପରି ମନୁଷ୍ୟ ହରି-ରସ ଓ ପ୍ରେମ ରଙ୍ଗରେ ହିଁ ରହିଥାଏ||4||2||6||
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4 ॥
ਜਿਹਵਾ ਹਰਿ ਰਸਿ ਰਹੀ ਅਘਾਇ ॥
ଯିଏ ହରିରସ ପିଇ ତୃପ୍ତ ରହିଥାଏ,
ਗੁਰਮੁਖਿ ਪੀਵੈ ਸਹਜਿ ਸਮਾਇ ॥੧॥
ଯିଏ ଗୁରୁମୁଖୀ ବନି ହରି-ରସ ପାନ କରିଥାଏ, ସେ ସ୍ଵାଭାବିକ ଭାବରେ ରହିଥାଏ॥1॥
ਹਰਿ ਰਸੁ ਜਨ ਚਾਖਹੁ ਜੇ ਭਾਈ ॥
ହେ ଭାଇ! ଯଦି ତୁମେ ହରି-ରସ ଆସ୍ଵାଦନ କରିବ, ତାହାହେଲେ ପୁଣି
ਤਉ ਕਤ ਅਨਤ ਸਾਦਿ ਲੋਭਾਈ ॥੧॥ ਰਹਾਉ ॥
ଅନ୍ୟ ସ୍ଵାଦ ପ୍ରତି କାହିଁକି ଲୁବ୍ଧ ହେବ॥1॥ରୁହ॥
ਗੁਰਮਤਿ ਰਸੁ ਰਾਖਹੁ ਉਰ ਧਾਰਿ ॥
ଗୁରୁଙ୍କ ମତ ଦ୍ଵାରା ହରି-ରସ ନିଜ ହୃଦୟରେ ସ୍ଥାପନ କର।
ਹਰਿ ਰਸਿ ਰਾਤੇ ਰੰਗਿ ਮੁਰਾਰਿ ॥੨॥
ହରି-ରସରେ ମଗ୍ନ ହୋଇ ଭକ୍ତଜନ ପ୍ରଭୁଙ୍କ ପ୍ରେମ-ରଙ୍ଗରେ ରଙ୍ଗୀନ ହୋଇଥାଏ॥2॥
ਮਨਮੁਖਿ ਹਰਿ ਰਸੁ ਚਾਖਿਆ ਨ ਜਾਇ ॥
ସ୍ଵେଚ୍ଛାଚାରୀ ଜୀବ ଦ୍ଵାରା ହରି-ରସ ଆସ୍ଵାଦନ କରାଯାଏ ନାହିଁ।
ਹਉਮੈ ਕਰੈ ਬਹੁਤੀ ਮਿਲੈ ਸਜਾਇ ॥੩॥
ସେ ବଡ ଅହଂକାର କରିଥାଏ, ଯେଉଁ କାରଣରୁ ତାହାକୁ ବହୁତ ଦଣ୍ଡ ମିଳିଥାଏ॥3॥
ਨਦਰਿ ਕਰੇ ਤਾ ਹਰਿ ਰਸੁ ਪਾਵੈ ॥
ଯଦି ପରମାତ୍ମାଙ୍କ ସାମାନ୍ୟ କୃପା ହୋଇଯାଏ, ତାହାହେଲେ ସେ ହରି-ରସ ପାଇନିଏ।
ਨਾਨਕ ਹਰਿ ਰਸਿ ਹਰਿ ਗੁਣ ਗਾਵੈ ॥੪॥੩॥੭॥
ହେ ନାନକ! ପୁଣି ଏପରି ଜୀବ ହରି-ରସ ପିଇ ହରିଙ୍କ ଗୁଣଗାନ କରିଥାଏ||4||3||7||
ਸੂਹੀ ਮਹਲਾ ੪ ਘਰੁ ੬
ସୁହୀ ମହଲା 4 ଘର 6
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਨੀਚ ਜਾਤਿ ਹਰਿ ਜਪਤਿਆ ਉਤਮ ਪਦਵੀ ਪਾਇ ॥
ନୀଚ ଜାତିର ମନୁଷ୍ୟ ମଧ୍ୟ ହରିଙ୍କ ନାମ ଜପିବା ଦ୍ଵାରା ଉତ୍ତମ ପଦ ପ୍ରାପ୍ତ କରିଥାଏ।
ਪੂਛਹੁ ਬਿਦਰ ਦਾਸੀ ਸੁਤੈ ਕਿਸਨੁ ਉਤਰਿਆ ਘਰਿ ਜਿਸੁ ਜਾਇ ॥੧॥
ଏହି ଥର ଦାସୀ ପୁତ୍ର ବିଦୁର ବିଷୟରେ ବିଶ୍ଳେଷଣ କର, ଯାହାଙ୍କ ଘରେ ଶ୍ରୀକୃଷ୍ଣ ଆତିଥ୍ୟ ସ୍ଵୀକାର କରିଥିଲେ॥1॥
ਹਰਿ ਕੀ ਅਕਥ ਕਥਾ ਸੁਨਹੁ ਜਨ ਭਾਈ ਜਿਤੁ ਸਹਸਾ ਦੂਖ ਭੂਖ ਸਭ ਲਹਿ ਜਾਇ ॥੧॥ ਰਹਾਉ ॥
ହେ ଭାଇ! ହରିଙ୍କ ଅବର୍ଣ୍ଣନୀୟ କଥା ଶୁଣ ଯାହାଦ୍ୱାରା ଚିନ୍ତା, ଦୁଃଖ ଏବଂ କ୍ଷୁଧା ଦୂର ହୋଇଯାଏ॥1॥ରୁହ॥
ਰਵਿਦਾਸੁ ਚਮਾਰੁ ਉਸਤਤਿ ਕਰੇ ਹਰਿ ਕੀਰਤਿ ਨਿਮਖ ਇਕ ਗਾਇ ॥
ଚମାର ଜାତିର ଭକ୍ତ ରବିଦାସ ଈଶ୍ଵରଙ୍କ ସ୍ତୁତି କରିଥିଲେ ଏବଂ ପ୍ରତି କ୍ଷଣରେ ପ୍ରଭୁଙ୍କ କୀର୍ତ୍ତି ଗାନ କରିଥିଲେ।
ਪਤਿਤ ਜਾਤਿ ਉਤਮੁ ਭਇਆ ਚਾਰਿ ਵਰਨ ਪਏ ਪਗਿ ਆਇ ॥੨॥
ସେ ପତିତ ଜାତି ସହିତ ମହାନ ଭକ୍ତ ବନିଗଲେ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର, ଏହି ଚାରି ବର୍ଣ୍ଣର ଲୋକ ତାହାଙ୍କ ଚରଣରେ ଲାଗିଲେ॥2॥
ਨਾਮਦੇਅ ਪ੍ਰੀਤਿ ਲਗੀ ਹਰਿ ਸੇਤੀ ਲੋਕੁ ਛੀਪਾ ਕਹੈ ਬੁਲਾਇ ॥
ଭକ୍ତ ନାମଦେବଙ୍କ ପ୍ରୀତି ହରିଙ୍କ ସହିତ ଲାଗି ଯାଇଛି, ଲୋକମାନେ ତାହାଙ୍କୁ ନୀଚ ଜାତି ବୋଲି କହୁଥିଲେ।
ਖਤ੍ਰੀ ਬ੍ਰਾਹਮਣ ਪਿਠਿ ਦੇ ਛੋਡੇ ਹਰਿ ਨਾਮਦੇਉ ਲੀਆ ਮੁਖਿ ਲਾਇ ॥੩॥
ହରି ବ୍ରାହ୍ମଣ ଓ କ୍ଷତ୍ରିୟକୁ ପଛ କରି ନାମଦେବଙ୍କୁ ଆଗ କରି ଆଦର କରିଛନ୍ତି॥3॥
ਜਿਤਨੇ ਭਗਤ ਹਰਿ ਸੇਵਕਾ ਮੁਖਿ ਅਠਸਠਿ ਤੀਰਥ ਤਿਨ ਤਿਲਕੁ ਕਢਾਇ ॥
ଈଶ୍ଵରଙ୍କ ଯେତେ ମଧ୍ୟ ଭକ୍ତ ଏବଂ ସେବକ ଅଛନ୍ତି, ଅଠଷଠି ତୀର୍ଥ ତାହାର କପାଳରେ ତିଳକ ଲଗାଇ ଥାଆନ୍ତି।
ਜਨੁ ਨਾਨਕੁ ਤਿਨ ਕਉ ਅਨਦਿਨੁ ਪਰਸੇ ਜੇ ਕ੍ਰਿਪਾ ਕਰੇ ਹਰਿ ਰਾਇ ॥੪॥੧॥੮॥
ଯଦି ଜଗତର ବାଦଶାହ ହରି ନିଜ କୃପା କରନ୍ତି, ତାହାହେଲେ ନାନକ ନିତ୍ୟ ତାହାଙ୍କ ଚରଣ ସ୍ପର୍ଶ କରୁଥିବେ ||4||1||8||
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4॥
ਤਿਨ੍ਹ੍ਹੀ ਅੰਤਰਿ ਹਰਿ ਆਰਾਧਿਆ ਜਿਨ ਕਉ ਧੁਰਿ ਲਿਖਿਆ ਲਿਖਤੁ ਲਿਲਾਰਾ ॥
ସେ ନିଜ ମନରେ ହରିଙ୍କ ଆରାଧନା କରିଛନ୍ତି, ଯାହାର କପାଳରେ ଏହି ଭାଗ୍ୟ ଲେଖା ହୋଇଛି।
ਤਿਨ ਕੀ ਬਖੀਲੀ ਕੋਈ ਕਿਆ ਕਰੇ ਜਿਨ ਕਾ ਅੰਗੁ ਕਰੇ ਮੇਰਾ ਹਰਿ ਕਰਤਾਰਾ ॥੧॥
ତାହାଙ୍କ ନିନ୍ଦା କେହି କିପରି କରି ପାରିବ, ଯାହାଙ୍କ ପକ୍ଷରେ ରଚୟିତା ହରି ଅଛନ୍ତି॥1॥
ਹਰਿ ਹਰਿ ਧਿਆਇ ਮਨ ਮੇਰੇ ਮਨ ਧਿਆਇ ਹਰਿ ਜਨਮ ਜਨਮ ਕੇ ਸਭਿ ਦੂਖ ਨਿਵਾਰਣਹਾਰਾ ॥੧॥ ਰਹਾਉ ॥
ହେ ମୋର ମନ! ସର୍ବଦା ହରିଙ୍କ ଧ୍ୟାନ କର; ସେ ଜନ୍ମ-ଜନ୍ମାନ୍ତରର ସବୁ ଦୁଃଖ ଦୂର କରିବା ବାଲା ଅଟନ୍ତି॥1॥ରୁହ॥
ਧੁਰਿ ਭਗਤ ਜਨਾ ਕਉ ਬਖਸਿਆ ਹਰਿ ਅੰਮ੍ਰਿਤ ਭਗਤਿ ਭੰਡਾਰਾ ॥
ହରି ଆରମ୍ଭରୁ ହିଁ ଭକ୍ତଜନଙ୍କୁ ନିଜ ଭକ୍ତିର ଅମୃତମୟୀ ଭଣ୍ଡାର ଦେଇଛନ୍ତି।
ਮੂਰਖੁ ਹੋਵੈ ਸੁ ਉਨ ਕੀ ਰੀਸ ਕਰੇ ਤਿਸੁ ਹਲਤਿ ਪਲਤਿ ਮੁਹੁ ਕਾਰਾ ॥੨॥
ଯିଏ ତାହାଙ୍କ ସମକକ୍ଷ ହେବାର ପ୍ରୟାସ କରିଥାଏ, ସେ ମୂର୍ଖ ହୋଇଥାଏ ଏବଂ ଲୋକ ପରଲୋକରେ ତାହାର ମୁଖ କଳା ହୋଇଯାଏ॥2॥
ਸੇ ਭਗਤ ਸੇ ਸੇਵਕਾ ਜਿਨਾ ਹਰਿ ਨਾਮੁ ਪਿਆਰਾ ॥
ଯାହାକୁ ହରିଙ୍କ ନାମ ପ୍ରିୟ ଲାଗିଥାଏ, ସେ ହିଁ ତାହାଙ୍କ ଭକ୍ତ ଓ ସେବକ ଅଟେ।
ਤਿਨ ਕੀ ਸੇਵਾ ਤੇ ਹਰਿ ਪਾਈਐ ਸਿਰਿ ਨਿੰਦਕ ਕੈ ਪਵੈ ਛਾਰਾ ॥੩॥
ତାହାଙ୍କ ସେବା କରିବା ଦ୍ଵାରା ହିଁ ହରିଙ୍କୁ ପ୍ରାପ୍ତ କରାଯାଇ ପାରେ ଆଉ ନିନ୍ଦୁକ ତିରସ୍କୃତ ହୋଇଥାଏ॥3॥
ਜਿਸੁ ਘਰਿ ਵਿਰਤੀ ਸੋਈ ਜਾਣੈ ਜਗਤ ਗੁਰ ਨਾਨਕ ਪੂਛਿ ਕਰਹੁ ਬੀਚਾਰਾ ॥
କେବଳ ସେ ଏହି କଥା ଜାଣିଥାଏ, ଯାହାର ଘରେ ଏହା ଘଟିଥାଏ, ଜଗତର ଗୁରୁ, ଗୃର ନାନକ ବିଷୟରେ ଏହି କଥା ବିଚାର କର।
ਚਹੁ ਪੀੜੀ ਆਦਿ ਜੁਗਾਦਿ ਬਖੀਲੀ ਕਿਨੈ ਨ ਪਾਇਓ ਹਰਿ ਸੇਵਕ ਭਾਇ ਨਿਸਤਾਰਾ ॥੪॥੨॥੯॥
ସୃଷ୍ଟିର ଆଦି, ଯୁଗର ଆଦି ଏବଂ ସାହିବାନର ଚାରି ବଂଶ ନିନ୍ଦା କରିବା ଦ୍ଵାରା କେହି ହରିଙ୍କୁ ପାଇ ନାହାନ୍ତି, ଏଣୁ ସେବା ଭାବନା ଦ୍ଵାରା ହିଁ ଉଦ୍ଧାର ହୋଇଥାଏ ||4||2||9||
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4॥
ਜਿਥੈ ਹਰਿ ਆਰਾਧੀਐ ਤਿਥੈ ਹਰਿ ਮਿਤੁ ਸਹਾਈ ॥
ଯେଉଁଠି ମଧ୍ୟ ଈଶ୍ଵରଙ୍କ ଆରାଧନା କରାଯାଏ, ସେଠାରେ ହିଁ ସେ ମିତ୍ର ଓ ସହାୟକ ବନିଯାନ୍ତି।