Guru Granth Sahib Translation Project

guru granth sahib odia page-687

Page 687

ਕੋਈ ਐਸੋ ਰੇ ਭੇਟੈ ਸੰਤੁ ਮੇਰੀ ਲਾਹੈ ਸਗਲ ਚਿੰਤ ਠਾਕੁਰ ਸਿਉ ਮੇਰਾ ਰੰਗੁ ਲਾਵੈ ॥੨॥ ମୋର ଅଭିଳାଷ ଅଛି ଯେ ମୋତେ ଏପରି କୌଣସି ସନ୍ଥ ମିଳିଯାଉ, ଯିଏ ମୋର ସାରା ଚିନ୍ତା ଦୂର କରି ଦେବେ ଏବଂ ଠାକୁରଙ୍କ ସହିତ ମୋର ପ୍ରେମ ଲଗାଇ ଦେବେ॥2॥
ਪੜੇ ਰੇ ਸਗਲ ਬੇਦ ਨਹ ਚੂਕੈ ਮਨ ਭੇਦ ਇਕੁ ਖਿਨੁ ਨ ਧੀਰਹਿ ਮੇਰੇ ਘਰ ਕੇ ਪੰਚਾ ॥ ମୁଁ ସବୁ ବେଦ ପଢିଛି ପରନ୍ତୁ ମୋର ମନର ସନ୍ଦେହ ଦୂର ହୋଇନାହିଁ ଏବଂ ମୋର ଶରୀର ରୂପୀ ଘରେ ରହୁଥିବା ପାଞ୍ଚ ଇନ୍ଦ୍ରିୟ- ଆଖି, କାନ, ନାକ, ଜିହ୍ଵା ଆଦି ଏକ କ୍ଷଣ ପାଇଁ ଧୈର୍ଯ୍ୟ ଧରନ୍ତି ନାହିଁ।
ਕੋਈ ਐਸੋ ਰੇ ਭਗਤੁ ਜੁ ਮਾਇਆ ਤੇ ਰਹਤੁ ਇਕੁ ਅੰਮ੍ਰਿਤ ਨਾਮੁ ਮੇਰੈ ਰਿਦੈ ਸਿੰਚਾ ॥੩॥ କଣ ଏପରି କେହି ଭକ୍ତ ଅଛନ୍ତି, ଯିଏ ମୋହ-ମାୟାରୁ ନିର୍ଲିପ୍ତ ଅଛନ୍ତି ଏବଂ ମୋର ହୃଦୟରେ ନାମାମୃତ ସିଞ୍ଚନ କରିବେ॥3॥
ਜੇਤੇ ਰੇ ਤੀਰਥ ਨਾਏ ਅਹੰਬੁਧਿ ਮੈਲੁ ਲਾਏ ਘਰ ਕੋ ਠਾਕੁਰੁ ਇਕੁ ਤਿਲੁ ਨ ਮਾਨੈ ॥ ମୁଁ ଯେତେ ତୀର୍ଥ କରିଛି, ସେତେ ଅହଂକାର ରୂପୀ ମଇଳା ମୋର ମନରେ ଲାଗି ଯାଇଛି ଆଉ ମୋର ହୃଦୟ ରୂପୀ ଘରର ସ୍ଵାମୀ ପ୍ରଭୁ ଏକ କ୍ଷଣ ପାଇଁ ମଧ୍ୟ ପ୍ରସନ୍ନ ହୁଅନ୍ତି ନାହିଁ।
ਕਦਿ ਪਾਵਉ ਸਾਧਸੰਗੁ ਹਰਿ ਹਰਿ ਸਦਾ ਆਨੰਦੁ ਗਿਆਨ ਅੰਜਨਿ ਮੇਰਾ ਮਨੁ ਇਸਨਾਨੈ ॥੪॥ ମୁଁ ଏପରି ସାଧୁସଙ୍ଗତି କେବେ ପ୍ରାପ୍ତ କରିବି, ଯେଉଁଠି ମୁଁ ପରମେଶ୍ଵରଙ୍କ ନାମ ଜପ କରି ସର୍ବଦା ଆନନ୍ଦିତ ରହିବି ଆଉ ମୋର ମନ ନିଜ ଆଖିରେ ଜ୍ଞାନ ରୂପୀ ସୁରମା ଢାଳି ଜ୍ଞାନ ରୂପୀ ତୀର୍ଥରେ ସ୍ନାନ କରିବି॥4॥
ਸਗਲ ਅਸ੍ਰਮ ਕੀਨੇ ਮਨੂਆ ਨਹ ਪਤੀਨੇ ਬਿਬੇਕਹੀਨ ਦੇਹੀ ਧੋਏ ॥ ମୁଁ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ ଧର୍ମ ଅର୍ଜନ କରିଛି, କିନ୍ତୁ ମୋର ମନ ସନ୍ତୁଷ୍ଟ ହୋଇନାହିଁ, ମୁଁ, ଜ୍ଞାନହୀନ, ସ୍ନାନ କରି ନିଜ ଶରୀରକୁ ସ୍ଵଚ୍ଛ କରିଥାଏ।
ਕੋਈ ਪਾਈਐ ਰੇ ਪੁਰਖੁ ਬਿਧਾਤਾ ਪਾਰਬ੍ਰਹਮ ਕੈ ਰੰਗਿ ਰਾਤਾ ਮੇਰੇ ਮਨ ਕੀ ਦੁਰਮਤਿ ਮਲੁ ਖੋਏ ॥੫॥ ମୋର କାମନା ଏହା ଯେ କେହି ଏପରି ମହାପୁରୁଷ ମୋତେ ମିଳନ୍ତୁ ଯିଏ ବିଧାତା ପରଂବ୍ରହ୍ମଙ୍କ ପ୍ରେମରେ ମଗ୍ନ ହୋଇଛନ୍ତି ଆଉ ମୋର ଦୁର୍ମତିର ମଇଳା ଦୂର କରି ଦେଇଛନ୍ତି॥5॥
ਕਰਮ ਧਰਮ ਜੁਗਤਾ ਨਿਮਖ ਨ ਹੇਤੁ ਕਰਤਾ ਗਰਬਿ ਗਰਬਿ ਪੜੈ ਕਹੀ ਨ ਲੇਖੈ ॥ ମନୁଷ୍ୟ ଧର୍ମ-କର୍ମରେ ହିଁ ମଗ୍ନ ରହିଥାଏ, ପରନ୍ତୁ ସେ କ୍ଷଣକ ପାଇଁ ମଧ୍ୟ ପ୍ରଭୁଙ୍କ ସହିତ ପ୍ରେମ କରେ ନାହିଁ, ସେ ଗର୍ବୀ ଓ ଅହଙ୍କାରୀ ହୋଇଥାଏ, ପରନ୍ତୁ ତାହାର କୌଣସି ଧର୍ମ ମଧ୍ୟ କୌଣସି କାମରେ ଆସେ ନାହିଁ।
ਜਿਸੁ ਭੇਟੀਐ ਸਫਲ ਮੂਰਤਿ ਕਰੈ ਸਦਾ ਕੀਰਤਿ ਗੁਰ ਪਰਸਾਦਿ ਕੋਊ ਨੇਤ੍ਰਹੁ ਪੇਖੈ ॥੬॥ ଯାହାକୁ ଶୁଭ ଫଳ ଦେଉଥିବା ମୂର୍ତ୍ତି ଗୁରୁ ମିଳିଯାନ୍ତି, ସେ ସଦା ପରମାତ୍ମାଙ୍କ କୀର୍ତ୍ତି ଗାନ କରିଥାଏ ଆଉ ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ନିଜ ନେତ୍ରରେ ଭଗବାନଙ୍କ ଦର୍ଶନ ପ୍ରାପ୍ତ କରିଥାଏ॥6॥
ਮਨਹਠਿ ਜੋ ਕਮਾਵੈ ਤਿਲੁ ਨ ਲੇਖੈ ਪਾਵੈ ਬਗੁਲ ਜਿਉ ਧਿਆਨੁ ਲਾਵੈ ਮਾਇਆ ਰੇ ਧਾਰੀ ॥ ଜେଣ ମନୁଷ୍ୟ ମନରେ ଜିଦି କରିଥାଏ, ତାହାର ସାଧନା ତିଳେମାତ୍ର ସ୍ଵୀକୃତ ହୁଏନାହିଁ, ସେ ମାୟାଧାରୀ ବଗ ଭଳି ଧ୍ୟାନ ଲଗାଇ ରଖିଥାଏ।
ਕੋਈ ਐਸੋ ਰੇ ਸੁਖਹ ਦਾਈ ਪ੍ਰਭ ਕੀ ਕਥਾ ਸੁਨਾਈ ਤਿਸੁ ਭੇਟੇ ਗਤਿ ਹੋਇ ਹਮਾਰੀ ॥੭॥ କଣ କେହି ଏପରି ସୁଖ ଦେବା ବାଲା ମହାପୁରୁଷ ଅଛନ୍ତି, ଯିଏ ମୋତେ ପ୍ରଭୁଙ୍କ କଥା ଶୁଣାଇବେ ଆଉ ତାହାଙ୍କ ସହିତ ମିଳନ ଦ୍ଵାରା ମୋର ମୁକ୍ତି ହୋଇଯିବ॥7॥
ਸੁਪ੍ਰਸੰਨ ਗੋਪਾਲ ਰਾਇ ਕਾਟੈ ਰੇ ਬੰਧਨ ਮਾਇ ਗੁਰ ਕੈ ਸਬਦਿ ਮੇਰਾ ਮਨੁ ਰਾਤਾ ॥ ଯଦି ସୃଷ୍ଟିର ପାଳନ କର୍ତ୍ତା ପରମାତ୍ମା ମୋ' ଉପରେ ସୁପ୍ରସନ୍ନ ହୋଇଯାନ୍ତି, ତାହାହେଲେ ମୋର ମୋହ-ମାୟାର ବନ୍ଧନ କାଟି ଦିଅନ୍ତି, ମୋର ମନ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ।
ਸਦਾ ਸਦਾ ਆਨੰਦੁ ਭੇਟਿਓ ਨਿਰਭੈ ਗੋਬਿੰਦੁ ਸੁਖ ਨਾਨਕ ਲਾਧੇ ਹਰਿ ਚਰਨ ਪਰਾਤਾ ॥੮॥ ନିଜ ନିର୍ଭୀକ ଗୋବିନ୍ଦଙ୍କ ସହିତ ମିଳନ କରି ମୁଁ ସର୍ବଦା ଆନନ୍ଦ ପୂର୍ବକ ରହିଥାଏ, ହେ ନାନକ! ଭଗବାନଙ୍କ ଚରଣରେ ପଡି ମୁଁ ସର୍ବ ସୁଖ ପ୍ରାପ୍ତ କରି ନେଇଛି॥8॥
ਸਫਲ ਸਫਲ ਭਈ ਸਫਲ ਜਾਤ੍ਰਾ ॥ ਆਵਣ ਜਾਣ ਰਹੇ ਮਿਲੇ ਸਾਧਾ ॥੧॥ ਰਹਾਉ ਦੂਜਾ ॥੧॥੩॥॥ ବର୍ତ୍ତମାନ, ମୋର ଜୀବନ ଯାତ୍ରା ସଫଳ ହୋଇ ଯାଇଛି ଆଉ ସନଥଙ୍କ ସହିତ ମିଶି ମୋର ଜନ୍ମ ମରଣର ଚକ୍ର ସମାପ୍ତ ହୋଇ ଯାଇଛି॥1॥ଦ୍ଵିତୀୟ ରୁହ॥1॥3॥
ਧਨਾਸਰੀ ਮਹਲਾ ੧ ਛੰਤ ଧନାସରୀ ମହଲା 1 ଛନ୍ତ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਤੀਰਥਿ ਨਾਵਣ ਜਾਉ ਤੀਰਥੁ ਨਾਮੁ ਹੈ ॥ ମୁଁ ତୀର୍ଥ ସ୍ଥାନକୁ ସ୍ନାନ କରିବା ପାଇଁ ଯିବି? କିନ୍ତୁ ପରମାତ୍ମାଙ୍କ ନାମ ହିଁ ବାସ୍ତବିକ ତୀର୍ଥ ଅଟେ।
ਤੀਰਥੁ ਸਬਦ ਬੀਚਾਰੁ ਅੰਤਰਿ ਗਿਆਨੁ ਹੈ ॥ ଶବ୍ଦର ଚିନ୍ତନ ହିଁ ତୀର୍ଥ ଅଟେ ଆଉ ଏହି ଜ୍ଞାନ ମୋର ହୃଦୟରେ ଅଛି।
ਗੁਰ ਗਿਆਨੁ ਸਾਚਾ ਥਾਨੁ ਤੀਰਥੁ ਦਸ ਪੁਰਬ ਸਦਾ ਦਸਾਹਰਾ ॥ ଗୁରୁଙ୍କ ଦ୍ଵାରା ଦିଆ ହୋଇଥିବା ଜ୍ଞାନ ହିଁ ସଚ୍ଚା ତୀର୍ଥ-ସ୍ଥାନ ଆଉ ଦଶହରା ଅଟେ ଯେଉଁଠି ସର୍ବଦା ଦଶ ପର୍ବ ( ଅଷ୍ଟମୀ, ଚତୁର୍ଦ୍ଦଶୀ, ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା, ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ର ଗ୍ରହଣ, ଉତ୍ତରାୟଣ, ଦକ୍ଷିଣାୟନ ଏବଂ ବ୍ୟତିପାତ) ପାଳନ କରାଯାଏ।
ਹਉ ਨਾਮੁ ਹਰਿ ਕਾ ਸਦਾ ਜਾਚਉ ਦੇਹੁ ਪ੍ਰਭ ਧਰਣੀਧਰਾ ॥ ହେ ପୃଥିବୀକୁ ଧାରଣ କରୁଥିବା ପ୍ରଭୁ! ମୁଁ ତୋ' ଠାରୁ ସର୍ବଦା ନାମ ମାଗିଥାଏ, ମୋତେ ଏହି ନାମ ପ୍ରଦାନ କର।
ਸੰਸਾਰੁ ਰੋਗੀ ਨਾਮੁ ਦਾਰੂ ਮੈਲੁ ਲਾਗੈ ਸਚ ਬਿਨਾ ॥ ସଂପୂର୍ଣ୍ଣ ସଂସାର ହିଁ ରୋଗୀ ଅଟେ ଆଉ ଏହି ରୋଗର ଔଷଧ କେବଳ ପରମାତ୍ମାଙ୍କ ନାମ ହିଁ ଅଟେ, ସତ୍ୟ ନାମ ବିନା ମନରେ ଅହଙ୍କାରର ମଇଳା ଲାଗିଯାଏ।
ਗੁਰ ਵਾਕੁ ਨਿਰਮਲੁ ਸਦਾ ਚਾਨਣੁ ਨਿਤ ਸਾਚੁ ਤੀਰਥੁ ਮਜਨਾ ॥੧॥ ଗୁରୁଙ୍କ ବାଣୀ ପବିତ୍ର ଅଟେ, ଯିଏ ସର୍ବଦା ମନରେ ଅଜ୍ଞାନ ରୂପୀ ଅନ୍ଧକାର ଦୂର କରି ପ୍ରକାଶ ଆଣିଥାନ୍ତି, ଏହା ନିତ୍ୟ ସ୍ନାନ କରିବା ବାଲା ସଚ୍ଚା ତୀର୍ଥ-ସ୍ଥାନ ଅଟେ॥1॥
ਸਾਚਿ ਨ ਲਾਗੈ ਮੈਲੁ ਕਿਆ ਮਲੁ ਧੋਈਐ ॥ ସତ୍ୟ ନାମରେ ସମାବେଶ କରିବା ଦ୍ଵାରା ମନରେ ଅହଙ୍କାରର ମଇଳା ଲାଗେ ନାହିଁ, ତାହା ପରେ ଅହଙ୍କାରର ମଇଳା ସଫା କରିବାର ଆବଶ୍ୟକତା ପଡେ ନାହିଁ।
ਗੁਣਹਿ ਹਾਰੁ ਪਰੋਇ ਕਿਸ ਕਉ ਰੋਈਐ ॥ ନିଜ ହୃଦୟରେ ବାଗାବାନ୍ନ୍କ ଗୁଣର ହାର ପିନ୍ଧିଲେ ମନୁଷ୍ୟକୁ କାହା ସମ୍ମୁଖରେ ବିନତି କରିବାକୁ ପଡେ ନାହିଁ।
ਵੀਚਾਰਿ ਮਾਰੈ ਤਰੈ ਤਾਰੈ ਉਲਟਿ ਜੋਨਿ ਨ ਆਵਏ ॥ ଯେଉଁ ମନୁଷ୍ୟ ସ୍ମରଣ ଦ୍ଵାରା ନିଜ ମନର ଅହଂକାର ନଷ୍ଟ କରିଥାଏ, ସେ ଭବସାଗରରୁ ପାର ହୋଇଯାଏ ଆଉ ଅନ୍ୟକୁ ମଧ୍ୟ ଭବସାଗରରୁ ପାର କରାଇ ଥାଏ, ସେ ପୁନଃ ଯୋନି ଚକ୍ରରେ ପଡେ ନାହିଁ ଅର୍ଥାତ ତାହାର ମୁକ୍ତି ହୋଇଯାଏ।
ਆਪਿ ਪਾਰਸੁ ਪਰਮ ਧਿਆਨੀ ਸਾਚੁ ਸਾਚੇ ਭਾਵਏ ॥ ସେ ସ୍ଵୟଂ ହିଁ ପାରସ ଓ ଧ୍ୟାନୀ ବନିଯାଏ, ଏପରି ସତ୍ୟବାଦୀ ପୁରୁଷ ହିଁ ସଚ୍ଚା ପ୍ରଭୁଙ୍କୁ ଭଲ ଲାଗିଥାଏ।
ਆਨੰਦੁ ਅਨਦਿਨੁ ਹਰਖੁ ਸਾਚਾ ਦੂਖ ਕਿਲਵਿਖ ਪਰਹਰੇ ॥ ସେ ରାତି ଦିନ ଆନନ୍ଦ ଏବଂ ହର୍ଷର ଅନୁଭବ କରିଥାଏ ଆଉ ତାହାର ସବୁ ଦୁଃଖ ଓ ପାପ ନାଶ ହୋଇଯାଏ।
ਸਚੁ ਨਾਮੁ ਪਾਇਆ ਗੁਰਿ ਦਿਖਾਇਆ ਮੈਲੁ ਨਾਹੀ ਸਚ ਮਨੇ ॥੨॥ ସେ ସତ୍ୟ ନାମକୁ ପ୍ରାପ୍ତ କରି ନିଏ ଆଉ ଗୁରୁ ତାହାକୁ ଭଗବାନଙ୍କ ଦର୍ଶନ କରାଇ ଦିଅନ୍ତି, ତାପରେ ତାହାର ମନରେ ଅହଙ୍କାରର ମଇଳା ଲାଗେ ନାହିଁ, କାରଣ ସତ୍ୟ ତାହାର ହୃଦୟରେ ବାସ କରିଥାଏ॥2॥
ਸੰਗਤਿ ਮੀਤ ਮਿਲਾਪੁ ਪੂਰਾ ਨਾਵਣੋ ॥ ହେ ମିତ୍ର! ସତସଙ୍ଗତିରେ ମିଳନ ହିଁ ପୂର୍ଣ୍ଣ ସ୍ନାନ ଅଟେ।


© 2017 SGGS ONLINE
error: Content is protected !!
Scroll to Top