Guru Granth Sahib Translation Project

guru granth sahib odia page-643

Page 643

ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਹਉਮੈ ਜਲਤੇ ਜਲਿ ਮੁਏ ਭ੍ਰਮਿ ਆਏ ਦੂਜੈ ਭਾਇ ॥ ଅନେକ ଜୀବ ଅହଙ୍କାରର ଅଗଣିଏ ଜଳି ପ୍ରାଣ ତ୍ୟାଗ କରିଛନ୍ତି, ଦ୍ଵିଧାରେ ପଥଭ୍ରଷ୍ଟ ହୋଇ ଶେଷରେ ଗୁରୁଙ୍କ ପାଖକୁ ଆସିଛନ୍ତି।
ਪੂਰੈ ਸਤਿਗੁਰਿ ਰਾਖਿ ਲੀਏ ਆਪਣੈ ਪੰਨੈ ਪਾਇ ॥ ପୂର୍ଣ୍ଣ ଗୁରୁ ଶରଣରେ ଆସିଥିବା ଜୀବର କର୍ମକୁ ନିଜ କର୍ମର ଲେଖାରେ ପକାଇ ତାହାର କଲ୍ୟାଣ କରିଥାନ୍ତି।
ਇਹੁ ਜਗੁ ਜਲਤਾ ਨਦਰੀ ਆਇਆ ਗੁਰ ਕੈ ਸਬਦਿ ਸੁਭਾਇ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସ୍ଵାଭାବିକ ଭାବରେ ସେ ଜଗତର ମୋହ-ମାୟାରେ ଜଳୁଥିବା ଦେଖାଯାଏ।
ਸਬਦਿ ਰਤੇ ਸੇ ਸੀਤਲ ਭਏ ਨਾਨਕ ਸਚੁ ਕਮਾਇ ॥੧॥ ହେ ନାନକ! ଯେଉଁ ବ୍ୟକ୍ତି ଶବ୍ଦରେ ମଗ୍ନ ଥାଏ, ତାହାର ମନ ଶୀତଳ ହୋଇଯାଏ ଆଉ ଏବେ ସେ ସର୍ବଦା ସତ୍ୟର ସାଧନା କରିଥାଏ॥1॥
ਮਃ ੩ ॥ ମହଲା 3 ॥
ਸਫਲਿਓ ਸਤਿਗੁਰੁ ਸੇਵਿਆ ਧੰਨੁ ਜਨਮੁ ਪਰਵਾਣੁ ॥ ସଦଗୁରୁଙ୍କ ସେବା ବଡ ଫଳଦାୟକ ଅଟେ।
ਜਿਨਾ ਸਤਿਗੁਰੁ ਜੀਵਦਿਆ ਮੁਇਆ ਨ ਵਿਸਰੈ ਸੇਈ ਪੁਰਖ ਸੁਜਾਣ ॥ ଯିଏ ଗୁରୁଙ୍କ ସେବା କରିଥାଏ, ତାହାର ଜନ୍ମ ଧନ୍ୟ ଓ ସ୍ଵୀକୃତ ହୋଇଥାଏ, ଯିଏ ବଞ୍ଚିବା ଓ ମରିବା ସମୟରେ ଗୁରୁଙ୍କୁ ବିସ୍ମୃତ କରେ ନାହିଁ, ସେ ଚତୁର ଅଟେ।
ਕੁਲੁ ਉਧਾਰੇ ਆਪਣਾ ਸੋ ਜਨੁ ਹੋਵੈ ਪਰਵਾਣੁ ॥ ସେ ନିଜ ବଂଶର ଉଦ୍ଧାର କରିଥାଏ ଆଉ ତାହାର ଜନ୍ମ ସ୍ଵୀକୃତ ହୋଇଯାଏ।
ਗੁਰਮੁਖਿ ਮੁਏ ਜੀਵਦੇ ਪਰਵਾਣੁ ਹਹਿ ਮਨਮੁਖ ਜਨਮਿ ਮਰਾਹਿ ॥ ଜନ୍ମ ଓ ମୃତ୍ୟୁରେ ଗୁରୁମୁଖୀକୁ ସ୍ବୀକୃତି ମିଳିଥାଏ, କିନ୍ତୁ ମନମୁଖୀ ଜନ୍ମ ହୋଇ ମରିଥାଏ।
ਨਾਨਕ ਮੁਏ ਨ ਆਖੀਅਹਿ ਜਿ ਗੁਰ ਕੈ ਸਬਦਿ ਸਮਾਹਿ ॥੨॥ ହେ ନାନକ! ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦରେ ଲୀନ ଥାଏ, ତାହାକୁ ମରୁତ କୁହାଯାଇ ପାରିବ ନାହିଁ॥2॥
ਪਉੜੀ ॥ ପଉଡି ॥
ਹਰਿ ਪੁਰਖੁ ਨਿਰੰਜਨੁ ਸੇਵਿ ਹਰਿ ਨਾਮੁ ਧਿਆਈਐ ॥ ନିରଞ୍ଜନ ପରମପୁରୁଷ ପରମେଶ୍ଵରଙ୍କ ହିଁ ଉପାସନା କର ଆଉ ହରିନାମର ଧ୍ୟାନ କର।
ਸਤਸੰਗਤਿ ਸਾਧੂ ਲਗਿ ਹਰਿ ਨਾਮਿ ਸਮਾਈਐ ॥ ସନ୍ଥଙ୍କ ପବିତ୍ର ସତସଙ୍ଗତିରେ ସମ୍ମିଳିତ ହୋଇ ହରି-ନାମରେ ଲୀନ ହେବା ଉଚିତ।
ਹਰਿ ਤੇਰੀ ਵਡੀ ਕਾਰ ਮੈ ਮੂਰਖ ਲਾਈਐ ॥ ହେ ପ୍ରଭୁ! ତୋର ସେବା ବଡ ମହାନ ଅଟେ, ମୁଁ ମୂର୍ଖ ଅଟେ ଆଉ ମୋତେ ନିଜ ସେବାରେ ଲଗାଇ ଦିଅ।
ਹਉ ਗੋਲਾ ਲਾਲਾ ਤੁਧੁ ਮੈ ਹੁਕਮੁ ਫੁਰਮਾਈਐ ॥ ମୁଁ ତୋର ଗୋଲାମ ଓ ସେବକ ଅଟେ, ତୋତେ ଯେପରି ଭଲ ଲାଗିଥାଏ, ମୋତେ ସେପରି ଆଜ୍ଞା କର।
ਹਉ ਗੁਰਮੁਖਿ ਕਾਰ ਕਮਾਵਾ ਜਿ ਗੁਰਿ ਸਮਝਾਈਐ ॥੨॥ ଗୁରୁ ଯେପରି ଉପଦେଶ ଦେଇଥାନ୍ତି, ଗୁରୁମୁଖୀ ବନି ମୁଁ ସେହି କାର୍ଯ୍ୟ କରିବି॥2॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਪੂਰਬਿ ਲਿਖਿਆ ਕਮਾਵਣਾ ਜਿ ਕਰਤੈ ਆਪਿ ਲਿਖਿਆਸੁ ॥ ପୂର୍ବ କର୍ମ ଅନୁସାରେ ସୃଷ୍ଟିକର୍ତ୍ତା ଜୀବର ଭାଗ୍ୟରେ ଯାହା ଲେଖିଛନ୍ତି, ସେ ସେହି କର୍ମ କରିଥାଏ।
ਮੋਹ ਠਗਉਲੀ ਪਾਈਅਨੁ ਵਿਸਰਿਆ ਗੁਣਤਾਸੁ ॥ ମାୟା ଜୀବର ମୁହଁରେ ମୋହ ରୂପୀ ଜଡିବୁଟି ଦେଇଛି, ଯେଉଁ କାରଣରୁ ସେ ଗୁଣର ଭଣ୍ଡାର ଈଶ୍ଵରଙ୍କୁ ଭୁଲିଯାଇଛି।
ਮਤੁ ਜਾਣਹੁ ਜਗੁ ਜੀਵਦਾ ਦੂਜੈ ਭਾਇ ਮੁਇਆਸੁ ॥ ଏହି ଜଗତକୁ ଜୀବନ୍ତ ଭାବ ନାହିଁ, କାରଣ ଏହା ଦ୍ଵିଧାରେ ଫସି ମରିଯାଇଛି।
ਜਿਨੀ ਗੁਰਮੁਖਿ ਨਾਮੁ ਨ ਚੇਤਿਓ ਸੇ ਬਹਣਿ ਨ ਮਿਲਨੀ ਪਾਸਿ ॥ ଯିଏ ଗୁରୁମୁଖୀ ବନି ପରମାତ୍ମାଙ୍କ ନାମକୁ ସ୍ମରଣ କରି ନାହିଁ, ତାହାକୁ ତାହାଙ୍କ ପାଖକୁ ଯିବା ପାଇଁ ଅବସର ମିଳେନାହିଁ।
ਦੁਖੁ ਲਾਗਾ ਬਹੁ ਅਤਿ ਘਣਾ ਪੁਤੁ ਕਲਤੁ ਨ ਸਾਥਿ ਕੋਈ ਜਾਸਿ ॥ ସେ ଅଧିକ ଦୁଃଖ ଭୋଗ କରିଥାଏ ଆଉ ଅନ୍ତିମ ସମୟରେ ତାହାର ପୁତ୍ର ବା ପତ୍ନୀ କେହି ମଧ୍ୟ ସାଥି ଦିଅନ୍ତି ନାହିଁ।
ਲੋਕਾ ਵਿਚਿ ਮੁਹੁ ਕਾਲਾ ਹੋਆ ਅੰਦਰਿ ਉਭੇ ਸਾਸ ॥ ଲୋକଙ୍କ ସମ୍ମୁଖରେ ତାହାକୁ ତିରସ୍କାର କରାଯାଏ ଆଉ ସେ ଦୀର୍ଘ ଶ୍ଵାସ ନେଇ ପଶ୍ଚାତାପ କରିଥାଏ।
ਮਨਮੁਖਾ ਨੋ ਕੋ ਨ ਵਿਸਹੀ ਚੁਕਿ ਗਇਆ ਵੇਸਾਸੁ ॥ ମନମୁଖୀ ବ୍ୟକ୍ତି ଉପରେ କୌଣସି ଭରସା ନଥାଏ, କାରଣ ତାହାର ଭରସା ଭାଙ୍ଗି ଯାଇଥାଏ।
ਨਾਨਕ ਗੁਰਮੁਖਾ ਨੋ ਸੁਖੁ ਅਗਲਾ ਜਿਨਾ ਅੰਤਰਿ ਨਾਮ ਨਿਵਾਸੁ ॥੧॥ ହେ ନାନକ! ଯାହାର ଅନ୍ତର୍ମନରେ ପରମାତ୍ମାଙ୍କ ନାମ ନିବାସ କରିଥାଏ, ସେହି ଗୁରୁମୁଖୀକୁ ଅପାର ସୁଖ ପ୍ରାପ୍ତ ହୋଇଥାଏ॥1॥
ਮਃ ੩ ॥ ମହଲା 3 ॥
ਸੇ ਸੈਣ ਸੇ ਸਜਣਾ ਜਿ ਗੁਰਮੁਖਿ ਮਿਲਹਿ ਸੁਭਾਇ ॥ ଯେଉଁ ବ୍ୟକ୍ତି ଗୁରୁମୁଖୀ ବନି ସ୍ଵାଭାବିକ ଭାବରେ ମ୍ଳିଥାଏ, ସେ ସମ୍ବନ୍ଧୀୟ ଓ ସଜ୍ଜନ ଅଟେ।
ਸਤਿਗੁਰ ਕਾ ਭਾਣਾ ਅਨਦਿਨੁ ਕਰਹਿ ਸੇ ਸਚਿ ਰਹੇ ਸਮਾਇ ॥ ସେ ରାତିଦିନ ସଦଗୁରୁଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାଏ ଆଉ ସତ୍ୟରେ ହିଁ ରହିଥାଏ।
ਦੂਜੈ ਭਾਇ ਲਗੇ ਸਜਣ ਨ ਆਖੀਅਹਿ ਜਿ ਅਭਿਮਾਨੁ ਕਰਹਿ ਵੇਕਾਰ ॥ ଜେଉଂବ୍ୟକ୍ତି ଅଧିକ ଅଭିମାନ ଓ ପାପ କରି ଦୈତ୍ୟଭାବରେ ଲୀନ ରହିଥାଏ, ତାହାକୁ ସଜ୍ଜନ କୁହାଯାଇ ପାରିବ ନାହିଁ।
ਮਨਮੁਖ ਆਪ ਸੁਆਰਥੀ ਕਾਰਜੁ ਨ ਸਕਹਿ ਸਵਾਰਿ ॥ ମନମୁଖୀ ବ୍ୟକ୍ତି ସ୍ଵୟଂ ବଡ ସ୍ଵାର୍ଥପର ଅଟେ ଆଉ ସେ କୌଣସି କାର୍ଯ୍ୟ ସଫଳ କରିପାରେ ନାହିଁ।
ਨਾਨਕ ਪੂਰਬਿ ਲਿਖਿਆ ਕਮਾਵਣਾ ਕੋਇ ਨ ਮੇਟਣਹਾਰੁ ॥੨॥ ହେ ନାନକ! ସେ ସେହି କର୍ମ କରିଥାଏ, ଯାହା ପୂର୍ବ କର୍ମ ଅନୁସାରେ ବିଧାତା ଲେଖିଥାନ୍ତି ॥2॥
ਪਉੜੀ ॥ ପଉଡି ॥
ਤੁਧੁ ਆਪੇ ਜਗਤੁ ਉਪਾਇ ਕੈ ਆਪਿ ਖੇਲੁ ਰਚਾਇਆ ॥ ହେ ପରମେଶ୍ଵର! ତୁ ସ୍ଵୟଂ ହିଁ ଜଗତ ଜାତ କରି ତୁ ସ୍ଵୟଂ ହିଁ ଏହି ଖେଳ ରଚନା କରିଛୁ।
ਤ੍ਰੈ ਗੁਣ ਆਪਿ ਸਿਰਜਿਆ ਮਾਇਆ ਮੋਹੁ ਵਧਾਇਆ ॥ ତୁ ସ୍ଵୟଂ ହିଁ ତ୍ରିଗୁଣର ସୃଷ୍ଟି କରି ମୋହ-ମାୟାର ବୃଦ୍ଧି କରିଛୁ।
ਵਿਚਿ ਹਉਮੈ ਲੇਖਾ ਮੰਗੀਐ ਫਿਰਿ ਆਵੈ ਜਾਇਆ ॥ ଯେଉଁମାନେ ଅହଂକାର ସହିତ କର୍ମ କରିଥାନ୍ତି, ସେମାନଙ୍କ ହିସାବ ଦରବାରରେ ମଗାଯାଏ ଆଉ ସେତେବେଳେ ସେମାନେ ଜନ୍ମ ହୋଇ ମରିଥାନ୍ତି।
ਜਿਨਾ ਹਰਿ ਆਪਿ ਕ੍ਰਿਪਾ ਕਰੇ ਸੇ ਗੁਰਿ ਸਮਝਾਇਆ ॥ ଯାହା ଉପରେ ଇଶ୍ଵର ସ୍ଵୟଂ କୃପା କରିଥାନ୍ତି, ତାହାକୁ ଗୁରୁ ଉପଦେଶ ଦେଇଥାନ୍ତି।
ਬਲਿਹਾਰੀ ਗੁਰ ਆਪਣੇ ਸਦਾ ਸਦਾ ਘੁਮਾਇਆ ॥੩॥ ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଯାଉଛି ଆଉ ସର୍ବଦା ତାହାଙ୍କ ପ୍ରତି ଉତ୍ସର୍ଗିତ ଅଟେ॥3॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਮਾਇਆ ਮਮਤਾ ਮੋਹਣੀ ਜਿਨਿ ਵਿਣੁ ਦੰਤਾ ਜਗੁ ਖਾਇਆ ॥ ମାୟାର ମମତା ମନୁଷ୍ୟର ମନକୁ ମୁଗ୍ଧ କରିଥାଏ, ଯିଏ ବିନା ଦାନ୍ତରେ ସଂପୂର୍ଣ୍ଣ ଜଗତକୁ ଗ୍ରାସ କରିଛି।
ਮਨਮੁਖ ਖਾਧੇ ਗੁਰਮੁਖਿ ਉਬਰੇ ਜਿਨੀ ਸਚਿ ਨਾਮਿ ਚਿਤੁ ਲਾਇਆ ॥ ମନମୁଖିକୁ ଗ୍ରାସ କରାଯାଏ, କିନ୍ତୁ ଗୁରୁମୁଖୀ ଏଥିରୁ ବଞ୍ଚିଯାଏ।
ਬਿਨੁ ਨਾਵੈ ਜਗੁ ਕਮਲਾ ਫਿਰੈ ਗੁਰਮੁਖਿ ਨਦਰੀ ਆਇਆ ॥ ନାମ ବିହୀନ ଦୁନିଆ ପାଗଳ ଭଳି ପଥଭ୍ରଷ୍ଟ ରହିଥାଏ ଆଉ ଗୁରୁମୁଖୀ ସବୁକିଛି ଦେଖିଥାଏ।


© 2017 SGGS ONLINE
Scroll to Top