Page 611
ਮੇਰੇ ਮਨ ਸਾਧ ਸਰਣਿ ਛੁਟਕਾਰਾ ॥
ହେ ମୋର ମନ! ସାଧୁଙ୍କ ଶରଣରେ ଆସିଲେ ହିଁ ରକ୍ଷା ମିଳିଥାଏ।
ਬਿਨੁ ਗੁਰ ਪੂਰੇ ਜਨਮ ਮਰਣੁ ਨ ਰਹਈ ਫਿਰਿ ਆਵਤ ਬਾਰੋ ਬਾਰਾ ॥ ਰਹਾਉ ॥
ପୂର୍ଣ୍ଣ ଗୁରୁ ବିନା ଜନ୍ମ-ମରଣର ଚକ୍ର ସମାପ୍ତ ହୁଏନାହିଁ, ଏଣୁ ଜୀବ ବାରମ୍ବାର ଦୁନିଆକୁ ଆସିଥାଏ॥ରୁହ॥
ਓਹੁ ਜੁ ਭਰਮੁ ਭੁਲਾਵਾ ਕਹੀਅਤ ਤਿਨ ਮਹਿ ਉਰਝਿਓ ਸਗਲ ਸੰਸਾਰਾ ॥
ସେ ଯାହା ଭ୍ରମ ବୋଲି କହିଥାନ୍ତି, ସାରା ଦୁନିଆ ତାହା ଭିତରେ ମଜ୍ଜି ରହିଥାଏ।
ਪੂਰਨ ਭਗਤੁ ਪੁਰਖ ਸੁਆਮੀ ਕਾ ਸਰਬ ਥੋਕ ਤੇ ਨਿਆਰਾ ॥੨॥
ପରନ୍ତୁ ପରମ-ପୁରୁଷ ସ୍ଵାମୀଙ୍କ ପୂର୍ଣ୍ଣ ଭକ୍ତ ସମସ୍ତ ପଦାର୍ଥ ଠାରୁ ନିର୍ଲିପ୍ତ ଅଟେ॥2॥
ਨਿੰਦਉ ਨਾਹੀ ਕਾਹੂ ਬਾਤੈ ਏਹੁ ਖਸਮ ਕਾ ਕੀਆ ॥
ଦୁନିଆର କୌଣସି କଥାକୁ ନିନ୍ଦା କର ନାହିଁ, କାରଣ ଏହା ମାଲିକ ହିଁ ରଚନା କରିଛନ୍ତି।
ਜਾ ਕਉ ਕ੍ਰਿਪਾ ਕਰੀ ਪ੍ਰਭਿ ਮੇਰੈ ਮਿਲਿ ਸਾਧਸੰਗਤਿ ਨਾਉ ਲੀਆ ॥੩॥
ଯାହା ଉପରେ ମୋର ପ୍ରଭୁ କୃପା କରିଛନ୍ତି, ସେ ହିଁ ସନ୍ଥଙ୍କ ପବିତ୍ର ସଭାରେ ପ୍ରଭୁନାମର ଭଜନ କରିଥାଏ॥3॥
ਪਾਰਬ੍ਰਹਮ ਪਰਮੇਸੁਰ ਸਤਿਗੁਰ ਸਭਨਾ ਕਰਤ ਉਧਾਰਾ ॥
ପରଂବ୍ରହ୍ମ, ପରମେଶ୍ଵର ସଦଗୁରୁ ସବୁଙ୍କୁ ଉଦ୍ଧାର କରିଥାନ୍ତି।
ਕਹੁ ਨਾਨਕ ਗੁਰ ਬਿਨੁ ਨਹੀ ਤਰੀਐ ਇਹੁ ਪੂਰਨ ਤਤੁ ਬੀਚਾਰਾ ॥੪॥੯॥
ହେ ନାନକ! ଗୁରୁ ବିନା ଭବସାଗରରୁ ପାର ହୋଇ ପାରିବା ନାହିଁ, ଏହା ପୂର୍ଣ୍ଣ ତତ୍ତ୍ଵ ବିଚାର ଅଟେ॥4॥9॥
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਖੋਜਤ ਖੋਜਤ ਖੋਜਿ ਬੀਚਾਰਿਓ ਰਾਮ ਨਾਮੁ ਤਤੁ ਸਾਰਾ ॥
ସନ୍ଧାନ କରି କରି ମୁଁ ଏହି ନିଷ୍କର୍ଷରେ ପହଞ୍ଚିଛି ଯେ ରାମଙ୍କ ନାମ ହିଁ ଶ୍ରେଷ୍ଠ ଅଟେ।
ਕਿਲਬਿਖ ਕਾਟੇ ਨਿਮਖ ਅਰਾਧਿਆ ਗੁਰਮੁਖਿ ਪਾਰਿ ਉਤਾਰਾ ॥੧॥
ଏକ କ୍ଷଣ ପାଇଁ ମଧ୍ୟ ତାହାଙ୍କ ଆରାଧନା କରିଲେ ସବୁ ପାପ ଦୂର ହୋଇଯାଏ ଆଉ ବ୍ୟକ୍ତି ଗୁରୁମୁଖୀ ବନି ଭବସାଗରରୁ ପାର ହୋଇଯାଏ॥1॥
ਹਰਿ ਰਸੁ ਪੀਵਹੁ ਪੁਰਖ ਗਿਆਨੀ ॥
ହେ ଜ୍ଞାନୀ ପୁରୁଷ! ହରିରସର ପାନ କର
ਸੁਣਿ ਸੁਣਿ ਮਹਾ ਤ੍ਰਿਪਤਿ ਮਨੁ ਪਾਵੈ ਸਾਧੂ ਅੰਮ੍ਰਿਤ ਬਾਨੀ ॥ ਰਹਾਉ ॥
ସାଧୁ ରୂପୀ ଗୁରୁଙ୍କ ଅମୃତ ବାଣୀ ଶୁଣି ମନକୁ ମହାତୃପ୍ତି ପ୍ରାପ୍ତ ହୋଇ ଯାଇଛି॥ରୁହ॥
ਮੁਕਤਿ ਭੁਗਤਿ ਜੁਗਤਿ ਸਚੁ ਪਾਈਐ ਸਰਬ ਸੁਖਾ ਕਾ ਦਾਤਾ ॥
ଅମୃତବାଣୀର ଫଳସ୍ଵରୂପ ହିଁ ମୁକ୍ତି, ଭୁକ୍ତି ଏବଂ ସତ୍ୟର ପ୍ରାପ୍ତି ହୋଇଥାଏ, ଯିଏ ସର୍ବସୁଖ ଦେବା ବାଲା ଅଟନ୍ତି।
ਅਪੁਨੇ ਦਾਸ ਕਉ ਭਗਤਿ ਦਾਨੁ ਦੇਵੈ ਪੂਰਨ ਪੁਰਖੁ ਬਿਧਾਤਾ ॥੨॥
ସର୍ବବ୍ୟାପକ ଅକାଳ ପୁରୁଷ ବିଧାତା ନିଜ ଦାସକୁ ନିଜ ଭକ୍ତିର ଦାନ ଦେଇଥାନ୍ତି॥2॥
ਸ੍ਰਵਣੀ ਸੁਣੀਐ ਰਸਨਾ ਗਾਈਐ ਹਿਰਦੈ ਧਿਆਈਐ ਸੋਈ ॥
ସେହି ପ୍ରଭୁଙ୍କ ମହିମାକୁ ନିଜ କାନରେ ଶୁଣିବା ଉଚିତ, ନିଜ ଜିହ୍ଵାରେ ତାହାଙ୍କ ଗୁଣଗାନ କରିବା ଉଚିତ ଆଉ ନିଜ ହୃଦୟରେ ମଧ୍ୟ ତାହାଙ୍କ ହିଁ ଧ୍ୟାନ କରିବା ଉଚିତ, ଯିଏ
ਕਰਣ ਕਾਰਣ ਸਮਰਥ ਸੁਆਮੀ ਜਾ ਤੇ ਬ੍ਰਿਥਾ ਨ ਕੋਈ ॥੩॥
ସବୁ କିଛି କରିବା ଓ କରାଇବାରେ ସମର୍ଥ ଅଟନ୍ତି ଆଉ ଯେଉଁ ସ୍ଵାମୀଙ୍କ ଘରୁ କେହି ଖାଲି ହାତରେ ଫେରନ୍ତି ନାହିଁ॥3॥
ਵਡੈ ਭਾਗਿ ਰਤਨ ਜਨਮੁ ਪਾਇਆ ਕਰਹੁ ਕ੍ਰਿਪਾ ਕਿਰਪਾਲਾ ॥
ବଡ ଭାଗ୍ୟରୁ ମୋଟେମନୁଷ୍ୟ ଜନ୍ମ ରୂପୀ ରତ୍ନ ପ୍ରାପ୍ତ ହୋଇଛି, ହେ କୃପାନିଧି! ମୋ’ ଉପରେ କୃପା କର।
ਸਾਧਸੰਗਿ ਨਾਨਕੁ ਗੁਣ ਗਾਵੈ ਸਿਮਰੈ ਸਦਾ ਗੋੁਪਾਲਾ ॥੪॥੧੦॥
ସାଧୁ ସଙ୍ଗତିରେ ନାନକ ପରମାତ୍ମାଙ୍କ ଗୁଣଗାନ ହିଁ କରିଥାନ୍ତି ଏବଂ ସର୍ବଦା ତାହାଙ୍କ ଆରାଧନା କରିଥାନ୍ତି॥4॥10॥
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਕਰਿ ਇਸਨਾਨੁ ਸਿਮਰਿ ਪ੍ਰਭੁ ਅਪਨਾ ਮਨ ਤਨ ਭਏ ਅਰੋਗਾ ॥
ସ୍ନାନ କରି ନିଜ ପ୍ରଭୁଙ୍କୁ ସ୍ମରଣ କରିବା ଦ୍ଵାରା ମନ ଏବଂ ତନ ଆରୋଗ୍ୟଲାଭ କରିଛି।
ਕੋਟਿ ਬਿਘਨ ਲਾਥੇ ਪ੍ਰਭ ਸਰਣਾ ਪ੍ਰਗਟੇ ਭਲੇ ਸੰਜੋਗਾ ॥੧॥
ପ୍ରଭୁଙ୍କ ଶରଣ ନେବା ଦ୍ଵାରା କୋଟି କୋଟି ବିଘ୍ନ ସମାପ୍ତ ହୋଇ ଯାଇଛି ଆଉ ଉତ୍ତମ ସଂଯୋଗ ଉଦୟ ହୋଇ ଯାଇଛି॥1॥
ਪ੍ਰਭ ਬਾਣੀ ਸਬਦੁ ਸੁਭਾਖਿਆ ॥
ପ୍ରଭୁଙ୍କ ବାଣୀ ଏବଂ ଶବ୍ଦ ଶୋଭନୀୟ ଅଟେ।
ਗਾਵਹੁ ਸੁਣਹੁ ਪੜਹੁ ਨਿਤ ਭਾਈ ਗੁਰ ਪੂਰੈ ਤੂ ਰਾਖਿਆ ॥ ਰਹਾਉ ॥
ହେ ଭାଇ! ଏହାକୁ ନିତ୍ୟ ଗାନ କର, ଶୁଣ ଏବଂ ପଢ; ପୂର୍ଣ୍ଣ ଗୁରୁ ମୋତେ ଭବସାଗରରେ ବୁଡିବାରୁ ରକ୍ଷା କରିଛନ୍ତି॥ରୁହ॥
ਸਾਚਾ ਸਾਹਿਬੁ ਅਮਿਤਿ ਵਡਾਈ ਭਗਤਿ ਵਛਲ ਦਇਆਲਾ ॥
ସଚ୍ଚା ପରମେଶ୍ଵରଙ୍କ ମହିମା ଅନନ୍ତ ଅଟେ, ସେ ବଡ ଦୟାଳୁ ଓ ଭକ୍ତବତ୍ସଳ ଅଟନ୍ତି।
ਸੰਤਾ ਕੀ ਪੈਜ ਰਖਦਾ ਆਇਆ ਆਦਿ ਬਿਰਦੁ ਪ੍ਰਤਿਪਾਲਾ ॥੨॥
ନିଜର କର୍ତ୍ତବ୍ୟ ପାଳନ କରୁଥିବା ପ୍ରଭି ଆଦିରୁ ହିଁ ନିଜ ସନ୍ଥଙ୍କ ସମ୍ମାନ ରଖିଛନ୍ତି॥2॥
ਹਰਿ ਅੰਮ੍ਰਿਤ ਨਾਮੁ ਭੋਜਨੁ ਨਿਤ ਭੁੰਚਹੁ ਸਰਬ ਵੇਲਾ ਮੁਖਿ ਪਾਵਹੁ ॥
ନିତ୍ୟ ହରିନାମାମୃତର ଭୋଜନ ଖାଅ ଏବଂ ଧ୍ୟାନ କର।
ਜਰਾ ਮਰਾ ਤਾਪੁ ਸਭੁ ਨਾਠਾ ਗੁਣ ਗੋਬਿੰਦ ਨਿਤ ਗਾਵਹੁ ॥੩॥
ନିତ୍ୟ ଗୋବିନ୍ଦଙ୍କ ଗୁଣଗାନ କର, ବୃଦ୍ଧାବସ୍ଥା, ମୃତ୍ୟୁ ଓ ସବୁ ଦୁଃଖ-କଷ୍ଟ ଦୂର ହୋଇଯିବ॥3॥
ਸੁਣੀ ਅਰਦਾਸਿ ਸੁਆਮੀ ਮੇਰੈ ਸਰਬ ਕਲਾ ਬਣਿ ਆਈ ॥
ମୋର ସ୍ଵାମୀ ମୋର ପ୍ରାର୍ଥନା ଶୁଣିଛନ୍ତି ଆଉ ମନରେ ପୂର୍ଣ୍ଣ ବଳ ଜାତ ହୋଇ ଯାଇଛି।
ਪ੍ਰਗਟ ਭਈ ਸਗਲੇ ਜੁਗ ਅੰਤਰਿ ਗੁਰ ਨਾਨਕ ਕੀ ਵਡਿਆਈ ॥੪॥੧੧॥
ଗୁରୁ ନାନକଙ୍କ ମହିମା ସମସ୍ତ ଯୁଗରେ ପ୍ରକଟ ହୋଇ ଯାଇଛି॥4॥11॥
ਸੋਰਠਿ ਮਹਲਾ ੫ ਘਰੁ ੨ ਚਉਪਦੇ
ସୋରଠି ମହଲା 5 ଘର 2 ଚଉପଦୀ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରେ ପ୍ରାପ୍ତ କରାଯାଇ ପାରେ।
ਏਕੁ ਪਿਤਾ ਏਕਸ ਕੇ ਹਮ ਬਾਰਿਕ ਤੂ ਮੇਰਾ ਗੁਰ ਹਾਈ ॥
ଏକ ପରମେଶ୍ଵର ହିଁ ଆମର ପିତା ଅଟନ୍ତି ଆଉ ଆମେ ତାହାଙ୍କ ହିଁ ସନ୍ତାନ ଅଟୁ, ତୁ ହିଁ ମୋର ଗୁରୁ ଅଟୁ।
ਸੁਣਿ ਮੀਤਾ ਜੀਉ ਹਮਾਰਾ ਬਲਿ ਬਲਿ ਜਾਸੀ ਹਰਿ ਦਰਸਨੁ ਦੇਹੁ ਦਿਖਾਈ ॥੧॥
ହେ ମୋର ମିତ୍ର! ଶୁଣ, ଯଦି ତୁ ମୋଟର ହରିଙ୍କ ଦର୍ଶନ କରାଇ ଦେଉ, ତାହାହେଲେ ମୋର ମନ ତୋ’ ପ୍ରତି ବାରମ୍ବାର ସମର୍ପିତ ହେବ॥1॥