Guru Granth Sahib Translation Project

guru granth sahib odia page-517

Page 517

ਸਤਿਗੁਰੁ ਅਪਣਾ ਸੇਵਿ ਸਭ ਫਲ ਪਾਇਆ ॥ ନିଜ ସଦଗୁରୁଙ୍କ ସେବା କରି ମୁଁ ସବୁ ଫଳ ପ୍ରାପ୍ତ କରିଛି।
ਅੰਮ੍ਰਿਤ ਹਰਿ ਕਾ ਨਾਉ ਸਦਾ ਧਿਆਇਆ ॥ ମୁଁ ସଦା ହରିଙ୍କ ନାମାମୃତର ଧ୍ୟାନ କରିଥାଏ।
ਸੰਤ ਜਨਾ ਕੈ ਸੰਗਿ ਦੁਖੁ ਮਿਟਾਇਆ ॥ ସନ୍ଥଙ୍କ ସଙ୍ଗତିରେ ରହି ମୁଁ ନିଜ ଦୁଃଖ ଦୂର କରିଛି।
ਨਾਨਕ ਭਏ ਅਚਿੰਤੁ ਹਰਿ ਧਨੁ ਨਿਹਚਲਾਇਆ ॥੨੦॥ ହେ ନାନକ! ହରିଙ୍କ ନିଶ୍ଚଲ ଧନ ପ୍ରାପ୍ତ କରି ମୁଁ ନିଶ୍ଚିତ ହୋଇଯାଇଛି॥20॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਖੇਤਿ ਮਿਆਲਾ ਉਚੀਆ ਘਰੁ ਉਚਾ ਨਿਰਣਉ ॥ ଯେପରି କୃଷକ ଉଚ୍ଚ ବାଦଲ ଦେଖି କ୍ଷେତର ମେଢ ଉଚ୍ଚ କରିଥାଏ,
ਮਹਲ ਭਗਤੀ ਘਰਿ ਸਰੈ ਸਜਣ ਪਾਹੁਣਿਅਉ ॥ ସେପରି ଜୀବ-ସ୍ତ୍ରୀର ହୃଦୟ ଘରେ ପ୍ରଭୁ ପ୍ରବେଶ କରିଥାନ୍ତି ଆଉ ଭକ୍ତି କାରଣରୁ ଅତିଥି ହୋଇ ରହିଥାନ୍ତି।
ਬਰਸਨਾ ਤ ਬਰਸੁ ਘਨਾ ਬਹੁੜਿ ਬਰਸਹਿ ਕਾਹਿ ॥ ହେ ମେଢ ରୂପୀ ଗୁରୁଦେବ! ଯଦି ହରିନାମର ବର୍ଷା କରିବାର ଅଛି କର, କାରଣ ବୟସ ବଢିଲେ ପୁଣି ବର୍ଷା କରିବାର ଅଭିପ୍ରାୟ କଣ?
ਨਾਨਕ ਤਿਨ੍ਹ੍ਹ ਬਲਿਹਾਰਣੈ ਜਿਨ੍ਹ੍ਹ ਗੁਰਮੁਖਿ ਪਾਇਆ ਮਨ ਮਾਹਿ ॥੧॥ ହେ ନାନକ! ଯିଏ ଗୁରୁମୁଖୀ ବନି ପରମାତ୍ମାଙ୍କୁ ମନରେ ପ୍ରାପ୍ତ କରି ନେଇଛି, ମୁଁ ତାହା ପାଖରେ ସମର୍ପିତ ଅଟେ॥1॥
ਮਃ ੩ ॥ ମହଲା 3 ॥
ਮਿਠਾ ਸੋ ਜੋ ਭਾਵਦਾ ਸਜਣੁ ਸੋ ਜਿ ਰਾਸਿ ॥ ମିଠା ତାହା ହୋଇଥାଏ, ଯାହା ଭଲ ଲାଗିଥାଏ ଆଉ ମିତ୍ର ସିଏ ଅଟେ, ଯିଏ ଦୁଃଖ-ସୁଖରେ ସାଥିରେ ଥାଏ।
ਨਾਨਕ ਗੁਰਮੁਖਿ ਜਾਣੀਐ ਜਾ ਕਉ ਆਪਿ ਕਰੇ ਪਰਗਾਸੁ ॥੨॥ ହେ ନାନକ! ଯାହାର ମନରେ ଭଗବାନ ନିଜେ ପ୍ରକାଶିତ ହୋଇଥାନ୍ତି, ତାହାକୁ ଗୁରୁମୁଖୀ କୁହାଯାଏ॥2॥
ਪਉੜੀ ॥ ପଉଡି ॥
ਪ੍ਰਭ ਪਾਸਿ ਜਨ ਕੀ ਅਰਦਾਸਿ ਤੂ ਸਚਾ ਸਾਂਈ ॥ ପ୍ରଭୁଙ୍କ ପାଖରେ ସେବକର ପ୍ରାର୍ଥନା ଯେ, ହେ ପ୍ରଭୁ! ତୁ ହିଁ ମୋର ସଚ୍ଚା ସାଇଁ ଅଟୁ।
ਤੂ ਰਖਵਾਲਾ ਸਦਾ ਸਦਾ ਹਉ ਤੁਧੁ ਧਿਆਈ ॥ ତୁ ସଦା ମୋର ରକ୍ଷାକାରୀ ଅଟୁ, ମୁଁ ତୋର ଆରାଧନା କରିଥାଏ।
ਜੀਅ ਜੰਤ ਸਭਿ ਤੇਰਿਆ ਤੂ ਰਹਿਆ ਸਮਾਈ ॥ ସାରା ଜୀବ-ଜନ୍ତୁ ତୋ’ ଦ୍ଵାରା ଉତ୍ପନ୍ନ ହୋଇଛନ୍ତି, ତୁ ସବୁଙ୍କ ଠାରେ ରହିଛୁ।
ਜੋ ਦਾਸ ਤੇਰੇ ਕੀ ਨਿੰਦਾ ਕਰੇ ਤਿਸੁ ਮਾਰਿ ਪਚਾਈ ॥ ଯିଏ ତୋର ଦାସର ନିନ୍ଦା କରିଥାଏ, ତାହାକୁ ତୁ ଦଳି ନଷ୍ଟ କରିଦେଉ।
ਚਿੰਤਾ ਛਡਿ ਅਚਿੰਤੁ ਰਹੁ ਨਾਨਕ ਲਗਿ ਪਾਈ ॥੨੧॥ ହେ ନାନକ! ପ୍ରଭୁଙ୍କ ଚରଣ ସ୍ପର୍ଶ କର ତଥା ଚିନ୍ତା ତ୍ୟାଗ କରି ନିଶ୍ଚିନ୍ତ ରୁହ॥21॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਆਸਾ ਕਰਤਾ ਜਗੁ ਮੁਆ ਆਸਾ ਮਰੈ ਨ ਜਾਇ ॥ ସାରା ଜଗତ ଆଶା କରି ନାଶ ହୋଇଯାଏ, ପରନ୍ତୁ ଆଶା ମରେ ନାହିଁ।
ਨਾਨਕ ਆਸਾ ਪੂਰੀਆ ਸਚੇ ਸਿਉ ਚਿਤੁ ਲਾਇ ॥੧॥ ହେ ନାନକ! ସତ୍ୟସ୍ଵରୂପ ପରମାତ୍ମାଙ୍କ ସାଥିରେ ଚିତ୍ତ ଲଗାଇଲେ ସବୁ ଆଶା ପୁରା ହୋଇଯାଏ॥1॥
ਮਃ ੩ ॥ ମହଲା 3 ॥
ਆਸਾ ਮਨਸਾ ਮਰਿ ਜਾਇਸੀ ਜਿਨਿ ਕੀਤੀ ਸੋ ਲੈ ਜਾਇ ॥ ଆଶା-ଅଭିଳାଷ ସେତେବେଳ ଦୂର ହୁଏ, ଯେତେବେଳେ ତାହାକୁ ଜାତ କରିଥିବା ଭଗବାନ ତାହାର ବିନାଶ କରିଥାନ୍ତି।
ਨਾਨਕ ਨਿਹਚਲੁ ਕੋ ਨਹੀ ਬਾਝਹੁ ਹਰਿ ਕੈ ਨਾਇ ॥੨॥ ହେ ନାନକ! ହରିଙ୍କ ନାମ ବିନା କୌଣସି ବସ୍ତୁ ଅନଶ୍ଵର ନୁହେଁ॥2॥
ਪਉੜੀ ॥ ପଉଡି ॥
ਆਪੇ ਜਗਤੁ ਉਪਾਇਓਨੁ ਕਰਿ ਪੂਰਾ ਥਾਟੁ ॥ ଭଗବାନ ସ୍ଵୟଂ ହିଁ ପୂର୍ଣ୍ଣ ଢାଞ୍ଚା ବନାଇ ଜଗତର ରଚନା କରିଛନ୍ତି।
ਆਪੇ ਸਾਹੁ ਆਪੇ ਵਣਜਾਰਾ ਆਪੇ ਹੀ ਹਰਿ ਹਾਟੁ ॥ ସେ ସ୍ଵୟଂ ହିଁ ସାହୁକାର ଅଟନ୍ତି, ସ୍ଵୟଂ ହିଁ ବ୍ୟାପାରୀ ଏବଂ ସ୍ଵୟଂ ହିଁ ହାଟ, ବଜାର ଅଟନ୍ତି।
ਆਪੇ ਸਾਗਰੁ ਆਪੇ ਬੋਹਿਥਾ ਆਪੇ ਹੀ ਖੇਵਾਟੁ ॥ ସେ ନିଜେ ହିଁ ସାଗର, ନିଜେ ହିଁ ଜାହାଜ ଆଉ ନିଜେ ହିଁ ନାବିକ ଅଟନ୍ତି।
ਆਪੇ ਗੁਰੁ ਚੇਲਾ ਹੈ ਆਪੇ ਆਪੇ ਦਸੇ ਘਾਟੁ ॥ ସେ ନିଜେ ହିଁ ଗୁରୁ ଆଉ ନିଜେ ହିଁ ଚେଲା ଅଟନ୍ତି ଆଉ ନିଜେ ହିଁ ଘାଟ ଦେଖାଇ ଥାଆନ୍ତି।
ਜਨ ਨਾਨਕ ਨਾਮੁ ਧਿਆਇ ਤੂ ਸਭਿ ਕਿਲਵਿਖ ਕਾਟੁ ॥੨੨॥੧॥ ਸੁਧੁ ହେ ନାନକ! ତୁ ସେହି ପରମାତ୍ମାଙ୍କ ନାମ ସ୍ମରଣ କର ଏବଂ ନିଜର ସବୁ ପାପ ଦୂର କର॥22॥1॥ଶୁଦ୍ଧ॥
ਰਾਗੁ ਗੂਜਰੀ ਵਾਰ ਮਹਲਾ ੫ ରାଗ ଗୁଜରୀ ୱାର ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕੁ ਮਃ ੫ ॥ ଶ୍ଳୋକ ମହଲା 5 ॥
ਅੰਤਰਿ ਗੁਰੁ ਆਰਾਧਣਾ ਜਿਹਵਾ ਜਪਿ ਗੁਰ ਨਾਉ ॥ ନିଜ ଅନ୍ତର୍ମନରେ ଗୁରୁଙ୍କ ଆରାଧନା କର ଆଉ ଜିହ୍ଵାରେ ଗୁରୁଙ୍କ ନାମ ଜପ କର।
ਨੇਤ੍ਰੀ ਸਤਿਗੁਰੁ ਪੇਖਣਾ ਸ੍ਰਵਣੀ ਸੁਨਣਾ ਗੁਰ ਨਾਉ ॥ ନିଜ ନେତ୍ରରେ ସଚ୍ଚା ଗୁରୁଙ୍କ ଦର୍ଶନ କର ତଥା କାନରେ ଗୁରୁଙ୍କ ନାମ ଶୁଣ।
ਸਤਿਗੁਰ ਸੇਤੀ ਰਤਿਆ ਦਰਗਹ ਪਾਈਐ ਠਾਉ ॥ ସଦଗୁରୁଙ୍କ ପ୍ରେମରେ ରଙ୍ଗୀନ ହେବା ଦ୍ଵାରା ତୋତେ ପ୍ରଭୁଙ୍କ ଦରବାରରେ ଆଶ୍ରୟ ମିଳିଯିବ।
ਕਹੁ ਨਾਨਕ ਕਿਰਪਾ ਕਰੇ ਜਿਸ ਨੋ ਏਹ ਵਥੁ ਦੇਇ ॥ ହେ ନାନକ! ଯାହା ଉପରେ ପ୍ରଭୁ କୃପା କରନ୍ତି, ତାହାକୁ ହିଁ ସେ ଅମୂଲ୍ୟ ବସ୍ତୁ ଦେଇଥାନ୍ତି।
ਜਗ ਮਹਿ ਉਤਮ ਕਾਢੀਅਹਿ ਵਿਰਲੇ ਕੇਈ ਕੇਇ ॥੧॥ କେହି ବିରଳ ବ୍ୟକ୍ତିକୁ ହିଁ ଏହି ଜଗତରେ ଉତ୍ତମ କୁହାଯାଏ ॥1॥
ਮਃ ੫ ॥ ମହଲା 5 ॥
ਰਖੇ ਰਖਣਹਾਰਿ ਆਪਿ ਉਬਾਰਿਅਨੁ ॥ ରକ୍ଷକ ପ୍ରଭୁ ମୋର ରକ୍ଷା କରିଛନ୍ତି ଏବଂ ସେ ସ୍ଵୟଂ ହିଁ ରକ୍ଷା କରି ମୋର କଲ୍ୟାଣ କରିଛନ୍ତି।
ਗੁਰ ਕੀ ਪੈਰੀ ਪਾਇ ਕਾਜ ਸਵਾਰਿਅਨੁ ॥ ଗୁରୁଙ୍କ ଚରଣରେ ଲାଗି ମୋର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି।
ਹੋਆ ਆਪਿ ਦਇਆਲੁ ਮਨਹੁ ਨ ਵਿਸਾਰਿਅਨੁ ॥ ଯେବେ ପ୍ରଭୁ ସ୍ଵୟଂ ଦୟାଳୁ ହୋଇଛନ୍ତି, ସେତେବେଳେ ମୁଁ ନିଜ ମନରୁ ତାହାଙ୍କୁ ବିସ୍ମୃତ କରେ ନାହିଁ।
ਸਾਧ ਜਨਾ ਕੈ ਸੰਗਿ ਭਵਜਲੁ ਤਾਰਿਅਨੁ ॥ ସନ୍ଥଙ୍କ ସଙ୍ଗତିରେ ରହି ଭବସାଗରରୁ ପାର ହୋଇଯାଇଛି।
ਸਾਕਤ ਨਿੰਦਕ ਦੁਸਟ ਖਿਨ ਮਾਹਿ ਬਿਦਾਰਿਅਨੁ ॥ ଶାକ୍ତ, ନିନ୍ଦୁକ ଏବଂ ଦୁଷ୍ଟର ନାଶ ପ୍ରଭୁ କ୍ଷଣକରେ କରିଥାନ୍ତି।
ਤਿਸੁ ਸਾਹਿਬ ਕੀ ਟੇਕ ਨਾਨਕ ਮਨੈ ਮਾਹਿ ॥ ନାନକଙ୍କ ମନରେ ସେହି ମାଲିକଙ୍କ ସାହାରା ଅଛି,


© 2017 SGGS ONLINE
Scroll to Top