Page 493
                    ਦੁਰਮਤਿ ਭਾਗਹੀਨ ਮਤਿ ਫੀਕੇ ਨਾਮੁ ਸੁਨਤ ਆਵੈ ਮਨਿ ਰੋਹੈ ॥
                   
                    
                                          
                        ଦୁର୍ମତି, ଭାଗ୍ୟହୀନ ଏବଂ ତୁଚ୍ଛ ବୁଦ୍ଧି ବାଲା ଲୋକଙ୍କୁ ପ୍ରଭୁଙ୍କ ନାମ ଶୁଣି ହିଁ ମନରେ କ୍ରୋଧ ଆସିଯାଏ।   
                                            
                    
                    
                
                                   
                    ਕਊਆ ਕਾਗ ਕਉ ਅੰਮ੍ਰਿਤ ਰਸੁ ਪਾਈਐ ਤ੍ਰਿਪਤੈ ਵਿਸਟਾ ਖਾਇ ਮੁਖਿ ਗੋਹੈ ॥੩॥
                   
                    
                                          
                        କାଉର ସମ୍ମୁଖରେ ସ୍ଵାଦିଷ୍ଟ ଭୋଜନ ରଖାଗଲେ ମଧ୍ୟ ସେ ନିଜ ମୁଖରେ ବିଷ୍ଠା ଏବଂ ଗୋବର ଖାଇ ହିଁ ତୃପ୍ତ ହୋଇଥାଏ॥3॥        
                                            
                    
                    
                
                                   
                    ਅੰਮ੍ਰਿਤ ਸਰੁ ਸਤਿਗੁਰੁ ਸਤਿਵਾਦੀ ਜਿਤੁ ਨਾਤੈ ਕਊਆ ਹੰਸੁ ਹੋਹੈ ॥
                   
                    
                                          
                        ସତ୍ୟବାଦୀ ସଦଗୁରୁଜୀ ଅମୃତର ସରୋବର ଅଟେ, ଯେଉଁଥିରେ ସ୍ନାନ କରିଲେ କାଉ ମଧ୍ୟ ହଂସ ବନିଯାଏ।      
                                            
                    
                    
                
                                   
                    ਨਾਨਕ ਧਨੁ ਧੰਨੁ ਵਡੇ ਵਡਭਾਗੀ ਜਿਨ੍ਹ੍ ਗੁਰਮਤਿ ਨਾਮੁ ਰਿਦੈ ਮਲੁ ਧੋਹੈ ॥੪॥੨॥
                   
                    
                                          
                        ହେ ନାନକ! ସେହି ମନୁଷ୍ୟ ଧନ୍ୟ ଏବଂ ଭାଗ୍ଯବାନ ଅଟେ, ଯିଏ ନିଜ ମନର ମଇଳାକୁ ଗୁରୁ ଉପଦେଶ ଅନୁସାରେ ପ୍ରଭୁ-ନାମରେ ଧୌତ କରିଥାଏ॥4॥2॥         
                                            
                    
                    
                
                                   
                    ਗੂਜਰੀ ਮਹਲਾ ੪ ॥
                   
                    
                                          
                        ଗୁଜରୀ ମହଲା 4 ॥ 
                                            
                    
                    
                
                                   
                    ਹਰਿ ਜਨ ਊਤਮ ਊਤਮ ਬਾਣੀ ਮੁਖਿ ਬੋਲਹਿ ਪਰਉਪਕਾਰੇ ॥
                   
                    
                                          
                        ହରିଙ୍କ ଭକ୍ତ ଉତ୍ତମ ଅଟେ, ତାହାଙ୍କ ବାଣୀ ବଡ ଉତ୍ତମ ହୋଇଥାଏ ତଥା ସେ ନିଜ ସୁଖରେ ପରୋପକାର ପାଇଁ  ବାଣୀ ବୋଲିଥାଏ।      
                                            
                    
                    
                
                                   
                    ਜੋ ਜਨੁ ਸੁਣੈ ਸਰਧਾ ਭਗਤਿ ਸੇਤੀ ਕਰਿ ਕਿਰਪਾ ਹਰਿ ਨਿਸਤਾਰੇ ॥੧॥
                   
                    
                                          
                        ଯେଉଁ ଲୋକ ଶ୍ରଦ୍ଧା ଏବଂ ଭକ୍ତି-ଭାବ ସହିତ ତାହାଙ୍କ ବାଣୀ ଶୁଣିଥାଏ, ହରି କୃପା କରି ତାହାଙ୍କ ମୁକ୍ତି କରି ଦେଇଥାନ୍ତି॥1॥     
                                            
                    
                    
                
                                   
                    ਰਾਮ ਮੋ ਕਉ ਹਰਿ ਜਨ ਮੇਲਿ ਪਿਆਰੇ ॥
                   
                    
                                          
                        ହେ ରାମ! ମୋତେ ପ୍ରିୟ ଭକ୍ତଙ୍କ ସଙ୍ଗତିରେ ମିଳନ କର।     
                                            
                    
                    
                
                                   
                    ਮੇਰੇ ਪ੍ਰੀਤਮ ਪ੍ਰਾਨ ਸਤਿਗੁਰੁ ਗੁਰੁ ਪੂਰਾ ਹਮ ਪਾਪੀ ਗੁਰਿ ਨਿਸਤਾਰੇ ॥੧॥ ਰਹਾਉ ॥
                   
                    
                                          
                        ପୂର୍ଣ୍ଣ ସଦଗୁରୁ ମୋତେ ନିଜ ପ୍ରାଣ ଠାରୁ ମଧ୍ୟ ପ୍ରିୟ ଅଟନ୍ତି, ଗୁରୁଦେବ ମୋତେ, ପାପୀକୁ, ମଧ୍ୟ ମୋକ୍ଷ ପ୍ରଦାନ କରିଛନ୍ତି॥1॥ରୁହ॥         
                                            
                    
                    
                
                                   
                    ਗੁਰਮੁਖਿ ਵਡਭਾਗੀ ਵਡਭਾਗੇ ਜਿਨ ਹਰਿ ਹਰਿ ਨਾਮੁ ਅਧਾਰੇ ॥
                   
                    
                                          
                        ଗୁରୁମୁଖୀ ବଡ ଭାଗ୍ୟଶାଳୀ ଅଟେ, ଆଉ ସେ ମଧ୍ୟ ଭାଗ୍ୟବାନ ଅଟେ, ହରିନାମ ହିଁ ତାହାର ଜୀବନର ଆଧାର ବନିଯାଇଛି।          
                                            
                    
                    
                
                                   
                    ਹਰਿ ਹਰਿ ਅੰਮ੍ਰਿਤੁ ਹਰਿ ਰਸੁ ਪਾਵਹਿ ਗੁਰਮਤਿ ਭਗਤਿ ਭੰਡਾਰੇ ॥੨॥
                   
                    
                                          
                        ସେ ହରି ନାମାମୃତ ଏବଂ ହରିରସକୁ ପାନ କରିଥାଏ ତଥା ଗୁରୁ ଉପଦେଶ ଦ୍ଵାରା ତାହାର ଭକ୍ତିର ଭଣ୍ଡାର ଭରି ରହିଥାଏ॥2॥        
                                            
                    
                    
                
                                   
                    ਜਿਨ ਦਰਸਨੁ ਸਤਿਗੁਰ ਸਤ ਪੁਰਖ ਨ ਪਾਇਆ ਤੇ ਭਾਗਹੀਣ ਜਮਿ ਮਾਰੇ ॥
                   
                    
                                          
                        ପରନ୍ତୁ ଯିଏ ସଦପୁରୁଷ ସଦଗୁରୁଙ୍କ ଦର୍ଶନ ପ୍ରାପ୍ତ କରି ନାହିଁ, ସେ ଭାଗ୍ୟହୀନ ତଥା ତାହାକୁ ଯମଦୂତ ନଷ୍ଟ କରିଥାଏ।           
                                            
                    
                    
                
                                   
                    ਸੇ ਕੂਕਰ ਸੂਕਰ ਗਰਧਭ ਪਵਹਿ ਗਰਭ ਜੋਨੀ ਦਯਿ ਮਾਰੇ ਮਹਾ ਹਤਿਆਰੇ ॥੩॥
                   
                    
                                          
                        ଏପରି ମନୁଷ୍ୟ କୁକୁର, ଘୁଷୁରି ଅଥବା ଗଧ ଭଳି ଗର୍ଭ-ଯୋନିରେ (ଜନ୍ମ ମରଣ ଚକ୍ରରେ) ପୀଡିତ ରହିଥାଏ ତଥା ସେହି ମହା ହତ୍ୟାକାରୀକୁ ଭଗବାନ ମାରି ଦେଇଥାନ୍ତି॥3॥        
                                            
                    
                    
                
                                   
                    ਦੀਨ ਦਇਆਲ ਹੋਹੁ ਜਨ ਊਪਰਿ ਕਰਿ ਕਿਰਪਾ ਲੇਹੁ ਉਬਾਰੇ ॥
                   
                    
                                          
                        ହେ ଦୀନଦୟାଳୁ! ନିଜ ସେବକ ଉପରେ ଦୟା କର ଆଉ ନିଜ କୃପା-ଦୃଷ୍ଟି କରି ତାହାଙ୍କ ଉଦ୍ଧାର କର।        
                                            
                    
                    
                
                                   
                    ਨਾਨਕ ਜਨ ਹਰਿ ਕੀ ਸਰਣਾਈ ਹਰਿ ਭਾਵੈ ਹਰਿ ਨਿਸਤਾਰੇ ॥੪॥੩॥
                   
                    
                                          
                        ନାନକ ହରିଙ୍କ ଶରଣ ନେଇଛନ୍ତି, ଯେବେ ହାରୀଙ୍କୁ ଉପଯୁକ୍ତ ଲାଗିଥାଏ, ସେତେବେଳେ ସେ ତାହାର ଉଦ୍ଧାର କରିବେ॥4॥3॥           
                                            
                    
                    
                
                                   
                    ਗੂਜਰੀ ਮਹਲਾ ੪ ॥
                   
                    
                                          
                        ଗୁଜରୀ ମହଲା 4 ॥ 
                                            
                    
                    
                
                                   
                    ਹੋਹੁ ਦਇਆਲ ਮੇਰਾ ਮਨੁ ਲਾਵਹੁ ਹਉ ਅਨਦਿਨੁ ਰਾਮ ਨਾਮੁ ਨਿਤ ਧਿਆਈ ॥
                   
                    
                                          
                        ହେ ମୋର ରାମ! ମୋ’ ଉପରେ ଦୟାଳୁ ହୁଅ, ମୋର ମନ ଭକ୍ତିରେ ଲଗାଅ, କାରଣ ମୁଁ ସର୍ବଦା ତୋର ନାମର ଧ୍ୟାନ କରିଥାଏ।         
                                            
                    
                    
                
                                   
                    ਸਭਿ ਸੁਖ ਸਭਿ ਗੁਣ ਸਭਿ ਨਿਧਾਨ ਹਰਿ ਜਿਤੁ ਜਪਿਐ ਦੁਖ ਭੁਖ ਸਭ ਲਹਿ ਜਾਈ ॥੧॥
                   
                    
                                          
                        ପରମାତ୍ମା ସବୁ ସୁଖ, ସବୁ ଗୁଣ ଏବଂ ସମସ୍ତ ନିଧିର ଭଣ୍ଡାର ଅଟନ୍ତି, ଯାହାର ନାମ ଜପିଲେ ସବୁ ଦୁଃଖ ଏବଂ କ୍ଷୁଧା ଦୂର ହୋଇଯାଏ ॥1॥     
                                            
                    
                    
                
                                   
                    ਮਨ ਮੇਰੇ ਮੇਰਾ ਰਾਮ ਨਾਮੁ ਸਖਾ ਹਰਿ ਭਾਈ ॥
                   
                    
                                          
                        ହେ ମୋର ମନ! ରାମଙ୍କ ନାମ ମୋର ସଖା ଏବଂ ଭାଇ ଅଟେ।       
                                            
                    
                    
                
                                   
                    ਗੁਰਮਤਿ ਰਾਮ ਨਾਮੁ ਜਸੁ ਗਾਵਾ ਅੰਤਿ ਬੇਲੀ ਦਰਗਹ ਲਏ ਛਡਾਈ ॥੧॥ ਰਹਾਉ ॥
                   
                    
                                          
                        ଗୁରୁଙ୍କ ମତି ଦ୍ଵାରା ମୁଁ ରାମନାମର ଯଶ ଗାନ କରିଥାଏ। ଅନ୍ତିମ ସମୟରେ ଏହା ମୋର ସାଥି ହେବ ଆଉ ପ୍ରଭୁଙ୍କ ଦରବାରରେ ମୋତେ ରକ୍ଷା କରିବ॥1॥ରୁହ॥        
                                            
                    
                    
                
                                   
                    ਤੂੰ ਆਪੇ ਦਾਤਾ ਪ੍ਰਭੁ ਅੰਤਰਜਾਮੀ ਕਰਿ ਕਿਰਪਾ ਲੋਚ ਮੇਰੈ ਮਨਿ ਲਾਈ ॥
                   
                    
                                          
                        ହେ ପ୍ରଭୁ! ତୁ ସ୍ଵୟଂ ହିଁ ଦାତା ଏବଂ ଅନ୍ତର୍ଯାମୀ ଅଟୁ, ସ୍ଵୟଂ ହିଁ କୃପା କରି ମୋର ମନରେ ମିଲନର ତୀବ୍ର ଲାଳସା ଜାତ କରାଇଛୁ। 
                                            
                    
                    
                
                                   
                    ਮੈ ਮਨਿ ਤਨਿ ਲੋਚ ਲਗੀ ਹਰਿ ਸੇਤੀ ਪ੍ਰਭਿ ਲੋਚ ਪੂਰੀ ਸਤਿਗੁਰ ਸਰਣਾਈ ॥੨॥
                   
                    
                                          
                        ଏବେ ମୋର ମନ ଏବଂ ତନରେ ହରିଙ୍କ ପାଇଁ ତୀବ୍ର ଲାଳସ ଲାଗିଛି, ପ୍ରଭୁ ମୋତେ ସଦଗୁରୁଙ୍କ ଶରଣରେ ରଖି ମୋର ଲାଳସା ପୂର୍ଣ୍ଣ କରିଛନ୍ତି॥2॥            
                                            
                    
                    
                
                                   
                    ਮਾਣਸ ਜਨਮੁ ਪੁੰਨਿ ਕਰਿ ਪਾਇਆ ਬਿਨੁ ਨਾਵੈ ਧ੍ਰਿਗੁ ਧ੍ਰਿਗੁ ਬਿਰਥਾ ਜਾਈ ॥
                   
                    
                                          
                        ଅମୂଲ୍ୟ ମାନବ ଜନ୍ମ ପୂଣ୍ୟ କରିଲେ ହିଁ ପ୍ରାପ୍ତ ହୋଇଥାଏ, ପ୍ରଭୁ-ନାମ ବିନା ଏହା ଧିକ୍କାର ଯୋଗ୍ୟ ତଥା ବ୍ୟର୍ଥ ହୋଇଯାଏ।    
                                            
                    
                    
                
                                   
                    ਨਾਮ ਬਿਨਾ ਰਸ ਕਸ ਦੁਖੁ ਖਾਵੈ ਮੁਖੁ ਫੀਕਾ ਥੁਕ ਥੂਕ ਮੁਖਿ ਪਾਈ ॥੩॥
                   
                    
                                          
                        ପ୍ରଭୁ ନାମ ବିନା ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ପଦାର୍ଥ ମଧ୍ୟ ଦୁଃଖ ରୂପ ଅଟେ, ତାହାର ମୁହଁ ଫିକା ହିଁ ରହିଥାଏ ଆଉ ତାହାର ଚେହେରାରେ ଛେପ ପଡିଥାଏ॥3॥  
                                            
                    
                    
                
                                   
                    ਜੋ ਜਨ ਹਰਿ ਪ੍ਰਭ ਹਰਿ ਹਰਿ ਸਰਣਾ ਤਿਨ ਦਰਗਹ ਹਰਿ ਹਰਿ ਦੇ ਵਡਿਆਈ ॥
                   
                    
                                          
                        ଯେଉଁ ଲୋକ ହରି-ପ୍ରଭୁଙ୍କ ଶରଣ ନେଇଥାଏ, ତାହାକୁ ହରି ନିଜ ଦରବାରରେ ମାନ ସମ୍ମାନ ପ୍ରଦାନ କରିଥାନ୍ତି।      
                                            
                    
                    
                
                                   
                    ਧੰਨੁ ਧੰਨੁ ਸਾਬਾਸਿ ਕਹੈ ਪ੍ਰਭੁ ਜਨ ਕਉ ਜਨ ਨਾਨਕ ਮੇਲਿ ਲਏ ਗਲਿ ਲਾਈ ॥੪॥੪॥
                   
                    
                                          
                        ହେ ନାନକ! ନିଜ ସେବକକୁ ପ୍ରଭୁ ଧନ୍ୟ ଧନ୍ୟ ଏବଂ ସାବାସ କହିଥାନ୍ତି, ସେ ତାହାକୁ ଗଳାରେ ଲଗାଇ ଥାଆନ୍ତି ଆଉ ନିଜ ସାଥିରେ ମିଳନ କରାଇ ଥାଆନ୍ତି॥4॥4॥         
                                            
                    
                    
                
                                   
                    ਗੂਜਰੀ ਮਹਲਾ ੪ ॥
                   
                    
                                          
                        ଗୁଜରୀ ମହଲା 4 ॥  
                                            
                    
                    
                
                                   
                    ਗੁਰਮੁਖਿ ਸਖੀ ਸਹੇਲੀ ਮੇਰੀ ਮੋ ਕਉ ਦੇਵਹੁ ਦਾਨੁ ਹਰਿ ਪ੍ਰਾਨ ਜੀਵਾਇਆ ॥
                   
                    
                                          
                        ହେ ମୋର ଗୁରୁମୁଖୀ ସଖୀ! ମୋତେ ହରିନାମର ଦାନ ଦିଅ ଯାହା ମୋର ପ୍ରାଣର ଜୀବନ ଅଟେ।        
                                            
                    
                    
                
                                   
                    ਹਮ ਹੋਵਹ ਲਾਲੇ ਗੋਲੇ ਗੁਰਸਿਖਾ ਕੇ ਜਿਨ੍ਹ੍ਹਾ ਅਨਦਿਨੁ ਹਰਿ ਪ੍ਰਭੁ ਪੁਰਖੁ ਧਿਆਇਆ ॥੧॥
                   
                    
                                          
                        ମୁଁ ସେହି ଗୁରଶିଖଙ୍କ ସେବକ ଏବଂ ଦାସ ଅଟେ ଯିଏ ରାତି ଦିନ ହରି-ପ୍ରଭୁଙ୍କ ହିଁ ଧ୍ୟାନ କରିଥାଏ॥1॥            
                                            
                    
                    
                
                                   
                    ਮੇਰੈ ਮਨਿ ਤਨਿ ਬਿਰਹੁ ਗੁਰਸਿਖ ਪਗ ਲਾਇਆ ॥
                   
                    
                                          
                        ଭଗବାନ ମୋର ମନ ଏବଂ ତନରେ ଗୁରୁଶିଖଙ୍କ ଚରଣ ପାଇଁ ପ୍ରେମ ଜାତ କରିଛନ୍ତି।        
                                            
                    
                    
                
                                   
                    ਮੇਰੇ ਪ੍ਰਾਨ ਸਖਾ ਗੁਰ ਕੇ ਸਿਖ ਭਾਈ ਮੋ ਕਉ ਕਰਹੁ ਉਪਦੇਸੁ ਹਰਿ ਮਿਲੈ ਮਿਲਾਇਆ ॥੧॥ ਰਹਾਉ ॥
                   
                    
                                          
                        ହେ ଗୁରୁଙ୍କ ଶିଖ! ତୁମେ ମୋର ପ୍ରାଣ, ମୋର ମିତ୍ର ଏବଂ ମୋର ଭାଇ ଅଟ, ମୋତେ ଉପଦେଶ ଦିଅ, କାରଣ ତୁମ ସହିତ ମିଶିଲେ ପ୍ରଭୁଙ୍କ ସହିତ ମିଳନ କରି ପାରିବି॥1॥ରୁହ॥                    
                                            
                    
                    
                
                    
             
				