Guru Granth Sahib Translation Project

guru granth sahib odia page-481

Page 481

ਇਹ ਸ੍ਰਪਨੀ ਤਾ ਕੀ ਕੀਤੀ ਹੋਈ ॥ ସେହି ମାୟା ରୂପୀ ସର୍ପିଣୀ ସେହି ପ୍ରଭୁଙ୍କ ଠାରୁ ଜାତ ହୋଇଛି,
ਬਲੁ ਅਬਲੁ ਕਿਆ ਇਸ ਤੇ ਹੋਈ ॥੪॥ ନିଜେ ନିଜେ କିଏ ବଳ ଅଥବା କିଏ ଅବଳ ଅଟେ॥4॥
ਇਹ ਬਸਤੀ ਤਾ ਬਸਤ ਸਰੀਰਾ ॥ ଯେ ପର୍ଯ୍ୟନ୍ତ ମାୟା ରୂପୀ ସର୍ପିଣୀ ମନୁଷ୍ୟର ମନରେ ନିବାସ କରିଥାଏ, ସେ ପର୍ଯ୍ୟନ୍ତ ସେ ଜନ୍ମ ମରଣ ଚକ୍ରରେ ପଡି ରହିଥାଏ।
ਗੁਰ ਪ੍ਰਸਾਦਿ ਸਹਜਿ ਤਰੇ ਕਬੀਰਾ ॥੫॥੬॥੧੯॥ ଗୁରୁଙ୍କ ଅନୁକମ୍ପାରୁ କବୀର ସ୍ଵାଭାବିକ ଭାବରେ ପାର ହୋଇ ଯାଇଛନ୍ତି॥5॥6॥16॥
ਆਸਾ ॥ ଆଶା ॥
ਕਹਾ ਸੁਆਨ ਕਉ ਸਿਮ੍ਰਿਤਿ ਸੁਨਾਏ ॥ କୁକୁର(ଅର୍ଥାତ ଲୋଭୀ ମନୁଷ୍ୟ)କୁ ସ୍ମୃତି ପଢି ଶୁଣାଇବାର ଅଭିପ୍ରାୟ କଣ ଅଟେ?
ਕਹਾ ਸਾਕਤ ਪਹਿ ਹਰਿ ਗੁਨ ਗਾਏ ॥੧॥ ଏପରି ହିଁ ଶାକ୍ତ ପାଖରେ ହରିଙ୍କ ଗୁଣଗାନ କରିବାର ଲାଭ କଣ?॥1॥
ਰਾਮ ਰਾਮ ਰਾਮ ਰਮੇ ਰਮਿ ਰਹੀਐ ॥ ହେ ଭାଇ! ରାମ ନାମରେ ପୂର୍ଣ୍ଣ ଭାବରେ ଲୀନ ରହିବା ଉଚିତ ତଥା
ਸਾਕਤ ਸਿਉ ਭੂਲਿ ਨਹੀ ਕਹੀਐ ॥੧॥ ਰਹਾਉ ॥ ଭୁଲରେ ମଧ୍ୟ ଶାକ୍ତ ମନୁଷ୍ୟକୁ ଉପଦେଶ ଦେବା ଉଚିତ ନୁହେଁ॥1॥ରୁହ॥
ਕਊਆ ਕਹਾ ਕਪੂਰ ਚਰਾਏ ॥ କାଉକୁ କର୍ପୁର ଖୁଆଇବାରେ କିଛି ଲାଭ ନାହିଁ (କାରଣ କାଉ ବିଷ୍ଠା ଭକ୍ଷୀ ଥଣ୍ଟରେ ଅନ୍ତର ଆସେ ନାହିଁ)
ਕਹ ਬਿਸੀਅਰ ਕਉ ਦੂਧੁ ਪੀਆਏ ॥੨॥ ଏହିପରି ବିଷଧର ସାପକୁ ପିଆଇଲେ ମଧ୍ୟ କିଛି ଲାଭ ନାହିଁ(କାରଣ ଚୋଟ ମାରିବାରୁ ସେ ହଟେ ନାହିଁ)॥2॥
ਸਤਸੰਗਤਿ ਮਿਲਿ ਬਿਬੇਕ ਬੁਧਿ ਹੋਈ ॥ ସତସଙ୍ଗତିରେ ସମ୍ମିଳିତ ହେଲେ ବିବେକ ଓ ବୁଦ୍ଧି ପ୍ରାପ୍ତି ହୋଇଥାଏ,
ਪਾਰਸੁ ਪਰਸਿ ਲੋਹਾ ਕੰਚਨੁ ਸੋਈ ॥੩॥ ଯେପରି ପାରସର ସ୍ପର୍ଶରେ ଲୌହ ସ୍ଵର୍ଣ୍ଣ ବନିଯାଏ॥3॥
ਸਾਕਤੁ ਸੁਆਨੁ ਸਭੁ ਕਰੇ ਕਰਾਇਆ ॥ ଶାକ୍ତ ଏବଂ କୁକୁର ସବୁ ତାହା କରିଥାନ୍ତି, ଯାହା ପ୍ରଭୁ ତାହାଙ୍କ ଦ୍ଵାରା କରାଇ ଥାଆନ୍ତି।
ਜੋ ਧੁਰਿ ਲਿਖਿਆ ਸੁ ਕਰਮ ਕਮਾਇਆ ॥੪॥ ଆଦିରୁ ଭାଗ୍ୟରେ ଯାହା ଲେଖା ହୋଇଥାଏ, ସେ ସେହି କର୍ମ କରିଥାଏ॥4॥
ਅੰਮ੍ਰਿਤੁ ਲੈ ਲੈ ਨੀਮੁ ਸਿੰਚਾਈ ॥ କବୀର ଜୀ କହନ୍ତି ଯେ ଯଦି କୌଣସି ମନୁଷ୍ୟ ଅମୃତ ନେଇ ମଧ୍ୟ ନିମ୍ବ ଉପରେ ସିଂଚନ କରେ,
ਕਹਤ ਕਬੀਰ ਉਆ ਕੋ ਸਹਜੁ ਨ ਜਾਈ ॥੫॥੭॥੨੦॥ ତାହାହେଲେ ମଧ୍ୟ ତାହାର ପିତା ଦୂର ହୁଏନାହିଁ॥5॥7॥20॥
ਆਸਾ ॥ ଆଶା ॥
ਲੰਕਾ ਸਾ ਕੋਟੁ ਸਮੁੰਦ ਸੀ ਖਾਈ ॥ ଯେଉଁ ମହାବଳୀ ରାବଣର ଲଙ୍କା ଭଳି ମଜବୁତ ଦୁର୍ଗ ଥିଲା ଆଉ ସମୁଦ୍ର ଭଳି ଦୁର୍ଗ ରକ୍ଷା ପାଇଁ ଖାଇ ଥିଲା,
ਤਿਹ ਰਾਵਨ ਘਰ ਖਬਰਿ ਨ ਪਾਈ ॥੧॥ ସେହି ରାବଣ ଘରର ଆଜି କୌଣସି ଖବର ନାହିଁ ॥1॥
ਕਿਆ ਮਾਗਉ ਕਿਛੁ ਥਿਰੁ ਨ ਰਹਾਈ ॥ ମୁଁ ପରମାତ୍ମାଙ୍କ ଠାରୁ କଣ ମାଗିବି? କାରଣ, କିଛି ମଧ୍ୟ ସ୍ଥିର ରହେ ନାହିଁ ଅର୍ଥାତ ସବୁ କିଛି ନାଶଶୀଳ ଅଟେ।
ਦੇਖਤ ਨੈਨ ਚਲਿਓ ਜਗੁ ਜਾਈ ॥੧॥ ਰਹਾਉ ॥ ମୋର ନୟନ ଦେଖି ଦେଖି ହିଁ ସମ୍ପୂର୍ଣ୍ଣ ଜଗତ ଚାଲି ଯାଉଛି, ଅର୍ଥାତ ନାଶ ହେଉଛି॥1॥ରୁହ॥
ਇਕੁ ਲਖੁ ਪੂਤ ਸਵਾ ਲਖੁ ਨਾਤੀ ॥ ଯେଉଁ ରାବଣର ଏକ ଲକ୍ଷ ପୁତ୍ର ଏବଂ ନାତି ଓ ନାତୁଣୀ ଥିଲେ,
ਤਿਹ ਰਾਵਨ ਘਰ ਦੀਆ ਨ ਬਾਤੀ ॥੨॥ ସେହି ରାବଣର ଘରେ ଆଜି ଆଲୋକ ନାହିଁ କି ବତୀ ନାହିଁ॥2॥
ਚੰਦੁ ਸੂਰਜੁ ਜਾ ਕੇ ਤਪਤ ਰਸੋਈ ॥ ରାବଣ ଏତେ ବଳଶାଳୀ ଥିଲା ଯେ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଦେବତା ତାହାର ରୋଷେଇ ତିଆରି କରୁଥିଲେ,
ਬੈਸੰਤਰੁ ਜਾ ਕੇ ਕਪਰੇ ਧੋਈ ॥੩॥ ଆଉ ଅଗ୍ନି ଦେବତା ତାହାର ବସ୍ତ୍ର ଧୋଉଥିଲେ॥3॥
ਗੁਰਮਤਿ ਰਾਮੈ ਨਾਮਿ ਬਸਾਈ ॥ ଯିଏ ଗୁରୁଙ୍କ ମତି ଦ୍ଵାରା ରାମଙ୍କ ନାମକୁ ନିଜ ହୃଦୟରେ ସ୍ଥାପନ କରିଛି,
ਅਸਥਿਰੁ ਰਹੈ ਨ ਕਤਹੂੰ ਜਾਈ ॥੪॥ ସେ ସ୍ଥିର ରହିଥାଏ ଆଉ କେଉଁଠି ମଧ୍ୟ ପଥଭ୍ରଷ୍ଟ ହୁଏନାହିଁ॥4॥
ਕਹਤ ਕਬੀਰ ਸੁਨਹੁ ਰੇ ਲੋਈ ॥ କବୀର ଜୀ କହନ୍ତି ଯେ ହେ ଲୋକମାନେ! ଧ୍ୟାନ ସହିତ ଶୁଣ,
ਰਾਮ ਨਾਮ ਬਿਨੁ ਮੁਕਤਿ ਨ ਹੋਈ ॥੫॥੮॥੨੧॥ ରାମଙ୍କ ନାମ ବିନା ଜୀବର ମୁକ୍ତି ହୁଏନାହିଁ॥5॥8॥21॥
ਆਸਾ ॥ ଆଶା ॥
ਪਹਿਲਾ ਪੂਤੁ ਪਿਛੈਰੀ ਮਾਈ ॥ ପ୍ରଥମେ (ଭଗବାନଙ୍କ ଅଂଶ ଜୀବ) ପୁତ୍ର ଥିଲା ଆଉ ତା’ପରେ ତାହାର ମାତା ହୋଇ ମାୟା ଉତ୍ପନ୍ନ ହୋଇଛି।
ਗੁਰੁ ਲਾਗੋ ਚੇਲੇ ਕੀ ਪਾਈ ॥੧॥ ସେହି ଜୀବ ସ୍ଵୟଂ ଗୁରୁଙ୍କ ସଦୃଶ ଥିଲା, ପରନ୍ତୁ ମନ ରୂପୀ ଚେଲାର ଆଜ୍ଞା ପାଳନ କରିବାକୁ ଲାଗିଲା॥
ਏਕੁ ਅਚੰਭਉ ਸੁਨਹੁ ਤੁਮ੍ਹ੍ਹ ਭਾਈ ॥ ହେ ଭାଇ! ଏକ ଅଦ୍ଭୁତ କଥା ଶୁଣ
ਦੇਖਤ ਸਿੰਘੁ ਚਰਾਵਤ ਗਾਈ ॥੧॥ ਰਹਾਉ ॥ ମୁଁ ଜୀବାତ୍ମା ରୂପୀ ସିଂହକୁ ଏବେ ଇନ୍ଦ୍ରିୟ ରୂପୀ ଗାଈକୁ ଚରାଇବା ଦେଖୁଅଛି॥1॥ରୁହ॥
ਜਲ ਕੀ ਮਛੁਲੀ ਤਰਵਰਿ ਬਿਆਈ ॥ ଭଗବାନଙ୍କ ଅମୃତ ଜଳରେ ବାସ କରିଥିବା ଆତ୍ମା ରୂପୀ ମାଛ ଜଳ ତ୍ୟାଗ କରି ବିକାରର ବୃକ୍ଷ ଉପରେ ପ୍ରସୂତ ହୋଇଛି, ଅର୍ଥାତ ସାଂସାରିକ ବନ୍ଧନରେ ବାନ୍ଧି ହୋଇଛି।
ਦੇਖਤ ਕੁਤਰਾ ਲੈ ਗਈ ਬਿਲਾਈ ॥੨॥ ତୃଷ୍ଣା ରୂପୀ ବିଲେଇକୁ ସନ୍ତୋଷ ରୂପୀ କୁକୁରକୁ ଉଠାଇ ନେବା ଦେଖି ଅଛି॥2॥
ਤਲੈ ਰੇ ਬੈਸਾ ਊਪਰਿ ਸੂਲਾ ॥ ଜୀବର ଗୁଣ ରୂପୀ ଡାଳ ତଳକୁ ଚାଲି ଯାଇଛି ତଥା ମୂଳ ଉପରକୁ ଆସି ଯାଇଛି।
ਤਿਸ ਕੈ ਪੇਡਿ ਲਗੇ ਫਲ ਫੂਲਾ ॥੩॥ ସେହି ବୃକ୍ଷରେ ବିକାରର ଫଳ ପୁଷ୍ପ ଲାଗି ଅଛି॥3॥
ਘੋਰੈ ਚਰਿ ਭੈਸ ਚਰਾਵਨ ਜਾਈ ॥ ପ୍ରାଣ ରୂପୀ ଘୋଡା ଉପରେ ସବାର ହୋଇ ବାସନାର ପୋଢ ଜୀବାତ୍ମାକୁ ଚରାଇବା ପାଇଁ ନେଇ ଯାଉଛି।
ਬਾਹਰਿ ਬੈਲੁ ਗੋਨਿ ਘਰਿ ਆਈ ॥੪॥ ଧୈର୍ଯ୍ୟ ରୂପୀ ଷଣ୍ଢ ଏବେ ବାହାରେ ଅଛି, ଯେତେବେଳେ ବାସନାର ବୋଝ ଜୀବ ଏବେ ଘରକୁ ଆସିଛି॥4॥
ਕਹਤ ਕਬੀਰ ਜੁ ਇਸ ਪਦ ਬੂਝੈ ॥ କବୀର ଜୀ କହନ୍ତି ଯେ ଯିଏ ଏହି ପଦକୁ ବୁଝି ନିଏ,
ਰਾਮ ਰਮਤ ਤਿਸੁ ਸਭੁ ਕਿਛੁ ਸੂਝੈ ॥੫॥੯॥੨੨॥ ତାହାକୁ ରାମ ନାମର ଭଜନ କରିବା ଦ୍ଵାରା ସବୁ କିଛି ଜ୍ଞାନ ହୋଇଯାଏ ଆଉ ସେ ମାୟାର ବନ୍ଧନରୁ ମୁକ୍ତି ପ୍ରାପ୍ତ କରି ନିଏ ॥5॥6॥22॥
ਬਾਈਸ ਚਉਪਦੇ ਤਥਾ ਪੰਚਪਦੇ ਆਸਾ ਸ੍ਰੀ ਕਬੀਰ ਜੀਉ ਕੇ ਤਿਪਦੇ ੮ ਦੁਤੁਕੇ ੭ ਇਕਤੁਕਾ ੧ ବାଇଶ ଚଉପଦୀ ତଥା ପଞ୍ଚପଦୀ ଆଶା ଶ୍ରୀ କବୀର ଜୀ ତିପାଦି 8 ଦୁତୁକେ 7 ଇକଟୁକା 1
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਬਿੰਦੁ ਤੇ ਜਿਨਿ ਪਿੰਡੁ ਕੀਆ ਅਗਨਿ ਕੁੰਡ ਰਹਾਇਆ ॥ ଭଗବାନ ପିତାଙ୍କ ବୀର୍ଯ୍ୟ ଦ୍ଵାରା ତୋର ଶରୀରକୁ ବନାଇଛନ୍ତି ଆଉ ଗର୍ଭ ରୂପୀ ଅଗ୍ନି କୁଣ୍ଡରେ ତୋର ରକ୍ଷା କରିଛନ୍ତି।
ਦਸ ਮਾਸ ਮਾਤਾ ਉਦਰਿ ਰਾਖਿਆ ਬਹੁਰਿ ਲਾਗੀ ਮਾਇਆ ॥੧॥ ଦଶ ମାସ ସେ ମାତାର ଉଦରରେ ବଞ୍ଚାଇ ରଖିଛନ୍ତି ଆଉ ଜଗତରେ ଜନ୍ମ ନେଇ ତୋତେ ମାୟା ଆକର୍ଷିତ କରି ନେଇଛି॥1॥
ਪ੍ਰਾਨੀ ਕਾਹੇ ਕਉ ਲੋਭਿ ਲਾਗੇ ਰਤਨ ਜਨਮੁ ਖੋਇਆ ॥ ହେ ପ୍ରାଣୀ! ଲୋଭରେ ଫସି ତୁ ହିରା ଭଳି ଅମୂଲ୍ୟ ଜୀବନ କାହିଁକି ହରାଉଛୁ?
ਪੂਰਬ ਜਨਮਿ ਕਰਮ ਭੂਮਿ ਬੀਜੁ ਨਾਹੀ ਬੋਇਆ ॥੧॥ ਰਹਾਉ ॥ ପୂର୍ବ ଜନ୍ମର ଶୁଭ କର୍ମ କାରଣରୁ ମିଳିଥିବା ଏହି ଶରୀର ରୂପୀ କରମଭୂମିରେ ନାମ ରୂପୀ ବୀଜକୁ ତୁ ଏ ପର୍ଯ୍ୟନ୍ତ ବୁଣି ନାହୁଁ॥1॥ରୁହ॥
ਬਾਰਿਕ ਤੇ ਬਿਰਧਿ ਭਇਆ ਹੋਨਾ ਸੋ ਹੋਇਆ ॥ ଏବେ ବାଳକରୁ ତୁ ବୃଦ୍ଧ ହୋଇଯାଇଛୁ ଆଉ ଯାହା ହେବାର ଥିଲା, ତାହା ହୋଇ ଯାଇଛି।
ਜਾ ਜਮੁ ਆਇ ਝੋਟ ਪਕਰੈ ਤਬਹਿ ਕਾਹੇ ਰੋਇਆ ॥੨॥ ଯେବେ ଯମଦୂତ ଆସି ତୋର ବାଳ ଧରିଥାଏ, ସେତେବେଳେ ତୁ କାହିଁକି ବିଳାପ କରୁ?


© 2017 SGGS ONLINE
Scroll to Top