Guru Granth Sahib Translation Project

guru granth sahib odia page-460

Page 460

ਮਾਲੁ ਜੋਬਨੁ ਛੋਡਿ ਵੈਸੀ ਰਹਿਓ ਪੈਨਣੁ ਖਾਇਆ ॥ ଧନ-ଦୌଲତ ଏବଂ ଯୌବନକୁ ଛାଡି ତୁମେ ଚାଲିଯିବ ତଥା ଖାଇବା ପିନ୍ଧିବା ମଧ୍ୟ ସମାପ୍ତ ହୋଇଯାଇଛି।
ਨਾਨਕ ਕਮਾਣਾ ਸੰਗਿ ਜੁਲਿਆ ਨਹ ਜਾਇ ਕਿਰਤੁ ਮਿਟਾਇਆ ॥੧॥ ନାନକ କହନ୍ତି ଯେ ତୋର କର୍ମ ତୋର ସାଥିରେ ଯିବ, କର୍ମର ପ୍ରଭାବ ଦୂର କରାଯାଇ ପାରିବ ନାହିଁ॥1॥
ਫਾਥੋਹੁ ਮਿਰਗ ਜਿਵੈ ਪੇਖਿ ਰੈਣਿ ਚੰਦ੍ਰਾਇਣੁ ॥ ହେ ଜୀବ! ଯେପରି ହରିଣ ରାତ୍ରିରେ ଶିକାରୀ ଦ୍ଵାରା କରାଯାଇଥିବା ଚନ୍ଦ୍ରାୟଣ ଭଳି ପ୍ରକାଶକୁ ଦେଖି ତାହାର ଜାଲରେ ଫସି ଯାଇଥାଏ, ସେପରି ହିଁ ତୁ ମିଥ୍ୟା ମାୟାର ମୋହରେ ଫସି ଅଛୁ।
ਸੂਖਹੁ ਦੂਖ ਭਏ ਨਿਤ ਪਾਪ ਕਮਾਇਣੁ ॥ ପାପ କରିବା ଦ୍ଵାରା ସୁଖରୁ ହଟି ନିତ୍ୟ ଦୁଃଖ ଜାତ ହୋଇଥାଏ।
ਪਾਪਾ ਕਮਾਣੇ ਛਡਹਿ ਨਾਹੀ ਲੈ ਚਲੇ ਘਤਿ ਗਲਾਵਿਆ ॥ ତୋ’ ଦ୍ଵାରା ହୋଇଥିବା ପାପ ତୋର ପିଛା ଛାଡିବ ନାହିଁ, ଯମଦୂତ ତୋର ଗଳାରେ ଫନ୍ଦା ରଖି ଆଗକୁ ନେଇଥାଏ।
ਹਰਿਚੰਦਉਰੀ ਦੇਖਿ ਮੂਠਾ ਕੂੜੁ ਸੇਜਾ ਰਾਵਿਆ ॥ ରାଜା ହରିଚନ୍ଦଙ୍କ ନଗରୀ ଭଳି ମିଥ୍ୟା ମାୟାକୁ ଦେଖି ତୁ ଧୋଖା ଖାଉଛୁ ଆଉ ନିଜ ସେଜ ଉପରେ ତୁ ମୋହିନୀ ରୂପୀ ମିଥ୍ୟା ନାରୀ ସହିତ ଭୋଗ କରୁଅଛୁ।
ਲਬਿ ਲੋਭਿ ਅਹੰਕਾਰਿ ਮਾਤਾ ਗਰਬਿ ਭਇਆ ਸਮਾਇਣੁ ॥ ଲୋଭ, ଲାଳସା ଏବଂ ଅହଂକାରରେ ତୁମେ ମସ୍ତ ହୋଇଛ ଆଉ ଅଭିମାନରେ ଭରି ରହିଛ।
ਨਾਨਕ ਮ੍ਰਿਗ ਅਗਿਆਨਿ ਬਿਨਸੇ ਨਹ ਮਿਟੈ ਆਵਣੁ ਜਾਇਣੁ ॥੨॥ ହେ ନାନକ! ଯେପରି ମୃଗ ଅଜ୍ଞାନତାରେ ଫସି ନଷ୍ଟ ହୋଇଯାଉଛି, ସେପରି ହିଁ ତୋର ମଧ୍ୟ ଜନ୍ମ ମରଣ ଚକ୍ର ଦୂର ହୁଏନାହିଁ॥2॥
ਮਿਠੈ ਮਖੁ ਮੁਆ ਕਿਉ ਲਏ ਓਡਾਰੀ ॥ ମାଛି ମିଠାରେ ଫସି ହିଁ ମରିଯାଇଥାଏ ଆଉ ଉଡିପାରେ ନାହିଁ,
ਹਸਤੀ ਗਰਤਿ ਪਇਆ ਕਿਉ ਤਰੀਐ ਤਾਰੀ ॥ ହାତୀ ଗାତରେ ପଡି ଗଲେ ପୁଣି ବାହାରି ପାରେ ନାହିଁ,
ਤਰਣੁ ਦੁਹੇਲਾ ਭਇਆ ਖਿਨ ਮਹਿ ਖਸਮੁ ਚਿਤਿ ਨ ਆਇਓ ॥ ଯେଉଁ ଜୀବ-ସ୍ତ୍ରୀକୁ ନିଜ ପତି-ପ୍ରଭୁ ଏକ କ୍ଷଣ ପାଇଁ ମଧ୍ୟ ସ୍ମରଣ ହୁଅନ୍ତି ନାହିଁ, ସଂସାର ସାଗରରୁ ପାର ହେବା ପାଇଁ ତାହା ପାଇଁ କଠିନ ଅଟେ।
ਦੂਖਾ ਸਜਾਈ ਗਣਤ ਨਾਹੀ ਕੀਆ ਅਪਣਾ ਪਾਇਓ ॥ ତାହାର ଦୁଃଖ ଏବଂ ଦଣ୍ଡ ଗଣନାରୁ ବାହାର ଟାଏ, ସେ ନିଜର କର୍ମର ଫଳ ଭୋଗିଥାଏ।
ਗੁਝਾ ਕਮਾਣਾ ਪ੍ਰਗਟੁ ਹੋਆ ਈਤ ਉਤਹਿ ਖੁਆਰੀ ॥ ଲୁଚି କରିଥିବା ପାପ କର୍ମ ମଧ୍ୟ ପ୍ରକଟ ହୋଇଯାଏ ଆଉ ଲୋକ-ପରଲୋକରେ ସେ ଧ୍ଵଂସ ହୋଇଯାଏ।
ਨਾਨਕ ਸਤਿਗੁਰ ਬਾਝੁ ਮੂਠਾ ਮਨਮੁਖੋ ਅਹੰਕਾਰੀ ॥੩॥ ହେ ନାନକ! ସଚ୍ଚା ଗୁରୁଙ୍କ ବିନା ସ୍ଵେଚ୍ଛାଚାରିଣୀ ଜୀବ-ସ୍ତ୍ରୀ ଠକି ହୋଇଯାଏ॥3॥
ਹਰਿ ਕੇ ਦਾਸ ਜੀਵੇ ਲਗਿ ਪ੍ਰਭ ਕੀ ਚਰਣੀ ॥ ହରିଙ୍କ ଦାସ ପ୍ରଭୁ ଚରଣରେ ଲାଗି ଆତ୍ମିକ ଜୀବନ ଅତିବାହିତ କରିଥାଏ।
ਕੰਠਿ ਲਗਾਇ ਲੀਏ ਤਿਸੁ ਠਾਕੁਰ ਸਰਣੀ ॥ ଯିଏ ଠାକୁରଙ୍କ ଶରଣ ନିଏ, ସେ ତାହାକୁ ନିଜ ଗଳାରେ ଲଗାଇ ଥାଆନ୍ତି।
ਬਲ ਬੁਧਿ ਗਿਆਨੁ ਧਿਆਨੁ ਅਪਣਾ ਆਪਿ ਨਾਮੁ ਜਪਾਇਆ ॥ ସେ ତାହାକୁ ବଳ, ବୁଦ୍ଧି, ଜ୍ଞାନ ପ୍ରଦାନ କରନ୍ତି ଆଉ ସ୍ଵୟଂ ହିଁ ତାହା ଦ୍ଵାରା ନିଜ ନାମର ଜପ କରାଇ ଥାଆନ୍ତି।
ਸਾਧਸੰਗਤਿ ਆਪਿ ਹੋਆ ਆਪਿ ਜਗਤੁ ਤਰਾਇਆ ॥ ପ୍ରଭୁ ସ୍ଵୟଂ ହିଁ ସତସଙ୍ଗତି ଅଟନ୍ତି ଆଉ ସ୍ଵୟଂ ହିଁ ସଂସାରକୁ ଉଦ୍ଧାର କରିଥାନ୍ତି।
ਰਾਖਿ ਲੀਏ ਰਖਣਹਾਰੈ ਸਦਾ ਨਿਰਮਲ ਕਰਣੀ ॥ ଯେଉଁ ମନୁଷ୍ୟର କର୍ମ ସଦା ନିର୍ମଳ ହୋଇଥାଏ, ରକ୍ଷକ ପ୍ରଭୁ ତାହାର ରକ୍ଷା କରିଥାନ୍ତି।
ਨਾਨਕ ਨਰਕਿ ਨ ਜਾਹਿ ਕਬਹੂੰ ਹਰਿ ਸੰਤ ਹਰਿ ਕੀ ਸਰਣੀ ॥੪॥੨॥੧੧॥ ହେ ନାନକ! ହରିଙ୍କ ସନ୍ଥ ହରିଙ୍କ ଶରଣରେ ହିଁ ରହିଥାଏ ଆଉ କେବେ ନର୍କରେ ପଡେ ନାହିଁ॥4॥2॥11॥
ਆਸਾ ਮਹਲਾ ੫ ॥ ଆଶା ମହଲା 5 ॥
ਵੰਞੁ ਮੇਰੇ ਆਲਸਾ ਹਰਿ ਪਾਸਿ ਬੇਨੰਤੀ ॥ ହେ ମୋର ଆଳସ୍ୟ! ମୋ’ ଠାରୁ ଦୂର ହୁଅ, ମୁଁ ମୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବାକୁ ଅଛି।
ਰਾਵਉ ਸਹੁ ਆਪਨੜਾ ਪ੍ਰਭ ਸੰਗਿ ਸੋਹੰਤੀ ॥ ମୁଁ ନିଜ କାନ୍ତ-ପ୍ରଭୁଙ୍କ ସହିତ ରମନ କରିଥାଏ ଆଉ ପ୍ରଭୁଙ୍କ ସଙ୍ଗତିରେ ହିଁ ସୁନ୍ଦର ଲାଗିଥାଏ।
ਸੰਗੇ ਸੋਹੰਤੀ ਕੰਤ ਸੁਆਮੀ ਦਿਨਸੁ ਰੈਣੀ ਰਾਵੀਐ ॥ ମୁଁ ନିଜ କାନ୍ତ-ସ୍ଵାମୀଙ୍କ ସଙ୍ଗତିରେ ସୁନ୍ଦର ଲାଗିଥାଏ ଆଉ ରାତି ଦିନ ତାହାଙ୍କ ସହିତ ରମନ କରିଥାଏ।
ਸਾਸਿ ਸਾਸਿ ਚਿਤਾਰਿ ਜੀਵਾ ਪ੍ਰਭੁ ਪੇਖਿ ਹਰਿ ਗੁਣ ਗਾਵੀਐ ॥ ମୁଁ ପ୍ରତି ଶ୍ଵାସରେ ପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ଦର୍ଶନ କରି ଜୀବିତ ରହିଥାଏ, ମୁଁ ହରିଙ୍କ ଗୁଣଗାନ କରିଥାଏ।
ਬਿਰਹਾ ਲਜਾਇਆ ਦਰਸੁ ਪਾਇਆ ਅਮਿਉ ਦ੍ਰਿਸਟਿ ਸਿੰਚੰਤੀ ॥ ବିରହା ଲଜ୍ଜା କରିଥାଏ, କାରଣ ମୁଁ ନିଜ ପତି-ପ୍ରଭୁଙ୍କ ଦର୍ଶନ କରି ଦେଇଛି ଆଉ ତାହାଙ୍କ ଅମୃତରେ ଭରି ହୋଇଥିବା ଦୃଷ୍ଟି ମୋର ସ୍ନେହକୁ ସିଂଚନ କରିଥାଏ।
ਬਿਨਵੰਤਿ ਨਾਨਕੁ ਮੇਰੀ ਇਛ ਪੁੰਨੀ ਮਿਲੇ ਜਿਸੁ ਖੋਜੰਤੀ ॥੧॥ ନାନକ ବନ୍ଦନା କରନ୍ତି ଯେ ମୋର ଇଚ୍ଛା ପୂର୍ଣ୍ଣ ହୋଇଯାଇଛି, ଯେଉଁ ପତି-ପ୍ରଭୁଙ୍କୁ ମୁଁ ଖୋଜୁଥିଲି, ମୋତେ ସେ ମୋତେ ମିଳି ଯାଇଛନ୍ତି॥1॥
ਨਸਿ ਵੰਞਹੁ ਕਿਲਵਿਖਹੁ ਕਰਤਾ ਘਰਿ ਆਇਆ ॥ ହେ ମହାପାପୀ! ଏଠାରୁ ଦଉଡି ଯାଅ, କାରଣ ଜଗତର ରଚୟିତା ପ୍ରଭୁ ମୋର ହୃଦୟ ଘରକୁ ଆସିଛନ୍ତି।
ਦੂਤਹ ਦਹਨੁ ਭਇਆ ਗੋਵਿੰਦੁ ਪ੍ਰਗਟਾਇਆ ॥ ଯେବେ ଗୋବିନ୍ଦ ମୋର ହୃଦୟରେ ପ୍ରକଟ ହୋଇଛନ୍ତି, ସେତେବେଳେ ମୋର ଭିତରେ ପାଞ୍ଚ ଦୂତ(କାମ, କ୍ରୋଧ, ଲୋଭ, ମୋହ, ଅହଂକାର) ଜଳି ଯାଇଛନ୍ତି।
ਪ੍ਰਗਟੇ ਗੁਪਾਲ ਗੋਬਿੰਦ ਲਾਲਨ ਸਾਧਸੰਗਿ ਵਖਾਣਿਆ ॥ ଯେବେ ମୁଁ ସାଧୁ ସଙ୍ଗତିରେ ସାମିଲ ହୋଇ ସ୍ତୁତିଗାନ କରିଛି, ସେତେବେଳେ ପ୍ରିୟ ଗୋବିନ୍ଦ ଗୋପାଳ ମୋର ହୃଦୟରେ ପ୍ରକଟ ହୋଇ ଯାଇଛନ୍ତି।
ਆਚਰਜੁ ਡੀਠਾ ਅਮਿਉ ਵੂਠਾ ਗੁਰ ਪ੍ਰਸਾਦੀ ਜਾਣਿਆ ॥ ମୁଁ ଅଦ୍ଭୁତ ପ୍ରଭୁଙ୍କ ଦର୍ଶନ କରିଛି, ସେ ମୋ’ ଉପରେ ଅମୃତ ବର୍ଷା କରୁଛନ୍ତି ତଥା ଗୁରୁଙ୍କ ଦୟାରୁ ମୁଁ ତାହାଙ୍କୁ ଜାଣି ପାରିଛି।
ਮਨਿ ਸਾਂਤਿ ਆਈ ਵਜੀ ਵਧਾਈ ਨਹ ਅੰਤੁ ਜਾਈ ਪਾਇਆ ॥ ମୋର ମନରେ ଏବେ ଶାନ୍ତି ଆସିଛି ଆଉ ଖୁସିର ବାଦ୍ୟ-ଜନ୍ତ୍ର ସହିତ ଶୁଭ-କାମନା ମିଳୁଛି, ପ୍ରଭୁଙ୍କ ଅନ୍ତ ପାଇ ହେଉନାହିଁ।
ਬਿਨਵੰਤਿ ਨਾਨਕ ਸੁਖ ਸਹਜਿ ਮੇਲਾ ਪ੍ਰਭੂ ਆਪਿ ਬਣਾਇਆ ॥੨॥ ନାନକ ବନ୍ଦନା କରନ୍ତି ଯେ ସ୍ଵାଭାବିକ ସୁଖ ପ୍ରଭୁ ନିଜେ ବନାଇଛନ୍ତି॥2॥
ਨਰਕ ਨ ਡੀਠੜਿਆ ਸਿਮਰਤ ਨਾਰਾਇਣ ॥ ନାରାୟଣଙ୍କ ସ୍ମରଣ କରୁଥିବା ମନୁଷ୍ୟକୁ କେବେ ନର୍କ ଦେଖିବାକୁ ପଡେ ନାହିଁ।
ਜੈ ਜੈ ਧਰਮੁ ਕਰੇ ਦੂਤ ਭਏ ਪਲਾਇਣ ॥ ଧର୍ମରାଜ ସ୍ଵୟଂ ତାହାଙ୍କ ଜୟ-ଜୟକାର କରିଥାନ୍ତି ଆଉ ଯମଦୂତ ଚାଲିଯାଏ।
ਧਰਮ ਧੀਰਜ ਸਹਜ ਸੁਖੀਏ ਸਾਧਸੰਗਤਿ ਹਰਿ ਭਜੇ ॥ ସାଧୁସଙ୍ଗତିରେ ହରିଙ୍କ ଭଜନ କରିଲେ ମନୁଷ୍ୟକୁ ଧର୍ମ, ଧୈର୍ଯ୍ୟ, ସ୍ଵାଭାବିକ ସୁଖ ପ୍ରାପ୍ତ ହୋଇଯାଏ।
ਕਰਿ ਅਨੁਗ੍ਰਹੁ ਰਾਖਿ ਲੀਨੇ ਮੋਹ ਮਮਤਾ ਸਭ ਤਜੇ ॥ ନିଜ ଅନୁକମ୍ପା କରି ପ୍ରଭୁ ତାହାକୁ ସଂସାର ସାଗରରୁ ଉଦ୍ଧାର କରି ଦିଅନ୍ତି, ଯିଏ ମୋହ, ମମତା ଏବଂ ଅହଂକୁ ତ୍ୟାଗ କରିଥାଏ।
ਗਹਿ ਕੰਠਿ ਲਾਏ ਗੁਰਿ ਮਿਲਾਏ ਗੋਵਿੰਦ ਜਪਤ ਅਘਾਇਣ ॥ ଗୁରୁ ତାହାଙ୍କୁ ପ୍ରଭୁଙ୍କ ସହିତ ମିଶାଇଛନ୍ତି ଆଉ ପ୍ରଭୁ ତାହାକୁ ନିଜ ଗଳାରେ ଲଗାଇଛନ୍ତି, ଗୋବିନ୍ଦଙ୍କ ଭଜନ କରି ସେ ତୃପ୍ତ ହୋଇଛନ୍ତି।
ਬਿਨਵੰਤਿ ਨਾਨਕ ਸਿਮਰਿ ਸੁਆਮੀ ਸਗਲ ਆਸ ਪੁਜਾਇਣ ॥੩॥ ନାନକ ବନ୍ଦନା କରନ୍ତି ଯେ ପ୍ରଭୁଙ୍କ ଆରାଧନା କରିଲେ ସମସ୍ତ ଆଶା ପୂର୍ଣ୍ଣ ହୋଇଯାଏ॥3॥


© 2025 SGGS ONLINE
error: Content is protected !!
Scroll to Top