Guru Granth Sahib Translation Project

guru granth sahib odia page-404

Page 404

ਸਾਜਨ ਸੰਤ ਹਮਾਰੇ ਮੀਤਾ ਬਿਨੁ ਹਰਿ ਹਰਿ ਆਨੀਤਾ ਰੇ ॥ ହେ ମୋର ସଜ୍ଜନ! ମିତ୍ର ଏବଂ ସନ୍ଥଜନ! ହରି-ପରମେଶ୍ଵରଙ୍କ ନାମ ବିନା ସବୁ କିଛି ନଶ୍ଵର ଅଟେ।
ਸਾਧਸੰਗਿ ਮਿਲਿ ਹਰਿ ਗੁਣ ਗਾਏ ਇਹੁ ਜਨਮੁ ਪਦਾਰਥੁ ਜੀਤਾ ਰੇ ॥੧॥ ਰਹਾਉ ॥ ଯେଉଁ ବ୍ୟକ୍ତି ସାଧୁଙ୍କ ସଙ୍ଗତିରେ ମିଶି ଭଗବାନଙ୍କ ଗୁଣଗାନ କରିଛି, ସେ ଏହି ଅମୂଲ୍ୟ ମାନବ ଜନ୍ମ ଜିତିଯାଇଛି ॥1॥ରୁହ॥
ਤ੍ਰੈ ਗੁਣ ਮਾਇਆ ਬ੍ਰਹਮ ਕੀ ਕੀਨ੍ਹ੍ਹੀ ਕਹਹੁ ਕਵਨ ਬਿਧਿ ਤਰੀਐ ਰੇ ॥ ତ୍ରିଗୁଣାତ୍ମକ ମାୟା ପ୍ରଭୁଙ୍କ ଦ୍ଵାରା ସୃଷ୍ଟି ହୋଇଛି, ହେ ଭାଇ! କେଉଁ ଯୁକ୍ତିରେ ଏଥିରୁ ପାର ହୋଇପାରିବ?
ਘੂਮਨ ਘੇਰ ਅਗਾਹ ਗਾਖਰੀ ਗੁਰ ਸਬਦੀ ਪਾਰਿ ਉਤਰੀਐ ਰੇ ॥੨॥ ଏଥିରେ ବିକାରର ଅନେକ ଭ୍ରମ ଅଛି, ଏହା ମାୟାର ଅଥଳ ଏବଂ ବିଷମ ଅଟନ୍ତି। ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଏଥିରୁ ପାରି ହୋଇପାରେ ॥2॥
ਖੋਜਤ ਖੋਜਤ ਖੋਜਿ ਬੀਚਾਰਿਓ ਤਤੁ ਨਾਨਕ ਇਹੁ ਜਾਨਾ ਰੇ ॥ ହେ ନାନକ! ଯିଏ ନିରନ୍ତର ଖୋଜ, ତଲାଶ ଏବଂ ଚିନ୍ତନ କରିବା ଦ୍ଵାରା ଏହି ଯଥାର୍ଥ ଜ୍ଞାନ ପାଇଛି
ਸਿਮਰਤ ਨਾਮੁ ਨਿਧਾਨੁ ਨਿਰਮੋਲਕੁ ਮਨੁ ਮਾਣਕੁ ਪਤੀਆਨਾ ਰੇ ॥੩॥੧॥੧੩੦॥ ଯେ ପ୍ରଭୁଙ୍କ ନାମ ସବୁ ଗୁଣର ଭଣ୍ଡାର ଅଟନ୍ତି, ଯାହାଙ୍କ ତୁଲ୍ୟ ମୂଲ୍ୟ ପଦାର୍ଥ ନାହିଁ, ତାହାଙ୍କୁ ସ୍ମରଣ କରିବା ଦ୍ଵାରା ମନ ମୋତି ଭଳି ଅଟେ ଆଉ ନାମ ସ୍ମରଣରେ ଲୀନ ହୋଇଯାଏ ॥3॥1॥130॥
ਆਸਾ ਮਹਲਾ ੫ ਦੁਪਦੇ ॥ ଆଶା ମହଲା 5 ॥
ਗੁਰ ਪਰਸਾਦਿ ਮੇਰੈ ਮਨਿ ਵਸਿਆ ਜੋ ਮਾਗਉ ਸੋ ਪਾਵਉ ਰੇ ॥ ଗୁରୁଙ୍କ କୃପାରୁ ପ୍ରଭୁ ମୋର ମନରେ ବାସ କରିଛନ୍ତି ଆଉ ଯାହା କିଛି ମୁଁ ମାଗୁଥାଏ, ତାହା ମୋତେ ମିଳିଥାଏ।
ਨਾਮ ਰੰਗਿ ਇਹੁ ਮਨੁ ਤ੍ਰਿਪਤਾਨਾ ਬਹੁਰਿ ਨ ਕਤਹੂੰ ਧਾਵਉ ਰੇ ॥੧॥ ନାମର ରଙ୍ଗ ଦ୍ଵାରା ଏହି ମନ ତୃପ୍ତ ହୋଇଯାଇଛି ଆଉ ପୁଣି କେଉଁଠି କି ଯାଏ ନାହିଁ ॥1॥
ਹਮਰਾ ਠਾਕੁਰੁ ਸਭ ਤੇ ਊਚਾ ਰੈਣਿ ਦਿਨਸੁ ਤਿਸੁ ਗਾਵਉ ਰੇ ॥ ଆମର ଠାକୁର ସବୁଠାରୁ ଉଚ୍ଚ ଅଟନ୍ତି, ଏଥିପାଇଁ ମୁଁ ରାତି ଦିନ ତାହାଙ୍କ ହିଁ ଗୁଣଗାନ କରିଥାଏ।
ਖਿਨ ਮਹਿ ਥਾਪਿ ਉਥਾਪਨਹਾਰਾ ਤਿਸ ਤੇ ਤੁਝਹਿ ਡਰਾਵਉ ਰੇ ॥੧॥ ਰਹਾਉ ॥ ମୋର ପ୍ରଭୁ ଏକ କ୍ଷଣରେ ସୃଷ୍ଟି କରି ନାଶ କରୁଥିବା ଶକ୍ତି ରଖିଛନ୍ତି, ମୁଁ ତୋତେ ତାହାଙ୍କ ଭୟରେ ରଖିବା ଚାହିଁ ଥାଏ ॥1॥ରୁହ॥
ਜਬ ਦੇਖਉ ਪ੍ਰਭੁ ਅਪੁਨਾ ਸੁਆਮੀ ਤਉ ਅਵਰਹਿ ਚੀਤਿ ਨ ਪਾਵਉ ਰੇ ॥ ଯେବେ ମୁଁ ନିଜର ପ୍ରଭୁ ସ୍ଵାମୀଙ୍କୁ ଦେଖି ନିଏ, ସେତେବେଳେ ଅନ୍ୟ କାହାକୁ ନିଜ ହୃଦୟରେ ସ୍ଥାପନ କରେ ନାହିଁ।
ਨਾਨਕੁ ਦਾਸੁ ਪ੍ਰਭਿ ਆਪਿ ਪਹਿਰਾਇਆ ਭ੍ਰਮੁ ਭਉ ਮੇਟਿ ਲਿਖਾਵਉ ਰੇ ॥੨॥੨॥੧੩੧॥ ଦାସ ନାନକଙ୍କୁ ପ୍ରଭୁ ସ୍ଵୟଂ ହିଁ ପ୍ରତିଷ୍ଠାର ପୋଷାକ ପିନ୍ଧାଇଛନ୍ତି, ମୁଁ ନିଜ ଭ୍ରମ ଏବଂ ଭୟକୁ ଦୂର କରି ପ୍ରଭୁଙ୍କ ମହିମା ଲେଖୁଅଛି ॥2॥2॥131॥
ਆਸਾ ਮਹਲਾ ੫ ॥ ଆଶା ମହଲା 5 ॥
ਚਾਰਿ ਬਰਨ ਚਉਹਾ ਕੇ ਮਰਦਨ ਖਟੁ ਦਰਸਨ ਕਰ ਤਲੀ ਰੇ ॥ ହେ ବନ୍ଧୁ! ଚାରି ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ଅଛନ୍ତି, ପରନ୍ତୁ କାମ ଉଦ୍ଦୀପକ ବିକାର କାମ, କ୍ରୋଧ, ମୋହ ଲୋଭ ଏବଂ ଅଭିମାନ ଏହି ଚାରି ବର୍ଣ୍ଣର ଲୋକଙ୍କ କ୍ଷତି କରିଥାଏ, ଷଡ ଦର୍ଶନ ବାଲା ସାଧୁଙ୍କୁ ମଧ୍ୟ ଏହା ହାତରେ ନଚାଇ ଥାଏ।
ਸੁੰਦਰ ਸੁਘਰ ਸਰੂਪ ਸਿਆਨੇ ਪੰਚਹੁ ਹੀ ਮੋਹਿ ਛਲੀ ਰੇ ॥੧॥ ସୁନ୍ଦର, ମନୋହର ଏବଂ ବୁଦ୍ଧିମାନ ସବୁଙ୍କୁ କାମ ଉଦ୍ଦୀପକ ପାଞ୍ଚ ବିକାର ଠକି ଦେଇଛି ॥1॥
ਜਿਨਿ ਮਿਲਿ ਮਾਰੇ ਪੰਚ ਸੂਰਬੀਰ ਐਸੋ ਕਉਨੁ ਬਲੀ ਰੇ ॥ ଏପରି ମହାବଳୀ କିଏ ଅଛି, ଯିଏ ପାଞ୍ଚ କାମ ଉଦ୍ଦୀପକ ସୁରବୀରକୁ ମାରି ଦେଇଛି?
ਜਿਨਿ ਪੰਚ ਮਾਰਿ ਬਿਦਾਰਿ ਗੁਦਾਰੇ ਸੋ ਪੂਰਾ ਇਹ ਕਲੀ ਰੇ ॥੧॥ ਰਹਾਉ ॥ ସେହି ମନୁଷ୍ୟ ଏହି କଳିଯୁଗରେ ପୂର୍ଣ୍ଣ ଅଟେ, ଯିଏ ପାଞ୍ଚ ବିକାରକୁ ମାରି ନିଜ ଜୀବନ ବିତାଇ ଥାଏ ॥1॥ରୁହ॥
ਵਡੀ ਕੋਮ ਵਸਿ ਭਾਗਹਿ ਨਾਹੀ ਮੁਹਕਮ ਫਉਜ ਹਠਲੀ ਰੇ ॥ କାମ ଉଦ୍ଦୀପକ ପାଞ୍ଚ ବିକାର ବଡ ଶକ୍ତିମାନ ଅଟେ, ସେମାନେ ନା କାହାର ବଶରେ ଆସନ୍ତି ଆଉ ନା କାହା ଦ୍ଵାରା ଭୟଭୀତ ହୋଇ ଚାଲି ଯାଆନ୍ତି।
ਕਹੁ ਨਾਨਕ ਤਿਨਿ ਜਨਿ ਨਿਰਦਲਿਆ ਸਾਧਸੰਗਤਿ ਕੈ ਝਲੀ ਰੇ ॥੨॥੩॥੧੩੨॥ ହେ ନାନକ! ସେହି ମନୁଷ୍ୟ ହିଁ ତାହାଙ୍କୁ ପ୍ରତାଡିତ କରି କୁଦି ଦେଇଥାଏ, ଯିଏ ସାଧୁଙ୍କ ସଙ୍ଗତିର ଶରଣ ନେଇଥାଏ ॥2॥3॥132॥
ਆਸਾ ਮਹਲਾ ੫ ॥ ଆଶା ମହଲା 5 ॥
ਨੀਕੀ ਜੀਅ ਕੀ ਹਰਿ ਕਥਾ ਊਤਮ ਆਨ ਸਗਲ ਰਸ ਫੀਕੀ ਰੇ ॥੧॥ ਰਹਾਉ ॥ ହରିଙ୍କ ଉତ୍ତମ କଥା ହିଁ ଜୀବଙ୍କ ପାଇଁ ସର୍ବୋତ୍ତମ ଅଟେ, ଅନ୍ୟ ସବୁ ସ୍ଵାଦ ନିରସ ଅଟେ॥1॥ରୁହ॥
ਬਹੁ ਗੁਨਿ ਧੁਨਿ ਮੁਨਿ ਜਨ ਖਟੁ ਬੇਤੇ ਅਵਰੁ ਨ ਕਿਛੁ ਲਾਈਕੀ ਰੇ ॥੧॥ ଅନେକ ଗୁଣୀ, ଜ୍ଞାନୀ, ରାଗ ବିଦ୍ୟା ବାଲା ଲୋକ ଷଡ ଦର୍ଶନ ବାଲା ହରି କଥା ବ୍ୟତୀତ ଅନ୍ୟ ପଦାର୍ଥକୁ ଜୀବ ପାଇଁ ଲାଭ ଦାୟକ ଭାବନ୍ତି ନାହିଁ॥1॥
ਬਿਖਾਰੀ ਨਿਰਾਰੀ ਅਪਾਰੀ ਸਹਜਾਰੀ ਸਾਧਸੰਗਿ ਨਾਨਕ ਪੀਕੀ ਰੇ ॥੨॥੪॥੧੩੩॥ ହରିଙ୍କ ଏହି କଥା ବିକାରକୁ ନାଶ କରିଥାଏ ଓ ସୁଖଦାୟକ ଅଟେ, ହେ ନାନକ! ହରି କଥା ରୂପୀ ଅମୃତ ଧାରା ସତସଙ୍ଗତିରେ ହିଁ ପାନ କରା ଯାଇପାରେ। ॥2॥4॥133॥
ਆਸਾ ਮਹਲਾ ੫ ॥ ଆଶା ମହଲା 5 ॥
ਹਮਾਰੀ ਪਿਆਰੀ ਅੰਮ੍ਰਿਤ ਧਾਰੀ ਗੁਰਿ ਨਿਮਖ ਨ ਮਨ ਤੇ ਟਾਰੀ ਰੇ ॥੧॥ ਰਹਾਉ ॥ ମୋତେ ଗୁରୁବାଣୀ ବହୁତ ମିଠା ଲାଗିଥାଏ, ଏହା ଅମୃତର ଧାରା ଅଟେ, ଗୁରୁ ଏକ ନିମିଷ ମାତ୍ରେ ମୋର ମନରୁ ଅମୃତ ଧାରା କାଢି ନାହାନ୍ତି ॥1॥ରୁହ॥
ਦਰਸਨ ਪਰਸਨ ਸਰਸਨ ਹਰਸਨ ਰੰਗਿ ਰੰਗੀ ਕਰਤਾਰੀ ਰੇ ॥੧॥ ଏହି ବାଣୀ ଦ୍ଵାରା ଭଗବାନଙ୍କ ଦର୍ଶନ ପ୍ରାପ୍ତି ହୋଇଯାଏ, ପ୍ରଭୁଙ୍କ ଚରଣର ସ୍ପର୍ଶ ମିଳିଯାଏ, ମନ ପ୍ରସନ୍ନ ରହିଥାଏ ଆଉ ମନରେ ଆନନ୍ଦ ଜାତ ହୋଇଥାଏ, ଏହି ବାଣୀ କର୍ତ୍ତା ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ ହୋଇଥାଏ ॥1॥
ਖਿਨੁ ਰਮ ਗੁਰ ਗਮ ਹਰਿ ਦਮ ਨਹ ਜਮ ਹਰਿ ਕੰਠਿ ਨਾਨਕ ਉਰਿ ਹਾਰੀ ਰੇ ॥੨॥੫॥੧੩੪॥ ଏହି ବାଣୀ ଏକ କ୍ଷଣ ପାଇଁ ମଧ୍ୟ ପାଠ କରିଲେ ମନୁଷ୍ୟ ଗୁରୁଙ୍କ ଚରଣ ପର୍ଯ୍ୟନ୍ତ ପହଞ୍ଚି ଯାଏ, ସବୁବେଳେ ଏହାର ଜପ କରିଲେ ଜୀବ ଯମଦୂତର ଜାଲରେ ଫସେ ନାହିଁ, ହରି ନାନକଙ୍କ କଣ୍ଠ ଏବଂ ହୃଦୟରେ ଗୁରୁବାଣୀର ହାର ପିନ୍ଧାଇଛନ୍ତି।
ਆਸਾ ਮਹਲਾ ੫ ॥ ଆଶା ମହଲା 5 ॥
ਨੀਕੀ ਸਾਧ ਸੰਗਾਨੀ ॥ ਰਹਾਉ ॥ ମନୁଷ୍ୟ ପାଇଁ ସାଧୁଙ୍କ ସଂଗତି ଅତି ଶୁଭ ଅଟେ ॥ରୁହ॥
ਪਹਰ ਮੂਰਤ ਪਲ ਗਾਵਤ ਗਾਵਤ ਗੋਵਿੰਦ ਗੋਵਿੰਦ ਵਖਾਨੀ ॥੧॥ ଏଠାରେ ଆଠ ପହର, ପ୍ରତି କ୍ଷଣ ଗୋବିନ୍ଦଙ୍କ ଗୁଣଗାନ ହୋଇଥାଏ ଆଉ ଗୋବିନ୍ଦଙ୍କ ଗୁଣ ସ୍ତୁତିର କଥା ହୋଇ ରହିଥାଏ ॥1॥
ਚਾਲਤ ਬੈਸਤ ਸੋਵਤ ਹਰਿ ਜਸੁ ਮਨਿ ਤਨਿ ਚਰਨ ਖਟਾਨੀ ॥੨॥ ଉଠିବା ବସିବା ଏବଂ ଶୋଇବା ସମୟରେ ସେଠାରେ ହରିଙ୍କ ଯଶୋଗାନ ହୋଇଥାଏ ଆଉ ତାହାର ମନ-ତନରେ ଭଗବାନ ବାସ କରିଥାନ୍ତି ॥2॥
ਹਂਉ ਹਉਰੋ ਤੂ ਠਾਕੁਰੁ ਗਉਰੋ ਨਾਨਕ ਸਰਨਿ ਪਛਾਨੀ ॥੩॥੬॥੧੩੫॥ ନାନକ କହନ୍ତି ଯେ ହେ ଠାକୁର! ମୁଁ ଗୁଣ ବିହୀନ ଅଟେ, କିନ୍ତୁ ତୁ ମୋର ଗୁଣ ସ୍ଵାମୀ ଅଟ ଆଉ ମୁଁ ତୋର ଶରଣ ନେବା ହିଁ ଉପଯୁକ୍ତ ଭାବିଥାଏ ॥3॥6॥135॥


© 2025 SGGS ONLINE
error: Content is protected !!
Scroll to Top