Guru Granth Sahib Translation Project

guru granth sahib odia page-356

Page 356

ਆਪੁ ਬੀਚਾਰਿ ਮਾਰਿ ਮਨੁ ਦੇਖਿਆ ਤੁਮ ਸਾ ਮੀਤੁ ਨ ਅਵਰੁ ਕੋਈ ॥ ମୁଁ ସ୍ଵୟଂ ବିଚାର କରି ଏହାକୁ ଦେଖିଛି ଯେ ତୁମ ଭଳି ମିତ୍ର ଅନ୍ୟ କେହି ନାହାନ୍ତି।
ਜਿਉ ਤੂੰ ਰਾਖਹਿ ਤਿਵ ਹੀ ਰਹਣਾ ਦੁਖੁ ਸੁਖੁ ਦੇਵਹਿ ਕਰਹਿ ਸੋਈ ॥੩॥ “(ହେ ପ୍ରଭୁ!) ତୁ ମୋତେ ଯେପରି ରଖିଛୁ, ମୁଁ ସେପରି ରହିଛି, ଦୁଃଖ ଓ ସୁଖ ତୁ ପ୍ରଦାନ କରୁ, ତୁ ଯାହା କରୁଛୁ ତାହା ହୋଇଥାଏ ॥3॥
ਆਸਾ ਮਨਸਾ ਦੋਊ ਬਿਨਾਸਤ ਤ੍ਰਿਹੁ ਗੁਣ ਆਸ ਨਿਰਾਸ ਭਈ ॥ ମୁଁ ଆଶା ଏବଂ ତୃଷ୍ଣା ଦୁଇଟି ଦୂର କରିଦେଇଛି ଆଉ ତ୍ରିଗୁଣାତ୍ମକ ମାୟାର ଆଶା ମଧ୍ୟ ଛାଡିଦେଇଛି।
ਤੁਰੀਆਵਸਥਾ ਗੁਰਮੁਖਿ ਪਾਈਐ ਸੰਤ ਸਭਾ ਕੀ ਓਟ ਲਹੀ ॥੪॥ ସତସଙ୍ଗତିର ଶରଣ ନେଇ ଏବଂ ଗୁରୁମୁଖୀ ବନି ହିଁ ଆତ୍ମିକ ଅବସ୍ଥା ପ୍ରାପ୍ତ ହୋଇଥାଏ ॥4॥
ਗਿਆਨ ਧਿਆਨ ਸਗਲੇ ਸਭਿ ਜਪ ਤਪ ਜਿਸੁ ਹਰਿ ਹਿਰਦੈ ਅਲਖ ਅਭੇਵਾ ॥ ଯାହାର ହୃଦୟରେ ଅଲକ୍ଷ୍ୟ ଏବଂ ଭେଦ ରହିତ ପ୍ରଭୁ ବାସ କରିଥାନ୍ତି, ତାହା ପାଖରେ ଜପ, ତପ, ଜ୍ଞାନ, ଧ୍ୟାନ ଇତ୍ୟାଦି ସବୁକିଛି ଥାଏ।
ਨਾਨਕ ਰਾਮ ਨਾਮਿ ਮਨੁ ਰਾਤਾ ਗੁਰਮਤਿ ਪਾਏ ਸਹਜ ਸੇਵਾ ॥੫॥੨੨॥ ହେ ନାନକ! ଯାହାର ମନ ରାମ ନାମରେ ମଗ୍ନ ଥାଏ, ସେ ଗୁରୁଙ୍କ ମତି ଦ୍ଵାରା ପ୍ରଭୁଙ୍କ ସେବା କରି ସ୍ଵାଭାବିକ ଅବସ୍ଥା ପ୍ରାପ୍ତ କରି ନେଇଥାଏ। ॥5॥22॥
ਆਸਾ ਮਹਲਾ ੧ ਪੰਚਪਦੇ ॥ ଆଶା ମହଲା 1 ପଞ୍ଚପଦୀ ॥
ਮੋਹੁ ਕੁਟੰਬੁ ਮੋਹੁ ਸਭ ਕਾਰ ॥ ମୋହ ମନୁଷ୍ୟ ମନରେ ପରିବାର ପ୍ରତି ମମତା ଜାତ କରିଥାଏ, ମୋହ ଜଗତର କାର୍ଯ୍ୟ ଚଲାଇ ଥାଏ ।
ਮੋਹੁ ਤੁਮ ਤਜਹੁ ਸਗਲ ਵੇਕਾਰ ॥੧॥ ମୋହ ମନରେ ବିକାର ଜାତ କରିଥାଏ, ଏଥିପାଇଁ ମୋହକୁ ତ୍ୟାଗ କରନ୍ତୁ ॥1॥
ਮੋਹੁ ਅਰੁ ਭਰਮੁ ਤਜਹੁ ਤੁਮ੍ਹ੍ਹ ਬੀਰ ॥ ହେ ଭାଇ! ମୋହ ଏବଂ ଦ୍ଵିଧା ନିବୃତ୍ତ କର,”
ਸਾਚੁ ਨਾਮੁ ਰਿਦੇ ਰਵੈ ਸਰੀਰ ॥੧॥ ਰਹਾਉ ॥ ସେତତେବେଳେ ହିଁ ଆତ୍ମା ଏବଂ ଶରୀରରେ ପରମାତ୍ମାଙ୍କ ସତ୍ୟନାମ ବାସ କରିବ ॥1॥ରୁହ॥
ਸਚੁ ਨਾਮੁ ਜਾ ਨਵ ਨਿਧਿ ਪਾਈ ॥ ଯେବେ ମନୁଷ୍ୟ ସତ୍ୟନାମର ନବନିଧି ପ୍ରାପ୍ତ କରିନିଏ
ਰੋਵੈ ਪੂਤੁ ਨ ਕਲਪੈ ਮਾਈ ॥੨॥ ସେତେବେଳେ ତାହାର ସନ୍ତାନ କାନ୍ଦେ ନାହିଁ ଆଉ ମାତା ମଧ୍ୟ ଦୁଃଖୀ ହୁଏନାହିଁ॥2॥
ਏਤੁ ਮੋਹਿ ਡੂਬਾ ਸੰਸਾਰੁ ॥ ଏହି ମୋହରେ ସଂପୂର୍ଣ୍ଣ ଜଗତ ବୁଡି ରହିଛି ଆଉ
ਗੁਰਮੁਖਿ ਕੋਈ ਉਤਰੈ ਪਾਰਿ ॥੩॥ ଗୁରୁମୁଖୀ ବନି ହିଁ କେହି ଏହା ଠାରୁ ପାର ହୋଇପାରେ ॥3॥
ਏਤੁ ਮੋਹਿ ਫਿਰਿ ਜੂਨੀ ਪਾਹਿ ॥ ଏହି ମୋହ କାରଣରୁ ହିଁ ଜୀବ ବାରମ୍ବାର ଯୋନିରେ ଆସିଥାଏ।
ਮੋਹੇ ਲਾਗਾ ਜਮ ਪੁਰਿ ਜਾਹਿ ॥੪॥ ମୋହରେ ଲିପ୍ତ ହୋଇ ଜୀବ ଯମପୁରୀକୁ ଯାଇଥାଏ ॥4॥
ਗੁਰ ਦੀਖਿਆ ਲੇ ਜਪੁ ਤਪੁ ਕਮਾਹਿ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ଦୀକ୍ଷା ପ୍ରାପ୍ତ କରି ମଧ୍ୟ ଜପ ଏବଂ ତପ କରିଥାଏ,”
ਨਾ ਮੋਹੁ ਤੂਟੈ ਨਾ ਥਾਇ ਪਾਹਿ ॥੫॥ ତାହାର ନା ସାଂସାରିକ ମୋହ ଭାଙ୍ଗିଥାଏ ଆଉ ନା ହିଁ ସେ ସତ୍ୟର ଦରବାରରେ ସ୍ଵୀକୃତ ହୋଇଥାଏ ॥5॥
ਨਦਰਿ ਕਰੇ ਤਾ ਏਹੁ ਮੋਹੁ ਜਾਇ ॥ ଯଦି ପ୍ରଭୁ ନିଜର କୃପାଦୃଷ୍ଟି ଧାରଣ କରନ୍ତି ତାହାହେଲେ ଏହି ମୋହ ଦୂର ହୋଇଯାଏ।
ਨਾਨਕ ਹਰਿ ਸਿਉ ਰਹੈ ਸਮਾਇ ॥੬॥੨੩॥ ହେ ନାନକ! ଏପରି ଜୀବ ପ୍ରଭୁଙ୍କ ଠାରେ ଲୀନ ହୋଇ ରହିଥାଏ ॥6॥23॥
ਆਸਾ ਮਹਲਾ ੧ ॥ ଆଶା ମହଲା 1॥
ਆਪਿ ਕਰੇ ਸਚੁ ਅਲਖ ਅਪਾਰੁ ॥ ଅଲକ୍ଷ୍ୟ ଏବଂ ଅପାର ସତ୍ୟର ପୁଞ୍ଜି ପରମାତ୍ମା ହିଁ ସବୁ କିଛି କରିଥାନ୍ତି।
ਹਉ ਪਾਪੀ ਤੂੰ ਬਖਸਣਹਾਰੁ ॥੧॥ ହେ ପ୍ରଭୁ! ମୁଁ ତ ପାପୀ ଅଟେ, ପରନ୍ତୁ ତୁ କ୍ଷମାଶୀଳ ଅଟୁ ॥1॥
ਤੇਰਾ ਭਾਣਾ ਸਭੁ ਕਿਛੁ ਹੋਵੈ ॥ ହେ ପ୍ରଭୁ! ତୋର ଇଚ୍ଛାରେ ହିଁ ସବୁ କିଛି ହୋଇଥାଏ।
ਮਨਹਠਿ ਕੀਚੈ ਅੰਤਿ ਵਿਗੋਵੈ ॥੧॥ ਰਹਾਉ ॥ ଯେଉଁ ମନୁଷ୍ୟ ମନର ଜିଦି ଦ୍ଵାରା କାର୍ଯ୍ୟ କରିଥାଏ, ସେ ଶେଷରେ ନଷ୍ଟ ହୋଇଯାଏ ॥1॥ରୁହ॥
ਮਨਮੁਖ ਕੀ ਮਤਿ ਕੂੜਿ ਵਿਆਪੀ ॥ ମନମୁଖୀ ପୁରୁଷର ବୁଦ୍ଧିରେ ସଦା ମିଥ୍ୟା ଭାରି ରହିଥାଏ।
ਬਿਨੁ ਹਰਿ ਸਿਮਰਣ ਪਾਪਿ ਸੰਤਾਪੀ ॥੨॥ ହରିଙ୍କ ସ୍ମରଣ ବିନା ସେ ପାପ କାରଣରୁ ବହୁତ ଦୁଃଖୀ ହୋଇଥାଏ ॥2॥
ਦੁਰਮਤਿ ਤਿਆਗਿ ਲਾਹਾ ਕਿਛੁ ਲੇਵਹੁ ॥ ହେ ପ୍ରାଣୀ! ଦୁର୍ମତି ତ୍ୟାଗ କରି କିଛି ଲାଭ ପ୍ରାପ୍ତ କର।
ਜੋ ਉਪਜੈ ਸੋ ਅਲਖ ਅਭੇਵਹੁ ॥੩॥ ଯିଏ ମଧ୍ୟ ଜାତ ହୋଇଛି, ସେ ଅଗାଢ, ଭେଦରହିତ ସ୍ବାମୀଙ୍କ ଦ୍ଵାରା ହିଁ ହୋଇଛି।
ਐਸਾ ਹਮਰਾ ਸਖਾ ਸਹਾਈ ॥ ମୋର ସଖା ଇଶ୍ଵର ଏପରି ସହାୟକ ଅଟନ୍ତି ଯେ
ਗੁਰ ਹਰਿ ਮਿਲਿਆ ਭਗਤਿ ਦ੍ਰਿੜਾਈ ॥੪॥ ସେ ଗୁରୁ ରୂପରେ ମୋତେ ମିଲିଛନ୍ତି ଆଉ ସେ ଭକ୍ତି ଭାବ ମୋ’ ହୃଦୟରେ ସୁଦୃଢ କରିଛନ୍ତି ॥4॥
ਸਗਲੀ ਸਉਦੀ ਤੋਟਾ ਆਵੈ ॥ ଅନ୍ୟ ସାଂସାରିକ ସଉଦାରେ ମନୁଷ୍ୟକୁ କ୍ଷତି ହିଁ ହୋଇଥାଏ।
ਨਾਨਕ ਰਾਮ ਨਾਮੁ ਮਨਿ ਭਾਵੈ ॥੫॥੨੪॥ ହେ ନାନକ! ମୋର ମନକୁ ରାମଙ୍କ ନାମ ହିଁ ଭଲ ଲାଗିଥାଏ ॥5॥24॥
ਆਸਾ ਮਹਲਾ ੧ ਚਉਪਦੇ ॥ ଆଶା ମହଲା 1 ଚଉପଦୀ ॥
ਵਿਦਿਆ ਵੀਚਾਰੀ ਤਾਂ ਪਰਉਪਕਾਰੀ ॥ ଯଦି ବିଦ୍ୟାର ବିଚାର-ମନନ କରାଯାଏ ତାହାହେଲେ ହିଁ ପରୋପକାରୀ ବନା ଯାଇ ପାରିବ।
ਜਾਂ ਪੰਚ ਰਾਸੀ ਤਾਂ ਤੀਰਥ ਵਾਸੀ ॥੧॥ ଯଦି କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାରକୁ ବଶ କରି ଦିଆଯାଏ, ତାହାହେଲେ ହିଁ ମନୁଷ୍ୟକୁ ତୀର୍ଥବାସୀ କୁହାଯାଇ ପାରିବ ॥1॥
ਘੁੰਘਰੂ ਵਾਜੈ ਜੇ ਮਨੁ ਲਾਗੈ ॥ ଯଦି ମୋର ମନ ପ୍ରଭୁଙ୍କ ସ୍ମରଣରେ ଲାଗିଥାଏ ତାହାହେଲେ ହୃଦୟରେ ଘୁଙ୍ଗୁର ଭଳି ଅନାହାତ ଶବ୍ଦ ବାଜିଥାଏ।
ਤਉ ਜਮੁ ਕਹਾ ਕਰੇ ਮੋ ਸਿਉ ਆਗੈ ॥੧॥ ਰਹਾਉ ॥ ପୁଣି ପରଲୋକରେ ଯମରାଜ ମୋର କିଛି କ୍ଷତି କରିପାରେ ନାହିଁ ॥1॥ରୁହ॥
ਆਸ ਨਿਰਾਸੀ ਤਉ ਸੰਨਿਆਸੀ ॥ ଯେତେବେଳେ ମୁଁ ସବୁ ଆଶା ତ୍ୟାଗ କରିଛି , ସେତେବେଳେ ମୁଁ ସନ୍ନ୍ୟାସୀ ବନିଯାଇଛି।
ਜਾਂ ਜਤੁ ਜੋਗੀ ਤਾਂ ਕਾਇਆ ਭੋਗੀ ॥੨॥ ଯେତେବେଳେ ମୁଁ ତ୍ୟାଗ ଧାରଣ କରି ନେଇଛି ସେତେବେଳେ ମୁଁ ନିଜ କାୟାକୁ ଭୋଗିବା ବାଲା ଚଳ ଗୃହସ୍ଥ ବନିଯାଇଛି ॥2॥
ਦਇਆ ਦਿਗੰਬਰੁ ਦੇਹ ਬੀਚਾਰੀ ॥ ଯେତେବେଳେ ମୁଁ ନିଜ ଶରୀରକୁ ବିକାର ଠାରୁ ବଞ୍ଚାଇବା ବିଷୟରେ ବିଚାର କରୁଅଛି, ସେତେବେଳେ ମୁଁ ଜୀବ ଉପରେ ଦୟା ବାଲା ଦିଗମ୍ବର ହୋଇ ଯାଇଛି।
ਆਪਿ ਮਰੈ ਅਵਰਾ ਨਹ ਮਾਰੀ ॥੩॥ ଯେତେବେଳେ ମୁଁ ନିଜ ଅଭିମାନକୁ ସମାପ୍ତ କରିଦେଇଛି ସେତେବେଳେ ମୁଁ ଅହମିକା ଅର୍ଥାତ ଅନ୍ୟ ଜୀବକୁ ନ ମାରିବା ବାଲା ହୋଇ ଯାଇଛି ॥3॥
ਏਕੁ ਤੂ ਹੋਰਿ ਵੇਸ ਬਹੁਤੇਰੇ ॥ ହେ ପ୍ରଭୁ! ଏକ ତୁ ହିଁ ଅଟୁ ଆଉ ତୋର ଅନେକ ବେଶ ଅଛି।
ਨਾਨਕੁ ਜਾਣੈ ਚੋਜ ਨ ਤੇਰੇ ॥੪॥੨੫॥ ନାନକ ତୋର ଆଶ୍ଚର୍ଯ୍ୟଜନକ କଉତୁକକୁ ଜାଣନ୍ତି ନାହିଁ ॥4॥25॥
ਆਸਾ ਮਹਲਾ ੧ ॥ ଆଶା ମହଲା 1 ॥
ਏਕ ਨ ਭਰੀਆ ਗੁਣ ਕਰਿ ਧੋਵਾ ॥ ମୋ’ ପାଖରେ କେବଳ ଏକ ଅବଗୁଣରେ ନୁହେଁ ଅନେକ ଅବଗୁଣ ମୋ’ ପାଖରେ ଅଛି ଯାହା ଧୁଆ ହୋଇ ପାରିବ ନହିଁ।
ਮੇਰਾ ਸਹੁ ਜਾਗੈ ਹਉ ਨਿਸਿ ਭਰਿ ਸੋਵਾ ॥੧॥ ମୋର ପ୍ରିୟତମ ପ୍ରଭୁ ଜାଗି ରହିଥାନ୍ତି ଆଉ ମୁଁ ସାରା ରାତି ମୋହ ନିଦ୍ରାରେ ଶୋଇ ରହିଥାଏ ॥1॥
ਇਉ ਕਿਉ ਕੰਤ ਪਿਆਰੀ ਹੋਵਾ ॥ ଏହିପରି ମୁଁ ନିଜ ପ୍ରଭୁଙ୍କ ପ୍ରିୟତମ କିପରି ହୋଇପାରିବି?
ਸਹੁ ਜਾਗੈ ਹਉ ਨਿਸ ਭਰਿ ਸੋਵਾ ॥੧॥ ਰਹਾਉ ॥ ମୋର ପତି ପ୍ରଭୁ ଜାଗି ରହିଥାନ୍ତି ଆଉ ମୁଁ ସାରା ରାତି ମୋହ ନିଦ୍ରାରେ ଶୋଇ ରହିଥାଏ ॥1॥ରୁହ॥


© 2025 SGGS ONLINE
error: Content is protected !!
Scroll to Top