Page 315
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਰਹਦੇ ਖੁਹਦੇ ਨਿੰਦਕ ਮਾਰਿਅਨੁ ਕਰਿ ਆਪੇ ਆਹਰੁ ॥
ଅନ୍ୟ ସବୁ ନିନ୍ଦୁକଙ୍କୁ ଭଗବାନ ସ୍ଵୟଂ ହିଁ (ପ୍ରୟାସ କରି) ସମାପ୍ତ କରିଛନ୍ତି।
ਸੰਤ ਸਹਾਈ ਨਾਨਕਾ ਵਰਤੈ ਸਭ ਜਾਹਰੁ ॥੧॥
ହେ ନାନକ! ସନ୍ଥଜନଙ୍କ ସହାୟତା କରିବା ବାଲା ଭଗବାନ ସର୍ବତ୍ର ପ୍ରତ୍ୟକ୍ଷ ରୂପରେ ବ୍ୟାପକ ରହିଛନ୍ତି ॥1॥
ਮਃ ੫ ॥
ମହଲା 5 ॥
ਮੁੰਢਹੁ ਭੁਲੇ ਮੁੰਢ ਤੇ ਕਿਥੈ ਪਾਇਨਿ ਹਥੁ ॥
ଯେଉଁ ବ୍ୟକ୍ତି ପ୍ରଥମରୁ ହିଁ ଭଗବାନଙ୍କୁ ଭୁଲିଯାଇଛି, ସେ ଆଉ କାହାର ସାହାରା ନେବ? (କାରଣ)
ਤਿੰਨੈ ਮਾਰੇ ਨਾਨਕਾ ਜਿ ਕਰਣ ਕਾਰਣ ਸਮਰਥੁ ॥੨॥
ହେ ନାନକ! ତାହାକୁ ସେହି ପ୍ରଭୁ ମାରିଛନ୍ତି, ଯିଏ ଜଗତର ମୂଳ ପ୍ରତ୍ୟେକ କାର୍ଯ୍ୟ କରିବା ଏବଂ କରାଇବା ପାଇଁ ସମର୍ଥ ଅଟନ୍ତି ॥2॥
ਪਉੜੀ ੫ ॥
ପଉଡି 5॥
ਲੈ ਫਾਹੇ ਰਾਤੀ ਤੁਰਹਿ ਪ੍ਰਭੁ ਜਾਣੈ ਪ੍ਰਾਣੀ ॥
ମନୁଷ୍ୟ ରାତିରେ ଫାଶ ନେଇ ଚାଲିଥାଏ, ପରନ୍ତୁ ଇଶ୍ଵର ତାହା ଜାଣିଥାନ୍ତି,
ਤਕਹਿ ਨਾਰਿ ਪਰਾਈਆ ਲੁਕਿ ਅੰਦਰਿ ਠਾਣੀ ॥
ଲୁଚି ଲୁଚି ପର ନାରୀକୁ ଦେଖିଥାଏ,
ਸੰਨ੍ਹ੍ਹੀ ਦੇਨ੍ਹ੍ਹਿ ਵਿਖੰਮ ਥਾਇ ਮਿਠਾ ਮਦੁ ਮਾਣੀ ॥
ବିଷମ ସ୍ଥାନରେ ପଶିଥାଏ ଆଉ ମଦିରାକୁ ମିଠା ମାନିଥାଏ।
ਕਰਮੀ ਆਪੋ ਆਪਣੀ ਆਪੇ ਪਛੁਤਾਣੀ ॥
ଶେଷରେ, ନିଜେ କରିଥିବା କର୍ମ ଅନୁସାରେ ସ୍ଵୟଂ ହିଁ ପଶ୍ଚାତାପ କରିଥାଏ
ਅਜਰਾਈਲੁ ਫਰੇਸਤਾ ਤਿਲ ਪੀੜੇ ਘਾਣੀ ॥੨੭॥
କାରଣ, ଅଜରାଇଲ, ମୃତ୍ୟୁ ଦୁତ, ନୀଚ କର୍ମ କରିବା ବାଳାକୁ ଏପରି ପେଷିଥାଏ, ଯେପରି ଘଣାରେ ରାଶି ପେଷି ହୋଇଥାଏ ॥27॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5 ॥
ਸੇਵਕ ਸਚੇ ਸਾਹ ਕੇ ਸੇਈ ਪਰਵਾਣੁ ॥
ଯେଉଁ ବ୍ୟକ୍ତି ସଚ୍ଚା ଶାହର ସେବକ ହୋଇଥାଏ, ସେ ସତ୍ୟର ଦରବାରରେ ସ୍ଵୀକୃତ ହୋଇଥାଏ।
ਦੂਜਾ ਸੇਵਨਿ ਨਾਨਕਾ ਸੇ ਪਚਿ ਪਚਿ ਮੁਏ ਅਜਾਣ ॥੧॥
ହେ ନାନକ! ଯିଏ ଭଗବାନଙ୍କ ବିନା ଅନ୍ୟ କାହାର ସେବା କରିଥାଏ, ଏପରି ମୂର୍ଖ ବ୍ୟକ୍ତି ବହୁତ ଦୁଃଖୀ ହୋଇ ମରିଥାଏ ॥1॥
ਮਃ ੫ ॥
ମହଲା 5॥
ਜੋ ਧੁਰਿ ਲਿਖਿਆ ਲੇਖੁ ਪ੍ਰਭ ਮੇਟਣਾ ਨ ਜਾਇ ॥
ପରମାତ୍ମା ଆଦିରୁ ଯାହା ଲେଖିଥାନ୍ତି, ତାହାକୁ ଦୂର କରାଯାଇ ପାରିବ ନାହିଁ।
ਰਾਮ ਨਾਮੁ ਧਨੁ ਵਖਰੋ ਨਾਨਕ ਸਦਾ ਧਿਆਇ ॥੨॥
ହେ ନାନକ! ରାମ ନାମ ରୂପୀ ଧନ ହିଁ ଉତ୍ତମ ପୁଞ୍ଜି ହୋଇଥାଏ, ଏଥିପାଇଁ, ସର୍ବଦା ନାମର ଧ୍ୟାନ କରିବା ଉଚିତ। ॥2॥
ਪਉੜੀ ੫ ॥
ପଉଡି 5 ॥
ਨਾਰਾਇਣਿ ਲਇਆ ਨਾਠੂੰਗੜਾ ਪੈਰ ਕਿਥੈ ਰਖੈ ॥
ଯେଉଁ ବ୍ୟକ୍ତି ନାରାୟଣଙ୍କ ଠାରୁ ତଡା ଖାଇଥାଏ, ସେ ଜୀବନର ସତମାର୍ଗରେ ସ୍ଥିର ରହି ନପାରେ।
ਕਰਦਾ ਪਾਪ ਅਮਿਤਿਆ ਨਿਤ ਵਿਸੋ ਚਖੈ ॥
ଏପରି ବ୍ୟକ୍ତି ଅସୁମାରୀ ପାପ କରିଥାଏ ଆଉ ସର୍ବଦା ବିକାର ରୂପୀ ବିଷ ଚାଖିଥାଏ।
ਨਿੰਦਾ ਕਰਦਾ ਪਚਿ ਮੁਆ ਵਿਚਿ ਦੇਹੀ ਭਖੈ ॥
ଅନ୍ୟର ନିନ୍ଦା କରିଥାଏ ସେ ଗଳି ସଢି ମରିଯାଏ, ନିଜ ଶରୀରରେ ମଧ୍ୟ ସଢି ଥାଏ।
ਸਚੈ ਸਾਹਿਬ ਮਾਰਿਆ ਕਉਣੁ ਤਿਸ ਨੋ ਰਖੈ ॥
ଯାହାକୁ ସଚ୍ଚା ପ୍ରଭୁ ମାରନ୍ତି, ତାହାକୁ କିଏ ବଞ୍ଚାଇ ପାରିବ?
ਨਾਨਕ ਤਿਸੁ ਸਰਣਾਗਤੀ ਜੋ ਪੁਰਖੁ ਅਲਖੈ ॥੨੮॥
ହେ ନାନକ! ସେହି ଅଲକ୍ଷ୍ୟ ପରମାତ୍ମାଙ୍କ ଶରଣ ପ୍ରାପ୍ତ କର ॥28॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5॥
ਨਰਕ ਘੋਰ ਬਹੁ ਦੁਖ ਘਣੇ ਅਕਿਰਤਘਣਾ ਕਾ ਥਾਨੁ ॥
କୃତଘ୍ନ ଲୋକର ନିବାସ ଘୋର ନର୍କରେ ହୋଇଥାଏ, ଯେଉଁଠି ତାହାକୁ ବହୁତ କଷ୍ଟଦାୟକ ଦୁଃଖ ଭୋଗିବାକୁ ପଡିଥାଏ।
ਤਿਨਿ ਪ੍ਰਭਿ ਮਾਰੇ ਨਾਨਕਾ ਹੋਇ ਹੋਇ ਮੁਏ ਹਰਾਮੁ ॥੧॥
ହେ ନାନକ! ପ୍ରଭୁଙ୍କ ମରା ହୋଇଥିବା ଏପରି ଲୋକ ବଡ ଦୁଃଖୀ ହୋଇ ମରିଥାନ୍ତି ॥1॥
ਮਃ ੫ ॥
ମହଲା 5 ॥
ਅਵਖਧ ਸਭੇ ਕੀਤਿਅਨੁ ਨਿੰਦਕ ਕਾ ਦਾਰੂ ਨਾਹਿ ॥
ସେହି ଇଶ୍ଵର ସମସ୍ତ ରୋଗ ପାଇଁ ଔଷଧ ବନାଇଛନ୍ତି, ପରନ୍ତୁ, ନିନ୍ଦୁକର କୌଣସି ଉପଚାର ନାହିଁ।
ਆਪਿ ਭੁਲਾਏ ਨਾਨਕਾ ਪਚਿ ਪਚਿ ਜੋਨੀ ਪਾਹਿ ॥੨॥
ହେ ନାନକ! ଯାହାକୁ ଇଶ୍ଵର ସ୍ଵୟଂ କୁମାର୍ଗଗାମୀ କରିଥାଏ, ଏପରି ନିନ୍ଦୁକ ମନୁଷ୍ୟ ଯୋନିରେ ଗଳି ସଢି ରହିଥାଏ। ॥2॥
ਪਉੜੀ ੫ ॥
ପଉଡି 5॥
ਤੁਸਿ ਦਿਤਾ ਪੂਰੈ ਸਤਿਗੁਰੂ ਹਰਿ ਧਨੁ ਸਚੁ ਅਖੁਟੁ ॥
ଯେଉଁ ବ୍ୟକ୍ତିକୁ ପୂର୍ଣ୍ଣ ସଦଗୁରୁ ପ୍ରସନ୍ନ ହୋଇ ହରିନାମ ରୂପୀ ସଚ୍ଚା ଏବଂ ଅକ୍ଷମ ଧନ ଦେଇଛନ୍ତି,
ਸਭਿ ਅੰਦੇਸੇ ਮਿਟਿ ਗਏ ਜਮ ਕਾ ਭਉ ਛੁਟੁ ॥
ତାହାର ସବୁ ସଂଶୟ ଦୂର ହୋଇଯାଏ ଏବଂ ମୃତ୍ୟୁର ଭୟ ମଧ୍ୟ ସମାପ୍ତ ହୋଇଯାଏ।
ਕਾਮ ਕ੍ਰੋਧ ਬੁਰਿਆਈਆਂ ਸੰਗਿ ਸਾਧੂ ਤੁਟੁ ॥
ସନ୍ଥଙ୍କ ସଙ୍ଗତି କରିଲେ କାମ, କ୍ରୋଧ ଏବଂ ମନ୍ଦ ଗୁଣ ଦୂର ହୋଇଯାଏ।
ਵਿਣੁ ਸਚੇ ਦੂਜਾ ਸੇਵਦੇ ਹੁਇ ਮਰਸਨਿ ਬੁਟੁ ॥
ସଚ୍ଚା ପ୍ରଭୁଙ୍କ ଅତିରିକ୍ତ ଯିଏ ଅନ୍ୟର ସେବା କରିଥାଏ, ସେ ନିରାଶ୍ରିତ ହୋଇ ମରିଯାଏ।
ਨਾਨਕ ਕਉ ਗੁਰਿ ਬਖਸਿਆ ਨਾਮੈ ਸੰਗਿ ਜੁਟੁ ॥੨੯॥
ନାନକଙ୍କୁ ଗୁରୁ କ୍ଷମା କରିଦେଇଛନ୍ତି ଆଉ ସେ ଈଶ୍ଵରଙ୍କ ନାମରେ ପ୍ରବୃତ୍ତ ହୋଇଯାଇଛି ॥29॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥
ਤਪਾ ਨ ਹੋਵੈ ਅੰਦ੍ਰਹੁ ਲੋਭੀ ਨਿਤ ਮਾਇਆ ਨੋ ਫਿਰੈ ਜਜਮਾਲਿਆ ॥
ସେହି ବ୍ୟକ୍ତି ତପସ୍ଵୀ ହୋଇନପାରେ, ଯାହାର ମନ ଲୋଭାସକ୍ତ ହୋଇଥାଏ ଆଉ ଲୋଭୀ ଭଳି ନିତ୍ୟ ଧନ ପାଇଁ ବୁଲୁଥାଏ।
ਅਗੋ ਦੇ ਸਦਿਆ ਸਤੈ ਦੀ ਭਿਖਿਆ ਲਏ ਨਾਹੀ ਪਿਛੋ ਦੇ ਪਛੁਤਾਇ ਕੈ ਆਣਿ ਤਪੈ ਪੁਤੁ ਵਿਚਿ ਬਹਾਲਿਆ ॥
ଯେତେବେଳେ, ଏହା ପୂର୍ବରୁ ନିମନ୍ତ୍ରଣ ଦେଇ ବୋଲାଯାଇଛି, ସେତେବେଳେ ସେ ସତ୍ୟର ଭିକ୍ଷା ନେବା ପାଇଁ ମନା କରିଦେଇଛି, କିନ୍ତୁ, ତା’ପରେ ପଶ୍ଚାତାପ କରି ନିଜର ପୁଟରକୁ ଆଣି ସଙ୍ଗତରେ ବସାଇଦେଇଛି।
ਪੰਚ ਲੋਗ ਸਭਿ ਹਸਣ ਲਗੇ ਤਪਾ ਲੋਭਿ ਲਹਰਿ ਹੈ ਗਾਲਿਆ ॥
ଗାଁର ବଡ ମଣିଷ ଏହା କହି କହି ହସନ୍ତୀ ଯେ ଲୋଭ କରି ତପସ୍ଵୀକୁ ନଷ୍ଟ କରିଦେଇଛି।
ਜਿਥੈ ਥੋੜਾ ਧਨੁ ਵੇਖੈ ਤਿਥੈ ਤਪਾ ਭਿਟੈ ਨਾਹੀ ਧਨਿ ਬਹੁਤੈ ਡਿਠੈ ਤਪੈ ਧਰਮੁ ਹਾਰਿਆ ॥
ତପସ୍ଵୀ ଯେଉଁଠି କମ ଧନ-ପଦାର୍ଥ ଦେଖିଥାଏ, ସେହି ସ୍ଥାନ ନିକଟକୁ ଯାଏ ନାହିଁ, ଅଧିକ ଧନ ଦେଖି ତପସ୍ଵୀ ନିଜ ଧର୍ମ ମଧ୍ୟ ହରାଇ ଥାଏ।
ਭਾਈ ਏਹੁ ਤਪਾ ਨ ਹੋਵੀ ਬਗੁਲਾ ਹੈ ਬਹਿ ਸਾਧ ਜਨਾ ਵੀਚਾਰਿਆ ॥
ସନ୍ଥଜନ ବସି ବିଚାର କରିଛନ୍ତି ଯେ ହେ ଭାଇ! ଏହା ତପସ୍ଵୀ ନୁହେଁ, ବଗ ଅଟେ।
ਸਤ ਪੁਰਖ ਕੀ ਤਪਾ ਨਿੰਦਾ ਕਰੈ ਸੰਸਾਰੈ ਕੀ ਉਸਤਤੀ ਵਿਚਿ ਹੋਵੈ ਏਤੁ ਦੋਖੈ ਤਪਾ ਦਯਿ ਮਾਰਿਆ ॥
ତପସ୍ଵୀ ମହାପୁରୁଷଙ୍କ ନିନ୍ଦା କରିଥାଏ ଆଉ ଦୁନିଆର ସ୍ତୁତି ଗାନ କରିଥାଏ, ଏହି ଦୋଷ କାରଣରୁ ଇଶ୍ଵର ଏହାକୁ ଧିକ୍କାର କରିଛନ୍ତି।
ਮਹਾ ਪੁਰਖਾਂ ਕੀ ਨਿੰਦਾ ਕਾ ਵੇਖੁ ਜਿ ਤਪੇ ਨੋ ਫਲੁ ਲਗਾ ਸਭੁ ਗਇਆ ਤਪੇ ਕਾ ਘਾਲਿਆ ॥
ଦେଖ! ମହାପୁରୁଷଙ୍କୁ ନିନ୍ଦା କରିବା ଯୋଗୁଁ ତାହାକୁ ଏହି ଫଳ ମିଳିଅଛି ଯେ ତାହାର ସାରା ପରିଶ୍ରମ ନିଷ୍ଫଳ ହୋଇଯାଇଛି।
ਬਾਹਰਿ ਬਹੈ ਪੰਚਾ ਵਿਚਿ ਤਪਾ ਸਦਾਏ ॥
ସେ ବାହାରେ ମୁଖିଆଙ୍କ ପାଖରେ ବସିଥାଏ ଆଉ ତପସ୍ଵୀ କୁହାଯାଏ।
ਅੰਦਰਿ ਬਹੈ ਤਪਾ ਪਾਪ ਕਮਾਏ ॥
ଯେତେବେଳେ ସେ ଭିତରେ ବସିଥାଏ, ନୀଚ କର୍ମ କରିଥାଏ।