Guru Granth Sahib Translation Project

guru granth sahib odia page-309

Page 309

ਓਇ ਅਗੈ ਕੁਸਟੀ ਗੁਰ ਕੇ ਫਿਟਕੇ ਜਿ ਓਸੁ ਮਿਲੈ ਤਿਸੁ ਕੁਸਟੁ ਉਠਾਹੀ ॥ କାରଣ ଗୁରୁ ଦ୍ଵାରା ଶାପିତ ପୂର୍ବରୁ ହିଁ ଅସ୍ପୃଶ୍ୟ ଥାଏ, ଯେଉଁ ବ୍ୟକ୍ତି ଏପରି ବ୍ୟକ୍ତି ସାଥିରେ ଥାଏ, ସେ ମଧ୍ୟ ଅସ୍ପୃଶ୍ୟ ହୋଇଥାଏ।
ਹਰਿ ਤਿਨ ਕਾ ਦਰਸਨੁ ਨਾ ਕਰਹੁ ਜੋ ਦੂਜੈ ਭਾਇ ਚਿਤੁ ਲਾਹੀ ॥ ହେ ଜିଜ୍ଞାସୁ! ଭଗବାନଙ୍କ ପାଇଁ ତାହାର ଦର୍ଶନ ମଧ୍ୟ କର ନାହିଁ, ଯିଏ ସଦଗୁରୁଙ୍କୁ ତ୍ୟାଗ କରି ମାୟାର ମୋହରେ ଲାଗିଥାଏ।
ਧੁਰਿ ਕਰਤੈ ਆਪਿ ਲਿਖਿ ਪਾਇਆ ਤਿਸੁ ਨਾਲਿ ਕਿਹੁ ਚਾਰਾ ਨਾਹੀ ॥ ତାହାର ସାଥିରେ କୌଣସି ଉପାୟ ସଫଳ ହୁଏନାହିଁ, କାରଣ, ଆଦିକାଳରୁ ହିଁ ପରମାତ୍ମା ତାହା ଦ୍ଵାରା ହୋଇଥିବା କର୍ମ ଅନୁସାରେ ଏପରି ଭ୍ରମର ସଂସ୍କାର ଲେଖିଦେଇଥାନ୍ତି।
ਜਨ ਨਾਨਕ ਨਾਮੁ ਅਰਾਧਿ ਤੂ ਤਿਸੁ ਅਪੜਿ ਕੋ ਨ ਸਕਾਹੀ ॥ ହେ ନାନକ! ତୁମେ ନାମର ଆରାଧନା କର, କାରଣ, ନାମର ଆରାଧନା ବାଲାର ସମାନତା କେହି ନଥାଏ,
ਨਾਵੈ ਕੀ ਵਡਿਆਈ ਵਡੀ ਹੈ ਨਿਤ ਸਵਾਈ ਚੜੈ ਚੜਾਹੀ ॥੨॥ ନାମର ମହିମା ମହାନ ଅଟେ, ଯାହା ପ୍ରତିଦିନ ବଢିଥାଏ ॥2॥
ਮਃ ੪ ॥ ମହଲା 4 ॥
ਜਿ ਹੋਂਦੈ ਗੁਰੂ ਬਹਿ ਟਿਕਿਆ ਤਿਸੁ ਜਨ ਕੀ ਵਡਿਆਈ ਵਡੀ ਹੋਈ ॥ ଗୁରୁ ଯାହାଠାରେ ସ୍ଵୟଂ ତିଳକ କରିଛନ୍ତି, ତାହାର ବହୁତ ଶୋଭା ହୋଇଥାଏ।
ਤਿਸੁ ਕਉ ਜਗਤੁ ਨਿਵਿਆ ਸਭੁ ਪੈਰੀ ਪਇਆ ਜਸੁ ਵਰਤਿਆ ਲੋਈ ॥ ତାହା ସମ୍ମୁଖରେ ସାରା ଦୁନିଆ ନତମସ୍ତକ ହୋଇଥାଏ ଆଉ ତାହାର ଚରଣ ସ୍ପର୍ଶ କରିଥାଏ, ତାହାର ଶୋଭା ସାରା ବିଶ୍ବରେ ପ୍ରସାର ହୋଇଥାଏ।
ਤਿਸ ਕਉ ਖੰਡ ਬ੍ਰਹਮੰਡ ਨਮਸਕਾਰੁ ਕਰਹਿ ਜਿਸ ਕੈ ਮਸਤਕਿ ਹਥੁ ਧਰਿਆ ਗੁਰਿ ਪੂਰੈ ਸੋ ਪੂਰਾ ਹੋਈ ॥ ଯାହାର ମସ୍ତକ ଉପରେ ପୂର୍ଣ୍ଣ ଗୁରୁ ହାତ ରଖିଛନ୍ତି, ସେ ସମସ୍ତ ଗୁଣରେ ପୂର୍ଣ୍ଣ ହୋଇଛନ୍ତି ଆଉ ସମସ୍ତ ଖଣ୍ଡ- ବ୍ରହ୍ମାଣ୍ଡର ଜୀବ ତାହାକୁ ପ୍ରଣାମ କରନ୍ତି।
ਗੁਰ ਕੀ ਵਡਿਆਈ ਨਿਤ ਚੜੈ ਸਵਾਈ ਅਪੜਿ ਕੋ ਨ ਸਕੋਈ ॥ ଗୁରୁଙ୍କ ମହିମା ଦିନକୁ ଦିନ ବଢିଥାଏ, ଅନ୍ୟ କେହି ତାହାଙ୍କ ସମକକ୍ଷ ହୋଇ ପାରିବ ନାହିଁ,
ਜਨੁ ਨਾਨਕੁ ਹਰਿ ਕਰਤੈ ਆਪਿ ਬਹਿ ਟਿਕਿਆ ਆਪੇ ਪੈਜ ਰਖੈ ਪ੍ਰਭੁ ਸੋਈ ॥੩॥ କାରଣ, ନିଜ ସେବକ ନାନକକୁ ପ୍ରଭୁ ସ୍ଵୟଂ ମାନ ଦେଇଛନ୍ତି, ଏଥିପାଇଁ ଇଶ୍ଵର ସ୍ଵୟଂ ହିଁ ତାହାଙ୍କ ମାନ ରଖିଟାନ୍ତି ॥3॥
ਪਉੜੀ ॥ ପଉଡି ॥
ਕਾਇਆ ਕੋਟੁ ਅਪਾਰੁ ਹੈ ਅੰਦਰਿ ਹਟਨਾਲੇ ॥ କାୟା ରୂପୀ ଦୁର୍ଗ ଅପାର ଅଟେ, ଯାହାର ଭିତରେ ଇନ୍ଦ୍ରିୟ ରୂପୀ ବଜାର ଅଛି।
ਗੁਰਮੁਖਿ ਸਉਦਾ ਜੋ ਕਰੇ ਹਰਿ ਵਸਤੁ ਸਮਾਲੇ ॥ ଯେଉଁ ଗୁରୁମୁଖୀ ଇନ୍ଦ୍ରିୟ ରୂପୀ ବଜାରରୁ ସଉଦା କ୍ରୟ କରିଥାଏ, ସେ ଭଗବାନଙ୍କ ନାମ ରୂପୀ ବସ୍ତୁ ସଂଗ୍ରହ କରିଥାଏ।
ਨਾਮੁ ਨਿਧਾਨੁ ਹਰਿ ਵਣਜੀਐ ਹੀਰੇ ਪਰਵਾਲੇ ॥ କାୟା ରୂପୀ ଦୁର୍ଗରେ ହିଁ ଈଶ୍ଵରଙ୍କ ନାମର ଖଜଣାର ବ୍ୟାପାର କରାଯାଇପାରେ, ଏହି ସଉଦା ସାଥିରେ ରହିବା ହୀରା ତଥା ମଣି ଅଟେ।
ਵਿਣੁ ਕਾਇਆ ਜਿ ਹੋਰ ਥੈ ਧਨੁ ਖੋਜਦੇ ਸੇ ਮੂੜ ਬੇਤਾਲੇ ॥ ଯେଉଁ ବ୍ୟକ୍ତି ଏହି ସଉଦାକୁ କାୟା ବିନା ଅନ୍ୟ ସ୍ଥାନରେ ଖୋଜିଥାଏ, ସେ ମୂର୍ଖ ଅଟେ ଆଉ ମନୁଷ୍ୟ କାୟାରେ ଆସିଥିବା ଭୁତ-ପ୍ରେତ ଅଟେ।
ਸੇ ਉਝੜਿ ਭਰਮਿ ਭਵਾਈਅਹਿ ਜਿਉ ਝਾੜ ਮਿਰਗੁ ਭਾਲੇ ॥੧੫॥ ଯେପରି ମୃଗ କସ୍ତୁରୀର ସୁଗନ୍ଧି ପାଇଁ ବୁଦାରେ ଖୋଜିଥାଏ, ସେପରି ହିଁ ମନୁଷ୍ୟ ଭ୍ରମରେ ଫସି ଜଙ୍ଗଲରେ ବୁଲୁଥାଏ ॥15॥
ਸਲੋਕ ਮਃ ੪ ॥ ଶ୍ଳୋକ ମହଲା 4 ॥
ਜੋ ਨਿੰਦਾ ਕਰੇ ਸਤਿਗੁਰ ਪੂਰੇ ਕੀ ਸੁ ਅਉਖਾ ਜਗ ਮਹਿ ਹੋਇਆ ॥ ଯେଉଁ ବ୍ୟକ୍ତି ପୂର୍ଣ୍ଣ ସଦଗୁରୁଙ୍କ ନିନ୍ଦା କରିଥାଏ, ସେ ଦୁନିଆରେ ସର୍ବଦା ଦୁଃଖୀ ରହିଥାଏ।
ਨਰਕ ਘੋਰੁ ਦੁਖ ਖੂਹੁ ਹੈ ਓਥੈ ਪਕੜਿ ਓਹੁ ਢੋਇਆ ॥ ଦୁଃଖର କୂଅ ରୂପୀ ନର୍କରେ ସେହି ନିନ୍ଦୁକକୁ ଧରି ପକାଇ ଦିଆଯାଏ,
ਕੂਕ ਪੁਕਾਰ ਕੋ ਨ ਸੁਣੇ ਓਹੁ ਅਉਖਾ ਹੋਇ ਹੋਇ ਰੋਇਆ ॥ ଯେଉଁଠି ତାହାର ବିନତି କେହି ଶୁଣନ୍ତି ନାହିଁ ଆଉ ସେ ଦୁଃଖୀ ହୋଇ କାନ୍ଦିଥାଏ।
ਓਨਿ ਹਲਤੁ ਪਲਤੁ ਸਭੁ ਗਵਾਇਆ ਲਾਹਾ ਮੂਲੁ ਸਭੁ ਖੋਇਆ ॥ ଏପରି ବ୍ୟକ୍ତି ଲୋକ ପରଲୋକରେ ଆମ ରୂପୀ ଲାଭ ଏବଂ ମାନବ ଜନ୍ମର ମୂଳ ମଧ୍ୟ ହରାଇଦିଏ।
ਓਹੁ ਤੇਲੀ ਸੰਦਾ ਬਲਦੁ ਕਰਿ ਨਿਤ ਭਲਕੇ ਉਠਿ ਪ੍ਰਭਿ ਜੋਇਆ ॥ ଶେଷରେ ଏପରି ବ୍ୟକ୍ତି ତେଲିର ବଳଦ ବନି ପ୍ରତିଦିନ ଈଶ୍ବରଙ୍କ ଆଦେଶରେ ଲାଗିଥାଏ।
ਹਰਿ ਵੇਖੈ ਸੁਣੈ ਨਿਤ ਸਭੁ ਕਿਛੁ ਤਿਦੂ ਕਿਛੁ ਗੁਝਾ ਨ ਹੋਇਆ ॥ ପ୍ରଭୁ ସର୍ବଦା ସବୁ କିଛି ଦେଖିଥାନ୍ତି ଏବଂ ଶୁଣିଥାନ୍ତି, ତାହାଙ୍କ ପାଖରେ କୌଣସି କଥା ଲୁଚି ରହେ ନାହିଁ।
ਜੈਸਾ ਬੀਜੇ ਸੋ ਲੁਣੈ ਜੇਹਾ ਪੁਰਬਿ ਕਿਨੈ ਬੋਇਆ ॥ ଯେପରି କୌଣସି କୃଷକ ଆଦିରେ ବୀଜ ବୁଣିଥିଲା ଆଉ ବର୍ତ୍ତମାନ ମଧ୍ୟ ବୁଣୁଅଛି, ସେପରି ହିଁ ଫଳ ଖାଇଥାଏ।
ਜਿਸੁ ਕ੍ਰਿਪਾ ਕਰੇ ਪ੍ਰਭੁ ਆਪਣੀ ਤਿਸੁ ਸਤਿਗੁਰ ਕੇ ਚਰਣ ਧੋਇਆ ॥ ଯେଉଁ ପ୍ରାଣୀ ଉପରେ ଇଶ୍ଵର ନିଜ କୃପା ଦୃଷ୍ଟି କରିଥାନ୍ତି, ସେ ସଦଗୁରୁଙ୍କ ଚରଣ ଧୋଇଥାଏ।
ਗੁਰ ਸਤਿਗੁਰ ਪਿਛੈ ਤਰਿ ਗਇਆ ਜਿਉ ਲੋਹਾ ਕਾਠ ਸੰਗੋਇਆ ॥ ଯେପରି କାଠ ସାଥିରେ ଲୁହା ପାର ହୋଇଥାଏ, ସେହି ପ୍ରକାରେ ସଦଗୁରୁଙ୍କ ନିର୍ଦ୍ଦେଶ ମାନି ଭବସାଗରରୁ ପାର ହୋଇଯାଏ।
ਜਨ ਨਾਨਕ ਨਾਮੁ ਧਿਆਇ ਤੂ ਜਪਿ ਹਰਿ ਹਰਿ ਨਾਮਿ ਸੁਖੁ ਹੋਇਆ ॥੧॥ ହେ ନାନକ! ତୁମେ ନାମର ଆରାଧନା କର, କାରଣ ହରି- ପରମେଶ୍ଵରଙ୍କ ନାମର ଜପ କରିଲେ ହିଁ ସୁଖ ଉପଲବ୍ଧ ହୋଇଥାଏ ॥1॥
ਮਃ ੪ ॥ ମହଲା 4 ॥
ਵਡਭਾਗੀਆ ਸੋਹਾਗਣੀ ਜਿਨਾ ਗੁਰਮੁਖਿ ਮਿਲਿਆ ਹਰਿ ਰਾਇ ॥ ସେହି ଜୀବ-ସ୍ତ୍ରୀ ବଡ ଭାଗ୍ୟବାନ ଏବଂ ସୁହାଗିନୀ ଅଟେ, ଯାହାକୁ ଗୁରୁଙ୍କ ମାଧ୍ୟମରୁ ପ୍ରଭୁ ମିଲିଯାଇଛନ୍ତି।
ਅੰਤਰ ਜੋਤਿ ਪ੍ਰਗਾਸੀਆ ਨਾਨਕ ਨਾਮਿ ਸਮਾਇ ॥੨॥ ହେ ନାନକ! ଈଶ୍ଵରଙ୍କ ଜ୍ୟୋତି ତାହାର ହୃଦୟ ଆଲୋକିତ କରିଥାଏ ଆଉ ସେ ତାହାଙ୍କ ନାମରେ ଲୀନ ହୋଇଥାଏ ॥2॥
ਪਉੜੀ ॥ ପଉଡି॥
ਇਹੁ ਸਰੀਰੁ ਸਭੁ ਧਰਮੁ ਹੈ ਜਿਸੁ ਅੰਦਰਿ ਸਚੇ ਕੀ ਵਿਚਿ ਜੋਤਿ ॥ ଏହି ସାରା ଶରୀର ଧର୍ମ ଅଟେ, ଏଥିରେ ସତ୍ୟ (ପ୍ରଭୁ)ର ଜ୍ୟୋତି ବିଦ୍ୟମାନ ଅଟେ।
ਗੁਹਜ ਰਤਨ ਵਿਚਿ ਲੁਕਿ ਰਹੇ ਕੋਈ ਗੁਰਮੁਖਿ ਸੇਵਕੁ ਕਢੈ ਖੋਤਿ ॥ ଏହି ଶରୀରରେ ଦିବ୍ୟ ରତ୍ନ ଲୁଚି ରହିଛି, କେହି ବିରଳ ଗୁରୁମୁଖୀ ସେବକ ହିଁ ଏହାକୁ ଖୋଜି ବାହାର କରିଥାଏ।
ਸਭੁ ਆਤਮ ਰਾਮੁ ਪਛਾਣਿਆ ਤਾਂ ਇਕੁ ਰਵਿਆ ਇਕੋ ਓਤਿ ਪੋਤਿ ॥ ଯେବେ ପ୍ରାଣୀ ରାମଙ୍କୁ ଅନୁଭବ କରିଥାଏ, ସେତେବେଳେ ଏକ ଈଶ୍ଵରଙ୍କୁ ବିଦ୍ୟମାନ ହୋଇଥିବା ଏପରି ଦେଖିଥାଏ ଯେପରି ଏକ ସୂତ୍ରରେ ଥାଏ।
ਇਕੁ ਦੇਖਿਆ ਇਕੁ ਮੰਨਿਆ ਇਕੋ ਸੁਣਿਆ ਸ੍ਰਵਣ ਸਰੋਤਿ ॥ ସେ ଏକ ଈଶ୍ଵରଙ୍କୁ ହିଁ ଦେଖିଥାଏ, ତାହାଙ୍କ ଉପରେ ହିଁ ଆସ୍ଥା ରଖିଥାଏ ଆଉ ନିଜ କାନରେ ତାହାଙ୍କ କଥା ଶୁଣିଥାଏ।


© 2017 SGGS ONLINE
Scroll to Top