Guru Granth Sahib Translation Project

guru granth sahib odia page-308

Page 308

ਮਃ ੪ ॥ ମହଲା 4॥
ਜਿਨ ਕਉ ਆਪਿ ਦੇਇ ਵਡਿਆਈ ਜਗਤੁ ਭੀ ਆਪੇ ਆਣਿ ਤਿਨ ਕਉ ਪੈਰੀ ਪਾਏ ॥ ଯାହାକୁ ଇଶ୍ଵର ସ୍ଵୟଂ ଶୋଭା ଦେଇଥାନ୍ତି, ତାହାର ଚରଣରେ ସାରା ଜଗତକୁ ରଖିଥାନ୍ତି।
ਡਰੀਐ ਤਾਂ ਜੇ ਕਿਛੁ ਆਪ ਦੂ ਕੀਚੈ ਸਭੁ ਕਰਤਾ ਆਪਣੀ ਕਲਾ ਵਧਾਏ ॥ କେବଳ ସେତେବେଳେ ଆମେ ଡରିବା ଉଚିତ, ଯଦି ଆମେ ସ୍ଵୟଂ କିଛି କରୁ, ପରମାତ୍ମା ନିଜର କଳା ସ୍ଵୟଂ ବଢାଉଛନ୍ତି।
ਦੇਖਹੁ ਭਾਈ ਏਹੁ ਅਖਾੜਾ ਹਰਿ ਪ੍ਰੀਤਮ ਸਚੇ ਕਾ ਜਿਨਿ ਆਪਣੈ ਜੋਰਿ ਸਭਿ ਆਣਿ ਨਿਵਾਏ ॥ ହେ ଭାଇ! ମନେ ରଖ, ଯେଉଁ ଇଶ୍ଵର ନିଜ ବଳରେ ଜୀବକୁ ନେଇ ଗୁରୁଙ୍କ ସମ୍ମୁଖରେ ରଖିଛନ୍ତି, ସେହି ସଚ୍ଚା ପ୍ରିୟତମ ପାଇଁ ଏହି ଜଗତ ଏକ ଆଖଡା ଅଟେ,
ਆਪਣਿਆ ਭਗਤਾ ਕੀ ਰਖ ਕਰੇ ਹਰਿ ਸੁਆਮੀ ਨਿੰਦਕਾ ਦੁਸਟਾ ਕੇ ਮੁਹ ਕਾਲੇ ਕਰਾਏ ॥ ଯେଉଁଥିରେ, ଜଗତର ସ୍ଵାମୀ ପ୍ରଭୁ ନିଜ ଭକ୍ତର ରକ୍ଷା କରନ୍ତି ଆଉ ନିନ୍ଦୁକ ଦୁଷ୍ଟର ମୁହଁ କଳା କରିଥାନ୍ତି।
ਸਤਿਗੁਰ ਕੀ ਵਡਿਆਈ ਨਿਤ ਚੜੈ ਸਵਾਈ ਹਰਿ ਕੀਰਤਿ ਭਗਤਿ ਨਿਤ ਆਪਿ ਕਰਾਏ ॥ ଦିନକୁ ଦିନ ସଦଗୁରୁଙ୍କ ଶୋଭା ବଢୁଅଛି, ଇଶ୍ଵର ନିଜ ଭକ୍ତକୁ ସର୍ବଦା ନିଜର ଭକ୍ତ ଓ ଯଶ ସ୍ଵୟଂ କରାଇଥାନ୍ତି।
ਅਨਦਿਨੁ ਨਾਮੁ ਜਪਹੁ ਗੁਰਸਿਖਹੁ ਹਰਿ ਕਰਤਾ ਸਤਿਗੁਰੁ ਘਰੀ ਵਸਾਏ ॥ ହେ ଗୁରୁଶିଖ! ଦିନ ରାତି ନାମର ଜପ କର ଆଉ ସଦଗୁରୁଙ୍କ ଦ୍ଵାରା ହରି କର୍ତ୍ତାଙ୍କୁ ନିଜ ହୃଦୟରେ ବସାଅ।
ਸਤਿਗੁਰ ਕੀ ਬਾਣੀ ਸਤਿ ਸਤਿ ਕਰਿ ਜਾਣਹੁ ਗੁਰਸਿਖਹੁ ਹਰਿ ਕਰਤਾ ਆਪਿ ਮੁਹਹੁ ਕਢਾਏ ॥ ହେ ଗୁରୁଶିଖ! ସଦଗୁରୁଙ୍କ ବାଣୀ ସଂପୂର୍ଣ୍ଣ ସତ୍ୟ ଭାବ, କାରଣ, ବିଶ୍ଵର ରଚୟିତା ପରମାତ୍ମା ସ୍ଵୟଂ ହିଁ ଏହି ବାଣୀ ସଦଗୁରୁଙ୍କ ମୁଖ ଦ୍ଵାରା କୁହାଇଥାନ୍ତି।
ਗੁਰਸਿਖਾ ਕੇ ਮੁਹ ਉਜਲੇ ਕਰੇ ਹਰਿ ਪਿਆਰਾ ਗੁਰ ਕਾ ਜੈਕਾਰੁ ਸੰਸਾਰਿ ਸਭਤੁ ਕਰਾਏ ॥ ପ୍ରିୟତମ ପ୍ରଭୁ ଗୁରୁଶିଖର ମୁଖ ଉଜ୍ଜଳ କରିଥାନ୍ତି ଆଉ ସାରା ଦୁନିଆରେ ଗୁରୁଙ୍କ ଜୟ-ଜୟକାର କରାଇଥାନ୍ତି।
ਜਨੁ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਹਰਿ ਦਾਸਨ ਕੀ ਹਰਿ ਪੈਜ ਰਖਾਏ ॥੨॥ ନାନକ ହରିଙ୍କ ଦାସ ଅଟନ୍ତି, ହରିଙ୍କ ଦାସର ହରି ସ୍ଵୟଂ ହିଁ ମାନ ରଖିଥାନ୍ତି ॥2॥
ਪਉੜੀ ॥ ପଉଡି॥
ਤੂ ਸਚਾ ਸਾਹਿਬੁ ਆਪਿ ਹੈ ਸਚੁ ਸਾਹ ਹਮਾਰੇ ॥ ହେ ମୋର ସଚ୍ଚା ଶାହ! ତୁ ସ୍ଵୟଂ ହିଁ ସଚ୍ଚା ମାଲିକ ଅଟୁ।
ਸਚੁ ਪੂਜੀ ਨਾਮੁ ਦ੍ਰਿੜਾਇ ਪ੍ਰਭ ਵਣਜਾਰੇ ਥਾਰੇ ॥ ହେ ପ୍ରଭୁ! ଆମର ସତ୍ୟନାମ ରୂପୀ ପୁଞ୍ଜି ଦୃଢ କରାଅ, କାରଣ ଆମେ ତୋର ହିଁ ବେପାରୀ ଅଟୁ।
ਸਚੁ ਸੇਵਹਿ ਸਚੁ ਵਣੰਜਿ ਲੈਹਿ ਗੁਣ ਕਥਹ ਨਿਰਾਰੇ ॥ ଯେଉଁ ବ୍ୟକ୍ତି ସତ୍ୟନାମ ଜପ କରିଥାଏ, ସତ୍ୟନାମର ବ୍ୟାପାର କରିଥାଏ, ସେ ଗୁଣର କଥନ କରିଥାଏ, ସେ ଦୁନିଆରେ ସତ୍ୟ ଅଟେ।
ਸੇਵਕ ਭਾਇ ਸੇ ਜਨ ਮਿਲੇ ਗੁਰ ਸਬਦਿ ਸਵਾਰੇ ॥ ଯିଏ ଗୁରୁଙ୍କ ଶବ୍ଦ ଦ୍ଵାରା ମନକୁ ସଫଳ କରିଛି, ସେହି ବ୍ୟକ୍ତି ସେବକ ଭାବନା ବାଲା ବନି ପରମାତ୍ମାଙ୍କ ସହିତ ମିଳିଥାନ୍ତି।
ਤੂ ਸਚਾ ਸਾਹਿਬੁ ਅਲਖੁ ਹੈ ਗੁਰ ਸਬਦਿ ਲਖਾਰੇ ॥੧੪॥ ହେ ପ୍ରଭୁ! ତୁ ସଚ୍ଚା ସାହିବ ଅଲକ୍ଷ୍ୟ ଅଟନ୍ତି (ପରନ୍ତୁ) ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ତୋର ଜ୍ଞାନ ହୋଇଥାଏ ॥14॥
ਸਲੋਕ ਮਃ ੪ ॥ ଶ୍ଳୋକ ମହଲା 4॥
ਜਿਸੁ ਅੰਦਰਿ ਤਾਤਿ ਪਰਾਈ ਹੋਵੈ ਤਿਸ ਦਾ ਕਦੇ ਨ ਹੋਵੀ ਭਲਾ ॥ ଯେଉଁ ବ୍ୟକ୍ତିର ଅନ୍ତଃ ମନରେ ଅନ୍ୟକୁ ଦୁଃଖ କରିବା କ୍ଲେଶ- ଭାବନା ହୋଇଥାଏ, ସେହି ବ୍ୟକ୍ତିର କେବେ ଭଲ ହୋଇନଥାଏ।
ਓਸ ਦੈ ਆਖਿਐ ਕੋਈ ਨ ਲਗੈ ਨਿਤ ਓਜਾੜੀ ਪੂਕਾਰੇ ਖਲਾ ॥ ସେହି ବ୍ୟକ୍ତିର ବଚନ ଉପରେ କୌଣସି ଭରସା ନଥାଏ, ସେ ସର୍ବଦା ବ୍ୟର୍ଥ ଚିତ୍କାର କରିଥାଏ।
ਜਿਸੁ ਅੰਦਰਿ ਚੁਗਲੀ ਚੁਗਲੋ ਵਜੈ ਕੀਤਾ ਕਰਤਿਆ ਓਸ ਦਾ ਸਭੁ ਗਇਆ ॥ ଯେଉଁ ବ୍ୟକ୍ତିର ହୃଦୟରେ ଚୁଗୁଲି ଥାଏ, ସେ ଚୁଗୁଲିଖୋର ନାମରେ ପ୍ରସିଦ୍ଧ ହୋଇଯାଏ, ତାହାଙ୍କ ସାରା ଅର୍ଜ୍ଜନ ନିଷ୍ଫଳ ହୋଇଯାଏ।
ਨਿਤ ਚੁਗਲੀ ਕਰੇ ਅਣਹੋਦੀ ਪਰਾਈ ਮੁਹੁ ਕਢਿ ਨ ਸਕੈ ਓਸ ਦਾ ਕਾਲਾ ਭਇਆ ॥ ଏପରି ବ୍ୟକ୍ତି ନିତ୍ୟ ପରର ମିଥ୍ୟା ଚୁଗୁଲି କରିଥାଏ, ସେହି ଲାଞ୍ଛନ କାରଣରୁ ସେ କାହାର ସମ୍ମୁଖରେ ମଧ୍ୟ ଯାଇପାରେ ନାହିଁ, ଫଳସ୍ଵରୂପ, ତାହାର ମୁହଁ କଳା ହୋଇଯାଏ।
ਕਰਮ ਧਰਤੀ ਸਰੀਰੁ ਕਲਿਜੁਗ ਵਿਚਿ ਜੇਹਾ ਕੋ ਬੀਜੇ ਤੇਹਾ ਕੋ ਖਾਏ ॥ ଏହି କଳିଯୁଗରେ ଶରୀର କର୍ମ ରୂପୀ ଧରିତ୍ରୀ ଅଟେ, ଏଥିରେ ଯେପରି ବୀଜ ମନୁଷ୍ୟ ବୁଣିଥାଏ, ସେପରି ହିଁ ଫଳ ଖାଇଥାନ୍ତି,
ਗਲਾ ਉਪਰਿ ਤਪਾਵਸੁ ਨ ਹੋਈ ਵਿਸੁ ਖਾਧੀ ਤਤਕਾਲ ਮਰਿ ਜਾਏ ॥ ଏହି କଥା ଦ୍ଵାରା କେବେ ନ୍ୟାୟ ହୋଇନଥାଏ, ଯଦି ବିଷ ଖାଆନ୍ତି, ତାହାହେଲେ ତୁରନ୍ତ ମରିଯାନ୍ତି।
ਭਾਈ ਵੇਖਹੁ ਨਿਆਉ ਸਚੁ ਕਰਤੇ ਕਾ ਜੇਹਾ ਕੋਈ ਕਰੇ ਤੇਹਾ ਕੋਈ ਪਾਏ ॥ ହେ ଭାଇ! ସଚ୍ଚା ପରମାତ୍ମାଙ୍କ ନ୍ୟାୟ ଦେଖ, ଜଣେ ଯେପରି କର୍ମ କରିଥାଏ, ସେ ସେପରି ହିଁ ଫଳ ପାଇଥାଏ।
ਜਨ ਨਾਨਕ ਕਉ ਸਭ ਸੋਝੀ ਪਾਈ ਹਰਿ ਦਰ ਕੀਆ ਬਾਤਾ ਆਖਿ ਸੁਣਾਏ ॥੧॥ ନାନକଙ୍କୁ ପ୍ରଭୁ ଏହି ଜ୍ଞାନ ଦେଇଥାନ୍ତି, ଆଉ ସେ ପ୍ରଭୁଙ୍କ ଦ୍ବାରର ଏହି କଥା କରି ଶୁଣାଉଛନ୍ତି ॥1॥
ਮਃ ੪ ॥ ମହଲା 4 ॥
ਹੋਦੈ ਪਰਤਖਿ ਗੁਰੂ ਜੋ ਵਿਛੁੜੇ ਤਿਨ ਕਉ ਦਰਿ ਢੋਈ ਨਾਹੀ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ସମ୍ମୁଖରେ ରହି ମଧ୍ୟ ବିଚ୍ଛେଦ ହୋଇଛି, ତାହାକୁ ସତ୍ୟର ଦରବାରରେ କୌଣସି ସାହାରା ମିଳେନାହିଁ।
ਕੋਈ ਜਾਇ ਮਿਲੈ ਤਿਨ ਨਿੰਦਕਾ ਮੁਹ ਫਿਕੇ ਥੁਕ ਥੁਕ ਮੁਹਿ ਪਾਹੀ ॥ ଯଦି କିଏ ସେହି ନିନ୍ଦୁକକୁ ଯାଇ ମିଶିଥାଏ, ତାହାହେଲେ ତାହାର ମୁହଁ ମଧ୍ୟ ଫିକା ଏବଂ କଳା ହୋଇଥାଏ।
ਜੋ ਸਤਿਗੁਰਿ ਫਿਟਕੇ ਸੇ ਸਭ ਜਗਤਿ ਫਿਟਕੇ ਨਿਤ ਭੰਭਲ ਭੂਸੇ ਖਾਹੀ ॥ କାରଣ,ଯେଉଁ ଲୋକ ସଦଗୁରୁଙ୍କ ଆଡୁ ତିରସ୍କୃତ ହୋଇଥାଏ, ସେ ଦୁନିଆରେ ମଧ୍ୟ ତିରସ୍କୃତ ହୋଇଥାଏ ଆଉ ସେ ସର୍ବଦା ପଥଭ୍ରଷ୍ଟ ରହିଥାଏ।
ਜਿਨ ਗੁਰੁ ਗੋਪਿਆ ਆਪਣਾ ਸੇ ਲੈਦੇ ਢਹਾ ਫਿਰਾਹੀ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ନିନ୍ଦା କରିଥାଏ, ସେ ସର୍ବଦା କାନ୍ଦିଥାଏ।
ਤਿਨ ਕੀ ਭੁਖ ਕਦੇ ਨ ਉਤਰੈ ਨਿਤ ਭੁਖਾ ਭੁਖ ਕੂਕਾਹੀ ॥ ତାହାର ତୃଷ୍ଣା କେବେ ମେଣ୍ଟେ ନାହିଁ ଆଉ ସର୍ବଦା ଭୋକ- ଭୋକ ଚିତ୍କାର କରିଥାଏ।
ਓਨਾ ਦਾ ਆਖਿਆ ਕੋ ਨਾ ਸੁਣੈ ਨਿਤ ਹਉਲੇ ਹਉਲਿ ਮਰਾਹੀ ॥ କେହି ତାହାର କଥାରେ ଭରସା କରେ ନାହିଁ, ଏଥିପାଇଁ, ସେ ସର୍ବଦା ଚିନ୍ତାରେ ହିଁ ଥାଏ।
ਸਤਿਗੁਰ ਕੀ ਵਡਿਆਈ ਵੇਖਿ ਨ ਸਕਨੀ ਓਨਾ ਅਗੈ ਪਿਛੈ ਥਾਉ ਨਾਹੀ ॥ ଯେଉଁ ମନୁଷ୍ୟ ଗୁରୁଙ୍କ ମହିମା ସହ୍ୟ କରେ ନାହିଁ, ତାହାକୁ ଲୋକ ପରଲୋକରେ ସ୍ଥାନ ମିଳେନାହିଁ।
ਜੋ ਸਤਿਗੁਰਿ ਮਾਰੇ ਤਿਨ ਜਾਇ ਮਿਲਹਿ ਰਹਦੀ ਖੁਹਦੀ ਸਭ ਪਤਿ ਗਵਾਹੀ ॥ ଗୁରୁ ଦ୍ଵାରା ଶାପିତ ବ୍ୟକ୍ତିକୁ ଯେଉଁ ମନୁଷ୍ୟ ଯାଇ ମିଶେ, ସେ ମଧ୍ୟ ଅଳ୍ପ ବହୁତ ପ୍ରତିଷ୍ଠା ହରାଇ ଥାଏ,


© 2025 SGGS ONLINE
error: Content is protected !!
Scroll to Top