Page 307
ਅੰਤਰਿ ਹਰਿ ਗੁਰੂ ਧਿਆਇਦਾ ਵਡੀ ਵਡਿਆਈ ॥
ଗୁରୁଙ୍କ ମହିମା ମହାନ ଅଟେ, କାରଣ ସେ ନିଜ ଅନ୍ତଃ ମନରେ ଭଗବାନଙ୍କ ଧ୍ୟାନ କରିଥାନ୍ତି।
ਤੁਸਿ ਦਿਤੀ ਪੂਰੈ ਸਤਿਗੁਰੂ ਘਟੈ ਨਾਹੀ ਇਕੁ ਤਿਲੁ ਕਿਸੈ ਦੀ ਘਟਾਈ ॥
ପରମାତ୍ମା ଖୁସି ହୋଇ ଏହି ମହିମା ପ୍ରଦାନ କରିଛନ୍ତି, ଏଥିପାଇଁ, କେହି କମାଇଲେ ମଧ୍ୟ ତିଳେ ମାତ୍ର କମେ ନାହିଁ।
ਸਚੁ ਸਾਹਿਬੁ ਸਤਿਗੁਰੂ ਕੈ ਵਲਿ ਹੈ ਤਾਂ ਝਖਿ ਝਖਿ ਮਰੈ ਸਭ ਲੋੁਕਾਈ ॥
ଯେତେବେଳେ ସଚ୍ଚା ମାଲିକ ସଦଗୁରୁର୍ଙ୍କ ପକ୍ଷରେ ଥାଆନ୍ତି, ତାହାହେଲେ ସାରା ଦୁନିଆର ଯେତେ ଲୋକ ମଧ୍ୟ ବିରୁଦ୍ଧ ହୁଅନ୍ତି, ସେମାନେ ମରିଯାଇଥାନ୍ତି।
ਨਿੰਦਕਾ ਕੇ ਮੁਹ ਕਾਲੇ ਕਰੇ ਹਰਿ ਕਰਤੈ ਆਪਿ ਵਧਾਈ ॥
କର୍ତ୍ତା ନିଜେ ସଦଗୁରୁଙ୍କ ମହିମା ବଢାଇଛନ୍ତି ଆଉ ଦୋଷୀର ମୁହଁ କଳା କରିଛନ୍ତି।
ਜਿਉ ਜਿਉ ਨਿੰਦਕ ਨਿੰਦ ਕਰਹਿ ਤਿਉ ਤਿਉ ਨਿਤ ਨਿਤ ਚੜੈ ਸਵਾਈ ॥
ନିନ୍ଦୁକ ସଦଗୁରୁଙ୍କ ଯେତେ ନିନ୍ଦା କରିଥାଏ, ସଦଗୁରୁଙ୍କ ମହିମା ସେତେ ବଢିଥାଏ।
ਜਨ ਨਾਨਕ ਹਰਿ ਆਰਾਧਿਆ ਤਿਨਿ ਪੈਰੀ ਆਣਿ ਸਭ ਪਾਈ ॥੧॥
ହେ ନାନକ! ସଦଗୁରୁ ଯେଉଁ ଈଶ୍ଵରଙ୍କୁ ସ୍ମରଣ କରିଥାନ୍ତି, ସେ ସାରା ସଂସାର ଆଣି ଗୁରୁଙ୍କ ଚରଣରେ ରଖି ଦିଅନ୍ତି ॥1॥
ਮਃ ੪ ॥
ମହଲା 4 ॥
ਸਤਿਗੁਰ ਸੇਤੀ ਗਣਤ ਜਿ ਰਖੈ ਹਲਤੁ ਪਲਤੁ ਸਭੁ ਤਿਸ ਕਾ ਗਇਆ ॥
ଯେଉଁ ମନୁଷ୍ୟ ସଦଗୁରୁଙ୍କ ସହିତ ବିରୋଧ କରିଥାଏ, ତାହାର ଲୋକ ପରଲୋକ ସଂପୂର୍ଣ୍ଣ ବ୍ୟର୍ଥ ହୋଇଯାଏ।
ਨਿਤ ਝਹੀਆ ਪਾਏ ਝਗੂ ਸੁਟੇ ਝਖਦਾ ਝਖਦਾ ਝੜਿ ਪਇਆ ॥
ତାହାର ବଶ ଚାଲେ ନାହିଁ, ଏଥିପାଇଁ, ସେ ସଦା କ୍ଷୁବ୍ଧ ହୋଇଥାଏ ଓ ଦାନ୍ତ ରଗଡିଥାଏ।
ਨਿਤ ਉਪਾਵ ਕਰੈ ਮਾਇਆ ਧਨ ਕਾਰਣਿ ਅਗਲਾ ਧਨੁ ਭੀ ਉਡਿ ਗਇਆ ॥
ଧନ ଏବଂ ପଦାର୍ଥ ପାଇଁ ସେ ନିରନ୍ତର ପ୍ରୟାସ କରିଥାଏ, ପରନ୍ତୁ, ତାହାର ପୂର୍ବ ପଦାର୍ଥ ମଧ୍ୟ ସମାପ୍ତ ହୋଇଯାଏ।
ਕਿਆ ਓਹੁ ਖਟੇ ਕਿਆ ਓਹੁ ਖਾਵੈ ਜਿਸੁ ਅੰਦਰਿ ਸਹਸਾ ਦੁਖੁ ਪਇਆ ॥
ସେ କଣ ଅର୍ଜ୍ଜନ କରିବ ଆଉ କଣ ଖାଇବ, ଯାହାର ହୃଦୟରେ ଦୁଃଖ ଚିନ୍ତାର ପୀଡା ଥାଏ!
ਨਿਰਵੈਰੈ ਨਾਲਿ ਜਿ ਵੈਰੁ ਰਚਾਏ ਸਭੁ ਪਾਪੁ ਜਗਤੈ ਕਾ ਤਿਨਿ ਸਿਰਿ ਲਇਆ ॥
ଯିଏ ଶତ୍ରୁହୀନ ସହିତ ଶତ୍ରୁତା କରିଥାଏ, ସେ ସଂସାରର ସବୁ ପାପ ନିଜ ଉପରକୁ ନେଇଥାଏ।
ਓਸੁ ਅਗੈ ਪਿਛੈ ਢੋਈ ਨਾਹੀ ਜਿਸੁ ਅੰਦਰਿ ਨਿੰਦਾ ਮੁਹਿ ਅੰਬੁ ਪਇਆ ॥
ଯିଏ ହୃଦୟରେ ନିନ୍ଦା କରିଥାଏ ଆଉ ମୁହଁରେ ମିଠା କଥା କହିଥାଏ, ତାହାକୁ ଲୋକ ପରଲୋକରେ କୌଣସି ସାହାରା ମିଳେନାହିଁ।
ਜੇ ਸੁਇਨੇ ਨੋ ਓਹੁ ਹਥੁ ਪਾਏ ਤਾ ਖੇਹੂ ਸੇਤੀ ਰਲਿ ਗਇਆ ॥
ଏପରି ମନ୍ଦ ମନୁଷ୍ୟ ଯଦି ସୁନା ଉପରେ ହାତ ରଖେ, ତାହାହେଲେ ତାହା ମଧ୍ୟ ପାଉଁଶ ହୋଇଯାଏ।
ਜੇ ਗੁਰ ਕੀ ਸਰਣੀ ਫਿਰਿ ਓਹੁ ਆਵੈ ਤਾ ਪਿਛਲੇ ਅਉਗਣ ਬਖਸਿ ਲਇਆ ॥
ତଥାପି, ଯଦି ସେ ଗୁରୁଙ୍କ ଶରଣ ନିଏ, ତାହାହେଲେ ତାହା ପୂର୍ବରୁ ପାପ କ୍ଷମା ହୋଇଯାଏ।
ਜਨ ਨਾਨਕ ਅਨਦਿਨੁ ਨਾਮੁ ਧਿਆਇਆ ਹਰਿ ਸਿਮਰਤ ਕਿਲਵਿਖ ਪਾਪ ਗਇਆ ॥੨॥
ହେ ନାନକ! ଯେଉଁ ମନୁଷ୍ୟ (ଗୁରୁଙ୍କ ଶରଣ ନେଇ) ପ୍ରତିଦିନ ନାମ ସ୍ମରଣ କରିଥାଏ, ଈଶ୍ଵରଙ୍କ ସ୍ମରଣ କରି ତାହାର ଅପରାଧ ଦୂର ହୋଇଯାଏ ॥2॥
ਪਉੜੀ ॥
ପଉଡି॥
ਤੂਹੈ ਸਚਾ ਸਚੁ ਤੂ ਸਭ ਦੂ ਉਪਰਿ ਤੂ ਦੀਬਾਣੁ ॥
ହେ ସତ୍ୟସ୍ଵରୂପ ପରମେଶ୍ଵର! ତୁ ସର୍ବଦା ସତ୍ୟ ଅଟୁ, ତୋର ସାହାରା ସର୍ବୋପରି ଅଟେ।
ਜੋ ਤੁਧੁ ਸਚੁ ਧਿਆਇਦੇ ਸਚੁ ਸੇਵਨਿ ਸਚੇ ਤੇਰਾ ਮਾਣੁ ॥
ହେ ସତ୍ୟର ପୁଞ୍ଜି! ଯିଏ ତୋର ଧ୍ୟାନ କରିଥାଏ, ତୋର ସେବା ଭକ୍ତି କରିଥାଏ, ତାହାକୁ ତୋର ହିଁ ମାନ ଥାଏ।
ਓਨਾ ਅੰਦਰਿ ਸਚੁ ਮੁਖ ਉਜਲੇ ਸਚੁ ਬੋਲਨਿ ਸਚੇ ਤੇਰਾ ਤਾਣੁ ॥
ତାହାର ହୃଦୟରେ ସତ୍ୟ ଥାଏ, ଏଥିପାଇଁ, ତାହାର ଚେହେରା ଉଜ୍ଜଳ ରହିଥାଏ, ସେ ସତ୍ୟ ବୋଲିଥାଏ ଆଉ ହେ ସତ୍ୟ ପ୍ରଭୁ! ତାହା ପାଇଁ ତୋର ହିଁ ଆଶ୍ରା ଥାଏ।
ਸੇ ਭਗਤ ਜਿਨੀ ਗੁਰਮੁਖਿ ਸਾਲਾਹਿਆ ਸਚੁ ਸਬਦੁ ਨੀਸਾਣੁ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ପ୍ରଶଂସା କରିଥାଏ, ସେହିଁ ସଚ୍ଚା ଭକ୍ତ ଅଟେ ଆଉ ତାହା ପାଖରେ ସଚ୍ଚା ଶବ୍ଦ ରୂପୀ ଚିହ୍ନ ଥାଏ।
ਸਚੁ ਜਿ ਸਚੇ ਸੇਵਦੇ ਤਿਨ ਵਾਰੀ ਸਦ ਕੁਰਬਾਣੁ ॥੧੩॥
ମୁଁ ତାହା ପାଖରେ ଉତ୍ସର୍ଗିତ , ଯିଏ ସତ୍ୟସ୍ଵରୂପ ଈଶ୍ଵରଙ୍କ ସେବା ଭକ୍ତି କରିଥାଏ ॥13॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥
ਧੁਰਿ ਮਾਰੇ ਪੂਰੈ ਸਤਿਗੁਰੂ ਸੇਈ ਹੁਣਿ ਸਤਿਗੁਰਿ ਮਾਰੇ ॥
ଯିଏ ଆଦିରୁ ହିଁ ପୂର୍ଣ୍ଣ ସଦଗୁରୁଙ୍କ ଦ୍ଵାରା ଶାପିତ ହୋଇ ଥାଆନ୍ତି, ସେ ପୁନଃ ସଦଗୁରୁଙ୍କ ଠାରୁ ତିରସ୍କୃତ ହୋଇଛନ୍ତି,
ਜੇ ਮੇਲਣ ਨੋ ਬਹੁਤੇਰਾ ਲੋਚੀਐ ਨ ਦੇਈ ਮਿਲਣ ਕਰਤਾਰੇ ॥
ଯଦି ତାହାକୁ ଗୁରୁଙ୍କ ସହିତ ମିଶିବା ପାଇଁ ତୀବ୍ର ଲାଳସା ରଖିଥାନ୍ତି, ତଥାପି, ପରମାତ୍ମା ଏପରି ଶାପିତକୁ ମିଶିବା ଦିଅନ୍ତି ନାହିଁ।
ਸਤਸੰਗਤਿ ਢੋਈ ਨਾ ਲਹਨਿ ਵਿਚਿ ਸੰਗਤਿ ਗੁਰਿ ਵੀਚਾਰੇ ॥
ତାହାକୁ ସତସଙ୍ଗତିରେ ମଧ୍ୟ ଆଶ୍ରୟ ମିଳେନାହିଁ, ଗୁରୁ ମଧ୍ୟ ସଙ୍ଗତିରେ ଏହି ବିଚାର କରିଛନ୍ତି।
ਕੋਈ ਜਾਇ ਮਿਲੈ ਹੁਣਿ ਓਨਾ ਨੋ ਤਿਸੁ ਮਾਰੇ ਜਮੁ ਜੰਦਾਰੇ ॥
ଯଦି ଏବେ କେହି ମଧ୍ୟ ଯାଇ ତାହାଙ୍କୁ ମିଳନ୍ତି, ତାହାକୁ ମୃତ୍ୟୁର ନିର୍ଦ୍ଦୟୀ ଯମଦୂତ ପ୍ରତାଡିତ କରିଥାଏ।
ਗੁਰਿ ਬਾਬੈ ਫਿਟਕੇ ਸੇ ਫਿਟੇ ਗੁਰਿ ਅੰਗਦਿ ਕੀਤੇ ਕੂੜਿਆਰੇ ॥
ଯେଉଁ ଲୋକକୁ ଗୁରୁ ନାନକ ଧିକ୍କାର କରିଛନ୍ତି, ସେହି ତିରସ୍କୃତ ବ୍ୟକ୍ତିକୁ ଗୁରୁ ଅଙ୍ଗଦ ମିଥ୍ୟା ଘୋଷିତ କରିଛନ୍ତି।
ਗੁਰਿ ਤੀਜੀ ਪੀੜੀ ਵੀਚਾਰਿਆ ਕਿਆ ਹਥਿ ਏਨਾ ਵੇਚਾਰੇ ॥
ସେହି ସମୟରେ ତୃତୀୟ ପିଢୀ ବାଲା ଶ୍ରୀ ଗୁରୁ ଅମରଦାସ ବିଚାର କରିଛନ୍ତି ଯେ ସେହି ନିର୍ଦ୍ଧନ ଲୋକଙ୍କ ବଶରେ କଣ ଅଛି?
ਗੁਰੁ ਚਉਥੀ ਪੀੜੀ ਟਿਕਿਆ ਤਿਨਿ ਨਿੰਦਕ ਦੁਸਟ ਸਭਿ ਤਾਰੇ ॥
ଯେଉଁ ସଦଗୁରୁ ଚତୁର୍ଥ ସ୍ଥାନରେ ଗୁରୁ ନିଯୁକ୍ତ କରିଛନ୍ତି, ସେ ସବୁ ନିନ୍ଦୁକ ଏବଂ ଦୁଷ୍ଟର କଲ୍ୟାଣ କରିଛନ୍ତି।
ਕੋਈ ਪੁਤੁ ਸਿਖੁ ਸੇਵਾ ਕਰੇ ਸਤਿਗੁਰੂ ਕੀ ਤਿਸੁ ਕਾਰਜ ਸਭਿ ਸਵਾਰੇ ॥
କୌଣସି ପୁତ୍ର ଅଥବା ଶିଷ୍ୟ ଯିଏ ସଦଗୁରୁଙ୍କ ସେବା କରିଥାଏ, ତାହାର ସବୁ କମ ଗୁରୁଜୀ ସଫଳ କରାନ୍ତି।
ਜੋ ਇਛੈ ਸੋ ਫਲੁ ਪਾਇਸੀ ਪੁਤੁ ਧਨੁ ਲਖਮੀ ਖੜਿ ਮੇਲੇ ਹਰਿ ਨਿਸਤਾਰੇ ॥
ପୁତ୍ର, ଧନ, ଲକ୍ଷ୍ମୀ ଯେଉଁ ବସ୍ତୁକୁ ସେ ଇଚ୍ଛା କରିଥାଏ, ତାହା ତାହାକୁ ମିଳିଥାଏ, ସଦଗୁରୁ ତାହାକୁ ନେଇ ଈଶ୍ଵରଙ୍କ ସହିତ ମିଳନ କରାଇଥାନ୍ତି ଆଉ ଇଶ୍ଵର ତାହାକୁ ପାର କରାଇ ଦିଅନ୍ତି।
ਸਭਿ ਨਿਧਾਨ ਸਤਿਗੁਰੂ ਵਿਚਿ ਜਿਸੁ ਅੰਦਰਿ ਹਰਿ ਉਰ ਧਾਰੇ ॥
ଯେଉଁ ସଦଗୁରୁଙ୍କ ହୃଦୟରେ ଭଗବାନଙ୍କ ନିବାସ ଥାଏ, ତାହା ପାଖରେ ସାରା ଖଜଣା ବିଦ୍ୟମାନ ଥାଏ।
ਸੋ ਪਾਏ ਪੂਰਾ ਸਤਿਗੁਰੂ ਜਿਸੁ ਲਿਖਿਆ ਲਿਖਤੁ ਲਿਲਾਰੇ ॥
କେବଳ ସେହି ମନୁଷ୍ୟ ସଦଗୁରୁଙ୍କୁ ପାଇଥାଏ ଯାହାର ମସ୍ତକ ଉପରେ ପୂର୍ବକୃତ ଶୁଭକର୍ମ ସଂସ୍କାର ରୂପ ଲେଖ ଲେଖା ହୋଇଥାଏ।
ਜਨੁ ਨਾਨਕੁ ਮਾਗੈ ਧੂੜਿ ਤਿਨ ਜੋ ਗੁਰਸਿਖ ਮਿਤ ਪਿਆਰੇ ॥੧॥
ନାନକ ତାହାର ଚରଣ ଧୁଳି ମାଗନ୍ତି, ଯେଉଁ ଗୁରୁଶିଖ ମିତ୍ର ପ୍ରିୟ ଅଟନ୍ତି॥1॥