Page 301
ਸਭਿ ਕਾਰਜ ਤਿਨ ਕੇ ਸਿਧਿ ਹਹਿ ਜਿਨ ਗੁਰਮੁਖਿ ਕਿਰਪਾ ਧਾਰਿ ॥
ଯେଉଁ ଗୁରୁମୁଖୀ ପ୍ରତି ସେ କୃପା କରିଥାନ୍ତି, ତାହାର ସବୁ କାର୍ଯ୍ୟ ସଫଳ ହୋଇଯାଏ।
ਨਾਨਕ ਜੋ ਧੁਰਿ ਮਿਲੇ ਸੇ ਮਿਲਿ ਰਹੇ ਹਰਿ ਮੇਲੇ ਸਿਰਜਣਹਾਰਿ ॥੨॥
ହେ ନାନକ! ଈଶ୍ଵରଙ୍କୁ ସିଏ ହିଁ ମିଳନ କରିଥାଏ, ଯିଏ ଆଦିରୁ ତାହାଙ୍କ ସହିତ ଥାଏ, ଆଉ ଯାହାକୁ ଦୁନିଆର ରଚୟିତା ଭଗବାନ ସ୍ଵୟଂ ମିଳିଥାନ୍ତି ॥2॥
ਪਉੜੀ ॥
ପଉଡି॥
ਤੂ ਸਚਾ ਸਾਹਿਬੁ ਸਚੁ ਹੈ ਸਚੁ ਸਚਾ ਗੋਸਾਈ ॥
ହେ ମୋର ସଚ୍ଚା ମାଲିକ! ହେ ଗୋସାଇଁ! ତୁ ସର୍ବଦା ସତ୍ୟ ଅଟୁ।
ਤੁਧੁਨੋ ਸਭ ਧਿਆਇਦੀ ਸਭ ਲਗੈ ਤੇਰੀ ਪਾਈ ॥
ସାରା ଦୁନିଆ ତୋର ହିଁ ଧ୍ୟାନ କରିଥାଏ ଆଉ ତୋର ସମ୍ମୁଖରେ ନତମସ୍ତକ ହୋଇଥାଏ।
ਤੇਰੀ ਸਿਫਤਿ ਸੁਆਲਿਉ ਸਰੂਪ ਹੈ ਜਿਨਿ ਕੀਤੀ ਤਿਸੁ ਪਾਰਿ ਲਘਾਈ ॥
ତୋର କୀର୍ତ୍ତି ସୁନ୍ଦର ଏବଂ ସୁନ୍ଦରତାର ଘର ଅଟେ, ଯିଏ ତୋର ପ୍ରଶଂସା କରିଥାଏ, ତାହାକୁ ତୁ ପାର କରିଦେଉ।
ਗੁਰਮੁਖਾ ਨੋ ਫਲੁ ਪਾਇਦਾ ਸਚਿ ਨਾਮਿ ਸਮਾਈ ॥
ଗୁରୁମୁଖୀକୁ ତୁ ଫଳ ପ୍ରଦାନ କରୁ ଆଉ ସେ ସତ୍ୟନାମରେ ଥାଏ।
ਵਡੇ ਮੇਰੇ ਸਾਹਿਬਾ ਵਡੀ ਤੇਰੀ ਵਡਿਆਈ ॥੧॥
ହେ ମୋର ମହାନ ମାଲିକ! ତୋର ମହିମା ମହାନ ଅଟେ ॥1॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥
ਵਿਣੁ ਨਾਵੈ ਹੋਰੁ ਸਲਾਹਣਾ ਸਭੁ ਬੋਲਣੁ ਫਿਕਾ ਸਾਦੁ ॥
ଭଗବାନଙ୍କ ନାମ ବିନା ଅନ୍ୟ କାହାର ପ୍ରଶଂସା କରିବା ଏବଂ କଥା କହିବା ସବୁ ଫିକା ଅଟେ।
ਮਨਮੁਖ ਅਹੰਕਾਰੁ ਸਲਾਹਦੇ ਹਉਮੈ ਮਮਤਾ ਵਾਦੁ ॥
ସ୍ଵେଚ୍ଛାଚାରୀ ଜୀବ ନିଜ ଅହଙ୍କାରର ପ୍ରଶଂସା କରିଥାଏ, ପରନ୍ତୁ, ଅହଂତ୍ଵର ମୋହ ବ୍ୟର୍ଥ ଅଟେ।
ਜਿਨ ਸਾਲਾਹਨਿ ਸੇ ਮਰਹਿ ਖਪਿ ਜਾਵੈ ਸਭੁ ਅਪਵਾਦੁ ॥
ସେ ଯାହାର ପ୍ରଶଂସା କରିଥାଏ, ତାହାର ମୃତ୍ୟୁ ହୋଇଥାଏ, ସେ ସବୁ ବିବାଦରେ ନଷ୍ଟ ହୋଇଯାଏ।
ਜਨ ਨਾਨਕ ਗੁਰਮੁਖਿ ਉਬਰੇ ਜਪਿ ਹਰਿ ਹਰਿ ਪਰਮਾਨਾਦੁ ॥੧॥
ହେ ନାନକ! ପରମାନନ୍ଦ ହରି-ପରମେଶ୍ଵରଙ୍କ ଆରାଧନା କରି ଗୁରୁମୁଖୀ ବଞ୍ଚିଯାଏ ॥1॥
ਮਃ ੪ ॥
ମହଲା 4 ॥
ਸਤਿਗੁਰ ਹਰਿ ਪ੍ਰਭੁ ਦਸਿ ਨਾਮੁ ਧਿਆਈ ਮਨਿ ਹਰੀ ॥
ହେ ସଦଗୁରୁ! ମୋତେ ହରି-ପ୍ରଭୁଙ୍କ କଥା ଶୁଣାଅ, କାରଣ ମୁଁ ନିଜ ମନରେ ତାହାଙ୍କ ନାମ ଧ୍ୟାନ କରିବି।
ਨਾਨਕ ਨਾਮੁ ਪਵਿਤੁ ਹਰਿ ਮੁਖਿ ਬੋਲੀ ਸਭਿ ਦੁਖ ਪਰਹਰੀ ॥੨॥
ହେ ନାନକ! ଭଗବାନଙ୍କ ନାମ ବଡ ଅବିତର ଅଟେ, ଏଥିପାଇଁ, ମୋର ଏହି ଇଚ୍ଛା ଯେ ମୁଁ ନିଜ ମୁଖରେ ହରି-ନାମ ବୋଲି ନିଜର ସବୁ ସୁଖ ସମାପ୍ତ କରିବି ॥2॥
ਪਉੜੀ ॥
ପଉଡି॥
ਤੂ ਆਪੇ ਆਪਿ ਨਿਰੰਕਾਰੁ ਹੈ ਨਿਰੰਜਨ ਹਰਿ ਰਾਇਆ ॥
ହେ ନିରଞ୍ଜନ ପ୍ରଭୁ! ତୁ ସ୍ଵୟଂ ହିଁ ନିରଙ୍କାର ଅଟୁ, ହେ ସତ୍ୟ ପରମେଶ୍ଵର!
ਜਿਨੀ ਤੂ ਇਕ ਮਨਿ ਸਚੁ ਧਿਆਇਆ ਤਿਨ ਕਾ ਸਭੁ ਦੁਖੁ ਗਵਾਇਆ ॥
ଯିଏ ଏକାଗ୍ରଚିତ୍ତ ହୋଇ ତୋର ଧ୍ୟାନ କରିଅଛି, ତୁ ତାହାର ସବୁ ଦୁଃଖ ନାଶ କରିଦେଇଅଛୁ।
ਤੇਰਾ ਸਰੀਕੁ ਕੋ ਨਾਹੀ ਜਿਸ ਨੋ ਲਵੈ ਲਾਇ ਸੁਣਾਇਆ ॥
ତୋର ସମକକ୍ଷ କେହି ନାହାନ୍ତି, ଯାହା ପାଖରେ ବସି ତୋ’ ବିଷୟରେ ବିଚାର କରିବି।
ਤੁਧੁ ਜੇਵਡੁ ਦਾਤਾ ਤੂਹੈ ਨਿਰੰਜਨਾ ਤੂਹੈ ਸਚੁ ਮੇਰੈ ਮਨਿ ਭਾਇਆ ॥
ହେ ନିରଞ୍ଜନ ପ୍ରଭୁ! ତୋ’ ଭଳି ବଡ ଦାତା ତୁ ହିଁ ଅଛୁ ଆଉ ତୁ ହିଁ ମୋର ହୃଦୟକୁ ପ୍ରିୟ ଲାଗୁଅଛୁ।
ਸਚੇ ਮੇਰੇ ਸਾਹਿਬਾ ਸਚੇ ਸਚੁ ਨਾਇਆ ॥੨॥
ହେ ମୋର ସଚ୍ଚା ମାଲିକ! ତୋର ମହିମା ସତ୍ୟ ଅଟେ ॥2॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥
ਮਨ ਅੰਤਰਿ ਹਉਮੈ ਰੋਗੁ ਹੈ ਭ੍ਰਮਿ ਭੂਲੇ ਮਨਮੁਖ ਦੁਰਜਨਾ ॥
ଯାହାର ଅନ୍ତଃ ମନରେ ଅହଙ୍କାରର ରୋଗ ବିଦ୍ୟମାନ ଥାଏ, ଏପରି ସ୍ଵେଚ୍ଛାଚାରୀ ଦୁର୍ଜ୍ଜନ ଜୀବ ଭ୍ରମରେ ପଥଭ୍ରଷ୍ଟ ହୋଇଥାଏ।
ਨਾਨਕ ਰੋਗੁ ਗਵਾਇ ਮਿਲਿ ਸਤਿਗੁਰ ਸਾਧੂ ਸਜਨਾ ॥੧॥
ହେ ନାନକ! ସଦଗୁରୁ ବା ସାଧୁଙ୍କ ସହିତ ମିଶିଲେ ଏହି ଅହଙ୍କାରର ରୋଗ ନିବୃତ୍ତ ହୋଇପାରେ ॥1॥
ਮਃ ੪ ॥
ମହଲା 4॥
ਮਨੁ ਤਨੁ ਰਤਾ ਰੰਗ ਸਿਉ ਗੁਰਮੁਖਿ ਹਰਿ ਗੁਣਤਾਸੁ ॥
ଗୁରୁମୁଖୀର ମନ ଏବଂ ଶରୀର ଗୁଣର ଭଣ୍ଡାର ପରମାତ୍ମାଙ୍କ ପ୍ରୀତିରେ ମଗ୍ନ ରହିଥାଏ।
ਜਨ ਨਾਨਕ ਹਰਿ ਸਰਣਾਗਤੀ ਹਰਿ ਮੇਲੇ ਗੁਰ ਸਾਬਾਸਿ ॥੨॥
ହେ ନାନକ! ସେ ଭଗବାନଙ୍କ ଶରଣ ନେଇଛନ୍ତି। ସେହି ଗୁରୁ ଧନ୍ୟ ଅଟନ୍ତି, ଯିଏ ସେହି ଈଶ୍ଵରଙ୍କ ସହିତ ମିଳନ କରାଇଛନ୍ତି ॥2॥
ਪਉੜੀ ॥
ପଉଡି॥
ਤੂ ਕਰਤਾ ਪੁਰਖੁ ਅਗੰਮੁ ਹੈ ਕਿਸੁ ਨਾਲਿ ਤੂ ਵੜੀਐ ॥
ହେ ସର୍ବଶକ୍ତିଶାଳୀ ପ୍ରଭୁ! ତୁ ଅଗମ୍ୟ ଅଟୁ, ପୁଣି ମୁଁ ତୋର ତୁଳନା କାହା ସହିତ କରିବି?
ਤੁਧੁ ਜੇਵਡੁ ਹੋਇ ਸੁ ਆਖੀਐ ਤੁਧੁ ਜੇਹਾ ਤੂਹੈ ਪੜੀਐ ॥
ଯଦି କେହି ତୋ’ ଭଳି ମହାନ ହୋଇଥାନ୍ତି, ତାହାହେଲେ ମୁଁ ତାହାଙ୍କ ନାମ ନେଇଥାନ୍ତି, କିନ୍ତୁ, ତୋ’ ଭଳି କେବଳ ତୁ ହିଁ କୁହାଯାଏ।
ਤੂ ਘਟਿ ਘਟਿ ਇਕੁ ਵਰਤਦਾ ਗੁਰਮੁਖਿ ਪਰਗੜੀਐ ॥
“(ହେ ନାଥ!) ତୁ ପ୍ରତ୍ୟେକ ଶରୀରରେ ଅଛୁ, ପରନ୍ତୁ, ଏହି କଥା ତାହାକୁ ପ୍ରକଟ ହୋଇଥାଏ ଯିଏ ସଦଗୁରୁଙ୍କ ପାଖରେ ଥାଏ।
ਤੂ ਸਚਾ ਸਭਸ ਦਾ ਖਸਮੁ ਹੈ ਸਭ ਦੂ ਤੂ ਚੜੀਐ ॥
ହେ ପ୍ରଭୁ! ତୁ ହିଁ ସତ୍ୟ ଏବଂ ଆମ ସମସ୍ତଙ୍କ ମାଲିକ ଅଟୁ ଆଉ ତୁ ହିଁ ସର୍ବୋପରି ଅଟୁ।
ਤੂ ਕਰਹਿ ਸੁ ਸਚੇ ਹੋਇਸੀ ਤਾ ਕਾਇਤੁ ਕੜੀਐ ॥੩॥
ହେ ସତ୍ୟସ୍ଵରୂପ ପରମେଶ୍ଵର! ଯଦି ଆମକୁ ଏହା ବିଶ୍ଵାସ ହୋଇଯାଏ ଯେ ଯାହା କିଛି ତୁ କରୁ ତାହା ହିଁ ହୋଇଥାଏ, ତାହାହେଲେ ଆମେ କାହିଁକି ଅବଶୋଷ କରିବୁ? ॥3॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥
ਮੈ ਮਨਿ ਤਨਿ ਪ੍ਰੇਮੁ ਪਿਰੰਮ ਕਾ ਅਠੇ ਪਹਰ ਲਗੰਨਿ ॥
ମୋର ମନ ଏବଂ ତନ ଆଠ ପହର ପ୍ରିୟତମଙ୍କ ପ୍ରେମରେ ମଗ୍ନ ରହିଥାଏ।
ਜਨ ਨਾਨਕ ਕਿਰਪਾ ਧਾਰਿ ਪ੍ਰਭ ਸਤਿਗੁਰ ਸੁਖਿ ਵਸੰਨਿ ॥੧॥
ହେ ନାନକ! ଯାହା ଉପରେ ଭଗବାନ ନିଜ କୃପା ଧାରଣ କରିଥାନ୍ତି, ସେ ସଦଗୁରୁଙ୍କ ସୁଖରେ ରହିଥାଏ ॥1॥
ਮਃ ੪ ॥
ମହଲା 4॥
ਜਿਨ ਅੰਦਰਿ ਪ੍ਰੀਤਿ ਪਿਰੰਮ ਕੀ ਜਿਉ ਬੋਲਨਿ ਤਿਵੈ ਸੋਹੰਨਿ ॥
ଯାହାର ଅନ୍ତଃ ମନରେ ଭଗବାନଙ୍କ ପ୍ରେମ ଥାଏ, ପ୍ରଭୁଙ୍କ ଯଶୋଗାନ କରୁଥିବା ବେଳେ ସେ ବହୁତ ସୁନ୍ଦର ଲାଗିଥାଏ।
ਨਾਨਕ ਹਰਿ ਆਪੇ ਜਾਣਦਾ ਜਿਨਿ ਲਾਈ ਪ੍ਰੀਤਿ ਪਿਰੰਨਿ ॥੨॥
ହେ ନାନକ! ଯେଉଁ ଭଗବାନ ଏହି ପ୍ରେମ ଲଗାଇଛନ୍ତି, ସେ ସ୍ଵୟଂ ହିଁ ଜାଣିଥାନ୍ତି ॥2॥
ਪਉੜੀ ॥
ପଉଡି॥
ਤੂ ਕਰਤਾ ਆਪਿ ਅਭੁਲੁ ਹੈ ਭੁਲਣ ਵਿਚਿ ਨਾਹੀ ॥
ହେ ବିଶ୍ଵ ରଚୟିତା ପ୍ରଭୁ! ତୁ ସ୍ଵୟଂ ଅବିସ୍ମରଣୀୟ ଅଟୁ, ଏଥିପାଇଁ, କିଛି ଭୁଲ କରୁ ନାହୁଁ।
ਤੂ ਕਰਹਿ ਸੁ ਸਚੇ ਭਲਾ ਹੈ ਗੁਰ ਸਬਦਿ ਬੁਝਾਹੀ ॥
ହେ ସଚ୍ଚା! ତୁ ଯାହା କିଛି କରୁ, ତାହା ଶୁଭ କରୁ। ଗୁରୁଙ୍କ ଶବ୍ଦ ଦ୍ଵାରା ଏହି ଜ୍ଞାନ ପ୍ରାପ୍ତ ହୋଇଥାଏ।
ਤੂ ਕਰਣ ਕਾਰਣ ਸਮਰਥੁ ਹੈ ਦੂਜਾ ਕੋ ਨਾਹੀ ॥
ହେ ପ୍ରଭୁ! ତୁ ସମସ୍ତ କାର୍ଯ୍ୟ କରିବା ଏବଂ ଜୀବଙ୍କ ଦ୍ଵାରା କରାଇବା ପାଇଁ ସମର୍ଥ ଅଟୁ, ତୋ’ ବିନା ଆଉ କେହି ନାହାନ୍ତି।
ਤੂ ਸਾਹਿਬੁ ਅਗਮੁ ਦਇਆਲੁ ਹੈ ਸਭਿ ਤੁਧੁ ਧਿਆਹੀ ॥
ହେ ମୋର ମାଲିକ! ତୁ ଅଗମ୍ୟ ଏବଂ ଦୟାର ଘର ଅଟୁ ଆଉ ସାରା ଦୁନିଆ ତୋର ହିଁ ଧ୍ୟାନ କରିଥାଏ।