Page 299
ਹਸਤ ਚਰਨ ਸੰਤ ਟਹਲ ਕਮਾਈਐ ॥
ନିଜ ହାତ ଏବଂ ଚରଣରେ ସାଧୁଙ୍କ ସେବା କର।
ਨਾਨਕ ਇਹੁ ਸੰਜਮੁ ਪ੍ਰਭ ਕਿਰਪਾ ਪਾਈਐ ॥੧੦॥
ହେ ନାନକ! ଏହି ଜୀବନ ଆଚରଣ ଈଶ୍ବରଙ୍କ କୃପାରୁ ହିଁ ପ୍ରାପ୍ତ ହୋଇଥାଏ ॥10॥
ਸਲੋਕੁ ॥
ଶ୍ଳୋକ॥
ਏਕੋ ਏਕੁ ਬਖਾਨੀਐ ਬਿਰਲਾ ਜਾਣੈ ਸ੍ਵਾਦੁ ॥
କେବଳ ଏକ ଈଶ୍ଵରଙ୍କ ମହିମା ବର୍ଣ୍ଣନା କରିବା ଉଚିତ, ଏପରି ସ୍ଵାଦକୁ କେହି ବିରଳ ପୁରୁଷ ହିଁ ଜାଣିଥାଏ।
ਗੁਣ ਗੋਬਿੰਦ ਨ ਜਾਣੀਐ ਨਾਨਕ ਸਭੁ ਬਿਸਮਾਦੁ ॥੧੧॥
ଗୋବିନ୍ଦଙ୍କ ମହିମାକୁ ଜାଣିପାରିବା ନାହିଁ, ହେ ନାନକ! ସେ ତ ବହୁତ ଅଦ୍ଭୁତ ରୂପ ଅଟେ ॥11॥
ਪਉੜੀ ॥
ପଉଡି॥
ਏਕਾਦਸੀ ਨਿਕਟਿ ਪੇਖਹੁ ਹਰਿ ਰਾਮੁ ॥
ଏକାଦଶ- ପ୍ରଭୁଙ୍କୁ ସର୍ବଦା ନିକଟରେ ଦେଖ।
ਇੰਦ੍ਰੀ ਬਸਿ ਕਰਿ ਸੁਣਹੁ ਹਰਿ ਨਾਮੁ ॥
ନିଜ ଇନ୍ଦ୍ରିୟକୁ ବଶ କରି ପ୍ରଭୁଙ୍କ ନାମ ଶୁଣ।
ਮਨਿ ਸੰਤੋਖੁ ਸਰਬ ਜੀਅ ਦਇਆ ॥
ଯେଉଁ ବ୍ୟକ୍ତି ନିଜ ମନରେ ସନ୍ତୋଷ ଧାରଣ କରିଥାଏ ଆଉ ସମସ୍ତ ଜୀବଙ୍କୁ ଦୟା କରିଥାଏ,
ਇਨ ਬਿਧਿ ਬਰਤੁ ਸੰਪੂਰਨ ਭਇਆ ॥
ଏହି ବିଧିରେ ତାହାର ବ୍ରତ ସଫଳ ହୋଇଥାଏ।
ਧਾਵਤ ਮਨੁ ਰਾਖੈ ਇਕ ਠਾਇ ॥
ଏପରି କରି ସେ ନିଜ ବିଚଳିତ ମନକୁ ସ୍ଥିର କରିଥାଏ।
ਮਨੁ ਤਨੁ ਸੁਧੁ ਜਪਤ ਹਰਿ ਨਾਇ ॥
ଭଗବାନଙ୍କ ନାମର ଜପ କରିଲେ ମନ ଏବଂ ଶରୀର ଶୁଦ୍ଧ ହୋଇଯାଏ।
ਸਭ ਮਹਿ ਪੂਰਿ ਰਹੇ ਪਾਰਬ੍ਰਹਮ ॥
ଭଗବାନ ଦୁନିଆର ସବୁ ଜାଗାରେ ବିଦ୍ୟମାନ ଅଛନ୍ତି,
ਨਾਨਕ ਹਰਿ ਕੀਰਤਨੁ ਕਰਿ ਅਟਲ ਏਹੁ ਧਰਮ ॥੧੧॥
ଏଥିପାଇଁ ହେ ନାନକ! ଭଗବାନଙ୍କ କୀର୍ତ୍ତନ କର କାରଣ ଏହା ଏକ ଅଟଳ ଧର୍ମ ଅଟେ ॥11॥
ਸਲੋਕੁ ॥
ଶ୍ଳୋକ॥
ਦੁਰਮਤਿ ਹਰੀ ਸੇਵਾ ਕਰੀ ਭੇਟੇ ਸਾਧ ਕ੍ਰਿਪਾਲ ॥
କୃପାର ଘର ସନ୍ଥଙ୍କୁ ମିଳନ କଲେ ଏବଂ ତାହାଙ୍କ ସେବା କରିଲେ କୁବୁଦ୍ଧି ଦୂର ହୋଇଯାଏ।
ਨਾਨਕ ਪ੍ਰਭ ਸਿਉ ਮਿਲਿ ਰਹੇ ਬਿਨਸੇ ਸਗਲ ਜੰਜਾਲ ॥੧੨॥
ହେ ନାନକ! ଯେଉଁ ଲୋକ ପ୍ରଭୁଙ୍କ ସାଥିରେ ଥାଏ, ତାହାର ସବୁ ବନ୍ଧନ ନାଶ ହୋଇଯାଏ ॥12॥
ਪਉੜੀ ॥
ପଉଡି॥
ਦੁਆਦਸੀ ਦਾਨੁ ਨਾਮੁ ਇਸਨਾਨੁ ॥
ଦ୍ଵାଦଶ- ଦାନ-ପୂଣ୍ୟ କର, ଈଶ୍ଵରଙ୍କ ନାମ-ସ୍ମରଣ କର ଆଉ ଆଉ ଜୀବନ ପବିତ୍ର ରଖ।
ਹਰਿ ਕੀ ਭਗਤਿ ਕਰਹੁ ਤਜਿ ਮਾਨੁ ॥
ନିଜ ଅଭିମାନ ତ୍ୟାଗ କରି ଭଗବାନଙ୍କ ଭକ୍ତି କର।
ਹਰਿ ਅੰਮ੍ਰਿਤ ਪਾਨ ਕਰਹੁ ਸਾਧਸੰਗਿ ॥
ସନ୍ଥଙ୍କ ସଙ୍ଗତିରେ ସାମିଲ ହୋଇ ହରିଙ୍କ ନାମ ରୂପୀ ଅମୃତ ପାନ କର।
ਮਨ ਤ੍ਰਿਪਤਾਸੈ ਕੀਰਤਨ ਪ੍ਰਭ ਰੰਗਿ ॥
ପ୍ରେମପୂର୍ବକ ପ୍ରଭୁଙ୍କ କୀର୍ତ୍ତନ କରିଲେ ମନ ତୃପ୍ତ ହୋଇଯାଏ।
ਕੋਮਲ ਬਾਣੀ ਸਭ ਕਉ ਸੰਤੋਖੈ ॥
ମଧୁର ବାଣୀ ସମସ୍ତଙ୍କୁ ସନ୍ତୋଷ ପ୍ରଦାନ କରିଥାଏ।
ਪੰਚ ਭੂ ਆਤਮਾ ਹਰਿ ਨਾਮ ਰਸਿ ਪੋਖੈ ॥
ପଞ୍ଚଭୂତ ଆତ୍ମା ହରିନାମ ରୂପୀ ରସ ଦ୍ଵାରା ଆନନ୍ଦିତ ହୋଇଯାଏ।
ਗੁਰ ਪੂਰੇ ਤੇ ਏਹ ਨਿਹਚਉ ਪਾਈਐ ॥
ପୂର୍ଣ୍ଣ ଗୁରୁ ଦ୍ଵାରା ଏହା ନିଶ୍ଚିତ ଭାବରେ ମିଳିଯାଏ।
ਨਾਨਕ ਰਾਮ ਰਮਤ ਫਿਰਿ ਜੋਨਿ ਨ ਆਈਐ ॥੧੨॥
ହେ ନାନକ! ରାମଙ୍କ ନାମ ସ୍ମରଣ କରିଲେ ଜୀବ ପୁନର୍ବାର ଯୋନିରେ ଆସେ ନାହିଁ ॥12॥
ਸਲੋਕੁ ॥
ଶ୍ଳୋକ॥
ਤੀਨਿ ਗੁਣਾ ਮਹਿ ਬਿਆਪਿਆ ਪੂਰਨ ਹੋਤ ਨ ਕਾਮ ॥
ଦୁନିଆ ମାୟାର ତିନି ଗୁଣରେ ଫସି ରହିଥାଏ, ଏଥିପାଇଁ ତାହାର କାର୍ଯ୍ୟ ପୂର୍ଣ୍ଣ ହୁଏନାହିଁ।
ਪਤਿਤ ਉਧਾਰਣੁ ਮਨਿ ਬਸੈ ਨਾਨਕ ਛੂਟੈ ਨਾਮ ॥੧੩॥
ହେ ନାନକ! ସେହି ପ୍ରାଣୀ ମୋକ୍ଷ ପ୍ରାପ୍ତ କରିଥାଏ, ଯାହାର ହୃଦୟରେ ପତିତକୁ ଉଦ୍ଧାର କରିବା ବାଲା ଈଶ୍ବରଙ୍କ ନାମ ବାସ କରିଥାଏ ॥13॥
ਪਉੜੀ ॥
ପଉଡି॥
ਤ੍ਰਉਦਸੀ ਤੀਨਿ ਤਾਪ ਸੰਸਾਰ ॥
ତ୍ରୟୋଦଶ – ଏହି ସଂସାର ତିନି ଗୁଣର ତାପରେ ଦୁଃଖୀ ରହିଥାଏ।
ਆਵਤ ਜਾਤ ਨਰਕ ਅਵਤਾਰ ॥
ଯାହା ଦ୍ୱାରା ସେ ଜନ୍ମ ମରଣ ଚକ୍ରରେ ପଡି ନର୍କକୁ ଯାଇଥାଏ।
ਹਰਿ ਹਰਿ ਭਜਨੁ ਨ ਮਨ ਮਹਿ ਆਇਓ ॥
ପ୍ରଭୁ-ପ୍ରଭୁ-ପରମେଶ୍ଵରଙ୍କ ଭଜନ ତାହାର ମନରେ ପ୍ରବେଶ କରେ ନାହିଁ।
ਸੁਖ ਸਾਗਰ ਪ੍ਰਭੁ ਨਿਮਖ ਨ ਗਾਇਓ ॥
ସୁଖର ସାଗର ପ୍ରଭୁଙ୍କ ମହିମା ମନୁଷ୍ୟ ଏକ କ୍ଷଣ ପାଇଁ ମଧ୍ୟ କରେ ନାହିଁ।
ਹਰਖ ਸੋਗ ਕਾ ਦੇਹ ਕਰਿ ਬਾਧਿਓ ॥
ଏହି ଶରୀର ହର୍ଷ ଓ ଶୋକର ପୁତୁଳା ଅଟେ।
ਦੀਰਘ ਰੋਗੁ ਮਾਇਆ ਆਸਾਧਿਓ ॥
ତାହାକୁ ମାୟାର ଦୀର୍ଘ ଏବଂ ଅସାଧ୍ୟ ରୋଗ ଲାଗିଥାଏ।
ਦਿਨਹਿ ਬਿਕਾਰ ਕਰਤ ਸ੍ਰਮੁ ਪਾਇਓ ॥
ସେ ଦିନ ରାତି ବିକାରର କାର୍ଯ୍ୟ କରିଥାଏ ଆଉ ଥକି ଯାଇଥାଏ।
ਨੈਨੀ ਨੀਦ ਸੁਪਨ ਬਰੜਾਇਓ ॥
ନିଦୁଆ ଆଖିରେ ସେ ସ୍ଵପ୍ନରେ ମଧ୍ୟ କଥା କରିଥାଏ।
ਹਰਿ ਬਿਸਰਤ ਹੋਵਤ ਏਹ ਹਾਲ ॥
ଭଗବାନଙ୍କୁ ଭୁଲି ତାହାର ଏହି ଦଶା ହୋଇଥାଏ।
ਸਰਨਿ ਨਾਨਕ ਪ੍ਰਭ ਪੁਰਖ ਦਇਆਲ ॥੧੩॥
ନାନକ ଦୟାର ଘର ପ୍ରଭୁଙ୍କ ଶରଣ ନେଇଛନ୍ତି ॥13॥
ਸਲੋਕੁ ॥
ଶ୍ଳୋକ॥
ਚਾਰਿ ਕੁੰਟ ਚਉਦਹ ਭਵਨ ਸਗਲ ਬਿਆਪਤ ਰਾਮ ॥
ପରମାତ୍ମା ଚାରି ଦିଗ ଏବଂ ଚଉଦ ଲୋକରେ ସବୁ ଜାଗାରେ ମହଜୁଦ ଅଛନ୍ତି।
ਨਾਨਕ ਊਨ ਨ ਦੇਖੀਐ ਪੂਰਨ ਤਾ ਕੇ ਕਾਮ ॥੧੪॥
ହେ ନାନକ! ସେହି ଈଶ୍ଵରଙ୍କ ଭଣ୍ଡାରରେ କିଛି ଅଭାବ ଦେଖା ଯାଏ ନାହିଁ, ପ୍ରଭୁଙ୍କ ଦ୍ଵାରା କରାଯାଇଥିବା ସବୁ କାର୍ଯ୍ୟ ସଫଳ ହୋଇଥାଏ ॥14॥
ਪਉੜੀ ॥
ପଉଡି॥
ਚਉਦਹਿ ਚਾਰਿ ਕੁੰਟ ਪ੍ਰਭ ਆਪ ॥
ଚତୁର୍ଦ୍ଦଶ – ଚାରି ଦିଗରେ ଇଶ୍ଵର ସ୍ଵୟଂ ହିଁ ବାସ କରିଥାନ୍ତି।
ਸਗਲ ਭਵਨ ਪੂਰਨ ਪਰਤਾਪ ॥
ସବୁ ଲୋକରେ ତାହାଙ୍କ ତେଜ ପ୍ରତାପ ଚମକୁଅଛି
ਦਸੇ ਦਿਸਾ ਰਵਿਆ ਪ੍ਰਭੁ ਏਕੁ ॥
ଦଶ ଦିଗରେ ଏକ ପ୍ରଭୁ ହିଁ ବ୍ୟାପକ ଥାଆନ୍ତି।
ਧਰਨਿ ਅਕਾਸ ਸਭ ਮਹਿ ਪ੍ਰਭ ਪੇਖੁ ॥
ଧରିତ୍ରୀ ଏବଂ ଆକାଶ ସବୁ ସ୍ଥାନରେ ଈଶ୍ଵରଙ୍କୁ ଦେଖ।
ਜਲ ਥਲ ਬਨ ਪਰਬਤ ਪਾਤਾਲ ॥
ଜଳ, ଧରିତ୍ରୀ, ବନ, ପାହାଡ ଏବଂ ପାତାଳ-“
ਪਰਮੇਸ੍ਵਰ ਤਹ ਬਸਹਿ ਦਇਆਲ ॥
ଏହି ସବୁଠାରେ ଦୟାଳୁ ପରମେଶ୍ଵର ବାସ କରିଥାନ୍ତି।
ਸੂਖਮ ਅਸਥੂਲ ਸਗਲ ਭਗਵਾਨ ॥
ଗୋଚର ଏବଂ ଅଗୋଚର ସଂପୂର୍ଣ୍ଣ ଜଗତରେ ଭଗବାନ ଥାଆନ୍ତି।
ਨਾਨਕ ਗੁਰਮੁਖਿ ਬ੍ਰਹਮੁ ਪਛਾਨ ॥੧੪॥
ହେ ନାନକ! ଗୁରୁମୁଖୀ ଈଶ୍ଵରଙ୍କୁ ଚିହ୍ନି ଦିଏ। ॥14॥
ਸਲੋਕੁ ॥
ଶ୍ଳୋକ॥
ਆਤਮੁ ਜੀਤਾ ਗੁਰਮਤੀ ਗੁਣ ਗਾਏ ਗੋਬਿੰਦ ॥
ଗୁରୁଙ୍କ ଉପଦେଶ ଦ୍ଵାରା ଗୋବିନ୍ଦଙ୍କ ଗୁଣସ୍ତୁତି କରିବା ଦ୍ଵାରା ଆତ୍ମା ଜିତିଯାଇପାରେ।
ਸੰਤ ਪ੍ਰਸਾਦੀ ਭੈ ਮਿਟੇ ਨਾਨਕ ਬਿਨਸੀ ਚਿੰਦ ॥੧੫॥
ହେ ନାନକ! ସନ୍ଥଙ୍କ କୃପାରୁ ଭୟ ଦୂର ହୋଇଯାଏ ଆଉ ସଂଶୟ ନିବୃତ୍ତ ହୋଇଯାଏ ॥15॥
ਪਉੜੀ ॥
ପଉଡି॥
ਅਮਾਵਸ ਆਤਮ ਸੁਖੀ ਭਏ ਸੰਤੋਖੁ ਦੀਆ ਗੁਰਦੇਵ ॥
ଅମାବାସ୍ୟା- ଯେଉଁ ବ୍ୟକ୍ତିକୁ ଗୁରୁଦେବ ସନ୍ତୋଷ ପ୍ରଦାନ କରିଛନ୍ତି, ତାହାର ଆତ୍ମା ସୁ ଖୀ ହୋଇଯାଇଛି।