Page 297
ਲਾਭੁ ਮਿਲੈ ਤੋਟਾ ਹਿਰੈ ਹਰਿ ਦਰਗਹ ਪਤਿਵੰਤ ॥
ତୋତେ ଲାଭ ପ୍ରାପ୍ତ ହେବ ଆଉ କୌଣସି କ୍ଷତି ହେବ ନାହିଁ, ଈଶ୍ଵରଙ୍କ ଦରବାରରେ ମାନ-ସମ୍ମାନ ମିଳିବ।
ਰਾਮ ਨਾਮ ਧਨੁ ਸੰਚਵੈ ਸਾਚ ਸਾਹ ਭਗਵੰਤ ॥
ଯେଉଁ ବ୍ୟକ୍ତି ନାମ ରୂପୀ ଧନ ଏକତ୍ର କରିଥାଏ ସେହି ବ୍ୟକ୍ତି ସଚ୍ଚା ସାହୁକାର ଏବଂ ଭାଗ୍ୟବାନ ଅଟେ।
ਊਠਤ ਬੈਠਤ ਹਰਿ ਭਜਹੁ ਸਾਧੂ ਸੰਗਿ ਪਰੀਤਿ ॥
ଉଠିବ-ବସିବା ସମୟରେ ହରିଙ୍କ ଭଜନ କର ଏବଂ ସତସଙ୍ଗତିରେ ପ୍ରେମ ଉତ୍ପନ୍ନ କର।
ਨਾਨਕ ਦੁਰਮਤਿ ਛੁਟਿ ਗਈ ਪਾਰਬ੍ਰਹਮ ਬਸੇ ਚੀਤਿ ॥੨॥
ହେ ନାନକ! ଯେତେବେଳେ ପରଂବ୍ରହ୍ମ ପ୍ରଭୁ ମନୁଷ୍ୟର ହୃଦୟରେ ବାସ କରିଥାନ୍ତି, ତାହାହେଲେ ତାହାର ଦୁର୍ବୁଦ୍ଧି ନାଶ ହୋଇଯାଏ ॥2॥
ਸਲੋਕੁ ॥
ଶ୍ଳୋକ ॥
ਤੀਨਿ ਬਿਆਪਹਿ ਜਗਤ ਕਉ ਤੁਰੀਆ ਪਾਵੈ ਕੋਇ ॥
ମାୟାର ତିନି ଗୁଣ ଦୁନିଆକୁ ବଡ ଦୁଃଖ କରିଥାଏ, କିନ୍ତୁ, କେହି ବିରଳ ପୁରୁଷ ହିଁ ତୃତୀୟ ଅବସ୍ଥାକୁ ପାଇଥାଏ।
ਨਾਨਕ ਸੰਤ ਨਿਰਮਲ ਭਏ ਜਿਨ ਮਨਿ ਵਸਿਆ ਸੋਇ ॥੩॥
ହେ ନାନକ! ଯାହାର ହୃଦୟରେ ପ୍ରଭୁ-ପରମେଶ୍ଵର ନିବାସ କରିଥାନ୍ତି, ସେହି ସନ୍ଥ ପବିତ୍ର ହୋଇଯାଏ ॥3॥
ਪਉੜੀ ॥
ପଉଡି॥
ਤ੍ਰਿਤੀਆ ਤ੍ਰੈ ਗੁਣ ਬਿਖੈ ਫਲ ਕਬ ਉਤਮ ਕਬ ਨੀਚੁ ॥
ତୃତୀୟ- ମାୟାର ତିନି ଗୁଣ ବାଲା ମନୁଷ୍ୟ ବିକାରର ବିଷକୁ ଫଳ ଭାବି ଏକତ୍ର କରିଥାଏ, କେବେ ସେ ଭଲ ଆଉ କେବେ ମନ୍ଦ ହୋଇଥାଏ।
ਨਰਕ ਸੁਰਗ ਭ੍ਰਮਤਉ ਘਣੋ ਸਦਾ ਸੰਘਾਰੈ ਮੀਚੁ ॥
ସେ ନର୍କ-ସ୍ବର୍ଗରେ ଅଧିକ ପଥଭ୍ରଷ୍ଟ ହୋଇଥାଏ ଆଉ ମୃତ୍ୟୁ ସର୍ବଦା ତାହାକୁ ସଂହାର କରିଥାଏ।
ਹਰਖ ਸੋਗ ਸਹਸਾ ਸੰਸਾਰੁ ਹਉ ਹਉ ਕਰਤ ਬਿਹਾਇ ॥
ଦୁନିଆର ହର୍ଷ, ଶୋକ ଏବଂ ଦ୍ଵିଧାର ଚକ୍ରରେ ଫସିଥିବା ମନୁଷ୍ୟ ନିଜର ଅମୂଲ୍ୟ ଜୀବନ ଅହଂକାର କରି ବିତାଇଦିଏ।
ਜਿਨਿ ਕੀਏ ਤਿਸਹਿ ਨ ਜਾਣਨੀ ਚਿਤਵਹਿ ਅਨਿਕ ਉਪਾਇ ॥
ଯେଉଁ ଇଶ୍ଵର ତାହାକୁ ଉତ୍ପନ୍ନ କରିଛନ୍ତି , ତାହାଙ୍କୁ ଜାଣେ ନାହିଁ ଆଉ ଅନ୍ୟ ଉପାୟ ଭାବିଥାଏ।
ਆਧਿ ਬਿਆਧਿ ਉਪਾਧਿ ਰਸ ਕਬਹੁ ਨ ਤੂਟੈ ਤਾਪ ॥
ଲୌକିକ ଆସ୍ଵାଦନ କାରଣରୁ ପ୍ରାଣିର ମନ ଏବଂ ତନର ରୋଗ ତଥା ଅନ୍ୟ ଜଞ୍ଜାଳ ମଧ୍ୟ ଲାଗିରହିଥାଏ, କେବେ ଏହାର ମନର ଦୁଃଖ କ୍ଲେଶ ଦୂର ହୁଏନାହିଁ।
ਪਾਰਬ੍ਰਹਮ ਪੂਰਨ ਧਨੀ ਨਹ ਬੂਝੈ ਪਰਤਾਪ ॥
ସେ ପରଂବ୍ରହ୍ମ ପ୍ରଭୁଙ୍କ ତେଜ-ପ୍ରତାପକୁ ଅନୁଭବ କରେ ନାହିଁ।
ਮੋਹ ਭਰਮ ਬੂਡਤ ਘਣੋ ਮਹਾ ਨਰਕ ਮਹਿ ਵਾਸ ॥
ମୋହ ଏବଂ ଦ୍ଵିଧାରେ ଅତ୍ୟଧିକ ସାଂସାରିକ ଲୋକ ବୁଡି ଯାଇଛନ୍ତି ଆଉ ନର୍କରେ ହିଁ ନିବାସ ପାଇଥାନ୍ତି।
ਕਰਿ ਕਿਰਪਾ ਪ੍ਰਭ ਰਾਖਿ ਲੇਹੁ ਨਾਨਕ ਤੇਰੀ ਆਸ ॥੩॥
ନାନକ କହନ୍ତି ଯେ ହେ ପ୍ରଭୁ! କୃପା କରି ମୋର ରକ୍ଷା କର, ତୋ’ ଉପରେ ମୋର ଆଶା ଅଛି ॥3॥
ਸਲੋਕੁ ॥
ଶ୍ଳୋକ॥
ਚਤੁਰ ਸਿਆਣਾ ਸੁਘੜੁ ਸੋਇ ਜਿਨਿ ਤਜਿਆ ਅਭਿਮਾਨੁ ॥
ଯେଉଁ ମନୁଷ୍ୟ ନିଜ ଅଭିମାନ ତ୍ୟାଗ କରିଥାଏ, ସେ ଚତୁର, ବୁଦ୍ଧି ଏବଂ ଗୁଣବାନ ଅଟେ।
ਚਾਰਿ ਪਦਾਰਥ ਅਸਟ ਸਿਧਿ ਭਜੁ ਨਾਨਕ ਹਰਿ ਨਾਮੁ ॥੪॥
ହେ ନାନକ! ଭଗବାନଙ୍କ ନାମର ଭଜନ କରିବା ଦ୍ଵାରା ସଂସାରର ଚାରି ଉତ୍ତମ ପଦାର୍ଥ ଏବଂ ଆଠ ସିଦ୍ଧି ମିଳିଯାଏ ॥4॥
ਪਉੜੀ ॥
ପଉଡି॥
ਚਤੁਰਥਿ ਚਾਰੇ ਬੇਦ ਸੁਣਿ ਸੋਧਿਓ ਤਤੁ ਬੀਚਾਰੁ ॥
ଚତୁର୍ଥ- ଚାରି ବେଦ ଶୁଣି ଆଉ ତାହାର ଯଥାର୍ଥତାକୁ ବିଚାର କରି ମୁଁ ନିର୍ଣ୍ଣୟ କରିଛି ଯେ
ਸਰਬ ਖੇਮ ਕਲਿਆਣ ਨਿਧਿ ਰਾਮ ਨਾਮੁ ਜਪਿ ਸਾਰੁ ॥
ରାମଙ୍କ ନାମର ଭଜନ, ସବୁ ହର୍ଷ ଏବଂ ସୁଖର ଭଣ୍ଡାର ଅଟେ।
ਨਰਕ ਨਿਵਾਰੈ ਦੁਖ ਹਰੈ ਤੂਟਹਿ ਅਨਿਕ ਕਲੇਸ ॥
ପରମେଶ୍ଵରଙ୍କ ଭଜନାରେ ଲୀନ ହେଲେ ନର୍କ ଦୂର ହୋଇଯାଏ, ଦୁଃଖ ନାଶ ହୋଇଯାଏ ଆଉ ଅନେକ କ୍ଲେଶ ନଷ୍ଟ ହୋଇଯାଏ,
ਮੀਚੁ ਹੁਟੈ ਜਮ ਤੇ ਛੁਟੈ ਹਰਿ ਕੀਰਤਨ ਪਰਵੇਸ ॥
ଆତ୍ମିକ ମୃତ୍ୟୁ ଦୂର ହୋଇଯାଏ ଆଉ ପ୍ରାଣୀ ଯମରାଜଙ୍କ ଠାରୁ ମୁକ୍ତି ପ୍ରାପ୍ତ କରିନିଏ।
ਭਉ ਬਿਨਸੈ ਅੰਮ੍ਰਿਤੁ ਰਸੈ ਰੰਗਿ ਰਤੇ ਨਿਰੰਕਾਰ ॥
ନିରଙ୍କାର ପରମାତ୍ମାଙ୍କ ପ୍ରେମରେ ମଗ୍ନ ହେଲେ ମନୁଷ୍ୟର ଭୟ ନାଶ ହୋଇଯାଏ ଆଉ ଅମୃତ ରସ ପାନ କରିଥାଏ।
ਦੁਖ ਦਾਰਿਦ ਅਪਵਿਤ੍ਰਤਾ ਨਾਸਹਿ ਨਾਮ ਅਧਾਰ ॥
ଇଶ୍ଵର ନାମର ସାହାରା ଦ୍ଵାରା ଦୁଃଖ, ଯନ୍ତ୍ରଣା ଏବଂ ଅପବିତ୍ରତା ନଷ୍ଟ ହୋଇଯାଏ।
ਸੁਰਿ ਨਰ ਮੁਨਿ ਜਨ ਖੋਜਤੇ ਸੁਖ ਸਾਗਰ ਗੋਪਾਲ ॥
ଦେବତା, ମନୁଷ୍ୟ ଏବଂ ମୁନି ମଧ୍ୟ ସୁଖର ସାଗର ଗୋପାଳଙ୍କୁ ଖୋଜିଥାନ୍ତି।
ਮਨੁ ਨਿਰਮਲੁ ਮੁਖੁ ਊਜਲਾ ਹੋਇ ਨਾਨਕ ਸਾਧ ਰਵਾਲ ॥੪॥
ହେ ନାନକ! ସନଥଙ୍କ ଚରଣ ଧୁଳି ନେଲେ ମନ ପବିତ୍ର ଏବଂ ଲୋକ ପରଲୋକରେ ମୁଖ ଉଜ୍ଜଳ ହୋଇଯାଏ ॥4॥
ਸਲੋਕੁ ॥
ଶ୍ଳୋକ॥
ਪੰਚ ਬਿਕਾਰ ਮਨ ਮਹਿ ਬਸੇ ਰਾਚੇ ਮਾਇਆ ਸੰਗਿ ॥
ଜୀବ ମାୟାର ମୋହରେ ହୀନ ମଗ୍ନ ରହିଥାଏ, ଯାହାର କାରଣରୁ ତାହାର ହୃଦୟରେ ପାଞ୍ଚ ବିକାର (କାମ, କ୍ରୋଧ, ଲୋଭ, ମୋହ, ଅହଂକାର) ବାସ କରିଥାଏ।
ਸਾਧਸੰਗਿ ਹੋਇ ਨਿਰਮਲਾ ਨਾਨਕ ਪ੍ਰਭ ਕੈ ਰੰਗਿ ॥੫॥
ହେ ନାନକ! କିନ୍ତୁ, ସତସଙ୍ଗତି କରିଲେ ଜୀବ ପବିତ୍ର ହୋଇଯାଏ ଆଉ ସେ ପ୍ରଭୁଙ୍କ ରଙ୍ଗରେ ମଗ୍ନ ରହିଥାଏ ॥5॥
ਪਉੜੀ ॥
ପଉଡି॥
ਪੰਚਮਿ ਪੰਚ ਪ੍ਰਧਾਨ ਤੇ ਜਿਹ ਜਾਨਿਓ ਪਰਪੰਚੁ ॥
ପଞ୍ଚମ- ସଂସାରରେ ସେହି ମହାପୁରୁଷକୁ ସର୍ବଶ୍ରେଷ୍ଠ ମାନାଯାଏ, ଯିଏ ଏହି ସଂସାରକୁ ଭଲଭାବରେ ବୁଝିପାରିଛି।
ਕੁਸਮ ਬਾਸ ਬਹੁ ਰੰਗੁ ਘਣੋ ਸਭ ਮਿਥਿਆ ਬਲਬੰਚੁ ॥
ପୁଷ୍ପର ଅଧିକ ସୁଗନ୍ଧ ଏବଂ ଅନେକ ରଙ୍ଗ ଭଳି ସମସ୍ତ ଛଳ କପଟ ମିଥ୍ୟା ଅଟେ।
ਨਹ ਜਾਪੈ ਨਹ ਬੂਝੀਐ ਨਹ ਕਛੁ ਕਰਤ ਬੀਚਾਰੁ ॥
ମନୁଷ୍ୟ ଦେଖେ ନାହିଁ, ସେ ଯଥାର୍ଥତାକୁ ବୁଝେ ନାହିଁ,ନା ହିଁ ସେ କିଛି ମଧ୍ୟ ବିଚାର କରିଥାଏ।
ਸੁਆਦ ਮੋਹ ਰਸ ਬੇਧਿਓ ਅਗਿਆਨਿ ਰਚਿਓ ਸੰਸਾਰੁ ॥
ଦୁନିଆ ଆସ୍ଵାଦନ, ମୋହ, ରସରେ ବାନ୍ଧି ରହିଥାଏ ଆଉ ଅଜ୍ଞାନତାରେ ଲୀନ ରହିଥାଏ।
ਜਨਮ ਮਰਣ ਬਹੁ ਜੋਨਿ ਭ੍ਰਮਣ ਕੀਨੇ ਕਰਮ ਅਨੇਕ ॥
ଯେଉଁ ମନୁଷ୍ୟ ଅନେକ କର୍ମ କରିଥାଏ, ସେ ଜନ୍ମ ମରଣ ଚକ୍ରରେ ପଡିଥାଏ ଆଉ ଅନେକ ଯୋନିରେ ପଥଭ୍ରଷ୍ଟ ରହିଥାଏ।
ਰਚਨਹਾਰੁ ਨਹ ਸਿਮਰਿਓ ਮਨਿ ਨ ਬੀਚਾਰਿ ਬਿਬੇਕ ॥
ପରନ୍ତୁ, କର୍ତ୍ତାର ଆରାଧନା କରେ ନାହିଁ ଆଉ ଯାହାର ହୃଦୟରେ ଭଲ ମନ୍ଦର ପରୀକ୍ଷା ନଥାଏ।
ਭਾਉ ਭਗਤਿ ਭਗਵਾਨ ਸੰਗਿ ਮਾਇਆ ਲਿਪਤ ਨ ਰੰਚ ॥
ଯେଉଁ ବ୍ୟକ୍ତି ଭଗବାନଙ୍କ ଭକ୍ତି ତଥା ଭଗବାନଙ୍କ ଠାରେ ଶ୍ରଦ୍ଧା ଧାରଣ କରିଥାଏ, ତାହା ସହିତ ମାୟା ଆଦୌ ଲିପ୍ତ ହୁଏନାହିଁ।
ਨਾਨਕ ਬਿਰਲੇ ਪਾਈਅਹਿ ਜੋ ਨ ਰਚਹਿ ਪਰਪੰਚ ॥੫॥
ହେ ନାନକ! ଦୁନିଆରେ ବିରଳ ମନୁଷ୍ୟ ହିଁ ମିଳିଥାନ୍ତି ଯିଏ ଦୁନିଆର ମିଥ୍ୟାରେ ଫସେ ନାହିଁ ॥5॥
ਸਲੋਕੁ ॥
ଶ୍ଳୋକ॥
ਖਟ ਸਾਸਤ੍ਰ ਊਚੌ ਕਹਹਿ ਅੰਤੁ ਨ ਪਾਰਾਵਾਰ ॥
ଷଡଶାସ୍ତ୍ର ଉଚ୍ଚ ସ୍ଵରରେ କହିଥାଏ ଯେ ଭଗବାନଙ୍କ ମହିମାର ଅନ୍ତ ମିଳିପାରିବ ନାହିଁ ତଥା ତାହାଙ୍କ ଅସ୍ତିତ୍ଵର ଆଗ ପଛ ପାଇ ପାଇପାରିବା ନାହିଁ।
ਭਗਤ ਸੋਹਹਿ ਗੁਣ ਗਾਵਤੇ ਨਾਨਕ ਪ੍ਰਭ ਕੈ ਦੁਆਰ ॥੬॥
ହେ ନାନକ! ଭଗବାନଙ୍କ ଭକ୍ତ ଭଗବାନଙ୍କ ଦ୍ଵାରରେ ତାହାଙ୍କ ଗୁଣାନୁବାଦ କରି ଅତି ସୁନ୍ଦର ଲାଗିଥାଏ ॥6॥
ਪਉੜੀ ॥
ପଉଡି॥
ਖਸਟਮਿ ਖਟ ਸਾਸਤ੍ਰ ਕਹਹਿ ਸਿੰਮ੍ਰਿਤਿ ਕਥਹਿ ਅਨੇਕ ॥
ଷଷ୍ଠୀ- ଷଡଶାସ୍ତ୍ର କହିଥାଏ, ଅନେକ ସ୍ମୃତି ମଧ୍ୟ କଥନ କରେ ଯେ