Guru Granth Sahib Translation Project

guru granth sahib odia page-295

Page 295

ਜਿਸੁ ਪ੍ਰਸਾਦਿ ਸਭੁ ਜਗਤੁ ਤਰਾਇਆ ॥ ଯାହାଙ୍କ କୃପାରୁ ସାରା ଜଗତର ଉଦ୍ଧାର ହୋଇଯାଏ।
ਜਨ ਆਵਨ ਕਾ ਇਹੈ ਸੁਆਉ ॥ ମହାପୁରୁଷଙ୍କ ଆଗମନର ଏହି ମନୋରଥ ଯେ
ਜਨ ਕੈ ਸੰਗਿ ਚਿਤਿ ਆਵੈ ਨਾਉ ॥ ନିଜ ସଙ୍ଗତିରେ ରହି ଅନ୍ୟ ପ୍ରାଣୀକୁ ଈଶ୍ଵରଙ୍କ ନାମ-ସ୍ମରଣ ଆସିଥାଏ।
ਆਪਿ ਮੁਕਤੁ ਮੁਕਤੁ ਕਰੈ ਸੰਸਾਰੁ ॥ ଏପରି ମହାପୁରୁଷ ସ୍ଵୟଂ ମୁକ୍ତ ହୋଇ ସଂସାରକୁ ମୁକ୍ତ କରାଇ ଦେଇଥାନ୍ତି।
ਨਾਨਕ ਤਿਸੁ ਜਨ ਕਉ ਸਦਾ ਨਮਸਕਾਰੁ ॥੮॥੨੩॥ ହେ ନାନକ! ଏପରି ମହାପୁରୁଷଙ୍କୁ ଆମର ସଦା ପ୍ରଣାମ ଅଟେ||8||23||
ਸਲੋਕੁ ॥ ଶ୍ଳୋକ॥
ਪੂਰਾ ਪ੍ਰਭੁ ਆਰਾਧਿਆ ਪੂਰਾ ਜਾ ਕਾ ਨਾਉ ॥ ସେହି ପୂର୍ଣ୍ଣ ନାମ ବାଲା ପୂର୍ଣ୍ଣ ପ୍ରଭୁଙ୍କ ଆରାଧନା କରିଛି।
ਨਾਨਕ ਪੂਰਾ ਪਾਇਆ ਪੂਰੇ ਕੇ ਗੁਨ ਗਾਉ ॥੧॥ ହେ ନାନକ! ମୁଁ ପୂର୍ଣ୍ଣ ପ୍ରଭୁଙ୍କୁ ପ୍ରାପ୍ତ କରିଛି, ତୁମେ ମଧ୍ୟ ପୂର୍ଣ୍ଣ ପ୍ରଭୁଙ୍କ ମହିମା ଗାନ କର||1||
ਅਸਟਪਦੀ ॥ ଅଷ୍ଟପଦୀ॥
ਪੂਰੇ ਗੁਰ ਕਾ ਸੁਨਿ ਉਪਦੇਸੁ ॥ ପୂର୍ଣ ଗୁରୁଙ୍କ ଉପଦେଶ ଶୁଣ ଏବଂ
ਪਾਰਬ੍ਰਹਮੁ ਨਿਕਟਿ ਕਰਿ ਪੇਖੁ ॥ ପରଂବ୍ରହ୍ମଙ୍କୁ ନିକଟରେ ଭାବି ଦେଖ।
ਸਾਸਿ ਸਾਸਿ ਸਿਮਰਹੁ ਗੋਬਿੰਦ ॥ ନିଜର ପ୍ରତ୍ୟେକ ଶ୍ଵାସରେ ଗୋବିନ୍ଦଙ୍କ ସ୍ମରଣ କର,
ਮਨ ਅੰਤਰ ਕੀ ਉਤਰੈ ਚਿੰਦ ॥ ଏହାଦ୍ୱାରା ତୋର ମନର ଭିତରର ଚିନ୍ତା ଦୂର ହୋଇଯିବ।
ਆਸ ਅਨਿਤ ਤਿਆਗਹੁ ਤਰੰਗ ॥ ତୃଷ୍ଣାଗ୍ନିର ତରଂଗ ତ୍ୟାଗ କର,
ਸੰਤ ਜਨਾ ਕੀ ਧੂਰਿ ਮਨ ਮੰਗ ॥ ସନ୍ଥଜନଙ୍କ ଚରଣ-ଧୂଳିକୁ ମନରେ ଯାଚନା କର।
ਆਪੁ ਛੋਡਿ ਬੇਨਤੀ ਕਰਹੁ ॥ ନିଜ ଅହଂକାର ତ୍ୟାଗ କରି ପ୍ରାର୍ଥନା କର।
ਸਾਧਸੰਗਿ ਅਗਨਿ ਸਾਗਰੁ ਤਰਹੁ ॥ ସତସଙ୍ଗତିରେ ରହି ଅଗ୍ନିର ସାଗରରୁ ପାର ହୋଇ ଯାଅ।
ਹਰਿ ਧਨ ਕੇ ਭਰਿ ਲੇਹੁ ਭੰਡਾਰ ॥ ପରମେଶ୍ଵରଙ୍କ ନାମ ଧନ ଦ୍ଵାରା ନିଜ ଖଜଣା ଭରପୁର କର,
ਨਾਨਕ ਗੁਰ ਪੂਰੇ ਨਮਸਕਾਰ ॥੧॥ ହେ ନାନକ! ପୂର୍ଣ୍ଣ ଗୁରୁଙ୍କୁ ପ୍ରଣାମ କର||1||
ਖੇਮ ਕੁਸਲ ਸਹਜ ਆਨੰਦ ॥ ତୋତେ ମୁକ୍ତି, ପ୍ରସନ୍ନତା ଏବଂ ସ୍ଵାଭାବିକ ଆନନ୍ଦ ପ୍ରାପ୍ତ ହେବ।
ਸਾਧਸੰਗਿ ਭਜੁ ਪਰਮਾਨੰਦ ॥ ସନ୍ଥଙ୍କ ସଙ୍ଗତିରେ ପରମାନନ୍ଦ ପ୍ରଭୁଙ୍କ ଭଜନ କର।
ਨਰਕ ਨਿਵਾਰਿ ਉਧਾਰਹੁ ਜੀਉ ॥ ଏହାଦ୍ୱାରା ନର୍କରୁ ରକ୍ଷା ମିଳିଯିବ ଏବଂ ଆତ୍ମା ପାର ହୋଇଯିବ।
ਗੁਨ ਗੋਬਿੰਦ ਅੰਮ੍ਰਿਤ ਰਸੁ ਪੀਉ ॥ ଗୋବିନ୍ଦଙ୍କ ଗୁଣସ୍ତୁତି କରି ନାମ-ଅମୃତର ରସ ପାନ କର।
ਚਿਤਿ ਚਿਤਵਹੁ ਨਾਰਾਇਣ ਏਕ ॥ ନିଜ ମନରେ ଏକ ନାରାୟଣଙ୍କୁ ଧ୍ୟାନ କର,
ਏਕ ਰੂਪ ਜਾ ਕੇ ਰੰਗ ਅਨੇਕ ॥ ଯାହାର ରୂପ ଏକ ଏବଂ ରଙ୍ଗ ଅନେକ ଅଟେ।
ਗੋਪਾਲ ਦਾਮੋਦਰ ਦੀਨ ਦਇਆਲ ॥ ସେ ହିଁ ଗୋପାଳ, ଦାମୋଦର, ଦୀନଦୟାଳୁ,
ਦੁਖ ਭੰਜਨ ਪੂਰਨ ਕਿਰਪਾਲ ॥ ଦୁଃଖ ନାଶକ ଏବଂ ପୂର୍ଣ୍ଣ କୃପାଳୁ ଅଟନ୍ତି।
ਸਿਮਰਿ ਸਿਮਰਿ ਨਾਮੁ ਬਾਰੰ ਬਾਰ ॥ ହେ ନାନକ! ବାରମ୍ବାର ତାହାଙ୍କ ନାମର ସ୍ମରଣ କର, କାରଣ
ਨਾਨਕ ਜੀਅ ਕਾ ਇਹੈ ਅਧਾਰ ॥੨॥ ଏକମାତ୍ର ଏହା ହିଁ ଜୀବର ସାହାରା ଅଟେ||2||
ਉਤਮ ਸਲੋਕ ਸਾਧ ਕੇ ਬਚਨ ॥ ସାଧୁଙ୍କ ବଚନ ଉତ୍ତମ ଶ୍ଳୋକ ଅଟେ।
ਅਮੁਲੀਕ ਲਾਲ ਏਹਿ ਰਤਨ ॥ ତାହା ହିଁ ଅମୂଲ୍ୟ ରତ୍ନ ଏବଂ ମାଣିକ ଅଟେ।
ਸੁਨਤ ਕਮਾਵਤ ਹੋਤ ਉਧਾਰ ॥ ଯେଉଁ ବ୍ୟକ୍ତି ଏହି ବଚନକୁ ଶୁଣିଥାଏ ଏବଂ ପାଳନ କରିଥାଏ, ଭବସାଗରରୁ ତାହାର ଉଦ୍ଧାର ହୋଇଯାଏ।
ਆਪਿ ਤਰੈ ਲੋਕਹ ਨਿਸਤਾਰ ॥ ସେ ସ୍ଵୟଂ ଭବସାଗରରୁ ପାର ହୋଇଯାଏ ଏବଂ ଅନ୍ୟ ଲୋକର ମଧ୍ୟ କଲ୍ୟାଣ କରିଥାଏ।
ਸਫਲ ਜੀਵਨੁ ਸਫਲੁ ਤਾ ਕਾ ਸੰਗੁ ॥ ତାହାର ଜୀବନ ସଫଳ ହୋଇଯାଏ ଏବଂ ତାହାଙ୍କ ସଂଗତି ଅନ୍ୟର କାମନା ପୁରା କରିଥାଏ,
ਜਾ ਕੈ ਮਨਿ ਲਾਗਾ ਹਰਿ ਰੰਗੁ ॥ ଯାହାର ହୃଦୟରେ ଈଶ୍ଵରଙ୍କ ପ୍ରେମ ବନିଯାଏ।
ਜੈ ਜੈ ਸਬਦੁ ਅਨਾਹਦੁ ਵਾਜੈ ॥ ତାହାର ଜୟ ଜୟ ହୋଇଥାଏ, ଯାହାଙ୍କ ପାଇଁ ଅନାହତ ଧ୍ୱନି ହୋଇଥାଏ।
ਸੁਨਿ ਸੁਨਿ ਅਨਦ ਕਰੇ ਪ੍ਰਭੁ ਗਾਜੈ ॥ ଯାହା ଶୁଣି ସେ ହର୍ଷିତ ହୋଇଥାଏ ଏବଂ ପ୍ରଭୁଙ୍କ ମହିମା ଗାନ କରିଥାଏ।
ਪ੍ਰਗਟੇ ਗੁਪਾਲ ਮਹਾਂਤ ਕੈ ਮਾਥੇ ॥ ଏପରି ମହାପୁରୁଷଙ୍କ ମସ୍ତକ ଉପରେ ପରମାତ୍ମା ପ୍ରକଟ ହୋଇଥାନ୍ତି।
ਨਾਨਕ ਉਧਰੇ ਤਿਨ ਕੈ ਸਾਥੇ ॥੩॥ ହେ ନାନକ! ଏପରି ମହାପୁରୁଷଙ୍କ ସଂଗତି କରିବା ଦ୍ଵାରା ବହୁତ ଲୋକ ଉଦ୍ଧାର ହୋଇଥାନ୍ତି||3||
ਸਰਨਿ ਜੋਗੁ ਸੁਨਿ ਸਰਨੀ ਆਏ ॥ ହେ ଭଗବାନ! ଏହା ଶୁଣିଛି ଯେ ତୁ ଜୀବକୁ ଶରଣ ଦେବାରେ ସମର୍ଥ ଅଟୁ, ଆମେ ତୋର ଶରଣରେ ଆସିଛୁ।
ਕਰਿ ਕਿਰਪਾ ਪ੍ਰਭ ਆਪ ਮਿਲਾਏ ॥ ପ୍ରଭୁ ଦୟା କରି ଆମକୁ ନିଜ ସାଥିରେ ମିଳାଇ ଦେଇଥାନ୍ତି।
ਮਿਟਿ ਗਏ ਬੈਰ ਭਏ ਸਭ ਰੇਨ ॥ ବର୍ତ୍ତମାନ ଆମର ଶତ୍ରୁତା ଦୂର ହୋଇ ଯାଇଛି ଏବଂ ଆମେ ସବୁଙ୍କ ଚରଣ-ଧୂଳି ହୋଇ ଯାଇଛୁ।
ਅੰਮ੍ਰਿਤ ਨਾਮੁ ਸਾਧਸੰਗਿ ਲੈਨ ॥ ସାଧୁ ସଙ୍ଗତରୁ ନାମ-ଅମୃତ ନେବା ବାଲା ଅଟୁ।
ਸੁਪ੍ਰਸੰਨ ਭਏ ਗੁਰਦੇਵ ॥ ଗୁରୁଦେବ ଆମ ଉପରେ ସୁପ୍ରସନ୍ନ ହୋଇଛନ୍ତି ଏବଂ
ਪੂਰਨ ਹੋਈ ਸੇਵਕ ਕੀ ਸੇਵ ॥ ସେବକର ସେବା ସଫଳ ହୋଇଯାଏ।
ਆਲ ਜੰਜਾਲ ਬਿਕਾਰ ਤੇ ਰਹਤੇ ॥ ଆମେ ସାଂସାରିକ ଧନ୍ଦା ଏବଂ ବିକାରରୁ ରକ୍ଷା ପାଇ ଯାଇଛୁ,
ਰਾਮ ਨਾਮ ਸੁਨਿ ਰਸਨਾ ਕਹਤੇ ॥ ରାମଙ୍କ ନାମ ଶୁଣି ଏବଂ ନିଜ ଜିହ୍ଵାରେ ତାହାଙ୍କ ଉଚ୍ଚାରଣ କରିବା ଦ୍ଵାରା,
ਕਰਿ ਪ੍ਰਸਾਦੁ ਦਇਆ ਪ੍ਰਭਿ ਧਾਰੀ ॥ ଭଗବାନ କୃପା କରି ଆମ ଉପରେ ଦୟା କରିଛନ୍ତି ଏବଂ
ਨਾਨਕ ਨਿਬਹੀ ਖੇਪ ਹਮਾਰੀ ॥੪॥ ହେ ନାନକ! ଆମେ କରିଥିବା ପରିଶ୍ରମ ପ୍ରଭୁ-ଦରବାରରେ ସଫଳ ହୋଇ ଯାଇଛି||4||
ਪ੍ਰਭ ਕੀ ਉਸਤਤਿ ਕਰਹੁ ਸੰਤ ਮੀਤ ॥ ହେ ସନ୍ଥ ମିତ୍ର! ପ୍ରଭୁଙ୍କ ମହିମା ସ୍ତୁତି
ਸਾਵਧਾਨ ਏਕਾਗਰ ਚੀਤ ॥ ସାବଧାନ ଏବଂ ଏକାଗ୍ରଚିତ୍ତ ହୋଇ କର।
ਸੁਖਮਨੀ ਸਹਜ ਗੋਬਿੰਦ ਗੁਨ ਨਾਮ ॥ ସୁଖମଣି ହିଁ ସ୍ଵାଭାବିକ ସୁଖ ଏବଂ ଗୋବିନ୍ଦଙ୍କ ମହିମା ଓ ନାମ ଅଟେ।
ਜਿਸੁ ਮਨਿ ਬਸੈ ਸੁ ਹੋਤ ਨਿਧਾਨ ॥ ଯାହାର ମନରେ ଏହା ବାସ କରିଥାଏ, ସେ ଧନବାନ ବନିଯାଏ।
ਸਰਬ ਇਛਾ ਤਾ ਕੀ ਪੂਰਨ ਹੋਇ ॥ ତାହାର ସବୁ ମନୋକାମନା ପୁରା ହୋଇଯାଏ।
ਪ੍ਰਧਾਨ ਪੁਰਖੁ ਪ੍ਰਗਟੁ ਸਭ ਲੋਇ ॥ ସେ ବିଖ୍ୟାତ ହୋଇଯାଏ ଏବଂ ସାରା ଦୁନିଆରେ ଲୋକପ୍ରିୟ ହୋଇଯାଏ।
ਸਭ ਤੇ ਊਚ ਪਾਏ ਅਸਥਾਨੁ ॥ ସେ ସର୍ବୋଚ୍ଚ ନିବାସ ପାଇନିଏ।
ਬਹੁਰਿ ਨ ਹੋਵੈ ਆਵਨ ਜਾਨੁ ॥ ତାହାକୁ ପୁନଃ ଜୀବନ ମୃତ୍ୟୁର ଚକ୍ର ଆସେ ନାହିଁ।
ਹਰਿ ਧਨੁ ਖਾਟਿ ਚਲੈ ਜਨੁ ਸੋਇ ॥ ସେହି ମନୁଷ୍ୟ ହରିନାମ ରୂପୀ ଧନ ପ୍ରାପ୍ତ କରି ଦୁନିଆରୁ ଚାଲିଯାଏ,
ਨਾਨਕ ਜਿਸਹਿ ਪਰਾਪਤਿ ਹੋਇ ॥੫॥ ହେ ନାନକ! ଯେଉଁ ମନୁଷ୍ୟକୁ ଏହି ଦାନ ମିଳିଥାଏ||5||
ਖੇਮ ਸਾਂਤਿ ਰਿਧਿ ਨਵ ਨਿਧਿ ॥ ସ୍ଵାଭାବିକ ସୁଖ, ଶାନ୍ତି, ରିଦ୍ଧି, ନବନିଧି,
ਬੁਧਿ ਗਿਆਨੁ ਸਰਬ ਤਹ ਸਿਧਿ ॥ ବୁଦ୍ଧି, ଜ୍ଞାନ ଏବଂ ସର୍ବ ସିଦ୍ଧି ସେହି ପ୍ରାଣୀକୁ ମିଳିଥାଏ,
ਬਿਦਿਆ ਤਪੁ ਜੋਗੁ ਪ੍ਰਭ ਧਿਆਨੁ ॥ ବିଦ୍ୟା, ତପସ୍ୟା, ଯୋଗ, ପ୍ରଭୁଙ୍କ ଧ୍ୟାନ,
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/