Guru Granth Sahib Translation Project

guru granth sahib odia page-293

Page 293

ਨਾਨਕ ਹਰਿ ਪ੍ਰਭਿ ਆਪਹਿ ਮੇਲੇ ॥੪॥ ହେ ନାନକ! ହରି-ପ୍ରଭୁ ତାହାଙ୍କୁ ନିଜ ସାଥିରେ ମିଳାଇଛନ୍ତି ॥4॥
ਸਾਧਸੰਗਿ ਮਿਲਿ ਕਰਹੁ ਅਨੰਦ ॥ ସତସଙ୍ଗ ସହିତ ରହି ଏହି (ଆତ୍ମିକ) ଆନନ୍ଦ ନିଅ।
ਗੁਨ ਗਾਵਹੁ ਪ੍ਰਭ ਪਰਮਾਨੰਦ ॥ ଆଉ ପରମାନନ୍ଦ ପ୍ରଭୁଙ୍କ ଗୁଣସ୍ତୁତି କର।
ਰਾਮ ਨਾਮ ਤਤੁ ਕਰਹੁ ਬੀਚਾਰੁ ॥ ରାମ ନାମର ତତ୍ତ୍ଵକୁ ବିଚାର କର।
ਦ੍ਰੁਲਭ ਦੇਹ ਕਾ ਕਰਹੁ ਉਧਾਰੁ ॥ ଏହିପରି ଦୁର୍ଲଭ ମାନବ ଶରୀରର କଲ୍ୟାଣ କର।
ਅੰਮ੍ਰਿਤ ਬਚਨ ਹਰਿ ਕੇ ਗੁਨ ਗਾਉ ॥ ପରମେଶ୍ଵରଙ୍କ ମହିମାର ଅମୃତ ବଚନ ଗାନ କର।
ਪ੍ਰਾਨ ਤਰਨ ਕਾ ਇਹੈ ਸੁਆਉ ॥ ନିଜ ଆତ୍ମାର କଲ୍ୟାଣ କରିବା ପାଇଁ ଏହା ବିଧି ଅଟେ।
ਆਠ ਪਹਰ ਪ੍ਰਭ ਪੇਖਹੁ ਨੇਰਾ ॥ ଆଠ ପହର ପ୍ରଭୁଙ୍କୁ ନିକଟରେ ଦେଖ।
ਮਿਟੈ ਅਗਿਆਨੁ ਬਿਨਸੈ ਅੰਧੇਰਾ ॥ (ଏହି ପ୍ରକାର) ଅଜ୍ଞାନତା ଦୂର ହୋଇଯିବ ଆଉ (ମାୟାର) ଅନ୍ଧାର ବିନାଶ ହୋଇଯିବ।
ਸੁਨਿ ਉਪਦੇਸੁ ਹਿਰਦੈ ਬਸਾਵਹੁ ॥ ସଦଗୁରୁଙ୍କ ଉପଦେଶ ଶୁଣି ହୃଦୟରେ ବସାଅ
ਮਨ ਇਛੇ ਨਾਨਕ ਫਲ ਪਾਵਹੁ ॥੫॥ ହେ ନାନକ! ଏହିପରି ମନର ଇଛା ପୂରଣ ହେବ।॥5॥
ਹਲਤੁ ਪਲਤੁ ਦੁਇ ਲੇਹੁ ਸਵਾਰਿ ॥ ଲୋକ ଆଉ ପରଲୋକ ଦୁଇଟିକୁ ସୁଧାରି ଦିଅ
ਰਾਮ ਨਾਮੁ ਅੰਤਰਿ ਉਰਿ ਧਾਰਿ ॥ ରାମଙ୍କ ନାମ ହୃଦୟର ଅନ୍ତରରେ ରଖ,
ਪੂਰੇ ਗੁਰ ਕੀ ਪੂਰੀ ਦੀਖਿਆ ॥ ପୂର୍ଣ୍ଣ ଗୁରୁଙ୍କ ପୂର୍ଣ୍ଣ ଉପଦେଶ ଅଟେ।
ਜਿਸੁ ਮਨਿ ਬਸੈ ਤਿਸੁ ਸਾਚੁ ਪਰੀਖਿਆ ॥ ଯେଉଁ ମନୁଷ୍ୟର ମନରେ (ଏହି ଶିକ୍ଷା) ବାସ କରେ ସେ ସତ୍ୟର ନିରୀକ୍ଷଣ କରିଥାଏ।
ਮਨਿ ਤਨਿ ਨਾਮੁ ਜਪਹੁ ਲਿਵ ਲਾਇ ॥ ମନ ଆଉ ଶରୀର ଦ୍ଵାରା ଧ୍ୟାନ ଯୋଡି ନାମ ଜପ
ਦੂਖੁ ਦਰਦੁ ਮਨ ਤੇ ਭਉ ਜਾਇ ॥ ଏହି ପରି ଦୁଃଖ-ଯନ୍ତ୍ରଣା ଆଉ ମନରୁ ଭୟ ଦୂର ହୋଇଯିବ।
ਸਚੁ ਵਾਪਾਰੁ ਕਰਹੁ ਵਾਪਾਰੀ ॥ ହେ ବ୍ୟାପାରୀ! ତୁ ସଚ୍ଚା ବ୍ୟାପାର କର।
ਦਰਗਹ ਨਿਬਹੈ ਖੇਪ ਤੁਮਾਰੀ ॥ ତୋର ସଉଦା ଈଶ୍ବରଙ୍କ ଦରବାରରେ ସୁରକ୍ଷିତ ପହଞ୍ଚି ଯିବ।
ਏਕਾ ਟੇਕ ਰਖਹੁ ਮਨ ਮਾਹਿ ॥ ଏକ ଈଶ୍ଵରଙ୍କ ସାହାରା ନିଜ ହୃଦୟରେ ରଖ।
ਨਾਨਕ ਬਹੁਰਿ ਨ ਆਵਹਿ ਜਾਹਿ ॥੬॥ ହେ ନାନକ! ତୋର ବାରମ୍ବାର ଜନ୍ମ-ମରଣ ଚକ୍ର ରହିବ ନାହିଁ। ॥6॥
ਤਿਸ ਤੇ ਦੂਰਿ ਕਹਾ ਕੋ ਜਾਇ ॥ ସେହି ପ୍ରଭୁଙ୍କ ଉର୍ଦ୍ଧ୍ଵକୁ କେଉଁଠି କେଉଁ ଜୀବ ଯାଇପାରିବ?
ਉਬਰੈ ਰਾਖਨਹਾਰੁ ਧਿਆਇ ॥ ରକ୍ଷାକର୍ତ୍ତା ପ୍ରଭୁଙ୍କୁ ସ୍ମରଣ କରି ଜୀବ ରକ୍ଷା ପାଇପାରିବ।ਨਿਰਭਉ
ਨਿਰਭਉ ਜਪੈ ਸਗਲ ਭਉ ਮਿਟੈ ॥ ସେହି ନିର୍ଭୟ ପ୍ରଭୁଙ୍କ ଜପ କରିଲେ ସବୁ ଭୟ ଦୂର ହୋଇଯାଏ।
ਪ੍ਰਭ ਕਿਰਪਾ ਤੇ ਪ੍ਰਾਣੀ ਛੁਟੈ ॥ ପ୍ରଭୁଙ୍କ କୃପାରୁ ଜୀବର ମୁକ୍ତି ହୋଇଯାଏ।
ਜਿਸੁ ਪ੍ਰਭੁ ਰਾਖੈ ਤਿਸੁ ਨਾਹੀ ਦੂਖ ॥ ଯେଉଁ ମନୁଷ୍ୟକୁ ପ୍ରଭୁ ରକ୍ଷା କରନ୍ତି, ତାହାକୁ କୌଣସି ଦୁଃଖ ଛୁଇଁ ପାରେ ନାହିଁ।
ਨਾਮੁ ਜਪਤ ਮਨਿ ਹੋਵਤ ਸੂਖ ॥ ନାମ ଜପିଲେ ମନରେ ସୁଖ ଜାତ ହୁଏ।
ਚਿੰਤਾ ਜਾਇ ਮਿਟੈ ਅਹੰਕਾਰੁ ॥ ନାମ ସ୍ମରଣ କଲେ, ଚିନ୍ତା ଦୂର ହୋଇଯାଏ, ଅହଂକାର ଚାଲିଯାଏ
ਤਿਸੁ ਜਨ ਕਉ ਕੋਇ ਨ ਪਹੁਚਨਹਾਰੁ ॥ ସେହି ମନୁଷ୍ୟ ସମକକ୍ଷ ଆଉ କେହି ହୋଇପାରିବ ନାହିଁ।
ਸਿਰ ਊਪਰਿ ਠਾਢਾ ਗੁਰੁ ਸੂਰਾ ॥ ହେ ନାନକ! ଯେଉଁ ମନୁଷ୍ୟର ମୁଣ୍ଡ ଉପରେ ସଦଗୁରୁ ( ରକ୍ଷକ ହୋଇ) ଠିଆ ହୁଅନ୍ତି,
ਨਾਨਕ ਤਾ ਕੇ ਕਾਰਜ ਪੂਰਾ ॥੭॥ ତାହାର ସବୁ କାମ ସଫଳ ହୁଏ। ॥7॥
ਮਤਿ ਪੂਰੀ ਅੰਮ੍ਰਿਤੁ ਜਾ ਕੀ ਦ੍ਰਿਸਟਿ ॥ ଯେଉଁ ପ୍ରଭୁଙ୍କ ବୁଝିବା ଶକ୍ତି ସଂପୂର୍ଣ୍ଣ ଅଟେ, ଯାହାର ନଜରରେ ଅମୃତ ବର୍ଷା ହୁଏ,
ਦਰਸਨੁ ਪੇਖਤ ਉਧਰਤ ਸ੍ਰਿਸਟਿ ॥ ତାହାଙ୍କ ଦର୍ଶନ କରିଲେ ଜଗତର ଉଦ୍ଧାର ହୋଇଥାଏ।
ਚਰਨ ਕਮਲ ਜਾ ਕੇ ਅਨੂਪ ॥ ତାହାଙ୍କ ଚରଣ କମଳ ଅନୂପ ଅଟେ।
ਸਫਲ ਦਰਸਨੁ ਸੁੰਦਰ ਹਰਿ ਰੂਪ ॥ ତାହାର ରୂପ ସୁନ୍ଦର ଅଟେ, ଆଉ, ତାହାଙ୍କ ଦର୍ଶନ ସବୁ ଆଶା ପୂର୍ଣ୍ଣ କରିଦିଏ।
ਧੰਨੁ ਸੇਵਾ ਸੇਵਕੁ ਪਰਵਾਨੁ ॥ ତାହାଙ୍କ ସେବା ଧନ୍ୟ ଅଟେ ଏବଂ ତାହାଙ୍କ ସେବକ ସ୍ଵୀକୃତ ଅଟେ।
ਅੰਤਰਜਾਮੀ ਪੁਰਖੁ ਪ੍ਰਧਾਨੁ ॥ ସେହି ଗୁରୁ ଅନ୍ତର୍ଯାମୀ ଏବଂ ପ୍ରଧାନ ପୁରୁଷ ଅଟନ୍ତି।
ਜਿਸੁ ਮਨਿ ਬਸੈ ਸੁ ਹੋਤ ਨਿਹਾਲੁ ॥ ଯାହାର ହୃଦୟରେ ଗୁରୁ ନିବାସ କରିଥାନ୍ତି, ସେ କୃତାର୍ଥ ହୋଇଯାଏ।
ਤਾ ਕੈ ਨਿਕਟਿ ਨ ਆਵਤ ਕਾਲੁ ॥ କାଳ (ମୃତ୍ୟୁ) ତାହାର ନିକଟକୁ ଆସେ ନାହିଁ।
ਅਮਰ ਭਏ ਅਮਰਾ ਪਦੁ ਪਾਇਆ ॥ ସେ ଅମର ହୋଇଯାଇଛି ଆଉ ଅମର ପଦ ପ୍ରାପ୍ତ କରିଛି,
ਸਾਧਸੰਗਿ ਨਾਨਕ ਹਰਿ ਧਿਆਇਆ ॥੮॥੨੨॥ ହେ ନାନକ! ଯିଏ ସାଧୁଙ୍କ ସଙ୍ଗତିରେ ଭଗବାନଙ୍କ ଧ୍ୟାନ କରିଛି ॥8॥22॥
ਸਲੋਕੁ ॥ ଶ୍ଳୋକ॥
ਗਿਆਨ ਅੰਜਨੁ ਗੁਰਿ ਦੀਆ ਅਗਿਆਨ ਅੰਧੇਰ ਬਿਨਾਸੁ ॥ (ଯେଉଁ ମନୁଷ୍ୟକୁ) ସଦଗୁରୁ ଜ୍ଞାନର ଆଲୋକ ପ୍ରଦାନ କରନ୍ତି, ତାହାର ଅଜ୍ଞାନ (ରୂପୀ) ଅନ୍ଧକାର ଦୂର ହୋଇଯାଏ।
ਹਰਿ ਕਿਰਪਾ ਤੇ ਸੰਤ ਭੇਟਿਆ ਨਾਨਕ ਮਨਿ ਪਰਗਾਸੁ ॥੧॥ ହେ ନାନକ! (ଯେଉଁ ମନୁଷ୍ୟ) ଅକାଳ-ପୁରୁଷଙ୍କ କୃପାରୁ ଗୁରୁଙ୍କୁ ମିଳିଛି, ତାହାଙ୍କ ମନରେ (ଜ୍ଞାନର) ପ୍ରକାଶ ହୋଇଯାଏ। ॥1॥
ਅਸਟਪਦੀ ॥ ଅଷ୍ଟପଦୀ॥
ਸੰਤਸੰਗਿ ਅੰਤਰਿ ਪ੍ਰਭੁ ਡੀਠਾ ॥ ସନ୍ଥଙ୍କ ସଙ୍ଗତିରେ ଅନ୍ତଃ ମନରେ ହିଁ ପ୍ରଭୁଙ୍କ ଦର୍ଶନ କରିଅଛି।
ਨਾਮੁ ਪ੍ਰਭੂ ਕਾ ਲਾਗਾ ਮੀਠਾ ॥ ପ୍ରଭୁଙ୍କ ନାମ ମୋତେ ମଧୁର ମିଠା ଲାଗିଥାଏ।
ਸਗਲ ਸਮਿਗ੍ਰੀ ਏਕਸੁ ਘਟ ਮਾਹਿ ॥ ସମସ୍ତ ସୃଷ୍ଟି ଏକ ପରମାତ୍ମାଙ୍କ ସ୍ୱରୂପ ଅଟେ,
ਅਨਿਕ ਰੰਗ ਨਾਨਾ ਦ੍ਰਿਸਟਾਹਿ ॥ ଯାହାର ଅନେକ ପ୍ରକାର ବିଭିନ୍ନ ରଙ୍ଗ ଦେଖାଦିଏ।
ਨਉ ਨਿਧਿ ਅੰਮ੍ਰਿਤੁ ਪ੍ਰਭ ਕਾ ਨਾਮੁ ॥ ପ୍ରଭୁଙ୍କ ଅମୃତ ନାମ ନବନିଧି ଅଟେ।
ਦੇਹੀ ਮਹਿ ਇਸ ਕਾ ਬਿਸ੍ਰਾਮੁ ॥ ମାନବ ଶରୀରରେ ହିଁ ତାହାଙ୍କ ନିବାସ ହୋଇଥାଏ।
ਸੁੰਨ ਸਮਾਧਿ ਅਨਹਤ ਤਹ ਨਾਦ ॥ ସେଠାରେ ଶୂନ୍ୟ ସମାଧିରେ ଅନାହତ ଶବ୍ଦ ହୋଇଥାଏ।
ਕਹਨੁ ਨ ਜਾਈ ਅਚਰਜ ਬਿਸਮਾਦ ॥ ଏହି ଆଶ୍ଚର୍ଯ୍ୟ ଚକିତ ଏବଂ ବିସ୍ମାଦର ବର୍ଣ୍ଣନା କରାଯାଇ ନପାରେ।
ਤਿਨਿ ਦੇਖਿਆ ਜਿਸੁ ਆਪਿ ਦਿਖਾਏ ॥ ଯାହାକୁ ଇଶ୍ଵର ସ୍ଵୟଂ ଦେଖିଥାନ୍ତି, ସେ ହିଁ ତାହାଙ୍କୁ ଦେଖିଥାଏ।
ਨਾਨਕ ਤਿਸੁ ਜਨ ਸੋਝੀ ਪਾਏ ॥੧॥ ହେ ନାନକ! ଏପରି ଜ୍ଞାନ ପ୍ରାପ୍ତ କରିନିଏ ॥1॥
ਸੋ ਅੰਤਰਿ ਸੋ ਬਾਹਰਿ ਅਨੰਤ ॥ ସେହି ଅନନ୍ତ ପରମାତ୍ମା ଅନ୍ତଃ ମନରେ ଆଉ ବାହାରେ ମଧ୍ୟ ବିଦ୍ୟମାନ ଅଟନ୍ତି।
ਘਟਿ ਘਟਿ ਬਿਆਪਿ ਰਹਿਆ ਭਗਵੰਤ ॥ ଭଗବାନ କୋଣ କୋଣରେ ମହଜୁଦ ଅଛନ୍ତି।
ਧਰਨਿ ਮਾਹਿ ਆਕਾਸ ਪਇਆਲ ॥ ସେହି ଧରିତ୍ରୀ, ଗଗନ ଏବଂ ପାତାଳରେ ମହଜୁଦ ଅଛନ୍ତି।
ਸਰਬ ਲੋਕ ਪੂਰਨ ਪ੍ਰਤਿਪਾਲ ॥ ସମସ୍ତ ଲୋକର ସେ ପୂର୍ଣ୍ଣ ପାଳନ କର୍ତ୍ତା ଅଟନ୍ତି।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/