Page 289
ਜਨਮ ਜਨਮ ਕੇ ਕਿਲਬਿਖ ਜਾਹਿ ॥
ତୋର ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇଯିବ।
ਆਪਿ ਜਪਹੁ ਅਵਰਾ ਨਾਮੁ ਜਪਾਵਹੁ ॥
ସ୍ଵୟଂ ପ୍ରଭୁଙ୍କ ନାମ ତୁ ନିଜେ ଜପ, ଆଉ, ଅନ୍ୟ ଲୋକଙ୍କୁ ଜପିବା ପାଇଁ ପ୍ରେରିତ କର,
ਸੁਨਤ ਕਹਤ ਰਹਤ ਗਤਿ ਪਾਵਹੁ ॥
ଶୁଣିବା, କହିବା ଏବଂ ଏହି ଆଚରଣରେ ରହିଲେ ମୁକ୍ତି ମିଳିଯିବ।
ਸਾਰ ਭੂਤ ਸਤਿ ਹਰਿ ਕੋ ਨਾਉ ॥
ପ୍ରଭୁଙ୍କ ନାମ ହିଁ ସବୁ ପଦାର୍ଥ ଠାରୁ ଉତ୍ତମ ପଦାର୍ଥ ଅଟେ;
ਸਹਜਿ ਸੁਭਾਇ ਨਾਨਕ ਗੁਨ ਗਾਉ ॥੬॥
ହେ ନାନକ! ଆତ୍ମିକ ଧ୍ୟାନରେ ମଗ୍ନ ରହି ପ୍ରେମରେ ପ୍ରଭୁଙ୍କ ଗୁଣ ଗାନ କର।॥6॥
ਗੁਨ ਗਾਵਤ ਤੇਰੀ ਉਤਰਸਿ ਮੈਲੁ ॥
(ହେ ଜୀବ!) ପ୍ରଭୁଙ୍କ ଗୁଣ ଗାଇ ଗାଇ ତୋର (ବିକାରର) ମଇଳା ଚାଲିଯିବ
ਬਿਨਸਿ ਜਾਇ ਹਉਮੈ ਬਿਖੁ ਫੈਲੁ ॥
ଆଉ ଅହଂ ରୂପୀ ବିଷର ପ୍ରସାର ମଧ୍ୟ ଦୂର ହୋଇଯିବ।
ਹੋਹਿ ਅਚਿੰਤੁ ਬਸੈ ਸੁਖ ਨਾਲਿ ॥
ବିବ୍ରତହୀନ ହୋଇଯିବ ଆଉ ସୁଖୀ ଜୀବନ ପାଇବ।
ਸਾਸਿ ਗ੍ਰਾਸਿ ਹਰਿ ਨਾਮੁ ਸਮਾਲਿ ॥
ସବୁ ସମୟରେ ପ୍ରଭୁଙ୍କ ନାମକୁ ସ୍ମରଣ କରିବ।
ਛਾਡਿ ਸਿਆਨਪ ਸਗਲੀ ਮਨਾ ॥
ହେ ମନ! ସବୁ ଚତୁରତା ଛାଡିଦିଅ,
ਸਾਧਸੰਗਿ ਪਾਵਹਿ ਸਚੁ ਧਨਾ ॥
ସାଧୁ ସଙ୍ଗତ କରିବା ଦ୍ଵାରା ସଚ୍ଚା ଧନ ମିଳିଯିବ।
ਹਰਿ ਪੂੰਜੀ ਸੰਚਿ ਕਰਹੁ ਬਿਉਹਾਰੁ ॥
ପ୍ରଭୁଙ୍କ ନାମର ଧନ ସଞ୍ଚୟ କର, ତାହାର ବ୍ୟାପାର କର।
ਈਹਾ ਸੁਖੁ ਦਰਗਹ ਜੈਕਾਰੁ ॥
ଏହି ଜୀବନରେ ସୁଖ ମିଳିବ, ଆଉ ପ୍ରଭୁଙ୍କ ଦରବାରରେ ଆଦର ହେବ।
ਸਰਬ ਨਿਰੰਤਰਿ ਏਕੋ ਦੇਖੁ ॥
ସେ ଏକ ଈଶ୍ଵରଙ୍କୁ ସର୍ବତ୍ର ଦେଖିଥାନ୍ତି,”
ਕਹੁ ਨਾਨਕ ਜਾ ਕੈ ਮਸਤਕਿ ਲੇਖੁ ॥੭॥
ହେ ନାନକ! ଯାହାର କପାଳରେ ଭାଗ୍ୟ ଥାଏ। ॥7॥
ਏਕੋ ਜਪਿ ਏਕੋ ਸਾਲਾਹਿ ॥
ଏକ ପ୍ରଭୂଙ୍କୁ ହିଁ ଜପ, ଆଉ ଏକ ପ୍ରଭୁଙ୍କୁ ହିଁ କୀର୍ତ୍ତନ କର
ਏਕੁ ਸਿਮਰਿ ਏਕੋ ਮਨ ਆਹਿ ॥
ଏକ ଈଶ୍ଵରଙ୍କ ସ୍ମରଣ କର, ଆଉ, ହେ ମନ! ଏକ ତାହାଙ୍କୁ ହିଁ ନିଜ ହୃଦୟରେ ରଖ।
ਏਕਸ ਕੇ ਗੁਨ ਗਾਉ ਅਨੰਤ ॥
ସେହି ଅନନ୍ତ ଏକ ପ୍ରଭୁଙ୍କ ହିଁ ଗୁଣ ଗାନ କର।
ਮਨਿ ਤਨਿ ਜਾਪਿ ਏਕ ਭਗਵੰਤ ॥
ମନ ଏବଂ ତନରେ ଏକ ଭଗବାନଙ୍କ ଜପ କର।
ਏਕੋ ਏਕੁ ਏਕੁ ਹਰਿ ਆਪਿ ॥
ପ୍ରଭୁ ନିଜେ ହିଁ ନିଜେ ଅଟନ୍ତି।
ਪੂਰਨ ਪੂਰਿ ਰਹਿਓ ਪ੍ਰਭੁ ਬਿਆਪਿ ॥
ଜୀବଙ୍କ ଠାରେ ବ୍ୟାପକ ହୋଇ ପ୍ରଭୁ ସବୁ ଜାଗାରେ ବାସ କରନ୍ତି।
ਅਨਿਕ ਬਿਸਥਾਰ ਏਕ ਤੇ ਭਏ ॥
ଏକ ଈଶ୍ଵରଙ୍କ ଅନେକ ପ୍ରସାର ହୋଇଛି।
ਏਕੁ ਅਰਾਧਿ ਪਰਾਛਤ ਗਏ ॥
ଏକ ପ୍ରଭୁଙ୍କୁ ସ୍ମରଣ କରିଲେ ପାପ ନାଶ ହୋଇଯାଏ।
ਮਨ ਤਨ ਅੰਤਰਿ ਏਕੁ ਪ੍ਰਭੁ ਰਾਤਾ ॥
ଯେଉଁ ମନୁଷ୍ୟର ମନ ଆଉ ଶରୀରରେ ଏକ ପ୍ରଭୁ ହିଁ ବାସ କରନ୍ତି
ਗੁਰ ਪ੍ਰਸਾਦਿ ਨਾਨਕ ਇਕੁ ਜਾਤਾ ॥੮॥੧੯॥
ହେ ନାନକ! ସେ ଗୁରୁଙ୍କ କୃପାରୁ ସେହି ଏକ ପ୍ରଭୁଙ୍କୁ ଚିହ୍ନି ପାରିଛନ୍ତି।॥8॥9॥
ਸਲੋਕੁ ॥
ଶ୍ଳୋକ॥
ਫਿਰਤ ਫਿਰਤ ਪ੍ਰਭ ਆਇਆ ਪਰਿਆ ਤਉ ਸਰਨਾਇ ॥
ହେ ପ୍ରଭୁ! ପଥଭ୍ରଷ୍ଟ ହୋଇ ହୋଇ ମୁଁ ତୁମର ଶରଣକୁ ଆସିଅଛି।
ਨਾਨਕ ਕੀ ਪ੍ਰਭ ਬੇਨਤੀ ਅਪਨੀ ਭਗਤੀ ਲਾਇ ॥੧॥
ହେ ପ୍ରଭୁ! ନାନକଙ୍କ ଏହି ବିନତି ଅଟେ ଯେ ମୋତେ ନିଜର ଭକ୍ତିରେ ଯୋଡ॥1॥
ਅਸਟਪਦੀ ॥
ଅଷ୍ଟପଦୀ॥
ਜਾਚਕ ਜਨੁ ਜਾਚੈ ਪ੍ਰਭ ਦਾਨੁ ॥
ହେ ପ୍ରଭୁ! (ଏହି) ଭିକାରୀ (ଯାଚକ) ଦାସ (ତୁମ ନାମର) ଦାନ ମାଗେ
ਕਰਿ ਕਿਰਪਾ ਦੇਵਹੁ ਹਰਿ ਨਾਮੁ ॥
ହେ ହରି! କୃପା କରି (ନିଜର) ନାମ ଦିଅ।
ਸਾਧ ਜਨਾ ਕੀ ਮਾਗਉ ਧੂਰਿ ॥
ମୁଁ ସାଧୁଙ୍କ ପାଦ ଧୁଳି ମାଗୁଛି।
ਪਾਰਬ੍ਰਹਮ ਮੇਰੀ ਸਰਧਾ ਪੂਰਿ ॥
ହେ ପରଂବ୍ରହ୍ମ! ମୋର ଇଚ୍ଛା ପୂରଣ କର,
ਸਦਾ ਸਦਾ ਪ੍ਰਭ ਕੇ ਗੁਨ ਗਾਵਉ ॥
ମୁଁ ସର୍ବଦା ପ୍ରଭୁଙ୍କ ଗୁଣ ଗାଇଥାଏ।
ਸਾਸਿ ਸਾਸਿ ਪ੍ਰਭ ਤੁਮਹਿ ਧਿਆਵਉ ॥
ମୁଁ ପ୍ରତି ଶ୍ଵାସରେ ତୁମକୁ ହିଁ ସ୍ମରଣ କରିଥାଏ।
ਚਰਨ ਕਮਲ ਸਿਉ ਲਾਗੈ ਪ੍ਰੀਤਿ ॥
ପ୍ରଭୁଙ୍କ କମଳ (ଭଳି ସୁନ୍ଦର) ଚରଣରେ ମୋ’ ପ୍ରୀତି ଲାଗିଛି,
ਭਗਤਿ ਕਰਉ ਪ੍ਰਭ ਕੀ ਨਿਤ ਨੀਤਿ ॥
ସର୍ବଦା ପ୍ରଭୁଙ୍କ ଭକ୍ତି କରୁଅଛି।
ਏਕ ਓਟ ਏਕੋ ਆਧਾਰੁ ॥
ହେ ଭଗବାନ! ତୁମେ ହିଁ ମୋର ଏକ ଆଶ୍ରା ତଥା ସାହାରା ଅଟ।
ਨਾਨਕੁ ਮਾਗੈ ਨਾਮੁ ਪ੍ਰਭ ਸਾਰੁ ॥੧॥
ହେ ମୋର ପ୍ରଭୁ! ନାନକ ତୋର ସର୍ବୋତ୍ତମ ନାମର ଯାଚନା କରିଥାଏ। ॥1॥
ਪ੍ਰਭ ਕੀ ਦ੍ਰਿਸਟਿ ਮਹਾ ਸੁਖੁ ਹੋਇ ॥
ପ୍ରଭୁଙ୍କ (କୃପାର) ନଜର ଦ୍ଵାରା ମହା ସୁଖ ମିଳେ
ਹਰਿ ਰਸੁ ਪਾਵੈ ਬਿਰਲਾ ਕੋਇ ॥
କୌଣସି ବିରଳ ମନୁଷ୍ୟ ହିଁ ପ୍ରଭୁଙ୍କ ନାମର ସ୍ଵାଦ ଚାଖିଥାଏ।
ਜਿਨ ਚਾਖਿਆ ਸੇ ਜਨ ਤ੍ਰਿਪਤਾਨੇ ॥
ଯିଏ (ନାମରସ) ଚାଖିଛି, ସେହି ମନୁଷ୍ୟ (ମାୟା ଠାରୁ) ସନ୍ତୁଷ୍ଟ ହୋଇଯାଇଛି
ਪੂਰਨ ਪੁਰਖ ਨਹੀ ਡੋਲਾਨੇ ॥
ସେ ପୂର୍ଣ୍ଣ ମନୁଷ୍ୟ ବନିଯାଇଛି, କେବେ (ମାୟାର ଲାଭ କ୍ଷତିରେ) ବିଚଳିତ ହୁଏ ନାହିଁ।
ਸੁਭਰ ਭਰੇ ਪ੍ਰੇਮ ਰਸ ਰੰਗਿ ॥
ପ୍ରଭୁଙ୍କ ପ୍ରେମର ସ୍ଵାଦର ମଉଜରେ ସେ ସଂପୂର୍ଣ୍ଣ ଭାବେ ମଜ୍ଜି ରହିଥାଏ
ਉਪਜੈ ਚਾਉ ਸਾਧ ਕੈ ਸੰਗਿ ॥
ସାଧୁଙ୍କ ସଙ୍ଗତିରେ ରହି (ତାଙ୍କରି ଭିତରେ) (ପ୍ରଭୁଙ୍କ ମିଳନର) ଇଚ୍ଛା ଜାତ ହୁଏ।
ਪਰੇ ਸਰਨਿ ਆਨ ਸਭ ਤਿਆਗਿ ॥
ଆଉ ସବୁ (ଆଶ୍ରା) ଛାଡି ସେ ପ୍ରଭୁଙ୍କ ଶରଣ ପଡେ
ਅੰਤਰਿ ਪ੍ਰਗਾਸ ਅਨਦਿਨੁ ਲਿਵ ਲਾਗਿ ॥
ତାହାରି ଅନ୍ତର ଆଲୋକିତ ହୁଏ, ଆଉ ସବୁ ସମୟରେ ତାହାର ଧ୍ୟାନ (ପ୍ରଭୁଙ୍କ ଚରଣରେ) ଲାଗି ରହେ।
ਬਡਭਾਗੀ ਜਪਿਆ ਪ੍ਰਭੁ ਸੋਇ ॥
ଭାଗ୍ୟଶାଳୀ ପୁରୁଷ ହିଁ ପ୍ରଭୁଙ୍କୁ ଜପ କରିଛନ୍ତି।
ਨਾਨਕ ਨਾਮਿ ਰਤੇ ਸੁਖੁ ਹੋਇ ॥੨॥
ହେ ନାନକ! ଯେଉଁ ପୁରୁଷ ପ୍ରଭୁଙ୍କ ନାମରେ ମଗ୍ନ ରହିଥାଏ, ସେ ସୁଖ ପାଇଥାଏ ॥2॥
ਸੇਵਕ ਕੀ ਮਨਸਾ ਪੂਰੀ ਭਈ ॥
ସେବକର ମନୋକାମନା ପୂର୍ଣ୍ଣ ହୋଇଯାଇଛି,
ਸਤਿਗੁਰ ਤੇ ਨਿਰਮਲ ਮਤਿ ਲਈ ॥
ଯେବେଠାରୁ ସଦଗୁରୁଙ୍କ ଠାରୁ ନିର୍ମଳ ଉପଦେଶ ନେଇଛି।
ਜਨ ਕਉ ਪ੍ਰਭੁ ਹੋਇਓ ਦਇਆਲੁ ॥
ନିଜ ସେବକ ପ୍ରତି ପ୍ରଭୁ କୃପାଳୁ ହୋଇଛନ୍ତି।
ਸੇਵਕੁ ਕੀਨੋ ਸਦਾ ਨਿਹਾਲੁ ॥
ନିଜ ସେବକକୁ ସର୍ବଦା ସେ କୃତାର୍ଥ କରିଥାନ୍ତି।
ਬੰਧਨ ਕਾਟਿ ਮੁਕਤਿ ਜਨੁ ਭਇਆ ॥
ସେବକର ମାୟାର ବନ୍ଧନ କଟି ଯାଇଛି ଆଉ ସେ ମୋକ୍ଷ ପ୍ରାପ୍ତ କରିଛି।
ਜਨਮ ਮਰਨ ਦੂਖੁ ਭ੍ਰਮੁ ਗਇਆ ॥
ତାହାର ଜନ୍ମ ମରଣ ଦୁଃଖ ଏବଂ ଦ୍ଵିଧା ଦୂର ହୋଇଯାଇଛି।
ਇਛ ਪੁਨੀ ਸਰਧਾ ਸਭ ਪੂਰੀ ॥
ତାହାର ଇଚ୍ଛା ପୂର୍ଣ୍ଣ ହୋଇଯାଇଛି ଆଉ ଶ୍ରଦ୍ଧା ମଧ୍ୟ ପୁରା ହୋଇଯାଇଛି।
ਰਵਿ ਰਹਿਆ ਸਦ ਸੰਗਿ ਹਜੂਰੀ ॥
ଭଗବାନ ସର୍ବଦା ସାଥିରେ ରହିଛନ୍ତି।
ਜਿਸ ਕਾ ਸਾ ਤਿਨਿ ਲੀਆ ਮਿਲਾਇ ॥
ଯାହାର ଥିଲେ, ତାହାକୁ ନିଜ ସାଥିରେ ମିଳାଇଛନ୍ତି।
ਨਾਨਕ ਭਗਤੀ ਨਾਮਿ ਸਮਾਇ ॥੩॥
ହେ ନାନକ! ପ୍ରଭୁଙ୍କ ଭକ୍ତି ଦ୍ଵାରା ସେବକ ନାମରେ ଲୀନ ହୋଇଯାଇଛି ॥3॥
ਸੋ ਕਿਉ ਬਿਸਰੈ ਜਿ ਘਾਲ ਨ ਭਾਨੈ ॥
ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ମନୁଷ୍ୟର ସେବା ଭକ୍ତିକୁ ଉପେକ୍ଷା କରେ ନାହିଁ।
ਸੋ ਕਿਉ ਬਿਸਰੈ ਜਿ ਕੀਆ ਜਾਨੈ ॥
ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ଆମ କାର୍ଯ୍ୟକୁ ଜାଣିଥାନ୍ତି।